Sunday, October 29, 2023

ପୁରୁଣା ଆସେମ୍ବ୍ଲି

ଶୈଲେନ ରାଉତରାୟ

ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଅଜିତ କୁମାର ସାହୁ


ଆମେ ପ୍ରଥମ ଥର ପାଇଁ ପୁରୁଣା ଆସେମ୍ବ୍ଲି ପାଖରେ ଥିବା ସେକେଣ୍ଡ ହାଣ୍ଡ ବହି ଦୋକାନ ବୁଲି ଆସିଚେ । ଆଗରୁ ଅବଶ୍ୟ ଅନେକ ଥର ଆସିଚେ ଏଇ ଏରିଆକୁ । ହେଲେ ମାର୍କେଟ ବିଲ୍‌ଡ଼ିଙ୍ଗ୍‌କୁ । ଆଜି ଏହି ବହି ଦୋକାନଗୁଡ଼ିକୁ ପ୍ରଥମ ବାରି ।

ତମେ ଫିଜିକ୍ସ୍ ଟେକ୍ସ୍ଟବୁକ୍, ପିଲାଙ୍କ ବହି ଖେଳଉଚ । ମୁଁ ଓଡ଼ିଆ ଆଉ ଇଂରାଜୀ ଉପନ୍ୟାସ ଆଉ ନନ୍‌ଫିକ୍ସନ୍ ।

ସାର୍, ଏପଟେ ଦେଖନ୍ତୁ, ନୂଆ ବହି ଆସିଚି,” ବୋଲି ବୁନୁ କହିଲାରୁ ମୁଁ ବୁଲି ପଡ଼ି ସେପଟେ ଦେଖିଲା ବେଳକୁ ସତରେ କିଛି ଭଲ ବହି ଆସିଚି ।

ସବା ଉପରେ ଥୁଆ ହେଇଚି ନାଥାନ୍ କୁଲ୍‌ଟର୍ଏଠି ୱେଣ୍ଡେଲ୍ ବେରି କିଏ ପଢ଼େ ? ଯଦିଓ ବାଇଶ ବର୍ଷ ତଳେ ଇଷ୍ଟ ଟାୱାରରୁ ବାହାରି ରାଜମହଲ ଛକ ରାସ୍ତାକୁ ଯିବା ଗଳିରେ ବାଁ ପଟେ ଥିବା ପୁରୁଣା ବହି ଦୋକାନରେ ମୋତେ ମିଳିଥିଲା ବେରିର ହିଁ ସେକ୍ସ୍, ଇକନମି, ଫ୍ରିଡମ୍ ଆଣ୍ଡ୍ କମ୍ୟୁନିଟି ବହିଟି – ସେକେଣ୍ଡ ହ୍ୟାଣ୍ଡ ।

ଏମିତି ଭାବୁ ଭାବୁ ଅନ୍ୟମନସ୍କ ହୋଇ ମୋ ହାତ ବାଜି ବହି ଥାକଟି ଗଳିପଡ଼ିଲା । ତଳେ ଅଛି ଥାକେ ପୁରୁଣା ଜହ୍ନମାମୁଁ । କିଛି ୧୯୭୦ ଦଶକର ଆଉ କିଛି ୧୯୮୦ରୁ ୧୯୯୧-୯୨ ମସିହା ଭିତରର । ପ୍ରାୟତଃ ଭଲ ଅଛି । କାଗଜ ଯାହା ଟିକେ ମଳିଛ‌ିଆ ପଡ଼ିଯାଇଚି ।

ମୁଁ ବୁନୁକୁ ପଚାରୁଚି, ଏଗୁଡ଼ାକ କେତେ ଲେଖା ?”

ବୁନୁ କହୁଚି, ଯାହା ଆଜ୍ଞା ଦେବେ

ଟଙ୍କାଟେ ଲେଖାଏଁ?”

ବୁନୁ ହସୁଚି ।

ଆମେ ପହଞ୍ଚିଲା ବେଳକୁ ଘୋରାଘୋରା କରିଥିଲା । କିଛି ମିନିଟ ହେଲା ଦେହରେ ଖରା ବାଜୁଚି ଟାଇଁଟାଇଁ । ତୁମେ ଖରାରୁ ଆସି ମୋ ପାଖରେ ଛାଇରେ ଠିଆ ହେଇଚ ।

ଜହ୍ମମାମୁଁ ରଖୁଚ ବୋଲି ମତେ ତ କେବେ କହିନ?”

ଉତ୍ତରରେ ବୁନୁ ବାଁ ହାତରେ ତା ଚୁଟିକୁ କୁଣ୍ଡଉଚି ।

ମୁଁ ତୁମ ଆଡ଼କୁ ବୁଲି ପଚାରୁଚି, କିଛି ପାଇଲ ?”

ତୁମେ ହାତରେ ଧରିଥିବା ସୁନ୍ଦର ଶାଗୁଆ ରଙ୍ଗର ମଲାଟ ଥିବା ଗୋଟେ ସାଇନ୍ସ୍ ଟେକ୍ସ୍ଟବହି ମତେ ଦେଖଉଚ ।

ଦେଖ ମୁଁ କଅଣ ପାଇଲି, ମୁଁ କହୁଚି ।

ତୁମେ ଗୋଟିଏ ଜହ୍ନମାମୁଁ ଟେକି ଆଣି, ଖେଳେଇ ସାରି ପଢ଼ୁଚ । ମୁଁ ତୁମକୁ ଏତେ ଆଗ୍ରହର ସହ କେବେ କିଛି ପଢ଼ିବାର ଦେଖିନି ।

ତୁମକୁ ପଢ଼ିବାକୁ ଛାଡ଼ି ଦେଇ ମୁଁ ବହି ଖେଳଉଚି । ବହିର ଦୁଇଟି ଟେବୁଲୁ ଆଉ କେବିନି ଭିତରେ ଜେଗା ନାଇଁ ବେଶି । ମୁଁ ଏପଟପେପଟ ହେବା ସମୟରେ ବେଳେ ବେଳେ ତୁମ ସହ ବାଜୁଚି । ଅନେକ ଥର ଜାଣିଜାଣି ।

ମୁଁ ନାଥାନ କୁଲଟର, ଅଟୋବାୟୋଗ୍ରାଫି ଅଫ୍ ଏ ୟୋଗି ଆଉ ପିଟର ରବିନ୍‌ସନ୍‌ର ଏ ଡେଡିକେଟେଡ଼୍ ମ୍ୟାନ୍ ବାଛି ସାରି ଅନେଇଲା ବେଳକୁ ତମେ ଅନ୍ୟ ଗୋଟେ ଜହ୍ନମାମୁଁ ଦେଖୁଚ ।

ତମେ କଅଣ ଏଗୁଡ଼ା ନେବ ନା କଅଣ?”

ମୁଁ କହୁଚି, ହଁ, ସବୁତକ

ତମେ କହୁଚ, ମୋତେ କିଛ‌ି ଦବ । ମୁଁ ଗାଆଁକୁ ନେଇ ଯ‌ିବି ପଢ଼ିବା ପାଇଁ

ମୁଁ କହୁଚି, ଗୋଟେ ବି ନୁହଁ । ମୋତେ କଅଣ ମିଳ‌ିବ ?”

ତୁମେ ଫିକ୍ କିନା ହସି ଦଉଚ ।

ତୁମକୁ ପ୍ରଥମ ଥର ଦେଖିବାକୁ ଯାଇ ଫେରିଲା ବେଳକୁ, ମୁଁ ହଉ ରହିଲି କହି ଆସିଲା ବେଳକୁ ତମେ ଯେମିତି ହସିଥ‌ିଲ, ଠିକ୍ ସେମିତି । 

Sunday, October 22, 2023

Rabi Nial, B.A. B.E.D.

Bharat Majhi

Translated by Sailen Routray


 Cows grazing at a hill near Behera, Kalahandi
Photo Credit: commons.wikimedia.org/Riskyishwar


The day after nuakhai,
my son is going to sit for 
the supplementary matriculation examination. 
All our five acres of land are filling with sand. 
No charm in nuakhai sir!
No charm at all!
Last year’s flood was eating all our harvest.

During the last assembly session
we were all going to Bhubaneswar.
We fifty teachers were staying in M.L.A colony. 
If I were knowing that you were there,
then I would be meeting you sir!

Please make a news about the transportwallahs.
Kindly don’t forget.
My younger brother not receiving his salary
for the last three years.
Please be thinking, 
how are they surviving.

In the last elections 
we were fighting very strongly.
But we are not getting any road.
We are full-pant wallahs! 
But because of the stream,
we are wading every monsoons sir. 
Therefore, 
I am not buying a bike also.

I am applying 
for the governor’s award this year.
But that’s a big thing.
Your two articles that you were publishing,
are really helping sir!
But I am not doing anything these days 
any longer. 

You are asking about home?
Perhaps you are not seeing my wife?
She is a wrestler;
She’s hacking wood, 
getting water and doing marketing.
And my work, meaning, 
going to school and gossiping.

My daughter’s proposal coming this year.
A party was home last month;
The boy an overseer at Machhkund.
But what to tell you sir!

My neighbours are conspiring;
they telling the party,
can Rabi Nial be giving
a motorcycle to the bridegroom?
They went back, 
and I am not hearing from them ever since.

Please tell me sir!
Rabi Nial, B.A. B.Ed. 
be not giving a motorcycle to his son-in-law? 

Note: The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

Sunday, October 15, 2023

ରୋଷେଇଘର

ଶୈଲେନ ରାଉତରାୟ

ପୁରୁଣା ବିଧାନସଭା କୋଠା, ୟୁନିଟ ୧, ଭୁବନେଶ୍ୱର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଶୁଭ୍ରା ସିଂ 

ମୁଁ ରୁଟି ବେଲୁଚି । ତୁମେ ସେକୁଚ ।

ତୁମେ କହୁଚ, ଭଲ ବେଲୁଚ ତ

ଥଟ୍ଟା କରୁଚ?

ଆରେ ନା

ହଉ ତାହେଲେ । ତମେ ବେଲ, ମୁଁ ସେକୁଚି

ତୁମେ ସିଙ୍କ୍ ଆଡ଼କୁ ଠ‌ିଆ ହେଇଚ । ମୁଁ କାନ୍ଥର ଥାକ ଆଡ଼କୁ ।

ଆମେ ଯାଗା ବଦଳ କଲାବେଳକୁ ମୁଁ ତୁମକୁ ଟିକେ ଗେଲ କରୁଚି । ଓଠରେ ।

ତୁମେ ଧିରେ କହୁଚ, ଯା, ଛୋପରା

ମୁଁ ତୁମକୁ କୁଣ‌୍ଢେଇ ଆହୁରି ଦୁଇ ଥର ଗେଲ କରୁଚି ।

ତୁମେ କହୁଚ, ଆରେ କିଏ ଦେଖିବ । ସମସ୍ତେ ଉଠିସାରିବେଣି

ଯିଏ ଦେଖିବ ଦେଖୁ । ମୋ ସ୍ତ୍ରୀକୁ ମୁଁ ଗେଲ କରୁଚି । ସେଥିରେ କାହାର କଅଣ ଗଲା

ଝରକାର ଜାଲି ବାଟ ଦେଇ ଦିଶୁଚି, ଗୋଟେ ମୂଷା ଉପର ତଳ ହେଉଚି । ମୋଟର୍ ତାର ଦେଇ ଝୁଲୁଚି । ଡର ଭୟ କିଛି ନାହିଁ ।

ଆରେ ପୋଡ଼ି ସାରିଲଣି ରୁଟିକୁ । ପଲମରେ ଦରସେକା କର ଯେ, ନିଆଁ ଉପରେ ତା ପରେ ପୋଡ଼ିବନି, ତୁମେ କହୁଚ

ହଉ । ଆଉ କେତେଟା ବାକି ରହିଲା?”

ଏଇଟାକୁ ମିଶାଇ ପାଞ୍ଚଟା

ତମେ ଝାଳେଇଲେ ବହୁତ ଭଲ ଦେଖାଯାଅ

ଯା, ବଜାରି କେଉଁଠିକାର । କଅଣ ନା ଝାଳେଇଲେ ସୁନ୍ଦର ଦେଖାଯାଏ

ମୁଁ ତ ସୁନ୍ଦର କହିନି । ମୁଁ କହିଲି ତୁମେ ଝାଳେଇଲେ ଭଲ ଦେଖାଯାଅ

ଦିଟା ଭିତରେ ଫରକ କଅଣ?”

ଦେଖ । ଯେଉଁଟା ଖରାପ ନୁହେଁ, ସେଇଟା ଭଲ । ଯେମିତି ତମଠୁଁ ଶ‌ିଖି ମୁଁ ଏବେ ରୁଟି ସେକୁଚି । ଏଇ ଏବର ରୁଟିର ସେକାଟା ଭଲ । ହେଲେ ତୁମ ସେକା ରୁଟି ପରି ନିଖ‌ୁଣ, ସୁନ୍ଦର, ନୁହଁ

ତମେ ରୁଟି ବେଲିବା ବନ୍ଦ କରି ମୋ ଆଡ଼କୁ ବୁଲି ମୋତେ ଗେଲ କରୁଚ । ଓଠରେ ନୁହେଁ । ଗାଲରେ ବି ନୁହେଁ । ଗୋଟେ ଫ୍ଲାଇଙ୍ଗ୍ କିସ୍ ।

ତୁମ ନିଶରେ ଟିପି ଟିପି ଝାଳ ।

Sunday, October 8, 2023

The History Notebook

Bharat Majhi

Translated by Sailen Routray


Jakam, Kalahandi
Photo Credit: commons.wikimedia.org/Debasish Rout

If one could finish
the half-built limbs of the gods;
without having lost one’s clothes;
then the stone gargoyles 
could get up and dance;
then one could unsheathe
the wooden sword, 
that could slay the tyrants.
if one could destroy the Mahisasuras 

The earth that is under our feet
now has a peculiar character.
Here tears evaporate into 
a damp nothingness 
before 
they can hit the ground,
and the answers to many relevant questions 
are tucked away 
in the crevice of the roof 
that arise from it.

The shortest distance between 
him and I 
is etched on the circumference 
of a circle 
spreading just beyond your dreams.

Our demands and declarations 
are thus 
laughable indeed.
Because the surface of our anger
is weak enough 
not to stand the weight 
of many questions.

We do not have any proof
that we indeed are hungry and thirsty 
after the torrid crossings of the caves.
Then may be one does not need
these copper plates, 
these palm leaves?

We know that this is
definitely not the answer, 
complete and whole.
Even easy questions
cannot bear being as facile as this.
Then how many eons
should we endure 
sitting inside these examination halls?

Look! 
On that side lie
our regular historical excitements.
Excitements so intense,
that we could laugh 
only if one were playing the emperor,
and on the other side
lie the consequences 
of all our questions. 

Note: The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

Sunday, October 1, 2023

ରସୁଲଗଡ଼ ଛକ

ଶୈଲେନ ରାଉତରାୟ


କୋଚିଲେଇ ବଜାର, ରସୁଲଗଡ଼
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ସୌମେନ୍ଦ୍ର କୁମାର ସାହୁ

ସେତେବେଳେ ଆମର ଏକାଦଶ ଶ୍ରେଣୀ । ମୁନୁର ଆଉ ମୋର ବସିଚୁ ତୃପ୍ତି ଢାବାରେ - ରସୁଲଗଡ଼ ଛକରୁ ଯେଉଁ ରାସ୍ତା ଗଡ଼ିଚି ଚକେଇସିଆଣି ଆଡ଼କୁ, ଠିକ୍ ପଶିଗଲା ବେଳକୁ ରାସ୍ତା କଡ଼ରେ ବାଁ ପଟେ ।

ରାତି ଡେରି ନୁହେଁ । କିନ୍ତୁ ଆଜି ବୋଧେ ବାର ଠିକ୍ ନୁହଁ । ଶନିବାର ? ନାଁ । ମଙ୍ଗଳବାର ଆଜି । ସେଥିପାଇଁ ବୋଧହୁଏ ଭିଡ଼ ବେଶି ନାହିଁ । ମୁନୁ ବସିଚି ରାସ୍ତାକୁ ପଛ କରି, ମୁଁ ରାସ୍ତା ଆଡ଼କୁ ମୁହଁ କରି । ଯଦିଓ ଯେହେତୁ ମୋ ଆଗରେ ଖୋଲା କିଚେନ୍‌ଟା ଅଛି, ଆଉ ମୁଁ ଡାହାଣ ଆଡ଼କୁ ବସିଚି, ମୁନୁ ପଛକୁ ଅନେଇଲେ ମୋତେ ଦିଶ‌ୁଚି ଢାବାର କାଉଣ୍ଟରରେ ବସୁଥ‌ିବା ଦାଢ଼ିଆ ଲୋକଟାର ୠକ୍ଷ ମୁହଁ ।

ଏଣୁ ମୁଁ ମୁନୁକୁ ଅନେଇବାକୁ ଚାହୁଁ ନଥିଲେ ବି ମୋର ନଜର ତା ଉପରେ । ଦେଖିବାକୁ ମୁନୁ ମନ୍ଦ ନୁହେଁ । ହ୍ୟାଣ୍ଡସମ ବୋଲି ହିଁ ତାକୁ ପ୍ରାୟ ସମସ୍ତେ କୁହନ୍ତି । ଯଦିଓ ତା ବଡ଼ ଭାଇ, ତାଠ‌ୁଁ ସାତ ବର୍ଷ ବଡ଼, ଘରର ଷ୍ଟାର ଭାବରେ ଗଣା ଦିନୁ ଭାଇ ଚାହିଁଥିଲେ ଆରାମରେ ଫିଲ୍ମ ଲାଇନରେ ପଶି ପାରିଥାଆନ୍ତେ । ହେଲେ ଏବେ ଏଲଆଇସିରେ କ୍ଲର୍କ । କିନ୍ତୁ ମୋତେ ମୁନୁ ବେଶି ସୁନ୍ଦର ଲାଗେ । ବେଳେବେଳେ ଇଚ୍ଛା ହୁଏ କି ତାକୁ ଘୋରି ବାଟି ପିଇଯାଆନ୍ତି ।

ଅନ୍ୟ ସବୁ ଦିନ ପରି ଆମେ ଆଜି ଦୁଇଦୁଇଟି ନାନ୍ ଆଉ ଗୋଟିଏ ଲେଖାଏଁ ଅଣ୍ଡା ତଡ଼କା ଅର୍ଡ଼ର କରିଚୁ । ସେ ଖାଇ ସାରିଲାଣି । ମୋର ଦ୍ୱିତୀୟ ନାନ୍‌ର ଅଧା ବାକି ଅଛି । ମୁନୁର ଭଲିବଲ କୋର୍ଟ୍‌ର ବାହାରେ ଅପେକ୍ଷା କରି କରି ମୋଟ ପ୍ରେମ ବୋଧେ କୁଆଖାଇକୁ ଗାଧେଇ ଯାଇଚି ।

କିରେ ଖାଉନୁ କାହିଁକି?”

ମୁଁ ଧିରେ ଧିରେ ଖାଏ ବୋଲି ଜାଣିନୁ କି?”

ହଁ ଜାଣେ । ହେଲେ ଜଲଦି ସାରେ । ନହେଲେ ବୋଉ ସିଆଡ଼େ କଟକଟ ହେବ ।

ମାଉସୀଙ୍କ କଥା ମୁଁ ବୁଝିବି । ତୁ ଯେତେବେଳେ ମୋତେ ଶିଘ୍ର ଡାକିଦେଇ ଭଲିବଲ ଖେଳୁଥିଲୁ, ମୁଁ ସେବେ ଏମିତି ଗେରେଗେରେ ହଉଥିଲି ?”

ମୁନୁ ଘଣ୍ଟାକୁ ଦେଖି କହୁଚି, ଯା ସାଢ଼େ ଆଠଟା ବାଜିଗଲା ।

ଓଃ । ସେକଥା କହୁନୁ, ସୁନୀତି କଲ କରିବ ବୋଲି ।

 

ମୁନୁ କିଛି ନକହି, ତା ପ୍ଲେଟରେ ସେ ନଖାଇ ଛାଡ଼ିଦେଇଥିବା ନାନ୍ ଖଣ୍ଡକୁ ପାଟିକୁ ନେଉ ଚାକୁଳଉଚି । ଏମିତି ସମୟରେ ସେ ଗୋଟେ ବଳଦ ପରି ଦେଖାଯାଏ । ମୁଁ ଗାଉଁଗାଉଁ କରି ଖାଇସାରିଲା ପର୍ଯ୍ୟନ୍ତ ଆମ ଭିତରେ ଆଉ କିଛି କଥାବାର୍ତ୍ତା ନାହିଁ ।

ମୁଁ ହାତ ମୁହଁ ଧୋଇ ଫେରିଲା ବେଳକୁ ସେ ଯାଇଁ ଠିଆ ହେଇଚି ତା ସ୍ପ୍ଲେଣ୍ଡର ପାଖରେ ।

ମୁଁ ତା ପାଖରେ ପହଞ୍ଚିଲାରୁ ସେ କହୁଚି, ହାତ ଦେଖା ।

ମୁଁ ଚାରିପଟକୁ ଅନଉଚି । ଆକାଶରେ ମେଘ ଭର୍ତ୍ତି । ଭଲ ପବନ ଦଉଚି । ଢାବା ଆଗ ଷ୍ଟ୍ରିଟଲାଇଟଟା ଯାହା କୃପଣ ଭଳି କିଛି ଆଲୁଅ ବିଞ୍ଚିଦଉଚି ।

ଓଲାଟା ପରି ଅନେଇଚୁ କଅଣ? ହାତ ଦେଖା ।

ମୁଁ ବାଆଁ ହାତ ବଢ଼େଇଲା ବେଳକୁ ସେ କହୁଚି, ଆରେ ଲେଫ୍ଟ ନୁହଁ, ରାଇଟ ।

ସେ ହଠାତ କିନା ତା ପକେଟରୁ ଗୋଟାଏ ପାଉଚ ବାହାର କରି ସେଥ‌ିରୁ ଗୋଟେ ଡାଇମଣ୍ଡ କଟ୍‌ର ରୂପା ବ୍ରେସଲେଟ ଖୋଲି ମୋତେ ପିନ୍ଧେଇ ଦେଇ କହୁଚି, ହାପି ବାର୍ଥଡ଼େ ।

ମୁଁ ତାକୁ ଅନେଇଚି ଗାଡ଼ିର ଦର୍ପଣ ଭିତର ଦେଇ । ତା ଆଖି ଚିକ୍‌ଚିକ୍ କରୁଚି । ଡାହାଣିଆ ଖରାରେ ମାଛକାତି ଯେମିତି ଚିକ୍‌ଚିକ୍‌ କରେ, ଠିକ୍ ସେମିତି

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...