Tuesday, September 29, 2020

The World Is An Ugly Thing

Sailen Routray 

Photo Credit - Wikimedia Commons

 The world is an ugly thing;
you only have to say so.
Then shadows of cranky crows
dissolve into fans of peacock feathers;
orang-utans start remembering
the shadows of their mothers’ dreams;
the arms of a May sun
stop battering the somnolence of timid bougainvilleas.
The world is an ugly thing:
you only have to say so.

Note: This poem was first published in the now defunct webzine 'Pyrta' edited by Janice Pariat. 

Sunday, September 27, 2020

ଜଣେ ଶହନଶାହ, ଗୋଟିଏ ହାତୀ ଓ ଦାସଟିଏ 

ଚାରୋଟି ଚିତ୍ର ଓ ଇତିହାସ

ଶୈଲେନ ରାଉତରାୟ


ହସ୍ତୀ ଚଞ୍ଚଲ (ୱିକିମିଡିଆ କମନ୍ସ୍)

ତୃତୀୟ ମୋଗଲ ଶହନଶାହ ଜଲାଲୁଦ୍ଦିନ ଆକବରଙ୍କର ମୃତ୍ୟୁ ସମ୍ପର୍କରେ ଗୋଟିଏ ଆଖ୍ୟାନ ପ୍ରଚଳିତ ଅଛି ୧୬୦୫ ମସିହାର ସେପ୍ଟେମ୍ବର ମାସରେ ସେ ରୋଗାକ୍ରାନ୍ତ ହେଲେ । ମୂଖ୍ୟ ଚିକିତ୍ସକ ହକିମ ଅଲିଙ୍କର ବିଳମ୍ବିତ ଚିକିତ୍ସା ବିଶେଷ କିଛି ଲାଭ ଦେଲା ନାହିଁ । ଏଥିର ଅନେକ କାରଣ ଭିତରୁ ମୂଖ୍ୟ ଥିଲା ସାହେବଜାଦା ସଲିମ (ଭବିଷ୍ୟତର ସମ୍ରାଟ ଜାହାଙ୍ଗୀର) ଓ ସଲିମଙ୍କର ପୁତ୍ର (ଅର୍ଥାତ ଆକବରଙ୍କର ନାତି) ଖୁସ୍ରୋଙ୍କର ଅନୁଚରମାନଙ୍କ ମଧ୍ୟରେ ଗୋଟିଏ ହସ୍ତୀଯୁଦ୍ଧ ସମୟରେ ସଙ୍ଗଠିତ ଗଣ୍ଡଗୋଳ । ଖୁସ୍ରୋ ଥିଲେ  ଆକବରଙ୍କର ପ୍ରିୟ ଓ ତାଙ୍କ ପରେ ସମ୍ରାଟ ବନିବା ପାଇଁ ଅଭିପ୍ରେତ । ହସ୍ତୀଯୁଦ୍ଧଟି ହେଉଥିଲା ଖୁସ୍ରୋଙ୍କର ହାତୀ ଚଞ୍ଚଲ୍ ଓ ସଲିମଙ୍କର ହାତୀ ଗୀରନବାର୍ ମଧ୍ୟରେ । ବାପା ପୁଅ ନିଜ ଅନୁଚରମାନଙ୍କ ମାଧ୍ୟମ ଦେଇ ଇତର ଜନୋଚିତ ବ୍ୟବହାର କରିବାରୁ ଏହା ସମ୍ରାଟଙ୍କର କ୍ରୋଧ ବଢ଼ାଇଲା । ଏହା ଛଡ଼ା ତାଙ୍କର ପ୍ରିୟ ହାତୀ ଚଞ୍ଚଲ୍ ହାରି ଯିବାରୁ ମଧ୍ୟ ତାଙ୍କର ମନ ଖରାପ ହୋଇଥିବ । ଏହି ସବୁର ମିଶ୍ରିତ ଫଳ ସ୍ୱରୂପ ତାଙ୍କର ବ୍ୟାଧି ଅଧିକ ଗୁରୁତର ହେଲା ଓ ସେ କେଇ ସପ୍ତାହ ମଧ୍ୟରେ ସ୍ୱର୍ଗ ଲୋକ ଆରୋହଣ କଲେ ।

ସେତେବେଳକୁ ପରାଜିତ ହସ୍ତୀ ଚଞ୍ଚଳ ସମ୍ରାଟ ଆକବରଙ୍କ ସହ ମାତ୍ର ଦୁଇ ବର୍ଷ କଟାଇଥାଏ । ସେ ଆସିଥିଲା ଦକ୍ଷିଣରୁ, ବିଜାପୁରରୁ, ଗୋଟିଏ ଉପହାର ଭାବରେ । ଅପବର୍ଗଟି ଦେଇଥିଲେ ବିଜାପୁରର ଆଦିଲସାହି ବଂଶର ସୁଲତାନ ଇବ୍ରାହିମ ଆଦିଲ ଶାହ ଦ୍ୱିତୀୟ । ନିଜ ଜୀବନର ଅନେକ ବର୍ଷ ଆଞ୍ଚଲ୍ ବିଜାପୁରର ଆଉ ଗୋଟିଏ ହାତୀ ଆତଶ୍ ଖାନ୍ ସହ ବିତାଇଥାଏ । ସୁଲତାନଙ୍କର ପ୍ରିୟ ହସ୍ତୀ ଆତଶ୍ ଖାନ୍ ହିଁ ଉପହାର ଭାବରେ ଯିବାର ଥିଲା । ହେଲେ ଆକବର ଆତଶ୍ ଖାନ୍ ପାଇଁ ୧୬୦୩ ମସିହାରେ ଦୂତ ପଠାଇଲା ବେଳକୁ ବିଚରା ପରଲୋକ ଗମନ କରିସାରିଥାଏ । ଏଣୁ ଯିବାକୁ ପଡ଼େ ଚଞ୍ଚଲ୍ କୁ । ବିଜାପୁର ଛାଡ଼ି ମୋଗଲ ସାମ୍ରାଜ୍ୟର ହୃଦୟକୁ । ନିଜର ଦୁଃଖ ମେଣ୍ଟାଇବା ପାଇଁ କୁଆଡ଼େ ହାତୀଟି ଆଖ୍ୟାନ ଅନୁସାରେ ରାସ୍ତା ସାରା ପିଏ ଗ୍ୟାଲନ ଗ୍ୟାଲନ ପର୍ତ୍ତୁଗୀଜ ସୁରା ।

ସେତେବେଳେ ବିଜାପୁରରେ ସୁବର୍ଣ୍ଣ ଯୁଗ । ଇବ୍ରାହିମ ଆଦିଲ ଶାହ ଦ୍ୱିତୀୟଙ୍କ ପୂର୍ବପୁରୁଷମାନେ ମରାଠି ଭାଷାରେ ମଧ୍ୟ ହିସାବ ପତ୍ର ରଖିବାକୁ ଆରମ୍ଭ କରିସାରିଥାଆନ୍ତି । ସୁଲତାନ ଦ୍ୱିତୀୟ ଇବ୍ରାହିମ ନିଜେ ଥିଲେ ଉଦାର ।  ସେ କଳା ଓ ସଂସ୍କୃତିର ଜଣେ ବଡ଼ ପୃଷ୍ଠପୋଷକ ଥିଲେ । ନିଜେ ଥିଲେ ଜଣେ ବଡ଼ ସଙ୍ଗୀତଜ୍ଞ । ନିଜର ଉଦାରତାର ପ୍ରମାଣ ସ୍ୱରୂପ ସେ ହିନ୍ଦୁ ଦେବାଦେବୀଙ୍କ ନିମନ୍ତେ ଗୀତ ପ୍ରବନ୍ଧ କରିଯାଇଛନ୍ତି । ପ୍ରବାସୀ ସମ୍ଭ୍ରାନ୍ତ ଶିଆ ମୁସଲମାନମାନଙ୍କର ପକ୍ଷଛେଦ କରି, ନିଜର ପୂର୍ବପୁରୁଷମାନଙ୍କ ପରି ସେ ମରାଠା ଓ ହବସି (ବା ସିଦ୍ଦି) ମାନଙ୍କୁ ପ୍ରଶାସନରେ ଗୁରୁତ୍ତ୍ୱପୂର୍ଣ୍ଣ ପଦପଦବୀରେ ରଖିଲେ । ଏହି ଯୋଗୁଁ ମରାଠି ଭାଷୀ ହିନ୍ଦୁମାନେ ଅତି ଶୀଘ୍ର ଗୋଟିଏ ଗୁରୁତ୍ତ୍ୱପୂର୍ଣ୍ଣ ରାଜନୈତିକ ଶକ୍ତି ଭାବରେ ମୁଣ୍ଡ ଟେକିଲେ । କେବଳ ଆଦିଲଶାହି ବଂଶର ସୁଲତାନମାନେ ଯେ ଏପରି ଅଣ-ବିଦ୍ୱେଷମୂଳକ ନୀତି ଆପଣେଇଥିଲେ ତାହା ନୁହେଁ ।

ବିଜାପୁରର ସୁଲତାନ ଇବ୍ରାହିମ ଆଦିଲ ଶାହ ଦ୍ୱିତୀୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଏଠାରେ ସବୁଠାରୁ ଭଲ ଉଦାହରଣ ବୋଧେହୁଏ ହେବ ଅହମଦନଗର ରାଜ୍ୟରେ ମରାଠା ସର୍ଦ୍ଦାର ମାଲୋଜି ଭୋଁସଲେଙ୍କର କର୍ମଜୀବନର ଇତିବୃତ୍ତ । ୧୫୫୨ ମସିହାରେ ଜନ୍ମିତ ମାଲୋଜି ଭୋଁସଲେ ପ୍ରଥମେ ଅନେକ ହିନ୍ଦୁ ଜମିଦାରଙ୍କର ସେନାରେ କାମ କଲା ପରେ, ୧୫୭୭ ମସିହାରେ ଅହମଦନଗର ରାଜ୍ୟର ସୁଲତାନଙ୍କର ସେନାରେ ଯୋଗ ଦେଲେ । ସେତେବେଳେ ଅହମଦନଗର ରାଜ୍ୟର ଶାସକ ଥାଆନ୍ତି ମୁର୍ତାଜା ନିଜାମ ଶାହ ପ୍ରଥମ । ମାଲୋଜି ସେ ସମୟରେ ସୁଲତାନଙ୍କର ଜଣେ ବିଶ୍ୱସ୍ତ ଦରବାରୀ, ମଲିକ ଅମ୍ବର(୧୫୪୮-୧୬୨୬), ଙ୍କର ପାଖ ଲୋକ ବନିଗଲେ । ଯେହେତୁ ଅମ୍ବର ପରେ ସେହି ରାଜ୍ୟର ପ୍ରଧାନମନ୍ତ୍ରୀ ମଧ୍ୟ ବନିଲେ, ତାଙ୍କର ଉନ୍ନତି ସହିତ ତାଳ ଦେଇ ମାଲୋଜିଙ୍କର ପ୍ରଗତି ମଧ୍ୟ ଘଟିବାକୁ ଲାଗିଲା ।

ମାଲୋଜି ଭୋଁସଲେ ମଲ୍ଲିକ ଅମ୍ବରଙ୍କ ସହିତ ମିଳି ଅହମଦନଗର ରାଜ୍ୟ ମୋଗଲ ସେନା ଓ ଦକ୍ଷିଣର ଅନ୍ୟ ମୁସଲମାନ ଶାସକମାନଙ୍କର ରାଜ୍ୟ ସହିତ ଲଢ଼େଇଗୁଡ଼ିକରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ଲାଗିଲେ । ମଲିକ ଅମ୍ବର ଭାରତ ଇତିହାସର ରୋଚକ ଚରିତ୍ରମାନଙ୍କ ମଧ୍ୟରୁ ଜଣେ । ଜନ୍ମ ଇଥିଓପିଆର ଅଲହୁରା ଠାରେ । କେହିକେହି କହନ୍ତି ତାଙ୍କର ଜନ୍ମସ୍ଥାନ ସେହି ଦେଶର ହରାର ଠାରେ । ସେ ଜଣେ ଆଫ୍ରିକୀୟ କୃଷ୍ଣକାୟ ଲୋକ । ଭାରତରେ ପ୍ରବେଶ କରନ୍ତି ଜଣେ କ୍ରୀତଦାସ ଭାବରେ । ସେ ଅତି ଶୀଘ୍ର ନିଜର ସ୍ୱାଧୀନତା ଆହରଣ କରି ଗୋଟିଏ ଘରୋଇ ସେନାର ଗଠନ କରନ୍ତି । ଏହି ଦୁର୍ଦ୍ଦଶ ସେନାକୁ ଡେକାନର ରାଜା ଓ ସୁଲତାନମାନେ ଭଡ଼ାରେ ଯୁଦ୍ଧ କରିବା ପାଇଁ ଆମନ୍ତ୍ରଣ କରନ୍ତି ।

ପରେ ଅହମଦନଗର ରାଜ୍ୟର ଶାସନରେ ଅମ୍ବରଙ୍କୁ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ମିଳେ । ମୋଗଲ ସେନା ବିରୁଦ୍ଧରେ ସେ ଭାରତରେ ପ୍ରଥମ ରକେଟ, ୧୬୧୨ ମସିହାରେ, ବ୍ୟବହାର କରିବାର ଉଲ୍ଲେଖ ରହିଛି । ଏହାଛଡ଼ା ଦାକ୍ଷିଣାତ୍ୟର ଜମିଜମା ବନ୍ଦୋବସ୍ତ କରିବାରେ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ । ମୋଗଲ ସେନା ଓ ଅନ୍ୟାନ୍ୟ ମୁସଲିମ ଶାସକମାନଙ୍କ ବିରୁଦ୍ଧରେ ଗରିଲା ଛାପାମାର ଯୁଦ୍ଧ କୌଶଳକୁ ଆପଣେଇ ସେ ଏହି ସମରରୀତିର ଉତ୍କର୍ଷ ସାଧନ କରିଥିଲେ । ମାଲୋଜି ଭୋଁସଲେ ଏହି ଗରିଲା ଯୁଦ୍ଧ ଆଦିରେ ଥିଲେ ତାଙ୍କର ଏକ ପ୍ରମୁଖ ସହଯୋଗୀ ।

ପରେ ମାଲୋଜିଙ୍କର ପୁତ୍ର ଶାହାଜୀ ମଧ୍ୟ ଅହମଦ ନଗରର ସେନାରେ ଯୋଗ ଦିଅନ୍ତି । ଅବଶ୍ୟ ଏହାପରେ ସେ ଅନେକ ଥର ପକ୍ଷ ବଦଳାଇ ପ୍ରଥମେ ମୋଗଲ ଓ ପରେ ବିଜାପୁର ରାଇଜର ସେନାରେ ଯୋଗ ଦିଅନ୍ତି ଓ ପୁନା ଓ ସୁପେ ର ଜାଗିରଦାର ବନନ୍ତି । ଏହି ଶାହାଜୀଙ୍କର ପୁତ୍ର ହେଲେ ପ୍ରସିଦ୍ଧ ଶିବାଜୀ ଯେ କି ଗରିଲା ଯୁଦ୍ଧର ସଫଳ ପ୍ରୟୋଗ କରି ପରେ କ୍ଷୟିଷ୍ଣୁ ମୋଗଲ ସାମ୍ରାଜ୍ୟର ମୂଳଦୁଆ ଦୋହଲାଇଦେବେ । ଅର୍ଥାତ ଯେଉଁମାନେ ମରାଠା ରାଜତ୍ୱକୁ ହିନ୍ଦୁ ପୁନରୁତ୍ଥାନ ଭାବରେ ଚିତ୍ରିତ କରନ୍ତି, ସେମାନେ ଦାକ୍ଷିଣାତ୍ୟର ଜଟିଳ ଓ ଛନ୍ଦାହୋଇଥିବା ଇତିହାସକୁ ଅତି ସୁବିଧାବାଦୀ ଭାବରେ ଭୁଲିଯାଆନ୍ତି । ସେମାନଙ୍କର ପାସୋର ଯାଏ ଯେ, ଶିବାଜୀଙ୍କର ଓ ମରାଠାମାନଙ୍କର ଗରିଲା ଯୁଦ୍ଧର ମୁଳଦୁଆ ପକାଇଥିଲେ ଜଣେ ଆଫ୍ରିକୀୟ, କୃଷ୍ଣକାୟ ମୁସଲମାନ, ଦାସ-ମୂଳର ଲୋକ – ଅମ୍ବର ମଲ୍ଲିକ ।

ଅମ୍ବର ମଲ୍ଲିକ ପୂର୍ବ କଥିତ ସିଦ୍ଦି ମାନଙ୍କର ଉପାସ୍ୟ ଓ ସେମାନଙ୍କର ଜାତୀୟ ଜୀବନରେ ତାଙ୍କର ସ୍ମୃତି ଏ ପର୍ଯ୍ୟନ୍ତ ଜାଜୁଲ୍ୟମାନ । ଏହି ସିଦ୍ଦିମାନେ କିଏ ? ସିଦ୍ଦି ବା ହବସିମାନେ ଭାରତରେ ଓ ପାକିସ୍ତାନରେ ବସବାସ କରୁଥିବା ଆଫ୍ରିକୀୟ ମୂଳର ଏକ ଜନଜାତି । ଭାରତରେ ଏମାନଙ୍କର ସଂଖ୍ୟା ପାଖାପାଖି କୋଡ଼ିଏ ହଜାର ଓ ଆମ ଦେଶରେ ଏମାନେ କର୍ଣ୍ଣାଟକ, ଗୁଜୁରାଟ ଓ ହାଇଦ୍ରାବାଦରେ ବସବାସ କରନ୍ତି । ପାକିସ୍ତାନରେ ଏମାନଙ୍କର ସଂଖ୍ୟା ତିରିଶରୁ ଚାଳିଶ ହଜାର ଭିତରେ । ସେଠି ସେମାନେ ରହନ୍ତି ମକ୍ରାନ ଓ କରାଚୀରେ । ଏମାନେ ଦକ୍ଷିଣ-ପୂର୍ବ ଆଫ୍ରିକାର ବାଣ୍ଟୁ ଜନଜାତିର ଲୋକ ଓ ଧର୍ମ ଦୃଷ୍ଟିରୁ ସୁଫି ମୁସଲମାନ । କୃଷ୍ଣକାୟ ହୋଇଥିବାରୁ ଏବେ ଭାରତରେ ସେମାନେ ବର୍ଣ୍ଣ ବିଦ୍ୱେଷରେ ଶୀକାର ମଧ୍ୟ ହେଉଛନ୍ତି । ଦ୍ୱାଦଶ ଶତାବ୍ଦୀ ସୁଦ୍ଧା ସିଦ୍ଦିମାନେ ଭାରତର ପଶ୍ଚିମ ଉପକୂଳରେ ସ୍ଥିତ ଜଞ୍ଜିରା ଦ୍ୱୀପରେ ଜଞ୍ଜିରା ରାଜ୍ୟ ଓ କାଥିଆୱାଡ଼ରେ ଜାଫରାବାଦ ଆଦି ଛୋଟ ରାଜ୍ୟଟିମାନ ସ୍ଥାପିତ କରିସାରିଥିଲେ । ହେଲେ ଏବେ ସେମାନଙ୍କର ଅବସ୍ଥା ବହୁତ ଖରାପ । ଏମାନେ ବେପାରୀ, ନାବିକ, କିଣା ଚାକର, ଭଡ଼ାଟିଆ ସୈନିକ ବା ଦାସ ଭାବରେ ଅବିଭକ୍ତ ଭାରତକୁ ଆସିଥିଲେ । ଯେପରି ଆସିଥିଲେ ମଲ୍ଲିକ ଅମ୍ବର, ଜଣେ କ୍ରୀତଦାସ ଭାବରେ ନିଜର ପିତାମାତାଙ୍କ ଦ୍ୱାରା ବିକ୍ରୀ ହୋଇସାରିଲା ପରେ । 

ମଲ୍ଲିକ ଅମ୍ବର (ୱିକିମିଡିଆ କମନ୍ସ୍)
 
ମୋଗଲମାନଙ୍କୁ ଦାକ୍ଷିଣାତ୍ୟରୁ ଅନେକ ଦଶନ୍ଧି ଧରି ଦୂରେଇ ରଖିବାରେ ମଲ୍ଲିକ ଅମ୍ବରଙ୍କର ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ଏଥି ପାଇଁ ନିଜର ସ୍ମୃତିଚାରଣରେ ଶହନଶାହ ଜାହାଙ୍ଗୀର ଅମ୍ବରଙ୍କୁ ଅନେକ ଗାଳିଗୁଲଜ ମଧ୍ୟ କରିଛନ୍ତି । ଅମ୍ବର ଖାଲି ଜଣେ ସେନାନୀ ଓ ପ୍ରଶାସକ ଥିଲେ ତାହା ନୁହେଁ । ଦାକ୍ଷିଣାତ୍ୟର ଗୋଟିଏ ଗୁରୁତ୍ତ୍ୱପୂର୍ଣ୍ଣ ସହର ଖିର୍କି (ଅର୍ଥାତ ଦାକ୍ଷିଣାତ୍ୟର ଝରକା) ର ସେ ଥିଲେ ପ୍ରତିଷ୍ଠାତା । ନାମ ପରିବର୍ତ୍ତନ ପରେ ଆମେ ସେହି ସହରଟିକୁ ଆଜି ଔରଙ୍ଗାବାଦ ଭାବରେ ଜାଣୁ । ମୋଗଲମାନେ ଅହମଦନଗର ରାଜ୍ୟ ଅଧିକାର କଲା ପରେ ଔରଙ୍ଗଜେବ ଏହି ସହରଟିର ନାମ ବଦଳାଇ ନିଜ ନାମ ଅନୁସାରେ ନଗରଟିର ନାଁ ଦେଇଥିଲେ । ଖିର୍କି ସହରର ପ୍ରାୟତଃ ସମସ୍ତ ଗୁରୁତ୍ତ୍ୱପୂର୍ଣ୍ଣ କୋଠାବାଡ଼ିର ନିର୍ମାତା ଅମ୍ବର ହିଁ ଥିଲେ  । ଏହା ଛଡ଼ା ସେ ମାତ୍ର ପନ୍ଦର ମାସରେ ଗୋଟିଏ ବଡ଼ କେନାଲ ଖୋଳାଇ ନୂଆ ସହରଟିର ଜଳ ଯୋଗାଣର ଦୋରସ୍ତ ବ୍ୟବସ୍ଥା କରିଥିଲେ ।

ଏହି ମଲ୍ଲିକ ଅମ୍ବର, ବିଜାପୁରର ସୁଲତାନ ଇବ୍ରାହିମ ଆଦିଲ ଶାହ ଦ୍ୱିତୀୟ, ଶହନଶାହ ଆକବରଙ୍କୁ ୧୬୦୩ ମସିହାରେ ଉପହାରରେ ପଠାଇଥିବା ଚଞ୍ଚଲ୍ କୁ ଆଗ୍ରାରେ ନ ପହଞ୍ଚାଇ ଦେବାର ପଣ କରିଥାଆନ୍ତି । ହେଲେ ଏହି ଧମକ କେବେ ସତ୍ୟରେ ପରିଣତ ହୁଏ ନାହିଁ । କିଛି ସପ୍ତାହ ମଧ୍ୟରେ ଚଞ୍ଚଲ୍ ପହଞ୍ଚେ ଅହମଦନଗର ଦୁର୍ଗରେ । ଓ ତାହା ପରେ କିଛି ମାସର ଯାତ୍ରା ଉତ୍ତାରୁ ଆକବରଙ୍କ ପାଖରେ, ଆଗ୍ରାରେ, ଆମର ପରିଚିତ ହସ୍ତୀନୀଟି ପହଞ୍ଚିଯାଏ । ଖୁବ ଶୀଘ୍ର ସେ ସମ୍ରାଟ ଆକବରଙ୍କର ପ୍ରିୟ ବନେ ଓ ଦୁଇ ବର୍ଷ ପରେ ମୋଗଲ ଇତିହାସର ଏକ ବହୁକଥିତ ଗଣ୍ଡଗୋଳରେ ଭାଗ ନିଏ ।

ଏହି ଉପହାରର ହାତୀଟି ଓ ତାହାର ଚାରିପାଖର ରାଜନୀତି ଓ ସମାଜକୁ ନୀରିକ୍ଷଣ ଆମକୁ ଅନେକ ବିଷୟରେ ସଚେତନ କରାଏ । ଭାରତକୁ ମୁସଲମାନମାନେ କେବଳ ଆକ୍ରମଣକାରୀ ହୋଇ ନୁହେଁ, ଦାସ ହୋଇ ମଧ୍ୟ ଆସୁଥିଲେ । ଆଉ ଜଣେ ମୁସଲମାନ କ୍ରୀତଦାସର ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ଚଢ଼ିବାର ସମ୍ଭାବନା  ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ଭାରତରେ ଥିଲା । ଏହି ଦିଗରେ ଗତ ତିନି ଶହ ବର୍ଷ ଭିତରେ ଆମେ ଆଗକୁ ଯାଇଛୁ କି ପଛକୁ, ସେକଥା ବିଚାରଯୋଗ୍ୟ । ଆମେ ଏହା ମଧ୍ୟ ଦେଖୁ ଯେ, ସତର ଶତାବ୍ଦୀର ହିନ୍ଦୁ ଓ ମୁସଲମାନମାନେ ଯେ ପରସ୍ପର ଭିତରେ ଲଢ଼ୁଥିଲେ ତାହା ନୁହେଁ - ହିନ୍ଦୁ ଓ ମୁସଲମାନମାନେ ହିଆରେ ହିଆ ମିଶାଇ ଲଢ଼ୁଥିଲେ  । ଯେମିତି ମାଲୋଜି ଭୋଁସଲେ ତଥା ମଲ୍ଲିକ ଅମ୍ବର । ସେବେ ଲୋକେ ନିଜକୁ କି ଅନ୍ୟମାନଙ୍କୁ ସବୁବେଳେ ବୋଧହୁଏ ହିନ୍ଦୁ କି ମୁସଲମାନ ଭଳି ସାମ୍ପ୍ରଦାୟିକ ଖୋପ ଦେଇ ଦେଖୁନଥିଲେ । 

ଆଉ ଏହି ଲେଖାଟିରେ ଆମେ ଯେଉଁ ମିନିଏଚର ଚିତ୍ରଗୁଡ଼ିକର ବ୍ୟବହାର କରିଛୁ, ସେଗୁଡ଼ିକୁ ବୋଧେହୁଏ କଳା ସମୀକ୍ଷକମାନେ ବାରି କରି ଚିହ୍ନଟ କରିପାରିବେ କି କେଉଁଟି ମୋଗଲ କଳା, କେଉଁଟି ଦାକ୍ଷିଣାତ୍ୟର ବିଜାପୁରୀ ବା ଆଉ କେଉଁଟି ରାଜସ୍ଥାନୀ । ହେଲେ କଳା ଇତିହାସ ସହିତ ଅପରିଚିତ ଜଣେ ସାଧାରଣ ଭାରତୀୟ ବା କଳା-ସାକ୍ଷର ଜଣେ ବିଦେଶୀ ପାଇଁ ଏ ସବୁ ନିର୍ଘାତ ଭାରତୀୟ । ଠିକ ମରାଠା ହିନ୍ଦୁ ଜାଗୀରଦାର ମାଲୋଜୀ ଭୋଁସଲେ, ଆଫ୍ରିକୀୟ କୃଷ୍ଣକାୟ ଦାସ ମଲ୍ଲିକ ଅମ୍ବର, ହସ୍ତୀନୀ ଚଞ୍ଚଲ୍ ଓ ଶିଆରୁ ସୁନ୍ନି ବନିଥିବା ସୁଲତାନ ଇବ୍ରାହିମ ଆଦିଲ ଶାହ ଦ୍ୱିତୀୟଙ୍କ ପରି । ଏମାନଙ୍କ ଭିତରେ ଭିନ୍ନତା ଯେ ନାହିଁ ତାହା ନୁହେଁ । ହେଲେ ଏ ଭିନ୍ନତା ବିଭିନ୍ନ ପ୍ରକାରର ଭାରତୀୟ ମିନିଏଚର ଚିତ୍ର ଅଙ୍କନର ଭିତରେ ଥିବା ଫରକଗୁଡ଼ିକ ଭଳି । ହେଲେ ସେ ବିଷୟରେ ଅନ୍ୟ କେବେ ।

ବି.ଦ୍ର. - ଏହି ଲେଖାଟି ପ୍ରଥମେ ମାସିକ ପତ୍ରିକା 'ପୌରୁଷ'ରେ ପ୍ରକାଶିତ ହୋଇଥିଲା । ଆଲେଖ୍ୟଟି ଲେଖିବା ପାଇଁ ମାସିକ ଇଂରାଜୀ ପତ୍ରିକା “କାରାଭାନ”ର ଫେବ୍ରୁଆରୀ ୨୦୧୭ ସଂଖ୍ୟାରେ ପ୍ରକାଶିତ ନନ୍ଦିନୀ ରାମଚନ୍ଦ୍ରନଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ ‘କ୍ରସିଙ୍ଗ ପାଥସ୍’ ତଥା ପାଷିଙ୍ଗଟନ୍ ଓବେଙ୍ଗ୍, “ଆଫ୍ରିକାନ୍ ଆଣ୍ଡ୍ ଏସିଆନ୍ ଷ୍ଟଡ଼ିଜ୍” ପତ୍ରିକାର ଜୁଲାଇ ୨୦୦୭ ସଙ୍ଖ୍ୟାରେ ‘ସର୍ଭିସ୍ ଟୁ ଗଡ଼୍, ସର୍ଭିସ୍ ଟୁ ମାଷ୍ଟର କ୍ଲାଏଣ୍ଟ୍: ଆଫ୍ରିକାନ୍ ଇଣ୍ଡିଆନ୍ ମିଲିଟାରୀ କଣ୍ଟ୍ରିବ୍ୟୁଶନ୍ ଇନ୍ କର୍ଣ୍ଣାଟକ’ ଶୀର୍ଷକରେ ଲେଖିଥିବା ପ୍ରବନ୍ଧ ଦୁଇଟିର ସାହାଯ୍ୟ ନିଆଯାଇଛି । 

ଶହନଶାହ ଜଲାଲୁଦ୍ଦିନ ଆକବର (ୱିକିମିଡିଆ କମନ୍ସ୍)

Wednesday, September 23, 2020

Water, Social Differentiation, Politics and Participation

A Review Essay

Sailen Routray 

A View of Tungabhadra River (Wikimedia Commons)

Over the last three decades, water has become as much a focus of environmental debates as forests. This is true across quite a few disciplines like environmental sociology, environmental history and institutional economics. The shift has come about with a growing concern over water scarcity, its implications for livelihoods and human survival in the future.  There is a widespread agreement that the world in the twenty first century will face major health, security or economic crises due to increasing water scarcity. The solution generally preferred by technocrats is to prescribe the treatment of water as economic goods. But what kind of economic goods is water? Water is not one goods but many. These goods differ along the dimensions of physical and biological characteristics and in the varied ways that human societies construct and evaluate them.

The framework of tragedy of commons initially governed the study of natural resources, including water. It was generally observed that the management of the natural resources in the commons leads to the degradation of the resource over a period of time due to the problem of free riding (Hardin, 1968). Therefore, establishing private property rights or rights of the state over the resource was seen as key to optimal resource utilization. 

Quite a lot of subsequent scholarship of the analysis surrounding natural resource management draws from Common Property Resource (CPR) theories. These theories, by demonstrating theoretically, and in some cases empirically, the potential for collective action in natural resource management have provided a foundation for a whole wave of experimentation in community-based management of common property resources.

CPR analysts often take their theoretical groundings from game theory and show how rules can be purposively crafted to produce collective action. Institutions are seen as ‘rules of game’ and collective action is seen as a rational option that produces results beneficial to all, whereas self-interested action would produce sub-optimal results for the collective. This model has been at the center of a clutch of policy prescriptions. These prescriptions include investments in establishing formal legal systems, fixing property regimes, and formalizing informal institutional arrangements. The discourse of ‘design principles’ comes from such an approach (Ostrom, 1990).

As opposed to these ‘mainstream’ views that focus on local areas, bounded communities and rule-based management, emerging views in the study of natural resources look at multiple levels (global to local) and diversity (in terms of livelihoods and perceptions) and see institutions as part of the constant process of negotiation that involves power and conflicting interests within communities, and between their members and other actors. Emerging views try to break down the distinctions between local/global and between formal/informal institutions in order to understand better the complexities and uncertainties that face the governance of natural resources like water today (Cleaver, 2001).

The books under review can be seen as attempts to rethink the issues surrounding the water sector in India along the lines discussed above and to take the emerging concerns forward. One of the most important changes has been the shift from looking at water only as a natural resource that needs to be managed, to seeing it as an important factor in the process of social differentiation. One of the central themes of Peter Mollinga’s study, titled On the Waterfront: Water Distribution, Technology and Agrarian Change in a South Indian Canal Irrigation System, is social differentiation in the context of a canal irrigation-based economy. The canal in question is the Tungabhadra Left Bank Canal. In the study of this system Mollinga tries to locate the linkages between the introduction of protective, localised irrigation in the command areas of the Tungabhadra Left Bank Canal, to particular patterns of agrarian change in the region.

One of the important features of the Left Bank Canal case is the role of migrant farmers in the process of social differentiation and its spatial characteristics. In fact, migration seems to be an important result of almost all medium to large irrigation schemes in peninsular India. The settler farmers in the Left Bank Canal mainly came from the coastal districts of Andhra Pradesh and were mostly small and medium sized farmers in their home region. The combination of smallholdings and a high land price difference between coastal Andhra Pradesh and Raichur, Karnataka was the major reason for farmers to migrate. Canal irrigation induced a dynamic process of agricultural intensification and commoditisation. Because of the protective nature of the canal system’s design, this intensification process resulted in unequal water distribution. There seems to be some correlation between availability of water and the concentration of land holdings. Thus, particular patterns of agrarian differentiation seem contingent upon particular types of irrigation technology.  

In contrast to this view from the present, David Mosse in his book titled ‘The Rule of Water: Statecraft, Ecology and Collective Action in South India’ brings us a much more historically rooted analysis about social differentiation, water management and political change. Mosse bases his study in the tank irrigation systems of the old Ramanathpuram district in south-eastern Tamilnadu. According to Mosse “In the region under study tank-based agriculture developed after 1300 during a period of major transformations in the human geography of south India when people moved out of the core irrigated zones, and the older medieval order of the Pandyas was disturbed by the military adventurers and agricultural settlements of south India’s largest empire, the Vijaynagar empire”.

In this region Ramnad was a kingdom that was ruled by its dominant social group, the martial caste of Marvars. They rose to prominence with the militarisation of the plains of south India under the Vijaynagar Empire in the mid-14th century. The growth of military power depended upon the expansion of agriculture in hitherto marginal areas. This involved growing investments in tank-irrigation systems that could sustain wetland paddy cultivation. Thus, militarisation encouraged the expansion of agriculture. This expansion was made possible by massive population displacements that brought in new settlers. Emerging local needs and local political power drove this process of cumulative, interdependent building of tanks.

This historical picture tells us that the patterns of resource extraction that made irrigation and agriculture possible in the Ramnad district were products of particular processes of social differentiation and caste-based domination. These patterns of resource extraction and utilisation (either directly or as idealisations) have subsequently formed the basis of legitimising the power of particular social groups and political institutions. Mosse points at the fact that warfare and tank building were two elements in the same mode of statecraft in the pre-colonial era. The political logic of this mode of statecraft mostly favoured investments in new irrigation works rather than maintaining or repairing them after damage.

The pre-colonial institutions of water management that were transformed by colonialism were neither stable nor ecologically adapted institutions of autonomous communities. And these forms bore all the signs of ecological vulnerability and economic uncertainty. Even after the colonial encounter tank systems remained political institutions incorporated into strategies of rule. But after 1800, the Zamindars had little real political power to disperse. The willingness and the ability of Zamindars to invest in tanks, even in their own estate villages, were generally undermined by tenurial insecurity. It was this state of tank irrigation and the lack of investment that lay at the roots of peasant resistance to the Zamindari state during the colonial era. Thus, the centrality of water as a ‘political’ resource remained constant (although varied in its significance) across the colonial divide in the tank irrigated territories of coastal Tamilnadu.

Mollinga makes an important contribution to our understanding of water as a political resource as well. In his study of the Tungabhadra Left Bank Canal, he found that in all three pipe-outlet command areas that were studied, sets of rules existed for internal distribution of water in the outlet. All rules were the product of local rule making by water users themselves. But the local M.L.A.s (Members of the local Legislature in the Karnataka State) seem to be important mediators between the farmers and the irrigation department in this context. In all the three cases, rule sets functioned as resources, mobilised when necessary. 

Thus, water management, as it has evolved over the last few decades in the command area of the Tungabhadra Left Bank Canal, draws upon broader political processes for its survival. Water management is also the site at which the polity interacts with local actors. Mollinga contrasts this political mediation in resource allocation and use, to the supposed relative insulation of the planning and designing process of the irrigation system from socio-political mediation.  What Mollinga fails to do is to consider in detail the structural and historical factors that led to the insulation of the designing phase of the project from ‘political interventions.’ The choice of particular technologies in the irrigation sector is a socio-politically mediated choice. So, what is important is not merely to say that a particular choice of technology was insulated from ‘political’ pressures and processes, but to unearth the particular brand of politics that led to such insulation in the first place.

Ramaswamy Iyer in his book Water: Perspectives, Issues, Concerns also deals with water as a political resource, but at a much more macro level. As a part of his extensive survey of the water sector in India, Iyer looks at the thesis that links political conflicts with resource scarcities and makes some incisive comments. According to him the linkages between political conflicts and resource scarcities are not necessarily unidirectional. Iyer shows that the thesis that conflicts over water bodies lead to (or can lead to) broader political conflicts is a slim one. More often than not, conflicts over both international and national waters get prolonged and difficult to resolve because of the fact that they are enmeshed within broader political conflicts between nations and other local administrative units like the states in India.

Iyer seems to be making a case for water as a site for inter-national politics and therefore the use of water as a political resource. For example, the way Bangladesh’s political relationship with India has shaped over the years, seems to have had a significant impact on the ways the river waters have been shared between the two countries. This might be somewhat obvious to state, but considering the growing discourse about political conflicts arising out of resource scarcities, this point definitely needs re-emphasising.

Iyer quite comprehensibly brings another set of conflicts related to water to the fore.  Quite a significant part of the book is devoted to the conflicts surrounding big water resource development projects in India. Using his experience as a former bureaucrat, he tries to give us a nuanced view of the debates surrounding big dams in India. In an important chapter of the book (chapter 16) he tells us about his changing views and how he has come to see dams as choices of the last resort to respond to the perceived water scarcity in India. In this context, he quite masterfully analyses the October 2000 judgment of the Supreme Court of India on the Narmada (Sardar Sarovar) case. He brings into the light the miscarriage of justice in the judgment and analyses the verdict and the process leading to the verdict in detail, so as to expose the other side of judicial ‘activism’ in India. 

These broader issues of the polity and society get concretised in the field by various plans and programmes. One of the more fashionable policy prescriptions in the water sector in recent times has been that of Participatory Irrigation Management. Iyer succinctly sums up current debates surrounding the participation of farmers in irrigation management and shows how participation only invited in service delivery and not in project development. It is when the government is unable to manage and provide the planned services that it tries out transfers of responsibilities to users. The other two books also problematise the idea of users’ participation in the irrigation sector. 

According to Mosse, the recent discourse on the commons has been profoundly affected by the new international policy consensus. The devolution of rights and responsibilities in resource management to local user groups is one of the significant aspects of this consensus. A variety of programmes for natural resource management now aim to redefine the relationship between farmers and the state. He studies the experience in Nallaneri, a village in Tamilnadu, to look at these programmes in action. According to him the experience of Nallaneri shows that Irrigation Management Transfer “does not imply stabilising village groups around rules of resource use, crafted by communities of appropriators, bound together by the individual economic benefits of co-operative management of shared resources. Moreover, WUAs (Water User Associations) are themselves a resource over which there is competition”.

In Mollinga’s study, the occurrence of water scarcity and the resultant social conflicts, induced changes in the organisation of water distribution in the Tungabhadra Left Bank main canal between 1980 and 1992. Other people than the formally responsible Irrigation Department officials started to get involved in it. Part of the bargaining on water distribution has been institutionalised in the Irrigation Consultative Committee at the project level, in which officials and non-officials (MLAs) have seats. Participation has remained at the level of consultation. A new policy for main canal management emerged in the social process of the negotiation of water distribution by the different actors concerned. But this involvement of farmers has not been institutionalised at the level of local institutions for water management. 

A broad consensus seems to be emerging that water is essentially a political and social resource. As Mosses’s study shows, water has always been central to statecraft and politics in India. Systems for managing ‘local’ resources have rarely, if ever, grown in isolation. Groups have always used ‘local’ resources like water as a site for political action. In fact, as Mosse’s study seems to be suggesting water is as much a symbolic resource, as it is a physical resource. This is especially true in India, where water is central to the ideas of purity and pollution that underlie caste.

The principal use of water in India has been for irrigation. More than four-fifth of water used in India is consumed by agriculture. Therefore, particular irrigation technologies have a significant impact not only on irrigation, but also on other aspects of water use. This makes water use an intensely contested political activity. It also shapes, and is dynamically shaped by, particular patterns of agrarian change and social differentiation. As Mollinga’s study indicates, particular kinds of irrigation technology can induce specific kinds of migration and cropping patterns. But these patterns of resource use and social differentiation don’t happen only on the ‘social’ terrain. These processes are linked to broader patterns of political change, as Mosses’s study so effectively illustrates.

This makes one wary of the currently fashionable rhetoric of participatory irrigation management (PIM). Any programme or plan of action that unquestioningly privileges the local can easily hide inequities. The study of water has ceased to be (to a large extent) a matter of engineering. But it is rapidly threatening to become a matter of ‘management’ under PIM. All the three books under review warn us about this quite unequivocally. The study of water needs both large sectoral overviews and ethnographies that trace patterns of resource use within the broad matrix of social change. The three volumes under study fulfill one or the other part of this mandate and are a welcome addition to the existing body of literature.

 

Books Under Review

David Mosse, The Rule of Water: Statecraft, Ecology and Collective Action in South India. New Delhi: Oxford University Pres, 2003. 337 pp. Glossary, bibliography, index.

Peter Mollinga, On the Waterfront: Water Distribution, Technology and Agrarian Change in a South Indian Canal Irrigation System. New Delhi: Orient Longman Private Limited, 2003. 441 pp. References.

Ramaswamy, R. Iyer, Water: Perspectives, Issues, Concerns. New Delhi: Sage Publications India Pvt Ltd, 2003. 369 pp. Appendices, references and bibliography, names index, subject index.

 

Note: This review essay was first published in a slightly different form in 2006 in the periodical Indian Journal of Social Work 67(4). The books under consideration were all published in the year 2003. All the three books dealt with water, broke new ground in the study of water as a theme in India and have since become minor classics in academic studies of this resource.


References

Cleaver, F., 2001. "Institutional bricolage, conflict and cooperation in Usangu, Tanzania." IDS Bulletin32(4), pp. 26-35.

Hardin, G., 1968. “The tragedy of the commons”. Science 162: pp. 1243-1248.

Ostrom, E., 1990. Governing the commons: The evolution of institutions for collective action. Cambridge university press.

Sunday, September 20, 2020

ହୀରାନାନୀ ଉପାଖ୍ୟାନ

ଶୈଲେନ ରାଉତରାୟ

୨୦୧୭ ମସିହାରେ ଉତ୍ତୋଳିତ ଘୁମୁସର ରେଞ୍ଜ୍‌ର ବନବିହାରସ୍ଥ ଭଞ୍ଜନଗର ବନ୍ଧର ଦୃଶ୍ୟ

ବିଂଶ ଶତାବ୍ଦୀର ଆରମ୍ଭର କଥା ଇଏ । ପ୍ରସିଦ୍ଧ ଲେଖିକା ସୀତାଦେବୀ ଖାଡ଼ଙ୍ଗା (୧୯୦୨–୧୯୮୩)ଙ୍କର ବାପ ଘର ଗଞ୍ଜାମ ଜିଲ୍ଲାର ଘୁମୁସର ତାଲୁକାର ଭଞ୍ଜନଗର ପାଖ ମନ୍ଦାର ବୋଲି ଗୋଟିଏ ଗାଁରେ । ବାପାଙ୍କ ନାମ ହରିହର ପଣ୍ଡା । ଜେଜେଙ୍କ ନାମ ବ୍ରଜସୁନ୍ଦର ପଣ୍ଡା । ବାପା ଗଞ୍ଜାମ ଜିଲ୍ଲାର ପ୍ରଥମ ଓଡ଼ିଆ ଓକିଲ । 
ବାପାଙ୍କର ଚାରୋଟି ଭଉଣୀ । ଗୋଟିଏ ବଡ଼ ଭଉଣୀଙ୍କର ନାଁ ହେଲା ହୀରା। ସେ ବୟସରେ ହରିହରଙ୍କ ଠାରୁ ପ୍ରାୟ ଦଶ ବରଷ ବଡ଼ । ବାହା ହୋଇଥିଲେ ଆସିକା ପାଖରେ ଗୋଟିଏ ଗାଁରେ – ଗାଁର ନାମ ନଳବଣ୍ଟା । ହୀରା ପିଉସୀଙ୍କର ସ୍ୱାମୀଙ୍କୁ ମାତ୍ର ବତିଶ ବର୍ଷ ହୋଇଥିବା ସମୟରେ ସେ ମୃତ୍ୟୁମୁଖରେ ପଡ଼ିଲେ । ପିଉସା ଗରୀବ ଧାନ ବେପାରୀ ଥିଲେ । ଆସିକା ଅଞ୍ଚଳରୁ ଧାନ ଦୁଇ ଶଗଡ଼ି କିଣି ଆଣି ବ୍ରହ୍ମପୁର ସହରରେ ବିକ୍ରୀବଟା କରନ୍ତି । ଶଗଡ଼ି ପିଛା ହେଇ ହେଇ ଟଙ୍କା ପାଞ୍ଚ ସାତ ଲାଭ ହେଉଥିବ । 
ଦିନେ ଏକ ସନ୍ଧ୍ୟାରେ ପିଉସା ନଳବଣ୍ଟାରୁ ଧାନ ଧରି ବାହାରନ୍ତି । ଗନ୍ତବ୍ୟ ସ୍ଥଳ ବ୍ରହ୍ମପୁରରେ ତାହା ପରଦିନ ସନ୍ଧ୍ୟାରେ ପହଞ୍ଚିବା କଥା । ରାସ୍ତାରେ ବ୍ରହ୍ମପୁର ପାଖରେ ଶଗଡ଼ ରଖି ପାଖ କୌଣସି ଏକ କୂଅରୁ ପାଣି ଆଣି ରୋଷେଇ କରି ଖାଆନ୍ତି । ସେଇଠାରୁ ହିଁ ହଇଜା ଆକ୍ରମଣ କରେ । ଶଗଡ଼ିଆମାନେ ସେଇ ଧାନ ଶଗଡ଼ ଉପରେ ଶବକୁ ଶୁଆଇ ଦେଇ ଆଣି ନଳବଣ୍ଟାରେ, ଘରେ, ଛାଡ଼ି ଦେଇଗଲେ ।
ହୀରା ପିଉସୀ କଞ୍ଚା ବୟସରେ ବିଧବା ହେଲେ । ସେତେବେଳେ କୋଳରେ ଥିଲେ ଦୁଇଟି ପୁଅ । ଦୁହେଁ ଯାକ ଭାରି ସୁନ୍ଦର । ସାନ ପୁଅର ନାଁ ବତ୍ସ । ସୀତାଦେବୀ ପିଲା ହୋଇଥିଲା ବେଳେ ସେ କଲେରାରେ ପାଞ୍ଚଛଅ ବର୍ଷ ବୟସରେ ଆରପାରିକୁ ଚାଲିଗଲା । ପିଉସୀଙ୍କର ବଡ଼ପୁଅଙ୍କର ନାଁ ଆକୁଳି । ଲମ୍ବା ଓ ପତଳା ଦେହ । ଲମ୍ବୁଆଳିଆ, ଗୋରା ମୁଁହ, ଚଉଡ଼ା କପାଳ, କଳାଘୁମର ଆଖି – ଦେଖିବାକୁ ଅତି ସୁନ୍ଦର । ହୀରା ପିଉସୀ କୁହନ୍ତି ଯେ, ପିଉସା ଅଧିକ ସୁନ୍ଦର ଥିଲେ । ସୀତାଦେବୀ ନିଜେ କୁହନ୍ତି ଯେ ହୀରାନାନୀ ମଧ୍ୟ ଦେଖିବାକୁ ଥିଲେ ଅତି ସୁନ୍ଦରୀ । ଏପରି ମା ଓ ବାପାଙ୍କର ସନ୍ତାନ ତ ସୁନ୍ଦର ହେବା ସ୍ୱାଭାବିକ ।
ସୀତାଦେବୀଙ୍କର ବାପା ହରିହର ପଣ୍ଡାଙ୍କର କାର୍ଯ୍ୟାବଳୀ ଯୋଗୁଁ ‘ମନ୍ଦାର ପଣ୍ଡା ଘର’ର ଖଣ୍ଡମଣ୍ଡଳରେ ନାଁଡାକ ଥିଲା । ଶ୍ରାଦ୍ଧ, ବ୍ରତଘର, ବାହାଘରରେ ହଜାର ହଜାର ବ୍ରାହ୍ମଣଙ୍କ ଭୋଜନ ହେଉଥିଲା । ମାତ୍ର ଏପରି ପ୍ରତିପତ୍ତିଶାଳୀ ପରିବାରର ଝିଅ ହୋଇ ମଧ୍ୟ ତାଙ୍କୁ ବାପ ଘରେ ଭରଣେ ଧାନ କିମ୍ବା ଟଙ୍କା ଶହେଟି ମଧ୍ୟ କେହି ଦେଉ ନଥିଲେ । 
ଶାଶୁଘରେ ଦେଢ଼ଶୁର ଓ ବଡ଼ ଯାଆ । ଦୁହେଁ ଧାନ ମୁଗ ବେପାର କରି ପେଟ ପୋଷନ୍ତି । ହୀରା ନାନୀ ଛଅ ମାସ ଶାଶୁ ଘରେ ରହିଲେ, ବରଷେ ଦୁଇ ବରଷ ଆସି ବାପଘରେ ମନ୍ଦାରରେ ରହନ୍ତି । ହୀରା ନାନୀ ଓ ତାଙ୍କର ଅନ୍ୟ ଭଉଣୀମାନଙ୍କୁ ତାଙ୍କ ବାପା ଗରୀବ ଘରମାନଙ୍କରେ ବିଭା ଦେଇଥିଲେ । ପିଉସାମାନେ ଆସି ଶଶୁର ଘରେ ରାନ୍ଧୁଣିଆ କାମ କରୁଥିଲେ ନହେଲେ ଚାଷକାମରେ ସାହାଯ୍ୟ କରୁଥିଲେ । ବହୁତ ହିନିମାନିଆ ଜୀବନ ଥିଲା ପିଉସୀ ଓ ପିଉସାମାନଙ୍କର ।
ଭାତ ଖଣ୍ଡିଏ ଖାଇବା ଆଶାରେ ହୀରା ମାଉସୀ ଆସି ବାପ ଘରେ ପଡ଼ି ଥାଆନ୍ତି । ହରିହର ଓ ସୀତା ଦେବୀ – ଭାଇ ଭଉଣୀ – କେବେ ଦୁଇ ପଦ କଥା ହେବାର ସୀତାଦେବୀ ଦେଖି ନାହାନ୍ତି । ଜଣକୁ ଅଧିକା ଖାଇବାକୁ ଦେବାକୁ ପଡ଼ିବ ବୋଲି ଘରେ ଅନେକ ବିରକ୍ତି । ଆକୁଳି ପ୍ରାୟ ନିଜ ଗାଁରୁ ବେପାର ଉଦ୍ଦେଶ୍ୟରେ ଯିବା ବାଟରେ ମାମୁଁଘର ଦେଇ ଯାଆନ୍ତି । ବାଟକୁ ତାଙ୍କ ମା ହୀରାଦେବୀ ଚାହିଁ ବସି ଥାଆନ୍ତି । ସୀତା ଦେବୀଙ୍କର ମାଆ ଆକୁଳି ସହିତ କଥାବାରତା କରନ୍ତି । ମାତ୍ର ଖାଇବା ସମୟରେ ଭଣଜା ଆସି ପହଞ୍ଚିଗଲେ ଅକଳିଆ ପରିସ୍ଥିତି ସୃଷ୍ଟି ହୁଏ । 
ପିଉସୀ ନାନୀ ରୋଷେଇ ଘର ଦୁଆର ପାଖକୁ ଯାଇ ପୁଅ ପାଇଁ ଭାତ ଡାଲି ଦିଓଟି ଲାଗି ନାନା ଆକୁତି ହୁଅନ୍ତି । ରୋଷେଇଘର ପାଖ ଗୋଟିଏ ଛୋଟ ମଳିକୁଟିଆ ଘରେ ହୀରା ନାନୀ ଓ ପରିବାରର ଅନ୍ୟାନ୍ୟ ମହିଳା ଅତିଥିମାନେ ରହନ୍ତି । ଘରଟାରେ ବାସନକୁସନ, ଶାଗଶବଜି, ଆମ୍ବୁଲ ଆଚାର ଇତ୍ୟାଦି ଭରତି । ହୀରା ନାନୀ ଆଦି ସେଇ ଅଣଚଉଡ଼ା ଗୋଦାମଘରଟିରେ ଜାକିଜୁକି ହୋଇ କରମ ସମ୍ଭାଳି ରହନ୍ତି ।
ବେଳେବେଳେ ଆକୁଳି ଆସନ୍ତି ସନ୍ଧ୍ୟାବେଳେ । ମା ହୀରାନାନୀ ଭାତ ଡାଲି ଦିଓଟି ବାଢ଼ି ଦେଲେ ରାନ୍ଧୁଣିଆ ଟୋକାଟି ଠାରୁ ନାନା ହୀନିମାନିଆ କଥା ଶୁଣିବାକୁ ପଡ଼େ । ଯେତେଥର ଆକୁଳି ମାମୁଁ ଘରକୁ ରନ୍ଧାବଢ଼ା ସମୟରେ ଆସନ୍ତି ସବୁବେଳେ ସେଇ ଏକା ପରିସ୍ଥିତି ସୃଷ୍ଟି ହୁଏ । ଶେଷକୁ ସିଏ ମଧ୍ୟ ନିଜ ବାପାଙ୍କ ପରି ଅକାଳରେ ହଇଜାରେ ଧାନ ଶଗଡ଼ ପାଖରେ ଚାଲିଗଲେ । ହେଲେ ଏ ସବୁ ସତ୍ତ୍ୱେ ହୀରାନାନୀ କେବେ ମଧ୍ୟ ନିଜ ଭାଇ ବିଷୟରେ ପଦେ ନିନ୍ଦା କରି କହିବାର ସୀତା ଦେବୀ ଶୁଣି ନ ଥିଲେ । ଏପରି ଥିଲା ସେ ସମୟରେ ଗରୀବ, ବିଧବା ବ୍ରାହ୍ମଣୀମାନଙ୍କର ଜୀବନ – ବାପଘର ଯେତେ ବଡ଼ଲୋକ ହୋଇଥାଆନ୍ତୁ ନା କାହିଁକି ।
ବି.ଦ୍ର. – ଏହି ଲେଖାଟିରେ ବ୍ୟବହୃତ ଉପାଦାନ ସୀତାଦେବୀ ଖାଡ଼ଙ୍ଗାଙ୍କର ଆତ୍ମଜୀବନୀ ‘ମୋର ଜୀବନ ସ୍ମୃତି’ର ଭୁବନେଶ୍ୱରସ୍ଥ ଲାର୍କ ବୁକ୍ସ୍‌ଙ୍କ ଦ୍ୱାରା ୨୦୦୨ ମସିହାରେ ପ୍ରକାଶିତ ଦ୍ୱିତୀୟ ସଂସ୍କରଣରୁ ସଙ୍ଗୃହିତ । ବହିଟିର ପ୍ରଥମ ସ‌ଂସ୍କରଣ ୧୯୭୮ ମସିହାରେ ଛପା ହୋଇଥିଲା । ଆଲେଖ୍ୟଟି ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ପ୍ରଥମେ ପ୍ରକାଶିତ ହୋଇଥିଲା ।

Thursday, September 17, 2020

'Thus Spake Akrura' by Guruprasad Mohanty


Translated by Sailen Routray


A 17th century manuscript depicting Krishna and Akrura
Photo Credit - Wikimedia Commons
                                                        
The evening comes.
 
The evening comes, 
pulling the curtain of dejection,
down over the tired eyes of the traveler.
Pulling down his tired lids,
the sad shadow of the evening 
becoming heavily pregnant –
Dust, potholes, the fatigue of the day, 
the sun-dried rotundity 
of the hooves of the horses,
the foam at their mouths,
everything conspires 
to bore his tired joints, bones,
his fatigued flesh and blood.
 
"Would you free me today from the gray weariness
of the continuous journey of this body?
Would you free me from time,
and the continuous, bloody struggles 
that lie therein?
Would you free me today,
from the repetitive binaries of the body?

"Perhaps this is the height of my
career as a charioteer;
apparently to carry you to your death.
Would it free me from my death I wonder.
Or do we get to have more thirsts,
because of some random ill-advised boon?
 
"Therefore, oh Lord!
May this journey be benign,
For me and for you!
Even if the body of the earth 
has covered your compassion and your cruelty,
the depth of your forgiveness and
the range of your devastation;
even then, may you have success,
even at the risk of losing face, 
even then, 
may this journey of mine be propitious.
May it be filled with your grace;
may it overflow the edges of my body;
and, go beyond your compassion
and your cruelty.”
 
In that evening,
with the reins falling off his hands
out of fatigue,
when the wind stopped 
with the intensity of a sky cursed, 
and, therefore, startled,
when his chariot just turning the corner -- 
 
There was the Yamuna shimmering
like a flimsy nightmare,
with staid shrubs 
holding up the sky above the park,
with the crowds milling around shops with wobbly lights.
 
“I wonder whether my journey ends here.
My feet have been aching since ages.
So, the dust off the hooves of the horses,
the broken wheels of my chariot,
the jaded horizon of my eyes,
the pathetic delusions of my being,
do all these end here?
Do the desires of my flesh, thirst, sins and merit,
the hankering of my atman, bhakti and ahamkara,
dharma and mokshya, and all stupid spiritual toil,
does it all end or not, my lord?
Or does it all begin here?
 
"Oh great Lord!
I seek deliverance.
May this journey be auspicious,
courtesy your smaller mercies.
May this journey be the last.
May this journey help me go mercifully
beyond this fatigue and rest.
May this journey help you 
to go beyond the known shores 
of your mercy and compassion.


Note:  The Odia title of this poem is 'Akrura UbAcha'. Guruprasad Mohanty (1924-2004) was one of the key architects of high modernist Odia poetry in the 1950s. Although he had an effective poetic career spanning at least four decades, he published less than a hundred poems: each one is as polished and clear, as a gem. He received the Kendra Sahitya Akademi award for the volume of poetry 'Samudra Snana' in 1973 and the Odisha Sahitya Akademi award in 1990 for the travelogue 'Patalapuri ra Halchal'. Although he did write fiction, travelogues and a popular science book, he is now remembered chiefly as a poet's poet. He also happens to be a nephew of the iconic Odia writer Gopinath Mohanty.

Tuesday, September 15, 2020

ମାଛ ମିଛ: କଟକରେ ମାଛ ଧରା

ଶୈଲେନ ରାଉତରାୟ 


୨୦୧୪ ମସିହାରେ କଟକଠାରେ ମହାନଦୀରେ ବନ୍ୟାର ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ରେଭେନ୍ସା କଲେଜେରୁ ଇଂରାଜୀ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର ଶିକ୍ଷା ସାରି, ସ୍ୱାଧୀନତା ସମୟରେ ଶ୍ରୀ ବସନ୍ତ ଶତପଥୀ ମୟୁରଭଞ୍ଜ ରାଜ୍ୟ ପାଇଁ କାମ କରୁଥିଲେ । ତାଙ୍କର ମୂଳ ଦାୟିତ୍ତ୍ୱ ଥିଲା ପବ୍ଲିସିଟି ଓ ସାମ୍ବାଦିକତା । ମାତ୍ର ଶେଷ ଗଡ଼ଜାତ ରାଜ୍ୟ ରୂପେ ମୟୁରଭଞ୍ଜ ୧୯୪୯ ମସିହା ଜାନୁଆରୀ ମାସରେ ଭାରତ ସହିତ ଓଡ଼ିଶା ରାଜ୍ୟର ଗୋଟିଏ ଜିଲ୍ଲା ଭାବରେ ମିଶିଗଲା । ଅନ୍ୟ ରାଜ କର୍ମଚାରୀମାନଙ୍କ ପରି ଶତପଥୀ ବାବୁ ମଧ୍ୟ ଓଡ଼ିଶା ସରକାରଙ୍କର ଜଣେ କର୍ମଚାରୀ ବନିଗଲେ । ଜଣେ ରାଜଭକ୍ତ କର୍ମଚାରୀ ଭାବରେ ରାଜ୍ୟ ଖାସ୍ ହେବାଟା ତାଙ୍କୁ ବାଧିଥିଲା । ମାତ୍ର ପେଟ ପୋଷିବା ପାଇଁ ଓଡ଼ିଶା ସରକାରଙ୍କ ଚାକିରୀ ଧରିଲେ । ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକଙ୍କର ପି.ଏ. ବା ବ୍ୟକ୍ତିଗତ ସହକାରୀ ହୋଇ ସେ ଓଡ଼ିଶା ସରକାରରେ ଯୋଗ ଦେଲେ ଓ ରାଜ୍ୟ ସଚିବାଳୟକୁ ବଦଳି ହେଲେ ।

ହେଲେ ‘ଛାମୁ ଯାହା ଦେଲେ ହରଷେ’ ନ୍ୟାୟରେ ଦରମା ମାସକୁ ୨୬୦ ରୁ ୧୬୦ ଟଙ୍କାକୁ ଖସିଗଲା । ଓଡିଶା ମୟୁରଭଞ୍ଜ ତୁଳନାରେ ବଡ଼ ରାଜ୍ୟ ତ ! ସଚିବାଳୟ ସେତେବେଳେ କଟକରେ ଥିଲା । ବାରିପଦାରୁ କଟକ ଚାରି ପୁଅ ଝିଅ, ବାର ବରଷର ସାନ ଭାଇ ଓ ପାଞ୍ଚଟି କୁକୁଡ଼ାର ବଡ଼ ପରିବାର ଧରି ଆସି ହନ୍ତସନ୍ତ ଶତପଥୀଏ ହେଲେ । ପିଲା ମାନଙ୍କୁ ନାନାଦି ରୋଗ ଧଇଲା । ନିଜର ଦୁର୍ଘଟଣା ହେଲା । ‘ରାମ ରାଉତ ଘରେ ଭାତ ନାହିଁ ପିଲା ବହୁତ’ ଅବସ୍ଥାରେ ଘର ଚଳେଇବା ପାଇଁ ସାନ ଭାଇ ଓ ବଡ଼ ଝିଅ କୁ ରଙ୍ଗିନ ଫୁଲ ତିଆରି ଓ ବିକ୍ରିର ବ୍ୟବସାୟ କରିବାକୁ ପଡ଼ିଲା ।

ମାଛ ତରକାରୀ ଘରେ ଦୁଇ ଓଳି ହୁଏ । ପରିବାରଟି ରହୁଥା’ନ୍ତି ମହାନଦୀ କୂଳରେ । ସନ୍ଧ୍ୟା ହେଲେ ସାନ ଭାଇକୁ ଧରି ବସନ୍ତ ବାବୁ ନଦୀ ଆଡ଼େ ମୁହାନ୍ତି ମାଛ ଧରିବା ପାଇଁ; ମାଛ ଧରି ଆଣିଲେ ଘରେ ତରକାରୀ ହେବ । ପ୍ରଥମେ ପ୍ରଥମେ ସୂତାରେ ଜିଆ ଗୁନ୍ଥି ବଡ଼ ଚିଙ୍ଗୁଡି ଧରୁଥିଲେ । ହେଲେ ବଡ଼ ଜାଲରେ ମାଛ ଧରିବାକୁ ଇଚ୍ଛା ହେଲା । ହେଲେ ଜାଲ ମିଳିବ ବା କାହୁଁ । ଗଛ କୋରଡ଼ରେ ଅନ୍ଦାଜରେ ହାତ ବୁଲାଉ ବୁଲାଉ ଅକସ୍ମାତ ପକ୍ଷୀ ଅଣ୍ଡା ପାଇଲା ପରି, ପଚାରୁ ପଚାରୁ ପାଖ କେଉଟ ସାହିରୁ ଶିଖା ଗୋଡ଼ିର ପୁରୁଣା ଜାଲଟିଏ ମାତ୍ର ଦୁଇ ଟଙ୍କାରେ ମିଳିଗଲା । କିଣିଲା ଦିନ ଭାଇ ସହିତ ରାତି ଆଠଟାରେ ଯାଇ ଠାକୁରଙ୍କ ନାଁ ନେଇ ଜାଲ ଫିଙ୍ଗୁ ଫିଙ୍ଗୁ ବସନ୍ତ ବାବୁଙ୍କ ଭାଗ୍ୟରେ କିଲିଖିଆ କଳାବାଉଁଶି ମାଛଟାଏ ପଡ଼ିଲା । ଦିନକରେ ଜାଲର ପଇସା ଉଠିଗଲା ।

ସେ ଜାଲରେ ଧରି କେତେ ମାଛ ଯେ ବସନ୍ତ ବାବୁ ଓ ତାଙ୍କର ପରିବାର ଖାଇଚନ୍ତି ତାହାର ଇଅତ୍ତା ନାହିଁ । ଠାଏ ମହାନଦୀରେ ଗୋଳିପାଣି ଖେଳିଲା । ପାଣି ମାଡ଼ିଲା କ୍ଷଣି ବଡ଼ ଚିଙ୍ଗୁଡି ଗୁଡ଼ାକ ବାଲି ଉପରେ ଚଙ୍ଗଚଙ୍ଗ ହୋଇ ହଇଚଇ ସୃଷ୍ଟି କଲେ । ବସନ୍ତ ବାବୁ ଆନନ୍ଦରେ ଦୁଇ କିଲ ପାଖାପାଖି ଚିଙ୍ଗୁଡ଼ି ଧରିଲେ । ପର ଦିନ ଭଜା ଚିଙ୍ଗୁଡ଼ି ନେଇ ସହକର୍ମୀମାନଙ୍କୁ ଖୁଆଇଲେ । ସେମାନେ ମନ ଆନନ୍ଦରେ ଚିଙ୍ଗୁଡ଼ିଗୁଡ଼ିକ ଖାଇ ସଫା କରିଦେଲେ ।

ମାଛ ଧରା ବସନ୍ତ ବାବୁଙ୍କ ପାଇଁ ଏକ ମହା ଆନନ୍ଦଦାୟକ ସଉକର ବିଷୟ ଥିଲା । ଥରେ ଖରାଦିନେ ସେ ମାଛ ଧରିବା ପାଇଁ ଜହ୍ନଭରା ରାତିରେ, ବାରଟା ବେଳେ, ଜାଲ ଧରି ବାହାରି ଗଲେ । ତା’ ପର ଦିନର ଚୁଲି ପାଇଁ ମାଛ ସେମିତି ବିଶେଷ କିଛି ଲୋଡ଼ା ନ ଥିଲା । ଗହିରିଆ ଜେଗାର ସ୍ଥିର ପାଣିରେ ଜାଲ ପାରି ଦେଇ ବାବୁ ଟାକି ଥାଆନ୍ତି । କିଛି ସମୟ ଜଗି ଜାଲକୁ ଉପରକୁ ଟେକିଲା ବେଳକୁ ଆଉ ସେକି ତଳୁ ଉଠେ । ଟାଣିଲା ବେଳକୁ ଜାଲ ଚିରିବାକୁ ଆରମ୍ଭ କଲା । ଅଗତ୍ୟା ଶତପଥୀ ଆଜ୍ଞା ଜାଲଟିକୁ ଭାସୁଥିବା ଏକ ବାଉଁଶ ବୋଝରେ ବାନ୍ଧି ଦେଇ ଘରକୁ ଉଜାଣି ବହିଲେ । ସକାଳେ ନଈକୁ ଲେଉଟି ଯାଇ ଜାଲକୁ ଦେଖିଲା ବେଳକୁ ତାହା ଯାଇଁ କେଉଁଠି ଅଖଜରେ ଲାଗିଛି । ଚାରି ଛଅ ଜଣ କଟକିଆ ଟୋକାଙ୍କ ସାହାଯ୍ୟରେ ଜାଲକୁ ଉଦ୍ଧାର କଲା ବେଳକୁ ବୋଧ ହୁଏ ପାପେରା ହୋଇଯାଇଥିବା ଜାଲଟି ଛିଣ୍ଡିଗଲା । ଉପରକୁ ଉଠି ଆସିଲା ଖାଲି ଲୁହାର ଜାଲ ଗୋଡ଼ି ।

ମାଛ, ମିଛ । 

ବି.ଦ୍ର. : ଏହି ଲେଖାଟି ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ପ୍ରଥମେ ପ୍ରକାଶିତ ହୋଇଥିଲା । ଆଲେଖ୍ୟଟିର ବିଷୟବସ୍ତୁ ଭୁବନେଶ୍ୱରସ୍ଥ ଶିକ୍ଷାସନ୍ଧାନ ସଂସ୍ଥା ୨୦୦୮ ମସିହାରେ ଛପାଇଥିବା ବସନ୍ତ କୁମାର ଶତପଥୀଙ୍କ ଦ୍ୱାରା ଲିଖିତ ଓ ସୁମନ୍ୟୁ ଶତପଥିଙ୍କ ଦ୍ୱାରା ସମ୍ପାଦିତ ଆତ୍ମଜୀବନୀ ‘ମନେ ପଡ଼େ’ ରୁ ଆହୃତ ।

Sunday, September 6, 2020

Objects in the Mirror are Closer than they Appear

Sailen Routray


A  double-decker bus from London seen in Kathmandu, Nepal
Photo Taken in 1977 (Photo Credit - Wikimedia Commons)

Objects in the mirror are closer than they appear. 
Koshy's shuffles quieter on Saturday afternoons compared to those of Sundays. 
Steam burns are worse than those caused by fire. 
In Chandrappa, the garlic pork is hotter than the chilly pork, and crisper. 
At any given point in any given bus from Electronic City to Majestic Bus Stand, there are two and a half Bengalis. 
The distance between Jagatpur and Jatani does not equal the distance between Jatani and Jagatpur.
Baigani is not the same as purple.
Objects in the mirror are closer than they appear. 

Photo Credit - Wikimedia Commons

Tuesday, September 1, 2020

ସିଲି ପାଇଁ

ଶୈଲେନ ରାଉତରାୟ


କାଠମାଣ୍ଡୁର ଏକ କୋଠାରେ କାଠକାମ
ଫଟୋ  କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତୁ ସେକେଣ୍ଡ କ୍ଲାସ ରଖିଲୁ,
ଭଲ କଲୁ ।

ତୁ ସାଲେପୁରରେ ରହ କି କଟକରେ,
ଗଣିତ ପଢ଼ କି ଅର୍ଥନୀତି,
ଯେମିତି ଅଛୁ
ସେମିତି ଥା';
ମୋଟି, ଗେଡ଼ି,
ନବାବପୁଅକୁ ଜବାବ ଦେଲା ବାଲି ।

ନିଜ ଆଖିକୁ କେବେ ଛୋଟ କରିବୁନି ସିଲି;
ଜୀବନର ଆଖିରେ 
ଆଖି ପୁରେଇ ଦେଖିବୁ ।
ଆଗେ ପତା ପକେଇବୁନି,
ତା'କୁ ଆଗେ ଆଖି ବନ୍ଦ କରିବାକୁ ବାଧ୍ୟ କରିବୁ ।

ଦୋଳିରେ ଝୁଲିବୁ ଭଉଣୀ,
ଆକାଶ ଛୁଇଁବୁ ।
ହେଲେ ନଜର ରଖିବୁ ମାଟି ଉପରେ;
ଆଉ ତା' ପିଠିରେ ଥିବା ନୀଳ ବିଷାଦର 
ମାନଚିତ୍ରରେ ।

ମୁଁ ଚିଡ଼ଉଚି ବୋଲି
କେବେ ଓଜନ ଝଡ଼େଇବୁନି ସିଲି;
ତୁ ସବୁବେଳେ ସେମିତି
ପ୍ରଶ୍ନଚିହ୍ନ ପରି ଓଜନିଆ ହେଇ ରହ ।
ରହ ବେପରୁଆ,
ଅଦିନିଆ କରକା ପରି ।
ରହ ତୋ' ନିଜ ପରି,
ସିଲି ପରି ।

କ୍ରୋଏସିଆ ଦେଶରେ ସ୍ଥିତ ପୁଲା କ୍ୟାଥିଡ୍ରାଲ୍
ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍

ବି.ଦ୍ର. - କବିତାଟି ପାଖାପାଖି କୋଡ଼ିଏ ବର୍ଷ ପୂର୍ବେ ଲେଖା ହୋଇଥିଲା । କବିତାର ସର୍ବସତ୍ୱ ଲେଖକଙ୍କ ପାଖରେ ସଂରକ୍ଷିତ । 

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...