Tuesday, March 28, 2023

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅପ୍ରମାଦ ବର୍ଗ  ୫-୬

ଅନୁବାଦକ - ଶୈଲେନ ରାଉତରାୟ


ବୋଧିଧର୍ମ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍

ଓଡ଼ିଆ ପଦ୍ୟାନୁବାଦ


ଉଦ୍ୟମ, ଅପ୍ରମାଦ, ସଂଯମ, ଦମ ଧରି
ବୁଦ୍ଧିମାନ ବିରଚିବ  ଦ୍ୱୀପଟି ଏପରି 
ବନ୍ୟା ଭସାଇ ନନେଇ ପାରିବ ଯେପରି ।୫। 

ମୂର୍ଖ ପରମାଦେ ଲିପ୍ତ, ତଥା ଅପ୍ରମାଦେ
ଶ୍ରେଷ୍ଠ ଧନ ପରି ରକ୍ଷା କରନ୍ତି ଯେ ବୁଧେ ।୬।

ମୂଳ ପାଲି ପଦ


ଉଟ୍ଠାନେନ'ପ୍ପମାଦେନ ସଞ୍ଯମେନ ଦମେନ ଚ ।
ଦୀପଂ କୟିରାଥ ମୋଧାବୀ ଯଂ ଓଘୋ ନାଭିକୀରତି ।୫। 

ପମାଦମନୁଯୁଞ୍ଯନ୍ତି ବାଳା ଦୁମ୍ମେେଧିନୋ ଜନା ।
ଅପ୍ପମାଦଞ୍ଚ ମେଧାବୀ ଧନଂ ସେଟ୍ଠଂ'ବ ରକ୍ଖତି ।୬।

ଅନୁବାଦକୀୟ ଟୀକାଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

Wednesday, March 15, 2023

The Sitabinjhi Fresco of North Orissa

Ramakanta Samantaray and Sailen Routray


A Photograph of the Sitabinjhi Fresco Taken in 2010 


The Rabanachhaya fresco (17 ft*10 ft) is to be found in the ceiling of a rock shelter in Sitabinjhi in Keonjhar district in north Orissa. This site is located near DanguApAni village on the banks of River Sita and is of great archeological importance. The painting, done in the tempera technique, depicts a royal procession of a King named Disha Bhanja and proceeds from right to left.

The fresco consists of four infantry men, a cavalry man, the king and the mahout sitting on an elephant, and a handmaiden. The royal person holds a goad in his right hand and in his left hand something that looks like a flower. It is painted in a style reminiscent of the Ajanta frescoes. But the ground was not prepared like Ajanta here and the painting was created on a coating of lime. It is interesting to note here that the Sitabinjhi frescoes are very unlike those in Orissa that were painted later.   

By the time B.V. Lal, an official of Archeological Survey of India, started work on the site in 1950, the frescoes had already become quite faded. He chemically treated these and took photographs of the same. In the same year Odia artist Gopal Kanungo brought them to the notice of the then principal of Calcutta Art School and prepared a copy of the said fresco.

Artistic Impression by Gopal Kanungo of the RAbanachhAyA Fresco
(Plate between pages 42-43 of  'KalAra BichAra' by Gopal Kanungo)


The Brahmi script used in an inscription at the bottom of the fresco was deciphered by T. N. Ramachandran and according to him these can be dated to the fourth century AD. Other scholars opine differently and the time of the painting of these may be fixed between fourth and twelfth centuries of the Christian Era.

Wednesday, March 8, 2023

ଫ୍ରିଡ଼ା ଦାସ ହସ୍‌ୱର୍ଥ୍‌ଙ୍କର ଚିତ୍ର 'କୋଣାର୍କ'

ରମାକାନ୍ତ ସାମନ୍ତରାୟ ଓ ଶୈଲେନ ରାଉତରାୟ



ଫ୍ରିଡ଼ା ଦାସ ହସ୍‌ୱର୍ଥ୍‌  ପ୍ରସିଦ୍ଧ ସମାଜବାଦୀ ନେତା ଓ ସ୍ୱାଧୀନତା ସଙ୍ଗ୍ରାମୀ ସାରଙ୍ଗଧର ଦାସଙ୍କୁ ବାହା ହୋଇ ଓଡ଼ିଶାରେ ବେଶ୍ କିଛି ଦିନ କଟାଇଥିଲେ । 'ଏ ମ୍ୟାରେଜ୍ ଟୁ ଇଣ୍ଡିଆ' (୧୯୩୧) ଏବଂ 'ପର୍ଦ୍ଦା; ଦି ଷ୍ଟାଟସ୍ ଅଫ୍ ଇଣ୍ଡିଆନ୍ ୱିମେନ୍ (୧୯୩୨) ଆଦି ତାଙ୍କର ବହିଗୁଡ଼ିକ ଆମକୁ ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାର ସାମାଜିକ ଚିତ୍ର ପ୍ରଦାନ କରେ । 

ଲେଖାଲେଖି ଛଡ଼ା ଜଣେ ଚିତ୍ରକର ଭାବରେ ମଧ୍ୟ ତାଙ୍କର ପରିଚିତି ଥିଲା । ୧୯୨୭ ମସିହାରେ ସେ ଆଙ୍କିଥିବା ଗାନ୍ଧୀଜୀଙ୍କର ପୋଟ୍ରେଟ୍ ଏହି ବିଷୟକ ପ୍ରଥମ ଚିତ୍ର ଭିତରୁ ଗୋଟିଏ ।

ଆପଣ ଉପରେ ଦେଖୁଥିବା ଫ୍ରିଡ଼ା ଦାସ (୧୮୮୬-୧୯୭୪)ଙ୍କ ଦ୍ୱାରା ଅଙ୍କିତ 'କୋଣାର୍କ' ଚିତ୍ରଟିର ମାଧ୍ୟମ ତୈଳରଙ୍ଗ । ଶ୍ରୀମତୀ ଦାସ ଓଡ଼ିଶାର ଅନେକଗୁଡ଼ିଏ ମନ୍ଦିରର ଚିତ୍ର ଆଙ୍କିଥିଲେ । ସେଗୁଡ଼ିକ ('କୋଣାର୍କ' ଚିତ୍ର ସହିତ) ପ୍ୟାରିସ ନଗରୀରେ ପ୍ରଦର୍ଶିତ ମଧ୍ୟ ହୋଇଥିଲା । 

ଆମେ ବ୍ୟବହାର କରିଥିବା ଚିତ୍ରଟିର ଏହି ପ୍ରତିଛବିଟି ମାସିକ ପତ୍ରିକା 'ବାରୁଣୀ'ର ପ୍ରଥମ ସଙ୍ଖ୍ୟାରୁ ନିଆଯାଇଛି । ପତ୍ରିକାଟି ରାୟବାହାଦୁର ରାଜକିଶୋର ଦାସଙ୍କ ସମ୍ପାଦନାରେ କଟକରୁ ପ୍ରକାଶିତ ହୋଇଥିଲା । 

୧୯୨୩ ମସିହାରେ ଏହାର ପ୍ରକାଶନ ଆରମ୍ଭ ହୋଇ ସେହି ବର୍ଷ ହିଁ ପାଞ୍ଚଟି ସଙ୍ଖ୍ୟା ଛପା ହେବା ପରେ ବନ୍ଦ ହୋଇଯାଇଥିଲା । ପତ୍ରିକାର ଅଳଙ୍କରଣ ଓ ପରିପାଟୀ ଆକର୍ଷଣୀୟ ଥିଲା ଏବଂ ଏହାର ଦାୟିତ୍ୱ ଚିତ୍ରଶିଳ୍ପୀ ଉପେନ୍ଦ୍ର ଦାସ ସମ୍ଭାଳୁଥିଲେ ।

ବି.ଦ୍ର. - ଆମେ ବ୍ୟବହାର କରିଥିବା 'ବାରୁଣୀ' ପତ୍ରିକାର ସଙ୍ଖ୍ୟାଟି ସୃଜନିକା ସଂସ୍ଥାଙ୍କ ଦ୍ୱାରା ପରିଚାଳିତ 'ଓଡ଼ିଆ ବିଭବ' ୱେବ୍‌ସାଇଟ୍‌ରୁ ପ୍ରାପ୍ତ ହୋଇଛି । ଆମେ ଏଥି ପାଇଁ ତାଙ୍କ ନିକଟରେ କୃତଜ୍ଞ ।

Wednesday, March 1, 2023

A 19th Century Photograph of the Lingaraj Temple Complex in Bhubaneswar

Ramakanta Samantaray and Sailen Routray



This is perhaps one of the first photographic images of the Lingaraj temple complex by an Indian photographer taken from a vantage point near the Uttareswar Temple. The photographer is the Bengali indologist and historian Rajendra Lal Mitra (1824-1891). 

He was also one the early photography enthusiasts of India. His two volume ‘Antiquities of Orissa’ (published in 1875 and 1880) remains a landmark of architectural history and is still in print. 

The fieldwork for this book took place in 1868-69. The photograph provided above must have been taken during this period of time. 

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...