Wednesday, June 29, 2022

ଥିବା ଓ ହେବା ଭିତରେ ତଫାତ୍

ସୁଜାତା ଭଟ୍ଟ

ଅନୁବାଦ - ଶୈଲେନ ରାଉତରାୟ


ୟୁକ୍ରେନ୍‌ ଦେଶର ବାଲି ଏଣ୍ଡୁଅ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/Сергій Мірошник

ଶରୀର ଭିତରେ ଆତ୍ମା କେଉଁଠି ରହେ ?
ଆଟୁରେ କଏଦୀ ହୋଇ,
କାଚରେ ନିଜର ଡେଣା ଫଡ଼ଫଡ଼ କରି ?
ନା ।
ସେ ଦୁଆର, ଝରକା ତ ସବୁବେଳେ ଫରଚା । 

ପିଲାଦିନେ, ଆମେ ସବୁବେଳେ ବାହାରେ ରହୁଥିଲୁ ।
କୃଷ୍ଣ କପାସ ମୃତ୍ତିକାରେ ଆବଦ୍ଧ,
କଳା ପଥରର ବାମ୍ଫି । 
ଆଉ ତା' ଭିତରେ ଚିକ୍କଣ ଆରିସିର ପ୍ରତିବିମ୍ବ ?

ଜାମୁ ରସ ପରି
ସୁଆଦିଆ ପାଣି ପାଖକୁ 
ଲମ୍ବି ଯାଇଥିବା ବୁଢ଼ି ଅସୁରୁଣୀର ଲୋମଶ ଗୋଡ଼ ପରି ପାହାଚ ।
କହୁଣୀ ପର୍ଯ୍ୟନ୍ତ ପାଣି;
ମୋ ଜାମାରୁ ନିଗିଡ଼ୁ ଥିବା ଶୋଷର କାହାଣୀ । 

ତା' ପରେ ଦୁର୍ଗାର ନିମ ଗଛ ପର୍ଯ୍ୟନ୍ତ ଅଝଟ ଦୌଡ଼ ।
ଶୁଖିଲା, ଗୁମସୁମ୍ ପତ୍ର,
ଚେତେରେଇ ହୋଇ ପଡ଼ିଥିବା କୋଳି ।
ଜିଭ ତଳେ ପିତାଳିଆ ମିଠା ସୁଆଦର ବାସ୍ନା । 

କିଛି ଦୂରରେ କାଳିସୀ ଲାଗିଲା ପରି ନାଚୁଥିବା 
ଲାଲ ମନ୍ଦାରର ଫୁଲ ।

ଟୀକା - ଏହି ଅନୁବାଦଟି ପ୍ରଥମେ ୨୦୧୪ ମସିହାରେ 'ଅନ୍ୟା' ପତ୍ରିକାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟିର ଲେଖିକା ସୁଜାତା ଭଟ୍ଟ ୧୯୫୬ ମସିହାରେ ଅହମେଦାବାଦରେ ଜନ୍ମିତ ଜଣେ ଇଂରାଜୀ ଭାଷାରେ ଲେଖୁଥିବା କବି । ତାଙ୍କର ପିଲାଦିନ ପୁନେ ସହରରେ ବିତିଥିଲା । ୧୯୬୮ ମସିହାରେ ନିଜ ପରିବାର ସହ ସେ ଯୁକ୍ତରାଜ୍ୟ ଆମେରିକାକୁ ଚାଲିଗଲେ । କମନ୍‌ୱେଲ୍‌ଥ୍ କବିତା ପୁରସ୍କାର ପ୍ରାପ୍ତ ଏହି କବିଙ୍କର 'ବ୍ରୁନିଜେମ୍,' 'ପଏଣ୍ଟ୍ ନୋ ପଏଣ୍ଟ୍,' 'ଏ ଡିଫରେଣ୍ଟ୍ ହିଷ୍ଟ୍ରି' ଆଦି କାବ୍ୟ ଗ୍ରନ୍ଥ ଲୋକାଦୃତ ହୋଇଛି । 

Wednesday, June 22, 2022

Stitching Times, Making Histories

Sailen Routray

 


The book Stitches on Time is a timely intervention, albeit an ambitious one. The book simultaneously tries to intervene in the debates surrounding post-colonialism and subaltern studies, and attempts to do a meta-theoretical analysis of the grid that apparently underlies much of social science theorizing. The modes of argumentation offered are also varied.

These range from detailed reconstructions of historical material regarding conversion, missionary activity, and the entanglements of colonial law and popular legalities; theoretical analysis of the various modes of writing history; and meta-theoretical reflections regarding tradition and modernity. According to Dube, central to such an enterprise are processes and procedures that interrogate two ‘forceful scandals,’ that of the West and the nation, and two powerful projects, that of a reified modern state, and a singular western modernity.

There are some key questions that this book addresses. These include the following. Is there a way of doing, what Dube terms as, ‘historical anthropology of colonial cultures’? Can we do so without reifying the colonial state and accepting the ‘uniform efficacy of its power’? Is it possible to undertake such an enterprise without, at the same time, not simplistically foregrounding the continuities that span between the pre-colonial, colonial and ‘post-colonial’ periods?  

These questions straddle the divide between the postcolonial turn in literary and cultural theory that foreground the efficacy and power of colonial structures and imperial systems, and other disciplinary projects, primarily either historical or anthropological, that argue for a much more contingent and inherently contradictory picture of the colonial experience.

Crucial to the latter projects are notions of subjecthood and subjectivity that simultaneously condition and are conditioned by colonial structures of reading and deploying power and difference. Of all the theoretical moves in recent times that have tried to foreground such concerns, subaltern studies is arguably the most important, and the volume under discussion takes this project as its point of departure.

Dube tries to push social science theorizing in the direction of what he terms as ‘history without warranty.’ This theoretical orientation apparently tries not to buy into the ‘scandals’ of the west and the nation on which traditionally the discipline of history is premised upon. Yet at the same time such a project self-consciously tries not to take the recourse of merely ‘provincializing Europe’. 

Central to the project of history without warranty is the philosophical orientation that Dube quotes as weak ontology. This position does not mistake our descriptions of the world for the world itself. It sets itself the task of writing of history as a continuous process of interrogation and reformulation of academic categories. Chapter six of the book tries to do precisely this by simultaneously exposing the constructed nature of Hindu nationalist claims about the birth place of Ram in Ayodhya, and the entanglements between the ‘scandal’ of the nation and universal history.

Stitches on Time can be read simultaneously as a contribution to the discourse surrounding religion, conversion and religiosity in India, a history and apologia of the subaltern studies project, a plea for reopening the social sciences, and a study in the practice of history without warranty. 

The most important contribution of the book perhaps lies in Dube’s discussions about the way notions about modern and enchanted places and peoples are constitutive of social science disciplinarity. But this particular entanglement is not very deftly untangled and is only hinted at. Perhaps one can look forward to Dube achieving this very task in his later works. Considering the quality and depth of the book under discussion, such an expectation can only be a pleasant one.

Details About the Book: Saurabh  Dube. 2004. Stitches on Time: Colonial Textures and Postcolonial Tangles. Durham and London: Duke University Press.

Tuesday, June 21, 2022

ବାଣପୁରରେ ପିଲାଦିନ ଓ ପାଠପଢ଼ା

ଶୈଲେନ ରାଉତରାୟ


ବାଣପୁରର ଦକ୍ଷ ପ୍ରଜାପତି ମନ୍ଦିର 
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ ସୁଦୀପ ପ୍ରମାଣିକ

ଅଠର ବର୍ଷ ବୟସରେ ଗୋଦାବରୀଶ ନିଜର ଜାତକକୁ ଚିରି ଫୋପାଡ଼ି ଦେଇଥିଲେ । ଏଣୁ ତାଙ୍କୁ କେବେବି ନିଜର ପ୍ରକୃତ ବୟସ ଜଣା ନଥିଲା । ହେଲେ ଆନୁମାନିକ ହିସାବରେ ତାଙ୍କର ଜନ୍ମ ୧୮୮୬ ମସିହାରେ, ସେବେର ଓଡ଼ିଶା ଡିଭିଜନର ସୀମାନ୍ତ ବାଣପୁର ଅଞ୍ଚଳରେ ।  ଯେପରି ଜନ୍ମର ସମୟ ବିଷୟରେ ଧାରଣାର ସ୍ଥିରତା ନଥିଲା, ସେହିପରି ତାଙ୍କର ନାମର ଭିତ୍ତିଟି ମଧ୍ୟ ଥିଲା ଦୋଦୁଲ୍ୟମାନ । 

୧୮୮୪ କି ୧୮୮୫ ସାଲରେ ଗୋଟିଏ ଗୋଦାବରୀ ସ୍ନାନ ଯୋଗ ପଡ଼ିଥିଲା । ତାହାରି ଅନୁସାରେ ବାପାମା' ତାଙ୍କ ନାମ ରଖିଥିଲେ ଗୋଦାବରୀ । ଏଇଟି ଯେ ଗୋଟିଏ ନଦୀର ନାମ ନଦର ନୁହେଁ, ତାହା ତାଙ୍କୁ ଜଣା ନଥିଲା ବୋଧହୁଏ । ପରେ ସ୍କୁଲରେ ପଢ଼ିଲା ବେଳେ ପରିଦର୍ଶନ ପାଇଁ ଗୋଦାବରୀଙ୍କ ବିଦ୍ୟାଳୟକୁ ଥରେ ଆସିଥାଆନ୍ତି ମଧୁସୂଦନ ରାଓ । ସେ ହିଁ ଗୋଦାବରୀ ନାମଟିକୁ ବଦଳାଇ ଗୋଦାବରୀଶ କଲେ । 

ବ୍ରାହ୍ମଣ ହେଲେ ହେଁ ଗୋଦାବରୀଶଙ୍କ ବାପା ବଡ଼ ପଣ୍ଡିତ ନଥିଲେ । ହେଲେ ଜଣେ ୠଷିପ୍ରତିମ ଲୋକ ଭାବରେ ସେ ଖଣ୍ଡମଣ୍ଡଳରେ ଜଣାଶୁଣା ଥିଲେ । ଶାସ୍ତ୍ରରେ ବର୍ଣ୍ଣିତ ଅପରିଗ୍ରହର ଆଦର୍ଶକୁ ଗ୍ରହଣ କରି, ସେ ଆଜିର କମେଇକୁ କାଲିକୁ ରଖୁ ନଥିଲେ । ନୁଖୁରା ମୁଣ୍ଡରେ ଜଟା, ଦିହରେ ମୁଣ୍ଡରେ ତେଲ ବାଜେନା । ଜାମାଯୋଡ଼ ବୋଇଲେ ଧୋଇଶୁଖେଇ ପିନ୍ଧୁଥିବା ଖଣ୍ଡେ ଗେରୁଆ ଲୁଗା । 

ସେ ବଗଳାମୁଖୀ ମନ୍ତ୍ରରେ ଲୋକଙ୍କୁ ଝାଡ଼ି ତାଙ୍କର ଜର ଓ ବସନ୍ତ ଆଦି ବ୍ୟାଧି ଭଲ କରୁଥିଲେ । ଗୋଦାବରୀଶଙ୍କ ପରିବାରରେ ବାପାଙ୍କ ଛଡ଼ା ଥିଲେ ମା ଓ ଅନ୍ଧୁଣୀ ଜେଜିମା । ଯେତେବେଳେ ଗୋଦାବରୀଶଙ୍କୁ ଦଶ ବରଷ ବୟସ, ଆଉ ଗୋଟିଏ ଛୋଟ ଝିଅଟିଏ ଯୋଡ଼ି ହେଲେ ପରିବାରରେ ।  

ଘରେ ଏଣେ ସମ୍ପତ୍ତିବାଡ଼ି ବୋଇଲେ ଅଢ଼େଇ ଏକର ଚାଷ ଜମି । ଏଣୁ ସବୁବେଳେ ଟାଣଟୁଣ ଅବସ୍ଥା । ଅନେକ ଦିନ ଚୁଲି ଜଳେନା । ତାହାରି ଭିତରେ ଦିନେଦିନେ ହଠାତ ବାପା କୌଣସି ଗ୍ରାମାଗତ ଅଭାବୀ ଦୂରଦେଶୀଙ୍କୁ ଘରକୁ ଖାଇବା ପାଇଁ ଡାକି ଆଣନ୍ତି । ସେଦିନ ଚୁଲି ଜଳିଥିଲେ ସୁଦ୍ଧା ଘରଲୋକଙ୍କୁ ଅର୍ଦ୍ଧାହାର ବା ଅନାହାର ରେ ରହିବାକୁ ହୁଏ । 

ଗାଈ ଖିର ଦେଉଥିଲେ, ଦୁହାଁ ହୋଇସାରିଲା ପରେ ଖିର ଟିକକ ଗୋଦାବରୀ ପିଅନ୍ତି । ଭାତ ରନ୍ଧା ହେଲେ ତାହା ଉପରେ ପ୍ରାୟତଃ ବାପ ପୁଅ ଙ୍କର ନାଁ ଲେଖାଥାଏ । ଗୋଦାବରୀଙ୍କ ବୋଉ ଓ ଜେଜିମାଆ ପ୍ରାୟତଃ ଭାତର ପେଜ ଓ ମାଣ୍ଡିଆ ଜାଉ ଖାଆନ୍ତି । ଘରର ମହିଳାମାନଙ୍କ ଭାଗ୍ୟରେ ଅନ୍ନଭୋଜନ କରିବାର ଭାଗ୍ୟ କେବଳ ଉତ୍ସବଅନୁଷ୍ଠାନର ଦିନମାନଙ୍କରେ ଘଟେ ।  

ତାଙ୍କ ନିଜ କହିବା ଅନୁସାରେ ଗୋଦାବରୀଶ ପିଲାବେଳେ ଭଲ ପଢ଼ାପଢ଼ି କରୁ ନଥିଲେ । ଏଣୁ ଶିକ୍ଷକଙ୍କଠାରୁ ଅନେକ ମାଡ଼ ମଧ୍ୟ ଖାଉଥିଲେ । ଅବଧାନଙ୍କ ପାଖରେ ବସିଲା ବେଳେ ଗୋଦାବରୀଶ ବହି ଧରି ବେଶି ସମୟ ଧ୍ୟାନ ଦେଇପାରନ୍ତି ନାହିଁ । ଶିକ୍ଷକଙ୍କ ମୁହଁରୁ ଯାହା ଶୁଣନ୍ତି, ସେଇତକ ହିଁ କେବଳ ଯାହା ମନେ ରହେ ।  

ପିଲାଦିନର ଅବଧାନ ଥିଲେ ଗିରିଧାରୀ ମହାନ୍ତି । କଡ଼ା ମାଷ୍ଟର । ବେତ ବ୍ୟବହାର କରିବାରେ କୋତେଇ ନାଇଁ । ହେଲେ ଏଣେ ନଦୀରେ ପାଣି ବେଶି ଥିଲେ କାନ୍ଧରେ ବସେଇ ପାର କରାଇ ଦିଅନ୍ତି । ଖରାଦିନେ ବାଟର ବାଲି ଅଧିକ ତାତି ଗଲେ ଗୋଦାବରୀଙ୍କୁ ପିଠିରେ ଲାଉ କରି ନିଅନ୍ତି । 

ସ୍କୁଲଶିକ୍ଷା ସରିବା ପର୍ଯ୍ୟନ୍ତ ବି ତିନୋଟି ‘ସ’ ଓ ଦୁଇଟି ‘ଇ’ ବିଷୟରେ ଗୋଦାବରୀଶଙ୍କ ଜ୍ଞାନ ଥିଲା ଶଙ୍କାକୁଳ । ହେଲେ ତଥାପି ସେ ଉଚ୍ଚ ପ୍ରାଥମିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ପ୍ରଥମ ସ୍ଥାନ ପାଇଥିଲେ । ଯଦିଓ ଏଇ ପରୀକ୍ଷାରେ ସେ ‘କେଉଟ’ର ସ୍ତ୍ରୀଲିଙ୍ଗ ‘କେଉଟୀ’ ବୋଲି ଲେଖିଥିଲେ । ସେ ପାଠ ପଢ଼ିଲା ବେଳେ, ନିମ୍ନପ୍ରାଥମିକ ପରୀକ୍ଷା ସମ୍ପୂର୍ଣ୍ଣ ଭାବରେ ତଥା ଉଚ୍ଚପ୍ରାଥମିକ ପରୀକ୍ଷା କିଛି ଅଂଶରେ ମୌଖିକ ଭାବରେ ଅନୁଷ୍ଠିତ ହେଉଥିଲା । 

ସେତେବେଳେ ମଧ୍ୟ-ଓଡ଼ିଆ ଓ ମଧ୍ୟ-ଇଂରାଜୀ, ଏହିପରି ଦୁଇଟି ପ୍ରକାରର ମାଧ୍ୟମିକ ବିଦ୍ୟାଳୟ ଚାଲୁଥିଲା । ମଧ୍ୟ-ଓଡ଼ିଆ ପରୀକ୍ଷା ବେଳକୁ ପ୍ରଶ୍ନ ଓ ଉତ୍ତର ଯୋଡ଼ିକ ଯାକ ହୋଇଯାଇଥିଲା ଲିଖିତ । ମଧ୍ୟ-ଓଡ଼ିଆ ପରୀକ୍ଷାରେ କିନ୍ତୁ ଗୋଦାବରୀ ଦ୍ୱିତୀୟ ଶ୍ରେଣୀ ପାଇଲେ । 

ଯେଉଁ ବର୍ଷ ଗୋଦାବରୀ ମଧ୍ୟ-ଓଡ଼ିଆ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ, ସେବେଠୁଁ ହିଁ ବାଣପୁର ମଧ୍ୟ-ଓଡ଼ିଆ ବିଦ୍ୟାଳୟରେ ଇଂରେଜୀ ପଢ଼ା ଆରମ୍ଭ ହେଲା । ବାପାଙ୍କର ଇଚ୍ଛା ଥିଲା ଗୋଦାବରୀ ଇଂରେଜୀ ପାଠ ପଢ଼ି ଓକିଲ ହେବେ ଓ ପୁରୀ ସହରରେ ଓକିଲାତି କରିବେ । ସେ ସମୟରେ ଅବଶ୍ୟ ବାଣପୁରରେ ଇଂରାଜୀ ପାଠୁଆଙ୍କ ସଙ୍ଖ୍ୟା ବେଶି ନଥିଲା । 

ପୁରୀରେ ହରିହର ମିଶ୍ରେ ଥିଲେ ଏକମାତ୍ର ଓଡ଼ିଆ ଓକିଲ । ଆଉ ସେ ପର୍ଯ୍ୟନ୍ତ ପୂରା ବାଣପୁରରେ କେବଳ ଜଣେ ଲୋକ ଏଣ୍ଟ୍ରାନ୍ସ୍ (ଏବର ମାଟ୍ରିକ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଖୋରଧା କଚେରିରେ କିରାଣୀ କାମ କରୁଥାଆନ୍ତି; ତ ତାଙ୍କର ଖାତିର କାହିଁରେ କଅଣ । ହେଲେ ଦରିଦ୍ର ବାମୁଣ ପୁଅଟି ପାଇଁ ସେତେବେଳେ ଏଣ୍ଟ୍ରାନ୍ସ ପାଇଁ ପଢ଼ା ଥିଲା, ଆକାଶ କଇଁଛ ଚିଲିକା ମାଛ । 

ବି.ଦ୍ର. - ଏହି ଲେଖାଟି ନିମନ୍ତେ ଉପାଦାନ ଗୋଦାବରୀଶ ମିଶ୍ରଙ୍କର ଆତ୍ମଜୀବନୀ ‘ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ’ରୁ ନିଆଯାଇଛି । ବ୍ୟବହୃତ ସଂସ୍କରଣଟି ହେଲା କଟକସ୍ଥ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିର ପ୍ରକାଶ କରିଥିବା ୨୦୦୧ ମସିହାର ପରିମାର୍ଜିତ ଦଶମ ସଂସ୍କରଣର ୨୦୧୪ ସାଲରେ ପୁନର୍ମୁଦ୍ରିତ ଏକ ପ୍ରତି । ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

Sunday, June 19, 2022

After Our Meeting

Kedar Mishra

Translated by Sailen Routray

 

Ground Agama in water, Tswalu Kalahari Reserve, South Africa
https://commons.wikimedia.org/Charles James Sharp

After our meeting,
all that you saw
was an illusion.
 
That golden deer;
an illusion.
The demoness who had worn lipstick;
an illusion,
The brahma-rakshyasa sitting on that tall tree;
an illusion.
 
I am a strand of grass riding the wind.
I am afraid of the wind and the fire.
I am afraid of sorrow and doubts.
I am afraid of the angry, swift time;
and of sharp, fast breaths as well.
Now you’ll tell me,
That I, myself, am also an illusion.
 
There is nothing called an illusion.
Your coming and walking away in a huff,
your love making
and strewing embers all over my body,
you becoming my body
and getting free of my body,
all this is real.
The only illusion is
the darkness that comes
when the earth turns on its side.

Note: This is the English translation of the original Odia poem 'Aamara Dekhaa Helaa Pare' by Kedar Mishra, from his latest poetry collection titled 'Sosara Sthapatya'. This volume has been published in April 2022 by Barsha Publication, Bhubaneswar. Misra (b. 1971) was born in Sonepur and now lives in Bhubaneswar. He is a leading Odia writer and editor of his generation, and has a body work  as a translator and cultural critic as well. He has published several collections of poetry including Shunya Abhisara (2003), Raga Kedar (2008), Premara Dura Geeta (2014), and 'E Nuhen Mora Desha' (2020). Among other honours, he is the winner of Utakla Sahitya Samaj Youth Writer Award for the year 2014. 

Thursday, June 16, 2022

ଲେଖକ

ସୁଜାତା ଭଟ୍ଟ

ଅନୁବାଦକ - ଶୈଲେନ ରାଉତରାୟ


ଜର୍ମାନୀର ବନ୍ସବର୍ଗ ଦୁର୍ଗ (ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ନିର୍ମିତ)
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/ ମାର୍ଟିନ ଫାଲ୍‌ବିଶନର୍

ସବୁଠାରୁ ଭଲ ଗପ
ଅବଶ୍ୟ, ଲେଖିହୁଏ ନାହିଁ ।
କିମ୍ବା ସତ କହିଲେ 
ସେ ଗପଟିକୁ
ତୁମେ ଆଦୌ ଲେଖିବ ନାହିଁ ।

ସେ ଗପଟିର ଘର
ତୁମର ହୃଦୟ କନ୍ଦର 
କାଗଜର ନଅର
ତ କେବେ ହେଲେ ନୁହେଁ ।

କାଗଜ ଶୁଷ୍କ ।
କ୍ଷୀର ଶୁଖିଯାଉଥିବା ନାରୀର
ସ୍ତନ ଭଳି ବିଲକୁଲ୍ ସପାଟ୍ ।

ଚେର ପାଇଁ ମାଟି କାହିଁ ?
ହଁସାର ଭୂଇଁକୁ କେମିତି ଟେକିବି କୁହ,
ମାଇଲିଏ ଛନଛନିଆ ଜଙ୍ଗଲର 
ଗଛଗୁଡ଼ିକ ଉପରେ ଢୁଳଉଥିବା ପକ୍ଷୀମାନଙ୍କର 
ଅର୍ବୁଦ ଲିଟର ସ୍ୱପ୍ନର 
ସରର ତାରଲ୍ୟରେ ଗାର ନ ପକାଇ ?
ଆଉ ଜଙ୍ଗଲ ତଳର ପର୍ବତ ?
ପ୍ରପାତ ମାନଙ୍କର ନଦୀ ?
ନଦୀମାନଙ୍କରେ ମାଛମାନଙ୍କର ପଟୁଆରର ହାଲ୍ଲୋଳ ଦେଖିବା ପାଇଁ 
ଧସ୍ତାଧସ୍ତି ହେଉଥିବା ଗଛମାନେ ?

ମାଛମାନଙ୍କର ତଳେ
ବଉଦ ।
ଏଠି ଆକାଶରେ ଢେଉ ଉଠେ,
ଆଉ ନଇ ଗୁମୁରେ ।  
ଏ ସବୁ
କାଗଜ ଉପରେ କେମିତି ଚାଲିବେ ?
ବର୍ତ୍ତମାନ ଦେଖ !
କାଗଜସବୁ କେମିତି 
ଗୁଣ୍ଡ ହୋଇ ଉଡ଼େ,
ବାଘର ଚାଲିର ଧର୍ଷଣରେ । 

ଟୀକା ଏହି ଅନୁବାଦଟି ପ୍ରଥମେ ୨୦୧୪ ମସିହାରେ 'ଅନ୍ୟା' ପତ୍ରିକାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟିର ଲେଖିକା ସୁଜାତା ଭଟ୍ଟ ୧୯୫୬ ମସିହାରେ ଅହମେଦାବାଦରେ ଜନ୍ମିତ ଜଣେ ଇଂରାଜୀ ଭାଷାରେ ଲେଖୁଥିବା କବି । ତାଙ୍କର ପିଲାଦିନ ପୁନେ ସହରରେ ବିତିଥିଲା । ୧୯୬୮ ମସିହାରେ ନିଜ ପରିବାର ସହ ସେ ଯୁକ୍ତରାଜ୍ୟ ଆମେରିକାକୁ ଚାଲିଗଲେ । କମନ୍‌ୱେଲ୍‌ଥ୍ କବିତା ପୁରସ୍କାର ପ୍ରାପ୍ତ ଏହି କବିଙ୍କର 'ବ୍ରୁନିଜେମ୍,' 'ପଏଣ୍ଟ୍ ନୋ ପଏଣ୍ଟ୍,' 'ଏ ଡିଫରେଣ୍ଟ୍ ହିଷ୍ଟ୍ରି' ଆଦି କାବ୍ୟ ଗ୍ରନ୍ଥ ଲୋକାଦୃତ ହୋଇଛି । 

Monday, June 13, 2022

NGOs in South Asia: An Alternative Story

Sailen Routray

 


The book under review is a self-consciously ‘political economic’ study of NGOs in the Global South. It takes Sri Lanka and Bangladesh as the two geographies from within which to mount a critique of the NGO sector. It does so by historicising the growth of NGOs in these countries and by undertaking analysis informed by Marxism. It also provides background material regarding the growth of associational life including that of NGOs in Sri Lanka and Bangladesh.

In Bangladesh NGOs and associational life of the modern type are new phenomena. Associational politics has had a rich history in undivided Bengal in British India. But the eastern part of Bengal (which later became Bangladesh) was underdeveloped, and its thin associational life was one aspect of its underdevelopment. Christian missionaries played a key role in the development of NGOs in the country in the early parts of the last century.

NGOs have played key service delivery roles with respect to sectors such as credit, primary education etc in independent Bangladesh. During the colonial period in Sri Lanka, the growth of associations took place earlier in the areas of the country dominated by Tamils. Missionaries had a role to play in the development of associational life and NGOs in Sri Lanka as well.

From the history of these two countries Fernando draws the lesson that NGOs and states are related aspects of the development of capitalism across the world, especially in the Global South. According to him, NGOs do not critique the neoliberal refashioning of the world. They mount criticisms of statist developmental agendas and discredit states. They organize on the basis of either target groups or ‘narrow’ identities, and delegitimize class-based analysis and practice. 

This makes the intrusion of global capital into countries easier. Thus, in many ways Fernando sees NGOs as playing a critical and effective role, both ‘discurssive’ as well as ‘practical’ in the sustainability of global capitalism.

At the same time he also sees NGOs as being ineffective. He sees NGOs, both local and international, being unable to impose even a limited human rights or peace building mandate on states even when they try and mount internationally coordinated campaigns. In a similar vein, he sees the inability of NGOs to contain ethnonationalism in Sri Lanka as a sign of their toothlessness.

The author proposes that discussions surrounding NGOs congeal into a discursive formation that he terms as ‘NGOism’. According to him, NGOism allows us to account for this strange and simultaneous effectiveness/ineffectiveness of NGOs, and the critical role that NGOs play in the reproduction of capital and in managing challenges to the capitalistic socio-economic system.

As an intervention in the field of development studies this book is a critique of post-development theorising. Fernando is deeply skeptical of this kind of theorising that sees development as a depoliticising discourse linked to statism to which localised resistance can be mounted. At the same time, the story that he tells reassesses the role of Christian missions and missionaries in furthering development and associational life in the South more or less positively. 

This volume provides a much needed comparative angle to discussions of the relationship between NGOs and states. It also provides a well-documented history of associational life in two important countries in South Asia and deserves wide circulation amongst scholars of development in the region. 

Details About the Book: Jude L. Fernando. 2011. The Political Economy of NGOs: State Formation in Sri Lanka and BangladeshLondon: Pluto Press. xii+338 pp., ISBN – 9780745321714.  

Note: This review was first published in 2012 in the journal Contemporary South Asia 20(4).

Saturday, June 11, 2022

ବନ ପୋଡ଼ିଗଲେ ଜାଣନ୍ତି ସଭିଏଁ

ଶୈଲେନ ରାଉତରାୟ 


ପାରଳାଖେମୁଣ୍ଡିର ଏକ ରାସ୍ତାର ଦୃଶ‌୍ୟ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍/କାର୍ଲା ଆନ୍ତୋନିନି

୧୯୫୬ ମସିହାର କଥା । ଅଗଷ୍ଟ-ସେପ୍ଟେମ୍ବର ମାସ । ସେତେବେଳେ କବି ଓ ଶିକ୍ଷକ ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ପାଞ୍ଚ ବରଷ ଶିକ୍ଷାଦାନ କରି ସାରି ନୂଆନୂଆ ପାରଳାଖେମୁଣ୍ଡି ପାଖ ଗୁରାଣ୍ଡିକୁ ବଦଳି ହୋଇଥାଆନ୍ତି । ଗୁରାଣ୍ଡି କବିଙ୍କର ଗାଁ ବାଣପୁରଠାରୁ ଅଢ଼େଇଶ କିଲୋମିଟର ଠାରୁ ମଧ୍ୟ ଦୂର ବାଟ । ସେତେବେଳେ ଗୁରାଣ୍ଡିକୁ ଯିବାର ତିନୋଟି ପି. ନିୟମ ପ୍ରଚଳିତ ଥାଏ । ତିନୋଟି ପି.ର ଅର୍ଥ ଇଂରାଜୀ ଭାଷାର ପି. ଅକ୍ଷରରୁ ଆରମ୍ଭ ତିନୋଟି ଶବଦ – ପୋଷ୍ଟିଙ୍ଗି, ପ୍ରମୋସନ ଓ ପନିଷିମେଣ୍ଟ । ଅର୍ଥାତ, ପ୍ରଥମ ଚାକିରୀ, ପଦୋନ୍ନତ୍ତି କିମ୍ବା ଦଣ୍ଡ ବିନା କେହି ଗୁରାଣ୍ଡି ଯାଉ ନଥିଲେ । 

କୁଷ୍ଟଁ ବାବୁ ଗୁରାଣ୍ଡି ଇସ୍କୁଲରେ ଯୋଗ ଦେବାର କିଛି ସପ୍ତାହ ଭିତରେ ତାଙ୍କର ଘୋର ମାନସିକ ଅବସାଦ ଦେଖାଦେଲା ।  ଏହିପରି ମାନସିକ ବିଷାଦ କବିଙ୍କ ପାଇଁ ପ୍ରଥମ ନଥିଲା । ଏହା ଆଗରୁ ଦୁଇଥର ସେ ଗଭୀର ମାନସିକ କଷ୍ଟ ଭୋଗିସାରିଥିଲେ । ପ୍ରଥମ ଥର ନିଜର ମା ଚାଲିଗଲା ପରେ । ୧୯୩୮ ମସିହାରେ । ମାତୃବିୟୋଗରେ କବିପ୍ରାଣରେ ଘୋର ଆଘାତ ଲାଗିଲା  ସେତେବେଳେ କବିଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । 

ଦ୍ୱିତୀୟ ଥର ନିଜର ପ୍ରାଣପ୍ରିୟ ଗୋପାଳ ଭାଇନା ହଇଜାରେ ଅସମୟରେ  ପ୍ରାଣ ହରାଇଲା  ପରେ । ସେତେବେଳେ କୁଷ୍ଟଁବାବୁଙ୍କୁ ମାତ୍ର ୩୨ ବର୍ଷ । ଭାଇ ଚାଲିଗଲା ପରେ କବିଙ୍କର ପରିବାରରେ ନାନା ଅଶାନ୍ତି ଦେଖାଦେଲା । ଭାଇଙ୍କୁ ଅକାଳରେ ହରାଇବାର ଦୁଃଖ ଓ ଏ ଅବ୍ୟବସ୍ଥା ତ୍ରିପାଠୀଏଙ୍କୁ କରାଇଲା ବିଷାଦଗ୍ରସ୍ତ ।

ପୂର୍ବକଥିତ ବୃତ୍ତାନ୍ତ ଅନୁସାରେ, ତୃତୀୟ ଛେକରେ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ମାନସିକ ଅବସାଦ ଗୁରାଣ୍ଡି ଆସିଲା ପରେ ଦେଖାଦେଲା । ମନ ଭଲ ରହିଲା ନାହିଁ । ଭୋଜନର ସ୍ପୃହା ଚାଲିଗଲା । ବେଳେବେଳେ ଭାତ ତଣ୍ଟିରେ ଗଳେ ନାହିଁ । ବାନ୍ତି ଲାଗେ । ବାବୁ ପ୍ରଧାନ ଶିକ୍ଷକ ଫକୀର ଚରଣ ପଟ୍ଟନାୟକଙ୍କ ସହିତ ମିଶି ଇସ୍କୁଲରେ ହିଁ ଶୋଉଥାଆନ୍ତି । 

ହେଲେ ଅଧିକାଂଶ ଦିନ ଫକୀର ବାବୁ ଶୋଇସାରିଲା ପରେ, କୁଷ୍ଟଁ ବାବୁଙ୍କ ଆଖିକୁ ନିଦ ଆସେ ନାହିଁ । ଇସ୍କୁଲୁ ଘଣ୍ଟାର ଆୱାଜ ଶୁଣିଶୁଣି ଅନେକ ଦିନ ରାତିର ଅର୍ଦ୍ଧାଧିକ କଟିଯାଏ । ସକାଳ ହେଲେ ଗାଧୋଇପାଧୋଇ ଆସି ଶେଯରେ ଯଥାକଥା କରି ଶୋଇପଡ଼ନ୍ତି । ଅଧା ନିଦ୍ରିତ । ଅଧା ଜାଗ୍ରତ । ଧିରେ ଧିରେ ମାନସିକ ଅବସାଦ ଓ ନିଦ୍ରାହୀନତା ଇସ୍କୁଲର କାମରେ ମଧ୍ୟ ପ୍ରଭାବ ପକାଇଲା । ଖାତା ଦେଖା ଠିକ ଭାବରେ ହୋଇପାରିଲା ନାହିଁ । ଅନ୍ୟମନସ୍କତା ପ୍ରକାଶ ପାଇଲା । 

କବି ଜାଣିଥିଲେ ଯେ ରୋଗ ଭଲ ହେବା ପାଇଁ ଦରକାର ଧୈର୍ଯ୍ୟ ଓ ସାହସ । ଦ୍ୱିତୀୟରେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଓ ଔଷଧ । ସେତେବେଳେ ମାନସିକ ଅବସାଦ ପାଇଁ ଓଡ଼ିଶାରେ ଡାକ୍ତରୀ ଔଷଧର ପ୍ରଚଳନ ପ୍ରାୟ ନ ଥାଏ । ଏ ଘଟଣାର ଷାଠିଏ ବରଷ ପରେ ମଧ୍ୟ ଅବସ୍ଥା କିଛି ବିଶେଷ ଭିନ୍ନ ନୁହେଁ । 

କୁଷ୍ଟଁବାବୁ ଅବସାଦକୁ ଦୂରେଇବା ପାଇଁ ଚଉକସ ଜଳଖିଆ ଖାଇବାକୁ ଆରମ୍ଭ କଲେ । ସକାଳୁ ଉଠି ଜଳଖିଆ ସହିତ କଞ୍ଚା ଅଣ୍ଡା ସହ କଫି ବା ଦୁଧ । ଦଶଟା ବେଳକୁ ଭାତ, ଡାଲି ଓ ତରକାରୀ ସହ ପାଏ ଖିର ଓ ଅର୍ଦ୍ଧ-ସିଦ୍ଧ ଡିମ୍ବ ଗୋଟାଏ  । ସେହିପରି ରାତ୍ରିଭୋଜନ ସହିତ ଅନ୍ୟ ଆନୁଷଙ୍ଗିକ ଖାଦ୍ୟ ସହିତ ଦୁଧ ଓ ଡ଼ିମ୍ବଭଜା । ଏହା ସହିତ ଔଷଧ ଭାବରେ ରତ୍ନପୁରୁଷ ଲେହ, ଛାଗଳାଦି ଘୃତ, ସିରପ, ଟନିକି, ଦିଲ୍ଲୀରୁ ସଙ୍ଗୃହିତ ହାକିମ ଦବାଇ, ଇତ୍ୟାଦିର ସେବନ ମଧ୍ୟ ହେଉଥାଏ । 

ସେତେବେଳେ ଗୁରାଣ୍ଡି ଇସ୍କୁଲୁରେ ଅଗାଧୁ ବୋଲି ଜଣେ ପିଅନ ବାବୁ ଥାଆନ୍ତି । ତ୍ରିପାଠୀ ବାବୁଙ୍କର ସେ ଅନେକ ସେବା କରନ୍ତି ।  ସକାଳେ ଓ ସନ୍ଧ୍ୟାବେଳେ ନିଇତି ମୁଣ୍ଡରେ ଭୃଙ୍ଗରାଜ ତୈଳ ମର୍ଦ୍ଦନ କରନ୍ତି । କୁଅରୁ ପାଣି କାଢ଼ି ମୁଣ୍ଡରେ ଢାଳି ଗାଧୋଇ ଦିଅନ୍ତି । ଖାଇବା ତିଆରି କରନ୍ତି । ଆଉ ଜଣେ ଥାଆନ୍ତି ଆପୁଡ଼ୁ ଆଜ୍ଞା । ଇସ୍କୁଲୁର ମେହେନ୍ତର । ଜର, ବାଧିକି ଇତ୍ୟାଦି ବେଳେ ଗୋଡ଼, ହାତ, ମୁଣ୍ଡ ଘଷି ଦିଅନ୍ତି ।  ଗୋଡ଼େ ଗୋଡ଼େ ଜଗିକି ରହନ୍ତି, ଯେମିତି ବାବୁ ଆପଣେ ଭଲରେ ରହିବେ ଆଉ ବାଧିକି ଦିହକୁ ପରାଶ ନଦେବ । 

ନିଜର ଯତ୍ନ ନେଇ, ଆଉ ଏଇ ଦୁଇଜଣ ତଥାକଥିତ ଅଶିକ୍ଷିତ ଲୋକଙ୍କର ସେବାଯତନରେ, ମାନସିକ ଅବସାଦରେ ଶୁକୁଟି ଆସୁଥିବା ଜୀବନଲତାଟି ପୁଣି ରସ ସଙ୍ଗ୍ରହ କଲା, ନୂଆ ପତର ଦେଲା । ଖରାଛୁଟି ବେଳକୁ ଘରକୁ ବାଣପୁର ଫେରିଲା ବେଳକୁ ଆଉ ଅବସାଦ ନଥିଲା ।

ଟୀକା: ଲେଖାଟି ପାଇଁ ଉପାଦାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କର ଆତ୍ମଜୀବନୀ ‘ନିରବଧି ନିରବ’ରୁ ନିଆଯାଇଛି । ଲେଖକ ଦ୍ୱାରା ବହିଟିର ବ୍ୟବହୃତ ସଂସ୍କରଣଟି ୨୦୧୩ ମସିହାରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁସ୍ଥ ପ୍ରକାଶକ ‘ସମନ୍ୱୟ’ଙ୍କ ଦ୍ୱାରା ପ୍ରକାଶିତ । ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

Wednesday, June 8, 2022

Things Are Yet to Happen

Basudev Sunani

Translator - Sailen Routray


Carmelite Monastery, Berdychiv, Zhytomyr Oblast, Ukraine
commons.wikimedia.org/Dmytro Balkhovitin


From the sound of the bells,
to the explosion of the drums,
from the meager collection
of sticks and straw,
to the destruction of the home;
whatever had to happen here,
has already happened.
Signlessly.
 
But I still feel it in my bones, 
that just round the corner,
something is lolling around to happen.
 
I know that here,
the tiniest of sounds 
is the scream of the panchajanya;
the smallest of reactions
resounds like thunderbolts.
 
Perhaps,
Therefore,
I have come to whisper
the darkest secrets;
after having survived 
the stupidest of accidents.
 
Those of you who have been busy
sowing darkness for centuries
after having loaded innocent excitements over 
with heaps of stones;
those of you who have been busy
carving juvenile self-absorptions
with the choicest of needles,
let this serve as a warning!
 
Here, a small, unclear,
yet glittering drop of water
shivers in the sky,
with the excitement of a rainbow 
long desired for and foreseen.
Here, a seed has taken the vow
to germinate with the wish
to turn everything green.
Here, a fallen woman searches
for a moment pure enough
to give birth to a child
who shall stall the seven warriors.
 
Thus,
I feel it in my bones,
that just round the corner,
something, is lolling around to happen.

Translator's Note: Basudev Sunani (b. 1962) is one of the foremost poetic voices of his generation in Odia literature. He also has a body of prose in the form of novels, academic monographs and essays in the language. 

Saturday, June 4, 2022

ଦେବସୁତ କରିବେ ପାର

ଶୈଲେନ ରାଉତରାୟ


ମେରି ଓ ଯୀଶୁ
୧୫୫୦-୧୬୦୦ ମସିହାରେ ଭାରତରେ ପ୍ରସ୍ତୁତ ମିନିଏଚର କଳା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ମନରେ ଯୀଶୁ ଯୀଶୁ ଜପ
ଅଧିକ ନ ହେଲେ ଅଳପ ।୦।

ମଧୁର ସେହି ଯୀଶୁ ନାମ
ନିତ୍ୟଶାନ୍ତିର ଅଟେ ଧାମ ।୧।

ସେହି ନାମକୁ ଆଶ୍ରା କର
ଦେବସୁତ କରିବେ ପାର ।୨।

ଏହି ଯେ ସଂସାରସାଗର
ଲଙ୍ଘିବା ଅଟଇ ଦୁସ୍ତର।୩।

ଯୀଶୁ ନାମକୁ ତରୀ କଲେ
ଭବସିନ୍ଧୁ ତରିବୁ ଭଲେ ।୪।

ଅନ୍ୟ ଉପାୟ ଲୋଡ଼ା ନାହିଁ
ଯୀଶୁ ନାମକୁ ଭଜ ତୁହି ।୫।

ସିଲୁ ରାଉତ ପାପୀ ବଡ଼
ପରମେଶ୍ୱର ଦୟା କର ।୬।

Wednesday, June 1, 2022

The City and the Novel

Sailen Routray


Somehow, Bombay has been, till very recently, seen as the ‘only city’ in the national imaginary. Through representations in the films produced by the Bombay-based Hindi film industry, and in Indian English novels, the Bombay of the mind often occupies a greater imaginative space than the real Bombay. Paradoxical as it may sound, cities become real only when they are creatively imagined into being – through novels, stories, memoirs, feature films, and other artistic forms.  

In the English language, no other Indian city perhaps has received as much creative attention as Bombay. But Delhi, of late, seems to be getting some imaginative care; in such a context, the book under review, Lovers like you and I can be seen as a Delhi novel, although it does not self-consciously fashion itself as such.

The novel is etched around a middle-class Delhi girl, Nayan, who is hopelessly in love with Salil, an intriguing character who has serial monogamous relationships with many professions that include being a student of civil engineering, medieval history, and photography, as a researcher in music, and being a general lay about. 

This relationship is counterpoised to Ratri’s (Nayan’s mother) relationship with her husband which is increasingly loveless; her journey from the tiny town of Kalchini to a humdrum existence in Delhi is alleviated only by an almost magical presence of Hindustani classical music in her life. Therefore, at another level, this is a novel about music, and the ways in which thinking about it can inform the ways of narrating fiction. Discussions of ragas frame discussions of people and situations, and discussions of people and situations frame discussions of ragas.

Apart from the protagonists, a set of intriguing characters populate the pages of this novel – Nayan’s brother Neel who shifts into documentary filmmaking after his graduation, and remains only sporadically in touch with his family; the reclusive writer Harshini Deb who likes her glass of gin; the eccentric film maker Palash who mentors Neel; and the young suicide Jugnu who continues to haunt the memories of Nayan and Neel years after her death following an unwanted pregnancy.

But as already mentioned, perhaps more than anything else, this is a novel about Delhi, especially the Delhi of the 1990's and early 2000's, when a set of drab habitations suddenly congealed together to form a city – the new, artistically vibrant, and culturally diverse ‘cosmopolis’ that we know today.  

This novel recreates the sociality that was birthed into existence over the last couple of decades in Delhi through conversations in the neighborhood roadside chai shops near academic campuses such as the National School of Drama, through private parties in the houses of the artistically accomplished, and through the hothouse work culture of the increasingly numerous and important media organisations. 

At the same time it also pays homage to a much older Delhi – the poetry of Ghalib and the Qutub Minar haunt the architecture of the novel, and the poet himself plays an important role in the story when the protagonists – Nayan and Salil – meet while fighting over a copy of a special edition of Divan-e-Ghalib at the book store at the Shri Ram Centre.             

The storyline, although it meanders to Benares and Nepal (following the ever-peripatetic Bengali diaspora), is deceptively simple – boy meets girl, boy and girl grow distant, and, then, the closure, where their possible reunion is hinted at. The plot meanders with its own logic around this plotline and is quite simple. But the novel is ambitious in other ways. 

Different kinds of narrative voices (third, second and first) are used, in the form of letters, diary entries etc. for producing narrative complexity, and a roughly hewn texture. For example, Maithili’s (Palash’s muse and ex-lover) diary entries, written in the first personal singular voice, give us glimpses into the transition from life as a carefree young adult in Kathmandu to the closeted life of a Bengali housewife in Baghbazar in North Calcutta.

This has a strange resonance with the story of Jugnu that we encounter in the beginning of the novel, whose life is tragically interrupted with her suicide. But sometimes these voices do not congeal into a whole that hangs together. Although it must be said that the dissonance so produced is not always disagreeable. 

In a similar way, there is an attempt to make Hindustani and English talk to each other in the novel, especially through the Hindustani poems of Salil and their English ‘translations’ by the novelist. Sometimes such tactics work, sometimes they don’t.

The manuscript of the novel was shortlisted for the Tiber Jones South Asia Prize for the year 2013. The book is well-produced. It liberally uses sketches (more than thirty in number) that are perceptively and beautifully etched, add to the narrative, and heighten its appeal. The novel, although adjectival at times (a common failing of Indian novels written in English), makes for an engaging read. 

It must be said here that certain sections of it could have made for better reading with a greater amount of editorial attention. If the particularities of Delhi would have been etched out with a few more details, the book could have had more depth. But despite these quibbles, this reviewer sincerely hopes that Lovers like you and I receives the deserving attention of readers.

Details About the Book: Minakshi Thakur. 2013. Lovers like you and I. New Delhi: HarperCollins Publishers India. 210 pages. Rs 275. ISBN: 9789351160298.

Note: A version of this review was first published in The Dhauli Review in 2014. 

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...