Friday, September 29, 2023

Search

Bharat Majhi

Translated by Sailen Routray


Residence of the erstwhile zamindars of Thuamul Rampur, Kalahandi
Photo credit: commons.wikimedia.org/ 

I shall not term 
your loss as a failure.

I am a martyr of 
the cruel happiness of your presence.
If your loss has to translate 
itself into sorrow,
then I shall aid in the translation.

This is not to say that things 
shall not change at all.
Now I’ll search 
for the blueprint of your home 
in the wandering clouds;
I’ll ask the restless wind,
the number of your office;
I’ll read about 
the deadly wars occasioned by you
in some tabloid on a sultry afternoon.
This is not to say that I can remember 
all the blueprints, numbers and headlines.

Now I know, 
that I am yet to earn
the competence to enjoy my failures;
hence, 
I have no need to 
term your absence 
as an emptiness.

Even my deepest sorrows are not mine. 
Why should I, then, 
long for the silences 
induced by your words?

It is perhaps better to remain lost
in the arrogance of this search. 

Note: The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

Friday, September 22, 2023

ଇନ୍‌ଫୋସିଟି

ଶୈଲେନ ରାଉତରାୟ


ଇନ୍ଫୋସିଟି, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର (୨୦୦୮)
ଫଟୋକ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ସୃଜନ କୁଣ୍ଡୁ

ଆମେ ଇନ୍‌ଫୋସିଟି ଆଗର ସେଇ ପୁରୁଣା କ୍ୟାଫେର ବାରଣ୍ଡାରେ ବସିଚୁ । ପୁରୁଣା ମୋ’ ପାଇଁ, ତା’ ପାଇଁ ନୁହଁ । ଆମେ ବୋଇଲେ ସେ ଆଉ ମୁଁ, ମୁଁ ଆଉ ସେ । ମୁଁ କହିଲେ ରାଜା, ରତିକାନ୍ତ ସାମନ୍ତରାୟ – ମୋତେ କେହି ରତି ବୋଲି ଡାକନ୍ତିନି; ରାଜା, ନହେଲେ ରତିକାନ୍ତ । ଆଉ ସେ ? ତା’ ନାଁ ମୁଁ ଜାଣିନି । ସେ ବି ମୋ’ ନାଁ ଜାଣିନି, ନା ରାଜା, ନା ରତିକାନ୍ତ, ନା ରତିକାନ୍ତ ସାମନ୍ତରାୟ, ନା ରତି । ଭୁଲ । ଟ୍ରୁକଲର୍‌ରେ ମୋ ନାଁ ଦେଖେଇଥିବ – ରତିକାନ୍ତ । କିନ୍ତୁ ମୋ’ ଫୋନ୍‌ରେ ଟ୍ରୁକଲର୍ ନାହିଁ । ମୁଁ ଜାଣିନି, ତା’ ନାଁ କଅଣ ।

ନାଁରେ କଅଣ ବା ଯାଏ ଆସେ ? ନା ଯାଏ ଆସେ ? ଯେମିତି ଯଦି କୋଠା ବାହାର, କୋଠାକୁ ଲାଗି ପିଣ୍ଡା ଉପରେ, ଛାତ ନାହିଁ । ତା’ ହେଲେ ବି ସେଇଟା କଅଣ ବାରଣ୍ଡା ? କିନ୍ତୁ ଯଦି ଛାତ ଥାଇ କି ବି ନଥାଏ ? ତା’ ହେଲେ ? ଧର କୋଠାର ବାହାରକାନ୍ଥକୁ ଲାଗି ନଅ ହାତ ଚଉଡ଼ା ପିଣ୍ଡା ଉପରେ ପତଳା ଲୁହାର ଛକିଛକି ହେଇ ପଡ଼ିଥିବା ଆଙ୍ଗେଲ୍ ଉପରେ ମାଡ଼ିଥିବା ଲଟାର ଛାଇଛାଇକା, ଥାଇ ନଥିବା, ଅବା ନଥାଇ ଥିବା, ଛାତଟେ ଅଛି । ତା’ ହେଲେ ବି ସେଇଟା କଅଣ ବାରଣ୍ଡା ?

ହଉ । ହେଲା । ତମ ପାଇଁ ସେଇଟା ବାରଣ୍ଡା ନୁହଁ । ନ ହଉ । କିନ୍ତୁ ଭୁବନେଶ୍ୱରରେ ମୋତେ ବେଳେବେଳେ ବାରଣ୍ଡା ଦରକାର ପଡ଼େ । ବହୁତ ଜରୁରୀ ଭାବରେ । ଏଣୁ ମୁଁ ଧରି ନଉଚି, କି ଇନ୍‌ଫୋସିଟି ଆଗର ଏଇ କ୍ୟାଫେର ବାହାର କାନ୍ଥକୁ ଲାଗି ଯେଉଁ ପିଣ୍ଡା, ସେଇଟା ଗୋଟେ ବାରଣ୍ଡାର ଅଂଶ । 

ହଉ । ତା’ ହେଲେ ସେ ଓ ମୁଁ, ମୁଁ ଓ ସେ, ଆମେ, ଇନ୍‌ଫୋସିଟି ଆଗର ସେଇ କ୍ୟାଫେରେ ବସିଚୁ, ତା’ର ବାରଣ୍ଡାରେ, ବାହାରେ । ସେ ପଚାରୁଚି, ମୋ’ ସହିତ ଆମର ଗୋଟେ ସେଲ୍‌ଫି ନେବ କି ନାହିଁ । ମୁଁ ତା’କୁ ଅନଉଚି; କହୁଚି, “ନା”।

ମୋ’ ମୁହଁ ଉପରେ ବାରଣ୍ଡାର, ହଁ ବାରଣ୍ଡାର ଲତାଗହଳ ଭିତର ଦେଇ ପଡ଼ୁଥ‌ିବା ଚାରିଟା ବେଳର ଖରା । କାଟୁନି । କିନ୍ତୁ ମୋତେ ଆରାମ ବି ଲାଗୁନି । ମୁଁ ଟିକେ ପଛକୁ ଘୁଞ୍ଚୁଚି । ସେ ନିଜର ଦୁଇଟା ସେଲ୍‌ଫି ଉଠେଇ ସାରି ମୋତେ କହୁଚି, “ମୁଁ ତୁମକୁ ଭ‌ୁଲ କହିଥିଲି । ମୋର ବୟସ ତେଇଶି ନୁହେଁ, କୋଡ଼ିଏ । ଗୋଟେ ବର୍ଷ ଗ୍ୟାପ୍ ଇଅର୍ ପରେ, ଏଇ ବର୍ଷ ବିଟେକ୍ ଜଏନ୍ କରିବି ।” 

ସେ ମୋତେ ତା’ ମୋବାଇଲରେ ‘ଦେଖ୍‌ତେ ଦେଖ୍‌ତେ’ ଲଗେଇ ଶ‌ୁଣଉଚି । ପଚାରୁଚି, “ଏଇ ଗୀତଟା କେମିତି ଲାଗୁଚି? ମୁଁ ଆଉ କିଛି ଶୁଣେଇ ପଚାରିବି ତୁମକୁ କେମିତି ଲାଗୁଚି ସେସବୁ ଗୀତ ।”

ମୁଁ ତା’କୁ କହୁନି ଯେ ସଞ୍ଜନାର - ସଞ୍ଜନା ପାତ୍ର – ମୋ ସ୍ତ୍ରୀର ଏଇ ଗୀତଟା ଲମ୍ବା ସମୟ ପର୍ଯ୍ୟନ୍ତ କଲରଟ୍ୟୁନ ଥ‌ିଲା ବୋଲି । ମୋତେ ଏ ଗୀତଟା ଭଲ ଲାଗେନା । ଯଦିଓ ଶୁଣିବାକୁ ଭଲ ଲାଗେ । 

ମୁଁ ତା’କୁ ପଚାରୁଚି, ଏଇ ପିଣ୍ଡାଟାକୁ ବାରଣ୍ଡା କହି ହେବ କି ନାହିଁ  ? ସେ ତା’ ଚଉକିଟାକୁ ଘୁଞ୍ଚେଇ ଦେଉଚି । ଏବେ ତା’ ମୁହଁରେ ଛାଇ । ପିଣ୍ଡାର ଛାତର, ଛକିଛକିଆ ଲୁହା ଆଙ୍ଗେଲ୍‌ର, ଆଙ୍ଗେଲ୍‌କୁ ଗେଲ କରୁଥିବା କାଗଜଫ‌ୁଲ ଲଟାର, ମୋର, ଆମର, ଛାଇ ।

Friday, September 15, 2023

Dedication

Bharat Majhi

Translated by Sailen Routray


Rabandhara Reservoir, near Bhawanipatna, Kalahandi
https://commons.wikimedia.org/Debasish Rout 



May every end not come as a sigh.
May the dawns be free
from dark, ominous clouds.

Every peace does not need a war.
Every sea does not need rivers.

May every act of creation be a challenge,
and may the beak and the voice of every bird be filled.
May every wave throw back some sweetness,
and the bite of every thorn be 
a surrender of flowers.

May every drop of tear nurture our faith,
and every kiss warm our apprehensions.
May the self-destruction 
of each dejection 
remind us 
that we are men.

Note: The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

Friday, September 8, 2023

ଶିଖରଚଣ୍ଡୀ

ଶୈଲେନ ରାଉତରାୟ

ଶମିବୃକ୍ଷ ପାହାଡ଼, କପ୍ତିପଦା, ମୟୁରଭଞ୍ଜ
ଫଟୋ କ୍ରେଡ଼ିଟ୍: ୱିକିମିଡିଆ କମନ୍ସ୍/ ମାକ୍ସ୍‌ଏମାଟ୍ରିକ୍ସ୍

ସନ୍ଧ୍ୟା ହେଇନି ଏ ଯାଏଁ । ହବ କିଛି ସମୟରେ । ଝଅଟି ନୁହଁ । ମୁଁ ବସିଚି ଶିଖରଚଣ୍ଡିର ଦୁଇଟି ମୁଣ୍ଡିଆ ମଝିରେ ଥିବା ପଥର ମେଞ୍ଜା ଭିତରୁ ସବୁଠୁ ବଡ଼ ଢିମାଟା ଉପରେ । ପିନ୍ଧିଚି ପାକିଟିବାଲା ଧଳା ପାଇଜାମା ଆଉ ଗାଢ଼ ନୀଳ ରଙ୍ଗର ଗୋଲ ବେକବାଲା ଟି-ସାର୍ଟ । ସଞ୍ଜିତ ବସିଚି ମୋର ବାଆଁକୁ । ସେ ଗୋଟେ ନୀଳରଙ୍ଗର ଜୀନ୍ସ ପ୍ୟାଣ୍ଟ ଆଉ ଧଳା ରଙ୍ଗର ପୋଲୋ ଟି-ସାର୍ଟ୍‌ଟେ ପିନ୍ଧିଚି ।

ମୁଁ ତାକୁ କହୁଚି, ମାମୁଁ ଆସିଲେ ତୋତେ ଧରିବ ।

କାହିଁକି ?

ତୁ ଯାହା ପିନ୍ଧିଚୁ, ତାହା ହେଲା ଗ୍ଲୋବାଲ ହୋମୋ ୟୁନିଫର୍ମ୍ ।

ବ୍ଲୁ ଜିନ୍ସ୍ ଆଉ ଧଳା ଟିସାର୍ଟ୍ ପିନ୍ଧିବା ଅପରାଧ କେବେଠୁ ହେଲାଣି ?

ମାଇକିନା ଲୋକ କଲେଜରେ ହିଜାବ ପିନ୍ଧିବା ଯେବେଠୁ ଗର୍ହିତ ହେଲାଣି, ସେବେଠୁ ।

ହଉ । ରାଜା ଭାଇ, ତମକୁ କିଏ ବା ଆଉ ଉତ୍ତର ଫେରେଇବ । ତୁମେ ତ ଲାଜୱାବ୍ ।

ସେ ଏତିକି କହିସାରିଲା ବେଳକୁ ମୁଁ ତା ଆଡ଼କୁ ବୁଲି ପଡ଼ୁଚି । ସୂର୍ଯ୍ୟ ସେ ଚନ୍ଦକା ଜଙ୍ଗଲ ଭିତରର ଯେଉଁ ପାହାଡ଼ର ସହ ଲୁଚକାଳି ଖେଳ‌ିଆସୁଥିଲା ତାହାର ତୀଖରୁ ଠିକ୍ ଚାରି ଆଙ୍ଗୁଳି ଉପରେ ଅଛି । ଆମ କଡ଼ ପଥରରେ ବସି ସିଗାରେଟ୍ ଆଦାନପ୍ରଦାନ ଦେଇ ପ୍ରେମ କରୁଥିବା ବଙ୍ଗାଳୀ ଯୋଡ଼ି ଜାଗା ଛାଡ଼ି ଚାଲି ଗଲେଣି ।

ମୁଁ ତାର ଲମ୍ବା ଚୁଟିକୁ ଟିକେ ପଛକୁ ଟାଣି ଦେଇ ପୁରା ମିନିଟିଏ ପର୍ଯ୍ୟନ୍ତ ତାକୁ ଓଠରେ ଗେଲ କରୁଚି । ସେ ସହଯୋଗ କରୁନି, କି ଅସହଯୋଗ ବି ନୁହେଁ । ମୁଁ ସୂର୍ଯ୍ୟ ଆଡ଼କୁ ବୁଲି ପଡ଼ିଲା ବେଳକୁ ସେ କହୁଚି, ମାମୁଁ ଆସିଲେ ତମକୁ ଧରିବ । ମୁଁ ପଚାରୁଚି, କାହିଁକି? ସେ କହୁଚି, ଯାହା କଲ ସେଥି ପାଇଁ । ମୁଁ ଲେଉଟଉଚି, ପ୍ରମାଣ କଅଣ ?

ସେ ଫିକ୍ କିନା ହସିଦେଇ କହୁଚି, ତମେ ସତରେ ଲାଜୱାବ୍ ।

ମୁଁ ଦେଖ‌ୁଚି, ସୁର୍ଯ୍ୟର ଯେଉଁ ଧାର ମୁଣ୍ଡିଆ ଉପରେ ଦିଶୁଥିଲା, ତା ଆଉ ନାହିଁ ।    

Friday, September 1, 2023

Three Countries

 Bharat Majhi

Translated by Sailen Routray


District Museum Bhawanipatna
Photo Credit: commons.wikimedia.org/ Debasish Rout

America

Look at that open mouth.
A tongue, or is it a road 
quivering with desire?
This tongue is littered 
with the footsteps of many countries.
No turns.
The dangers, if any,
are quite slippery.

Iraq

Still the doors are ajar.

The sun returning
to prove its tiredness;
someone pretending to be himself
not returning from the clammy backyard of his past;
the severed heads of our tears
held together by torn stoles, 
slipping away.

Despite our misplaced penances,
the roads are unmovable,
and
the doors are still 
ajar.

Bharat

I sent myself
to trail every passing visitor,
and, then, I sat like a shadow at home.

I listened to whatever he had to say,
and having turned the visitors away,
I started telling stories, 
after having turned into a shadow.
He cried, 
and then my shadow cried.
He laughed, 
and, so did my shadow.

He left after a few days.
Now this house is full of shadows.
He has not returned yet. 


Note: The poet, Bharat Majhi (born in 1972 in Kalahandi), works in an Odia language media house in Bhubaneswar. He has published nine volumes of poems in a poetic career spanning more than three decades. Amongst other recognitions, he has won the Bhubaneswar Book Fair Award in 2008 and the Sanskriti Award in 2004. 

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...