Sunday, March 15, 2026
Sunday, February 15, 2026
Who was Kabir anyway?
Sailen Routray
Thursday, January 15, 2026
Beyond suffering and happiness
Sailen Routray
![]() |
Saturday, February 1, 2025
What is Odia literature?
Sailen Routray
Sunday, September 22, 2024
ମଧ୍ୟବର୍ଗୀୟ ଲୋକଙ୍କର ଶୁଣିବାର କ୍ଷମତା ଅଛି କି?
ଶୈଲେନ ରାଉତରାୟ
ଇଂରାଜୀ ସାହିତ୍ୟରେ ଡାଏରି ରଚନାର ପରମ୍ପରା ପ୍ରାଚୀନ ତଥା ସମୃଦ୍ଧ । କେବଳ ଇଂରାଜୀ
ସାହିତ୍ୟ କାହିଁକି, ଅଧିକାଂଶ
ପାଶ୍ଚାତ୍ୟ ଭାଷାମାନଙ୍କରେ ଡାଏରି ଲେଖାର ଏକ ଲମ୍ବା ଚଳଣି ରହିଅଛି । ଭାରତୀୟ ସାହିତ୍ୟର
ଇତିହାସରେ ଡାଏରି ରଚନାର ପରମ୍ପରା ସାହିତ୍ୟର ଅନ୍ୟ ବିଭାବମାନଙ୍କ ତୁଳନାରେ ଅର୍ବାଚୀନ । ଏକ
ସାଂସ୍କୃତିକ ପରମ୍ପରାରେ କେତେଗୁଡ଼ିଏ ଚଳଣିର ଅବସ୍ଥିତି ଯେପରି ବିଶ୍ଳେଷଣ ଆବଶ୍ୟକ କରେ, ସେହିପରି
ଅନ୍ୟଗୁଡ଼ିଏ ଚଳଣିର ଅନୁପସ୍ଥିତି କିଛି ପରିମାଣରେ ବର୍ଣ୍ଣନା ତଥା ବିଶ୍ଳେଷଣର ଦାବୀ କରେ ।
ଏହି ଦାୟରେ ଭାରତୀୟ ସଭ୍ୟତାର ଅଧିକାଂଶ ଭାଷାରେ ଡାଏରି ଲେଖାର ଏକ
ପ୍ରାଚୀନ ପରମ୍ପରା କାହିଁକି ନାହିଁ,
ତାହା ନିଶ୍ଚିତ ଭାବରେ ଏକ ବିସ୍ତୃତ ଆଲୋଚନାର ଅପେକ୍ଷା କରେ । ମାତ୍ର ଏପରି ଏକ ଆଲୋଚନାର
ସ୍ଥାନ ବୋଧହୁଏ ଏହି ପୁସ୍ତକ ସମୀକ୍ଷା ନୁହେଁ । ମାତ୍ର ଏହିଠାରେ ଚୁମ୍ବକରେ ଏତିକିମାତ୍ର କହି ରଖିବା
କଥା ଯେ, ଭାରତୀୟ ସଭ୍ୟତା ତଥା ପରମ୍ପରାରେ ‘ଆଧୁନିକ’ କାଳ ପର୍ଯ୍ୟନ୍ତ
ବୈୟକ୍ତିକ ଚେତନାର ଅଭାବ ଏହିପରି ଅବସ୍ଥାର ଏକ କାରଣ ହୋଇପାରେ ।
ସମୀକ୍ଷାଧିନ ପୁସ୍ତକଟିର ଲେଖକ ଶ୍ରୀଯୁକ୍ତ ଅଚ୍ୟୁତ ଦାସ ଓଡ଼ିଶାର
ସାମାଜିକ ଜୀବନରେ ଏକ ସୁପରିଚିତ ନାମ । ସେ ଏବଂ ତାଙ୍କର ଧର୍ମପତ୍ନୀ ବିଦ୍ୟାଙ୍କ ଦ୍ୱାରା
ପରିଚାଳିତ ବେସରକାରୀ ସଂସ୍ଥା ଅଗ୍ରଗାମୀ ରାଜ୍ୟର ଏକ ଆଗଧାଡ଼ିର ସଂସ୍ଥା । ଏହି ଡାଏରିର
ବିଷୟବସ୍ତୁ ମୂଳତଃ ଏହି ସଂସ୍ଥା ତିଆରି ହେବାର ପ୍ରାକ୍-ଇତିହାସର କାହାଣୀ ।
ଅଗ୍ରଗାମୀ ଆଜିପର୍ଯ୍ୟନ୍ତ ମୁଖ୍ୟତଃ ଅବିଭକ୍ତ କୋରାପୁଟ ଜିଲ୍ଲାର
କାଶୀପୁର ବ୍ଲକ୍ରେ କାମ କରି ଆସିଅଛି । ଆଦିବାସୀ-ବହୁଳ କାଶୀପୁର ଏବେ ଖବରକାଗଜମାନଙ୍କରେ
ନାହିଁ ନାହିଁର ଦେଶ । ଗତ କେଇ ବର୍ଷ ହେଲା ଏହି ଅଞ୍ଚଳରୁ ବାହାରୁଥିବା ଅଧିକାଂଶ କାହାଣୀର
ବିଷୟବସ୍ତୁ କ୍ଷୁଧା, ବେମାରୀ
କିମ୍ବା ଅପମୃତ୍ୟୁ ଉପରେ ଆଧାରିତ । ୧୯୭୦ଦଶକ ଶେଷ ହେଲାବେଳକୁ ଏବଂ ୧୯୮୦ ଦଶକ ଆରମ୍ଭ ହେଲା ବେଳକୁ
ବୋଧହୁଏ ଏହି ଅଞ୍ଚଳରେ, ଭୂଇଁ
ଉପରେ ପରିସ୍ଥିତି ବିଶେଷ କିଛି ଭିନ୍ନ ନଥିଲା ।
ମାତ୍ର ଅଚ୍ୟୁତ ବାବୁଙ୍କ ଭଳି ଜଣେ ସୁଶିକ୍ଷିତ ଲୋକଙ୍କ ପାଇଁ ଏହି
ଅଞ୍ଚଳକୁ ନେଇ ରୋମାଞ୍ଚ ତଥା ଏହାର ଅତୀତକୁ ନେଇ ଆସକ୍ତି ଅନୁଭବ କରିବାର ଅବକାଶ ଥିଲା । ସେ
ସମୟର କାଶୀପୁର ଥିଲା ଦୁର୍ଗମ । ବ୍ୟାପକ ଜଙ୍ଗଲ ଧ୍ୱଂସର ପର୍ବ ସେତେବେଳେ ଆରମ୍ଭ ହୋଇଯାଇ ଥାଏ ।
ତଥାପି ମାଇଲ୍ ମାଇଲ୍ ବ୍ୟାପି ଜଙ୍ଗଲ ଥିଲା ପ୍ରଚୁର । ଏହା ସହିତ କଲରାପତରିଆ
ବାଘ କିମ୍ବା ଭାଲୁଦଳଙ୍କ ସହ ଭେଟ ହୋଇଯିବା ମଧ୍ୟ ଅତି ସହଜ ବ୍ୟାପାର ଥିଲା । ପାହାଡ଼ ଉପରେ
କେହି ଜଣେ ପିଲା ଖଇ ବୁଣିଦେଲା ପରି ଗାଁ କେଇଟି । ଆଉ ସେହି ଗାଆଁଗୁଡ଼ିକରେ ଭୋକ, ବେମାରୀ ତଥା ଭୟର ରାଜୁତି ଥିଲା ଦୁର୍ବାର ।
ଏହିପରି ପରିସ୍ଥିତିରେ କାଶୀପୁରରେ ଅଚ୍ୟୁତବାବୁ ସୃଜନାତ୍ମକ କାମ
ଆରମ୍ଭ କରନ୍ତି । କାମର ଆରମ୍ଭ ରାତ୍ରି-ପାଠଶାଳାରୁ । ଧିରେ ଧିରେ କାମର ପରିସର ବଢ଼େ । ରାତ୍ରି
ପାଠଶାଳାରୁ କୁଟୁମ୍ବ ପାଣ୍ଠି,
ତହିଁରୁ ଜଳସେଚନ ପାଇଁ ବନ୍ଧ ତିଆରି,
ବନ୍ଧ ତିଆରିରୁ ପୁଣି ପନିପରିବା ଚାଷ ପାଇଁ ସମବାୟ ସମିତି ଗଢ଼ା । ଏହି ସୃଜନାତ୍ମକ
କାମଗୁଡ଼ିକ ସହିତ ଆରମ୍ଭ ହୁଏ ସାହୁକାରମାନଙ୍କର ଶୋଷଣରୁ ଆଦିବାସୀମାନଙ୍କର ମୁକ୍ତି ପାଇଁ ଆନ୍ଦୋଳନ,ତଥା ତଦ୍ଜନିତ
ରକ୍ତକ୍ଷୟ ଓ ସ୍ୱାସ୍ଥ୍ୟହାନୀ ।
ଏହି ସବୁ ଉଦ୍ୟମର ଭିତ୍ତିସ୍ୱରୂପ ଏକ ସାମୂହିକ ଜୀବନ ଗଢ଼ିବାର ଚେଷ୍ଟା
ମଧ୍ୟ ଜଳ ଜଳ ହୋଇ ଦିଶିଯାଏ ।
ସଂସ୍ଥାରେ ସମସ୍ତଙ୍କର ସମାନ ଦରମା ।
ମେସ୍ରେ ସମସ୍ତଙ୍କର ଏକାଠି ଖିଆପିଆ । ଆଜିକାଲି ବିଶେଷ ଆଲୋଚନାର ବିଷୟବସ୍ତୁ ବନିଥିବା
ଇଣ୍ଡିଜେନସ୍ ଶିକ୍ଷା, ତଥା
ପାରମ୍ପରିକ ପ୍ରାକୃତିକ ସମ୍ପଦ ପରିଚାଳନା ବ୍ୟବସ୍ଥା ଆଦିକୁ ନେଇ କାଶୀପୁରରେ ସେହି ସମୟରେ
ହୋଇଥିବା ପରୀକ୍ଷା ନିରୀକ୍ଷାର ଅନେକ ମୂଲ୍ୟ ରହିଅଛି ।
ମାତ୍ର କାଶୀପୁରର ଆଦିବାସୀଙ୍କୁ ନେଇ ଏସବୁ ପ୍ରକାରର
ଗୁରୁତ୍ୱପୂର୍ଣ୍ଣ କାମ ପଛରେ ଏକ ରୋମାଣ୍ଟିକ ଭାବଧାରା ଅତି ସୁସ୍ପଷ୍ଟ । ଗୋପୀନାଥ ମହାନ୍ତିଙ୍କର
‘ପରଜା’ କିମ୍ବା ‘ଅମୃତର ସନ୍ତାନ’ ଅଚ୍ୟୁତ ବାବୁଙ୍କର
ପ୍ରିୟ । ଆଫ୍ରିକୀୟ
ଲେଖକ ଶିନୁଆ ଆଚିବିଙ୍କର ‘ଥିଙ୍ଗ୍ସ୍
ଫଲ୍ ଆପାର୍ଟ୍’ ନୁହେଁ ।
୧୯୬୦ ଦଶକର ଅନ୍ତ ପର୍ଯ୍ୟନ୍ତ ନୃତତ୍ତ୍ୱ ବିଦ୍ୟା ଆମ ଆଗରେ ଆଦିବାସୀ
ସମାଜମାନଙ୍କର ଏକ ଇତିହାସବିହୀନ ଛବି ଧରି ତୋଳିଥିଲା । ତଥାକଥିତ ସଭ୍ୟଜାତିମାନଙ୍କର ଇତିହାସ
ଥିଲା । ଏବଂ ତଥାକଥିତ ଅସଭ୍ୟ ଆଦିବାସୀମାନଙ୍କର ଥିଲା କେବଳ ଏକ ନୃତାତ୍ତ୍ୱିକ ବର୍ତ୍ତମାନ ।
ଏହି ପରି ଅବଧାରଣା ଯେ କେବଳ ପୋଥିଗତ ବିଦ୍ୟା ଭିତରେ ଆବଦ୍ଧ ଥିଲା
ତାହା ନୁହେଁ । ସରକାରୀ
ତଥା ବେସରକାରୀ ସଂସ୍ଥାମାନଙ୍କର ନୀତି ଉପରେ ଏପରି ଚିତ୍ରମାନଙ୍କର ପ୍ରଭାବ ସୁଦୂରପ୍ରସାରୀ ଥିଲା
। ଆଦିବାସୀ ପରିଚୟ ତଥା ସାମାଜିକତାର ଯେ ଏକ ସମୃଦ୍ଧ ତଥା ଜଟିଳ ଇତିହାସ ରହିଅଛି, ସେ ବିଷୟରେ
ଆଲୋଚନାର ପରମ୍ପରା ଅପେକ୍ଷାକୃତ ଭାବରେ ଅର୍ବାଚୀନ ।
ଆମେ ଯଦି ଆଦିବାସୀମାନଙ୍କୁ କେବଳ ‘ଅମୃତର ସନ୍ତାନ’ ଭାବରେ ଦେଖିବା, ତାହାହେଲେ
ସେମାନଙ୍କର ଶୋଷଣର ଇତିହାସ (କେବଳ ବର୍ତ୍ତମାନ ନୁହେଁ) ଅଲେଖା ରହିଯିବ । କାରଣ ଏହା ଫଳରେ ଆମେ
ସେମାନଙ୍କର ସ୍ୱକୀୟ ରାଜନୈତିକ ଚେତନାର ଢାଞ୍ଚାକୁ ଚିହ୍ନି ପାରିବା ନାହିଁ । ଯାହା ଫଳରେ, ଆଦିବାସୀମାନଙ୍କର
ଫର୍ମାଲ୍ ରାଜନୈତିକ ପ୍ରକ୍ରିୟାରେ ଅନୁପସ୍ଥିତିକୁ ସେମାନଙ୍କର ରାଜନୈତିକ ଅପରିପକ୍ୱତା ବୋଲି
ଆମେ ଧରିନେବା ।
ଭାରତୀୟ ସମାଜଚର୍ଚ୍ଚାରେ ଗାୟତ୍ରୀ ଚକ୍ରବର୍ତ୍ତୀ ସ୍ପିଭାକ୍ଙ୍କର ଏକ
ପ୍ରବନ୍ଧ - ‘କ୍ୟାନ୍
ଦ ସବ୍ଅଲ୍ଟନ୍ ସ୍ପିକ୍,’ ଅର୍ଥାତ୍
‘ନିମ୍ନବର୍ଗୀୟ
ଲୋକେ ନିଜ କଥା କହିପାରିବେ କି’ - ଗୋଟେ ସମୟରେ ଅନେକ
ଚହଳ ସୃଷ୍ଟି କରିଥିଲା । ଏହି ପ୍ରବନ୍ଧର ଉତ୍ତର ସ୍ୱରୂପ ଜଣେ ଲୋକକଥାବିଦ୍ ଏହା ପଚାରିଥିବାର
ଶୁଣାଯାଏ - ‘କ୍ୟାନ୍
ଦ ବୁର୍ଜୁଆଜି ଲିସନ୍?’- ଅର୍ଥାତ୍, ‘ମଧ୍ୟବର୍ଗୀୟ
ଲୋକଙ୍କର ଶୁଣିବାର କ୍ଷମତା ଅଛି କି?’
ଅଚ୍ୟୁତବାବୁଙ୍କର ଏହି ଡାଏରି ଆମର ମଧ୍ୟବର୍ଗୀୟ ସମାଜର ଜଣେ ଦରଦୀ
କର୍ମୀଙ୍କର, ଆମଠାରୁ
ଅନେକ ଭାବରେ ଭିନ୍ନ ତଥା ଦଳିତ ସମାଜର ସଦସ୍ୟମାନଙ୍କର କଥା ଶୁଣିବା ପାଇଁ ଏକ ପ୍ରଚେଷ୍ଟା ଭାବରେ
ଆମେ ଦେଖିପାରିବା । ଏହି ପ୍ରଚେଷ୍ଟା କେତେ ଦୂର ସଫଳ, ତାହାର ଜବାବ ବୋଧହୁଏ କେବଳ ଇତିହାସ ହିଁ ଦେଇ ପାରିବ ।
ମାତ୍ର ଏହି ପ୍ରଚେଷ୍ଟାକୁ ଆମ ସହିତ ବାଣ୍ଟିବାପାଇଁ ଅଚ୍ୟୁତବାବୁ
ଧନ୍ୟବାଦର ପାତ୍ର ନିଶ୍ଚୟ । ଓଡ଼ିଆ ଭାଷାରେ ଡାଏରି ସାହିତ୍ୟ ପ୍ରତି ଏହି ପୁସ୍ତକ ଏକ
ସ୍ୱାଗତଯୋଗ୍ୟ ଅବଦାନ ।
ବହି ବିଷୟରେ ବିବରଣୀ: ଅଚ୍ୟୁତ ଦାସ । 2008 । କାଶୀପୁର ଡାଏରି (୧୯୮୦-୮୫)
। ଭୁବନେଶ୍ୱର: ଶିକ୍ଷାସନ୍ଧାନ ।
ଟୀକା: ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ର ୧୬-୩୧ ଡିସେମ୍ବର, ୨୦୦୮, ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା ।
Thursday, August 22, 2024
ବର୍ଣ୍ଣନାର ରାଜନୀତି ଏବଂ ରାଜନୀତିର ବର୍ଣ୍ଣନା
ଏକ ସମୀକ୍ଷାୟନ
ଶୈଲେନ ରାଉତରାୟ
| ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଗୋପାଲନ୍ ଇଭିଆର୍ |
ଜାଗାର ନାଁମାନଙ୍କର ନିଜସ୍ୱ ଆୱାଜ୍ ଥାଏ । ବିଭିନ୍ନ ଜାଗାର ନାଁ ଭିନ୍ନ ଭିନ୍ନ ପ୍ରକାରରେ କାନରେ ବାଜେ । ଧରନ୍ତୁ ପୁରୀ କହିଲେ କାନକୁ ଆସେ ଅମାନିଆ ସମୁଦ୍ରର ନିରନ୍ତର ଗର୍ଜନ । କଟକ ବୋଲି କେଉଁଠି ପଢ଼ିଦେଲେ ରିକ୍ସାବାଲାର ଘଣ୍ଟି ସହିତ ମିଶା ବେସୁମାରି ଜନଗହଳିର ସ୍ୱର ଧସେଇ ଆସି କାନେ ପଶିଯାଏ ।
ସ୍ଥାନର ନାଁମାନେ କେବଳ ଭିନ୍ନ ଭିନ୍ନ ପ୍ରକାରର ଆୱାଜ୍ ତୋଳିଧରନ୍ତି ତା’ ନୁହେଁ । ସେମାନେ ଅନେକ ସମୟରେ ଆମ ଆଗରେ ଚିତ୍ରମାନ ମଧ୍ୟ ଆଙ୍କିଯାଆନ୍ତି । ତିବ୍ବତ ବୋଇଲେ ଯେପରି ସୂର୍ଯ୍ୟର ଆଲୁଅରେ ଧଉଳା ବରଫଢଙ୍କା ପାହାଡ଼ି ଇଲାକାର ଏକ ଚାଇନିଜ୍ ରାଇସ୍ ପେଣ୍ଟିଙ୍ଗ୍ । ଟିମ୍ବକ୍ଟୁ ନାମଟି ସେହିପରି ଆମ ଆଖି ଆଗରେ ଏକ ରହସ୍ୟମୟ ପ୍ରାଚୀନ ସହରର ଛବିଟିଏ ଆପେଆପେ ଆଙ୍କେ ।
ସେପରି କଳାହାଣ୍ଡି କହିଲେ ଆମ ଆଖିଆଗରେ କେଉଁ ଚିତ୍ର ଭାସି ଉଠେ? ଏହି ପ୍ରଶ୍ନର ଉତ୍ତରକୁ ନେଇ ବହୁମତର ସମ୍ଭାବନା କ୍ଷୀଣ । କଳାହାଣ୍ଡି ଶବ୍ଦଟି କହିଲେ କିମ୍ବା ପଢ଼ିଲେ ଆମ ଆଖି ଆଗରେ ଭାସି ଉଠନ୍ତି ମାଇଲ୍ ମାଇଲ୍ ବ୍ୟାପୀ ଫଟା, ଦନ୍ତୁରିତ ବିଲ, ଅଗଣନ କଙ୍କାଳସାର ଗୋରୁଗାଈ, ଜଳ-ଅନ୍ନ ବିହୁନେ ତ୍ରାହି ତ୍ରାହି ଡାକୁଥିବା ଜନସାଧାରଣ ।
ବେଳେବେଳେ ନିର୍ଦ୍ଧିଷ୍ଟ ସ୍ଥାନକୁ ନେଇ କେତେଗୁଡ଼ିଏ ଚିତ୍ର ଐତିହାସିକ ଦୁର୍ଘଟଣାକୁ ଭିତ୍ତିକରି ଗଢ଼ି ଉଠେ । ମାତ୍ର ଅନ୍ୟ କେତେକ ସମୟରେ ଏହିପରି ଚିତ୍ରଗଠନ ପଛରେ ନିର୍ଦ୍ଧିଷ୍ଟ ଐତିହାସିକ ପ୍ରକ୍ରିୟା କାମ କରୁଥାଏ ।
ଗୋଟିଏ ଭିନ୍ନ ସନ୍ଦର୍ଭରେ ମଧ୍ୟ-ପ୍ରାଚ୍ୟ ସମ୍ପର୍କରେ ଏପରି ଚିତ୍ରଗଠନର ପ୍ରକ୍ରିୟା ତଥା ଏହି ପ୍ରକ୍ରିୟାର ରାଜନୈତିକ କ୍ରମପରିଣାମ ସମ୍ପର୍କରେ ଏଡ଼ୱାର୍ଡ୍ ସଏଦ୍ ତାଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘ଓରିଣ୍ଟୋଲିଜମ୍’ରେ ଆମକୁ ବିସ୍ତୃତ ଭାବରେ ଚେତାଇ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗତ କେଇ ଦଶନ୍ଧି ମଧ୍ୟରେ ଏକ ଭୌଗୋଳିକ ଅଞ୍ଚଳ ବାବଦରେ କଳାହାଣ୍ଡିର ଏକ ନିର୍ଦ୍ଧିଷ୍ଟ ପ୍ରକାରର ଚିତ୍ରଗଠନକୁ ଆମେ କିପରି ଭାବରେ ଆକଳନ କରିବା?
ଏହି ସମୀକ୍ଷାୟନରେ ଆଲୋଚ୍ୟ ତିନୋଟିଯାକ ବହି କଳାହାଣ୍ଡି ଉପରେ । ଅର୍ଥାତ୍, ତିନଟିଯାକ ଗ୍ରନ୍ଥ କଳାହାଣ୍ଡିର ସମାଜ, ସଂସ୍କୃତି ତଥା ବିକାଶର ଇତିହାସକୁ ନିଜର ଭିତ୍ତି ଭାବରେ ଗ୍ରହଣ କରନ୍ତି । ପ୍ରଥମେ ଉଲ୍ଲେଖ କରିବା ଓଡ଼ିଆ ଲୋକସଂସ୍କୃତିର ଦରଦୀ ଆଲୋଚକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମିଶ୍ରଙ୍କ ଦ୍ୱାରା ରଚିତ ‘କଳାହାଣ୍ଡିର ଲୋକ ସଂସ୍କୃତି’ର । ଛୋଟ ଛୋଟ ଅକ୍ଷରରେ ଛପା ହୋଇଥିବା ବହିଟି ୪୩୫ପୃଷ୍ଠା (ଗ୍ରନ୍ଥସୂଚୀ ତଥା ଶବ୍ଦାର୍ଥ ସହିତ) ଲମ୍ବା ।
ବହିର ଦୈର୍ଘ୍ୟରୁ ଏହା ବୋଧେ ସ୍ପଷ୍ଟ ଯେ, ବହିଟି ଅତି ସହଜରେ କଳାହାଣ୍ଡିର ଲୋକ ସଂସ୍କୃତି ସମ୍ପର୍କରେ ଏକ ବିଶ୍ୱକୋଷ ରୂପରେ ନିଜକୁ ଦାବୀଦାର ଭାବେ ଉପସ୍ଥାପିତ କରିପାରିବ । ବହିଟିର ପ୍ରଥମ ଦୁଇଟି ଅଧ୍ୟାୟ କଳାହାଣ୍ଡିର ଇତିହାସ ତଥା ସାମାଜିକ ଜୀବନ ଉପରେ ଅନେକ ଦୁଷ୍ପ୍ରାପ୍ୟ ସାମଗ୍ରୀକୁ ଏକାଠି କରିବାରେ ସଫଳ ହୋଇଛି ।
ମାତ୍ର ଏହି ଐତିହାସିକ ତଥା ସାମାଜିକ ଉତ୍ସ-ସାମଗ୍ରୀର ସଙ୍ଗଠନର ଢାଞ୍ଚା ଏତେଟା ସ୍ପଷ୍ଟ ନୁହେଁ । ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳ, ବିଶେଷତଃ କଳାହାଣ୍ଡିର, ଗତ ଦୁଇଶହ ବର୍ଷର, ଇତିହାସ ମୁଖ୍ୟତଃ ଆଦିବାସୀମାନଙ୍କର ରାଜନୈତିକ ଇତିହାସ । ଏହା ସେମାନଙ୍କର କ୍ରମବର୍ଦ୍ଧିଷ୍ଣୁ ହାରରେ କ୍ଷୟର ଏକ ବିବରଣୀ ।
ସ୍ଥାନୀୟ ଦଳିତ-ଆଦିବାସୀ ସମାଜର କ୍ଷମତାକ୍ଷୟର କାହାଣୀ ତେଣୁକରି ଏ ଅଞ୍ଚଳ ବିଷୟରେ ଆମର ଐତିହାସିକ ଅବବୋଧର କେନ୍ଦ୍ରରେ ରହିବା ଆବଶ୍ୟକ । ଏ ସମ୍ପର୍କରେ ଐତିହାସିକ ଫଣିନ୍ଦମ୍ ଦେଓଙ୍କର କାମର ଉଲ୍ଲେଖ କରାଯାଇପାରେ (ଦେଓ ୧୯୯୦) ।
‘କଳାହାଣ୍ଡିର ଲୋକ ସଂସ୍କୃତି’ରେ ଅନେକ କଷ୍ଟରେ ସଙ୍ଗୃହିତ ସାମଗ୍ରୀକୁ ଏକାଠି କରାଯାଇଛି । ଏକତ୍ରିତ ସାମଗ୍ରୀର ଉତ୍ସ ଉଭୟ ଐତିହାସିକ ତଥା ନୃତାତ୍ତ୍ୱିକ । ହେଲେ ଐତିହାସିକ ତଥା ନୃତାତ୍ତ୍ୱିକ ତତ୍ତ୍ୱ ସହିତ ବହିଟିର ବାର୍ତ୍ତାଳାପ ଏକପାଖିଆ ତଥା ଖାପଛଡ଼ା ଲାଗେ ।
ମିଶ୍ର ମହାଶୟଙ୍କର ଲୋକ ବା ଫୋକ୍ ସମ୍ବନ୍ଧୀୟ ଅବବୋଧ ରବର୍ଟ୍ ରେଡ଼୍ଫିଲ୍ଡ୍ଙ୍କର ୧୯୪୦ ଦଶକର କ୍ଲାସିକ୍ ପାଖରେ ହିଁ ଅଟକି ଯାଇଛି । ଯଦିଓ ତାହା ପରେ ହୋଇଥିବା ଅନେକ କାମର ମହାଶୟ ରେଫରେନ୍ସ୍ ଦେଇଛନ୍ତି, କାମର ତାତ୍ତ୍ୱିକ ଭିତ୍ତି କିନ୍ତୁ ରେଡ଼୍ଫିଲ୍ଡ୍ ମହୋଦୟଙ୍କ ପାଖରେ ଅଟକି ପଡ଼ିଛି । ଏପରି ହେବାରେ କିଛି ଦୋଷ ନାହିଁ । ମାତ୍ର ତାତ୍ତ୍ୱିକ ଢାଞ୍ଚା ବାଛିବା ସମୟରେ ନିଜର ପକ୍ଷପାତିତାକୁ କାରଣ ଦେଇ ଦର୍ଶାଇବାର ଆଶା ଆମେ ମହେନ୍ଦ୍ର ମିଶ୍ରଙ୍କ ପରି ଜଣେ ପୋଖତ ଗବେଷକଙ୍କଠାରୁ ରଖିବା ନିଶ୍ଚୟ ।
ସାମାଜିକ ନୃତତ୍ତ୍ୱବିଦ୍ୟା ଗତ ଦୁଇ-ତିନି ଦଶନ୍ଧି ଭିତରେ ନିଜର ଗଡ଼୍ଡାଳିକାରୁ ବାହାରି ଆସି ଥିବାରୁ ତଦ୍-ନିହିତ ଫୋକ୍ ବା ଲୋକର ଅବଧାରଣା ମଧ୍ୟ ବଦଳି ଆସିଲାଣି । ତିରିଶି, ଚାଳିଶ ବର୍ଷ ପୂର୍ବ ପର୍ଯ୍ୟନ୍ତ ଫୋକ୍ ବୋଇଲେ ଆଦିବାସୀ, ଗ୍ରାମୀଣ ଓ ଆଞ୍ଚଳିକ ସଂସ୍କୃତିକୁ ହିଁ ବୁଝାଉଥିଲା ।
ବର୍ତ୍ତମାନ ସମାଜଶାସ୍ତ୍ର ତଥା ନୃତତ୍ତ୍ୱ ବିଦ୍ୟାରେ ଫୋକ୍ର ଅବଧାରଣା ନୂଆ ନୂଆ ବିଭାବକୁ ପରିବ୍ୟାପ୍ତ । ଫଳସ୍ୱରୂପ, ଆମେ ବର୍ତ୍ତମାନ ପାରମାଣବିକ ପଦାର୍ଥବିଜ୍ଞାନୀମାନଙ୍କର ଅର୍ଥନୀତି ସମ୍ପର୍କରେ ଫୋକ୍-ଅବଧାରଣା ବିଷୟକ ତାତ୍ତ୍ୱିକ ଆଲୋଚନା କରିପାରିବା ।
ମାତ୍ର ମିଶ୍ର ମହାଶୟଙ୍କର ଲୋକ ସଂସ୍କୃତି ଆଲୋଚନାରେ ଏହି ନୂଆ ଅବଧାରଣାମାନଙ୍କର ବିଶେଷ ପ୍ରତିଫଳନ ଦେଖିବାକୁ ମିଳେ ନାହିଁ । କଳାହାଣ୍ଡିରେ କେବଳ କନ୍ଧ, କୁଳୁଥିଆ କିମ୍ବା ଗଉଡ଼ମାନେ ନାହାନ୍ତି । ବ୍ରାହ୍ମଣ, ମାରୁୱାଡ଼ି ଏବଂ ରାଜପୁତ୍ମାନେ ମଧ୍ୟ ଅଛନ୍ତି । କନ୍ଧ ଓ ଡମ ଜାତିର ଲୋକମାନେ ଯେପରି ଗୋଟିଏ ଗୋଟିଏ ଜନଗୋଷ୍ଠୀ ବା ‘ଫୋକ୍’, ବ୍ରାହ୍ମଣ ଏବଂ ମାରୁୱାଡ଼ି ଜନଗୋଷ୍ଠୀମାନେ ମଧ୍ୟ ସେହିପରି ଭାବରେ ଗୋଟିଏ ଗୋଟିଏ ‘ଫୋକ୍’ ବା ଲୋକ ସଂସ୍କୃତିର ସ୍ରଷ୍ଟା ତଥା ବାହକ ।
ଏଣୁ କଳାହାଣ୍ଡିରେ ଗୋଟିଏ ବା ଗୋଟିଏ ପ୍ରକାରର ଲୋକସଂସ୍କୃତି ନାହିଁ । ବରଂ କଳାହାଣ୍ଡିର ସଂସ୍କୃତି ବିଭିନ୍ନ ଜନଗୋଷ୍ଠୀର ଭିନ୍ନ ଭିନ୍ନ ପରମ୍ପରାର ସଙ୍ଘାତରୁ ସୃଷ୍ଟ ଏକ ଉତ୍ପାଦ । ଏଣୁ ଆମେ ବ୍ରାହ୍ମଣାଦି ଜନଗୋଷ୍ଠୀମାନଙ୍କର ସଂସ୍କୃତିକୁ ମଧ୍ୟ ଲୋକସଂସ୍କୃତି ହିସାବରେ ହିଁ ଦେଖିବା କଥା ।
ରେଡ଼୍ଫିଲ୍ଡ୍ଙ୍କର କ୍ଷୁଦ୍ର ପରମ୍ପରା ତଥା ମହାନ ପରମ୍ପରାର ବିଭାଜନକୁ ଭାରତୀୟ ଭୂଇଁକୁ ବୁଝିବା ପାଇଁ ବ୍ୟବହାର କଲେ ଆମେ ବୋଧହୁଏ ଏହା ମନେ ରଖିବା ଯେ, ଗୋଟିଏ ଜନଗୋଷ୍ଠୀ (ଏ କ୍ଷେତ୍ରରେ ବ୍ରାହ୍ମଣମାନେ) ନିଜର ପରମ୍ପରାକୁ ଏକ ବୃହତ୍ତର, ସାର୍ବଜନୀନ ତଥା ମହାନ ପରମ୍ପରା ବୋଲି ଦାବି କଲେ, ସେ ଦାବୀ ଆପେ ଆପେ ଗୃହିତ ହୋଇଯାଏ ନାହିଁ ।
ଏହି ଦାବିର ଏକ ଇତିହାସ ମଧ୍ୟ ଅଛି । ଏବଂ ସେହି ଇତିହାସଟି କ୍ଷମତାର, ସଙ୍ଘାତର ଇତିହାସ । ଏଣୁ ଏସବୁ ପ୍ରତି ନୀରବ ରହିବାକୁ ଏହି ବହିଟିର ଗୋଟିଏ ବଡ଼ ଖୁଣ ହିସାବରେ ଦେଖିବା ।
ମାତ୍ର ଏସବୁ ସମସ୍ୟା ସତ୍ତ୍ୱେ, ଏ ବହିଟି ଲେଖିଥିବାରୁ ଶ୍ରୀଯୁକ୍ତ ମିଶ୍ର ଆମ ସମସ୍ତଙ୍କର ଧନ୍ୟବାଦର ପାତ୍ର । ବହି ପଛରେ ଥିବା ଶ୍ରମ ବହିଟିର ପ୍ରତ୍ୟେକ ପୃଷ୍ଠାରୁ ଉକୁଟି ଆସୁଛି । ଓଡ଼ିଶାର ପ୍ରତ୍ୟେକ ଅଞ୍ଚଳ ତଥା ଜିଲ୍ଲା ଉପରେ ଏପରି ଗୋଟିଏ ବହି ଲେଖା ହେବାର ଆବଶ୍ୟକତା ରହିଅଛି ।
କଳାହାଣ୍ଡିର ଲୋକ ସଂସ୍କୃତି ବହିଟିକୁ ଆମେ କଳାହାଣ୍ଡି ବିଷୟରେ ରଚିତ ସାହିତ୍ୟର ସନ୍ଦର୍ଭରେ ଦେଖିବାର ଆବଶ୍ୟକତା ରହିଛି । ଇଂରାଜୀ ଏବଂ ଅନ୍ୟ ଭାରତୀୟ ଭାଷାମାନଙ୍କରେ ହେଉଥିବା ସାହିତ୍ୟ, ସମାଜ, ସଂସ୍କୃତି, ଅର୍ଥନୀତି ତଥା ଇତିହାସ ସମ୍ବନ୍ଧରେ ଚର୍ଚ୍ଚାକୁ ଆମେ ଟିକିଏ ନିରେଖି ଚାହିଁଲେ ଏକ ଶ୍ରମ ବିଭାଜନ ଆମକୁ ସ୍ପଷ୍ଟ ଦିଶିଯିବ ।
ଭାରତୀୟ ଭାଷାମାନଙ୍କରେ ଲିଖିତ ବହି ପ୍ରଧାନତଃ ତଥ୍ୟସର୍ବସ୍ୱ । ଇଂରାଜୀରେ ଲିଖିତ ବହି ସବୁ ଅନେକାଂଶରେ ତତ୍ତ୍ୱସର୍ବସ୍ୱ । ଭାରତୀୟ ଭାଷାମାନଙ୍କର ଲିଖିତ ବହି ସବୁ ଲୋକସଂସ୍କୃତି, ଲୋକସାହିତ୍ୟ ଆଲୋଚନା କରୁଥିଲା ବେଳେ, ଆମର ରାଜନୈତିକ, ଆର୍ଥିକ ବାସ୍ତବତାକୁ ତତ୍ତ୍ୱର କଷଟିରେ ପରଖୁଥିବା ବହିଗୁଡ଼ିକ ଆମ ଭାଷାମାନଙ୍କରେ ହାତଗଣତି ସଙ୍ଖ୍ୟାରେ ଅଛନ୍ତି । ସେହିପରି ଏକ ଶ୍ରମ ବିଭାଜନକୁ ବୋଧହୁଏ ଆମେ କଳାହାଣ୍ଡି ବିଷୟରେ ଲିଖିତ ସାହିତ୍ୟରେ ମଧ୍ୟ ଭେଟିବାକୁ ପାଇବା ।
ସମୀକ୍ଷାଧିନ ଇଂରାଜୀ ପୁସ୍ତକ ଦୁଇଟିଯାକ କଳାହାଣ୍ଡିରେ କ୍ଷୁଧାର ରାଜନୀତି ଉପରେ ଆଧାରିତ । ମାତ୍ର ଭାରତରେ କ୍ଷୁଧାର ଆଲୋଚନା ପାଇଁ ଗବେଷକମାନଙ୍କୁ ଶ୍ରମ ସ୍ୱୀକାର କରି କଳାହାଣ୍ଡି ପର୍ଯ୍ୟନ୍ତ କାହିଁକି ଆସିବାକୁ ପଡ଼େ, ତାହା ବୋଧହୁଏ ମା ବୈତରଣୀ ହିଁ ଜାଣନ୍ତି । ଏ ଲେଖକ ଯେତେବେଳେ ବମ୍ବେଇ ନଗରୀରେ ସ୍ନାତକୋତ୍ତର ଶ୍ରେଣୀର ଛାତ୍ର ଥିଲା (୨୦୦୨-୨୦୦୪ ମସିହାରେ) ତେବେ ସେ ମହାନଗରୀର ୧୦୦ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ହଜାର ହଜାର ସଙ୍ଖ୍ୟାରେ ଶିଶୁ କୁପୋଷଣର ଶିକାର ହୋଇ ଅସମୟରେ ମୃତ୍ୟୁବରଣ କରୁଥିବାର ରିପୋର୍ଟ୍ ସ୍ଥାନୀୟ ଖବରକାଗଜମାନଙ୍କରେ ନିୟମିତ ଦେଖିଛି ।
ଯେଉଁ ମହାନଗରୀର ଲୋକମାନଙ୍କର ଏହା ହେଲା ଏକ ଚରମ ଆତ୍ମବିଶ୍ୱାସ ଯେ, ସେ ନଗରୀରେ ଲୋକେ କେବେ ମଧ୍ୟ ଭୋକରେ ଶୁଅନ୍ତି ନାହିଁ, ସେ ନଗରୀର ବାଡ଼ିତଳେ ଯେ ହଜାର ହଜାର ସଙ୍ଖ୍ୟାରେ ଶିଶୁମାନେ କୁପୋଷଣରେ ନାଶ ଯାଆନ୍ତି, ସେହି ବିଷୟଟି ଗବେଷଣାର ଉପଲକ୍ଷ୍ୟ ହେବା କଥା ଉଚିତ ନିଶ୍ଚୟ?
କିନ୍ତୁ ଗବେଷକମାନେ କଳାହାଣ୍ଡିକୁ କେବଳ କାହିଁକି କ୍ଷୁଧାର ରାଜନୀତିର ଅଧ୍ୟୟନ ପାଇଁ ଧାଡ଼ି ଲଗାନ୍ତି? କଳାହାଣ୍ଡିରେ କ୍ଷୁଧା ଅଛି, ତାହା ନିଶ୍ଚୟ । କିନ୍ତୁ କଟକର ବସ୍ତିରେ ମଧ୍ୟ କ୍ଷୁଧା ଅଛି । ଏପରିକି ଚିକାଗୋ ନଗରୀର କଳାଲୋକ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ କ୍ଷୁଧା ଅଛି ।
ତେଣୁକରି କେଉଁ ଅଞ୍ଚଳଟି କ୍ଷୁଧା ଅଧ୍ୟୁଷିତ ଅଞ୍ଚଳ ବୋଲି ଚିତ୍ରିତ ହୁଏ, ତାହା ପଛରେ ଥିବା ବର୍ଣ୍ଣନାର ରାଜନୀତିର ଭିତ୍ତି ଖନନପାଇଁ ଆମକୁ ଆମ ରାଜନୀତିର ଏକ ସଠିକ୍ ବର୍ଣ୍ଣନା ଦେବାକୁ ପଡ଼ିବ । ଏଠାରେ ଆମେ ରାଜନୀତି ଶବ୍ଦଟିର ବ୍ୟବହାର ଏକ ବୃହତ୍ତର ଅର୍ଥରେ କରୁଅଛୁ ।
କଳାହାଣ୍ଡିର କ୍ଷୁଧା ଉପରେ, ଇଂରାଜୀ ଭାଷାରେ ଏକାଡେମିକ୍ ମନୋଗ୍ରାଫ୍ ଭାବରେ, ବବ୍ କ୍ୟୁରିଙ୍କର ବହିଟି ବୋଧହୁଏ ପ୍ରଥମ । ବହିଟି କଳାହାଣ୍ଡିର ବର୍ତ୍ତମାନର କ୍ଷୁଧା ତଥା ଅନାହାରର ଚିତ୍ରର ଏକ ଐତିହାସିକ ପରିପ୍ରେକ୍ଷୀ ଦେବାକୁ ଚେଷ୍ଟା କରେ । ଓଡ଼ିଶା ରାଜ୍ୟରେ ଛତରର ବ୍ୟବସ୍ଥା ତଥା ତାହାକୁ ନିୟନ୍ତ୍ରିତ କରୁଥିବା ନୀତିଗତ ବ୍ୟବସ୍ଥାକୁ ମଧ୍ୟ ଏହି ବହିଟି ଆମ ଆଗରେ ଅତି ସ୍ପଷ୍ଟ ଭାବରେ ତୋଳି ଧରେ ।
ମାତ୍ର ବହିଟି ନିଜର ଏକାଡେମିକ୍ ବିଷୟର ଗଡ଼୍ଡ଼ାଳିକା ମଧ୍ୟରେ ଅନେକାଂଶରେ ଆବଦ୍ଧ । ଯେହେତୁ କ୍ୟୁରି ମହାଶୟ ରାଜନୀତି ବିଜ୍ଞାନର ଛାତ୍ର, ଅନେକ ସମୟରେ ବହିଟିରେ କଳାହାଣ୍ଡିର ସାମାଜିକ ତଥା ରାଜନୈତିକ ବାସ୍ତବତାର ଚର୍ଚ୍ଚା ଅମକେଇ, ସମକେଇ ରାଜନୈତିକ ତତ୍ତ୍ୱକୁ ଭୁଲ୍ କିମ୍ବା ଠିକ୍ ପ୍ରମାଣ କରିବା ମଧ୍ୟରେ ହିଁ ସୀମାବଦ୍ଧ ।
କଳାହାଣ୍ଡିରେ ଅନାହାରର କାରଣ ଖୋଜିବାକୁ ଯାଇ ଲେଖକ ଅନେକ ସମୟରେ ଏକ ରାଷ୍ଟ୍ରସର୍ବସ୍ୱ କଳ୍ପଲୋକ ମଧ୍ୟରେ ଅଟକି ଯାଇଛନ୍ତି । ତେଣୁକରି ସେ ବଡ଼ ବଡ଼ ସରକାରୀ ତଥା ବେସରକାରୀ କଳାକାର (ଉଭୟ ସଂସ୍ଥା ତଥା ବ୍ୟକ୍ତି) ମାନଙ୍କର କାମର ପ୍ରଭାବ ବିଷୟରେ ବେଶି ଆଲୋଚନା କରିଛନ୍ତି । ଅନେକ ସମୟରେ କ୍ୟୁରି ମହାଶୟ ଯେ କେଉଁ ତାତ୍ତ୍ୱିକ ଅବଧାରଣାକୁ ଆଶ୍ରୟ କରି ସମ୍ବାଦ-ବିସମ୍ବାଦ କରୁଛନ୍ତି, ତାହା ମଧ୍ୟ ସ୍ପଷ୍ଟ ନୁହେଁ ।
ବବ୍ କ୍ୟୁରି ବିରଚିତ ବହିଟି ତୁଳନାରେ ଡାନ୍ ବନିକ୍ଙ୍କର ବହିଟିର ଉଚ୍ଚାକାଂକ୍ଷା କମ୍ । ଏବଂ ସେ ଦୃଷ୍ଟିରୁ ବହିଟିର ଅଧ୍ୟୟନ ଅନେକାଂଶରେ ଅଧିକ ସନ୍ତୋଷଜନକ ।
ଦୁର୍ଭିକ୍ଷ ସମ୍ପର୍କରେ ଅମର୍ତ୍ତ୍ୟ ସେନ୍ଙ୍କର ତତ୍ତ୍ୱ ବର୍ତ୍ତମାନ ବହୁ ପ୍ରଚଳିତ ତଥା ଆଲୋଚିତ । ସେନ୍ ମହୋଦୟଙ୍କର ମୁଖ୍ୟ ଉପପାଦ୍ୟ ହେଲା ଯେ, ଗଣତାନ୍ତ୍ରିକ ଦେଶମାନଙ୍କରେ ଦୁର୍ଭିକ୍ଷ ହେବାର ସମ୍ଭାବନା ନାହିଁ କହିଲେ ଚଳେ । ଏହାର କାରଣ ହେଲା ଏହିକି ଯେ, ସ୍ୱାଧୀନ ଗଣମାଧ୍ୟମ ତଥା ବିରୋଧୀ ଦଳମାନଙ୍କର ଉପସ୍ଥିତି ଯୋଗୁଁ ଗଣତାନ୍ତ୍ରିକ ଦେଶମାନଙ୍କରେ ଦୁର୍ଭିକ୍ଷ ଏକ ଅସହ୍ୟ ବ୍ୟାପାର ହୋଇପଡ଼େ । ଯେଉଁ ଦଳର ଶାସନ କାଳରେ ଦୁର୍ଭିକ୍ଷ ଘଟିବ, ସେ ଦଳ ପୁଣି ଆଉ ଥରେ କ୍ଷମତାକୁ ଫେରିଆସିବା ଏକ କଷ୍ଟକର ବ୍ୟାପାର ।
ବନିକ୍ ମହାଶୟଙ୍କର ମୂଳ ପ୍ରଶ୍ନ ହେଲା, ଭାରତ ଭଳି ଗଣତାନ୍ତ୍ରିକ ଦେଶମାନଙ୍କରେ ସିନା ଦୁର୍ଭିକ୍ଷ ହେଉନାହିଁ । କିନ୍ତୁ କଳାହାଣ୍ଡି ପରି ଜାଗାରେ କୁପୋଷଣ ତଥା ଅନାହାରଜନିତ ମୃତ୍ୟୁକୁ ଆମେ କେଉଁ ଢାଞ୍ଚାରେ, କିପରି ବୁଝିବା? ତେଣୁକରି ସେ ଦୁର୍ଭିକ୍ଷ ସମ୍ପର୍କିତ ଶବ୍ଦାବଳୀକୁ ପାଞ୍ଚ ପ୍ରକାରରେ ବିଭକ୍ତ କରି ବର୍ଣ୍ଣନା କରନ୍ତି - କୁପୋଷଣ, ଅତି-କୁପୋଷଣ, ସମ୍ଭାବ୍ୟ ଦୁର୍ଭିକ୍ଷ, ଦୁର୍ଭିକ୍ଷ ତଥା ମହାଦୁର୍ଭିକ୍ଷ ।
ତାଙ୍କ ମତରେ କଳାହାଣ୍ଡିରେ କେବେ ଦୁର୍ଭିକ୍ଷ ହୋଇନାହିଁ । କଳାହାଣ୍ଡିର ଅନାହାର ମୃତ୍ୟୁଗୁଡ଼ିକୁ, ବନିକ ମହୋଦୟଙ୍କ ମତରେ, ଅତି-କୁପୋଷଣ ବୋଲି ବର୍ଣ୍ଣନା କରିବା ଉଚିତ । ଏହି ପରିସ୍ଥିତି କଳାହାଣ୍ଡିରେ ପ୍ରତିବର୍ଷ ନିର୍ଦ୍ଧିଷ୍ଟ ଋତୁରେ ଲାଗିରହେ । ଏବଂ ଏହା ଜନସଙ୍ଖ୍ୟାର କେତୋଟି ନିର୍ଦ୍ଧିଷ୍ଟ ଅଂଶକୁ ହିଁ ପ୍ରଭାବିତ କରେ । ଏହା ଫଳରେ ଏହି ଗୋଷ୍ଠୀମାନଙ୍କ ପାଖରେ ଥିବା ସାଧାରଣ ଖାଦ୍ୟର ପରିମାଣ କମିଯାଏ । ଲୋକେ ଖାଦ୍ୟର ବିକଳ୍ପ ଖୋଜି ବୁଲନ୍ତି । ଏବଂ ଶିଶୁ ମୃତ୍ୟୁହାର ଏବଂ ସାଧାରଣ ମୃତ୍ୟୁହାର ବଢ଼ିଯାଏ ।
କଳାହାଣ୍ଡିର ଏହି ଅନୁଭୂତିର କାରଣ ଖୋଜି ବନିକ୍ ପ୍ରଶାସନିକ କାର୍ଯ୍ୟାବଳୀ, କଳାହାଣ୍ଡିକୁ ନେଇ ଆଇନଗତ ଦଉଡ଼ିଟଣା ଖେଳ, ଖବର-କାଗଜମାନଙ୍କର ଭୂମିକା, ପାର୍ଲାମେଣ୍ଟରେ ରାଜନେତାମାନଙ୍କର କଳାହାଣ୍ଡିକୁ ନେଇ ବିତର୍କ, ତଥା କେନ୍ଦ୍ର-ରାଜ୍ୟ ରାଜନୀତିର ବିସ୍ତୃତ ଆଲୋଚନା କରନ୍ତି ।
ଏହା ପରେ କଳାହାଣ୍ଡିର ପରିସ୍ଥିତିକୁ ନେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲା (ଯାହା ଏକ ଆଦିବାସୀ ଅଧ୍ୟୁଷିତ, ଗରିବ ଅଞ୍ଚଳ) ସହିତ ଏକ ସଂକ୍ଷିପ୍ତ ତୁଳନା କରନ୍ତି । କଳାହାଣ୍ଡି ଓ ପୁରୁଲିଆର ଭୌଗୋଳିକ ପରିସ୍ଥିତି ପୁରା ସମାନ ନଥିଲେ ମଧ୍ୟ, ଏକା ପରି । ପୁରୁଲିଆରେ ମଧ୍ୟ ନିୟମିତ ମରୁଡ଼ି ହୁଏ । ପୁରୁଲିଆରେ ବି ଦଳିତ-ଆଦିବାସୀଙ୍କର ସଙ୍ଖ୍ୟା ଅଧିକ । ଏ ସବୁ ସତ୍ତ୍ୱେ ପୁରୁଲିଆରେ ଅନାହାର ମୃତ୍ୟୁ ହୁଏ ନାହିଁ ।
ଏହାର କାରଣ ଖୋଜିବାକୁ ଯାଇ ବନିକ୍ ମହାଶୟ ପଶ୍ଚିମବଙ୍ଗର ସ୍ଥାନୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଶକ୍ତି ଓ ସାମର୍ଥ୍ୟ, ବାମପନ୍ଥୀ ସରକାରର ଅମଲାତନ୍ତ୍ର ଉପରେ ନିୟନ୍ତ୍ରଣ (ଯାହା ଏହାକୁ ଅଧିକ ଲୋକାଭିମୁଖୀ କରିଛି) ତଥା ଭୂ-ସଂସ୍କାର ବୋଲି ଦର୍ଶାନ୍ତି ।
ଏହି ଆଲୋଚନା ଦ୍ୱାରା ସେ ଆହୁରି ମଧ୍ୟ ପ୍ରତିପାଦିତ କରିବାକୁ ଚେଷ୍ଟାକରନ୍ତି ଯେ, ଅଳ୍ପ କେତୋଟି ପରିମାର୍ଜନ ସହିତ ଆମେ ସେନ୍ଙ୍କର ଦୁର୍ଭିକ୍ଷ ସମ୍ବନ୍ଧୀୟ ଅବଧାରଣା ତଥା ତତ୍ତ୍ୱକୁ ଏବେ ମଧ୍ୟ ବ୍ୟବହାର କରିପାରିବା ।
କିନ୍ତୁ ଏହି ସମୀକ୍ଷକ ଉଭୟ ପୁସ୍ତକର ଆଲୋଚନା ସହିତ ସନ୍ତୁଷ୍ଟ ନୁହେଁ । କାରଣ ଉଭୟ ବହି ଭାରତୀୟ ସମାଜ ଆଲୋଚନାର ଏକ ପ୍ରଭାବଶାଳୀ ରାଷ୍ଟ୍ରଭିତ୍ତିକ କଳ୍ପଲୋକର ଅଂଶ । ଏଥିରୁ ସମାଜଚର୍ଚ୍ଚାକୁ ମୁକ୍ତ କରିବାର ଆବଶ୍ୟକତା ରହିଛି ।
ଏଭଳି ଏକ ଉଦ୍ୟମର ଦୁଇଟି ଅଂଶ ରହିବ । ପ୍ରଥମଟି ହେଲା ରାଷ୍ଟ୍ରନାମକ ବ୍ଲାକ୍ ବକ୍ସ୍ ଭିତରକୁ ନିରେଖି ଚାହିଁ ରାଷ୍ଟ୍ର ବୋଇଲେ ଜିନିଷଟି କ’ଣ ତାହା ଜାଣିବାକୁ ଚେଷ୍ଟା କରିବା । ଦ୍ୱିତୀୟଟି ହେଲା ଅଣ-ରାଷ୍ଟ୍ର ସାମାଜିକ କଳାକାରମାନଙ୍କର କାର୍ଯ୍ୟାବଳୀର ବିସ୍ତୃତ, ନୃତାତ୍ତ୍ୱିକ, ଦରଦୀ ବିବରଣୀ ଯୋଗାଇବା ।
ଏହା ଫଳରେ, ରାଷ୍ଟ୍ର ସ୍ୱୟଂ ନରହରି ଏବଂ ବାକି ଆମେ ସମସ୍ତେ ଯେ ମୃଗୀ, ସେହି ଧାରଣାର ମାୟାରୁ ମୁକ୍ତି ମିଳିପାରିବ । କଳାହାଣ୍ଡିର ପରିପ୍ରେକ୍ଷୀରେ ଏପରି କଲେ ଆମେ, ଉଦାହରଣସ୍ୱରୂପ, ଚାଉଳ ବ୍ୟବସାୟର ରୂପ ଏବଂ ଚରିତ୍ରର ଆଲୋଚନା କରିବା । କେବଳ ସରକାରୀ ବଣ୍ଟନ ବ୍ୟବସ୍ଥା କାହିଁକି କାମ କରୁନାହିଁ, ତାହାର ଚର୍ଚ୍ଚିତଚର୍ବଣ ଆଲୋଚନାରେ ଆମେ ଆଉ ଅଟକି ଯିବା ନାହିଁ । ଏହି ପ୍ରକ୍ରିୟାଟି ଯେତେ ଶୀଘ୍ର ଆରମ୍ଭ ହେବ, ସେତେ ମଙ୍ଗଳ ।
ସମୀକ୍ଷାୟନରେ ବ୍ୟବହୃତ ଗ୍ରନ୍ଥମାନଙ୍କର ବିବରଣୀ
ମିଶ୍ର, ମହେନ୍ଦ୍ର କୁମାର ।୧୯୯୬ । କଳାହାଣ୍ଡିର ଲୋକ ସଂସ୍କୃତି । ଫ୍ରେଣ୍ଡସ୍ ପବ୍ଲିଶର୍ସ: କଟକ ।
କ୍ୟୁରି, ବବ୍ । ୨୦୦୦ । ‘ଦି ପଲିଟିକ୍ସ ଅଫ୍ ହଙ୍ଗର ଇନ୍ ଇଣ୍ଡିଆ: ଅ ଷ୍ଟଡ଼ି ଅଫ୍ ଡେମୋକ୍ରାସୀ, ଗଭର୍ଣ୍ଣାନାସ୍ ଆଣ୍ଡ କଳାହାଣ୍ଡିସ୍ ପଭର୍ଟି’ । ମ୍ୟାକ୍ସ୍ମିଲାନ୍ ଇଣ୍ଡିଆ ଲିମିଟେଡ଼୍: ଚେନ୍ନାଇ ।
ବାନିକ୍, ଡାନ୍ । ୨୦୦୮ । ‘ଷ୍ଟାରଭେସନ୍ ଆଣ୍ଡ ଇଣ୍ଡିଆସ୍ ଡେମୋକ୍ରାସୀ’ । ରୁଟ୍ଲେଜ୍: ନ୍ୟୁୟର୍କ ।
ଗ୍ରନ୍ଥସୂଚୀ
ଫଣିନ୍ଦମ ଦେଓ । ୧୯୯୦ । ଟହିଷ୍ଟ୍ରି ଅଫ୍ ଇଣ୍ଟରାକ୍ସନ୍ ବିଟୁଇନ୍ ଟ୍ରାଇବାଲ୍ ପିପୁଲ୍ସ୍ ଆଣ୍ଡ୍ ଦେୟାର୍ ସୋସିଓକଲ୍ଚରାଲ୍ ଏନ୍ଭିରନ୍ମେଣ୍ଟ୍ ଇନ୍ ଛତିଶଗଡ଼୍ ରିଜନ୍ । ପିଏଚ୍ଡ଼ି ଡିଗ୍ରି ପାଇଁ ଜୱାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ଜମା କରାଯାଇଥିବା ପି.ଏଚ୍.ଡି. ଥିସିସ୍ ।
ଟୀକା: ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା ‘ସମଦୃଷ୍ଟି’ରେ ପ୍ରକାଶିତ ହୋଇଥିଲା ।
Monday, July 1, 2024
A writer and a public intellectual
A review of "The Essential U. R. Ananthamurthy"
Sailen Routray
The backyard, in contrast, was the preserve of the women of the house, where high languages like English and Sanskrit were absent. It was a space of a promiscuous intermingling of women from all castes, reciprocal exchanges of food, and of gossip and stories, sometimes of a sexual nature.
In an essay titled ‘Towards the concept of a new nationhood: languages and literatures in India,’ Ananthamurthy extends and generalises this experience to say that ‘Indian literatures in the bhashas have a front yard and a backyard…” The front yard interfaces with other languages, mainly lingua francas, that work as windows and conduits to the larger world, and engages with power and authority. The backyard is the space where the dialects and the local, marginalized tongues flourish, opening up channels to intermingle with the local environment and the realm of the affects.
Ananthamurthy saw the literature produced in languages like Kannada as a creative tightrope walk between these two spaces of the backyard and the front yard. This is quite evident in his own creative practice as well. His writings work out a renewal of the older structures, of both literary forms and modes of feeling, through a process of dialogic labour in which even the epics work as ‘languages.’ For example, the novel ‘Samskara’ can be read both as an existential novel, and as the critique by a critical insider, of the dehumanizing effects of oppressor castes’ traditions.
However, Ananthamurthy is no naïve social realist. In stories such as ‘Stallion of the sun’ and ‘Akkayaa,’ which come across as autobiographical, the modern self is contrasted with simple, childlike figures, who effortlessly work themselves out of the contradictions in their social context through a radical affirmations of their own vulnerabilities as embodied beings.
In ‘Ghatashraddha,’ written in the voice (and showing the point of view) of a child who inhabits much the same social milieu that Ananthamurthy himself would have occupied in his early years, the narrator till the end preserves his innocence in the face of much that happens to disabuse him of it. The child lives and studies in a Brahmin household with a young widowed woman and her father, who has taken charge of his education. He sees the brutality that is unleashed on her when it is learnt that she might be pregnant. The child, till the end, identifies with the victim. The overall tone of the narrative, as described by him, is that of disbelief at the unfairness of it all.
In fact, this is perhaps the defining tone of most of his work. It is the stance of a critical insider, who refuses to accept existing social mores of inequality, yet does not accept the trite, standard, borrowed recipes for doing so. This calls for acts of continuous negotiation and struggle. This was true not only of Ananthamurthy’s work, but of his life as well. He got married to a Christian girl, Esther, several years his junior, because they were apparently in love.
However, the dissimilarities between them became apparent after sometime. These ranged from dietary habits (Ananthamurthy continued to remain a vegetarian, even after marriage) to attitudes towards the extended family. In his autobiography ‘Suragi,’ (ably translated from Kannada into English by S. R. Ramakrishna, and published by Oxford University Press in 2017/18) though, he lovingly describes how his marital relationship evolved over time, to create the space in which both he and Esther could imagine the lives they wanted to lead.
In both his life and work, U. R. Ananthamurthy contributed to the creation of post-independence literary modernity in India. The ways in which we talk about our experiences of literature in the country, both about its production and consumption, has been indelibly framed by his creative work and critical commentary. One of these relates to the idea of the bhashas.
When we talk about Indian languages, the colonial trend that continued for some time even after independence, was to refer to them as the vernaculars. This obviously ran into a political problem, as one meaning of ‘vernacular’ is that of the language of home-born slaves.
Some people also referred to the many languages of India as ‘Indian’ languages. This is of course logical, but it does not work. Is English not an Indian language, or for that matter Persian? Both of these were languages of the ruling, imperial elites, later adopted by significant sections of the local population. But their origins lie outside the geographical boundaries of what we consider as India. The coinage of ‘bhasha literature’ (to refer to literatures produced in languages of Indian origins) that Ananthamurthy used, and was instrumental in popularizing, was one way of addressing this dilemma.
Ananthamurthy’s work has also been critical in our country in reimagining the role of the writer as a public intellectual. This is despite the fact that he never saw his life’s work as that of a straightforward modernizer. In essays like ‘Why not worship in the nude,’ he argues for the rights of people to worship the mother goddess in the nude, in Chandragutti, a village in Karnataka. At the same time, he has also been a vocal and consistent critique of Hindutva. Between these two positions, he never saw any contradiction.
He saw himself as a Gandhian socialist and sought to rework Gandhian ideas in the idiom of Ram Manohar Lohia’s strand of Indian socialism. This has become an increasingly unpopular position to occupy in the India of the twenty first century. Till the end of his life in 2014, he continued to oppose Hindutva, not from the position of a Nehruvian modernizer, but that of a creative genius heeding the call of his conscience.
His creativity is something that he brought to all his work as a public intellectual. In his review of ‘Suragi,’ published on May 12, 2018, in Scroll.in Souradeep Roy describes how when Ananthamurthy was the president of the Kendriya Sahitya Akademi, he was instrumental in publishing an anthology of Pakistani literature in Urdu. The occasion was the fiftieth anniversary of independence. This volume carried selections of original works in Urdu and of translated works from Pakistan’s other languages such as Sindhi and Punjabi. Soon, it came to be seen as a seminal intervention in Pakistan, as there existed no other comparable volume in Urdu in the country at that point of time, which provided a national view of Pakistan’s literary field carrying representation from all its bhasha literatures. This book went on to become a textbook.
Today such an intervention by the Kendriya Sahitya Akademi seems almost unthinkable. Therefore, it is all the more reason why the editors N. Manu Chakravarthy and Chandan Gowda are to be congratulated for producing this much required reader. It comprises of extracts from four of his novels, Samskara, Bharathipura, Avasthe and Bhava. Additionally, it carries five of his poems, six short stories, nine essays and speeches, and two fragments from his memoirs. Some of the speeches and essays seem to have been delivered and written first in English, although this has not been clearly specified by the editors. Overall, this is a meticulously edited and well-produced reader and deserves to be widely read and discussed.
However, I wish some additional representation of his other types of work, for example, more of his original writings in English could have been included by the editors. This would have provided readers with a window into the ways in which Ananthamurthy’s mind worked in English. It would have also made the volume more comprehensive, if a few more of his critical works and essays in Kannada would have been included.
Although the larger Indian reading public knows Ananthamurthy primarily as a novelist, short story writer, public intellectual and critic, the editors have included some of his poems in the volume. Poems such as ‘Love and duty’ and ‘Gandhi and Henry VIII’ alert us to the frank openness of his poetic universe that can make history and myth inhabit the same photographic frame. I wish the editors could have shared more of his poems with us. I leave you with the full text of his poem titled ‘Gandhi’s chappals’ (1992) which is all of two stanzas, eight lines –
Mohandas Karamchand Gandhi
a spinner by occupation, had made and walked in
began to wear off,
the mighty British empire also wore off.
The chappals that the miser wore on his last day,
yet to wear out,
are still there.
Bibliographic details: N. Manu Chakravarthy and Chandan Gowda (Editors). 2023. The essential U. R. Ananthamurthy. New Delhi: Aleph Book Company. 298 +xiv Pages. Rs. 899. [Cover photograph by Sreedhara Murthy].
Note: A slightly different version of this review was first published in "The Book Review" [47 (9); pp 26-27] in 2023.
Saturday, June 22, 2024
ଗରିବୀର ମୂଳମଞ୍ଜି
ଶୈଲେନ ରାଉତରାୟ
ବିଶେଷତଃ ଇଂରାଜୀ ଭାଷାରେ ହେଉଥିବା ସାମ୍ବାଦିକତା ଓ ଗବେଷଣାତ୍ମକ ଲେଖାରେ କଳାହାଣ୍ଡିର ପରିଚିତି ହେଲା ଭୋକ ଓ ଅନାହାରର ଭୂମି ଭାବରେ । ଏହି ପ୍ରକାରର ଅଧିକାଂଶ ଲେଖାଲେଖି କଳାହାଣ୍ଡି ଓ କେବିକେ କ୍ଷେତ୍ରରେ ଜନଜୀବନ ଓ ଜନସଂସ୍କୃତିର ବିବିଧତା ଓ ବୈଚିତ୍ର୍ୟକୁ ଏଡେ଼ଇ ଯାଆନ୍ତି । ବର୍ତ୍ତମାନର ଅଣ-ବିକାଶର ଚେର ଖୋଜିଯାଇ ଏହି ଆଲୋଚନାମାନ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ତଥା ଭାରତୀୟ ରାଷ୍ଟ୍ର ବ୍ୟବସ୍ଥାର ବିଫଳତା ପାଖରେ ହିଁ ଅଟକି ଯାଆନ୍ତି ।
ଏହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ଫଣିନ୍ଦମ୍ ଦେଓଙ୍କର ବହି ‘ରୁଟସ୍ ଅଫ୍ ପଭର୍ଟି’ ଏକ ଉପାଦେୟ ଅବଦାନ । ଲେଖକ କଳାହାଣ୍ଡି ଓ ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳର ବର୍ତ୍ତମାନର ସାମାଜିକ ଅବସ୍ଥା ଓ ବ୍ୟବସ୍ଥାକୁ ଏକ ସାମାଜିକ ପରିପ୍ରେକ୍ଷୀରେ ଦେଖିବାକୁ ଚେଷ୍ଟା କରନ୍ତି । ଓଡ଼ିଶାର ଏହି ଅଞ୍ଚଳର ଜିଲ୍ଲାଗୁଡ଼ିକ ଆଦିବାସୀ ବହୁଳ । ତେଣୁକରି ସେ ଏହି ଅଞ୍ଚଳର ସାମାଜିକ ସୂତ୍ରରେ ଆଦିବାସୀ ସମାଜର ବାହ୍ୟ ସମାଜ ସହିତ ସମ୍ପର୍କ, ବାହ୍ୟ ସମାଜ ବ୍ୟବସ୍ଥାର ଆଦିବାସୀ ସମାଜ ମଧ୍ୟରେ ଅନୁପ୍ରବେଶ ତଥା ବିଭିନ୍ନ ଆଦିବାସୀ ଗୋଷ୍ଠୀର ଏହି ଅନୁପ୍ରବେଶ ପ୍ରତି ଭିନ୍ନ ଭିନ୍ନ ପ୍ରକ୍ରିୟାର ପ୍ରତିକ୍ରିୟାରେ ଦେଖନ୍ତି ଏବଂ ଏହି ଜଟିଳ ପ୍ରକ୍ରିୟାର ଏକ ମାନଚିତ୍ର ଆମ ପାଇଁ ଆଙ୍କନ୍ତି ।
ଲେଖକଙ୍କ ମତ ଅନୁସାରେ ଏହି ଅଞ୍ଚଳ, ବ୍ରିଟିଶ ଔପନିବେଶବାଦର ଅନୁପ୍ରବେଶ ପର୍ଯ୍ୟନ୍ତ ଆଦିବାସୀ ବହୁଳ ଥିଲା । ଏହି ଆଦିବାସୀ ସମାଜମାନଙ୍କର ସମାଜବ୍ୟବସ୍ଥା ସାଧାରଣଭାବରେ ଦେଖିବାକୁ ଗଲେ ଲୋକଧର୍ମୀ ଥିଲା । ମାତ୍ର ଖ୍ରୀଷ୍ଟାବ୍ଦ ଏକାଦଶ ଶତାବ୍ଦୀ ବେଳକୁ ଏହି ଅଞ୍ଚଳରେ ରାଷ୍ଟ୍ର ନିର୍ମାଣର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଆଞ୍ଚଳିକ ସ୍ତରରେ ଭଞ୍ଜ, ନାଗ, ଚୋଡ଼, କାଳଚୁରୀ, ସୋମବଂଶୀ ଇତ୍ୟାଦି ବଂଶର ରାଜାମାନେ ଶାସନ କରୁଥିଲେ ହେଁ ସ୍ଥାନୀୟ ସ୍ତରରେ ଆଦିବାସୀ ବର୍ଚ୍ଚସ୍ୱ ଅକ୍ଷୁର୍ଣ୍ଣ ଥିଲା । ଉପକୂଳବର୍ତ୍ତୀ ଓଡ଼ିଶା ଆଫଗାନ୍ ଶାସନାଧିନ ହେବାଠାରୁ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ସ୍ଥାନୀୟ ଶାସକମାନେ ସ୍ୱାଧୀନ ହେବାର ଚେଷ୍ଟା କରିବାକୁ ଲାଗିଲେ ଏବଂ କେତେକାଂଶରେ ସଫଳ ମଧ୍ୟ ହେଲେ ।
ନାନା ପ୍ରକାରର ବଂଶାବଳୀ ତଥା ଅନ୍ୟ ପ୍ରକାରର ପୋଥିମାନଙ୍କରୁ ଆହୂତ ତଥ୍ୟର ଭିତ୍ତିରେ ଶ୍ରୀ ଦେଓ ଯୁକ୍ତି କରନ୍ତି ଯେ ଏହି ରାଜବଂଶମାନେ ନିଜକୁ ଚୌହାନ ଓ ନାଗବଂଶଜ ଇତ୍ୟାଦି ଦାବୀ କରୁଥିଲେ ମଧ୍ୟ ଏମାନଙ୍କର ଉତ୍ପତ୍ତି ମୂଳତଃ ସ୍ଥାନୀୟ । ମାତ୍ର ସପ୍ତଦଶ ଶତାବ୍ଦୀରେ ଯେତେବେଳେ ଏହି ରାଜ ପରିବାରମାନେ ନିଜର କ୍ଷମତାବୃଦ୍ଧି ପାଇଁ ଯୋଡ଼ତୋଡ଼ ଆରମ୍ଭ କଲେ, ସେତେବେଳେ ସେମାନେ ନିଜର ଶାସନକୁ ତତ୍କାଳୀନ ବ୍ୟବସ୍ଥା ଅନୁସାରେ ନ୍ୟାୟସଙ୍ଗତ କରିବା ପାଇଁ ବ୍ରାହ୍ମଣ ଆବାହନ ଓ ବ୍ରାହ୍ମଣ ପୋଷଣର କାର୍ଯ୍ୟକ୍ରମ ଆରମ୍ଭ କଲେ । ଏହା ସହିତ ଶାସନ କାର୍ଯ୍ୟରେ ସହଯୋଗ କରିବାପାଇଁ କରଣ ଜାତିର ଲୋକେ, ପୁଲିସ ପ୍ରଶାସନର ସାହାଯ୍ୟ କରିବା ପାଇଁ ମୁସଲମାନ, ଉନ୍ନତ ଚାଷ କରିବାପାଇଁ କୁଲଥା ଇତ୍ୟାଦି ଜାତିର ଲୋକମାନଙ୍କର ଆମଦାନୀ ମଧ୍ୟ ରାଜାମାନେ କରିବାକୁ ଲାଗିଲେ ।
ଊନବିଂଶ ଶତାବ୍ଦୀରେ ଏହି ରାଜାମାନେ ବ୍ରିଟିଶସାମ୍ରାଜ୍ୟର ସାର୍ବଭୌମତା ଅଧିନରେ ଆସିବା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ବିଶେଷ ଜୋର ଧରିନଥିଲା । ମାତ୍ର ଏହି ରାଜାମାନଙ୍କ ଉପରେ ଥରେ ବ୍ରିଟିଶ ସାର୍ବଭୌମତ୍ୱ ପ୍ରତିଷ୍ଠା ହେଲା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଗଲା । ଏହି ସମୟ ପର୍ଯ୍ୟନ୍ତ ରାଜାମାନଙ୍କର ରାଜନୈତିକ କ୍ଷମତା ବହୁଳାଂଶରେ ସ୍ଥାନୀୟ ଆଦିବାସୀସମାଜର ରାଜନୈତିକ ଓ ସାମାଜିକ ଢାଞ୍ଚା ଉପରେ ଆଧାରିତ ଥିଲା । ତେଣୁ ଆଦିବାସୀମାନଙ୍କର ଅଧିକାର ଓ ଦାବୀ ପ୍ରତି ବୋଧହୁଏ ସ୍ଥାନୀୟ ରାଜାମାନଙ୍କୁ ଧ୍ୟାନ ଦେବାକୁ ପଡ଼ୁଥିଲା ।
ମାତ୍ର ଭାରତରେ ବ୍ରିଟିଶ ସାର୍ବଭୌମତ୍ୱ ପ୍ରତିଷ୍ଠିତ ହେଲା ପରେ ରାଜାମାନଙ୍କୁ କ୍ଷମତାର ଆଉ ଏକ ଅସରନ୍ତି ଉତ୍ସ ମିଳିଗଲା, ତାହା ହେଲେ ବ୍ରିଟିଶ ବନ୍ଧୁକ ଓ ତୋପ । ତେଣୁକରି ରାଜାମାନଙ୍କର ସ୍ୱେଚ୍ଛାଚାର ଓ ଅଞ୍ଚଳ ବାହାରର ଜାତିମାନଙ୍କର ବହୁସଙ୍ଖ୍ୟାରେ ଆଗମନ ଓ ଆଦିବାସୀ ସମାଜ ଉପରେ ତାହାର ଚାପ ବଢ଼ିବାରେ ଲାଗିଲା । ୧୮୮୨ ମସିହାର କନ୍ଧ ମେଳିକୁ ଆମେ ଏହି ପ୍ରକ୍ରିୟା ବିରୁଦ୍ଧରେ ଏକ ପ୍ରତିକ୍ରିୟା ଭାବରେ ନେଇପାରିବା । କନ୍ଧମାନଙ୍କ ଛଡ଼ା ଗଣ୍ଡ ଓ ବିନ୍ଝାର ମାନେ ମଧ୍ୟ ଠାଆକୁ ଠାଆ ଏହି ସମୟରେ ମେଳି ବାନ୍ଧିଲେ । ମାତ୍ର ସଙ୍ଖ୍ୟାରେ କମ୍ ହୋଇଥିବାରୁ ଭୁଞ୍ଜିଆ ଓ ପହରିଆମାନେ ଧିରେ ଧିରେ ବାହ୍ୟ ସମାଜଠାରୁ ଦୂରେଇ ଯାଇ ନିଜର ସମାଜ ଓ ଜୀବନଶୈଳୀକୁ ରକ୍ଷା କରିବା ପାଇଁ ଚେଷ୍ଟା କଲେ ।
ତେଣୁକରି ଶ୍ରୀ ଦେଓ ଏହି ଅଞ୍ଚଳର ଦାରିଦ୍ର୍ୟକୁ ଆଦିବାସୀ ସମାଜ, ସଂସ୍କୃତି ତଥା ରାଜନୈତିକ ବ୍ୟବସ୍ଥାର ବଞ୍ଚିତକରଣକୁ ହିଁ ଦାରିଦ୍ର୍ୟର ଚେର ବୋଲି ଦେଖନ୍ତି । ଶିକ୍ଷା, ଜଳସେଚନ ଇତ୍ୟାଦି କିଛି ମାତ୍ରାରେ ସାହାଯ୍ୟ କରିପାରେ, ମାତ୍ର ଏହି ବହିର ଲେଖକଙ୍କ ମତରେ ଏସବୁ ବ୍ୟାଣ୍ଡ୍ଏଡ଼୍ ମାତ୍ର । ସମସ୍ୟାର ଅସଲ ଓ ଢାଞ୍ଚାଗତ ଚେର ଯାଇ ଇତିହାସର ସାମାଜିକ ଓ ରାଜନୈତିକ ପ୍ରକ୍ରିୟାଗୁଡ଼ିକରେ । ଓଡ଼ିଶାର ଦକ୍ଷିଣ-ପଶ୍ଚିମାଞ୍ଚଳରେ ଦାରିଦ୍ର୍ୟ ଓ କ୍ଷୁଧାକୁ ନେଇ ହେଉଥିବା ଆଲୋଚନାରେ ଏହି ବହିଟି ଏକ ଆବଶ୍ୟକୀୟ ଐତିହାସିକ ଆଙ୍ଗିକ ଯୋଡ଼ିଦିଏ । ଏଥିଲାଗି ଶ୍ରୀଯୁକ୍ତ ଦେଓ ଆମର ଧନ୍ୟବାଦର ପାତ୍ର ।
Friday, December 22, 2023
What mushrooms are good for
Sailen Routray
![]() |
| Photo credit - Wikimedia Commons |
Yes. Fungi are good to
think with. This is what I learnt by reading Michael Hathaway’s book What a Mushroom
Lives For. While I did not learn
what a mushroom lives for, not in any great detail, I did learn this.
Fungi are good to think
beyond the animal centricity of social sciences. Even when social sciences try to
escape anthropomorphism, the vision of life generally does not expand beyond
the animal kingdom. Fungi are an important part of human lifeworlds; thus, it is
important that an expanded social scientific worldview gives them their due.
Like humans, monkeys,
dogs and dolphins, fungi also learn. But what does learning mean for fungi? Terms
developed for understanding human actions, like ‘learning,’ if carelessly
extended to other species can anthropomorphize them, interpreting their actions
in exclusively human terms. On the other hand, if we make the case that no
other species other than humans can learn, explanations end up being
anthropocentric. This is not very useful in understanding other lifeforms, like
fungi, and the ways in which our own very human lives are entangled with them.
To illustrate: There
was a time when fungi did not know how to break down the woody material of
trees called “lignin”. Dead trees piled up for millions of years, and later
converted into coal and mineral oil through geological action. According to one
theory, the carbon age ended when fungi learnt how to digest lignin – one of
the more important ways fungi have shaped the world.
The lives of fungi and
plants have been entangled for a very long time. Fungi have been critical
actors in the territorial colonization of the earth by plants. Fungi helped
plants leave the oceans and colonize the continents. They also helped plants,
by creating symbiotic relationships with them, create the atmosphere and the soil
as we know these now. By disintegrating and decomposing rocks, creating soil,
and helping plants grow, they have been crucial players in making continents
inhabitable and green. Through symbiotic relationships with plants and trees,
and by making vital minerals available to them, fungi have been central in the
creation of many ecosystems such as forests. By working as super decomposers,
they also help break down the woody mass of trees into recyclable biomaterial.
Thus, like other
lifeforms such as humans, fungi also shape the world. Hathaway uses the concept,
‘world making’ to walk the razor’s edge between anthropocentrism and anthropomorphizing.
Nowhere is the usefulness of this concept more evident than in understanding
fungi as agents. Yes. Fungi are good to think with about agency. When humans
try to understand organisms like fungi, whose actions (movement and eating
other living beings) may be invisible to us, we do not necessarily see them as
active agents shaping the world. In this context, Hathaway deploys the concept
of ‘world making’ to understand the way fungi, as agentic beings, live their
lives and make the world.
Instead of looking at
the action of a single, individual fungus, Hathaway sees the work of fungi as
modes of ‘collective agency’ that made (and still make) the world as we know it
now. Thus, ‘fungi are also good to think with’ about how we understand natural
processes like evolution. If we think beyond animal centricity - with its focus
on individuals and discrete species, that thrive or perish, in a ‘struggle for
survival’ – and focus on fungi, we can grasp how close, mutually sustaining
relationships and thus cooperation (e.g., between fungi and plants), have been
integral parts of the process.
Hathaway unpacks these
questions and debates within the context of a specific species of mushroom,
matsutake, that are an important part of the culinary culture of Japan. The
demand for these mushrooms is now being met primarily through imports, especially
from the Yunnan Province of China. Matsutake mushrooms have resisted being
cultivated by humans. Hence, they must be picked where they bloom in the wild. Hathaway
explores how starting in the 1980s, the matsutake have shaped and transformed
two different communities in the province, the Yi and the Tibetans.
Yi are an ethnic
minority group, a majority of whom live in the Yunnan province, especially in
its mountainous areas. Yi have used the newly gathered wealth from the matsutake harvests (no
matter how modest by national or international standards) to finance assertions
of cultural autonomy involving usage of Yi language, holding Yi music and dance
festivals, and running restaurants serving Yi cuisine.
Tibetan communities
inhabit the highlands of the province, that are, in fact, the lowlands of the
Tibetan universe. A lifeworld built with barley and yaks, as central beings
over millennia, has now changed with the matsutake as the driver. Tibetans are
building neo-traditional houses and buying trucks with the matsutake money,
thus reclaiming their heritage as traders in the trans-Himalayan region of
Southern China.
The fact that the matsutake
degenerate fast, and the Japanese desire them fresh, has determined a large
number of the changes in the lifeworlds of these communities, which includes
the building of roads and other communication channels in the region. Thus,
fungi are good to think with, about the changing dynamics of human lifeworlds
as well.
When we (along with
Hathaway) think with fungi, we also meet scientists like Jakob Johann Freiherr
von Uexküll, who help us understand how all kinds of organisms (and not just animals)
experience and create worlds, and scholars such as Mendel Skulski, Paul Stamets
and Willoughby Arevalo, who bring a much-needed focus on fungi.
If you want to know
more about how critical fungi are to life, what matsutake mushrooms can tell us
about changing social dynamics of human communities, and how to think
creatively about some intractable and difficult questions in the human sciences
surrounding agency and action, then you could, perhaps, do nothing better than
read What a Mushroom Lives For.
Details about the book: Hathaway, M. J. 2022. What a Mushroom Lives For: Matsutake and the Worlds They Make. Princeton and Oxford: Princeton University Press. 270 pp. ISBN 978-0691225883.
Note: This book review was first published in the year 2023 in the journal Environment and Society 14(1).
Friday, December 8, 2023
Many cities, many voices
A review of 'Masani Sahara Dilli'
Sailen Routray
Mashani Sahara Dilli is an important book for many reasons, one of which is its sheering honesty. This Odia novel tells us stories that are marginal to the aspirational India we are supposed to inhabit these days. These are narrated from the vantage point of Anurag, a Government of Odisha officer who is now posted in Delhi for work. He lives alone in the city (we do not know where his family lives, the novel is mostly silent about it) and explores Delhi primarily through his interactions with its subaltern characters. One of the first persons he seeks out is Ramdulal, an elderly Dalit shoe repair person, who has a stall not far from where Anurag lives.
Over his stay in Delhi, Anurag becomes friends with Ramdulal, visits his stall even when he does not have any work to share cups of tea, sometimes visiting Ramdulal’s home in Sarita Vihar which he shares with his children, his wife being there no more. Over the course of his acquaintance with Ramdulal, Anurag gets to know of his decades long struggle to get a foothold in Delhi, after leaving his village in UP’s Rae Barely district. After spending nearly five decades in the city, he has finally put down roots in Delhi. His son works as a mechanic. His daughter takes care of the house and the household.
Ramdulal’s story provides the backbone to the structure of the novel, albeit a makeshift one. Through multiple visits, Anurag gets his life story out for us, one episode at a time. This story is perhaps, unfortunately, a common one. A Dalit adolescent orphaned by the murder of his father by upper caste men over a trivial matter, Ramdulal suddenly has to fend for himself after his mother also dies of the shock. Finding it difficult to make a living as a shoeshine boy working in trains, while living in the home of his maternal uncle, he leaves for Delhi where over a period of time he finds community and family.
Through Ram Dulal’s story, the novel also provides a micro history of the slum areas of Sarita Vihar locality, where after his first few explorations in the city, Ramdulal settles down. He finds a mentor in Chandulal, who helps him clear a plot of land and put down roots. Around the same time, Ramdulal falls in love with Chhabeli, an orphaned Dalit girl who works as a sweeper in the road on which Ramdulal has a stall, and they decide to become man and wife.
Through descriptions of the visits that Anurag makes to the Sarita Vihar slums, we get a sense of the ethnographic history of this area. Around half a century back, the area was almost a jungle through which a stream flowed. Dalits and Muslims first settled in the area, slowly cleared the forest, bearing the brunt of wild beasts such as the boars who roamed the place and often attacked people.
This ethnographic eye is visible when Anurag describes other encounters as well. On a park he comes in contact with a group of young and middle-aged plumbers from Kendrapada with whom he becomes pally. He also gets to know a community belonging to a caste known as ‘Ganaa’ from Western Odisha, who started migrating to Delhi from the time the British shifted the capital to the city in 1911. We also come to know of other aspects of micro communities such as the living conditions of those inhabiting the servant quarters of bureaucrats on rent and the festivities of the Nepali community in his neighborhood.
But all through this, the story that acts as the backbone of the novel is that of Ramdulal. We get to hear of Ramdulal’s history from multiple vantage points. Sometimes the point of view is that of Anurag whose telling occasionally slips into that of the omniscient third person narrator. On other occasions we hear the narrative as a first person account from Ramdulal himself, which suddenly gives it an intimacy and immediacy we often encounter in Dalit autobiographies.
Through the reactions that Ramdulal’s story produces in Anurag we get to know that Anurag is himself Dalit, who often encountered discrimination in school in his village as a student. The same experiences continue in his office in Delhi now, where casteist colleagues often disparage him because of his jati background and create difficult conditions at work.
As a Dalit who is conscious of structures of oppression, Anurag is often impatient of the apparently simple minded Ramdulal who believes in gods and goddesses and visits the local temple regularly, which seems to be the center of sociality in the area, anchored by an orthodox priest. But through a process of continuous engagement, Anurag and Ramdulal come to know each other’s lifeworlds and motivations better.
This book is perhaps autobiographical in nature, at least in parts. Basudev Sunani, the author, was posted in Delhi for a few years (as he mentions in the dedication of the novel to his wife ‘Sanu’), like Anurag, the protagonist. The latter’s voice seems substantively identifiable with that of the author himself. He often comes to stand in for the author.
We see Delhi through Anurag’s eyes. The only reason why a character is introduced in the novel is because Anurag comes across him in Delhi. Therefore, this enforces a certain episodic nature on the narration. This has perhaps led to the division of the book into chapters with titles. Despite this, however, the book can feel meandering at times. This has perhaps more to do with ineffective editing than any structural reasons.
Nonetheless, the novel does manage to hold one’s interest all throughout and is an engaging read. This has to do with the natures of the stories themselves for which the novel acts as a vessel. My biggest quibble is with the title itself, which literally means ‘Delhi – The Graveyard City.’ Perhaps it was better titled as ‘Delhi – The City of Rebirth,’ as it is filled with stories of grit, survival and flourishing against great odds, stories that only an urban space like Delhi seems to make possible.
Bibliographic Details: Basudev Sunani. 2020. Mashani Sahara Delhi. Bhubaneswar: Vishwamukti Publications. 384 Pages. Rs. 450. [Cover by Jayant Parmar].
Note: This piece was first published with the title ‘Migrants and Micro-Communities’ in The Book Review 46 (7).
Friday, April 14, 2023
A Brief Discussion of the Book ‘Kalara Bichara’ by Odia Artist Gopal Kanungo
Ramakanta Samantaray and Sailen Routray
![]() |
| The Ashokan Elephant of Dhauli (Page 129 of 'Kalara Bichara') |
| Illustration of 'ChitA', a folk art form of Odia women (Page 63 of 'Kalara Bichara') |
Wednesday, February 8, 2023
Are you ready to steal?
Sailen Routray
Although the superior kind of self-help (say, 'How Proust Can Change Your Life') and manual-like tomes (e.g., 'Bird by Bird') are a guilty pleasure for me, the bar that I have for such books is pretty high, despite the absolute rubbish that seems to be the norm in these genres.
There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...
-
ରେଭେନ୍ସାର ଖାନା ଶୈଲେନ ରାଉତରାୟ ରେଭେନ୍ସାର ପୂର୍ବ ଛାତ୍ରାବାସର ଆଲୋକଚିତ୍ର (ଅପ୍ରେଲ ୨୦୨୦) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ ଦିନ ଥିଲା, କଲେଜେ କହିଲେ ନୋକେ ...
-
Bou’s Saree Chirashree Indrasingh Translated by Sailen Routray The old Jewish cemetery near Heinsheim, Bad Rappenau , German Photo Credit ...
-
Why I am no longer ashamed of being called a blogger Sailen Routray Boy under waterfall in Phu Sang National Park, Thailand https://commons....










