Tuesday, August 29, 2023

ସଉତୁଣୀ

ଶୈଲେନ ରାଉତରାୟ

ଫଟୋ କ୍ରେଡ଼ିଟ୍: ୱିକିମିଡିଆ କମନ୍ସ୍/ ଷ୍ଟିଭ୍ ବ୍ରାଉନ୍ ଓ ଜନ୍ ଭର୍କ‌ଲେୟର୍


ଡେଟା ଅନ୍ କର ଆଉ ହ୍ୱାଟ୍ସ୍‌ଆପ୍ ଦେଖ ।

କଅଣ?

ଆରେ ଦେଖୁନ ।

କଅଣ ଏଇଟା ?

ଦିଶୁନି କି ! ଆଖି ନା କାଚ ଗୁଲି ?

ଦେଖିଲି । କେଉଁଠି ଅଛ ?

ଯେଉଁଠି ଥାଏ । କେମିତି ଲାଗୁଚି ?

ଚୋପାଟା ଭଳି ଲାଗୁଚି । କେଉଁଠି ଅଛ ?

ଆଦିଶାରେ ।

ହଉ ।

ଚୋପାଟାକୁ ନେଇ ଆସୁଚି ତାହେଲେ । ଭଲ କୋଟପାଡ଼ କାମ ।

ନା । କେତେ ଟଙ୍କା ?

ଦଶ ହଜାର ଚାରିଶହ ପଚାଶ, ରିହାତି ପରେ ।

ମୋତେ ଯଦି ଭଲ ପାଉଥାଅ ତେବେ ମୋଟେ ଆଣିବନି କହିଦେଉଚି । ନହେଲେ ମୋତେ ଦେଖିବ ।

ଦେଖେଇଲେ ତ ଭଲ । ମୋତେ କଅଣ ଆଉ ଦେଖଉଚ କି ତମେ ? ଯାହା ତ ଖାଲି ଅନ୍ଧାରରେ ।

ବଜାରି । ତମର ଭଲ ଗତି ଅଛି ତ ମୋଟେ ଆଣିବନି କହିଦଉଚି ।

ହଉ । ହେଲା ।

ସତରେ ଆଣିବନି । ତିନିଟା ବେଳେ ନଅ ନମ୍ବରରେ କଅଣ କରୁଚ ?

ତମ ସଉତୁଣୀକୁ ଭେଟିବାକୁ ଆସିଥିଲି ।

ସେ ଆସିଗଲାଣି କି ?

ହଁ ।

କେବେଠୁ ?

କାଲି ସନ୍ଧ୍ୟାରେ ।

ହଉ, ଭଲ । ତା ସହିତ ବୁଲ ।

ସେ ତମ ପାଇଁ ଗୋଟେ ଜିନିଷ ଧରିଚି ।

କଅଣ ?

ଦେଖିଲେ ଜାଣିବନି ।

ହଉ । ଜଲଦି ଘରକୁ ଫେରି ଖାଇଦିଅ ।

ଫୋନ ରଖିଲେ ସିନା ଦୋକାନରୁ ବାହାରି ଘରକୁ ଯାଇ ଖାଇବି !

ହଉ । ଲଭ୍ ୟୁ ।

ଲଭ୍ ୟୁ ଠୁ । ହେଲେ ଆଜି ଜାଣିପାରିଲିନି, ମୋ ଭଲ ପାଇବାର ଦାମ ଦଶହଜାର ଚାରିଶ ପଚାଶ ଟଙ୍କାରୁ ବେଶି ନା କମ୍ ।

ରଖୁଚି । ଦୁଷ୍ଟ !

Tuesday, August 22, 2023

Love song

Bharat Majhi

Translated by Sailen Routray


 Fortified Ingush military tower, 'Hamishki', circa 16th century,
with Erzi towers and Olgetti village in the background.
Armkhi Valley, Republic of Ingushetia, Central Caucasus.
Photo Credit: https://commons.wikimedia.org/ Vyacheslav Argenberg

I counted whatever I could not do,
and cried.

I have to speak, if so demanded:
I have to say that 
the ground beneath my feet is still green;
the snake slithering away is still brown;
the wind muscling its way through 
my diseased windows is still cursed;
my head is still hot;
and, that my heart  is 
still cold and still.

I have written and erased so many names.
But I could never tell any of them, 
that this is the soil, 
and that is sin,
this is a tree, 
and that is the wind,
this is a ghost, 
and that is love;
And more than anything else,
I could never tell any one of them,
that this is
life.

I have written 
and erased so many names. 

I counted whatever I could not do,
and cried.

Note: The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

Tuesday, August 15, 2023

ମାନଚିତ୍ର

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍: ୱିକିମିଡିଆ କମନ୍ସ୍/ଦିଏତ୍ମାର ରାବିକ୍ 

ଦୁଇ ନମ୍ବର ଖଟିରେ ଦିଲୁ ଭାଇ କବିତା ପଢ଼ୁଥିଲେ । ତୁମେ ତାଙ୍କ ପଛକୁ କଡ଼େଇକି ଠିଆ ହେଇଥିଲ । ଦୀନା, ମଣ୍ଟୁ ଭାଇ ଆଉ ସିପୁ ତମରି ଆଡ଼କୁ ଗାଣ୍ଡିକରି ଠିଆ ହୋଇଥିଲେ ଅର୍ଦ୍ଧଚନ୍ଦ୍ରାକାରରେ ।

ଦିଲୁ ଭାଇ ଭାବୁଥିଲେ ମୁଁ ତାଙ୍କ କବିତାକୁ ପିଇଯାଉଚି ବୋଲି । ହେଲେ ତମେ ଠିକ୍ ଜାଣିଥିଲ ମୁଁ କାହାକୁ ଚାହିଁଚି । ସେଇ ଗୋଷ୍ଠୀର ଅନ୍ୟ କିଏ ଜାଣ‌ିବାର ଉପାୟ ନଥିଲା ।

ରାସ୍ତା କଡ଼ର ବତୀର ଆଲୁଅ ନିମ୍ବ ଗଛର ପତ୍ର ଫାଙ୍କ ଦେଇ ତୁମର ତିନିଦିନିର ଦାଢ଼ି ବୋଳା ଗାଲ ଉପରେ ଚେତେରେଇ ହେଇ ପଡ଼ିଥିଲା । ତୁମେ ମୁହଁ ଟିକେ ହଲେଇଦେଲେ ଲାଗୁଥିଲା ଦୁନିଆର ମାନଚିତ୍ର ବଦଳ‌ିଗଲା ଭଳି ।

ତୁମେ ନ ହଲିଲେ ବି ତୁମ ମୁହଁର ମାନଚିତ୍ର ଚହଲି ଯାଉଥିଲା, ପବନରେ ଡାଳଗୁଡ଼ିକର ଦୋଳନ ଯୋଗୁଁ । ତୁମର ଆଖି ଦିଲୁ ଭାଇଙ୍କ କବିତା ଡାଏରି ଉପରେ ଥିଲା । ହାତ ଥିଲା ତମଠୁଁ ସାଉଁଳା ଖାଉଥିବା ଷଣ୍ଢର ମୁଣ୍ଡ ଉପରେ, ଯାହାର ଗାଣ୍ଡିଟା ଥ‌ିଲା ମୋ ଆଡ଼କୁ ।

ମୁଁ ଯେତେବେଳେ ତାର ପଛ ଫଡ଼ିଆକୁ ଆଉଁସିବାକୁ ଆରମ୍ଭ କଲି, ମୁଁ ତା ଦେଇ ଛୁଇଁଲି, ତୁମକୁ ନୁହେଁ, ହେଲେ ତୁମ ମୁହଁର ମାନଚିତ୍ରକୁ ।

Tuesday, August 8, 2023

The sculptor

Bharat Majhi

Translated by Sailen Routray


Interior of the main hall of the Museum of the History of Polish Jews in Warsaw
Photo Credit: https://commons.wikimedia.org/ Wojciech Kryński

It does not pay to blame the butterfly. 
Especially since, friends, 
it is not as if 
I would become a garden someday!
So kindly desist from giving me
advances for making statues;
as I do not have
even a couple of palmfuls of soil 
after the division of the land. 

I had earth 
that could have become statues 
of gods and goddesses;
objects of affection and reverence.
But I thought that for me 
all the gods have died.
Therefore,
that land has been sold. 
Have not you seen?
At the same place 
a lush garden has grown.

I do agree that 
my skills don’t lie in cooking,
or for that matter in gardening.
But you just might get two tight whacks 
if you raise the matter of the statues.
Therefore, friends! 
It is prudent to desist!

If you have to say something,
then let’s talk about the earth,
about the tears that have been shed,
and offer each other lovely platitudes
about the beauty of the earth.

Tears matter,
till the time they inhabit 
the universe of the eyes.
Why search for them in the dust 
after they drop?

I don’t say that this earth is pretty 
after seeing your idiotic gardens;
if I might have,
then the question of the butterflies 
could have been raised legitimately.

Hence dear friends!
Let’s face the bland fact 
that I won’t make statues any longer.
But it will be nice,
if you could come at least once a year,
talk some random jazz, 
shed a few wayward tears,
and bitch about the idiocy 
of gardens in general.

Note: The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

Tuesday, August 1, 2023

ଲିଙ୍କ୍ ରୋଡ଼୍

ଶୈଲେନ ରାଉତରାୟ


ବାଦାମବାଡ଼ି ବସଷ୍ଟାଣ୍ଡର ଆଖପାଖ ଅଞ୍ଚଳ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ (କମଳାକାନ୍ତ୭୭୭)

କୋଉଠି ହେଲଣି ?

ଲିଙ୍ଗ ରୋଡ଼ ଟପିଲା ବସ୍ ।

ଶିଘ୍ର ପହଞ୍ଚିଯାଇଥିଲା ତ ବାଦାମବାଡ଼ିରେ ।

ସେଇଥି ପାଇଁ ଡେରିରେ ଛାଡ଼ିଲା ।

ତମ ବସ୍‌କୁ ଧନ୍ୟ କହିବ ।

ହଁ । ବାପା ମୋ ପାଇଁ ବସ୍‌ଟା କିଣିଦେଇଚନ୍ତି ତ !

ହଉ । ଫୁଲନଖରା ଟପିଲେ ମୋତେ କଲ କର ।

ଥାଉ । ମୁଁ ଅଟୋରେ ଆସିବି ।

ଏ ଅଧମ ଆଉ କଅଣ ଭୁଲ ପୁଣି କଲା ଆଜି ? 

ତୁମର କଅଣ ଭ‌ୁଲ । ସବୁ ଭ‌ୁଲ ସବୁ ବେଳେ ମୋ’ର ।

ହଉ । ଭୁଲ ଯାହାର ହେଉ । ତମେ ନଖରାରୁ କଲ କର । ଆଚାର୍ଯ୍ୟ ବିହାର ପାଣିଠାଙ୍କିଠେଇଁ ଓହ୍ଲେଇଯାଅ । ଆଉ ମୁଁ ସେ ପର୍ଯ୍ୟନ୍ତ ନ ପହଞ୍ଚିଥିଲେ ମୋ ପାଇଁ ଅପେକ୍ଷା କରିଥିବ ।

କହୁଚି ପରା ମୁଁ ଅଟୋରେ ଆସିବି ।

କଅଣ ଆଣିଚ କି ?

...

ଓହୋ! କହୁନ କାହିଁକି ?

ଲଡ଼ୁ । ରାଶ‌ି ଲଡ଼ୁ ।

ଆଉ ?

ଉଖୁଡ଼ା ।

ଆଉ?

ଖୁଙ୍କୁ ।

କିଏ ଖାଇବ ?

ମାଧିଆ ।

ଆଉ କିଏ ବାଣ୍ଟିବ?

ସେଇ ମାଧିଆ ।

ହଉ ମାଧିଆ ଯଦି ତୁମେ ଓହ୍ଲେଇଲା ବେଳକୁ ପହଞ୍ଚି ନ ଥିବ, ଦୟାକରି ଅପେକ୍ଷା କରିବ । ହଁ । ଆଉ ତୁମେ ନିଜେ ଲଡ଼ୁ, ଉଖ‌ୁଡ଼ା, ଖ‌ୁଙ୍କୁ ସବୁତକ ଖାଇ ନ ସାରିଲା ପର୍ଯ୍ୟନ୍ତ ମାଧିଆ ଏଥର ଆଉ ତୁମକୁ ଘରକୁ ଛାଡ଼ୁନି । 

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...