Wednesday, January 18, 2023

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅପ୍ରମାଦ ବର୍ଗ  ୧-୨

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍


ଓଡ଼ିଆ ପଦ୍ୟାନୁବାଦ


ଅପ୍ରମାଦ ଅଟଇ ଯେ ଅମୃତର ପଦ ।
ମୃତ୍ୟୁପଦ ଅଟଇ ନିଶ୍ଚିତରେ ପ୍ରମାଦ ।।

ଅପ୍ରମାଦ ଗୁଣଯୁକ୍ତ ବ୍ୟକ୍ତି ମରେ ନାହିଁ ।
ପ୍ରମାଦଯୁକ୍ତ ମରିଲା ପ୍ରକାରେ ବଞ୍ଚଇ ।୧।

ଅପ୍ରମାଦ, କୁଶଳୀ ଜନେ ବିଶେଷେ ଜାଣି  ।
ଆଚାର୍ଯ୍ୟମାନଙ୍କ ମାର୍ଗରେ ରତ ହୋଇ ପୁଣି ।
ଅପ୍ରମାଦେ  ପ୍ରମୋଦିତ ହୁଏ  ସେହୁ  ଜ୍ଞାନୀ ।୨। 

ମୂଳ ପାଲି ପଦ


ଅପ୍ପମାଦୋ ଅମତପଦଂ ପମାଦୋ ମଚ୍ଛୂନୋ ପଦଂ ।
ଅପ୍ପମତ୍ତା ନ ମୀୟନ୍ତି ଯେ ପମତ୍ତା ଯଥା ମତା ।୧।

ଏତଂ ବିସେସତୋ ଞତ୍ୱା ଅପମ୍ମାଦମ୍ହି ପଣ୍ଡିତା ।
ଅପ୍ପମାଦେ ପମୋଦନ୍ତି ଅରିୟାନଂ ଗୋଚରେ ରତା ।୨।


ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

Sunday, January 15, 2023

What lies between the night and the morn?

Sailen Routray



Of late I have started going back to a few authors who I started reading as an adolescent and never have gone back to properly. One of them is Kahlil Gibran. Recently I read 'Between Night & Morn' by him. It was the first time I read the book though.

It is a miscellany of his early works and consists of eight very queer pieces that range from stories, extended reflections, to versified spiritual exultations.

'The Tempest' tries to explore the mystery behind the withdrawal of Yusif El Fakhri from society. In 'Satan' Gibran plays the iconoclast by showing how a living Satan is so central to our ideas of the good life. 'Ashes of the ages and eternal fire' is an 'oriental' love story of longing and rebirth that is so simply told that its assumptions of transmigration of souls ends up seeming as natural as desert sands.

At seventy eight pages, it is a small book that gets over in one sitting. After finishing the book on a Saturday evening, I suddenly remembered that when I read Gibran for the first time (it was not 'The Prophet') it was this that I had found so refreshing about him, his lightness and clarity.

I had started reading books in English, for pleasure, only in class nine. I was fifteen, and the promiscuous mixture of the spiritual and the worldly in Gibran spoke to me, as did his simple language and brevity. Those first impressions were not wrong.

I had gotten introduced to English only when I was nine years old, I think, in class four, and by class nine my appetite for printed material had started extending beyond my native Odia. It might seem strange, but the first people I read and loved in English were Bertrand Russel, Nehru and Gibran. About the first two, I'll perhaps ramble some other time.

Details About the Book: The Best of Kahlil Gibran. 'Between Night & Morn'. Delhi and Gurgaon: Book Palace.

Wednesday, January 11, 2023

ଦୁର୍ଗା ଦାସଙ୍କ ଇସ୍କୁଲପଢ଼ାର ଇତିବୃତ୍ତ

ଶୈଲେନ ରାଉତରାୟ


ସୁବର୍ଣ୍ଣରେଖା ନଦୀର ଏକ ଦୃଶ୍ୟ (ଫଟୋ କ୍ରେଡ଼ିଟ୍ - ଭି. ଏଲାଭରସି)

ଉତ୍ତର ବାଲେଶ୍ୱରର ଭୋଗରାଇ ଅଞ୍ଚଳର ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା ଦାସଙ୍କର ଜନ୍ମ ଛୋଟ ଗାଁ ତଲାଡ଼ିର ଏକ ଦାସ କରଣ ପରିବାରରେ । ସେ ସମୟରେ ଗାଁଟିରେ କରଣ ପାଞ୍ଚ ଘର, ଦୁଇଟି ପରିବାର ବ୍ରାହ୍ମଣ ଜାତିର ଆଉ ବାକି ସମସ୍ତେ ବଣିଆ । ୧୯୨୧ ମସିହାରେ ଦୁର୍ଗା ବାବୁଙ୍କର ଜନ୍ମ ବେଳକୁ ସମୁଦାୟ ୩୦-୪୦ଟି ପରିବାର ଓ ଦୁଇଶହ ଖଣ୍ଡେ ଜନସଙ୍ଖ୍ୟା ର ଗ୍ରାମଟିଏ ଥାଏ ବଙ୍ଗ ଓଡ଼ିଶା ସୀମାର ଗାଁ ଏଇ ତଳିଆଡ଼ି ବା ତଳାଡ଼ି ।

ଦୁର୍ଗା ଛୋଟ ପିଲାଟିଏ ହୋଇଥିଲା ବେଳେ ହିଁ ବାପା ତ୍ରୈଲୋକ୍ୟ ଦାସ ଆରପାରିକୁ ଚାଲିଯାଇ ଥାଆନ୍ତି । ବଡ଼ ବାପା କୁଶଧ୍ୱଜ ବି ଆଉ ନ ଥାଆନ୍ତି । ବାପା ଥିଲେ ରାଜ ବଇଦ ଓ କୁଶଧ୍ୱଜ ଥିଲେ ଅମିନ । ଏପରି ପରିସ୍ଥିତିରେ ୧୯୩୦-୩୨ ମସିହାରେ ବଡ଼ ବାପା (କୁଶଧ୍ୱଜଙ୍କ ପୁଅ) ପ୍ୟାରୀମୋହନ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ଜେଲ ଚାଲି ଗଲେ । ଘରେ ଅନେକ ପିଲାପିଲି । 

ସେ ସମୟରେ ଘରର ଆର୍ଥିକ ଅବସ୍ଥା ନ କହିଲେ ଭଲ । ଦୁର୍ଗାଙ୍କ ମାଁ ଗାଁର ଅନ୍ୟ ଲୋକଙ୍କ ଘରେ ଧାନ କୁଟି କିଛି ଅର୍ଜନ କରନ୍ତି ।  ଘରେ ଖାଦ୍ୟ ବୋଇଲେ ଖୁଦ, କୁଣ୍ଡା ଓ ଜାଉ ।

ସେଇ ଦଶ ଏଗାର ବର୍ଷ ବୟସରେ ହିଁ ଦୁର୍ଗା ଗାଁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ା ଆରମ୍ଭ କରି ଥାଆନ୍ତି । ପରିବାରର ଅବସ୍ଥା ଦୃଷ୍ଟିରୁ ଘରେ ରହି ପାଢ଼ ପଢ଼ିବା ଆଉ ସମ୍ଭବ ଲାଗୁ ନ ଥାଏ । ସ୍କୁଲର ପ୍ରଧାନଶିକ୍ଷକ ଥାଆନ୍ତି କ୍ଷେତ୍ରମୋହନ ମହାନ୍ତି । ଅର୍ଥାତ ଜଣେ କରଣ ଜାତି ଭାଇ । ସେ ଗାଁ ପାଖ ମନ୍ଦାରି ଗ୍ରାମର ମହେନ୍ଦ୍ର ସାହୁଙ୍କ ଘରେ ରହୁ ଥାଆନ୍ତି ଆଉ ତାଙ୍କର ପୁଅକୁ ଘରେ ପଢ଼ାଉ ଥାଆନ୍ତି । 

ମହାନ୍ତି କରଣେ ଦାସେ କରଣଙ୍କୁ ନେଇ ସାହୁଙ୍କ ଘରେ ରଖିଲେ, ପଢ଼ିବାରେ ସୁବିଧା ହେବ ବୋଲି । ଦୁର୍ଗା ପଢ଼ୁ ଥାଆନ୍ତି ନିଜ ଗାଁର ପ୍ରାଥମିକ ସ୍କୁଲରେ ହିଁ । ହେଲେ ଘରକୁ ଆସୁ ନ ଥାଆନ୍ତି କି ଘରର କିଛି ଖବର ନ ଥାଏ ତାଙ୍କ ପାଖରେ । 

ଯଥା ଶୀଘ୍ର ସେଠାରୁ ପାଠ ପଢ଼ା ସରେ । ସେବକୁ ତାଙ୍କ ନିଜ ସାନ ପିଉସା ସୁରେନ୍ଦ୍ରନାଥ ମହାନ୍ତି ପ୍ରଧାନଶିକ୍ଷକ ପଦରେ ନିଯୁକ୍ତ ଥାଆନ୍ତି ସେହି ଅଞ୍ଚଳର କଖଡ଼ା ମଧ୍ୟ ଇଂରାଜୀ ବିଦ୍ୟାଳୟରେ । ତାହା ପାଖରେ ଥିବା ଝକଝକି ସ୍କୁଲର ପ୍ରଧାନ ଶିକ୍ଷକ ଥାଆନ୍ତି ସୁରେନ୍ଦ୍ର ବାବୁଙ୍କର ବନ୍ଧୁ  ଜଣେ । ତାଙ୍କୁ କୁହାବୋଲା କରି ପୁତୁରାଟିର ନା ଲେଖାଯାଏ ଝକଝକି ଇସ୍କୁଲୁରେ । ସେତେବେଳେ ସେ ରହନ୍ତି କୃଷ୍ଣମୋହନ ପାଳଙ୍କ ଘରେ । 

ସେଠି ପାଠ ସରିଲା ପରେ ତାଙ୍କ ପିଉସା ତାଙ୍କୁ ଆଣନ୍ତି, ନିଜ ପାଖକୁ, କଖଡ଼ାର ମଧ୍ୟ ଇଂରାଜୀ ବିଦ୍ୟାଳୟକୁ । ସେଠି ସେ ରହନ୍ତି କଖଡ଼ାର କାୟସ୍ଥ ପଡ଼ାରେ, ଜମିଦାର ରାୟ ବାହାଦୁର ମନ୍ମଥନାଥ ବାବୁଙ୍କ ଘରେ । କାୟସ୍ଥମାନେ ହେଲେ ବଙ୍ଗଦେଶ ଓ ହିନ୍ଦୁସ୍ତାନର କରଣମାନଙ୍କର ସମଧର୍ମା ଜାତିବିଶେଷ । 

ଦୁର୍ଗାଙ୍କର ୧୯୩୮ ମସିହାରେ ମଧ୍ୟ ଇଂରାଜୀ ପାଠ ସରିବାର କିଛି ସମୟ ପରେ, ତାଙ୍କ ବଡ଼ ବାପା ପୁଅ ଭାଇ ପ୍ୟାରୀମୋହନ ଗାଁକୁ ଆସନ୍ତି ବ୍ରତଘର ପାଇଁ । ସେତେବେଳେ ସେ ରହୁଥାଆନ୍ତି ବାଲେଶ୍ୱରର ଚିଡ଼ିଆପୋଲ ପାଖ ପ୍ରିୟ ସରକାରଙ୍କ ଘରେ, ମାମା ତୁଳସୀ ଦାସ ଘୋଷଙ୍କ ସହ । 

ମାମା  ତୁଳସୀ ଦାସ ଥିଲେ ପ୍ରିୟ ବାବୁଙ୍କ ମାମୁଁ । ‘ଘୋଷ’ କାୟସ୍ଥ ଅର୍ଥାତ୍ ବଙ୍ଗାଳୀ କରଣମାନଙ୍କର ଏକ ସାଙ୍ଗିଆ ବିଶେଷ । ବୋଇଲେ ପ୍ରିୟ ସରକାର ମଧ୍ୟ କାୟସ୍ଥ ହିଁ ହୋଇଥିବେ । ଅର୍ଥାତ୍ ଓଡି଼ଆ କରଣ ହାଇସ୍କୁଲ ପାଠ ପଢ଼ିବାକୁ ବାଲେଶ୍ୱର ସହରକୁ ଯ।ଇ ରହିଲେ ବଙ୍ଗାଳୀ କରଣଙ୍କ ଘରେ ଚାରି ବର୍ଷ ।

ଆଜିକାଲି ଯେତେବେଳେ ଆମେ ଉଚ୍ଚ ଜାତିର ଗରୀବ ଲୋକେ କିପରି ନିଜ ଶିଙ୍ଘରେ ମାଟି ତାଡ଼ି ମଣିଷ ହୋଇଚନ୍ତି ଓ ହୁଅନ୍ତି, ସେହି କଥନିକା ଗୁଡ଼ିକ କହୁ, ସେତେବେଳେ ଆମେ ଭୁଲି ଯ।ଉ ଯେ ସଙ୍ଗତିସମ୍ପନ୍ନ ଜାତିର ସବଳମାନଙ୍କର ଶକ୍ତି ସେହି ଜାତିର ଦୁର୍ବଳମାନଙ୍କର ମଧ୍ୟ କାମରେ ଆସେ । 

ଧରନ୍ତୁ ୧୯୨୧ ମସିହାରେ ଭୋଗରାଇରେ ଦଳିତ ଜାତିରେ ଜନ୍ମ ଜଣେ ଭୂମିହୀନ ବା ନାମମାତ୍ର ଚାଷୀ ପରିବାରର ପିଲାଚିଏ ଯଦି ଦୁର୍ଗା ବାବୁଙ୍କ ଭଳି ୟାତା ଘରେ ରହି ପଢ଼ିବାକୁ ଚାହିଁ ଥାଆନ୍ତେ, ସେ କଅଣ କରି ଥାଆନ୍ତେ ? ଅତଏବ୍, ମୂଳରୁ ଜାତି ବ୍ୟବସ୍ଥାର ଅର୍ଥ ହିଁ ହେଲା ସବଳର ନିଜ ସପକ୍ଷରେ ସ୍ଥାନ ସଂରକ୍ଷଣ ।  

ବି.ଦ୍ର. - ଏହି ଲେଖାରେ ବ୍ୟବହୃତ ଉପାଦାନଗୁଡ଼ିକ ସ୍ୱାଧୀନତା ସଙ୍ଗ୍ରାମୀ ଦୁର୍ଗା ଦାସଙ୍କର ଆତ୍ମଜୀବନୀ ‘ଅମୃତ ସ୍ୱାକ୍ଷର: ଜୀବନ-ସଙ୍ଗ୍ରାମ ଓ ସ୍ମୃତି ଅନୁଭୂତି’ ରୁ ଆହରିତ । ବହିଟିର ବ୍ୟବହୃତ ସଂସ୍କରଣଟି ବାଲେଶ୍ୱରର ସୁବର୍ଣ୍ଣଶ୍ରୀ ପ୍ରକାଶନୀ ଛାପିଥିବା ୨୦୧୨ ମସିହାର ଦ୍ୱିତୀୟ ସଂସ୍କରଣରୁ ନିଆଯାଇଛି ।

Saturday, January 7, 2023

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଯମକ ବର୍ଗ ୧୯-୨୦

ଅନୁବାଦକ - ଶୈଲେନ ରାଉତରାୟ



ପଦ୍ୟାନୁବାଦ


ଯଦିଚ ମଣିଷ ଧର୍ମଗ୍ରନ୍ଥ କରି ପାଠ ।
ପ୍ରମାଦ ନ ତେଜି ପୁଣ ହୋଇ କରି ମଠ ।।

ଗୋପାଳ ଯେପରି ପର ଗାଭୀ ଗଣୁଥାଇ ।
ଶ୍ରାମଣ୍ୟ ଫଳର ଭାଗୀ ହୋଇ ନ ପାରଇ ।୧୯।

ଯେଉଁ ଜନ ଧର୍ମଗ୍ରନ୍ଥ ଅଳ୍ପ କରି ପାଠ ।
ଧର୍ମ ଅନୁସାରେ ଧର୍ମ କରୁଥାଇ ଶାଠ ।।

ରାଗ, ଦ୍ୱେଷ, ମୋହ ଆଦି ତ୍ୟାଗ କରିଦେଇ ।
ସମ୍ୟକ ପ୍ରଜ୍ଞାନଯୁକ୍ତ ନିଶ୍ଚିତେ ହୁଅଇ ।।

ଚିତ୍ତ ସୁବିମୁକ୍ତ, ଶ୍ରାମଣ୍ୟ ଫଳେ ତା ଭାଗ  
ଇହ ପର ଲୋକେ ନାହିଁ ଉପାଦାନେ ଯୋଗ ।୨୦।


ମୂଳ ପାଲି ପଦ


ବହୁଂପି ଚେ ସହିତଂ ଭାସମାନୋ ନ ତକ୍କରୋ ହୋତି ନରୋ ପମତ୍ତେ ।
ଗୋପୋ'ବ ଗାବୋ ଗଣୟଂ ପରେସଂ ନ ଭାଗବା ସାମଞ୍ଜସ୍ସ ହୋତି ।୧୯।

ଅପ୍ପମ୍ପି ଚେ ସହିତଂ ଭାଷମାନୋ ଧମ୍ମସ୍ସ  ହୋତି ଅନୁଧମ୍ମଚାରୀ ।
ରାଗଞ୍ଚ ଦ୍ୱେଷଞ୍ଚ ପହାୟ ମୋହଂ ସମ୍ମପ୍ପଜାନୋ ସୁବିମୁକ୍ତଚିତ୍ତୋ ।
ଅନୁପାଦିୟାନୋ ଇଧ ବା ହୁରଂ ବା ସ ଭାଗବା ସାମଞ୍ଯସ ହୋତି । ୨୦। 

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।  

Tuesday, January 3, 2023

Why do we read stories?

Sailen Routray


I got a copy of Jonathan Stroud's 'The Golem's Eye' from a stall at the recently concluded Kalinga Book Fair in Bhubaneswar. The bookseller was a gentleman from Calcutta. He was quite voluble, which was a distraction.

His shop focused mainly on the British literary canon with some nods to children's literature. 'The Golem's Eye' (TGE) was one such nod. He wanted hundred rupees for the book. It was a battered copy, so I offered him fifty. But he declined. Since I was in no mood to bargain, I paid the hundred and bagged the volume.

I had read the 'The Amulet of Samarkand' of the Bartimaeus trilogy, of which TGE is a part, many autumns back. The book had grabbed me like very few books ever have. It was written primarily from the perspective and voice of Bartimaeus, a djinn of hoary historical antecedents. Bartimaeus was funny, he was ironical, and he offered a keen outsider's perspective on what it means to be human.

The Bartimaeus trilogy is a fantasy series set in a contemporaneous England in which a parallel set of historical processes take place. In this universe, the driving force of history is not ideology, or science or technological change for that matter, but the relationship human beings have with magic.

And magic in that world is mainly about controlling many different types of 'otherworldly' sentient beings, such as the djinn Bartimaeus, and compelling them through spell-induced forces to do the magicians' bidding.

The magicians in London, for all practical purposes, comprise a brutal aristocracy that rules over common folk who do not have any magical talent. The only things that prevent this exercise of power from becoming completely totalitarian are the mistakes that the magicians themselves make, and a small band of people - The Resistance - who oppose the magician's rule through violent acts against property, especially magical property.

Kitty, a young adolescent, is a key member of this resistance. We see her actions from up close through the third person narrative and through the eyes of Bartimaeus, the djinn. The Resistance's biggest enemy is another adolescent - the ambitious young magician John Mandrake. The narrative revolves around a major attack by the Resistance and what happens in its aftermath.

The action in the novel is rollicking, the plot fast paced, the details (the novel's 570 pages allow of a lot of detailing) apt and vivid. But this is not why on two nights I stayed awake till almost two to finish the novel in a working week.

I stayed up because I wanted to hear Bartimaeus's voice, I wanted to see how a djinn perceives us humans, and to know how he makes sense of us - to get a feel, of 'the mind of the other'.

This is what all good fiction does perhaps? It opens up our worlds a bit, and makes us aware of, and gives us a feel for, strangers who are likes us, and for people like us who are, ultimately, strangers.

Details About the Book: Jonathan Stroud. 2005. The Golem's Eye [The Bartimaeus Trilogy - Book II]. London: Corgi Books. 

Sunday, January 1, 2023

କଲେଜିଏଟ୍ ସ୍କୁଲ୍‌ରେ ବିଦ୍ୟାଧର

ଶୈଲେନ ରାଉତରାୟ


୨୦୧୩ ମସିହାରେ ଉତ୍ତୋଳିତ କଲେଜିଏଟ୍ ସ୍କୁଲର ଚିତ୍ର
ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍/ କମଳାକାନ୍ତ୭୭୭

୧୯୩୦ ଡିସେମ୍ବର ମାସରେ ପର ସମୟର ପ୍ରସିଦ୍ଧ ଅର୍ଥନୀତିଜ୍ଞ ବିଦ୍ୟାଧର ମିଶ୍ର ପ୍ରଥମେ କଟକ ଆସିଲେ ମାଇନର ବୃତ୍ତି ପରୀକ୍ଷା ଦେବା ପାଇଁ । ସେ ବୃତ୍ତି ପାଇଲେ ନାହିଁ । ଏଣେ ଆଗକୁ କିପରି ପଢ଼ିବେ ସେ ନେଇ ତାଙ୍କର ଭାଳେଣି ପଡ଼ିଲା । ୧୯୩୦ ଦଶକର ଆରମ୍ଭରେ ଅବିଭକ୍ତ କଟକର ଜିଲ୍ଲାରେ ଥାଏ ଛଅଟି ଉଚ୍ଚ ବିଦ୍ୟାଳୟ । ସେଥି ମଧ୍ୟରୁ ପାଞ୍ଚଟି କଟକ ସହର ଭିତରେ । ଷଷ୍ଠଟି ଥାଏ କୁଜଙ୍ଗରେ । 

କଟକରେ ରହି ପଢ଼ିବା ପାଇଁ ମାସକୁ ଆଠରୁ ଦଶ ଟଙ୍କା ଖର୍ଚ୍ଚ ହେଉଥିଲା । ଗୋଟିଏ ସଙ୍ଗତିସମ୍ପନ୍ନ ଶାସନୀ ବ୍ରାହ୍ମଣ ପରିବାରର ସନ୍ତାନ ହୋଇଥିଲେ ହେଁ କେବଳ ଚାଷ ଉପରେ ନିର୍ଭର କରି ଚଳୁଥିବାରୁ ତାଙ୍କର ଗାର୍ଜନମାନେ କଟକରେ ତାଙ୍କ ପାଠ ପଢ଼ା ଖର୍ଚ୍ଚ ତୁଲାଇବା ଅବସ୍ଥାରେ ନଥିଲେ ।  

ସେହି ସମୟରେ ବିଦ୍ୟାଧର ଶୁଣିଲେ ଯେ ତାଙ୍କୁ ସ୍ନେହ କରୁଥିବା ତାଙ୍କ ମାଇନର ସ୍କୁଲର ଜଣେ ପୂର୍ବତନ ହେଡ଼ମାଷ୍ଟର ଗୋଟିଏ ବ୍ରାହ୍ଣଣ ମେସ୍‌ରେ ରହି ପି.ଏଲ୍. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ସେଠି ତାଙ୍କରି ଉଦ୍ୟମରେ ରିହାତିରେ ରହି ପଢ଼ିବା ପାଇଁ ଠିକ୍ ହେଲା । ଏହି ମେସ୍‌ଟି କିଛି ଦିନ ଗଙ୍ଗମନ୍ଦିର ଗଳିରେ ବୁଲା ସାହୁଙ୍କ ଘରେ ଓ ତାହା ପରେ କାଜିବଜାର ଛକରେ ଚାଲିଥିଲା । 

୧୯୩୩ ମସିହା ନଭେମ୍ବରରୁ ସେ ରହିଲେ ତାଙ୍କ ବଡ଼ ଭାଇଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ଅକ୍ଷୟ କୁମାର ଦାଶଙ୍କ ଯୋବ୍ରା ସ୍ଥିତ ସରକାରୀ ବାସଭାବନରେ, ତାଙ୍କ ପରିବାର ସହ, ଘରର ଜଣେ ହୋଇ  । ଅକ୍ଷୟ ବାବୁ ମଧ୍ୟ ଜାତିରେ ବ୍ରାହ୍ମଣ । ସେ ସେହି ସମୟରେ କଟକରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ କାମ କରୁ ଥାଆନ୍ତି । ତାଙ୍କର ପରେ କେନ୍ଦ୍ରାପଡ଼ା ବଦଳି ହୋଇଯିବାରୁ ବିଦ୍ୟାଧର ହାଇ ସ୍କୁଲ ପଢ଼ାର ଶେଷ ଚାରି ମାସ ଖଣ୍ଡେ ସମୟ ରହିଲେ କାଠଯୋଡ଼ି ଛାତ୍ରାବାସରେ । 

୧୯୩୨ ମସିହା ଜାନୁଆରୀ ମାସରେ ନିଜ ଦଦେଇଙ୍କ ସହିତ ଯାଇ ସେ କଲେଜିଏଟ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ନାମ ଲେଖାଇଲେ । ସେବେ କଟକ ନଗରର ସବୁଠୁ ଭଲ ସ୍କୁଲ ଥିଲା ଏଇ ସରକାରୀ ରେଭେନ୍ସା କଲେଜିଏଟ୍ ବିଦ୍ୟାଳୟ । କେବଳ କଟକର ନୁହଁ, ପୂରା ଓଡ଼ିଶାର ସବୁଠାରୁ ଭଲ ଉଚ୍ଚ ବିଦ୍ୟାଳୟ ଭାବେ ଏହି ଅନୁଷ୍ଠାନଟିକୁ ଗଣା ହେଉଥିଲା ।  

କାଠଯୋଡ଼ି ନଈ କୂଳର ଏହି ସ୍କୁଲର କୋଠାରେ ହିଁ ୧୮୬୮ରୁ ୧୯୨୧ ପର୍ଯ୍ୟନ୍ତ ରେଭେନ୍ସା କଲେଜ ଚାଲିଥିଲା । ବିଦ୍ୟାଧର ବାବୁ ଛାତ୍ର ଥିବା ବେଳ ସ୍କୁଲଟିର ପରିବେଶ ଶୃଙ୍ଖଳିତ ଥିଲା । ଶିକ୍ଷକମାନେ ପ୍ରାୟତଃ ଉଚ୍ଚ ଉପାଧିସମ୍ପନ୍ନ, ଦକ୍ଷ ଓ ଶିକ୍ଷାଦାନରେ ଆଗ୍ରହୀ ଥିଲେ । ବିଦ୍ୟାଧର କଲେଜିଏଟ୍‌ରେ ପଢ଼ିବା ସମୟର ଚାରି ବର୍ଷ ଯାକ ବିଶ୍ୱମ୍ଭର ମିଶ୍ର ପ୍ରଧାନ ଶିକ୍ଷକ ଥିଲେ । 

ଅଷ୍ଟମରୁ ଏକାଦଶ ଯାଏଁ ଚାରୋଟି ଯାକ ଶ୍ରେଣୀରେ ଇତିହାସ, ଭୂଗୋଳ, ଗଣିତ, ବୀଜଗଣିତ, ଜ୍ୟାମିତି, ତ୍ରିକୋଣମିତି ଓ ମେନ୍‌ସୁରେସନ୍ ଆଦି ବିଷୟ ପଢ଼ା ହେଉଥିଲା । ପାଠ୍ୟପୁସ୍ତକଗୁଡ଼ିକ ଥିଲା ଇଂରାଜୀରେ ଲିଖିତ । ସେଗୁଡ଼ିକ ପ୍ରାୟତଃ କଲିକତାର ବଙ୍ଗଭାଷୀ ଶିକ୍ଷକ ଓ ଅଧ୍ୟାପକଙ୍କ ଦ୍ୱାରା ଲିଖିତ ଥିଲା । ଆଲଜେବ୍ରା ପାଇଁ ଜେ.ପି. ବସୁ, ଗଣିତ ପାଇଁ ଜେ.ସି. ଚକ୍ରବର୍ତ୍ତୀ, ମେନ୍‌ସୁରେସନ୍ ପାଇଁ ଜି.ବି. ମିତ୍ର, ଟ୍ରିଗୋନୋମେଟ୍ରି ପାଇଁ ଏଲ୍.କେ. ମିତ୍ର, ଜ୍ୟାମିତି ପାଇଁ ଶାରଦା ଗାଙ୍ଗୁଲି, ଭୂଗୋଳ ପାଇଁ ଜେ.ଏନ୍. ଘୋଷ, ଭାରତ ଇତିହାସ ପାଇଁ ଆର୍‌.ଡ଼ି. ବାନାର୍ଜୀ ତଥା ଇଂଲଣ୍ଡ ଇତିହାସ ପାଇଁ ଏଲ୍.କେ. ମୁଖାର୍ଜୀଙ୍କ ବହିମାନ ସେବେ ଓଡ଼ିଶା ଡିଭିଜନର ଉଚ୍ଚ ବିଦ୍ୟାଳୟମାନଙ୍କରେ ଚଳୁଥିଲା । 

ଅର୍ଥାତ୍, ସେହି ସ୍ତରରେ ପାଠ୍ୟପୁସ୍ତକ ଲିଖନର ବ୍ୟବସାୟ ଥିଲା ବଙ୍ଗାଳୀ ଉଚ୍ଚଜାତିର ପୁରୁଷ (ବିଶେଷତଃ ବ୍ରାହ୍ମଣ ଓ କାୟସ୍ଥ ଜାତିର) ମାନଙ୍କର ହସ୍ତମୁଦି ମାହାଲ ।  ଏହା ବ୍ୟତୀତ ଇଂରାଜୀ ସାହିତ୍ୟ ଓ ବ୍ୟାକରଣ ବହି ସବୁର ଲେଖକ ପ୍ରାୟତଃ ସବୁ ଇଂରେଜ ହିଁ ଥିଲେ । ସେବେ ମାନେ ବହିର ପ୍ରଚଳନ ନ ଥିଲା । ଖାଲି ଏଣ୍ଟ୍ରାନ୍ସ ପରୀକ୍ଷା ପାଇଁ ପଛ ଦଶ ବର୍ଷର ପ୍ରଶ୍ନପତ୍ର ଟେଷ୍ଟପେପର ଆକାରରେ ମିଳୁ ଥିଲା ; କିନ୍ତୁ ସେଥିରେ ଉତ୍ତର ରହୁ ନ ଥିଲା ।

କଲେଜିଏଟ୍‌ ସ୍କୁଲରେ ପଢ଼ିବା ବେଳେ ପର ସମୟର ପ୍ରଖ୍ୟାତ ଅଧ୍ୟାପକ ଶ୍ରୀରାମଚନ୍ଦ୍ର ଦାଶ ବିଦ୍ୟାଧରଙ୍କ ବ୍ୟାଚ୍‌ର ସହପାଠୀ ଥିଲେ ।   ବିଦ୍ୟାଧର ଅଷ୍ଟମ ଶ୍ରେଣୀରେ ପଢ଼ିବା ବେଳେ ବିଜୁ ପଟ୍ଟନାୟକ ସେହି ସ୍କୁଲରେ ଏକାଦଶ ଅର୍ଥାତ୍ ଶେଷ ଶ୍ରେଣୀ ର ଛାତ୍ର ଥିଲେ । ଫୁଟବଲ ଖେଳାଳୀ ଭାବରେ ଓ ଜଣେ ନେତୃତ୍ୱବାନ ପିଲା ବୋଲି ତାଙ୍କର ଖ୍ୟାତି ଥିଲା ।  

ବିଦ୍ୟାଧର ବାବୁଙ୍କ କହିବା ଅନୁସାରେ ବହୁତ କଷ୍ଟ ସହି ସେ କଲେଜିଏଟରେ ପାଠ ପଢ଼ିଥିଲେ । ହେଲେ ମାଟ୍ରିକ ପାସ୍ କରିବା ପୂର୍ବରୁ ସେ ସାଇକେଲଟିଏ କିଣି କଟକରେ ଯାଆସ କରୁଥିଲେ, ଯେତେବେଳେ ଶୂନଗାଡ଼ି ଥିଲା ଯୌତୁକଯୋଗ୍ୟ ଏକ ଲୋଭନୀୟ ଚିଜ଼ । 

ହାଇସ୍କୁଲରେ ବିଦ୍ୟାଧର ନିୟମିତ ରାଙ୍କ୍ ରଖୁଥିଲେ । ବିଦ୍ୟାଳୟର ପତ୍ରିକାରେ ନିୟମିତ ଲେଖାଲେଖି କରି ସେ ନିଜ ଲେଖକୀୟ ଜୀବନର ଏହିଠାରେ ମୂଳଦୁଆ ପକାଇଲେ । ୧୯୩୬ ମସିହା ଫେବୃଆରୀରେ ସେ ମାଟ୍ରିକ ପରୀକ୍ଷାରେ ବସିଲେ । ସେହି ବର୍ଷର ଅପ୍ରେଲରେ ଫଳ ବାହାରିଲା । ବହୁତ ଭଲ ନମ୍ବର ରଖି ପ୍ରଥମ ଶ୍ରେଣୀରେ ସେ ଉତ୍ତୀର୍ଣ୍ଣ ହେଲେ ଆଉ ମାସକୁ ପନ୍ଦର ଟଙ୍କିଆ ଓଡ଼ିଶା ଡିଭିଜନାଲ ବୃତ୍ତି ପାଇଲେ । ଉଚ୍ଚ ଶିକ୍ଷା ପାଇଁ ବାଟ ଫିଟିଗଲା ।        

ବି.ଦ୍ର. - ଏହି ଲେଖାଟିର ଉପାଦାନ ବିଦ୍ୟାଧର ମିଶ୍ରଙ୍କର ଆତ୍ମଜୀବନୀ ‘ଜୀବନ ଗଙ୍ଗୋତ୍ରୀ - ଗାଁ ମାଟି’ରୁ ଆନୀତ । ବହିଟିର ପ୍ରଥମ ପ୍ରକାଶ ମଇ ୨୦୦୧ ମସିହାରେ; ପ୍ରକାଶକ ହେଲେ କଟକସ୍ଥ ବିଦ୍ୟାପୁରୀ ।

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...