Thursday, May 26, 2022

ବିଦ୍ୟାଧର ମିଶ୍ରଙ୍କ ନିମ୍ନ ପ୍ରାଥମିକ ଶିକ୍ଷା

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଭାରତୀୟ ଡାକ ବିଭାଗ
 
ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ରଙ୍କର ଜନ୍ମ ବୋଧ ହୁଏ ୧୯୨୦ ମସିହାରେ ଉପକୁଳବର୍ତ୍ତୀ ଓଡ଼ିଶାର ମାଛଗାଁ କେନାଲ କୂଳର ଏକ ଅନତିବୃହତ ଗାଁରେ । ବାପାଙ୍କ ନାଁ ଅଲେଖ ମିଶ୍ର । ତାଙ୍କ ଗାଁଟି ଜଗତସିଂପୁର ଟାଉନରୁ ମାତ୍ର ଚାରି ମାଇଲି ବାଟ । ଗାଁଟିର ହିଆ ଚିରି ଯାଇଥିଲା କଟକ-ମାଛଗାଁ ରାସ୍ତା । ପଲ୍ଲୀଟିର ଚାଷ ଜମିଗୁଡ଼ିକରେ ମାଛଗାଁ କେନାଲର ଶାଖାଗୁଡ଼ିକ ଦ୍ୱାରା ପାଣି ମାଡ଼ୁଥିଲା । ବିଦ୍ୟାଧର ବାବୁଙ୍କ ଗାଁରେ ହାଟଟିଏ ତ ଥିଲା । ଏହା ସହ ଅନତିଦୂର ଜଗତସିଂପୁରରେ ଥାନା, ଡାକଘର, ବସ୍‌ଷ୍ଟାଣ୍ଡ, ଡାକ୍ତରଖାନା ପ୍ରଭୃତି ସୁବିଧାମାନ ବି ଥିଲା ।
 
ତଳମାଳର ସେଇ ଗାଁଟିରୁ ବାହାରି ବୈଦ୍ୟନାଥ ବାବୁ ୧୯୪୦ ମସିହାରେ ରେଭେନ୍ସା କଲେଜରୁ ଅର୍ଥନୀତି ଅନର୍ସ ରଖି ସ୍ନାତକ ଡିଗ୍ରୀ, ସେହି ବିଷୟରେ ୧୯୪୨ରେ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ (ପ୍ରଥମ ଶ୍ରେଣୀରେ ପ୍ରଥମ) ଓ ୧୯୫୫ରେ ଲଣ୍ଡନ ସ୍କୁଲ ଅଫ୍ ଇକନମିକ୍ସରୁ କୃଷି ଅର୍ଥନୀତିରେ ପିଏଚ୍‌ଡ଼ି ଉପାଧି ଲାଭ କଲେ । 

ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅର୍ଥନୀତି ବିଷୟରେ ମୂଖ୍ୟ ଅଧ୍ୟାପକ ଭାବରେ ସତର ବରଷ କାମ କରି ତା’ ପରେ ତିନି ବର୍ଷ ପାଇଁ କୁଳପତି ମଧ୍ୟ ହେଲେ । ଇଂରାଜୀ ଭାଷାରେ ଏକାଡେମିକ ଲେଖାଲେଖି ଛଡ଼ା, ସେ ଓଡ଼ିଆ ଭାଷାରେ କଲମ ଚାଳନା କରିଯାଇଛନ୍ତି । ତାଙ୍କର ଆତ୍ମଜୀବନୀମୂଳକ ବହି ‘ବିଂଶ ଶତାବ୍ଦୀର ଓଡ଼ିଶା: ମୋ ଅନୁଭୂତି’ ବହିଟି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ବି ପାଇଛନ୍ତି; ବଞ୍ଚିଚନ୍ତି ଏକ ଦ୍ୱିଭାଷୀ ବୁଦ୍ଧିଜୀବୀର ଜୀବନ ।
 
ହେଲେ ନିଜର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରେ ସେ ଉଲ୍ଲେଖ କରନ୍ତି, କେବେ ଯେ ତାଙ୍କର ପାଠ ପଢ଼ିବା ଆରମ୍ଭ ହେଲା, ତାହା ତାଙ୍କର ଆଉ ସ୍ମରଣ ନାହିଁ । ଏକ ବ୍ରାହ୍ମଣ ଶାସନରେ ଜନ୍ମ ହୋଇଥିଲେ ମଧ୍ୟ ପରମ୍ପରାଗତ ଭାବରେ ତାଙ୍କର କେବେ ଖଡ଼ିଛୁଆଁ ବା ବିଦ୍ୟାରମ୍ଭ ହୋଇ ନ ଥିଲା କିମ୍ବା ସେଥି ପାଇଁ କୌଣସି ଅନୁଷ୍ଠାନ ପାଳନ କରାଯାଇ ନ ଥିଲା । ଏପରିକି ଗାଁରେ ଥିବା ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଘରୁ କେହି ଯାଇଁ ତାଙ୍କର ନାଁ ବିଧିବଦ୍ଧ ଭାବରେ ଲେଖେଇ ନ ଥିଲେ ।
 
ଏହି ଇସ୍କୁଲୁଟିର ହେଡ଼ପଣ୍ଡିତ ନରହରି ମିଶ୍ର ବିଦ୍ୟାଧର ବାବୁଙ୍କର ପଡ଼ାର ଲୋକ ଥିଲେ । କିଛି ଦିନ ନିଜର ଭଉଣୀମାନଙ୍କ ସହ ଯାଇଁ ସ୍କୁଲଟିରେ ବସିବା ପରେ ସେ ନିଜକୁନିଜେ ସାହିଭାଇଟିର ନାଁ ଲେଖାଇ ଦେଇଥିଲେ ବୋଧ ହୁଏ । ନରହରି ବାବୁଙ୍କର ଜମିବାଡ଼ି ବେଶୀ ନ ଥିଲା । ଏଣେ ତାଙ୍କର ପରିବାରଟି ବହୁ କୁଟୁମ୍ବୀ । ଆଉ ସେ ଏକମାତ୍ର ପୁଅ । 

ତାଙ୍କ ବାପାଙ୍କୁ ସେବେ ବୟସ ଅନେକ । ଇସ୍କୁଲରୁ ମିଳୁଥିବା ଦରମାରେ ଚଳିବା କଷ୍ଟ । ମାଷ୍ଟ୍ରାମୀ ସହ ଚାଷବାସ ମଧ୍ୟ ହାତରେ କରିବାକୁ ହୁଏ । ଏଣୁ ସ୍କୁଲକୁ ହେଡ଼ପଣ୍ଡିତେ ପ୍ରାୟତଃ ଡେରିରେ ଆସନ୍ତି । ସ୍କୁଲରେ ଦ୍ୱିତୀୟ ମାଷ୍ଟ୍ର ଜଣଙ୍କ ହିଁ ବେଶୀ ଭାଗ କାମ ଦେଖନ୍ତି । ହେଲେ ପିଲାଏ ତାଙ୍କୁ ପ୍ରାୟତଃ ମାନନ୍ତି ନାହିଁ ।
 
ସେତେବଳେ ଟିଉସନ ଆଦିର ପ୍ରଚଳନ ନ ଥିଲା । ପିଲାମାନେ ଦୁଇ ଓଳି ଇସ୍କୁଲ ଯାହା ଯାଉଥିଲେ । ଖରାବେଳେ ଘରେ ହସ୍ତାକ୍ଷର ଲେଖୁଥିଲେ । ସ୍କୁଲ ପରେ ସନ୍ଧ୍ୟାବେଳେ ପଢ଼ିବା ପ୍ରଚଳନ ନ ଥିଲା । ପିଲାମାନେ ଏହି ସ୍କୁଲଟିରେ ପ୍ରଥମେ ଅକ୍ଷର ଲେଖିବା ଆଉ ବହିରୁ ଅକ୍ଷର ପଢ଼ିବା ଶିଖୁଥିଲେ । ତାହା ପରେ ବନାନ ଓ ପଣିକିଆ ପ୍ରଭୃତି ଘୋଷନ୍ତି । ଏହା ସହିତ ମିଶାଣ, ଫେଡ଼ାଣ, ଗୁଣନ, ହରଣ, ଅଙ୍କ କଷା ଓ ବହି ପଢ଼ିବା ଆଦି ମଧ୍ୟ ଚାଲେ । 

ସବୁ ଶ୍ରେଣୀର ପିଲାଏ ଗୋଟିଏ ବଖରାରେ ହିଁ ବସନ୍ତି, ହେଲେ ନିଜ କିଲାସ ପାଇଁ ନିର୍ଦ୍ଧାରିତ ସ୍ଥାନରେ, ସ୍ୱସ୍ୱ ତାଳପତ୍ର ଛପଡ଼ାରେ ନିଜର ସିଲଟ ଓ ପାଠ୍ୟପୁସ୍ତକ ଧରି । ସକାଳ ଓଳି ପ୍ରାୟତଃ ବଡ଼ ପାଟିରେ ପଣିକିଆ ଆବୃତ୍ତି ଓ ଲେଖା ତଥା ଅଙ୍କ କଷା ହେଉ ଥିଲା । ଉପର ଓଳି ପାଠ୍ୟପୁସ୍ତକର ବିଷୟଟିମାନ ପିଲାଏ ବଡ଼ ପାଟି କରି ପଢ଼ୁଥିଲେ ।
 
ନରହରି ସାରେ ଥିଲେ ବଡ଼ ବଦରାଗୀ । ସବୁବେଳେ ବିରକତ । ପିଲାମାନଙ୍କୁ ପାଠ ନ ଆସିଲେ କି କେହି କିଛି ନିରୀହ ବାଲ୍ୟସୁଲଭ ଦୁଷ୍ଟାମି କଲେ ବେତ ମାଡ଼, କାନ ମୋଡ଼ା କିମ୍ବା କାନ୍ଥରେ ଚଉକି ବସିବା ଭଳି ଦଣ୍ଡ ମିଳୁଥିଲା । ଏଥି ଯୋଗୁଁ ଅନେକ ପିଲାଏ ସ୍କୁଲ ଆସିବାକୁ ରାଜି ହେଉ ନ ଥିଲେ । 

ଗାର୍ଜନମାନେ ସେଥି ଲାଗି ତାଗିଦ କଲେ ପିଲାମାନେ ଲୁଚୁଥିଲେ କିମ୍ବା ରୋଗବଇରାଗ ହେବାର ଛଳନା କରୁଥିଲେ । ଏଇ ଇସ୍କୁଲଟିରେ ବିଦ୍ୟାଧର ତିନି ବର୍ଷ ପଢ଼ି ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଚଢ଼ିଗଲେ । ହେଲେ ପାଠପଢ଼ାରେ ବିଶେଷ କିଛି ପ୍ରଗତି ନ ଦିଶିବାରୁ ସେବେ ରେଭେନ୍ସାରେ ପଢ଼ୁଥିବା ତାଙ୍କର ବଡ଼ ଭାଇ ଘର ପାଖ ଆଉ ଗୋଟିଏ ସ୍କୁଲରେ ତାଙ୍କର ନାମ ଲେଖାଇ ଦେଲେ ।
 
ବି.ଦ୍ର. - ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ । ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

Monday, May 23, 2022

The Song

Bharat Majhi

Translator - Sailen Routray


Witold Szwedkowski, Concrete Poem, Title: 01, Year: 2018
In a Typographical Study by Bartek Smoczyński
Photo Credit - Wikimedia Commons/  Szwedkowski

These days you sing 
at almost every gathering,
and I follow you shamelessly.
I breathlessly drink your voice,
its shape, texture and tone, 
with an abandon
that sometimes shocks even me.

Perhaps you do not know,
that before I come 
to listen to you 
I take off
all the noise around me.
I find my way back 
after the abandon of your songs,
through my very own 
lost track to home.

These songs are enough to forget 
the history of your memories;
for the resolution of the defects 
in my horoscope.
They are as dense and close 
as the excitement of the claps
occasioned by your songs.

Even I had left home one day,
thinking that I too 
will learn to sing.
I really do not know how,
but I was back home
the next afternoon,
having caught 
the first train in the morning.

When I hear your songs these days,
it seems as if 
I am offering you a glass of chilled water,
after having glimpsed 
the bareness of your hands.

When I hear your songs these days,
it seems as if 
there is a staircase 
going up till the sky,
on which I am straining hard
to go and harvest the moon 
on a new moon night.

Thus, please keep on singing.
I am there, always,
Invisible, 
to frame the visions.

I keep on clapping shamelessly,
In the breathless abandon 
of the visions 
not induced by your songs.

Note: Bharat Majhi (born in 1972 in Kalahandi) works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

Thursday, May 19, 2022

ହଜିବାକୁ ଜାଗା ନାହିଁ

ଶୈଲେନ ରାଉତରାୟ


ନିଅଜିଲାଣ୍ଡର ଲିଟେଲ୍‌ଟନ୍‌ ପୋତାଶ୍ରୟ 
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ମାଇକେଲ୍ କ୍ଲାଜବାନ୍


ତୁମ ସ୍ମୃତିର ପତଳା ବର୍ଷାରେ ଗାଧୋଇ ସାରିଲା ପରେ 
ଆଉ ହଜିବାକୁ ଜାଗା ନାହିଁ ।
ସବୁ ବଖରାରେ ତୋଟାମାନଙ୍କର ପ୍ରେତଙ୍କର ହଇଚଇ ।
ରାସ୍ତା ଉପରେ ନବଜାତ କାମନାମାନଙ୍କର କୋଳାହଳ ।
ଛାତ ଉପରେ ତାରାମାନଙ୍କର ଶବର ଗହଳି ।
ତେଣୁ ଆଉ ହଜିବାକୁ ଜାଗା ନାହିଁ । 
 
କଅଣ କରିବି ?
ଆଜି ହଜିବାକୁ ବହୁତ ଇଚ୍ଛା ।
ନ ହଜିଲେ ଲାଗୁଛି କି କୁଆଖାଇ ଉଜାଣି ବହିବ ।
ଭୁବନେଶ୍ୱର ରାସ୍ତାରେ ରଙ୍ଗ୍-ସାଇଡ଼୍ ଗାଡ଼ି ଯିବା ବନ୍ଦ ହୋଇଯିବ ।
ତୋ'ର ମୋ' କଥା ମନେ ପଡ଼ିଯିବ ।
ଏଣୁକରି ଆଜି ହଜିବାକୁ ହିଁ ପଡ଼ିବ ।
ହେଲେ ଆଉ ହଜିବାକୁ ଯାଗା ନାହିଁ ।
 
ତୁ ହଜିଗଲା ପରେ ମୁଁ ବି ହଜିବାକୁ ବହୁତ ଚେଷ୍ଟା କରିଛି ।
ସ୍ମୃତି ସବୁକୁ ଘୋରିଛି ସନ୍ଧ୍ୟାର ଦାଢ଼ୁଆ ଧାରରେ ।
ନିଜକୁ ଢାଳିଛି ରାତିର ସରୁଆ କଣାରେ ।
ସଜେଇ ହୋଇଛି 
ସହରମାନଙ୍କର ସ୍ୱପ୍ନର ଆକାଶରୁ ଚିପୁଡ଼ିଥିବା ରଙ୍ଗରେ ।
ହେଲେ ଲାଭ କିଛି ବି ହୋଇନି ।

ହଜିବା ପାଇଁ ଇଚ୍ଛା ଅଛି, 
ସମୟ ଅଛି, 
ଚେଷ୍ଟା ମଧ୍ୟ ଅଛି । 
ହେଲେ ତୁ ହଜିଗଲା ପରେ, 
ଆଉ ହଜିବାକୁ ଯାଗା ନାହିଁ ।

Thursday, May 12, 2022

Practicing the Nation in Postcolonial India 

Sailen Routray

Narratives that on the one hand locate nations as an inevitable byproduct of capitalist modernity, and on the other hand view the nation as a territorial community evoking an affective and imaginative identification, have traditionally framed the literature surrounding nations and nationalism. Srirupa Roy’s book Beyond Belief is an attempt to address such a dichotomy not by merely attempting a hybridization of these two types of narratives, but by changing the very nature of the questions that are being addressed. 

Instead of asking questions about the nature of the category of the nation and the processes through which the contemporary age has come to be the era of nation-states, she asks how is it that the nation-state is made available to us, and what are the modes of its operation that make it identifiable. 

She tries to do this by looking at the ways through which the nation and the state came to be simultaneously constituted in postcolonial India unlike in modern Europe where there was a temporal lag between the formation of the nation and the modern nation-state. This co-constitution led to the production of a “stated nation” (p 114) in India.

The book tries to describe few of the ways in which such a stated nation was made available to the citizens of India. Chapter 1 describes the ways in which the documentaries produced by the Films Division of India (a Government of India agency in charge of producing documentaries and newsreel) literally made the state and its activities available to the vision of the citizens with a signature style that more often than not produced boredom and disenchantment. But these acts of representation were made possible not by the diktats of a strong unitary state, rather they were co-produced by a variety of social actors.

The next chapter discusses the modes through which the postcolonial state reinvented the 26th of January as the republic day of the new stated nation, and utilised the Republic Day parades held In New Delhi to represent itself as the only agency capable of wielding together a diverse nation.

The next two chapters shift the discussion from representations of the state to the varied effects of its developmental interventions. Chapter 3 discusses the ways in which the scientific-developmental endeavours of the state represented India as a region of darkness that can only reach the goal of development at some indeterminate time in the future by a state-promoted process of science-led development. 

The next chapter documents the fall of grace of the steel towns (housing public sector steel plants) as the discourse surrounding them changed from celebrating them as exemplary national spaces that would produce (apart from steel, that is) a new citizenry unmarked by any primordial identities, to their representation as dystopian cityscapes (following the riots in east Indian steel town of Rourkela in 1964) from which the ‘communal virus’ would spread to the rest of the country.

The author identifies three key features of the discourses produced by and about the Indian nation-state; they are, the naturalization of the social diversity of India, the state as the only entity capable of both safeguarding the nation as well as representing it, and the problematization of politics. This book is a welcome addition to the culture of politics in India, and charts new territory by foregrounding the state in the discussions surrounding the nation. 

By forcing us to look at the historically contingent nature of the ways in which the nation and the state have been co-produced and co-constituted in postcolonial India, and the contradictions inherent in such a process, it offers us a way out of the arid theoretical discussions surrounding the so-called postcolonial condition.

Details about the Book: Srirupa Roy. 2007. Beyond Belief:  India and the Politics of Postcolonial Nationalism. Durham and London: Duke University Press. ISBN 9780822340010

NoteA slightly different version of this piece was first published in 2009 in the journal Contemporary South Asia 17 (2). 

Monday, May 2, 2022

ସୋନପୁରରେ ଇସ୍କୁଲ ପଢ଼ା

ଶୈଲେନ ରାଉତରାୟ


ଗୋପୀନାଥ ମହାନ୍ତି (୧୯୧୪-୧୯୯୧)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଓଂକାରନାଥ ମହାନ୍ତି
 
୧୯୨୩ ମସିହାର ସେପ୍ଟେମ୍ବର ମାସରେ, ନଅ ବର୍ଷ ବୟସରେ, ପ୍ରଥମ କରି ଗୋପୀ ବିଦ୍ୟାଳୟର ଖୁଆଡ଼ରେ ପଶିଲେ । ସେ ପୁଣି ନିଜ ଗାଁ ନାଗବାଲିରେ ନୁହେଁ । କେଉଁ ପଛିମରେ ଯାଇଁ ସୋନପୁର ରାଇଜର ‘ଦି ସୋନପୁର ମହାରାଜା ହାଇ ଇଙ୍ଗ୍ଲିଶ୍ ସ୍କୁଲ’ ରେ । ଛୋଟ କରି କହିଲେ ଇସ୍କୁଲଟିର ନାମ – ଦି ସୋନପୁର ଏମ୍.ଆର୍.ଏଚ୍.. ସ୍କୁଲ । ସେତେବେଳେ ବିଦ୍ୟାଳୟଟିରେ ଅଢ଼େଇ ଶହ ଆଡ଼କୁ ବିଦ୍ୟାର୍ଥୀ ।ଗୋପୀବାବୁଙ୍କର ନିଜ ଶ୍ରେଣୀରେ ପାଖାପାଖି ତିରିଶ ଜଣ ଛାତ୍ର । ତାଙ୍କ ନାମ ଲେଖାଗଲା ଛଅ ଶ୍ରେଣୀରେ । ସେତେବେଳେ ଶିଶୁ ଶ୍ରେଣୀ ଥିଲା । ଅର୍ଥାତ, ତାହା ଏବେକାର ପଞ୍ଚମ ଶ୍ରେଣୀ ହବ । ଶ୍ରେଣୀରେ ବସିଲା କ୍ଷଣି ବହିର ମଲାଟରେ ଲେଖି ବସିଲେ,
 
ଦି ଗ୍ରାସ୍ ଇଜ୍ ଗ୍ରୀନ୍
ଦି ରୋଜ୍ ଇଜ୍ ରେଡ଼୍
ଦିସ୍ ବୁକ୍ ଇଜ୍ ମାଇନ୍
ଟିଲ୍ ଆଇ ଆମ୍ ଡେଡ଼୍”
 
ନିଜ ବହିଗୁଡ଼ିର ମାଲିକାନା ସାବ୍ୟସ୍ତ କରିବା ପାଇଁ ଏପରି ହରଫନାମା ତ ଅବଶ୍ୟ କର୍ତ୍ତବ୍ୟ ।
 
ସେବେ ମାଟ୍ରିକ ପରୀକ୍ଷା ଦେବା ପାଇଁ ଯିବାକୁ ପଡ଼ୁଥାଏ ସମ୍ବଲପୁର । କାରଣ ପାଟନା ବିଶ୍ୱବିଦ୍ୟାଳୟ ନିୟନ୍ତ୍ରିତ କରୁଥିବା ମାଟ୍ରିକ ପରୀକ୍ଷା ପାଇଁ ପଶ୍ଚିମ ଓଡ଼ିଶାରେ ସେତେବେଳେ ସମ୍ବଲପୁର ଠାରେ ହିଁ ଥାଏ କେନ୍ଦ୍ର । ପାସ୍ କରିବା କୁଆଡ଼େ ଭାରୀ କଷ୍ଟ । ସେତେବେଳେ ସୋନପୁର ଏମ୍.ଆର୍.ଏଚ୍.. ସ୍କୁଲରୁ ଦୁଇ ଚାରି ବର୍ଷରେ ଜଣେ ଅଧେ ମାଟ୍ରିକ ପାଶ କରୁ ଥାଆନ୍ତି । ଏଣୁ ସ୍କୁଲରେ ମାଟ୍ରିକ ପାସ କରି ନ ଥିବା ଅନେକ ଶିକ୍ଷକ ଥିଲେ । 

ହେଲେ ସେଇମିତି, ଏଫ୍.. ଆଉ ବି.. ପାସ କରିଥିବା ଆଚାର୍ଯ୍ୟ ବି ଥିଲେ । ହେଡ଼ମାଷ୍ଟର ଗୌରମୋହନ ଭଟ୍ଟାଚାର୍ଯ୍ୟ ଥିଲେ ସବୁଠାରୁ ଅଧିକ ଶିକ୍ଷିତ – ଏମ୍.. ପାସ୍ ।  ନିଜର ବିଗତ ଜୀବନରେ ଥିଲେ ବଙ୍ଗଳାର ଜଣେ ଗୁରୁତ୍ୱପୂର୍ଣ୍ଣ ସନ୍ତ୍ରାସବାଦୀ ବିପ୍ଳବୀ । କପିଳ ବାବୁ ଓ ଦାମୋଦର ଶାସ୍ତ୍ରୀ ଓଡ଼ିଆ ପଢ଼ାଉଥିଲେ ସ୍କୁଲଟିରେ ।  ଅକ୍ଷୟ ବାବୁ ଇଂରାଜୀ, ମହେଶ୍ୱର ସୁବୁଦ୍ଧି ଅଙ୍କ, ସୋମନାଥ ଦାନୀ ଭୂଗୋଳ ଓ ଆଦିତ୍ୟ ଗୁରୁ ସଂସ୍କୃତ ପଢ଼ାଉ ଥିଲେ ।
 
କଦବାକ୍ୱଚିତ କ୍ଲାସକୁ ପ୍ରସନ୍ନ ବାବୁ ‘ଦି ଅମୃତ ବଜାର ପତ୍ରିକା’ ଓ ଅକ୍ଷୟ ବାବୁ ‘ଦି ଇଙ୍ଗ୍ଲିଶମ୍ୟାନ” ଇଂରାଜୀ ଦୈନିକପତ୍ରିକାଟିମାନ ଆଣନ୍ତି । ପିଲାଙ୍କ ପାଇଁ ଏହା ବୈଚିତ୍ର୍ୟର ବିଷୟ ଥିଲା । କେବଳ ପାଠ ପଢ଼ାଇବା ଛଡ଼ା ଶିକ୍ଷକମାନେ ଉତ୍ସାହ ଦେଉ ଥିଲେ । ପିଲାଙ୍କର ଦିନଚର୍ଯ୍ୟା ଉପରେ ନିଘା ରଖୁଥିଲେ । ଶ୍ରେଣୀ ବାହାରେ ପାଠର ଆଲୋଚନା ମଧ୍ୟ କରୁଥିଲେ । ଲାଇବ୍ରେରୀରୁ ବହି ନେଇ ପଢ଼ିବା ପାଇଁ ଉତ୍ସାହିତ କରୁଥିଲେ । ଗୋପୀଙ୍କ ପାଇଁ ଲାଇବ୍ରେରୀଟି ଥିଲା ଏକ କିମିଆରାଇଜ । ଓଡ଼ିଆ, ଇଂରାଜୀ, ଯାହା ବହି ପାଇଲେ, ନେଇ ପଢ଼ୁଥିଲେ । ବୟସରେ ସବୁଠାରୁ ସାନ ହୋଇ ମଧ୍ୟ ପାଠାଗାରଟିର ସବୁଠାରୁ ବେଶୀ ବ୍ୟବହାର ସେ ହିଁ କରୁଥିଲେ ।
 
ଇସ୍କୁଲରେ ସେତେବେଳେ ମାଇନର ସ୍କୁଲର ଚାରି କିଲାସରେ ସାଧାରଣ ଲୋକଙ୍କର ପିଲାଏ ପ୍ରାୟ ନ ଥିଲେ କହିଲେ ଚଳେ । ଯିଏ ବି ଥିଲେ ସେମାନେ ସମସ୍ତେ ରାଜକର୍ମଚାରୀଙ୍କର ପିଲାପିଚିକା । ନ ହେଲେ ସଙ୍ଗତିସମ୍ପନ୍ନ ପରିବାରର ସନ୍ତାନ । ସେମାନଙ୍କ ମଧ୍ୟରୁ ନୀଳାମ୍ବର, ଗୋପୀଙ୍କର ସହପାଠୀ ରହିଲେ ରେଭେନ୍ସାରେ ଏମ୍.. ପଢ଼ିବା ପର୍ଯ୍ୟନ୍ତ । ପରେ ସେ ବନିଲେ ସୋନପୁର ରାଜ୍ୟର ପ୍ରଥମ ଏମ.. ଓ ନିୟୋଜିତ ହେଲେ ବଲାଙ୍ଗୀର ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବରେ । ସାରା ଜୀବନ ସେଇଠି ଶିକ୍ଷକତା କରି କାଟିଦେଲେ ।  ସୋନପୁର ମହାନଦୀ ତଟର ସହର ହୋଇ ଥିବାରୁ, ଇସ୍କୁଲର ପିଲାଏ ପ୍ରାୟତଃ ସନ୍ତରଣପଟୁ ଥିଲେ - ଭଲ ଦଉଡ଼ୁ ମଧ୍ୟ ଥିଲେ ।

ହେଲେ ଗୋପୀଙ୍କର ପିଲାବେଳୁ ନିଶା ଥିଲା ପଢ଼ା; ଉଭୟ ପାଠ ପଢ଼ା ଓ  ପାଠ୍ୟ ବହିର୍ଭୁତ ପୁସ୍ତକର ପଠନପାଠନ । ବାର୍ଷିକ ପରୀକ୍ଷାରେ ସେ ହିଁ ପ୍ରାୟତଃ ପ୍ରଥମ ହୁଅନ୍ତି । ଡାକରେ କବିଭୂଷଣ ସ୍ୱପ୍ନେଶ୍ୱର ଦାସଙ୍କର ‘ସାଧନା’ ନିୟମିତ ଆସୁଥାଏ । ତାହା ମଧ୍ୟ ନିୟମିତ ପଢ଼ା ହୁଏ । ସୋନପୁର ଇସ୍କୁଲ ଲାଇବ୍ରେରୀର ବହି, ଶିକ୍ଷକମାନଙ୍କ ଅଧିନରେ ଭାଷା ଶିକ୍ଷା, ଆଖପାଖରେ ସାହିତ୍ୟର ପରିବେଶ – ସୋନପୁରରେ ଏମିତି ମିଳିମିଶି ଯେଉଁ ମୂଳଦୁଆଟି ଗଢ଼ି ହେଲା, ତାହା ପରେ ରୂପ ନେଲା ଓଡ଼ିଆ ସାହିତ୍ୟର ଏକ ସୁଉଚ୍ଚ ଅଟ୍ଟାଳିକାରେ । 
 
ବି.ଦ୍ର. - ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟି ଗୋପୀନାଥ ମହାନ୍ତିଙ୍କର ଆତ୍ମଜୀବନୀ ‘ସ୍ରୌତସ୍ୱତୀ’ର ପ୍ରଥମ ଭାଗରୁ ସଙ୍ଗୃହିତ । ବ୍ୟବହାର କରାଯାଇଥିବା ସଂସ୍କରଣଟି ବହିର ୧୯୯୭ ମସିହାରେ କଟକର ପ୍ରକାଶନ ସଂସ୍ଥା ବିଦ୍ୟାପୁରୀଙ୍କ ଦ୍ୱାରା ପ୍ରକାଶିତ ଦ୍ୱିତୀୟ ସଂସ୍କରଣ । ପୁସ୍ତକଟି ପ୍ରଥମେ ୧୯୯୨ ମସିହାର ଅଗଷ୍ଟ ମାସର କୋଡ଼ିଏ ତାରିଖରେ ଛପା ଯାଇଥିଲା ।

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...