Monday, September 8, 2025

That effulgent radiance

Bhima Bhoi

Translated by Sailen Routray


Photo credit: commons.wikimedia.org/Mayooranathan 

That effulgent radiance
does not allow itself to to caught.
The Self that is beyond all light
sports therein. [0]

It seems as if It has forms.
But It roams in formlessness.
It abides in a place 
that remains invisible. [1]

It stays unmanifest.
There is no speech forthcoming from It.
But It flows from the beings of those
who abide in grace. [2]

If you try to cognise It
by the operations of duality,
It slips through your fingers.
Its limbs are exceedingly smooth. [3]

It creates through desirelessness.
It persists in deep wisdom.
It exists surely in no-thought. [4]

    It flows from nothingness.
That absolute bliss stems 
from the verses that stream
from His lotus feet. [5] 

Note: Bhima Bhoi (1850-1895) was an 19th century Odia saint poet. His compositions were instrumental in the spread of Mahima religion in peninsular India, especially in the Odia speaking regions. His bhajans remain popular even today, and are performed widely. Although he was ignored by the literary establishment of his times, he is a major figure in the history of Odia literature now, with texts like "Stuti Chintamani" and "Bramha Nirupana Gita" considered as classics. 

Monday, September 1, 2025

ଯୀଶୁ ଖ୍ରୀଷ୍ଟ ରଥ

ଶୈଲେନ ରାଉତରାୟ


ରୋମ୍ ନଗରୀସ୍ଥ ସନ୍ଥ ପିଟରଙ୍କର ବାସିଲିକା ତଳେ ଗୋଟିଏ
ସମାଧିର ଛାତରେ ଥିବା ତୃତୀୟ ଶତାବ୍ଦୀର ଯୀଶୁ ଖ୍ରୀଷ୍ଟଙ୍କର ଏକ ମୋଜାଗି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଲେଇନାଡ଼୍-ଜେଡ଼୍ 
ମାରେ ତାଳି,
ତା ପଡ଼ିଶା ବନମାଳୀ
ବନମାଳୀ ବିକେ ଉପମା
ତା ପଡ଼ିଶା ମଣ୍ଡିସୁମା ।
- ଶ୍ୟାମ ପାଠୀ (ପୁଞ୍ଜିକୟାଁର ଫକୀର ଓ ଦୀନନାଥ ପାଠୀଙ୍କ ନନା)
 
ଭାରତର ସମସାମୟିକ ସଂସ୍କୃତିକୁ ରଥ ସଂସ୍କୃତି ବୋଲି କୁହାଯାଇପାରେ । ନେତାମାନେ ଲୋକମାନଙ୍କୁ ଧର୍ମ ନାମରେ ଉତ୍ତେଜିତ କରି ଭୋଟ ଗୋଟେଇବା ପାଇଁ, ଅଭିନେତାମାନେ ପ୍ରଚାର ନିମନ୍ତେ, ଅବସରପ୍ରାପ୍ତ ଅମଲାମାନେ ନୂଆ, ବିଦେଶୀ ଠାକୁରମାନଙ୍କୁ ଜନଜୀବନ ଭିତରକୁ ନିଜର ସ୍ୱାର୍ଥସାଧନ ପାଇଁ ଧସେଇ ପଶାଇବା ପାଇଁ, ରଥ ବୁଲାଉଛନ୍ତି - ମାଳମାଳ, ଅବିରତ । ଅବଶ୍ୟ ଆମର ଠାକୁର ଠାକୁରାଣୀମାନେ ଆଗରୁ ମଧ୍ୟ ରଥରେ ଯାତରା କରୁଥିଲେ । ମାତ୍ର ସେ ସଂସ୍କୃତି ଓ ଏ ନୂଆ ସଂସ୍କୃତି ଭିତରେ କଅଣ କଅଣ ସାମ୍ୟ ଓ ଭିନ୍ନତା ରହିଛି, ତାହା ବୋଧହୁଏ ତତ୍ତ୍ୱବିଦ୍ ସମାଜବେତ୍ତା ମାନେ କହିପାରିବେ । ଏ ଅଧମ ଲେଖକ ନୁହେଁ ।

କିନ୍ତୁ ଓଡ଼ିଶାରେ କେବେ ଯୀଶୁ ଖ୍ରୀଷ୍ଟ ରଥ ବୁଲିବାର ଆପଣ ଶୁଣିଥିଲେ? ଚିତ୍ରଶିଳ୍ପୀ, ଗବେଷକ ତଥା ଲେଖକ ଦୀନନାଥ ପାଠୀଙ୍କର ଆତ୍ମଜୀବନୀମୂଳକ ବହି ପୁଞ୍ଜିକୟାଁର ଫକୀରର ଏକ ଅଧ୍ୟାୟରେ ଆମେ ଭେଟୁ ଏହି ସୁନ୍ଦର ପରିକଳ୍ପନାଟିକୁ । ଏବେକୁ ନବେ ବର୍ଷରୁ ଅଧିକ ସମୟ ତଳେ ଗଞ୍ଜାମର ଦିଗପହଣ୍ଡିର ଜଣେ ବ୍ରାହ୍ମଣ ଶ୍ୟାମ ପାଠୀ ତାଙ୍କ ଗାଆଁର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁ ଖ୍ରୀଷ୍ଟ ରଥ ।

ଶ୍ୟାମ ପାଠୀ ପାଇଟି ପାଇଁ ଚିତ୍ରକରର ବୃତ୍ତି ଆପଣାଇ ଥିଲେ । ଏହି କାମ ଯୋଗୁଁ ପରିବାରକୁ ରାଜକୃପା ଯେତେ ପରିମାଣରେ ମିଳିବା କଥା, ମିଳୁନଥିଲା । ଶ୍ୟାମ ପାଠୀ ଜଣେ ଆଶୁ କବି ମଧ୍ୟ ଥିଲେ । ଆଉ ସେ ଥିଲେ ଜଣେ ପକ୍କା ହନୁମାନ ଭକତ । ଗୀତ ବୋଲୁଥିଲେ । ତାହା ସହିତ କାଠ କଣ୍ଢେଇ ମଧ୍ୟ ଗଢ଼ୁଥିଲେ ।

ତାଙ୍କ ବଡ଼ ପୁଅ ଲୋକାଆଉ ସାନ ଦିନ୍ନାଥ, ଉଭୟ ମାତୁଥିଲେ ଚିତ୍ରକର ବୃତ୍ତିର ନାନା ଅଛିଣ୍ଡା କାମରେ - ମୁଖା ଓ ଡ଼୍ରାମା ପୋଷାକ ତିଆରି, ଠାକୁର ଦିଅଁ ବନକ, ବିଭା ବରତ ନିମନ୍ତେ କାନ୍ଥରେ ଚିତ୍ର, ସାଇନିବୋର୍ଡ଼୍ ଲେଖା, ବହି ବନ୍ଧେଇ, ଇତ୍ୟାଦି ନାନା ଚିତ୍ରାଙ୍ଗି କାମ ତାଙ୍କ ପରିବାର ଚଳାଉଥିବା ଶିଳ୍ପକଳା ମନ୍ଦିରରେ ହେଉଥିଲା ।

ଏହି ପରିବାରର ମଉଡ଼ମଣି ଶାମ ପାଠୀ ନିଜ ଗାଁର ଠାକୁରାଣୀ ଯାତ୍ରାରେ ବାହାର କରିଥିଲେ ଯୀଶୁଖ୍ରୀଷ୍ଟ ରଥ । ସେତେ ବେଳେ ଗାଆଁରେ ରଥ ନ ଗଡ଼ିଲେ ଠାକୁରାଣୀ ଯାତ ହେବା ସମ୍ଭବ ନଥିଲା । ଏହି ପରମ୍ପରା ପାଠୀ ଆଜ୍ଞାଙ୍କ ଗାଆଁରେ ଆଉ ନାହିଁ । ମାତ୍ର ବରମ୍ପୁର୍ ସହରରେ ଏବେ ବି ଅଛି ।

ପାଠୀଙ୍କ ଗାଁରେ ରଥ ତିଆରୁଥିଲେ ସାଆନ୍ତରା ସାହିର ଚିତ୍ରକର ପରିବାର । ମାତ୍ର ସେମାନେ ଥିଲେ ନିତାନ୍ତ ପାରମ୍ପରିକ । କିଛି ନୂଆ କଥା କରିବା ସେମାନଙ୍କ ମଗଜକୁ ଢୁକୁନଥିଲା । ଠାକୁରାଣୀ ଯାତ୍ରା ଆୟୋଜନ କରୁଥିବା ବେଲମା ସାଇର ଗଜାଟୋକାଙ୍କୁ ବରଷେ ଏ ମରହଟ୍ଟିଆ ଛାଞ୍ଚ ନ ରୁଚିବାରୁ ସେମାନେ ଆଧୁନିକ କିଛି ଚାହିଁଲେ ।

ବାମୁଣ ସାଇର ଶ୍ୟାମ ପାଠୀ ସାନ୍ତରା ସାଇର ଚିତ୍ରକରମାନଙ୍କ ସହିତ ମିଶି ନୂଆ କିଛି କରିବାର ପ୍ରତିଶ୍ରୁତି ଦେଲେ । ଠିକ୍ ହେଲା ଘନଶ୍ୟାମ ମହାପାତ୍ର ନିଜେ ସ୍ୱଦେହରେ ନିଶ, ଦାଢ଼ି ଲଗାଇ, ଉପଯୁକ୍ତ ଜାମାଯୋଡ଼ ପିନ୍ଧି ଯୀଶୁ ଖ୍ରୀଷ୍ଟ ଭୂମିକାରେ ରଥାଋଢ଼ ହୋଇ ଅବତୀର୍ଣ୍ଣ ହେବେ ।

ଠାକୁରାଣୀ ଯାତ୍ରାର ସମୟ ଆସିଲା । କ୍ରୁଶକାଠ ରଥ ଉପରେ ବନ୍ଧା ହେଲା । ମହାପାତ୍ରଙ୍କୁ ବେଶଭୂଷା କରି ରଥ ଉପରେ କ୍ରୁଶ ସହ ବାନ୍ଧି ଦିଆଗଲା । ଦୁଇ ହାତ ଦୁଇ ଆଡ଼କୁ ମେଲା କରି ବେଡ଼ି ଦଉଡ଼ିରେ ବନ୍ଧା ହେଲା । ଗୋଡ଼ ଦିଓଟିକୁ ଏକାଠି କରାଗଲା । ତାହାକୁ ନଳିଗଣ୍ଠା ପରି ଆଉ ସେରିଏ ବନ୍ଧା ଗଲା । ଅଣ୍ଟାକୁ କ୍ରୁଶ କାଠ ସହ ଗାମୁଛା ସହିତ ଯୋଡ଼ି ଆଣ୍ଟ କରି ଛନ୍ଦି ଦିଆଗଲା । ମହାପାତ୍ରେ ପିନ୍ଧିଥାଆନ୍ତି ଫାଲଟାମରା ଗାମୁଛା ଖଣ୍ଡିଏ । ବିନା ଅନ୍ତର୍ବସ୍ତ୍ରରେ । ବଡ଼ଦାଣ୍ଡକୁ ରଥ ଆସିଲାପରେ ତାହାର ଘୋଡ଼ଣି ଖୋଲିଦିଆଗଲା ।

ଲୋକେ ଏ ନୂଆ କାଣ୍ଡକାରଖାନା ଦେଖି ଅସମ୍ଭାଳ ହେଲେ । ଯୀଶୁଙ୍କ ମହିମା ବିଷୟରେ ଶୁଣିଥିବା ଲୋକେ ହାତଟେକି ଶରଣାଗତି ମୁଦ୍ରାରେ କୃପାଭିକ୍ଷା କଲେ । ରଥାଋଢ଼ ଯୀଶୁଙ୍କର ମହିମା ବିଷୟରେ ବେଲମା ସାହିର କିଛି ପିଲା ସାଙ୍ଗେସାଙ୍ଗେ ପ୍ରଚାର ଆରମ୍ଭ କଲେ । ଜାଗିଲି ସାହିର କିଛି ମାଇପେ ଜବର ହୁଳୁହୁଳି ମଧ୍ୟ ପକାଇବାକୁ ଆରମ୍ଭ କରିଦେଲେ । ହୁଳୁହୁଳିର କାରଣ ପଚାରିବାରୁ ଉତ୍ତର ମିଳିଲା -ଯିଏ ରଥରେ ବିଜେ କଲା ସିଏ ରଜା ନ ହେଲେ ଠାକୁର

ରଥ ରଚନା ଓ ତାହାର ସାଜସଜ୍ଜାକୁ ନେଇ ଗାଆଁଟିରେ ଏ ପର୍ଯ୍ୟନ୍ତ ଆଖ୍ୟାୟିକାମାନ ବିଛାଡ଼ି ହୋଇ ପଡ଼ିଛି । ଆଉ ପ୍ରାୟ ଆଖ୍ୟାୟିକାର ମଝିରେ ଅଛନ୍ତି ଜଣେ ଲୋକ, ଶ୍ୟାମ ପାଠୀ । ଏବେ କିଛି ଜେଗାରେ ଆର୍ଟ୍ ଅନ୍ ହ୍ୱିଲ୍ସ୍ର କଥା ଉଠୁଛି । ପାଠୀ ମହାଶୟଙ୍କର ଯୀଶୁ ଖ୍ରୀଷ୍ଟ ରଥ ବୋଧହୁଏ ଥିଲା ଓଡ଼ିଶାର ପ୍ରଥମ ଆର୍ଟ ଅନ୍ ହ୍ୱିଲ୍ସ୍’ - ଅର୍ଥାତ୍ ରଥକଳା ।

ଟୀକା: ଏହି ଲେଖାଟିର ଉପାଦାନ ଦୀନନାଥ ପାଠୀଙ୍କର ଆତ୍ମ ଜୀବନୀ ପୁଞ୍ଜିକୟାଁର ଫକୀରରୁ  ସଙ୍ଗୃହିତ । ଏହି କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିର ୨୦୧୬ ମସିହାରେ ପ୍ରକାଶିତ ୧-୧୫ ସେପ୍ଟେମ୍ବର ସଙ୍ଖ୍ୟାରେ ଛପିଥିଲା ।  

Friday, August 29, 2025

Some questions about rain

Sailen Routray



The prose poem that ends “Rain Incarnations”, titled “Barsha”, is an appropriate termination to the volume. It deserves being quoted in full. Its first stanza is a quotation from a philosophical tract –

“Whereof you have nothing meaningful to say, it is better to be silent.”/Ludwig Wittgenstein, Tractatus Logico Philosophicus// An empty space can be full of wonder, teeming with words and sound./ Blank paper, a slate, mind free of desire – all filled with possibilities./ Much can be inscribed on them or/ Nothing.”//    

“Rain Incarnations” is a slim book of sixty six pages and carries thirty five translated poems on rain by the poet and professor of politics Bishnu Mohapatra. There were thirty six poems in “Barshabatara”, the original volume in Odia published by Bhubaneswar based publishing house Paschima Publications in 2021, from which these poems have been taken.

The volume’s poems are experiments in many different poetic forms. Poems like “Barsha” and “Antaranga” are really short, and are evocative of classical poetry in bhasha literature. In “Detective”, the poet evokes the lost world of popular crime fiction in Odia, where he makes rain a sleuth in popular write Kanduri Charan Das’s novels. The poem recreates the fantastic, unreal, stylized landscape of this fictional world quite vividly and apparently effortlessly. It is a remarkable achievement, especially for a reader familiar with popular Odia literary culture. In “Rain in the footsteps of Ambedkar”, the poetic walks on the footprints of the political, poeticizing the political in the process.

For the poet, the rain is many things. Sometimes, these multiple identities are proclaimed by rain itself. In the poem “Arrival” rain says – “I am a commoner” (p. 25). In “Rain thinks of Socrates” it shares, “I am not an imitation,/ nor an image of my own being./ I am not a diminished body,/ nor its broken reflection.// You will not find me, even if you look for me./ My ideal form is not in your heaven”.// (p. 29)

The world that rain creates is populated with animate objects – books that have their mouths open, rains whose arrows tips hover over just about touching one’s skin, a world in which rain and the night are lovers, where the rain has a mouth, the night a tongue, and speech a heart, where metaphors are as concrete as objects.

A series of tense encounters also take place between the visual and the aural across the poems – between the scenes that rain paints and the sonic patterns that it engenders. In the poem “Identity” the poet says, “We see nothing”. But how then are the descriptions generated? The answer is hinted at in the poem “Separate” - “It is the sound that I see” (p. 57)

The rain is also a magician. In “Shillong’s Magician” the poet says, “Under a broken roof, eager/ house sparrows perch./ Rain wears its black gown,/ out of its conjurer’s hat/ leap a blue rabbit, then a purple frog/ and a drift of golden bumblebees are set to flight.// Out of its deep pockets rise ribbons of clouds/ one after the other/ one after the other./ In a while the pile of ribbons reaches the sky,/ Rain pockets the moon and vanishes.//” (pp. 42-43)

“Rain” is capitalized all throughout. The point to be kept in mind is that Odia does not have uppercase letters. In Odia pronouns and verbs also carry no gender. In English these do. Therefore, ascribing gender to rain is not only a poetic choice but also a political one. The solution proposed by the translator Aparna Uppaluri to this conundrum is elegant. Depending upon the poem and its micro-world, rain takes on one of the three genders in English - masculine, feminine and neuter. This ends up both approximating the gendered nature of the word in the Odia poems at the level of a volume of poems. It also adds another layer of nuance to each individual poem where rain is masculine, feminine or neuter, depending on the specific context. The engagement, competence and attention of the translator shine through the poems. The translated poems read flawlessly, with the line breaks working perfectly.

The artistic interventions by Gauri Nagpal (who also did the cover art and design of the original Odia edition) are another remarkable feature of this book. She sees her work in the volume as one of “creating a visual atmosphere”. This is a very apt description. “Rain Incarnations” is a beautiful book to a large extent because of the art work by Nagpal. Her collages in the volume are based on photos of light being reflected off water drops. This then became the bases which were transformed through water colour, charcoal, sketches, and digital montages into the images we see in the volume now. According to Nagpal, “the process of drawing each image was like patchwork, wherein, fragments of some images and their deep entanglements create a whole”.

Gauri Nagpal’s art and Aparna Uppaluri’s translations work together to help us intimately visualize the many faces of rain. Reading “Rain Incarnations” has been a very satisfying way to celebrate its early arrival this year.

Publication details of the book under review: Bishnu Mohapatra. 2025. Rain Incarnations (translated into English from the original Odia by Aparna Uppaluri; art by Gauri Nagpal). New Delhi: Speaking Tiger Books LLP.  

Note: A slightly different version of this review was first published in the fortnightly magazine Frontline.

Friday, August 22, 2025

ବାଳ ବର୍ଗ ୭

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଇଣ୍ଡୋନେସିଆ ଦେଶର ବୋରବୋଦୁର ସ୍ତୁପ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଦୁରୁବୁଦ୍ଧିଯୁକ୍ତ ଯେବେ ଅପଗଣ୍ଡମାନ
ନିଜଠାରେ ଶତୃ ପରି କରି ବିଚରଣ ।
ପାପ କର୍ମ କରି ସେ ଯେ କରନ୍ତି ବିହାର
ବଡ଼ କଷାୟ ହୁଅଇ ଫଳଟି ତାହାର ।୭।  

ମୂଳ ପାଲି ପଦ

ଚରନ୍ତି ବାଳା ଦୁମ୍ମେଧା ଅମିତ୍ତେନେବ ଅତ୍ତନା ।
କରୋନ୍ତା ପାପକଂ କମ୍ମଂ ଯଂ ହୋତି କଟୂକପ୍ଫଳଂ ।।
ଚରନ୍ତି ବାଳା ଦୁର୍ମ୍ମେଧସଃ ଅମିତ୍ରେଣୈବ ଆତ୍ମନା ।
କୁର୍ବନ୍ତଃ ପାପକଂ କର୍ମ୍ମ ୟତ୍ ଭବତି କଟୂକଫଳମ୍ । ୭।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Friday, August 15, 2025

Go through the scripture of the body

Bhima Bhoi

Translated by Sailen Routray


Shadows of a group of tourists, including a photographer,
on the slope of Mount Bromo volcano, Indonesia
Photo credit: 
commons.wikimedia.org/Jakub Hałun

Go through the scripture of this body.
Recognize the forms 
and choose the one that you must. [0]

The body extends.
It carries the empty mansion within.
Oh wise ones, understand the body.
You will surely then
arrive at the house of the absolute. [1]

In this vessel of the body
you carry the eternal one.
Manifestly, you move it back and forth.
When this vessel dissolves, 
who will be able to see His grace? [2]   

I speak directly, in front of your eyes.
But you think of it as a dream. 
This body that is the universe,
functions with His commands,
which melts even stones. [3]

Do not roam around deluded 
in the world outside.
Move towards determining the self.
To become acquainted with the ultimate,
persist in your pursuit.
He will take you to the city immaterial. [4]

The ultimate truth is always, already available.
It operates through actions.
Serve the Guru. 
Follow It through meditation,
the one who resides inside this body. [5]

He is the formless Being.
He can be seen through desireless devotion.
Bhima the Kondh says,
the lake of the Guru's lotus feet
lie high above this body. [6]

Note: Bhima Bhoi (1850-1895) was an 19th century Odia saint poet. His compositions were instrumental in the spread of Mahima religion in peninsular India, especially in the Odia speaking regions. His bhajans remain popular even today, and are performed widely. Although he was ignored by the literary establishment of his times, he is a major figure in the history of Odia literature now, with texts like "Stuti Chintamani" and "Bramha Nirupana Gita" considered as classics.

Friday, August 8, 2025

ବିସିନାଥପୁରରେ ପିଲାଦିନ ଓ ପଢ଼ାପଢ଼ି

ଶୈଲେନ ରାଉତରାୟ


ପୁରୀ ଜିଲ୍ଲାର ରାଇବେରୁଆଁ ଗାଆଁରେ ସୂର୍ଯ୍ୟାସ୍ତ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଭାଗବତ ସେଠୀ

କାଗଜପତ୍ରରେ କାଳିଆର ଜନ୍ମ ୧୯୦୧ ମସିହାର ଜୁଲାଇ ଦୁଇ ତାରିଖରେ, ଶପନେଶ୍ୱର ପାଣିଗ୍ରାହୀଙ୍କର ପତ୍ନୀୀଙ୍କର ଦଶମ ସନ୍ତାନ ଭାବରେ । ହେଲେ ଜାତକରେ ଥିବା ତଥ୍ୟ ଅନୁସାରେ ଓ ଓଡ଼ିଆ ପାଞ୍ଜି ହିସାବରେ ଦେଖିଲେ, ପିଲାଟିର ଜନମ ୧୩୦୮ ସାଲର ଶ୍ରାବଣ ମାସର ପ୍ରଥମ ରାତିରେ, କୃଷ୍ଣ ପ୍ରତିପଦା ତିଥିରେ, ମଙ୍ଗଳବାର ଦିନ । 

କାଳିଆର ପୈତୃକ ଗ୍ରାମ ହେଲା ଅବିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗାଆଁରେ । ଗ୍ରାମ୍ୟଭାଷାରେ ତାହାର ନାମ ବିସିନାଥପୁରୁ । କାଳିଆର ମାମୁଁ ଘର ବି ସେଇ ଗାଁ'ରେ ହିଁ । ବାପା ଥିଲେ ମୁକ୍ତାର । ସେ ପୁରୀ ସହରରେ କାମ ପାଇଁ ନିବାସୀ, ଘରକୁ ଶନିବାର ରାତ୍ରିରେ ଆସି ରବିବାର ଦିନ ଗାଡ଼ିରେ ଲେଉଟି ଯାଆନ୍ତି ।

କାଳିଆ କୁନିଟିଏ ହୋଇଥାଏ । ବାପା ତା'କୁ ନେଇ ଗଲେ ଗାଁ' ଇସ୍କୁଲୁକୁ ବିଦ୍ୟାରମ୍ଭ ପାଇଁ । ମାଷ୍ଟ୍ରେ ନୂଆ ଚାଟଙ୍କର ହାତ ଧରି ଚଟାଣ ଉପରେ ଖଡ଼ିରେ ବଡ଼ ବଡ଼ ମୁଣ୍ଡଳା ବୁଲାଇ ବହ୍ମା, ବିଷ୍ଟୁଁ, ମଏସର ଲେଖି ଦେଲେ । କିନ୍ତୁ ବିଦ୍ୟାଳୟରେ ରୀତିମତ ନାମ ଲେଖା ହେଲା, କାନଫୋଡ଼ା କର୍ମ ସମ୍ପନ୍ନ ହେଲା ପରେ । 

ଆଗେ ନାପିତ ଜଣଙ୍କ କାଳିଆକୁ ଛେନାଗୁଡ଼ ଖାଇବାକୁ ଦେଲେ, ଆଉ ତାପରେ କାନ ଫୋଡ଼ିଦେଲେ । ତାହା ସହ ପୁରୋହିତଙ୍କର ଗଣେଶମନ୍ତ୍ର ପାଠ ସହ କାଳିଆକୁ ନଡ଼ିଆ ଭାଙ୍ଗିବାକୁ ପଡ଼ିଲା । ଏଇ ଚୁଡ଼ାକର୍ମ ପରେ ଯ।ଇ ତା'ର ବିଦ୍ୟାଳୟ ଗସ୍ତ ସିନା ଆରମ୍ଭ । ହେଲେ ପାଠପଢ଼ା ତଦାରଖ କରିବା ପାଇଁ ଘରେ ସେମିତି କେହି ନଥାାଆନ୍ତି । ବାପା ଓ ବଡ଼ ଭାଇ ତ ଯାଇଁ ପୁରୀରେ ।

କାଳିଆର ଅସଲ ଗାର୍ଜନ ହେଲେ ପିଅସି ପୁଅ ଭାଇ ଭୋବନି ଭାଇନା, ଅର୍ଥାତ୍ ଶପନେଶ୍ୱରଙ୍କ ଭଣଜା । ସେ ନିଜ ସାନ ଭାଇଟିକୁ ଭଲ ତ ପାଉଥିଲେ ଅପର୍ଯ୍ୟାପ୍ତ । ଆଉ ତାହା ସହ, ନଡ଼ିଆ ପତ୍ରରେ ପେଏଁକାଳି ତିଆରି କରିବାଠୁଁ ଲୋକସାଧାରଣରେ ବ୍ୟବହାର ଆଦି ସବୁ କିଛି କାଳିଆକୁ ଶିଖାଉଥିଲେ । 

ହେଲେ ଭୋବନି ଭାଇନାଙ୍କର ଅସଲ ଦାୟିତ୍ୱ ଥିଲା କାଳିଆକୁ ଇସ୍କୁଲକୁ ନିୟମିତ ପଠାଇ ପାଠପଢ଼ାର ଦାୟିତ୍ୱ ବୁଝିବା । ତାହା ଅବଶ୍ୟ ସେ କେମିତି ତୁଲାଉ ଥିଲେ, ତାହା ମାଆ ଗଙ୍ଗେ ଜାଣନ୍ତି । ଏଣୁ ଧିରେଧିରେ କାଳିଆର ପାଠପଢ଼ାରେ ମତି କମିଲା, ଗାଁ' ଟୋକାଙ୍କ ସହ ଖେଳକୁଦରେ ମାତି ଦୁଷ୍ଟାମି କରିବା ବଢ଼ିଲା ।

ସେବେ ବିଦ୍ୟାଳୟଟି ଥାଏ ସଡ଼କ ଉପର ଜାଗା ଘରେ । ଗାଁ ଭିତରର ଇସ୍କୁଲୁ ଘରଟି ସେତେବେଳ ସୁଦ୍ଧା ଭାଙ୍ଗି ଯାଇଥାଏ । ଗାଆଁ ସ୍କୁଲର ମାଷ୍ଟରମାନଙ୍କର ମତିଗତି ପିଲାଙ୍କ ପାଠପଢ଼ାର କିଛି ବେଶି ସହାୟକ ନଥାଏ । 

ଗାଁ ସ୍କୁଲରେ ଶିକ୍ଷକ ଥାଆନ୍ତି ଅଲେଖଚନ୍ଦ୍ର ଶତପଥି, କାଳିଆର ନିକଟ ସମ୍ପର୍କୀୟ ଭିଣୋଇ । ସେ ଥିଲେ ଜଣେ ନିଷ୍ଟୁର, ନିର୍ମମ ଅଧ୍ୟାପକ । ପିଲାଙ୍କ ଉପରେ ତାଙ୍କର ମାଡ଼ ଦେଖିଲେ ପଥର ମଧ୍ୟ ତରଳି ଯିବ । ତାଙ୍କର ବେତଟି ନିୟମିତ ଛାତ୍ରମାନଙ୍କର ଦେହ ସାରା ବୁଲି ଆସେ, କୌଣସି ତଥାକଥିତ ତାତ୍କାଳିକ କାରଣ ଥାଉ ବା ନଥାଉ ।

ହେଲେ ପାଠପଢ଼ା ଛଡ଼ା ବାକି ବହୁତ କାମ ଦିନସାରା ହୁଏ । କାହା ବାଡ଼ିରେ ଆମ୍ବ ଗୋଟା ହୁଏ । କକେଇ ଘର ଗଡ଼ିଆରେ ପହଁରା ମଧ୍ୟ ଚାଲେ । ତାହା ବ୍ୟତୀତ ମାଛ ଧରା, ଗଛ ଚଢ଼ା, ମହୁ ଧରା, ଆଦି ତ ନିୟମିତ କରାଯାଏ ସାଙ୍ଗମେଳରେ । ଯେତେ ଦୁଷ୍ଟାମି କରାଗଲେ ବି, ସେ ବେଳର ଗ୍ରାମୀଣ ପରିବେଶରେ ସାହିତ୍ୟ ଓ ସଂସ୍କୃତିର ଶିକ୍ଷା ଅବଲୀଳା କ୍ରମେ ହେଉଥାଏ । 

ଅଲା ଭାଇନା ଗାଆନ୍ତି ପ୍ରାଚୀନ ଓଡ଼ିଆ କବିତାର ଅନେକ ଛାନ୍ଦ - ଗାଇବା ସହ ଅର୍ଥ ମଧ୍ୟ ବୁଝେଇ ଦିଅନ୍ତି । ସେହିପରି ବାଞ୍ଛା କକେଇ କୌଣସି ସଙ୍ଗୀତ କି ଆଖଡ଼ା ଦଳରେ ନଥିଲେ । ହେଲେ ବଇଠକି ଗାଆଣ ଢାଞ୍ଚାରେ ସେ ଥିଲେ ଜଣେ ଭଲ ଗାୟକ । 

ଛୁଟି ଦିନମାନଙ୍କରେ ବାପାଙ୍କୁ ଭେଟିବାକୁ ଅନେକ ଲୋକ ଆସନ୍ତି । ଅନେକ ସମୟରେ ଦେଖିବାକୁ ମିଳନ୍ତି ପାଞ୍ଚ କୋଶ ଦୂର କୁମ୍ଭାରପଡ଼ାର ସଦେଇବାବୁ । ତାଙ୍କୁ ଗଣିତ ଓ ଜ୍ୟୋତିଷ ଶାସ୍ତ୍ର ଉତ୍ତମ ରକମ ଜଣା । ସେ ଆସିଲେ ମାଳିକା, ଅମର କୁମରଅଚ୍ୟୁତାନନ୍ଦ ଦାସଙ୍କର 'ଶୂନ୍ୟ ସଂହିତା', ନନ୍ଦ ଦାସଙ୍କ 'ଅଣାକାର ସଂହିତା' ଆଦି କେତେନାକେତେ ଶାସ୍ତ୍ର ଆଲୋଚନା ହୁଏ ।

ସବୁ ଦୁଷ୍ଟାମି ଭିତରେ କାଳିଆର ପାଠପଢ଼ା କିନ୍ତୁ ଚାଲିଥାଏ । ଅତି ଭଲ ଛାତ୍ର ନହେଲେ ବି କାଳିଆ ସାହିତ୍ୟ, ଇତିହାସ, ଅଙ୍କ, ଭୂଗୋଳ, ସ୍ୱାସ୍ଥ୍ୟରକ୍ଷା, ଡ୍ରଇଁ ଆଦି ସବୁ ବିଷୟରେ ଠିକ୍‌ଠାକ୍ ନମ୍ବର ରଖି ବୃତ୍ତି ପରୀକ୍ଷା ପାଇଁ ନିର୍ବାଚିତ ହେଲା । ହେଲେ ସେଇ ପରୀକ୍ଷାରେ ବସିବାର ସୌଭାଗ୍ୟ କେବେ ପିଲାଟିର ଘଟିଲା ନାହିଁ । 

ଏସବୁ ଭିତରେ କାଳିଆର ଲେଖାଲେଖି ବି ଆରମ୍ଭ ହୁଏ । ପ୍ରଥମେ ତାହା ରୂପ ନିଏ ସାଙ୍ଗମାନଙ୍କୁ ତୋଟାମାଳରେ, ଗଡ଼ିଆ କୂଳରେ ଗପ କହି । ପରେ ବିସିନାଥପୁରର ମାଟିପାଣିରେ ଜଡ଼ସଡ଼ ହୋଇ ବଢ଼ୁଥିବା ସେଇ ଛୋଟ ପିଲାଟି ବଡ଼ ହୋଇ ଲେଖେ ମାଟିର ମଣିଷ

ବି.ଦ୍ର. ଏହି ଲେଖାଟିର ଉପାଦାନ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ ଅଙ୍ଗେ ଯାହା ନିଭାଇଛିରୁ ସଙ୍ଗୃହିତ । ବହିଟି କଟକସ୍ଥ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ ୨୦୦୬ ମସିହାରେ ପ୍ରକାଶିତ ବହିଟିର ପ୍ରଥମ ସଂସ୍କରଣର ତାରିଖ ଦିଆଯାଇ ନାହିଁ । ଏଇ କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୬-୩୦ ଏପ୍ରିଲ୍, ୨୦୧୬ ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା ।

Friday, August 1, 2025

He is a slave to devotion

Bhima Bhoi

Translated by Sailen Routray


Photo credit: commons.wikimedia.org/Mayooranathan

He is a slave
to His devotees' devotion. [0]

He is not there in desires.
He abides in desirelessness. 
He reveals Himself in true speech. [1]

Have you been initiated with a mantra?
Have you made someone into a guru?
The instructions 
are available beforehand. [2]

An embodied being is born.
It won't take anything along.
What remain 
are honour and dishonour. [3]

The Lord has given everything 
in the womb itself.
All that has perished 
through the pursuit of one's own happiness. [4]

One could not quite get hold of It.
One is caught in delusion.
That is nobody's fault. [5]

Bhima the Kondh says,
do not blame the Guru.
The grace of his feet are endless. [6]

Note: Bhima Bhoi (1850-1895) was an 19th century Odia saint poet. His compositions were instrumental in the spread of Mahima religion in peninsular India, especially in the Odia speaking regions. His bhajans remain popular even today, and are performed widely. Although he was ignored by the literary establishment of his times, he is a major figure in the history of Odia literature now, with texts like "Stuti Chintamani" and "Bramha Nirupana Gita" considered as classics.

That effulgent radiance Bhima Bhoi Translated by Sailen Routray Photo credit: commons.wikimedia.org/Mayooranathan  That effulgent radiance d...