Saturday, June 26, 2021

ଏଇ ତାଙ୍କ ଜୀବନ

ଶୈଲେନ ରାଉତରାୟ


ଆକାଶବାଣୀ କଟକ (ୱିକିମିଡିଆ କମନ୍ସ୍)

ମୁଁ ପ୍ରଥମେ ସ୍କୁଲ ଗଲି ପିପିଲିରେ, ଗୋଟିଏ ସରକାରୀ ସ୍କୁଲକୁ, ୧୯୮୦ ଦଶକର ମଝି ଆଡ଼କୁ । ସେତେବେଳେ ମୋତେ ଚାରି ବର୍ଷ ବୟସ ହୋଇଥିବ ବୋଧ ହୁଏ । ଘରେ ପଢ଼ି ମୋର କିଛିଟା ଅକ୍ଷରଜ୍ଞାନ ସେତେବେଳକୁ ହୋଇସାରିଥାଏ । ମୁଁ ବିଦ୍ୟାଳୟରେ ସେବେ କିନ୍ତୁ ବେଶି ଦିନ ତିଷ୍ଠିଲି ନାହିଁ । ମୋର ମୁହଁ  ସମ୍ଭବତଃ ଶ୍ରେଣୀ ଶିକ୍ଷୟତ୍ରୀଙ୍କୁ (ଯିଏ ସିଂହଭାଗ କ୍ଲାସ୍ ନେଉଥିଲେ) ପସନ୍ଦ ଆସିଲା ନାହିଁ କି କଅଣ, ସେ ଭଦ୍ରମହିଳା ଜଣଙ୍କ ମୋ' ଉପରେ ବହୁତ ରଗେଇ ଖବେଇ ହେଲେ ସବୁବେଳେ । ଯାଉଣୁ ଆସୁଣୁ ଦେଖେଇ ଶିଖେଇ କଥା କହିଲେ । ମାଡ଼ ଅବଶ୍ୟ ମାରୁ ନଥିଲେ । ମୁଁ ତାଙ୍କ କଥାରୁ ଯେତିକି ଅଳପ ବୁଝିଲି, ମୋତେ ଆଉ ସ୍କୁଲ ଯିବାକୁ ଇଚ୍ଛା ହେଲା ନାହିଁ । ଘରେ ମନା କଲି । କିଛି ସପ୍ତାହ ଗଲା ପରେ ମୋର ନାମଟି ବିଦ୍ୟାଳୟରୁ କାଟି ଦିଆଗଲା । 

ପରେ ଆଉଥରେ ମୁଁ ପଶିଲି ଏକ ସରକାରୀ ସ୍କୁଲକୁ, ୧୯୮୭ରେ, ଆମର ଭ୍ରାମ୍ୟମାଣ ପରିବାରଟି ଭୁବନେଶ୍ୱର ଆସିଲା ପରେ, ଏକା ସାଙ୍ଗରେ ତୃତୀୟ ଶ୍ରେଣୀରେ । ଅର୍ଥାତ୍ ଜୀବନର ପ୍ରଥମ ସାତ ବର୍ଷ ମୁଁ ସ୍କୁଲ ଯାଇ ନ ଥିଲି । ଯେତେବେଳେ ଓଡ଼ିଶା ବାହାରେ, ବମ୍ବେ ଓ ବାଙ୍ଗାଲୋରରେ କିଛି ବର୍ଷ ଉଚ୍ଚଶିକ୍ଷା, ଗବେଷଣା ଓ ଅଧ୍ୟାପନା ରେ କଟାଇଲି, ବନ୍ଧୁ ମହଲରେ କଥା ହେବା ବେଳେ ଏଇ କଥାଟି, ସ୍କୁଲ ନଯାଇ ଏକା ସାଙ୍ଗରେ ଏକ ଉଚ୍ଚତର ଶ୍ରେଣୀରେ ନାମ ଲେଖାଇବା, ଏକ ରୋଚକ ଆଖ୍ୟାନ ପାଲଟିଲା ।

ଯେତେବେଳେ ମୁଁ ଓଡ଼ିଶାର ସାମାଜିକ ଇତିହାସ ଜାଣିବା ପାଇଁ ଆତ୍ମଜୀବନୀ ପଢ଼ିବାକୁ ଆରମ୍ଭ କଲି, ସେତେବେଳେ ଯାଇ ଜାଣିଲି ଯେ, ମୋର ଆନୁଷ୍ଠାନିକ ବିଦ୍ୟାଲାଭର ବ୍ୟକ୍ତିଗତ ଇତିହାସଟି କିଛି ବ୍ୟତିକ୍ରମ ନଥିଲା । ଆଜି କାଲି ଯାହାକୁ ଆମେ ଫେସନରେ ହୋମ୍ ସ୍କୁଲିଂ (ଅର୍ଥାତ୍ ଗୃହବିଦ୍ୟାଳୟ ଶିକ୍ଷା) ବୋଲି କହୁଛୁ, ତାହା ପ୍ରାଥମିକ ସ୍ତରରେ ଓଡ଼ିଶାରେ ବହୁ ଆଗରୁ ଅନେକଟା ପ୍ରଚଳିତ ଥିଲା । ଧରନ୍ତୁ ୧୯୩୦ ଦଶକରେ ଜନ୍ମିତ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କ କଥା ।  ହେତୁ ହେବା ଦିନୁ, ସେ ତାଙ୍କ ଗାଁ ପାଖ କାଳିଆମ୍ବା ନାଳ କୁଳରେ ଓ କାଳ‌ିଆମ୍ବା ପାହାଡ଼ ଉପରେ ଉଦ୍ଦେଶ୍ୟହୀନ ଭାବରେ ବୁଲନ୍ତି, କେତେବେଳେ ଏକେଲା, ତ ଆଉ କେବେ ସାଙ୍ଗମାନଙ୍କ ସହିତ । ଗାଁର ପ୍ରାକୃତିକ ଓ ସାମାଜିକ ପରିବେଶ ଥିଲା ତାଙ୍କର ପ୍ରଥମ ଶିକ୍ଷକ ।

ଧରାବନ୍ଧା ଭାବରେ ପ୍ରଫୁଲ୍ଲଙ୍କର ପାଠପଢ଼ା ଆରମ୍ଭ ହେଲା ମାତ୍ର ତିନି ବର୍ଷ ବୟସରେ । ତାଙ୍କ ବାପା ଥିଲେ ତାଙ୍କର ପ୍ରଥମ ଶ‌ିକ୍ଷକ । ପ୍ରଥମେ ସେ ତାଙ୍କୁ ମୁଣ୍ଡଳା ବୁଲାଇ ଲେଖିବା ଶିଖାଇଲେ । ଏହା ପରେ ପ୍ରଫୁଲ୍ଲ ଶିଖିଲେ ଚ-ଗ-ର-ଟ- ଇତ୍ୟାଦି ଅକ୍ଷର ଓ ତାହା ସହ ଅନ୍ୟ ସବୁ ବର୍ଣ୍ଣ । ଏହିପରି ଅଣପାରମ୍ପରିକ ଭାବରେ ଶିଖୁଶିଖୁ ସେ ଦଶ ଦିନ ଭିତରେ ପୂରା ବର୍ଣ୍ଣମାଳାଟିକୁ ଆୟତ୍ତ କରିନେଲେ । ଆଉ ପାଞ୍ଚ ଛଅ ବର୍ଷ ବୟସ ବେଳକୁ ବଡ଼ ବଡ଼ ବହି ପ୍ରାଞ୍ଜଳ ଭାବରେ ପଢ଼ିବାର କ୍ଷମତା ସେ ଅକ୍ତିଆର କରିନେଇଥିଲେ । ବାପା ମଝିରେ କଟକରେ କିଛି କାମ ପାଇଁ ଅବସ୍ଥାନ କରୁଥିଲା ବେଳେ ମୁସଲିମ ସେମିନାରୀରେ ପ୍ରଫୁଲ୍ଲଙ୍କର ନାଁ ଲେଖାଇ ଦେଇଥିଲେ । ହେଲେ ସେ ବିଦ୍ୟାଳୟଟି ତାଙ୍କୁ ଆରେଇଲା ନାହିଁ । ମାସେ ଖଣ୍ଡେ ଯାଇ ସେ କ୍ଲାସକୁ ଯିବା ବନ୍ଦ କରିଦେଲେ ।  ତାହା ପରେ ବାପା ହିଁ ରୀତିମତ ଶ‌ିକ୍ଷକ ସାଜି ଘରେ ପଢ଼ାଇଲେ ଓଡ଼ିଆ, ବଙ୍ଗଳା, ଗଣିତ, ହିନ୍ଦି ଓ ଇଂରାଜୀ ।

ଗୋବରାରେ ପ୍ରଫୁଲ୍ଲଙ୍କ ଘରେ ଥିଲା ଏକ ସ୍ୱପ୍ରତିଷ୍ଠିତ ଓ ପରିଚାଳିତ ଗ୍ରନ୍ଥାଳୟ, ତାହାର ନାମ, ସାବିତ୍ରୀ ପାଠାଗାର । ସେଠି  ବହୁତ ବହି ଥିଲା । ସେଗୁଡ଼ିକ ସେ ନିୟମିତ ପଢ଼ାପଢ଼ି କରୁଥିଲେ । ଆଠ ବର୍ଷ ବୟସରେ ସ୍ୱରଚିତ କବିତା ସ୍ୱତଃପ୍ରବୃତ୍ତ ଭାବରେ ଆବୃତ୍ତି କରିବା ଦେଖି ବାପା ତାଙ୍କୁ ଏକ ଅଲଗା ଖାତା ଓ କଲମ ଯୋଗାଇ ଦେଇଥିଲେ ସାହିତ୍ୟ ଲିଖନ ପାଇଁ । ଘରେ ପାଠପଢ଼ା ସହ ସାହିତ୍ୟ ଲେଖା ଓ ଚର୍ଚ୍ଚା ଚାଲିଥାଏ । ଗାଁଟିରେ ଭିନ୍ନଭିନ୍ନ ଜାତିର ପରିବାରମାନଙ୍କ ଭିତରେ ସହୃଦୟତା ବଜାୟ ଥାଏ । ଏଣୁ ସେମାନଙ୍କ ସହ ମିଳିମିଶି ଚଳିବାର, ଅନୁଭୂତି ବାଣ୍ଟିବାର ପ୍ରକ୍ରିୟାରେ ବି ଅନେକ କଥା ଶିଖିଯାଉଥିଲେ ପ୍ରଫୁଲ୍ଲ ଅବଲୀଳା କ୍ରମେ । ଶେଷକୁ ୧୯୪୫ ମସିହାରେ ଯାଇଁ ପ୍ରଫ‌ୁଲ୍ଲଙ୍କର ନାମ ଲେଖା ହେଲା ଭଞ୍ଜନଗରର ଏକ ହାଇସ୍କୁଲରେ । ସେତେବେଳେ ତାଙ୍କୁ ବାର ବର୍ଷ ବୟସ ।

ଲେଖକୀୟ ଟୀକା – ଏହି ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା ସମଦୃଷ୍ଟିରେ ଛପାଯାଇଥିଲା । ଲେଖାଟିର ଉପାଦାନ ୨୦୧୫ ମସିହାରେ ପ୍ରକାଶିତ ସାମ୍ବାଦିକ ଓ ଲେଖକ ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକଙ୍କର ଆତ୍ମଜୀବନୀ ଏଇ ମୋ ଜୀବନରୁ ନିଆଯାଇଚି । ବହିଟିର ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା 'ବିଶ୍ୱମୁକ୍ତି' । ବହିଟିର ପ୍ରଚ୍ଛଦପଟ ଆଙ୍କିଛନ୍ତି ଓ ମୁଖବନ୍ଧ ଲେଖିଚନ୍ତି ଦିନନାଥ ପାଠୀ । ବହିଟିର ପ୍ରାକ୍‌କଥନରେ ଲେଖକ ଗ୍ରନ୍ଥଟିର ମୁଦ୍ରଣ ଖର୍ଚ୍ଚ ତୁଲାଇଥିବାରୁ ନିଜର ପୁତ୍ର ସୌମିତ୍ର ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଚନ୍ତି ।

ପ୍ରଫୁଲ୍ଲ ବାବୁଙ୍କର ଜନ୍ମ ୧୯୩୩ ମସିହାର ମାର୍ଚ୍ଚ ମାସର ୧୩ ତାରିଖରେ, ଗଞ୍ଜାମ ଜିଲ୍ଲାର ଏକ ଗାଁ ଗୋବରାର ଗୋଟିଏ କରଣ ପରିବାରରେ । ଗ୍ରାମଟି ଭଞ୍ଜନଗରଠାରୁ ଆଠ ମାଇଲି ଦୂର । ତାଙ୍କ ବାପା ହେଲେ ଗଞ୍ଜାମ ଜିଲ୍ଲାର ଓ ଓଡ଼ିଶାର ପ୍ରଖ୍ୟାତ ସ୍ୱାଧୀନତା ସଙ୍ଗ୍ରାମୀ ବାଞ୍ଛାନିଧ‌ି ପଟ୍ଟନାୟକ । ତାଙ୍କର ମାତାଙ୍କର ନାମ କୁନ୍ଦଲତା ଦେବୀ । କଟକର ଖ୍ରୀଷ୍ଟ କଲେଜରୁ ଗଣିତ ଓ ଅର୍ଥନୀତି ବିଷୟ ନେଇ ସ୍ନାତକ ଉପାଧି ଲାଭ କରିସାରିବା ପରେ, ସେ ଧରାକୋଟଠାରେ ଏକ ବିଦ୍ୟାଳୟରେ କିଛି ମାସ ଅଧ୍ୟାପନା କରିଥିଲେ । ଏହା ପରେ ସେ ସାମାଜିକ ଶିକ୍ଷା ସଙ୍ଗଠକ ଭାବରେ କିଛି ବର୍ଷ ଓଡ଼ିଶା ସରକାରଙ୍କ ପାଇଁ କାର୍ଯ୍ୟ କରି ୧୯୬୧ ମସିହାରେ ସମାଜ ଖବରକାଗଜରେ ଉପସମ୍ପାଦକ ଭାବରେ ଯୋଗ ଦେଇ ୨୩ ବର୍ଷ କାମ କଲେ । 

ସମ୍ବାଦ କାଗଜଟି ଆରମ୍ଭ ହେବାରୁ ସେ ସେଠାରେ ୧୯୮୪ ମସିହାରେ ସହଯୋଗୀ ବାର୍ତ୍ତା ସମ୍ପାଦକ ଭାବରେ ଯୋଗଦାନ କରି ୧୯୯୩ ମସିହାରେ ସହଯୋଗୀ ସମ୍ପାଦକ ପଦରୁ ଅବସର ଗ୍ରହଣ କଲେ । ଓଡ଼ିଶାରେ ସାଂସ୍କୃତିକ ସାମ୍ବାଦିକତା, ବିଶେଷତଃ ଚଳଚିତ୍ର ଚର୍ଚ୍ଚା ଦିଗରେ ତାଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି । ଏହା ଛଡ଼ା ଓଡ଼ିଶାର ନାଟ୍ୟ ଆନ୍ଦୋଳନର ମଧ୍ୟ ସେ ଏକ ସକ୍ରିୟ ସଦସ୍ୟ ଥିଲେ । ଓଡ଼ିଆ ଭାଷାରେ କବି, ଶିଶୁ ସାହିତ୍ୟିକ, ନାଟ୍ୟକାର, ଔପନ୍ୟାସିକ ଓ ଅନୁବାଦକ ଭାବରେ ତାଙ୍କର ୧୮ରୁ ଉର୍ଦ୍ଧ୍ୱ ପ୍ରକାଶିତ ଗ୍ରନ୍ଥ ରହିଛି ।

Sunday, June 20, 2021

Celebration

Sailen Routray


Folk Art Created for 'Manabasa Gurubar Festival
Photo Credit - Wikimedia Commons
 
December’s cold does not fall any longer
like the hunger of shivering sharks;
the stars are no longer visible 
through the eye of your city;
red means blood now;
green  - the intoxication of false histories;
saffron is the colour of disquiet; 
black, the certitudes of opposition.
 
But, does this mean 
that dark nights will not dream
strange psychedelic nightmares;
and velvet mites shall not bathe 
in showers of vermillion?
Does this mean our intimate dejections
will not play Chinese checkers;
and the green ilisis of our illegitimate hopes
will not swear to brotherhood?
 
Come,
let’s mix colours;
let us distribute rainbows.

Note: This poem was first published a few years back in the 13th issue of the bilingual poetry journal 'Pratilipi'.

Friday, June 18, 2021

ମାର୍କସ ଅରିଲସଙ୍କର 'ବିଚାରମାଳା'

ପ୍ରଥମ କାଣ୍ଡ: ୧-୧୫ ଅଧ୍ୟାୟ

ଅନୁବାଦକ - ଶୈଲେନ ରାଉତରାୟ


ମାର୍କସ ଅରିଲସଙ୍କର ଶଙ୍ଖମର୍ମରରେ ନିର୍ମିତ ଆବକ୍ଷ ମୂର୍ତ୍ତି
ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍

୧.  ମୋର ପିତାମହ ଭେରସ୍ ଙ୍କଠାରୁ ମୁଁ ପ୍ରଥମେ ଶିଖିଲି ସୌଜନ୍ୟ, ଶିଷ୍ଟାଚାର ଓ ସମଚିନ୍ତନ ।

୨.  ମୁଁ ମୋ ପିତାଙ୍କଠାରୁ ଯାହା ଶୁଣିଛି ଏବଂ ସେଥିରୁ ଯାହା ମନେ ରଖିଛି, ସେଥିରୁ ମୁଁ ବିନା ଆଡ଼ମ୍ବରରେ କିପରି ନିଜର ପୌରୁଷତ୍ୱ ପ୍ରତିପାଦିତ କରାଯାଏ, ସେ ବିଷୟରେ ଶିଖିଲି । 

୩.  ମୋର ମାତା ନିଜର ଉଦାହରଣ ଦ୍ୱାରା ମୋତେ ଶୀଳ, ସାଧୁତା ଓ ଔଦାର୍ଯ୍ୟ ଶିଖାଇଲେ । ସେ ମୋତେ କାର୍ପଣ୍ୟଠାରୁ ଦୂରରେ ରହିବା ମଧ୍ୟ ଶିଖାଇଲେ । ତାଙ୍କଠାରୁ ମୁଁ ଚିନ୍ତା ଓ ଆଚରଣରେ ସରଳତା ଶିଖିଲି, ଯାହା ଧନୀକମାନଙ୍କର ସାଧାରଣ ଅଭ୍ୟାସଠାରୁ ଭିନ୍ନ ଅଟେ। 

୪.  ମୋ ପ୍ରପିତାମହଙ୍କଠାରୁ ମୁଁ ଏହି ଶିକ୍ଷା ପାଇଲି ଯେ, ବିଦ୍ୟାଳୟଗୁଡ଼ିକରେ ଶିକ୍ଷା ପରିତ୍ୟାଗ କରି, ଗୃହରେ ଉତ୍ତମ ଶିକ୍ଷକମାନଙ୍କୁ ନିଯୁକ୍ତ କରିବା କଥା, ଏବଂ ଏଥି ପାଇଁ ଖର୍ଚ୍ଚରେ କାର୍ପଣ୍ୟ କରିବା ଅନୁଚିତ । 

୫. ମୋର ଗୃହଶିକ୍ଷକ ମୋତେ ରଥଚାଳନା, ମୁଷ୍ଟିଯୁଦ୍ଧ ଇତ୍ୟାଦିରେ ଆଗ୍ରହ ବିକଶିତ କରିବାରୁ ବାରିତ କଲେ । ସେ ମୋତେ କର୍ମଭୀରୁ ନ ହେବା ପାଇଁ,  ନିଜର ଚାହିଦାକୁ ସୀମିତ ରଖିବା ପାଇଁ, ନିଜର ଆବଶ୍ୟକତାଗୁଡ଼ିକ ବିଷୟରେ ନିଜେ ଧ୍ୟାନ ଦେବା ପାଇଁ, କେବଳ ନିଜ କାମରେ ମନୋନିବେଶ କରିବା ପାଇଁ, ଓ ପରଚର୍ଚ୍ଚା କେବେ ନ ଶୁଣିବା ପାଇଁ ଉତ୍ସାହ ଯୋଗାଇଲେ ।

୬. ଡିଓଜ୍ଞେଟସ୍ ଙ୍କଠାରୁ ମୁଁ ତୁଚ୍ଛ, ମାମୁଲି, ସାଧାରଣ ସଉକ ଓ ଧନ୍ଦାରେ ମନୋନିବେଶ ନ କରିବା ଶିଖିଲି । ମୁଁ  ଜାଦୁଗରମାନଙ୍କ ଓ ମନ୍ତ୍ରତନ୍ତ୍ର ଓ ଭୂତ ଛଡ଼େଇବାର କାହାଣୀ ଗପୁଥିବା ଗୁଣିଆମାନଙ୍କ ବିଷୟରେ ସଂଶୟର ବିକାଶ କରିବା; ଗଞ୍ଜା ଲଢ଼େଇ ଓ ଅନ୍ୟ ପ୍ରକାରର ବିବିଧ ଧ୍ୟାନ ବିକର୍ଷିତ କରୁଥିବା ବିଷୟ ପରିହାର କରିବା; ସ୍ପଷ୍ଟବାଦିତା ପ୍ରତି ବିଦ୍ୱେଷ ନ ରଖିବା ; ବାକିଅସ୍ ଙ୍କଠାରୁ ଆରମ୍ଭ କରି ଟାଣ୍ଡାଇସ୍ ଓ ମାର୍ସିଆନ୍ ଙ୍କର ଦର୍ଶନ ସହିତ ପରିଚିତି ବଢ଼ାଇବା; ଅଳ୍ପ ବୟସରୁ ପ୍ରବନ୍ଧ ରଚନା ଆରମ୍ଭ କରିବା; ଓ 'କନ୍ଥା ଓ ମେଷଚର୍ମ' ଇତ୍ୟାଦି ଗ୍ରୀକ୍ ଦର୍ଶନର ଶୃଙ୍ଖଳା ବିଷୟରେ ଉତ୍ସାହୀ ହେବା ଶିଖିଲି ।

୭. ମୁଁ ରଷ୍ଟିକସ୍ ଙ୍କ ଠାରୁ ଶିଖିଲି ଯେ, ମୋର ଚରିତ୍ରର ମଧ୍ୟ ଯତ୍ନ ନେବା ଦରକାର ଓ ତାହାକୁ ପ୍ରଶିକ୍ଷିତ କରିବା ଆବଶ୍ୟକ । ଏହା ମଧ୍ୟ ଶିଖିଲି ଯେ, କୁତର୍କ କରୁଥିବା ଲୋକମାନଙ୍କ ଦ୍ୱାରା ପ୍ରରୋଚିତ ହୋଇ କଳ୍ପିତ ପ୍ରବନ୍ଧ, ତଥାକଥିତ ଶିକ୍ଷାପ୍ରଦ ଉପଦେଶ, କିମ୍ବା, 'ତପସ୍ୱୀ' ବା 'ପରାର୍ଥବାଦୀ' ଇତ୍ୟାଦି କାଳ୍ପନିକ ବିବରଣୀ ଲେଖିବା ଅନୁଚିତ । ସେ ମୋତେ ଅଯଥା ବାକ୍‌ଚାତୁରୀ, କବିତା, ବାଚିକ ଗୁମାନ, ଘରେ ବା ବାହାରେ ଲୁଗାପଟାର ପ୍ରଦର୍ଶନ ଓ ତତ୍‌ ସମ ଅନ୍ୟାନ୍ୟ ରୁଚିଗତ ପ୍ରମାଦରୁ ଦୂରେଇ ରହିବା ଶିଖାଇଲେ । ସେ ମୋତେ ନିଜେ ସିନୁଏସା ଠାରେ ମୋର ମାତାଙ୍କୁ ଲେଖିଥିବା ଚିଠିର ପତ୍ରାତ୍ମକ ଶୈଳୀର ଅନୁକରଣ କରିବା ମଧ୍ୟ ଶିଖାଇଲେ । ତାଙ୍କଠାରୁ ମୁଁ ଶିଖିଲି ଯେ, କେହି ମୋ' ଠାରୁ ଏକ କ୍ରୋଧର କ୍ଷଣରେ ଦୂରେଇ ଯାଇ ପୁଣି ଶାନ୍ତି ଯାଚନା କଲେ ମୋତେ ତାଙ୍କୁ ଅଧା ରାସ୍ତାରେ ଆସି ଭେଟିବାକୁ ପ୍ରସ୍ତୁତ ରହିବା ଦରକାର । ଆହୁରି ମଧ୍ୟ ଶିଖିଲି ଯେ, ନିଜର ଅଧ୍ୟୟନରେ ସଠିକ୍ ହେବା କଥା ଓ ଅର୍ଥର ଗୋଟିଏ ସାଧାରଣ ଅବଧାରଣାରେ ସନ୍ତୁଷ୍ଟ ରହିବା ଅନୁଚିତ; ତଥା, ପ୍ରୀତିପଦ ଶୁଣାଯାଉଥିବା ବାଚାଳତାରେ ବିଶ୍ୱାସ ଜ୍ଞାପନ ଅକର୍ତ୍ତବ୍ୟ ଅଟେ । ସେ ମୋତେ ତାଙ୍କର ଗ୍ରନ୍ଥାଗାରରୁ ଏପିକ୍ଟେଟସ୍ ଙ୍କର 'ଡିସର୍ଟେସନସ୍'ର ଖଣ୍ଡେ ପ୍ରତିଲେଖ ଦେବାରୁ ହିଁ ମୋର ଗ୍ରନ୍ଥ ପରିଚିତି ଘଟିଲା ।

୮. ଆପୋଲୋନିଅସ୍ ମୋତେ ଦୈବାଶ୍ରୟୀ ନ ହୋଇ ନିଜ ପାଇଁ ନିଷ୍ପତ୍ତି ନିଜେ ନେବାର ଆବଶ୍ୟକତା ବିଷୟରେ ପ୍ରଭାବିତ କଲେ । ସେ ମୋତେ ମୂହୁର୍ତ୍ତେ ମାତ୍ର ମଧ୍ୟ ଯୁକ୍ତିକୁ ନଜର ଆଢ଼ୁଆଳ ନ କରିବା ପାଇଁ ଶିଖାଇଲେ । ସେ ମୋତେ ତୀତିକ୍ଷାର ସହିତ ଅସହ୍ୟ କଷ୍ଟର ଭାର, ନିଜର ପୁତ୍ରହାନି ଓ ଦୁରାରୋଗ୍ୟ ବ୍ୟାଧିର ବିରକ୍ତିକୁ ସହିବା ମଧ୍ୟ ଶିଖାଇଲେ । ସେ ନିଜେ ଏହି କଥାର ଜୀବନ୍ତ ପ୍ରମାଣ ଥିଲେ ଯେ, ପ୍ରଚଣ୍ଡ କ୍ରିୟାଶକ୍ତି ଓ  ଆରାମ କରିପାରିବାର କ୍ଷମତା, ପରସ୍ପରର ବିରୋଧି ନୁହଁନ୍ତି । ତାଙ୍କର ବ୍ୟାଖ୍ୟାଗୁଡ଼ିକ ସବୁବେଳେ ପ୍ରାଞ୍ଜଳତାର ନମୁନା ଥିଲା ।ହେଲେ ଏହା ସ୍ପଷ୍ଟ ଥିଲା ଯେ, ସେ ନିଜର ବ୍ୟାବହାରିକ ଅନୁଭୂତିଗୁଡ଼ିକୁ ଓ ଦର୍ଶନଶାସ୍ତ୍ର ଅଧ୍ୟାପନାର କ୍ଷମତାକୁ, ନିଜର ସବୁଠାରୁ ନ୍ୟୁନତମ ସିଦ୍ଧି ବୋଲି ଭାବୁଥିଲେ । ସେ ହିଁ ମୋତେ, ଆତ୍ମସମ୍ମାନ ନ ହରାଇ ଓ ହୃଦୟହୀନ ଔଦାସ୍ୟର ବୋଧ ପ୍ରଦାନ ନକରି, କିପରି ବନ୍ଧୁମାନଙ୍କର କୃତ୍ରିମ ଅନୁଗ୍ରହଗୁଡ଼ିକୁ ଗ୍ରହଣ କରିହୁଏ, ତାହା ଶିଖାଇଥିଲେ । 

୯. ସେକ୍ସଟସ୍ ଙ୍କ ପାଖରେ ମୁଁ  ଅନେକ ଭାବରେ ୠଣି । କରୁଣା ଓ ପିତୃତୁଲ୍ୟ କର୍ତ୍ତୃତ୍ତ୍ୱ ସହିତ ପରିବାରର ଶାସନ କରିବା, 'ପ୍ରାକୃତିକ ଜୀବନ'ର ଅସଲ ଅର୍ଥ, ଅଣ-ଆତ୍ମସଚେତନ ଭାବରେ ମହତ୍ତ୍ୱ ବଜାୟ ରଖିବା, ନିଜର ବନ୍ଧୁମାନଙ୍କର ସ୍ୱାର୍ଥରକ୍ଷା ପାଇଁ ସହଜାତ ଉଦବେଗ, ଓ ବିଦ୍ୟାନବୀସ୍ ତଥା ସ୍ୱପ୍ନଦର୍ଶୀ ମାନଙ୍କ ପ୍ରତି ଏକ ଉତ୍ତମଗୁଣଜାତ ଧୈର୍ଯ୍ୟ - ଏ ସମସ୍ତ ମୁଁ ତାଙ୍କଠାରୁ ଶିଖିଲି । ପ୍ରତି ବ୍ୟକ୍ତି ପାଇଁ ଯଥାର୍ଥ ସୌଜନ୍ୟ, ଯେ କୌଣସି ଚାଟୁଠାରୁ ବଳି ତାଙ୍କର ସଙ୍ଗକୁ ଅଧିକ ଶକ୍ତିଶାଳୀ ଭାବରେ ଆକର୍ଷଣୀୟ କରୁଥିଲା । ତାଙ୍କର ଆଚରଣ ବ୍ୟାପକ ଓ ଧାରାନୁକ୍ରମିକ ଭାବରେ ଜୀବନର ଆବଶ୍ୟକୀୟ ନିୟମଗୁଡ଼ିକୁ ନିର୍ଦ୍ଧାରିତ ଓ ନିୟମବଦ୍ଧ କରୁଥିଲା । ସେ କେବେ କ୍ରୋଧ କିମ୍ବା ଅନ୍ୟ କୌଣସି ଚିତ୍ତବୃତ୍ତି ପ୍ରକାଶ କରୁନଥିଲେ । ସମ୍ପୁର୍ଣ୍ଣ ଭାବରେ ସ୍ଥିତପ୍ରଜ୍ଞ ହୋଇ ମଧ୍ୟ, ସେ ଦୟାପୂର୍ଣ୍ଣ ଅନୁରାଗ ଓ ସ୍ନେହରେ ପୂର୍ଣ୍ଣ ଥିଲେ । କାହା ପାଇଁ ତାଙ୍କର ପ୍ରଶଂସା ସେ ଶାନ୍ତ ଓ ଅଣଦର୍ଶନୀୟ ଭାବରେ ପ୍ରକାଶ କରୁଥିଲେ । ସେ କେବେ ନିଜର ଜ୍ଞାନକୋଷ ପ୍ରମାଣ ପ୍ରଜ୍ଞାର ପ୍ରଦର୍ଶନ କରୁନଥିଲେ ।

୧୦. ସମୀକ୍ଷକ ଆଲେକ୍ଜାଣ୍ଡାର୍ ମୋତେ ଅଯଥା ଦୋଷଦର୍ଶୀ ନ ହେବା ପାଇଁ କିପରି ସଚେତନ ରହିବ, ସେ କଥା ଶିଖାଇଲେ । ସେ ଏହି କଥା ମଧ୍ୟ ଶିଖାଇଲେ ଯେ, ଖରାପ ବ୍ୟାକରଣ, ପ୍ରାଦେଶିକତା, ଭୁଲ ଉଚ୍ଚାରଣ ଇତ୍ୟାଦି ପାଇଁ ଲୋକଙ୍କର କଟୁତାର ସହିତ ସଂଶୋଧନ କରିବା ଅନୁଚିତ । ସଠିକ ଅଭିବ୍ୟଞ୍ଜନ, କୁଶଳତାର ସହିତ ନିଜର ଉତ୍ତରରେ, କିମ୍ବା ତାଙ୍କର ଭାବନା ସହିତ ସହମତି ବ୍ୟକ୍ତ କରୁଥିବା ସମୟରେ, ଅବା ସେହି ବିଷୟରେ ଏକ ବନ୍ଧୁତ୍ତ୍ୱପୂର୍ଣ ଆଲୋଚନାରେ (ଶବ୍ଦ ବିନ୍ୟାସ ବିଷୟରେ ନୁହେଁ), କିମ୍ବା ଅନ୍ୟ କୌଣସି ଉପଯୁକ୍ତ ଉପାୟରେ ପ୍ରଦର୍ଶିତ କରାଯାଇପାରେ । 

୧୧. ମୋର ପରାମର୍ଶକ ଫ୍ରଣ୍ଟୋଙ୍କଠାରୁ ମୁଁ ଶିଖିଲି ଯେ, ଦ୍ୱେଷ, ଧୂର୍ତ୍ତତା ଓ ଦୋମୁହାଁପଣ ନିରଙ୍କୁଶ କ୍ଷମତାର ସାଥୀ ଅଟେ । ମୁଁ ତାଙ୍କଠାରୁ ଏହା ମଧ୍ୟ ଶିଖିଲି ଯେ, ଆମର କୁଳୀନ ପରିବାରମାନଙ୍କଠାରେ ପ୍ରାୟତଃ ସାଧାରଣ ମାନବତାର ଅନୁଭବ ଓ ଭାବବୋଧଗୁଡ଼ିକର ଘୋର ଅଭାବ ରହିଛି ।

୧୨. ପ୍ଲାଟୋ-ବାଦୀ ଆଲେକ୍ଜାଣ୍ଡାର, ବାର୍ତ୍ତାଳାପ ଓ ପତ୍ରାଳାପ ବେଳେ 'ମୁଁ ବ୍ୟସ୍ତ ଅଛି' ବୋଲି ଏପରି ବାରମ୍ବାର ବ୍ୟବହାର କରିବା ବିରୁଦ୍ଧରେ, ସଚେତନ କରାଇଲେ । ଏପରି ବ୍ୟବହାର ପ୍ରକୃତରେ ଅତ୍ୟନ୍ତ ଆବଶ୍ୟକ ଥିଲେ ହିଁ କରିବା କଥା । ନିଜ ବ୍ୟାପାରକୁ ନେଇ ଜଣେ ବ୍ୟଗ୍ର ଅଛି ବୋଲି ସମାଜ ପ୍ରତି ନିଜର ଦାୟିତ୍ତ୍ୱ ପରିହାର କରିବା କଥା ନୁହେଁ ।

୧୩. ଷ୍ଟଇକ୍ କାଟାଲସ୍ ମୋତେ କୌଣସି ବନ୍ଧୁଙ୍କର ଭର୍ସନାକୁ (ଅଯୌକ୍ତିକ ହେଲେ ମଧ୍ୟ) ହାଲକା ଭାବରେ ନନେବା ପାଇଁ ଓ ବନ୍ଧୁଙ୍କର ଅନୁଗ୍ରହ ପୁଣି ଥରେ ପ୍ରାପ୍ତ କରିବା ପାଇଁ ନିଜର ସର୍ବୋତ୍ତମ ପ୍ରଚେଷ୍ଚା କରିବା ନିମନ୍ତେ ପରାମର୍ଶ ଦେଲେ । ସେ ମୋତେ (ଡୋମିସିଅସ୍ ଓ ଏଥେନୋଡୋଟସ୍ ଙ୍କର ସ୍ମୃତିଚାରଣରେ ପାଠକଲା ଭଳି) ମୋର ପ୍ରଶିକ୍ଷକମାନଙ୍କର ଗୁଣକୀର୍ତ୍ତନ କରିବା ପାଇଁ ମଧ୍ୟ ପ୍ରବର୍ତ୍ତାଇଲେ । ସେ ମୋତେ ନିଜର ପିଲାମାନଙ୍କ ପାଇଁ ଅକପଟ ଅନୁରାଗ ପୋଷଣ କରିବାକୁ ମଧ୍ୟ ଶିଖାଇଲେ ।

୧୪. ମୁଁ ମୋର ଭ୍ରାତା ସିଭରସ୍ ଙ୍କ ଠାରୁ ନିଜର ବନ୍ଧୁବାନ୍ଧବଙ୍କୁ ପ୍ରୀତି କରିବା ତଥା ସତ୍ୟ ଓ ନ୍ୟାୟକୁ ଭଲ ପାଇବା ଶିଖିଲି । ତାଙ୍କ ଦ୍ୱାରା ହିଁ ମୁଁ ଥ୍ରାସିଆ, କେଟୋ, ହେଲଭିଡ଼ିଅସ୍, ଡିଅନ୍ ଏବଂ ବ୍ରୁଟସ୍ ଙ୍କୁ ଜାଣିଲି । ତାଙ୍କ ଯୋଗୁ ମୁ ଁସମତା ଓ ସ୍ୱାଧୀନ ମତପ୍ରକାଶ ଉପରେ ପର୍ଯ୍ୟବେଷିତ ଏକ ସମାଜ ତଥା ନିଜର ପ୍ରଜାମାନଙ୍କର ସ୍ୱାଧୀନତାକୁ ନିଜର ମୂଳ ଅଭିପ୍ରାୟ ଭାବରେ ଦେଖୁଥିବା ରାଜ୍ୟର ପରିକଳ୍ପନା ସହିତ ପରିଚିତ ହେଲି । ସେ ମୋତେ ଦର୍ଶନର ନିରପେକ୍ଷ ଓ ବୀତରାଗ ଗୁଣଗ୍ରାହୀତା ଶିଖାଇଲେ । ସେ ଆହୁରି ମଧ୍ୟ ମୋତେ ନାନାଦି ସତ୍କର୍ମ, ଉଦାରତା, ଉତ୍ସାହପୂର୍ଣ୍ଣ ମେଜାଜ୍, ତଥା ନିଜର ବନ୍ଧୁମାନଙ୍କ ପ୍ରତି ଅନୁରାଗ ପ୍ରତି ଦୃଢ଼ବିଶ୍ୱାସ ରଖିବା ଶିଖାଇଥିଲେ । ସେ ଅବକ୍ର ଭାବରେ ନିନ୍ଦା କରୁଥିବାର ମୋର ସ୍ମରଣ ଅଛି । ସେ ନିଜ ବନ୍ଧୁମାନଙ୍କୁ ସରଳ ଭାବରେ ନିଜର ପସନ୍ଦ ଓ ନାପସନ୍ଦ ବିଷୟରେ ଜଣାଇଦେଉଥିଲେ । 

୧୫. ଆତ୍ମନିୟନ୍ତ୍ରଣ, ଉଦ୍ଦେଶ୍ୟ ପ୍ରତି ନିଷ୍ଠା, ରୋଗବଇରାଗ ତଥା ଅନ୍ୟାନ୍ୟ ଦୁର୍ଭାଗ୍ୟରେ ପ୍ରଶାନ୍ତ ରହିବା ମୁଁ ମାକ୍ସିମସ୍ ଙ୍କଠାରୁ ଶିକ୍ଷାକଲି । ତାଙ୍କର ଚରିତ୍ର ଗାମ୍ଭିର୍ଯ୍ୟ ତଥା ମୋହକତାର ଏକ ପ୍ରଶଂସନୀୟ ସଞ୍ଜୋଗ ଥିଲା । ସେ ନିଜର ସମସ୍ତ କର୍ତ୍ତବ୍ୟ ବିନା ଆଡମ୍ବରରେ, ନୀରବ ଭାବରେ ନିର୍ବାହ କରୁଥିଲେ । ସେ ସମସ୍ତଙ୍କୁ ଏହା ପ୍ରତୀତ କରୁଥିଲେ ଯେ, ସେ ତାଙ୍କର ବାକ୍ୟ ଓ ଚିନ୍ତା ତଥା ବିଶ୍ୱାସ ମଧ୍ୟରେ, ଏବଂ ତାଙ୍କର ବିରାର ତଥା ଆଚରଣ ଭିତରେ ସାମ୍ୟ ଥିଲା । ସେ କେବେ ବିହ୍ୱଳ ହେବା କିମ୍ବା ଭୀତ ହେବା ଜଣା ନଥିଲା ।  ସେ କେବେ ତରତର ହେଉନଥିଲେ କିମ୍ବା ବିଳମ୍ବ ମଧ୍ୟ କରୁନଥିଲେ । ସେ କେବେ ଇତସ୍ତତଃ ହେବା ଜଣାନଥିଲା । ସେ କେବେ ନୈରାଶ୍ୟ କିମ୍ବା ମିଥ୍ୟାନନ୍ଦକୁ ପ୍ରଶୟ ଦେଉନଥିଲେ । କ୍ରୋଧ ଏବଂ ଇର୍ଷା ତାଙ୍କ ଉପରେ ଆଦୌ ପ୍ରଭାବ ବିସ୍ତାର କରିପାରୁନଥିଲେ । ତାଙ୍କର ଆଚରଣ ଦୟାଶୀଳତା, ସହାନୁଭୁତି, ତଥା ଶୁଦ୍ଧତା ଯୋଗୁଁ ଏପରି ଦୃଶ୍ୟାମାନ ହେଉଥିଲା, ଯେପରିକି ଏପରି ଉଦାର ଚରିତ୍ର ଅଭ୍ୟାସ ନୁହେଁ, ବର‌ଂ ପ୍ରକୃତିର ଫଳଶୃତି ଅଟେ । ସେ କେବେ କାହାକୁ ନୀଚ୍ଚ ଦେଖାଇଲା ଭଳି ଆଚରଣ କରୁନଥିଲେ । ମାତ୍ର କେହି ତାଙ୍କର ମର୍ଯ୍ୟାଦାର ଉଲ୍ଲଙ୍ଘନ କରିବା ମଧ୍ୟ ଅସମ୍ଭବ ଥିଲା । ଏଥିସହିତ ସେ ଅତି ପ୍ରୀତିପ୍ରଦ ଭାବରେ କୌତୁକପ୍ରିୟ ମଧ୍ୟ ଥିଲେ । 

ଅନୁବାଦକୀୟ ଟୀକା - ଗ୍ରୀକ ଓ ବିଶ୍ୱ ଦର୍ଶନ କ୍ଷେତ୍ରରେ ପ୍ରାଚୀନ ରୋମର ଚିନ୍ତକ ୧୬ତମ ସମ୍ରାଟ ମାର୍କସ ଅରିଲସ (୧୨୧-୧୮୦ ଖ୍ରୀଷ୍ଟାବ୍ଦ) ଙ୍କର ଗ୍ରନ୍ଥ ମେଡିଟେସନସ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଷ୍ଟଇକ୍ ଦର୍ଶନ ପରମ୍ପରାର ଏକ କ୍ଲାସିକ୍ ଭାବରେ ଏହାକୁ ଗଣାଯାଏ । ପୃଥିବୀସାରା ଏବେ ଷ୍ଟଇକ୍ ଦର୍ଶନ ପରମ୍ପରାର ପୁନରୁତ୍ଥାନ ଘଟୁଅଛି । ଗ୍ରନ୍ଥଟିର ଅନୁବାଦଟି ମୂଳ ଗ୍ରୀକ ଭାଷାର ଦୁଇଟି ଭିନ୍ନ ଭିନ୍ନ ଇଂରାଜୀ ଭାଷାନ୍ତରର ସାହାଯ୍ୟ ନେଇ କରାଯାଇଅଛି । 

Sunday, June 13, 2021

From hada to sistam

Reading Land and People in Bijapur

Sailen Routray 


There has been an academic division of labour in India regarding agriculture as a field of study. The study of agriculture has primarily received the attention of economists. Much of it has been framed within the mode of production debate in the context of the capitalist transformation of Indian agriculture. The anthropological study of rural India has left issues of political economy unattended.

This has been reflected in the neglect of agriculture as a field of study by the discipline and the relatively marginal presence of the subfield of sociology/social anthropology of agriculture in India. The book Harbingers of Rain (HoR), by social anthropologist A. R. Vasavi, therefore, fills in an important gap in literature.

It provides an anthropological critique of the economism implicit in the academic discourse about agriculture by exploring the agricultural cosmology of the people in Bijapur in North Karnataka. It looks at the history of droughts and famines in the region and the ways in which traditional provisioning systems had tried to respond to such periods of ecological and human stress.

HoR also maps the official discourse that constructs Bijapur as ‘drought-prone’ and therefore, in need of ‘development’ and state intervention. The book then locates the interface of the ‘development regime’ with the life world of people in Bijapur, and tries to frame the emergent cultural forms based on the Geertzian premise of the necessity of analytical disjunction between culture and social structure.

HoR can be located within a web of interlinked academic discourses. It can be framed within the discourse of post-coloniality, especially surrounding the theorization of hybridity and can be retrospectively seen as foreshadowing Akhil Gupta’s work on hybridity of agricultural practices. Since it counter-posits  local, context specific, ‘appropriate’ knowledge of the ‘agro-cultural’ systems against the uniform, ‘scientific’ knowledge of the agricultural extension bureaucracy, it can also be located in the contemporary discourse surrounding local/indigenous knowledge.

HoR also takes certain methodological debates forward. There has been a long-standing debate in Indian social anthropology about the validity, or otherwise, of ‘the village’ as an object of study and as a unit of analysis. By explicating the common (although rapidly modifying) ideological contours of the life world of the villagers, it makes a case for redefining ‘the village’ as a valid site for anthropological work. By locating the village within the large ‘field’ of the region (Bijapur), the author attempts to historicize the cosmology and life-world of the people.

This volume frames the agricultural cosmology of the region of Bijapur in terms of three underlying precepts. They are bhumi guna (soil characteristics), hada (appropriateness), and hulige (bestowed abundance).  These precepts give primacy to ‘a homological and analogical relationship between natural and social contexts, objects and processes.'

The principles of substantialism and context-specificity underlie these percepts. The principle of substantialism posits the existence of essences as the substratum of phenomena. These concepts make for a larger cosmological complex that links the land, the crops, the seasons and the rains, with the people and their actions and their social transactions. These precepts also link up the various communities of the region (‘low-caste’ pastoralists, Lingayat agriculturists and Muslims) into one coherent, communal matrix of rainmaking.

According to the precept of bhumi guna (soil characteristics), particular kinds of land in Bijapur have particular kinds of properties, and they lend themselves for particular practices. The land is divided into principally three categories, yere, maadi and thota based on the kind of crops they support and the climatic periods they are best suited for.

The precept of bhumi guna is intimately linked with that of hada or appropriateness. Hada governs the matrix of agricultural practices through the formulation of appropriateness regarding the proper period of time, condition etc. This precept links the quality of the soil, rains and that of the crops in a web of context-specific agricultural interventions that must be learnt and creatively used.

Although hulige has the connotations of productivity, it is not economic in nature; rather it is a sacralized notion of abundance. Hulige is encoded into the socio-agricultural landscape by the various rituals that link the natural with the social in one large cosmic complex. This cosmology is posited as having undergone erosion in the recent past.

But it is not very clear from the book, whether there have been any significant markers in such a process of erosion. There is also the absence of the pastoralists’ cosmologies surrounding agriculture. The book thus buys into the dominant paradigm of looking into agriculture through the lens of settled cultivation.

But the discourse surrounding the socio-agricultural region of Bijapur is a contested terrain. By the ‘outsiders’ it has always been perceived, and discursively created, as a marginal area. But until very recently, the people of the region saw the region as karinadu, the land of fertile black soil and of virtuous, hardworking agriculturists.

A. R. Vasavi 

After the British conquest of Bijapur, the region saw a series of droughts and famines the memory of which have seeped into folk memory. The culture and the social structure of the region have been shaped through a process of adjustment to such climatic events. The provisioning in times of ecological stress like droughts was embedded in the social structure and the instruments of statecraft that had grown in response to them.

The local elites consolidated their power through a process of resource augmentation for the poor in times of stress. The British drastically transformed such systems by changing the local balance of power. As a result, people started losing their coping abilities. The British provisioning of relief was not very successful because it did not take into account factors like caste taboos, general social sanctions related to accepting relief regarding loss of status etc.

But by the beginning of the last century (incidentally the time when the seeds of the developmental state were being sown) relief started becoming culturally more acceptable. Now it is seen as a right that the state has to guarantee. But this is not conceptualized in the book in the context of the growth of the developmental state in India.

Linked to these processes of transformation, have been changes in the provisioning system. Contemporary communal provisioning mechanisms in this context include the systems of dasoha, aya and dana. Dasoha stems from the religious practices of Virasaiva sect as practiced by the Lingayats, the dominant caste in the region. It involves communal partaking of food after it has been offered to the various village deities in the month of Shravana (July-Aug). People across caste groups are involved.

Aya is like the baluta system in Maharashtra. In the aya system families receive food and land for cultivation from the landed families for services rendered to the village. Dana involves voluntary gifts of grain to the laboring and service castes during the times of harvest. Both dana and aya transactions take place during harvest time.

Therefore, it is only dasoha that seems to mitigate resource stress during times of recurrent and periodic scarcity to any significant extent. These systems are also not geared towards tiding over times of ecological stress and moreover ‘are premised on cultural codes’. Thus, these provisioning systems cannot be said to constitute a ‘moral economy’.

Because of the hierarchy implicit in aya and dana transactions, they are being substantively challenged by the ‘lower’ castes now. This challenge by the ‘lower’ castes is not articulated properly in the volume. The impact of the changing caste dynamics, and the ways in which the changing patterns of migration of the ‘lower’ castes influence agricultural practices, are not explored thoroughly by the book.

The relief apparatus of the state has taken over the earlier provisioning systems. This has been linked to the discursive creation of Bijapur as a backward, drought-prone district that needs the interventions of the developmentalist state. The growth and the acceptance of the relief dispensing apparatus have been accompanied by the growth and acceptance of the ‘knowledge’ and ‘power’ of the Agricultural Extension Service.

The acceptance of green revolution technology by farmers in the region has not been a simple matter of technological appropriation. This has involved significant changes in the agricultural cosmology as well. Utpati or increase in production has begun to supplant hulige, and sistam (or being systematic according to the canons of ‘modern’ and ‘scientific’ agriculture) has begun to replace the precept of appropriateness – or hada.

This has been linked to two parallel processes. On the one hand it has meant the growing capitalist penetration of agriculture in Bijapur and a set of attendant structural changes contingent upon local factors. On the other hand, it has meant the creation of subjectivities that are being shaped by the developmentalist state and the market characterized by being sistam for the creation of utpati.

But the challenge to local cosmologies has not gone unchallenged. The ‘sistamized’ state subjects of Bijapur have been part of a process of creation of a discourse of ‘hybridity’ that comments, and discursively challenges, the politico-cultural changes sweeping the countryside. The older folk of the region characterizes the contemporary period as ‘hybrid times’, and the contemporaneous people as ‘hybrid people’ who have lost their former wholeness.

This is symbolized, for example, by the non-usage of hybrid seeds for ritual purposes. But it might be inappropriate to characterize this discourse as resistance, as there is growing disjunction between these rituals and the social structure in which they are embedded. It is in contexts like this that the book’s emphasis on the need to have an analytical disjuncture between social structure and culture stands validated.

HoR does not substantiate the supposed capitalist transformation of the countryside of Bijapur with substantive quantitative data and analysis. Despite attempts to be inclusive in the representation of the voices of various communities, it gives prominence to the life-world of the landowning communities.  Moreover the ecological context of agriculture is treated as a given and the conceptual difficulties of positing a clear-cut distinction between the cultivated and the wild in the Indian context are not explored satisfactorily.

Despite these limitations, the book marked a definite methodological advance when it was first published 22 years back. It has also created a disciplinary space for the study of agriculture in Indian social anthropology. It explores aspects of Indian society that very few social anthropologists have explored even now. It has become a classic sociological/anthropological study of rural India, and is a must read for anyone interested in the classic questions related to continuity and change in Indian society.

Bibliographic DetailsA. R. Vasavi. Harbingers of Rain: Land and Life in South India. New Delhi: Oxford University Press. 1999.  178 pp. Notes, appendices, glossary, bibliography, index.

Friday, June 11, 2021

ଛତା ନେଇ କାମକୁ

ବିନୋଦ କୁମାର ଶୁକ୍ଲା

ଅନୁବାଦକ - ଶୈଲେନ ରାଉତରାୟ


ବ୍ରୁକ୍ଲିନ୍, ନ୍ୟୁୟର୍କର ଫ୍ଲଏଡ଼୍ ବେନେଟ୍ ଉଡାଜାହାଜ ପଡ଼ିଆର ଏକ ପରିତ୍ୟକ୍ତ କୋଠାର ଗ୍ରାଫିଟି (୨୦୨୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍
 
ମୁଁ ଛତା ନେଇ କାମକୁ ଯାଏ
ବହୁତ ଖରା
ବରଷା ପାଇଁ ମେଘ ନାଇଁ
ଛାଇ ପାଇଁ ବି ମେଘ ନାଇଁ
ଖରାରୁ ରକ୍ଷା ପାଇବାକୁ
ମୁଁ ଛତା ନେଇ କାମକୁ ଯାଏ ।
ଛତାର ଛାଇର ମୋର ବାଦଲ
ନିଜର ଏଇ ବାଦଲର ଛତାକୁ ଧରି ମୁଁ ଯାଏ ।
ବହୁତ ଭୁଲାମନ ମୁଁ 
କେଉଁ ଗଛ, ଉଚ୍ଚ ଚଟାଣ, କେଉଁ ଘରର ଦିୱାଲ୍
ଦରଜା, ଦୁଆରବନ୍ଧର ଛାଇରେ
ନିଜର ଛତାକୁ
ମୁଁ ବାରମ୍ବାର ଭୁଲି ଆସେ
ଅପରିଚିତ, ପରିଚିତ, ଆତ୍ମୀୟ, କେଉଁ ଛାଇରେ
ନିଜର ଭୁଲା ଛତା ପାଇ ଯାଏ, ଆଉ
ପାଇ ଚାଲିଥାଏ ।

ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍‌-ରିଆଲିଜମ୍‌ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟକୃତି ଓ କବିତାଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର୍ କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍‌କି ରହ୍‌ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

Thursday, June 10, 2021

Tegucigalpa

Sailen Routray


Pudong, Shanghai, China
Photo Credit - Wikimedia Commos

Have you been to Tegucigalpa, Silu bhai?
Tegucigalpa?
from Bhubaneswar to Bombay,
from Bombay to Sao Paulo,
from Sao Paulo to the city of dreams,
and from the city of dreams to
Tegucigalpa.
 
The sky like the shadow
of a hundred and seventeen year old champa tree;
the smile of the locals smooth like
the cheeks of Madhu Sapré;
and heavy like their middle-aged exiles
in Sao Paulo; a little like your moustache Silu bhai;
it is there, but not quite.
 
The applique work of the tribals;
quarter-ripe dreams;
frankies of tortillas and shredded pork;
toy toilet pans as small as ones left thumb;
one can get everything in Tegucigalpa.
What should I have got for you?
 
There,
poems carry the shadows
of the masculinities of rivers;
slippers dancing on the breeze over garbage dumps
carry the touch of the feet of Jisu. 
Can you see Tegucigalpa Silu bhai?
Tegucigalpa?
 
Note: A slightly different version of this poem was earlier published in the bilingual literary journal 'Pratilipi'.

Sunday, June 6, 2021

ରେଭେନ୍ସାର ଖାନା

ଶୈଲେନ ରାଉତରାୟ


ରେଭେନ୍ସାର ପୂର୍ବ ଛାତ୍ରାବାସର ଆଲୋକଚିତ୍ର (ଅପ୍ରେଲ ୨୦୨୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦିନ ଥିଲା, କଲେଜେ କହିଲେ ନୋକେ ବୁଝୁଥିଲେ ଗୋଟିଏ ଜେଗା - କଟକର ରେଭେନ୍ସା । ତା'ର କାରଣ ବି ଥେଲା । ଏ ରାଇଜ ସାରା (କହିବାକୁ ଖାଲି ରାଇଜ - ପକୃତରେ ଥେଲା ବାର ଭାଇଙ୍କର ଇଜିମାଇଲି ଗାଡ଼ିଆ), ମାନେ କୁଜଙ୍ଗରୁ କୁଚିଣ୍ଡା ପର୍ଯ୍ୟନ୍ତ, ଜଶୀପୁରରୁ ଲକ୍ଷ୍ମୀପୁର ଯାଏଁ ବ୍ୟାପିଥିବା ଓଡିଆଭାଷୀ ଅଞ୍ଚଳରେ ଥିଲା ଗୋଟିଏ କଲେଜେ - ରେଭେନ୍ସା କଲେଜେ ।

ପ୍ରସିଦ୍ଧ କଥାକାର ବସନ୍ତ ଶତପଥୀ ୧୯୩୩ ମସିହାରେ ରେଭେନ୍ସାରେ ବୃତ୍ତିଧାରୀ ଛାତ୍ର ଭାବରେ ପଢ଼ିବାକୁ ଆସିଲା ବେଳକୁ ୧୮୬୮ ମସିହାରେ ଛଅ ଜଣ ପିଲାଙ୍କୁ ଧରି ଖୋଲାଯାଇଥିବା ଇଣ୍ଟରମେଡିଏଟେ କଲେଜେରେ ସେତେବେଳକୁ ଇଂରେଜିରେ ଏମ୍.ଏ. ଖୋଲି ସାରିଥିଲା । ଆଇ.ଏ. ରେ ବସନ୍ତ ବାବୁଙ୍କର ବିଷୟ ଥିଲା ଇତିହାସ, ଲଜିକ୍, ସଂସ୍କୃତ । ରହୁଥିଲେ ଇଷ୍ଟ୍ ହଷ୍ଟେଲରେ ।

ହଷ୍ଟେଲରେ ସକାଳ ଜଳଖିଆରେ ମିଳୁଥିଲା ଚାରିଟା ପୁରୀ ଓ ତରକାରୀ । ଦିନବେଳା ଆମିଷ ଖାଉଥିବା ଲୋକଙ୍କ ପାଇଁ ସବୁଦିନ ମାଛ । ଶନିବାର ଦିନ ମାଂସ । ରାତିରେ କାନିକା । ଯେ ମାଂସ ନ ଖାଆନ୍ତି ତାଙ୍କ ପାଇଁ ରସଗୋଲା ଓ ଦିବ୍ୟ ଅନ୍ନ । ଉପରବେଳା ଜଳଖିଆ ଚାରିରୁ ଛଅଟା ଭିତରେ; ଖାଇବା ପାଇଁ ମୋହନଭୋଗ ନ ହେଲେ କାକରା । ହଷ୍ଟେଲେରେ ଥିଲା ମିଠା ଦୋକାନଟିଏ - ଯିଏ ଚାହିଁବ କିଣି କରି ଖାଇପାରିବ । ପୂଜାରୀ ଭାବରେ ଥିଲେ ଧନି, କେଶବ, ବେଙ୍ଗ । ସମସ୍ତଙ୍କ ପାଇଁ ପିତ୍ତଳ ଥାଳି, ଗିନା ଓ ଗିଲାସ ।

ପ୍ରତି ମାସର ଶେଷ ଶନିବାରରେ ହେଉଥିଲା ବିଶେଷ ମାସିକିଆ ରାଜକୀୟ ଭୋଜି । ପଲଉ । ପଲଉ ସହିତ ମାଂସର ଚପ୍, କଟଲେଟ୍ ଓ ଝୋଳ । ସାଧାଖିଆଙ୍କ ପାଇଁ ଛଅସାତ ଠା' ନିରାମିଷ ତରକାରୀ । ସେଥିରେ ବଢ଼ାହେଉଥିଲା ଦୁଇତିନି ଠା' ମିଠା ଓ ଖିରି । ସାଥିରେ କିସିମିସି ଦିଆ ଖଜୁରୀ ଖଟା ।

ହଷ୍ଟେଲେ ଖାଇବା ବାହାରେ ପାଟି ଟକଳେଇଲେ ବା ଭୋକ କଲେ ଆଶ୍ରା ହେଲା ଅନୁ ପାନ ଦୋକାନ ପାଖକୁ କୁଞ୍ଜିଆ ମିଠା ଦୋକାନ । ଚାରି ପଇସାରେ ଚାରୋଟି ରୁଟି ଭଳିଆ ବଡ଼ ବଡ଼ ଲୁଚି ଓ ପୁଡ଼ାଏ ଆଳୁଦମ । ତାଙ୍କ ଦୋକାନର ପାନ୍ତୁଆ ଅପୂର୍ବ । 

ବର୍ତ୍ତମାନର ନେତାଜୀଙ୍କ ମୂର୍ତ୍ତି ପାଖରେ ଗୁଜୁରାଟୀ ଦୋକାନରେ ମିଳେ ଗାଣ୍ଠିଆ, ସେଉ, ମହୀଶୂରପାଗ ମିଠା, ଚଟଣି ଆଉ ଚାହା । କଲେଜର ଆଦର୍ଶ ସ୍ଥାନୀୟ ଶିକ୍ଷକ, ଲାଇବ୍ରେରୀ ଓ ପାଠପଢ଼ା ସହ, ପିଲାଙ୍କୁ ବାନ୍ଧି ରଖୁଥିଲା ମନକୁ ଟାଣି ରଖିଲା ଭଳି ନାନା ପ୍ରକାରର ଖାଇବା ।

ଟୀକା: ଏହି କ୍ଷୁଦ୍ର ପ୍ରବନ୍ଧଟିର ଉପାଦାନ ୨୦୦୮ ମସିହାରେ ପ୍ରକାଶିତ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ 'ମନେପଡ଼େ' ରୁ ସ‌ଙ୍ଗୃହିତ । ବହିଟିର ସମ୍ପାଦକ ହେଲେ ସୁମନ୍ୟୁ ଶତପଥୀ ଓ ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ । ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି' ଛାପିଥିଲେ । 

Wednesday, June 2, 2021

Travel Without Arrival

Working in the New South Asia

Sailen Routray
 
Clockwork of the Holy Cross Church (2019)
Location: Dülmen, North Rhine-Westphalia, Germany
Photo Credit - Wikimedia Commons

I lived as a doctoral student in North Bangalore for six years, starting from 2005. Around the time I submitted my thesis, I joined a new university in the city where I worked as a Senior Lecturer. Its temporary campus was located in the southern outskirts of the city. I moved from one extremity of the city to the other. But, the shift was not merely geographical. 

Often when using the Yeshwantpur station near the institute where I was a student, one would often see women wearing brightly coloured cheap saris pouring out of the trains. After the first few such instances one realized that these women serviced the large textile industry that the city is a home to. Although the garment belt of the city extends through its southern and the western parts, the northern part of the city where one lived and studied had a good concentration of these as well. 

In contrast, the southern part of the city to which I shifted for work for three and half years, houses the IT and BPO industry that has created the image of Bangalore as the ‘Silicon Valley of India’. Both the industries employ comparable number of people and play important roles in the regional and national economy.

But, it is the IT-BPO industry that is central to the identity of the city, and sometimes has been used as a proxy surrounding globalization in India. The workers in the industry have been variously hailed as vanguards of the new service industries or India or have been slammed as cyber coolies or worse. More nuanced and fine-grained studies that can inform our understanding about this apparently new phenomenon in India have been non-existent till very recently. But slowly, some studies have started emerging that provide stories from the ground that help us make sense of the lives of people working in the industry without taking recourse to tired binaries.

Phone Clones by Kiran Mirchandani is a welcome addition to this bourgeoning literature. Based on one hundred interviews with workers in the cities of New Delhi, Bangalore and Pune, it frames its discussions around what it terms as ‘authenticity work’. The term authenticity has often been used in the context of production of art in particular and/or cultural production in general. But in the context of transnational service work, authenticity refers to the quality of the service provided, where the worker has to not only imitate the accent of the American customers but learn their cultural context as well, so that she can be pitch perfect in what the book calls ‘aesthetic labor’. 

Thus, through a paradoxical process, the Indian transnational service workers are able to do authenticity work by turning into cultural clones – phone clones. This aesthetic labour involves not only imitation of accents and learning elements of American popular culture, but also codes of professionalism, entrepreneurialism and productivism. 

A part of internalizing this code of professionalism involves dealing with racist abuse from the customers, and an intense scrutiny of time spent at work. The industry's need for workers to labour at night involves significant dislocations from the temporality that is naturally coupled with their geographical locations.   

For this reviewer, the principal question around which both Phone Clones and Answer the Call revolve is this – what are the dynamics of subjectivity that are at work through the contemporary processes of globalization that make for migration of services without the migration of the worker. Phone Clone more or less exclusively focuses on the ways in which transnational service providers in the BPO industry in India fashion their subjectivities in the services of global capital. 

Answer the Call (Henceforth referred to as ATC) argues that as the transnational service providers carry the mechanism of space-time compression quivering on their vocal cords, virtual migration (through time, through checkered geographies between first and third world zones, and through virtual spaces between the workers and the customers) is not only crucial for carrying on their work, it has significant implications for the personal and cultural subjectivities of the workers and their societies as well. 

The authors of ATC use the concept of ‘orientation’ to argue that the impacts on the workers and their societies is due to the specific ways in which they start getting ‘oriented’ towards the social mores and cultural calendar of America and decoupled from their local time and events. But this time travel has no arrival in sight.

This process of virtual migration involves, amongst other things, taking on new names that are light on American ears and withdrawing affections from those who are close at hand. The authors of ATC argue that this process involves the interpenetration of America into India, and a certain fraying of the edges of national identity. 

This process produces ruptures between the country’s past and future, by loosening the glue between generations. New joiners in these sectors often start earning more than their parents, and often move out to lead independent lives. 

These processes also end up producing modern consuming subjects through objects like expensive mobile  phones and company-gifted credit cards. They also produce checkered geographies where first world zones built to service global capital cut through the labyrinths of interconnected third world spaces.

Here let us take a detour and set up a hypothetical example of a serious doctoral student of American literary fiction in a mid-rung university in a city like Pune or Hyderabad who is immersed in mid-twentieth century American novels, is working towards a PhD dissertation on Saul Bellow, teaches American literature to undergraduate students as a temporary lecturer, and contributes occasional pieces for low ranking Anglo-American academic journals. He is a service provider of some sorts (in both national and international markets), works under a neoliberal regime (temporary job), and is oriented towards a significant aspect of contemporary American culture. 

How do we make sense of the subjectivity of such a worker? I would want to argue that it’s only when we compare the lives of BPO workers from Bangalore who are oriented towards Super-bowl with literature students from Hyderabad who are oriented towards discourse analysis that insightful and productive explanations, frameworks and theories that illuminate the experiences of people from the Global South can start emerging.

If the concerns at hand are forms of work and the subjectivities that are engendered by labour, perhaps an ‘old’ sector such as textiles provides a good counterpoint to a relatively new one such as BPO. The book Globalization, Employment and Mobility (henceforth referred to as GEM) could have provided such a vantage point, but is unfortunately unable to do so due to its exclusive quantitative focus. 

The book focuses on the textile sector in South Asia and tells the story of labour reform in important textile countries of the region such as India, Pakistan, Bangladesh and Sri Lanka. By detailing the experiences in these countries through the ten articles collected in the volume, it demonstrates the variety of experiences of labour law reforms and the impacts these processes have had over the textile sector in the region. 

There seems to be wide intra and inter regional variations regarding labour practices with the northern and western parts of the region (such as North-West India and Pakistan) being dominated by male workers whereas in the East and the South (for example in Bangladesh and Bangalore) women have an important role to play in production processes. 

But we do not have any robust explanations of such cultural variations. Nor does the volume offer any insights into how the gendered nature of textile work shapes subjectivities of workers. Perhaps, this is an unfair critique as the focus of GEM relates to the economics of textile labour only. 

But we need to urgently understand the ways in which our histories and geographies, especially of our cities, comingle, and our personal subjectivities and the images of the cities start over-determining each other. For this to happen, what is perhaps needed in the present context is an old-fashioned, promiscuous mixing of methods; a marriage of methods, where hardnosed quantitative analysis, instead of merely providing the macro-context, illuminates the personal, and where the minutiae of finely textured qualitative descriptions, instead of just proving nuance, provide the foundational theoretical and analytical structure for cracking ‘big data’.

Note: A marginally different version of this piece was first published in 2012 in the academic journal Contemporary South Asia (Volume 25; Issue 4; Pages 456-458) in 2017. The relevant DOI number is: https://doi.org/10.1080/09584935.2016.1234167

Bibliographic Details: 

Kiran Mirchandani. 2012. Phone Clones: Authenticity Work in the Transnational Service Economy. Ithaca and London: Cornell University Press. 174+x pages. 

Aimee Carrillo Rowe, Sheena Malhotra, and Kimberlee Pérez. 2011. Answer the Call: Virtual Migration in Indian Call Centres. Minneapolis and London: University of Minnesota Press. 242+xi pages. 

Hiroshi Sato and Mayumi Murayama (Editors). 2008. Globalization, Employment and Mobility: The South Asian Experience. Basingstoke and New York: Palgrave Macmillan. 319+xiv pages. 

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...