Saturday, February 25, 2023

ପୂର୍ଣ୍ଣଚନ୍ଦ୍ର ସିଂହଙ୍କର ଚିତ୍ର 'ମୁଗ୍‌ଧା'

ରମାକାନ୍ତ ସାମନ୍ତରାୟ ଓ ଶୈଲେନ ରାଉତରାୟ



ପୂର୍ଣ୍ଣଚନ୍ଦ୍ର ସିଂହଙ୍କ ଦ୍ୱାରା ଅଙ୍କିତ ଏହି ଚିତ୍ରଟି ପ୍ରଥମେ ମାସିକ ପତ୍ରିକା 'ଆରତୀ'ର ପ୍ରଥମ ଖଣ୍ଡର ଷଷ୍ଠ ସଙ୍ଖ୍ୟା (୧୩୪୮ ଓଡ଼ିଆ ସାଲ, ୧୯୪୧ ଇଂରାଜୀ ମସିହା) ରେ ପ୍ରକାଶିତ ହୋଇଥିଲା । ସେହି ସମୟରେ ପତ୍ରିକାର ସମ୍ପାଦକ ଥିଲେ ମାୟାଧର ମାନସିଂହ । 

କଟକରୁ ଛପା ଯାଉଥିବା ଏହି ପତ୍ରିକାଟି ୧୯୪୦ ମସିହାରେ ପ୍ରକାଶନ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ବନ୍ଦ ହୋଇଯାଇଥିଲା । ମାନସିଂହ ପ୍ରଥମ ସାତଟି ସଙ୍ଖ୍ୟାର ସମ୍ପାଦନା କରିଥିଲେ ।

ପୂର୍ଣ୍ଣଚନ୍ଦ୍ର ସିଂହଙ୍କର ଜନ୍ମ ୧୯୦୨ ମସିହାରେ, ମୟୁରଭଞ୍ଜର କପ୍ତିପଦାର ଏକ ସମ୍ଭ୍ରାନ୍ତ ପରିବାରରେ । ୧୯୨୫ ମସିହାରେ କଲିକତାର ଚାରୁକଳା ବିଦ୍ୟାଳୟରୁ ସ୍ୱର୍ଣ୍ଣପଦକ ସହ ଉତ୍ତୀର୍ଣ୍ଣ ପୂର୍ଣ୍ଣଚନ୍ଦ୍ର ସିଂହ ଥିଲେ ଓଡ଼ିଶାର ଆକେଡ଼େମିକ ଶିକ୍ଷାପ୍ରାପ୍ତ ପ୍ରଥମ ପିଢ଼ୀର ଚିତ୍ରଶିଳ୍ପୀମାନଙ୍କ ମଧ୍ୟରୁ ଜଣେ । ପ୍ରଖ୍ୟାତ କଳା ଶିକ୍ଷକ ପର୍ସି ବ୍ରାଉନ୍ ତାଙ୍କର ଅଧ୍ୟାପକ ଥିଲେ । 

ପୂର୍ଣ୍ଣଚନ୍ଦ୍ର ସିଂ ଚିତ୍ରକଳା ଶିକ୍ଷା ସାରି ପୁରୀରେ କଳାଶିକ୍ଷକ ଭାବରେ ଅବସ୍ଥାନ କଲେ । ଏବେ ତାଙ୍କର ବେଶୀ ଛବି ମିଳୁ ନାହିଁ । କଳା କ୍ଷେତ୍ରରେ ତାଙ୍କର ନାନାଦି ଅବଦାନ ସତ୍ତ୍ୱେ ସେ ଅତ୍ୟନ୍ତ ଦରିଦ୍ର ଭାବରେ ଜୀବନ ନିର୍ବାହ କରି, ୧୯୮୨ ଡିସେମ୍ବର ୨୩ ତାରିଖରେ ମୃତ୍ୟୁବରଣ କଲେ । 

3 comments:

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...