Monday, November 28, 2022

Living a Life as if God Mattered

Sailen Routray


For many of us, a life of work and a life of spiritual/religious seeking do not go together. We see an adhyatmic life as dealing with esoteric matters. And our work life is supposed to consist of matters eminently practical. However, this just might be a confusion of terms.

Mrinalini Mata (1931-2017), fourth president and spiritual head of Yogoda Satsanga Society of India/Self Realization Fellowship, in her pocket sized book, 'Manifesting Divine Consciousness in Daily Life,' shows us why seeking God is the most practical of things that we can do, why our work lives make sense only in the context of this larger seeking, and what we can do to lead an integrated life.

According to Mrinalini Mata, religion is not about scriptural erudition, nor is it about blind belief. Religion, to be truly universal, is essentially a method of ending the miseries that we experience in our minds, bodies and souls, permanently. Surely then, this is the most practical of all endeavors. What are we all seeking if not the ending of sorrow and the gaining of permanent joy?

Why are we all unhappy then? We are sorrowful because we think that we are ego-bound entities, separate from God. The path and the goal of sadhana is to realize our oneness with the omnipresence of God, so that we know unfailingly, all the time, that the joy we seek is within us, that the Kingdom of God is truly within our hearts.

This belief that we are conditioned beings causes us sorrow by breeding attachment and ignorance. One way in which we can free ourselves is by trying continuously to go beyond the preferences of the ego. Another path to do this is by building up one's will. Cultivating evenmindedness when faced with pain and suffering also helps in transcending one's identification with the ego; so does rising above one's moods.

But the moot question is how does one cultivate these virtues, which also help us in being more effective at the service we provide at our work spaces? The book discusses regular daily meditation as one key way in which we can experience God's presence in our daily lives.

In the second part of the book, the author discusses one particular tradition of meditation, that of Kriya Yoga. In this section of the booklet Mrinalini Mata shares her understanding of the appropriateness of Kriya Yoga to the modern era, and how it can potentially help in being 'anchored in God while active in the world.'

This tiny book is a crisp and concise introduction to a key spiritual tradition of our times. For those of us who want to reduce the distance between our work lives and our journeys as spirits, it answers some important queries and opens up spaces for exploring some additional, relevant questions.

Mrinalini Mata. 2018 (First Indian Paperback Edition in 2013). 'Manifesting Divine Consciousness in Daily Life'. Kolkata: Yogoda Satsanga Society of India. 108 pages + viii. Rs. 45.

Saturday, November 26, 2022

ଛାତ୍ର ବନ୍ଧୁ ଗୟାଧର ରାଉତ

ଶୈଲେନ ରାଉତରାୟ


ଯାଜପୁର ଜିଲ୍ଲାର ହଳଦିଡିହଠାରେ ଏକ ପୋଲ (ୱିକିମିଡିଆ କମନ୍ସ୍/ଦୀପକ ଦାସ)


କୁଷ୍ଟଁ ତ୍ରିପାଠିଏ ବାଣପୁରର ମଣିଷ । ୧୯୧୧ ମସିହାରେ ଜନମ । ଅର୍ଥାତ, ଗୋପୀନାଥ ମହାନ୍ତିଙ୍କ (୧୯୧୪ ମସିହାରେ ଜନ୍ମ) ପ୍ରଜନ୍ମର ଲୋକ । ହେଲେ ଗୋପୀ ବାବୁଙ୍କ ଠାରୁ ବୟସର ବଡ଼ । ବୃତ୍ତି ଓ ପ୍ରବୃତ୍ତିରେ ଶିକ୍ଷକ । ଚିତ୍ତରେ କବି: ମାୟାଧର ମାନସିଂହ ଓ ରାଧାନାଥ ଗଡ଼ନାୟକ ଇତ୍ୟାଦିଙ୍କ ପରି ଛନ୍ଦବଦ୍ଧ କବିତାମନସ୍କ ଲୋକ । ୧୯୩୯-୪୦ ମସିହାରେ ତ୍ରିପାଠୀଏ ଆଠମଲ୍ଲିକରେ ମାଷ୍ଟ୍ରିଆ ପାଇଟି ଛାଡ଼ି ଯାଜପୁର ଗଲେ ।  ବିରଜାକ୍ଷେତ୍ର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହେଡ଼େ ପଣ୍ଡିତଗିରି କରିବା ପାଇଁ । 

ଏହାଥିଲା ବାବୁଙ୍କର ତୃତୀୟ ମାଷ୍ଟ୍ରିଆ ଚାକିରୀ । ପ୍ରଥମେ ବଉଦରେ । ତାହା ପରେ ଆଠମଲ୍ଲିକରେ । ଆଉ ତୁରୁତିୟରେ ବିରଜାଇଙ୍କ କ୍ଷେତ୍ର ଯାଜପୁରରେ । ସେତେବେଳେ କବିଙ୍କୁ ମାତର ୨୮-୨୯ ବର୍ଷ ବୟସ । ବିରଜା ମ.ଇ. ବିଦ୍ୟାଳୟରେ ପ୍ରାୟ ଦୁଇ ବରଷ ଶିକ୍ଷକତା କଲେ । ସେହି ଦୁଇ ବର୍ଷ ଭିତରେ ଜଣେ ଛାତ୍ର ଗୟାଧରଙ୍କର ସ୍ନେହର ବନ୍ଧନରେ କବି ବାନ୍ଧି ହୋଇଗଲେ । 

ଗୃହତ୍ୟାଗୀ ଶିକ୍ଷକ ସେତେବେଳେ ଛାତ୍ରମାନେ ରହୁଥିବା ହଷ୍ଟେଲର ହିଁ ଗୋଟିଏ ବଖରାରେ ବସା କରି କାଳାତିପାତ କରୁଥାଆନ୍ତି । ବୋର୍ଡ଼ିଙ୍ଗଟିର ଚାରିପଟେ ଦେବଦାରୁ, ଆମ୍ର, ଶ୍ରୀଫଳ ଇତ୍ୟାଦି ବୃକ୍ଷର ବନ ।  ସେହି ବୋର୍ଡ଼ିଙ୍ଗରେ ରହିବା ଭିତରେ ହିଁ କୁଷ୍ଟଁବାବୁଙ୍କର ଗୟାଧରଙ୍କ ସହିତ ପରିଟିତି ହେଲା । ଅତ୍ୟନ୍ତ ପ୍ରତିଭାବାନ ସପ୍ତମ ଶ୍ରେଣୀର ଛାତ୍ର ।  ବୟସ ମାତର ତେର ଚଉଦ ବରଷ । 

ଛାତ୍ରଙ୍କର ପ୍ରତିଭା ହିଁ ଗୁରୁଙ୍କୁ ଆକୃଷ୍ଟ କଲା ।  ଗୟାଧରଙ୍କର ଗ୍ରାମର ନାମ ଲାଲବାଗ । ବଇତରଣୀ ନଈର ଅନ୍ୟ କୂଳରେ । ଯାଜପୁର ନଗରଠାରୁ ଲାଲବାଗଠାରେ ସ୍ଥିତ ତାଙ୍କର ଘର ତିନି କିଲୋମିଟର ଖଣ୍ଡେ ବାଟ ହବ । ନଈ ସେପାରି ଘର ହୋଇଥିବାରୁ ବୋର୍ଡ଼ିଙ୍ଗରେ ରହୁଥାଆନ୍ତି । ଗୟା ମାତୃହୀନ । ସାବତ ମା । 

ବିମାତା ସେପରି କିଛି ବିଶେଷ ସ୍ନେହୀ ମହିଳା ନଥିଲେ । ବ୍ୟବସାୟ ଉଦ୍ଦେଶ୍ୟରେ ପିତା କଲିକତାରେ ରହୁଥାଆନ୍ତି । ବାପାଙ୍କର ଶିକ୍ଷା ଦୀଷା କିଛି ନ ଥାଏ । ହେଲେ ଘରେ ପ୍ରତିଭାର ବିକାଶ ପାଇଁ ସେପରି କିଛି ସୁହାଇଲା ଭଳି ପରିବେଶ ନଥିଲେ ମଧ୍ୟ, ଚରିତ୍ର, ସୌଜନ୍ୟ, ଗୁଣ ଓ ମମତ୍ୱ ଦୃଷ୍ଟିରୁ ଅସାଧାରଣ  ପିଲାଟିଏ ଗୟାଧର ।   

ଧିରେ ଧିରେ ଦୁହିଁଙ୍କ ଭିତରେ ସ୍ନେହମମତାର ବନ୍ଧନ ଗଭୀର ହୋଇଆସିଲା । ଛାତ୍ରରୁ ଗୟାଧର ବନିଲେ ସାଥି  ଓ ବନ୍ଧୁ, ପ୍ରାଣଠାରୁ ପ୍ରିୟ । ଶ୍ରେଣୀର କୋଠରୀରେ, ଖେଳ ପଡ଼ିଆରେ, ଦୋକାନବଜାରରେ, ସଭାରେ, ଉତ୍ସବ ଅନୁଷ୍ଠାନରେ, ଏସବୁ ଯାଗାରେ ନିଜର ପ୍ରିୟ ଛାତ୍ର ବନ୍ଧୁଙ୍କ ସହିତ ଶିକ୍ଷକ ଜଣକ ଥାଆନ୍ତି । 

ଛାତ୍ରଙ୍କର ପ୍ରତିଭା ହିଁ ବନ୍ଧୁତାର ଆଦ୍ୟ ସ୍ଫୁରଣ କରିଥିବାରୁ ଗୁରୁଙ୍କର ସବୁବେଳେ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥାଏ କି ଗୟାଧରଙ୍କର ପ୍ରତିଭାର କିପରି ଉନ୍ମେଷ ଘଟିବ । ଆଶା ଥିଲା ସେ ବୟଃପ୍ରାପ୍ତ ହୋଇ ଗୟା କବି ବନିବେ, ଦେଶର ନତୃତ୍ତ୍ୱ ନେବେ, ଲେଖକ ହେବେ । 

ତ୍ରିପାଠୀ ଆଜ୍ଞା ନିଜର ପ୍ରିୟ  ଲେଖକଗଣ, ଯଥା, ଗୋପବନ୍ଧୁ ଦାଶ, ଗୋଦାବରୀଶ ମିଶ୍ର, ମାୟାଧର ମାନସିଂହ, କୁନ୍ତଳାକୁମାରୀ ସାବତ, ଶଶୀଭୂଷଣ ରାୟ, ମଧୁସୂଦନ ରାଓ, ଫକୀରମୋହନ ସେନାପତି ଆଦିଙ୍କର ଗପ, କବିତା, ଉପନ୍ୟାସ ଓ ଅନ୍ୟାନ୍ୟ ଲେଖାଗୁଡ଼ିକୁ ନିଜର ପ୍ରାଣପ୍ରିୟ ଶିଷ୍ୟଙ୍କର ହାତରେ ତୋଳିଦେଉଥିଲେ । 

ତାଙ୍କର ଆଶା ଥିଲା  ଛାତ୍ରଜଣଙ୍କ ଏହି ଲେଖକମାନଙ୍କର ଆଦର୍ଶରେ ଅନୁପ୍ରାଣିତ ହେବେ । ନିଜେ ଲେଖି, ବହୁସ୍ରାବୀ କଲମ ଉତ୍ତୋଳନ କରି, ଜାତୀୟ ସାହିତ୍ୟର ମହାସ୍ରୋତକୁ ଉତଫୁଲ୍ଲିତ କରିବେ । ଗୁରୁଙ୍କ ସାହଚର୍ଯ୍ୟରେ ଆସି ଗୟା କବିତା ଲେଖନ୍ତି । ଗପ ମଧ୍ୟ । ଗପ ଓ କବିତାର ଭାଷା ପ୍ରାଣୋତ୍ସଳ ଭରା । 

ଦିନକର କଥା । କାର୍ତ୍ତିକ ପୂର୍ଣ୍ଣିମା । ବଇତରଣୀର ନଈବାଲି ଉପରେ ଲୋକ ସାଲୁବାଲୁ । ମେଳା ପଡ଼ିଛି । ଦୋକାନ ବଜାର ମାଳମାଳ । କିଣାବିକାର ଗହଳି । ଲୋକଙ୍କର କୁହାଟ । ଛାତ୍ର ଓ ଶିକ୍ଷକ, ଜଣା ଓ ଅଜଣା - ସବୁ ଲୋକେ ନେତ୍ରସ୍ଥ ହେଲେ । ହେଲେ ଦୁଶିଲେ ନାହିଁ ଜଣେ, ଯିଏ ଦୁଶିବାର ନିହାତି ଆବଶ୍ୟକ ଥିଲା - ପ୍ରିୟ ଛାତ୍ର ଗୟାଧର । 

ଶିକ୍ଷକ ଶୁଣିଲେ ଗୟା ଘରେ, ନଈ ସେପାରିରେ, ଜ୍ୱରଗ୍ରସ୍ତ । ବିମାତା ଯତ୍ନ ନେଉନାହାନ୍ତି । ନିଃସଙ୍ଗ ହୋଇ ଚାରିଦିନ ହେଲାଣି ଜରରେ ଖାଲି ପେଟରେ ସିଝୁଛନ୍ତି । କୁଷ୍ଟଁବାବୁ ଶୁଣି ସମ୍ଭାଳି ହୋଇ ରହିପାରିଲେ ନାହିଁ । ତତକ୍ଷଣାତ ଯାଜପୁରର ବଜାରରୁ କିଛି କମଳା, ଦ୍ରାକ୍ଷାଫଳ, ଲେମ୍ବୁ, ସେଉ ଇତ୍ୟାଦି ଫଳ ଧରି, ସାଇକେଲଟିରେ ଛୁଟିଗଲେ ନଈ ସେପାରି ଲାଲବାଗ ଗାଁକୁ ।

ଗୟାଧର ଦାଣ୍ଡ ଘରେ ଚାଦର ଘୋଡ଼ି ହୋଇ ଶୋଇଥାଆନ୍ତି । ପାଖରେ କେହି ନଥାନ୍ତି । ଦେହରେ, କପାଳରେ ତାତି । କମଳା ଚୋପା ଛଡ଼ାଇ କୁଷ୍ଟଁବାବୁ ଗୟାଧରଙ୍କୁ ଖୋଇଦେଲେ । ଅଙ୍ଗୁର କୋଳି ନିଜ ଜ୍ୱରଗ୍ରସ୍ତ ହାତରେ ସିଏ ଖାଇଲେ । ପରୀକ୍ଷା ଦେଇ ନ ପାରିବାର ଚିନ୍ତାରେ ତାଙ୍କର ଆଖିରୁ ଲୁହ ଗଡ଼ିଗଲା । 

ଗୁରୁ ସାନ୍ତ୍ୱନା ଦେଲେ । ଉତ୍ସାହ ଦେଲେ । ସପ୍ତାହକ ପରେ ସାଷ୍ଟାମ ହୋଇ ଗୟାଧର ଇସ୍କୁଲୁ ଫେରିଲେ । ଗୟାଧର ନାମଟି ଗୁରୁଙ୍କ ମନରେ ରୋମାଞ୍ଚ ସୃଷ୍ଟି କରିଛି । ଦଶନ୍ଧି ଦଶନ୍ଧିର ବ୍ୟବଧାନ ପରେ ମଧ୍ୟ କବିଙ୍କର ମାନସପଟଳରେ ସେଇ ନାମ ନାଚିଯାଇଛି । ସେଇ ନାମର ରୂପ, ସେଇ ରୂପର ଗୁଣ ଓ ପ୍ରତିଭା ପୁଲକ ସୃଷ୍ଟି କରିଛି । 

ପ୍ରତିଭା ଛଡ଼ା ଗୟାଙ୍କର ଗୁରୁସେବା ତ୍ରିପାଠୀବାବୁଙ୍କୁ ନିଜର କରିଥିଲା । ବିରଜା ମଧ୍ୟ ଇଂରାଜୀ ଛାତ୍ରାବାସରେ ଥରେ କୃଷ୍ଣବାବୁ ମେଲେରିଆ ଜର ଭୋଗୁଥାଆନ୍ତି । ଦିନେଦୁଇଦିନ ନୁହେଁ । ତିନି ସପ୍ତାହ ଧରି ପାଳିଜର ଆକ୍ରାନ୍ତ କରି ରଖିଥାଏ ଦେହକୁ, ମନକୁ, ଆତ୍ମାକୁ । 

ତାଙ୍କ ଦେହରେ ଅନେକ ତାତି । ଓଦା ଚାଉଳ ଛାଟି ଦେଲେ ଚମ ଉପରେ ମୁଢ଼ି ଫୁଟିଯିବ । ବାନ୍ତି, କମ୍ପ, ଜରରେ ଅବସ୍ଥା ନାହିଁ ନ ଥିବା । ଜିଭ ଶୁଖି ଓଠ ମୁଦି ହୋଇଯାଉଥାଏ । ପଦାକୁ ଯାଇ ମଳମୂତ୍ର ତ୍ୟାଗ କରିବା ପାଇଁ ମଧ୍ୟ ବଳ ନଥାଏ । ଛାତ୍ରମାନେ ଆସନ୍ତି । ସମବେଦନା ଜ୍ଞାପନ କରନ୍ତି । ଚାଲିଯାଆନ୍ତି । 

ମୁଣ୍ଡ ପାଖରେ ବସିରହିଥାଆନ୍ତି ଖାଲି ଗୟାଧର ରାଉତ । କପାଳରେ ଓଦାକନା ଦିଅନ୍ତି । ବାନ୍ତି, ଛେପ ଓ ଖଙ୍କାର ସଫା କରନ୍ତି । ଧରିଧରି ପଦାକୁ ନେଇ ଝାଡ଼ା ପରିସ୍ରା କରାଇବାର ବ୍ୟବସ୍ଥା କରାନ୍ତି । ଯାଜପୁରନଗରରୁ  ବ୍ରଜବାବୁ ଡାକତରଙ୍କୁ ଡାକି ଆଣନ୍ତି । ଓଷପାଣିର ବେବସ୍ତା କରନ୍ତି । 

ଶିଷ୍ୟଙ୍କର ସେବାରେ ଗୁରୁଙ୍କୁ ପୁନର୍ଜୀବନ ଲାଭ ହୁଏ । ଏଣୁ ସେ ତାଙ୍କୁ ସର୍ବଦା ମୁଗ୍ଧ ଦୃଷ୍ଟିରେ ଚାହାନ୍ତି । କାରଣ ତାଙ୍କୁ ବାଳକ ଗୟା ଭିତରେ ଭବିଷ୍ୟତର ପ୍ରତିଭାବନ ଜଣେ ଯୁବକ ଦିଶେ, ଯିଏ ନିଜର କଲମରେ, କଥାରେ ଓ କାମରେ ଦେଶର, ଜାତିର, ଭାଷାର ସେବା କରିଚାଲିଛି । ବିରଜା ବିଦ୍ୟାଳୟର କେହି କେହି ଶିକ୍ଷକ ଏହି ସମ୍ପର୍କକୁ ଭିନ୍ନଦୃଷ୍ଟିରେ ଦେଖୁଥିଲେ ହେଁ ସେଥିକୁ କବି ଖାତିର କରିନାହାନ୍ତି । 

୧୯୪୦ ମସିହାରେ ଗୟାଧର ମାଇନର ପରୀକ୍ଷା ଦେଇ ପାସ କଲେ । ୧୯୪୧ ମସିହାରେ ଯାଜପୁର ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଲେ । ସେଇ ୧୯୪୧ରେ କୃଷ୍ଣଚନ୍ଦ୍ର ତ୍ରିପାଠୀ ବିରଜା ମଧ୍ୟ ଇଂରାଜୀ ବିଦ୍ୟାଳୟର ଶିକ୍ଷକତା ପରିତ୍ୟାଗ କଲେ । ବାଲେଶ୍ୱର ମିଶନ ଉଚ୍ଚ ବିଦ୍ୟାଳୟକୁ ଶିକ୍ଷାଦାନ କରିବା ପାଇଁ ଚାଲିଗଲେ । ବାଲେଶ୍ୱର ଯିବା ପାଇଁ ଗାଡ଼ିରେ ବସିଥିବା ବେଳେ ଦେଖାହେଲା ଗୟା ସହିତ । 

ହାତ ଧରି ପ୍ରିୟ ଛାତ୍ରକୁ  ନିରନ୍ତର କଲମ ଚାଳନା କରିବା ପାଇଁ ଅନୁରୋଧ କରି ଯାଜପୁର ରୋଡ଼ ଟେସନକୁ ଚାଲିଗଲେ ବାଲେଶ୍ୱର ପାଇଁ ରେଳଗାଡ଼ି ଧରିବା ପାଇଁ । ଜାଣି ନଥିଲେ ପ୍ରିୟତମ ସହ ତାହା ହେବ ଶେଷ ଦେଖା । ପରେ ଗୟାଧରଙ୍କର ଜଣେ ସହପାଠୀ କ୍ଷେତ୍ରମୋହନ ପାଣିଗ୍ରାହୀଙ୍କ ଠାରୁ ତାଙ୍କ ବିଷୟରେ ଖବର ପାଇଲେ । 

ଯାଜପୁର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାରମ୍ଭ କରିବାର ମାତ୍ର ଦୁଇ ବରଷ ପରେ ଗୟା ପାଠପଢ଼ା ଛାଡ଼ି ଦେଲେ । ତାହା ପରେ ବିବାହ କଲେ । ବିବାହର ଫଳଶୃତି ହେଲା ଖୁବ ଶୀଘ୍ର ଗୋଟିଏ କନ୍ୟାସନ୍ତାନ ଲାଭ । ହେଲେ ତାହା ପରେ କୌଣସି ରୋଗରେ ଗୟା ପ୍ରାଣତ୍ୟାଗ ଗଲେ । 

ଟୀକା: ଲେଖାଟି ପାଇଁ ଉପାଦାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ ‘ନିରବଧି ନିରବ’ରୁ ନିଆଯାଇଛି । ଲେଖକ ଦ୍ୱାରା ବହିଟିର ବ୍ୟବହୃତ ସଂସ୍କରଣଟି ୨୦୧୩ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥ ପ୍ରକାଶକ ‘ସମନ୍ୱୟ’ଙ୍କ ଦ୍ୱାରା ପ୍ରକାଶିତ । ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

Wednesday, November 23, 2022

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଯମକ ବର୍ଗ ୧୩-୧୪

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପଦ୍ୟାନୁବାଦ


ବୃଷ୍ଟି ପ୍ରବେଶିଲା ପରି ଛିଦ୍ରଯୁକ୍ତ ଘରେ 
ଅଭ୍ୟାସରହିତ ଚିତ୍ତେ ରାଗ ବିଦ୍ଧ କରେ । ୧୩।

ବୃଷ୍ଟି ନପଶେ ଯେପରି ଘର ସ୍ୱାଚ୍ଛାଦିତେ 
ରାଗ ବିଦ୍ଧ କରେ ନାହିଁ ସୁଭାବିତ ଚିତ୍ତେ  । ୧୪।

ମୂଳ ପାଲି ପଦ


ଯଥା ଅଗାରଂ ଦୁଚ୍ଛନଂ ବୁଟ୍ଠୀ ସମତିବିଜ୍ଝତି ।
ଏବଂ ଅଭାବିତଂ ଚିତ୍ତଂ ରାଗୋ ସମତିବିଜ୍ଝତି । ୧୩।

ଯଥା ଅଗାରଂ ଦୁଚ୍ଛନଂ ବୁଟ୍ଠୀ ନ ସମତିବିଜ୍ଝତି ।
ଏବଂ ସୁଭାବିତଂ ଚିତ୍ତଂ ରାଗୋ ନ ସମତି ବିଜ୍ଝତି । ୧୪।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

Friday, November 4, 2022

On Reading 'Marcovaldo'

Sailen Routray



I finished reading 'Marcovaldo' by Italo Calvino (1923-1985) just now. Just now means today; this afternoon. The inscription on the inner cover says, ‘Happy Reading; Love, Julu.’ ‘Julu’ being Odia filmmaker Bharadwaj Panda. I noticed the legend only after reading the book. I had forgotten that I had received the volume as a gift many autumns back. 

I would have started reading it at least four times; but being the dissolute reader that I am, never ended up finishing it till today. Perhaps that is not surprising, given the fact that 'Marcovaldo' is a small book (121 pages long, excluding the six lines long author’s note); it has always been difficult for me to finish short books than long ones.  

But this aside is not about my reading habits. It is about 'Marcovaldo' which is a collection of twenty stories (which are short, although not ‘short stories’ for sure – the shortest one, ‘The municipal pigeon,’ being less than three pages long and ‘The garden of stubborn cats,’ is the longest, at nearly 11 pages) around a character who shares his name with the volume’s title. 

According to an author’s note that precedes the book’s stories, their geography is an industrial city in the northern parts of Italy. The first few of these stories (it is not revealed by the author exactly which ones) were set in the early 1950s, in the immediate aftermath of World War II and the overthrow of fascism. And the last stories to be written date from the middle of the 1960s. 

Each story is set in a season – Spring, Summer, Autumn, and Winter – and this schema is evocative of a pastoral setting, where life is supposed to move in the familiar groves of circular, Arcadian time. However, Marcovaldo’s world in the north Italian industrial city could not be more distant from this. As a first-generation migrant, he longs for sleeping out in the open, the taste of wild mushrooms, and the simple joys of fishing, for example. Does he get his heart’s desire? I really cannot discuss any action that transpires in these stories without giving the stories away.

The stories move in cycles of four units – spring, summer, autumn, winter – (five in total; four fives are twenty) in an imposition of the rhythm of cyclical time on a collection of stories that apparently deals with events that a Marxist could read as stories of capitalist alienation. But these can be perhaps more productively understood as tales of re-enchantment through narrative. 

These stories alert us to the fact that the mythic is a part of the everyday, where the trickster character need not be embodied, and that the city itself can be a Maya created labyrinth where nothing is what it seems. Thankfully, although Marcovaldo’s city deceives, it does not kill, it does not destroy; unlike many of the post-industrial urban agglomerations of our global present.  

Tuesday, November 1, 2022

ଛଅ ଦୁଗୁଣେ ବାଆର

ଶୈଲେନ ରାଉତରାୟ


ବାରବାଟୀ ଦୂର୍ଗରେ ହାତୀଶାଳର ଧ୍ୱଂଶାବଶେଷ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/ବିକାଶ ଦାସ

‘ଛଅ ଦୁଗୁଣେ ବାଆର, ମିଡିଲିଆ ଚୋର’ । ଶିକ୍ଷାବିତ ସର୍ବେଶ୍ୱର ଦାଶ ନିଜ ଗାଆଁ ବାଟ ଦେଇ ସମ୍ବଲପୁରରୁ ଆସି କଟକରେ ଟ୍ରେନିଙ୍ଗ ବିଦ୍ୟାଳୟ ସଂଲଗ୍ନ ମିଡିଲ୍ ସ୍କୁଲରେ ଯେବେ ତୃତୀୟ ଶ୍ରେଣୀରେ ନାମ ଲେଖାଇଲେ, ସେତେବେଳେ ତାଙ୍କୁ ଏହିପରି ଟାହୁଲି ଗୀତ ଅନ୍ୟ ସ୍କୁଲର ପିଲାଙ୍କଠାରୁ ଶୁଣିବାକୁ ପଡ଼ୁଥିଲା । ଏଥିକୁ ଅନ୍ୟ ଇସ୍କୁଲ ପିଲାଙ୍କୁ ମିଡିଲିଆ କଥା ଲେଉଟାନ୍ତି - ‘କଲେଜିଏଟ୍, ପାନ ବିଡ଼ି ସିଗାରେଟ୍’, ‘ମିଶନ୍, ଫେସନ୍’ ।  ଅବଶ୍ୟ ମିଡିଲ ସ୍କୁଲରେ ତୃତୀୟ ଶ୍ରେଣୀରୁ ଉଠି ପର ବର୍ଷ ସେଇ କଲେଜିଏଟେରେ ହିଁ ସର୍ବେଶ୍ୱର ବାବୁ ଚତୁର୍ଥ ଶ୍ରେଣୀରେ ନାମ ଲେଖେଇଲେ । 

୧୯୩୧ ମସିହା ହବ ବୋଧେ । ସେ କଲେଜିଏଟ ସ୍କୁଲରେ ଯୋଗ ଦେଲା ବେଳକୁ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ପଢ଼ୁ ଥାଆନ୍ତି ୧୦ କି ୧୧ କିଲାସରେ । ସେ ଫୁଲ ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସନ୍ତି । ଆଉ ଖେଳରେ ସବୁ ପୁରସ୍କାର ତକ ଉପରେ ସେ ନିଜ ନାଁ ଯେପରି ଲେଖାଇ ନେଇ ଥାଆନ୍ତି ।

କଟକରେ ସର୍ବେଶ୍ୱରଙ୍କ ପରିବାର ରହୁଥିଲେ ସାହେବଜାଦା ବଜାରରେ । ନିମଚଉଡ଼ିରୁ ଟ୍ରେନିଂ କଲେଜ ଯାଇଥିବା ରାସ୍ତା ଉପରେ ଘର, ଯାହାର ଏବର ନାମ ଭାଷାକୋଷ ସରଣୀ । ସ୍କୁଲରେ ସର୍ବେଶ୍ୱର ପିଲାବେଳରୁ ହିଁ ପ୍ରଥମ ହୁଅନ୍ତି । ତେଣୁ ମାଡ଼ଗାଳିର ତାଡ଼ନା ନଥାଏ । ତାହା ଛଡ଼ା ସେ ଚତୁର୍ଥ, ପଞ୍ଚମ, ଷଷ୍ଠ ଶ୍ରେଣୀରେ ମନିଟର ବି ହେଲେ । ତିନି ଥର ଲାଗଲାଗ । ଏହା ଥିଲା କଲେଜିଏଟ ବିଦ୍ୟାଳୟର ଇତିହାସରେ ଏକ ବ୍ୟତିକ୍ରମ । 

ସ୍କୁଲର ବାର୍ଷିକ ପୁରସ୍କାର ହିସାବରେ ବହି ହିଁ ମିଳୁଥିଲା । ସେଥିରୁ ସର୍ବେଶ୍ୱରଙ୍କୁ ମିଳିଥିବା ଗୋଟିଏ ପ୍ରାଇଜ ପୁସ୍ତକ ଥିଲା ରାମକୃଷ୍ଣ ନନ୍ଦଙ୍କ ଲିଖିତ ତୁଳସୀ ଦାସଙ୍କ ଜୀବନୀ ଓ ସ୍ତବକମାଳା । ପାଠ ପଢ଼ା ଛଡ଼ା ପିଲାବେଳୁ ହିଁ ଘରେ ଥିବା ‘ପିଲାଙ୍କ ମହାଭାରତ’, ‘ପିଲାଙ୍କ ରାମାୟଣ’  ଆଉ ‘ନାବିକ ସିନ୍ଦବାଦ୍‌ର କାହାଣୀ’, ‘ଗଲିଭର୍‌ଙ୍କ କାହାଣୀ’, ‘ବାଲିରାଜା’ ଇତ୍ୟାଦି ବହି ତାଙ୍କର ପଢ଼ା ସରିଥାଏ ।

କଲେଜିଏଟେରେ ପାଠପଢ଼ା ଆରମ୍ଭ ହେବା ପରେ ବେଳେବେଳେ ସର୍ବେଶ୍ୱର ଭାଇନାଙ୍କ ସହିତ ଖେଳଛୁଟିରେ ନିଜ ଡେପୁଟି ମାଜିଷ୍ଟ୍ରେଟ ପିତା ଗୋପୀନାଥ ଦାଶଙ୍କ କଚେରିରେ ଥିବା ମିଶଲକୁ ଯାଆନ୍ତି । ଖାଇବା ଛୁଟି ସମୟରେ ବାପାଙ୍କ ସହ ବସି ଦୁଇ ଭାଇ ଜଳଖିଆ ଖାଆନ୍ତି । ଚାରି ପଇସାରେ ମିଳେ ପତର ଦନା ଭରତି ହେଲା ଭଳିଆ ଗୋଟେ ରସଗୋଲା । ଦୁଇ ଭାଇ ଜଳଖିଆ ଖାଆନ୍ତି ଆଉ ଈସ୍କୁଲୁ ଫେରନ୍ତି । 

ସମାଜର ସମ୍ପାଦକ ପଣ୍ଡିତ ଲିଙ୍ଗରାଜ ମିଶ୍ର ଥିଲେ ଗୋପୀନାଥ ମିଶ୍ରଙ୍କର କଟକରେ ପଡ଼ୋଶୀ । ସେତେବେଳେ ସେ ଲୋକ ସେବକ ମଣ୍ଡଳର ସଭ୍ୟ ମଧ୍ୟ ଥାଆନ୍ତି । ଲିଙ୍ଗରାଜ ବାବୁଙ୍କ ଦ୍ୱାରା ଲିଖିତ ଜୀବନୀ ଓ ଅନ୍ୟାନ୍ୟ ବହି ପଢ଼ି, ସର୍ବେଶ୍ୱର ଫରାସୀ, ଇତାଲୀୟ, ଓ ୠଷୀୟ ବିପ୍ଳବ ବିଷୟରେ ଜାଣିଲେ । ଏହା ଛଡ଼ା ‘ସମାଜ’ ପାଇଁ ଆସୁଥିବା ସମୀକ୍ଷା ପାଇଁ ବହିଗୁଡ଼ିକ ବି ଲିଙ୍ଗରାଜ ସର୍ବେଶ୍ୱରଙ୍କୁ ଧରାଇ ଦିଅନ୍ତି ପଢ଼ିବା ଲାଗି ।

ସେବେ ଚତୁର୍ଥ ଶ୍ରେଣୀରେ ‘ସାହିତ୍ୟ କୁସୁମ’ ବହିଟି ପଢ଼ା ହେଉଥିଲା । ପାଠ୍ୟପୁସ୍ତକଟିର ସମ୍ପାଦନା କରିଥିଲେ ମଧୁ ରାଓ । ଷଷ୍ଠ ଶ୍ରେଣୀରେ ପଢ଼ା ହୁଏ  ତାଙ୍କରି ‘ସାହିତ୍ୟ ପ୍ରସଙ୍ଗ” । ପାଠରେ ଥାଏ ‘ପଦ୍ମ’, ‘ନିର୍ଜନ ଦ୍ୱୀପରେ ନିର୍ବାସିତର ବିଳାପ’, ‘ରେ ଆତ୍ମନ୍ ନିଦ୍ରା ପରିହରି’, ‘ତୁଳସୀ ସ୍ତବକ’, ‘ନଦୀ ପ୍ରତି’, ‘ସୀତା ବନବାସ’ ଇତ୍ୟାଦି କବିତା । 

ସେହି ଷଷ୍ଠ ଶ୍ରେଣୀରେ ୧୭୫୫ ମସିହାର ପର୍ତ୍ତୁଗାଲର ଲିସବନ ସହରକୁ ଧ୍ୱଂସ କରିଦେଇଥିବା ଭୂମିକମ୍ପ ବିଷୟରେ ପାଠ ପଢ଼ା ହେଉଥିବା ସମୟରେ ବିହାର ଭୂମିକମ୍ପ ଘଟେ ୧୯୩୪ ମସିହାରେ । ଏକ ବିଚିତ୍ର ସଞ୍ଜୋଗ । କଲେଜିଏଟ ସ୍କୁଲରେ ସର୍ବେଶ୍ୱର ୧୯୩୦ ଦଶକରେ ପଢ଼ିଲା ବେଳେ କଟକରେ ପ୍ରବଳ ମେଲେରିଆ ବ୍ୟାପୁଥିଲା । ସେ ନିଜେ ବି ଅନେକ ଥର ରୋଗ ଭୋଗିଥିବେ । ସେବେ ‘ଜାରମଲୀନ’ ଓଷଦର ମେଲେରିଆ ଚିକିତ୍ସା ପାଇଁ ନାଁ ଡାକ ଥିଲା । ରାସ୍ତାଘାଟରେ ମଡ଼ା ହୋଇଥାଏ, ‘ଜାରମଲୀନ ଜ୍ୱରର ଯମ’ ।

ଏଇ ସ୍କୁଲ ପାଠପଢ଼ା ସମୟରେ କଟକରେ ଜୋରଦାର ସତ୍ୟାଗ୍ରହ ଆନ୍ଦୋଳନ ଚାଲିଥିଲା । ଏହା ସର୍ବେଶ୍ୱରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା । ଘର ପାଖରେ ଥିବା ଗୋପାଳ ପ୍ରହରାଜଙ୍କର ଘର ଆଗ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ଦେଖା ହେଉଥିଲା କାଳୀ ପଟ୍ଟନାୟକଙ୍କ ରାସଦଳର ରାହାସ, ଉତ୍କଳଭୀମ ପଦ୍ମଚରଣଙ୍କର ଶାରୀରିକ ଶକ୍ତିର ପ୍ରଦର୍ଶନ । 

ବେଳେବେଳେ କଲିକତିଆ କି ବମ୍ବେଇଆ କମ୍ପାନୀ ଆସି ନୀରବ ସିନେମା ବି ପ୍ରଦର୍ଶିତ କରନ୍ତି । ପରିବାର ସହିତ ଦେଖିଥିବା ‘ବେଗର୍ ମିଟ୍‌ସ୍ ବେଗର୍’ ଫିଲ୍ମଟି ସର୍ବେଶ୍ୱର ବାବୁଙ୍କର ଅନେକ ବର୍ଷ ପର୍ଯ୍ୟନ୍ତ ମନେ ଥିଲା । ବରଷକେ ଦୁଇ ତିନି ଥର ସରକସ ବାଲେ ବି ଆସନ୍ତି । ଦୁର୍ଗାପୂଜା, ତାଜିଆ ଶୋଭାଯାତ୍ରାରେ ହିନ୍ଦୁ ମୁସଲମାନ ମିଳିମିଶି ଭାଗ ନିଅନ୍ତି ।

୧୯୩୧ରୁ ୧୯୩୫ ମସିହା ପର୍ଯ୍ୟନ୍ତ ଗୋପୀନାଥ ଦାଶଙ୍କ ପରିବାର କଟକରେ ଥିଲେ । ଏହା ପରେ ତାଙ୍କର ବଦଳି ହେଲା ପୁରୀକୁ । ସେଠାରେ ସର୍ବେଶ୍ୱର ବାବୁ ପୁରୀ ଜିଲ୍ଲା ସ୍କୁଲରେ ସପ୍ତମ ଶ୍ରେଣୀରେ ନାମ ଲେଖାଇଲେ । ହେଲେ ତାଙ୍କର ହାଇ ସ୍କୁଲ ପାଠ ପଢ଼ା ଆଉ ଗୋଟିଏ କାହାଣୀ ।

ବି.ଦ୍ର.: ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା । ଲେଖାଟିର ଉପାଦାନ ସର୍ବେଶ୍ୱର ଦାଶଙ୍କର ଆତ୍ମଜୀବନୀ ‘ମୋ କାହାଣୀ’ରୁ ସଙ୍ଗୃହିତ । ଏହି ବହିଟି ୨୦୦୯ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ ଛାପିଥିଲେ । 

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...