Sunday, January 30, 2022

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଯମକ ବର୍ଗ ୧୦-୧୨

ଅନୁବାଦକ - ଶୈଲେନ ରାଉତରାୟ

ତିବ୍ବତ ଦେଶରେ ୧୮ଦଶ ଶତାବ୍ଦୀରେ ଅଙ୍କିତ ଅମିତାଭ ବୁଦ୍ଧଙ୍କର ପଟଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପଦ୍ୟାନୁବାଦ

ମନରୁ କଷାୟ ଦୋଷ କରି ଦୂରୀଭୂତ,
ଯେଉଁ ନର ଶୀଳରେ ଅଟେ ସୁସମାହିତ । 
ସଞ୍ଜମ କରୁ ସେ ଥାଇ ସତ୍ୟଗୁଣେ ଯୁକ୍ତ,
କଷାୟେ ସେହୁ ଅଧିକାରୀ ଅଟଇ ଉଚିତ ।୧୦।
 
ଅସାର ବସ୍ତୁକୁ ଯିଏ ମଣେ ସାର ବୋଲି, 
ସାର ବସ୍ତୁକୁ ପୁଣି ଦେଖେ ଅସାର ଭଳି ।
ମିଥ୍ୟା ସଙ୍କଳ୍ପରେ ସେହୁ ବଶୀଭୂତ ହୋଇ,
ସାର ବସ୍ତୁକୁ କଦାପି ନ ପାଇ ପାରଇ ।୧୧।
 
ଯେ ସାର ବସ୍ତୁକୁ ସାର ବୋଲି ମଣୁଥାଇ,
ଅସାର ବସ୍ତୁ ଅସାର ବୋଲି ସେ ଜାଣଇ ।
ସମ୍ୟକ ସଙ୍କଳ୍ପ ସହ ହୋଇ ସେହୁ ଯୁକ୍ତ,
ସାର ବସ୍ତୁକୁ ସର୍ବଦା ହୋଇଥାଏ ପ୍ରାପ୍ତ । ୧୨। 
 
ମୂଳ ପାଲି ପଦ
 
ଯୋ ଚ ବନ୍ତକସାବସ୍ସ ସୀଳେସୁ ସୁସମାହିତୋ ।
ଉପେତୋ ଦମସଚ୍ଚେନ ସ ବେ କାସାବମରହତି ।୧୦।

ଅସାରେ ସାରମତିନୋ ସାରେ ଚାସାରଦସ୍ୱିନୋ
ତେ ସାରଂ‌ ନାଧିଗଚ୍ଛନ୍ତି ମିଥ୍ୟାସଂକଳ୍ପଗୋଚରାଃ । ୧୧।

ସାରଞ୍ଚ ସାରତୋ ଞତ୍ତ୍ୱା ଅସାରଞ୍ଚ ଅସାରତୋ
ତେ ସାରମ୍ ଅଧିଗଚ୍ଛନ୍ତି ସମ୍ମାସଙ୍କପ୍ପଗୋଚରା ।୧୨।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

Friday, January 28, 2022

Are These the Greatest Odia Stories Ever Told?

Sailen Routray

The book under review is an edited volume of translations of twenty four Odia short stories written over the last 121 years by twenty three authors; the only writer who has two stories (including the first Odia short story ‘Rebati’ published in 1898 in the magazine ‘Utkala Sahitya’) is Phakir Mohan Senapati (1843-1918). 

If this reviewer’s guesses about their jati backgrounds are not widely off the mark, then all the twenty three belong to three castes at the apex of Orissan caste hierarchy – Brahmins, Karanas (a scribal jati corresponding to kayasths of North India) and Khandayats (a landowning warrior caste). 

But this is not the fault of the editors and translators of this volume, as this is a problem that plagues Odia literature per se. The Odia literary field had been dominated by the so-called upper castes (especially the men) for the longest time and literary modernism arguably only helped consolidate this stranglehold.

While the margin does not speak in this volume, many of its stories like ‘Savara’ by Chaudhury Hemakanta Misra, ‘The Tale of the Snake Charmer’ by Chandrasekhar Rath and ‘Ghania Celebrates Ganesh Chaturthi’ by Surendra Mohanty, place the lives of dalits and other downtrodden folk at the centre of their narratives. But at the same time, ‘A River Called Democracy’ by Akhil Mohan Pattnaik portrays the dalit protagonist in a distinctly casteist, unsympathetic and politically naive manner. 

If one leaves aside political and thematic concerns, stories like ‘News of the Day’ by Kanheilal Das draw the reader in and hold her interest by innovations in the formal aspects of storytelling. If the aim of the volume were not to overwhelmingly focus on works of celebrated writers of short fiction, but to bring in ‘great’ short stories, then those by marginalised writers like Bijaya Prasad Mohapatra, Basanta Satpathy and Phaturananda would have merited inclusion. 

Despite these reservations, this volume is a valuable addition to the growing corpus of Indian short fiction available in translation. Some like ‘Mother India’ by Mohapatra Nilamoni Sahoo and ‘The Tale of the Snake Charmer’ invert many stereotypes on their head and promise to become classics. 

Taken together, these stories also help us draw the contours of the particularity of the regional, vernacular Odia social universe. The translation is smooth without any rough edges and makes for smooth reading. This is a book that deserves to be widely read and discussed.

Details About the BookLeelawati Mohapatra, Paul St-Pierre and K. K. Mohapatra (Translators and Editors). 2019. The Greatest Odia Stories Ever Told. New Delhi: Aleph Book Company. [ 230+xvii pages; Hardbound; Priced at 699 rupees]

Note: This review was first published on 12th January 2020 in The Hindu Magazine

Tuesday, January 25, 2022

କିଶନ ପଟ୍ଟନାୟକ: ଏକ ଆଲେଖ

ଶୈଲେନ ରାଉତରାୟ


କିଶନ ପଟ୍ଟନାୟକଙ୍କର ପ୍ରବନ୍ଧ ସଙ୍କଳନର ପ୍ରଥମ ଭାଗର ମଲାଟ

ରାଜନୀତି କରିବ ଆଉ ବ୍ୟାଙ୍କ୍ ଏକାଉଣ୍ଟ୍ ନ ଥିବ । ତେତିଶି ବର୍ଷ ବୟସରେ ଚାଷୀ ଆନ୍ଦୋଳନ କରି, ତାହା ଫଳରେ ଜେଲେରେ ଥାଇ, ନିର୍ବାଚନ ଲଢି ଜିତିବ ଆଉ ତାହା ପରେ କ୍ଷମତା ରାଜନୀତିର ପ୍ରଲୋଭନରେ ମୋଟେ ପଡିବ ନାହିଁ ଓ ଦଳବଦଳ, ଆଦର୍ଶ ପରିବର୍ତ୍ତନ ଆଦି ଆଧୁନିକ କାଣ୍ଡକାରଖାନାଗୁଡିକରେ ମନୋନିବେଶ କରିବ ନାହିଁ । ଗାନ୍ଧୀବାଟ ଧରିବ, ହେଲେ ଗାନ୍ଧୀଙ୍କ ନାମ ଧରି ଗାନ୍ଧୀବାଦୀ ମାନେ ବସେଇଥିବା ହାଟରେ ଜମା ହାଟୁଆ ହେବାକୁ ମନ ବଳାଇବ ନାହିଁ । 

ସମାଜବାଦୀ ହେବ, ମାତ୍ର ସମାଜବାଦର ୟୁରୋପୀୟ ଢାଞ୍ଚାଗୁଡିକ ଭିତରେ ଭାରତୀୟ ଅନୁଭୁତିଗୁଡିକୁ ଜବରଦସ୍ତି ମାଡିମକଚି ନ ପଶାଇ, ସମାଜବାଦର  ସୁବିଧାବାଦରେ ପରିବର୍ତ୍ତନକୁ ଉପେକ୍ଷା କରି, ନିଜର ରାଜନୈତିକ ଆଚରଣ ଓ ବିଚାର ଦ୍ୱାରା ଏକ ଦୀର୍ଘ ମିୟାଦରେ ଉପଯୋଗୀ, ଅସଲ ଅର୍ଥରେ ଭାରତୀୟ, ସମାଜବାଦୀ ବିକଳ୍ପର ସଂରଚନା ପାଇଁ ଜୀବନ ଉତ୍ସର୍ଗ କରିବ । 

କିଶନ ବାବୁଙ୍କ ପରି ଏମିତି ଯିଏ କରିବ, ତାକୁ ବେଶୀ ଲୋକେ ଚିହ୍ନିବେ ନାହିଁ, ଜାଣିବେ ନାହିଁ । ମାତ୍ର ସିଏ ହିଁ ରାଜନୀତି ବୋଇଲେ ଯେଉଁ ଆଧୁନିକ କଳାଟିକୁ ଆମେ ବୁଝୁ – ଅର୍ଥାତ୍ ଲୋକଙ୍କୁ ସାମୁହିକ ସ୍ୱାର୍ଥ ପାଇଁ ଲଢିବା ପାଇଁ ଏକାଠି କରିବା, ଲଢେଇର ମାନଚିତ୍ର ଭାବରେ ଏକ ବିଚାର-ଜଗତର ନିର୍ମାଣ କରିବା ତଥା ଭବିଷ୍ୟତକୁ ବର୍ତ୍ତମାନ ଓ ଅତୀତର କଷଟିରେ ପରଖି, ଉକୁଟେଇ, ଅଥଚ ସେଥିରୁ ମୁକ୍ତ କରି ଏକ ନୂଆ ମାନବ ସମାଜର କଳ୍ପନା କରିବା – ସେ ଏହି କଳାର ଏକ କଳାକାର ନିଶ୍ଚିତ ଭାବରେ ପାଲଟିବ ।  

ଯଥାର୍ଥ ଅର୍ଥରେ ସେ ଥିଲେ ରାଜନୀତି ନାମକ କଳାର ଏକ ପ୍ରବୀଣ କଳାକାର – ଯେଉଁ ଅର୍ଥରେ ଆମେ ଭାରତୀୟ ରାଜନୀତିର ସନ୍ଦର୍ଭରେ ଗାନ୍ଧୀ, ଗୋପବନ୍ଧୁ, ଲୋହିଆ, ଭଗତ ସିଂହ ଓ  ଗୋପାଳକୃଷ୍ନ ଗୋଖଲେଙ୍କୁ ରାଜନୀତିର ଉତ୍କୃଷ୍ଟ କଳାକାର କହିପାରିବା ।

କିଶନ ବାବୁଙ୍କର ଜନ୍ମ ଏକ ସମ୍ଭ୍ରାନ୍ତ କରଣ ପରିବାରରେ, ୨୯ ଜୁନ୍ ୧୯୨୯ ମସିହାରେ ; ରାଜୁଡା ସମୟର କଳାହାଣ୍ଡିର ରାଜଧାନୀ, ଭବାନୀପାଟଣାରେ । । ବ୍ରଜମୋହନ ହାଇସ୍କୁଲ୍ ରୁ ପ୍ରଥମ ଶ୍ରେଣୀରେ ମେଟ୍ରିକ୍ ପାଶ୍ କରି ସେ ବଲାଙ୍ଗୀର୍ ର ରାଜେନ୍ଦ୍ର କଲେଜ୍ କୁ ଉଚ୍ଚତର ଶିକ୍ଷା ପାଇଁ ଯାଆନ୍ତି । ସେଠାରେ ବନ୍ଧୁମାନଙ୍କ ସହିତ ମିଶି ଛାତ୍ର ସମ୍ମିଳନୀ କରନ୍ତି ଓ ୧୯୪୬ ମସିହା ଅଗଷ୍ଟ ମାସରେ ସେମାନଙ୍କ ସହିତ ଜାତୀୟ ପତାକା ଉତ୍ତୋଳନ କରନ୍ତି ।

ଏହା ପରେ ବି.ଏ. ଓ ଏମ୍.ଏ. ପଢିବା ପାଇଁ ନାଗପୁର୍ ପ୍ରବାସ କରନ୍ତି । ନାଗପୁର୍ ବିଶ୍ୱବିଦ୍ୟାଳୟରେ ପ୍ରଥମେ ଇଂରାଜୀ ସାହିତ୍ୟରେ ଉଚ୍ଚଶିକ୍ଷା ଆରମ୍ଭ କରି ପରେ ରାଜନୀତି ବିଜ୍ଞାନକୁ ବିଷୟ ବଦଳାନ୍ତି । ଅଧ୍ୟାପକ ଭାବରେ କାମ କରିବାର ଇଚ୍ଛା ଥାଏ । ମାତ୍ର ଏମ୍.ଏ. ରେ କମ୍ ନମ୍ବର ରହିବାରୁ ସେ ଘରକୁ ୧୯୫୧ ମସିହାରେ ଫେରି ଆସନ୍ତି ଓ ବ୍ରଜମୋହନ ହାଇସ୍କୁଲରେ ଶିକ୍ଷକତା ଆରମ୍ଭ କରନ୍ତି ।

ଏହି ସମୟରେ ଗଡଜାତ ମିଶ୍ରଣ ଆନ୍ଦୋଳନର ସନ୍ଦର୍ଭରେ ସମାଜବାଦୀ ନେତା ଶ୍ରୀ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କର ସଂସ୍ପର୍ଶରେ ଆସି ସେ ସୋସାଲିଷ୍ଟ୍ ପାର୍ଟିରେ ଯୋଗ ଦିଅନ୍ତି । ୧୯୫୨ ମସିହାରେ କଟକ ଆସି ସୋସାଲିଷ୍ଟ୍ ପାର୍ଟିର ଓଡିଆ ପତ୍ରିକା ‘କୃଷକ’ର ସମ୍ପାଦନା କରନ୍ତି । ଏହି ସମୟରେ ହିଁ ସୋସାଲିଷ୍ଟ୍ ପାର୍ଟିରେ ବିଭାଜନ ଘଟେ । କିଶନ ବାବୁ ଲୋହିଆଙ୍କ ସହିତ ରହନ୍ତି ଓ ୧୯୫୭ ଠାରୁ ହାଇଦ୍ରାବାଦ୍ ରେ ସ୍ଥିତ ଲୋହିଆଙ୍କର ନେତୃତ୍ତ୍ୱରେ ଚାଲୁଥିବା ସମାଜବାଦୀ ଦଳର  ମୂଖ୍ୟ କାର୍ଯ୍ୟାଳୟରେ ଅବସ୍ଥାନ କରି ଦଳର ଇଂରାଜୀ ପତ୍ରିକା ‘ମ୍ୟାନ୍ କାଇଣ୍ଡ୍’ ତଥା ହିନ୍ଦୀ ପତ୍ରିକା ‘ଜନ୍’ ର ସମ୍ପାଦନା କରନ୍ତି । ମାତ୍ର ଧୀରେ ଧୀରେ ପତ୍ରିକା ଚଳାଇବା ପାଇଁ ପଇସାର ଅଭାବ ହେବାରୁ କିଶନ ବାବୁ ୧୯୬୦ ରେ ଓଡିଶାକୁ ଫେରି ଆସନ୍ତି । ବରଗଡକୁ ନିଜର ରାଜନୈତିକ କର୍ମର କେନ୍ଦ୍ର କରି ରାଜ୍ୟରେ ଦଳକୁ ନୁଆ ରୂପ ଦିଅନ୍ତି ଓ ଓଡିଆ ପତ୍ରିକା 'ସାଥି' ପ୍ରକାଶ କରନ୍ତି ।

ଏହି ସମୟରେ ସେ ଦଳର ସାଙ୍ଗଠନିକ କାମରେ ମନୋନିବେଶ କରନ୍ତି ଓ ଚାଷୀମାନଙ୍କର ସମସ୍ୟାକୁ ନେଇ ଆନ୍ଦୋଳନାତ୍ମକ ରାଜନୀତିର ପନ୍ଥା ବାଛି ନିଅନ୍ତି । ଆନ୍ଦୋଳନର ଫଳଶୃତି ଭାବରେ ଜେଲ୍ ଯାଆନ୍ତି, ଜେଲରେ ରହି ୧୯୬୨ ମସିହାର ଲୋକସଭା ନିର୍ବାଚନ ଲଢନ୍ତି ଓ ବିପୁଳ ପରିଣାମରେ ଭୋଟ ପାଇ ଜୟଯୁକ୍ତ ହୁଅନ୍ତି । ଲୋକସଭାର ସଦସ୍ୟ ଭାବରେ ନେହେରୁ ସରକାରର ତଥ୍ୟନିଷ୍ଠ ସମାଲୋଚନା ଓ ଲୋକାଭିମୁଖୀ ଭାଷଣ ଓ ବିତର୍କ ଅନେକଙ୍କର ଏହି ସମୟରେ ଦୃଷ୍ଟି ଆକର୍ଷଣ କରେ ।

୧୯୬୭ ରେ ଲୋକସଭା ନିର୍ବାଚନ ଲଢି ଅଳ୍ପ ଭୋଟରେ ପରାଜିତ ହୁଅନ୍ତି । ଏହା ପରେ ପରେ ୧୯୬୯ ମସିହାରେ ଶ୍ରୀମତୀ ବାଣୀମଞ୍ଜରୀ ଦାସଙ୍କୁ ବିବାହ କରନ୍ତି । ୧୯୬୭ ମସିହାରେ ଲୋହିଆ ଚାଲିଗଲା ପରେ ୧୯୬୯ ରେ ‘ଲୋହିଆ ବିଚାର ମଞ୍ଚ’ ଗଠନରେ ତାଙ୍କର ଗୁରୁତ୍ତ୍ୱପୂର୍ଣ ଭୂମିକା ରୁହେ । ଯେତେବେଳେ ବିହାରରେ ୧୯୭୪ ମସିହାରେ ଜେ.ପି. ଙ୍କର ନେତୃତ୍ତ୍ୱରେ ଛାତ୍ର ଆନ୍ଦୋଳନ ମୁଣ୍ଡ ଟେକେ ଓ ପରେ ଦେଶବ୍ୟାପୀ ରୂପ ନିଏ, କିଶନ ବାବୁ ପ୍ରଥମରୁ ହିଁ ଏଥିରେ ଯୋଗ ଦିଅନ୍ତି । ଏହି ସମୟରେ ସେ ପ୍ରାୟତଃ ପାଟନାରେ ହିଁ ଅବସ୍ଥାନ କରନ୍ତି ଓ କଲିକତାରୁ ପ୍ରକାଶିତ ‘ଚୌରଙ୍ଗୀ ବାର୍ତ୍ତା’  ପତ୍ରିକାର ପ୍ରକାଶନରେ ମଧ୍ୟ ଜଡିତ ରୁହନ୍ତି ।

ଏମର୍ଜେନ୍ସୀ ସମୟରେ ସେ ଅଣ୍ଡରଗ୍ରାଉଣ୍ଡ୍ ରୁହନ୍ତି  ଓ ନିଜର ରାଜନୈତିକ କାମ କରିଚାଲନ୍ତି । ୧୯୭୬ ରେ ଦିଲ୍ଲୀରେ ଗିରଫ ହୋଇ ଜେଲ୍ ଯାଆନ୍ତି ।  ଏମର୍ଜେନ୍ସୀ ପରେ ଗଠିତ ଜନତା ପାର୍ଟିକୁ ଏକ ସୁବିଧାବାଦୀ ଦଳ ଭାବରେ ଦେଖି ସେ ସେଥିରେ ଯୋଗ ଦିଅନ୍ତି ନାହିଁ ଓ ଲୋହିଆ ବିଚାର ମଞ୍ଚକୁ ଚଳାଇ ରଖି ଭାରତରେ ସମାଜବାଦୀ ଆନ୍ଦାଳନକୁ ଗତିଶୀଳ କରନ୍ତି । 

ବିକଳ୍ପ ସନ୍ଧାନର ଫଳ ସ୍ୱରୂପ କିଶନ ବାବୁ ଓ ଅନେକ ପୁରୁଣା ସମାଜବାଦୀମାନେ ମିଶି ‘ସମତା ସଙ୍ଗଠନ’ ଗଠନ କରନ୍ତି । ଏହି ସମୟ ପର୍ଯ୍ୟନ୍ତ ସେ ପାଟଣାରେ ରହୁଥାଆନ୍ତି । ସଙ୍ଗଠନ ଦ୍ୱାରା ଏହି ସମୟରେ କୋଇଲା ଶ୍ରମିକମାନଙ୍କ ମଧ୍ୟରେ ମଦମୁକ୍ତି ଓ ୠଣମୁକ୍ତି ତଥା ଶିକ୍ଷା ସମସ୍ୟାକୁ ନେଇ ଆନ୍ଦୋଳନର ସୁତ୍ରପାତ ହୁଏ ।

ଅଶୀ ଦଶକରେ କିଶନ ବାବୁ ବରଗଡ ଫେରି ଆସନ୍ତି ଓ ବାଲକୋ ବିରୋଧୀ ଆନ୍ଦୋଳନରେ ଯୋଗଦିଅନ୍ତି । ୧୯୮୫ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର୍ କରି ସେ ଦେଶର ଦୃଷ୍ଟି କଳାହାଣ୍ଡିର କ୍ଷୁଧା ଓ ଦାରିଦ୍ର୍ୟ ପ୍ରତି ଆକର୍ଷିତ କରନ୍ତି । ସମତା ସଙ୍ଗଠନର ସୀମିତତାକୁ ଲକ୍ଷ କରି ଅନେକ ଜନବାଦୀ ସଙ୍ଗଠନକୁ ଏକାଠି କରି ଜନ ଆନ୍ଦୋଳନ ସମନ୍ୱୟ ସମିତିର ଗଠନ ହୁଏ । ଏଥିରେ କିଶନ ବାବୁଙ୍କର ଅବଦାନ ଗୁରୁତ୍ତ୍ୱପୂର୍ଣ । 

ଅଶି ଓ ନବେ ଦଶକରେ ଦେଶ ସାରା ଘଟିଥିବା ନାନାଦି ଗଣ ଆନ୍ଦୋଳନରେ ସେ ଭାଗ ନିଅନ୍ତି । ୧୯୯୫ ରେ ସେ ପର୍ଯ୍ୟନ୍ତ ଚାଲିଥିବା ଜନବାଦୀ ରାଜନୈତିକ କାର୍ଯ୍ୟକ୍ରମକୁ ଏକ ସଙ୍ଗଠିତ ଦଳର ରୂପ ପ୍ରଦାନ କରିବା ପାଇଁ ‘ସମାଜବାଦୀ ଜନ ପରିଷଦ’ ର ଗଠନ ହୁଏ । କିଶନ ବାବୁ ଓ ତାଙ୍କର ସାଥୀମାନଙ୍କ ଯୋଗୁଁ  ବରଗଡ ଏହି ଜାତୀୟ ଦଳର ଏକ କେନ୍ଦ୍ର ପାଲଟେ । 

୧୯୯୩ ମସିହାରେ ବରଗଡରୁ ବିଚାରଧର୍ମୀ ପତ୍ରିକା ‘ବିକଳ୍ପ ବିଚାର’ର ମଧ୍ୟ ପ୍ରକାଶନ ଆରମ୍ଭ ହୁଏ । ବରଗଡରେ ସଙ୍ଗଠନ ଓ ବିଚାର ନିର୍ମାଣକୁ କେନ୍ଦ୍ର କରି ସେ ନିଜ ଜୀବନର ଶେଷ ଦଶକ ଅତିବାହିତ କରନ୍ତି ଓ  ୨୭ ସେପ୍ଟେମ୍ବର, ୨୦୦୪ ମସିହାରେ ଶ୍ୱାସ ରୋଗରେ ମୃତ୍ତ୍ୱୁବରଣ କରନ୍ତି ।

 ହିନ୍ଦୀରେ ‘ବିକଳ୍ପହୀନ ନହିଁ ହେ ଦୁନିଆ’ ଓ ‘ଭାରତ୍ ଶୂଦ୍ରୋଙ୍କା ହୋଗା’ ଶୀର୍ଷକରେ ତାଙ୍କର ଦୁଇଟି ହିନ୍ଦୀ ପ୍ରବନ୍ଧ ସଙ୍କଳନ ରହିଛି । ଓଡିଆରେ  ‘ଭାରତ୍ ଶୂଦ୍ରୋଙ୍କା ହୋଗା’ର ଓଡିଆ ଅନୁବାଦ ‘ଭାରତ ଶୂଦ୍ରଙ୍କର ହେବ’ ଶୀର୍ଷକରେ ଅନୁଦିତ ହୋଇ ପ୍ରକାଶିତ ହୋଇଛି । ଓଡିଆରେ ଏହା ଛଡା ‘ଭାରତୀୟ ବୁଦ୍ଧୀଜୀବୀର ସଙ୍କଟ ଓ ଅନ୍ୟାନ୍ୟ ପ୍ରବନ୍ଧ’ ତଥା ‘ବିଚାରର ଟିପାଖାତା’ ନାମରେ ତାଙ୍କର ଆଉ ଦୁଇଟି ପ୍ରବନ୍ଧ ସଙ୍ଗ୍ରହ ରହିଛି

ଭାରତରେ ସମାଜବାଦୀ ବିଚାରର ବିବର୍ତ୍ତନରେ ଲୋହିଆଙ୍କ ପରେ ବୋଧେହୁଏ କିଶନଜୀଙ୍କର ଅବଦାନ ସବୁଠାରୁ ଅଧିକ । ଲୋକାଭିମୁଖୀ ରାଜନୈତିକ ଆନ୍ଦୋଳନର ନେତୃତ୍ତ୍ୱ ନେବା ତଥା ଚିନ୍ତନ ଓ ପ୍ରକାଶନ ଛଡା, ରାଜନୈତିକ କର୍ମୀ ନିର୍ମାଣ ଓ ପ୍ରଶିକ୍ଷଣରେ ସେ ଅନେକ ସମୟ ଓ ଶକ୍ତି ଅତିବାହିତ କରୁଥିଲେ । କିଶନ ବାବୁ ଚାଲିଯିବାର ୧୭ ବର୍ଷ ହେଲାଣି । ହେଲେ ଏବେ ବି ତାଙ୍କୁ ଲୋକେ ଝୁରୁଛନ୍ତି । ସେ ଛାଡିଯାଇଥିବା ବିଚାର ଓ ସଙ୍ଗଠନର ମଞ୍ଜିକୁ ଧରି ଭାରତରେ ସମାଜବାଦର ପ୍ରତିଷ୍ଠା ଦିଗରେ ବ୍ରତି ହେଲେ ଏହା ତାଙ୍କର ସ୍ମୃତି ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ । 

ବି.ଦ୍ର. - ଏହି ଲେଖାର ଏକ କ୍ଷୁଦ୍ରତର ରୂପ 'ସମାଜ' ଖବର କାଗଜର ୨୭.୦୯.୨୦୧୫ ତାରିଖର ସଂସ୍କରଣର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶ ପାଇଥିଲା । 

Saturday, January 22, 2022

Does Farming Have a Future in India?

 A Discussion of 'State of Rural and Agrarian India Report 2020' by
Network of Rural and Agrarian Studies

Sailen Routray


Stamp on Farming Issued by Department of Post and Telegraph in 1982
Photo Credit - Wikimedia Commons

For the first time in a long while, if not ever, the rural is not coterminous with the agrarian. The 2011 Census of India revealed that only 48 percent of the rural population of the country depended upon agriculture as a source of livelihood. But according to the same source of data, 26.3 crores of Indians still work as agricultural workers, a category that includes both cultivators and agricultural labourers. According to the Doubling Farmers’ Income Report, 52% of all agricultural householders in India are under debt and the average size of this debt is 47, 000 rupees.

This is not surprising, as 86% of all land holdings are less than 2 hectares and the
income of farm households that cultivate with these small and marginal holdings are less than the expenditure on household consumption. Wages in rural areas continue to remain depressed apart from very small pockets and unemployment is high, reaching 23% in April-May 2020.

Data released by National Crime Records Bureau (NCRB) reveals that in the quarter century between 1995 and 2019, 14588 agriculturists died every year on an average, because of suicides. This is a total of 3,64,692 suicides by agriculturists in this 25-year period. But given the ways in which data is collected, this is a gross underestimation.

This agrarian crisis affects dalit, adivasi, women-headed and artisanal households in a far more intense manner. How have we come to such a pass as country and a civilization where the community whose work is central to the process of feeding it, stands marginalized and devalued to the extent that such a large number of its member consider ending their lives an honourable and rational option?

The various aspects of a possible answer to this question are known for some time now. In the dominant model of development within which policies related to agriculture and rural areas have been framed, the transition to an urban-industrial economy is perceived to be inevitable. This model has an extractive approach to agriculture where the goal of policy become to ensure the maximisation of a very narrowly defined productivity.

Over the last five to six decades, in the name of increasing yields, monocultures of certain favoured crops such as wheat, sugarcane and rice have been promoted aggressively through the green revolution model that is dependent on hybrid seeds, chemical inputs and assured irrigation. The monoculture in the fields has been accompanied by a monoculture of the minds, especially in the governmental agricultural support system, where the process of knowledge production is centralized in the ICAR institutions and the knowledge of farmers is systematically devalued.

This has had devastating effects on the health of the land and of its people. More than 12 crore hectares of land in India is degraded now. The soil of much of our agricultural land shows less than adequate microbial activity, is deficient in organic matter and has low moisture retention capacity. The promotion of monocultures has also been accompanied by depleting groundwater aquifers, increasing incidence of pest attacks and resultant crop losses, loss of agricultural biodiversity, pollution of water bodies, and deforestation and diversion of commons. 

Climate change that is a result of the dominant development paradigm, is worsening the existing challenges in Indian agriculture. The chemicalization of agriculture has led to increasing prevalence of cancer amongst agriculturists and enhanced concentrations of harmful chemical residues in our food.

The green revolution technologies favoured those regions of the country that were well-endowed with resources and within these focused on farmers of upper/dominant castes belonging to savarna and OBC backgrounds. The public investments in green revolution enhanced the power and status of these communities, increased inequality, and distorted the cropping pattern resulting in a poor diet for most rural folk, in addition to the ecological disasters already mentioned.

The response to the social and ecological crisis in agriculture has been one of populist measures wherein individual farmers are targeted by governments with loan moratoriums, subvention of interests on loans, insurance, income support and increasing the Minimum Support Price (MSP). In the name of reforming agricultural markets, the recent change in laws governing these do very little to introduce accountability to the mandis. By bypassing the local mandis, these changes make the farming communities open to exploitation by large corporations.

Over the last thirty years, there is an increasing concentration of corporation control in the agricultural input market. The recent legal changes will extend this to marketing of agricultural produce as well. The framework of intellectual property within which purported agricultural innovations happen these days marginalise farmers’ knowledge and experimentation. This commoditization of knowledge has been accompanied by financialization of natural resources, and digitalization of practices related to farming. All these processes work in tandem to make farmers vulnerable to adverse manipulations by the corporate system.

Given such a dystopic state of affairs, what is the way forward to effect positive change in India’s agriculture and in the country’s villages? The NRAS report envisages a future where policies affecting rural and agrarian sectors are re-imagined with social justice and environmental sustainability at the center. This will also mean taking climate change seriously. The report then goes on to propose that building circular economies, creating and administering new indicators for measuring success, fostering meaningful livelihoods in villages, and decentralising policy making might be some of the ways in which we can move forward.

A big part of such a transformation has to be cultural and ideological. Instead of valorising sameness we have to start promoting variability. Instead of bowing down to the centrally produced knowledge of the experts, we need to start learning from local experimentation and knowledge systems. The valuing of ecological services, reestablishment of the links between nature and farming, and challenging the centralization of administration, commoditization of knowledge and corporatization of agriculture, have to become part of the new imaginary of the rural and the agrarian.

Such a reorientation of values has to be accompanied by struggles on the ground for making the socio-economic basis of farming and rural life sustainable. Such a vision of practice has to involve fighting for living wages of rural labourers, building local economies around the crafting of objects of everyday use by artisans, use of appropriate technology to reduce unnecessary and avoidable drudgery, and making pastoralists and their animals a necessary and important part of our vision for the rural. 

The economic basis of rural life can be enhanced only if production and marketing strategies are recalibrated to meet local demand so that food and other basic materials are locally produced, stored and distributed. A reformed mandi system is an important part of this process, so are restoring the rights of adivasi communities over land and other resources.

The report under review, thus, correctly diagnoses what is plaguing our agriculture and rural areas and suggests some key ways in which social action can be mounted to change things. The first step in this direction is a process of reimagining development and well-being that keeps the rural, the agrarian, and the life experiences of women and dalit-bahujans at the center.

Agriculturists and other villagers have to then collectively moblise towards the attainment of these goals. City-folk will also need to reorient themselves and their patterns of consumption so that the relationship of exploitation that exists between the rural and the urban can be changed. Most importantly, we have to rethink and reimagine our rural areas as contemporary and future sanctuaries, where fugitives from totalitarian industrial dystopias find refuge not only for their bodies, but for their minds and souls as well.

American farming and stock raising,
with useful facts for the household,
devoted to farming in all its departments (1890s)
Photo Credit - Wikimedia Commons
 
Details About the DocumentRicha Kumar, Nikhit Kumar Agrawal, P.S. Vijayshankar, and A.R. Vasavi. 2020. State of Rural and Agrarian India Report 2020: Rethinking Productivity and Populism Through Alternative Approaches. Network of Rural and Agrarian Studies.

Tuesday, January 18, 2022

କବି ଭାରତ ମାଝୀଙ୍କ ସହ ଏକ ସାକ୍ଷାତକାର

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ପ୍ରଶ୍ନ: ଆପଣଙ୍କର ପୂର୍ବ ପ୍ରଜନ୍ମର ପ୍ରସିଦ୍ଧ ଓ ପ୍ରଭାବଶାଳୀ ଓଡ଼ିଆ କବିମାନଙ୍କ ମଧ୍ୟରୁ ଅନେକଙ୍କର ଶିକ୍ଷା ଇଂରାଜୀ ସାହିତ୍ୟରେ ଥିଲା । ସେମାନଙ୍କ ଭିତରୁ ଅନେକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଫିସର ବା ଅଧ୍ୟାପକ ଥିଲେ । ହେଲେ ଆପଣଙ୍କ ପୁରୁଷର ଓଡ଼ିଆ ଭାଷାର କବି ମାନଙ୍କର ଏକାଡେମିକ୍ ଟ୍ରେନିଂ ଓ କର୍ମ ଜୀବନରେ ଅଧିକ ବିଭିଦତା ଅଛି । ଏ ବିଷୟରେ ଆପଣ କଣ କହିବେ ?

ଭାରତ ମାଝୀ:- ତୁମେ ଯେଉଁ ପୁରୁଷର କବିମାନଙ୍କ କଥା କହୁଛ, ସେମାନଙ୍କ ଭିତରୁ ଅଧିକାଂଶ ଉଚ୍ଚଜାତିର ଓ ଉଚ୍ଚମଧ୍ୟବିତ୍ତ ପରିବାରମାନଙ୍କରୁ ଆସିଥିଲେ । ହେଲେ ୪୫ ବର୍ଷ ବୟସରୁ କମ ବୟସର ଅଧିକାଂଶ କବିମାନେ ନିମ୍ନ ମଧ୍ୟବିତ୍ତ ବା ମଧ୍ୟବିତ୍ତ ପୃଷ୍ଠଭୂମିର । ଏଣୁ ସାହିତ୍ୟିକ ଆଧୁନିକତାରେ ଆମର ପ୍ରବେଶ ଇଂରାଜୀ ସାହିତ୍ୟର ଫାଟକ ଦେଇ ନୁହେଁ । ଏଣୁ ଓଡ଼ିଆ ଜନଜୀବନର ଛନ୍ଦ ଓ ସ୍ପନ୍ଦନ ତୁମେ ଆମର ଗପ ଓ କବିତା ମାନଙ୍କରେ ଦେଖିବାକୁ ପାଇବ । 

ଉଦାହରଣ ସ୍ୱରୂପ ମୋର ପ୍ରଥମ ପଦ୍ୟ ରଚନା ଥିଲା ନିଜ ଗାଁର ଘୁମୁରା ଦଳ ପାଇଁ । ହେଲେ ମୁଁ ଧିରେଧିରେ ଆଧୁନିର ଗଦ୍ୟ କବିତା ଲେଖିବାକୁ ଆରମ୍ଭ କଲି ଆଉ ପାରମ୍ପରିକ ରଚନାରୁ ଦୂରେଇଗଲି । ଏପରି ଏକ ଟ୍ରାଜେକ୍ଟରୀ ମୋ ପୁରୁଷର ଅନେକଙ୍କ ପାଇଁ ସତ । ଲୋକ ସାହିତ୍ୟରେ ଆମର ଚେର ଥିବାରୁ ଆମ ପୁରୁଷର କାମ ଓଡ଼ିଆ କବିତାର ଆଙ୍ଗିକତାକୁ ଅନେକ ଭାବରେ ବଦଳାଇଦେଇପାରିଛି । 

ଏହା ଆମର ପୂର୍ବ ପ୍ରଜନ୍ମର କବିମାନଙ୍କୁ ଏବେ ପ୍ରଭାବିତ ମଧ୍ୟ କରୁଛି । ଆମ କବିତାର ଆଉ ଗୋଟିଏ ପ୍ରଭାବ ହେଲା ଯେ, ତିନି ଚାରି ପୁରୁଷ ତଳ ପର୍ଯ୍ୟନ୍ତ ଯେଉଁ ବୈପ୍ଳବିକ ଆଧ୍ୟାତ୍ମିକତା ଓଡିଆ କାବ୍ୟମାନସର ମୂଳଭିତ୍ତି ଥିଲା, ଆମେ ଓଡ଼ିଆ କବିତାକୁ ଅନେକ ଭାବରେ ସେଠାକୁ ଫେରାଇ ଆଣିବାରେ ସକ୍ଷମ ହୋଇଛୁ । 

ପ୍ରଶ୍ନ: ଏହି ସନ୍ଦର୍ଭରେ ତାହାହେଲେ ଆପଣ ବ୍ରହ୍ମୋତ୍ରୀ ମହାନ୍ତିଙ୍କର କବିତା ବିଷୟରେ କଣ କହିବେ ?

ଭାରତ ମାଝୀ: ତାଙ୍କର ପ୍ରଥମ କେତୋଟି କବିତା ବହି ଅଗ୍ନିଗର୍ଭା । ହେଲେ ପରେ ତାଙ୍କର କବିତାର ଧାର ଟିକେ ମରିଗଲା । କିନ୍ତୁ ଏହା ଏକ ବୃହତ୍ତର ପରିବର୍ତ୍ତନର ଅଂଶ । ଓଡ଼ିଆ ସମାଜର ଆଧ୍ୟାତ୍ମିକତାକୁ ପୁଞିବାଦ ପୋଷା ମଣେଇଦେଇଥିଲା ଭଳି ଜଣାଯାଏ । ପ୍ରତିବାଦ ଓ ମୁକ୍ତି ପାଇଁ ଏହାର କେତେ ଶକ୍ତି ଅଛି ତାହା ଜଣାନାହିଁ । 

ପ୍ରଶ୍ନ: ଆମେ ଯଦି ବୃହତ୍ତର ପରିବର୍ତ୍ତନର କଥା ହେଉଛେ, ତାହାହେଲେ ଗତ କୋଡ଼ିଏ ବର୍ଷ ଖଣ୍ଡେ ଭିତରେ ଓଡ଼ିଆ କବିତା ଓ ସାହିତ୍ୟରେ କଣ କଣ ଭଲ ପରିବର୍ତ୍ତନ ଓ କଣ ଖରାପ ପରିବର୍ତ୍ତନ ଆସିଛି ବୋଲି ଆପଣ କହିବେ ?

ଭାରତ ମାଝୀ: ଆମର ଥିମ୍‌ର ସଙ୍ଖ୍ୟା ବଢ଼ିଛି । ଓଡ଼ିଆ ଭାଷାର କବି ଓ ଲେଖକ ମାନେ ଆମର ସମସାମୟିକ ଦୁନିଆ ଓ ଅବସ୍ଥା ବିଷୟରେ ବର୍ତ୍ତମାନ ଅଧିକ ସଚେତନ । ଭାଷାକୁ ନେଇ ଅଧିକ ପରୀକ୍ଷା ନୀରିକ୍ଷା ହେଉଛି । ଆଗରୁ ଓଡ଼ିଆ ସାହିତ୍ୟର ଭାଷା ସଂସ୍କୃତାଶ୍ରୟୀ ଥିଲା । ନହେଲେ ଉପକୂଳ ଓଡ଼ିଶାର ଗାଉଁଲି ଭା।ଷାର ବ୍ୟବହାର ହେଉଥିଲା । ଏବେ ଓଡ଼ିଆ ଭାଷାର ଅନେକ ରୂପ ଓ ବୋଲି ସାହିତ୍ୟରେ ବ୍ୟବହୃତ ହେଉଛି। 

ହେଲେ ଏବେର ଅନେକ କବି କୋରସ୍‌ରେ ଗାଉଛନ୍ତି । ଅନେକଙ୍କର ପ୍ରାକ୍-ଆଧୁନିକ ଓଡ଼ିଆ କାବ୍ୟଜଗତ ସହିତ କିଛି ପରିଚୟ ନାହିଁ। ପଢ଼ାପଢ଼ି, ଗବେଷଣା, ମନନ, ଚିନ୍ତନ, ଓ ଲେଖାଲେଖିର କାରୁକଳା ସହିତ ସମ୍ପୃକ୍ତି କମିଛି । ଏସବୁ ଚିନ୍ତାର ବିଷୟ । 

ପ୍ରଶ୍ନ: ଆମେ ଚିକେ ବର୍ତ୍ତମାନ ସାକ୍ଷାତକାରର ଆରମ୍ଭର ପ୍ରଶ୍ନକୁ ଫେରିଯିବା । ମୋତେ ଯାହା ଲାଗୁଛି, ଆପଣଙ୍କ ପ୍ରଜନ୍ମର କବିମାନେ ଓଡ଼ିଆ ଆଧୁନିକତାର, ବିଶେଷତଃ ଆପଣଙ୍କର ପୂର୍ବ ପୁରୁଷର ଥିମାଟିକ୍ ସୀମିତତାକୁ ସଫଳତାର ସହିତ ଚ୍ୟାଲେଞ୍ଜ ଦେଇଛନ୍ତି । ହେଲେ ଓଡ଼ିଆରେ ଭାଷା ଓ ଜନ୍ରା ର ବ୍ୟବହାରର ବୃହତ୍ତର ଢାଞ୍ଚାଟିକୁ ଯଥା ପୂର୍ବମ୍ ତଥା ପରମ୍ ଛାଡ଼ି ଯାଇଛନ୍ତି । ଏ ବିଷୟରେ ଆପଣ କଣ କହିବେ ?

ଭାରତ ମାଝୀ: ତୁମେ ଭୁଲ୍ କହୁନାହଁ । ହେଲେ ଏଥି ପାଇଁ ଆମେ ଏ ପର୍ଯ୍ୟନ୍ତ ଯେତିକି ପରିଶ୍ରମ କରିପାରିଛୁ, ତାହାଠାରୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଏପରି ଅବସ୍ଥା ପାଇଁ ମୁଁ ମଧ୍ୟ ବ୍ୟକ୍ତିଗତ ଭାବରେ ଦାୟୀ । ମୁଁ ଅଳସୁଆ । ହେଲେ ଭବିଷ୍ୟତର ଯୋଜନାରେ ଏହା ଅଛି । ଧୈର୍ଯ୍ୟ ଧର ବନ୍ଧୁ । 

ବି.ଦ୍ର.: ଏହି ସାକ୍ଷାତକାରର ଏକ ଅପେକ୍ଷାକୃତ ବୃହତ୍ତର ରୂପ କନ୍ନଡ ଦୈନିକ ପ୍ରଜାବାଣୀ ରେ କିଛି ବର୍ଷ ଆଗରୁ ଛପାଯାଇଥିଲା । ସାକ୍ଷାତକାର କରିଥିଲେ ଶୈଲେନ ରାଉତରାୟ ।

Saturday, January 15, 2022

The State

Saroj Mohanty

Translated by Sailen Routray

Photo Credit - Wikimedia Commons

It comes and spreads: 
like the heat
at the height of the summer;
like a forest fire;
like a tsunami across the seas;
like a desert storm.
 
It enters
homes,
hamlets,
villages.
 
It climbs
mountains,
glaciers,
glades.
 
It snatches
chickens,
goats;
scatters
rice,
biri,
kandool.
 
Scratches away
huts; burns
thatched roofs.
 
It comes with
a gun; shoves the barreel at
necks,
heads,
backs.
 
It abducts to
lock-ups,
police stations;
feeds
shit,
waters
piss.
 
It sucks life from bodies:
throws them,
buries them in jungles;
disrobes them,
tears blouses,
pulls hair,
lifts petticoats;
inserts
rods,
sticks,
stones.
 
It examines
palms,
muscles in the arms.
 
It searches for marks on the shoulders.
 
It holds breasts,
examining their firmness.
 
It identifies
who is a Maoist,
who is not.
 
Now fear is my home.
 
I
eat fear
drink fear
piss fear
shit fear;
fear envolpes
my sleep
my dreams
my wakefulness.
 
It wants me to holler
‘Bharat mata ki jai’,
with fear.
 
But what escapes my throat
is
‘the earth is my mother;
mati mata ki jai.’

Wednesday, January 5, 2022

ବାସ୍ତୁଆର ରାଜା: ସ୍ୱାଧୀନତାର ସୀମା

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ର୍ୱେଜୀୟ ଭାଷାର ଫିଲ୍ମ 'କିଙ୍ଗ୍ ଅଫ୍ ଡେଭିଲ୍ସ୍ ଆଇଲାଣ୍ଡ୍' ର ଗୋଟିଏ ଗୁରୁତ୍ତ୍ୱପୂର୍ଣ ଦୃଶ୍ୟରେ ଓଲାଭ୍ ବୋଲି ଜଣେ 'ବାଳ ଅପରାଧୀ' ବାସ୍ତୁଆ ଦ୍ୱୀପରେ ଅବସ୍ଥିତ ବାଳକମାନଙ୍କ ପାଇଁ ଉଦ୍ଦିଷ୍ଟ ମୁକ୍ତାକାଶ ଡିଟେନସନ୍ କେନ୍ଦ୍ରରେ ଛଅ ବର୍ଷ କାଳ କାଟି ସାରିଲା ପରେ ମୁକ୍ତ ହେବାକୁ ଯାଉଥାଏ । ଦ୍ୱୀପ ଛାଡ଼ି ଯିବାର କେଇ ମୂହୁର୍ତ୍ତ ପୂର୍ବରୁ ହିଁ ସେ ନିଜର ଜଣେ ହାଉସ୍ ମାଷ୍ଟର୍ ବ୍ରାଥେନ୍ ଙ୍କୁ ଆକ୍ରମଣ କରେ ଓ ନିଜର ଆଗତ ସ୍ୱାଧୀନତାର ଅକାଳ ହତ୍ୟା କରେ । ଆଉ କିଛି ଦିନ ପୂର୍ବରୁ ହିଁ ସେହି ଦ୍ୱୀପରେ ଇଭାର୍ ବୋଲି ଗୋଟିଏ ପିଲାର ମୃତ୍ୟୁ ଘଟିଥାଏ ।

ହତ୍ୟା ନୁହେଁ । ଆତ୍ମହତ୍ୟା । ବ୍ରାଥେନ୍ ର ଯୌନ ଶୋଷଣରେ ଅତିଷ୍ଠ ହୋଇ, ପିଲାଟି ନିଜେ ନିଜକୁ ପଥରରେ ଲଦି, ସମୁଦ୍ରରେ ପଶି ଜୀବନ ହରାଏ । ଏହା ପୂର୍ବରୁ ଓଲାଭ୍ ବ୍ରାଥେନ୍ ଦ୍ୱାରା ଲୁଗାଧୁଆ ଘରେ ଇଭାର୍ କୁ ଧର୍ଷିତ ହେବାର ଦେଖିଥାଏ । ଦେଖି ସାରି ସେ ବାସ୍ତୁଆର ଗଭର୍ନର୍ ବେସ୍ତିରେରେନ୍ ଙ୍କୁ ଏ ବିଷୟରେ ଅବଗତ କରାଏ । ଏହି ଘଟଣାର କିଛି ଦିନ ପରେ ବ୍ରାଥେନ୍ ବାସ୍ତୁଆ ଛାଡି ଚାଲିଯିବାର ଦେଖାଯାଏ । ଏହା ଦ୍ୱୀପରେ ଅନ୍ତେବାସୀ ସମସ୍ତ ପିଲାଙ୍କ ପାଇଁ ଆନନ୍ଦ ଓ ଉତ୍ସବର ବିଷୟ ବନେ ।

ଚଳଚିତ୍ରଟିର ଦର୍ଶକ ଭାବରେ ଆମେ ଜାଣୁଁ ଯେ, ଦୁର୍ନୀତିଗ୍ରସ୍ତ ଗଭର୍ନର୍ ଓ ଅତ୍ୟାଚାରୀ ବ୍ରାଥେନ୍ ର ସଲାସୁତୁରା ହୋଇଛି । ଯେହେତୁ ଗୋଟିଏ ପରିଦର୍ଶକ କମିଟି ଆସିବାର ଥାଏ ଓ ଓଲାଭ୍ ର (ଯେ କି ଇଭାର୍ ର ଧର୍ଷଣର ଏକ ମାତ୍ର ସାକ୍ଷୀ) ମୁକ୍ତିର ଦିନ ପାଖେଇ ଆସୁଥାଏ, ସମସ୍ତଙ୍କୁ କେବଳ ଭଣ୍ଡାଇବା ପାଇଁ ଓ ପରିଦର୍ଶକ କମିଟିର ଗସ୍ତ ସୁରୁଖୁରୁରେ କଟିଯିବା ନିମନ୍ତେ, ବ୍ରାଥେନ୍ ଅଳ୍ପ କାଳ ପାଇଁ ଦ୍ୱୀପ ଛାଡ଼ି ଚାଲି ଯାଇଥାଏ । ମୁକ୍ତ ହୋଇ ଦ୍ୱୀପ ଛାଡ଼ିଗଲା ବେଳକୁ ଓଲାଭ୍ ଦେଖେ ଯେ ବ୍ରାଥେନ୍ ଲେଉଟି ଆସିଛି । ଏହା ତାହାକୁ ଉତ୍ୟକ୍ତ କରେ ତଥା ସେ ବ୍ରାଥେନ୍ କୁ ଆକ୍ରମଣ କରେ । ଏହି ଆକ୍ରମଣର ଫଳ ସ୍ୱରୂପ ଦ୍ୱୀପଟିରେ ବିପ୍ଳବର ସୂତ୍ରପାତ ହୁଏ ।

ବିପ୍ଳବରେ ଏକ ବଡ଼ ଭୂମିକା ତୁଲାଏ ଏର୍ଲିଙ୍ଗ୍ ବୋଲି ଗୋଟିଏ ସତର ବର୍ଷ ବୟସର ପିଲା । ଗୁଜବ ଅନୁସାରେ ମଣିଷ ମାରିଥିବା ପାଇଁ ତାକୁ ବାସ୍ତୁଆକୁ ପଠା ହୋଇଥାଏ । ଦ୍ୱୀପକୁ ଆସିଲା ପରେ, ଏର୍ଲିଙ୍ଗ୍ ଡିଟେନସନ୍ କେନ୍ଦ୍ରର ନିୟମାବଳୀ ସହିତ ସଙ୍ଘାତରେ ଆସେ । ସେ ବାସ୍ତୁଆରୁ ଖସି ପଳାଇଯିବା ପାଇଁ ଚେଷ୍ଚା କରେ ଓ ବିଫଳ ହୁଏ । ମାତ୍ର ଏ ବିଫଳତା ହିଁ ଓଲାଭ୍ ମନରେ ଭାବାନ୍ତର ସୃଷ୍ଟି କରେ ।

ସ୍ୱାଧୀନତା କଣ ? ବନ୍ଧନରୁ ମୁକ୍ତି କେବଳ ? ନା, ସତ୍ୟ ପଥରେ ବ୍ରତି ହେବା ପାଇଁ ଏକ ଶୃଙ୍ଖଳା ? ସିନେମାଟିକୁ ଆମେ ଏହି ପ୍ରଶ୍ନର  ଉତ୍ତର ଦର୍ଶାଉଥିବା ଏକ ସମ୍ଭାବ୍ୟ ଦିଗବାରେଣୀ ଭାବରେ ନେଇ ପାରିବା । ଓଲାଭ୍ ଦ୍ୱୀପ ଛାଡି ଚାଲିଯାଇ ଏକ 'ମୁକ୍ତ' ଜୀବନ ବଞ୍ଚି ପାରିଥାଆନ୍ତା । ହେଲେ ସେ ତାହା କଲା ନାହିଁ । ଏର୍ଲିଙ୍ଗ୍ କିଛି ଦିନର ସ୍ୱପ୍ରଶିକ୍ଷଣ ପରେ ଗଭର୍ନର୍ ଙ୍କର ସୁନା ପୁଅ ବନି ବାକି ପିଲାଙ୍କ ଉପରେ ରାଜୁତି କରି ପାରିଥାଅନ୍ତା । ହେଲେ ସେ ବିପ୍ଳବ କରି ଶେଷକୁ ମୃତ୍ୟୁବରଣ କଲା ।

ଆମେ ବର୍ତ୍ତମାନ ଏପରି ଏକ ଦେଶରେ ଜୀବନଯାପନ କରୁଛେଁ, ଯେଉଁଥିରେ ନିର୍ଦୋଷ ସାଧାରଣ ନାଗରିକମାନଙ୍କୁ ପୋଲିସ୍ ମାରି ଦେଇ ବେଫିକର୍ ପୋତି ଦେଇପାରେ ; ଯେଉଁଠି ପ୍ରଶାସନ ଗଣଆନ୍ଦୋଳନକୁ ଅବଦମିତ କରିବାପାଇଁ ଆନ୍ଦୋଳନର ନେତ୍ରୀମାନଙ୍କୁ ଧର୍ଷିତ କରାଇପାରେ; ଓ ସେହି ଧର୍ଷଣର ତଥ୍ୟସନ୍ଧାନୀ ଦଳର ସଦସ୍ୟଙ୍କ ନାଁରେ ନାରୀ ନିର୍ଯ୍ୟାତନାର ମିଥ୍ୟା କେଶ୍ ଲଗେଇପାରେ । ସମଗ୍ର ଭାରତବର୍ଷ ବର୍ତ୍ତମାନ ଏକ ବାସ୍ତୁଆ । ବିପ୍ଳବ ଘଟୁ ନାହିଁ, ତାହା ନୁହେଁ । ହେଲେ ଉଭୟ ସାମାଜିକ ଓ ଭୌଗଳିକ ପରିପ୍ରେକ୍ଷୀରୁ ତାହା ସୀମିତ ।

ମାତ୍ର 'କିଙ୍ଗ୍ ଅଫ୍ ଡେଭିଲ୍ସ୍ ଆଇଲାଣ୍ଡ୍' ଚଳଚିତ୍ରଟିକୁ କେବଳ ଏକ ସର୍ବକାଳୀନ ରାଜନୈତିକ ଆଲେଗରି ଭାବରେ ନେଲେ ଆମେ ସିନେମାଟି ପ୍ରତି ଅନ୍ୟାୟ କରିବା । ଫିଲିମ୍ ଟିରେ ପ୍ରଦର୍ଶିତ ଦ୍ୱୀପର ଓ ଦ୍ୱୀପ ଚାରିପଟର ସୁନ୍ଦର ପ୍ରାକୃତିକ ପରିବେଶରେ ଘଟୁଥିବା ଜଘନ୍ୟ ଘଟଣାବଳୀ, ବାହ୍ୟ ପରିବେଶ ଦ୍ୱାରା ଲଦା ଯାଇଥିବା ଶୃଙ୍ଖଳାର ଦୁଃଖଦ ପରିଣାମ, ଓ କାମନା ଓ କ୍ଷମତାର ବିବାହରୁ ଜାତ ଭୟାବହ ହିଂସା ଓ ଦୁଃଖ, ଆମକୁ ମାନବ ଜୀବନର ଏକ ଆଧ୍ୟାତ୍ମିକ ପରିପ୍ରେକ୍ଷୀର ଆବଶ୍ୟକତା ବିଷୟରେ ସଚେତନ କରନ୍ତି ।

ନର୍ୱେରେ ନାନା ପୁରସ୍କାରରେ ସମ୍ବର୍ଦ୍ଧିତ ନିର୍ଦେଶକ ମାରିଅସ୍ ହୋଲସ୍ତଙ୍କର ଏହି ଅଷ୍ଟମ ସିନେମାଟି ୧୯୧୫ ମସିହାର ଏକ ସତ୍ୟ ଘଟଣାବଳୀ ଉପରେ ଆଧାରିତ ହୋଇଥିଲେ ବି, କାହାଣୀଟି ସବୁ ଯୁଗର, ସବୁ ସମୟର ।

Sunday, January 2, 2022

How to Talk About Our Languages

Sailen Routray 

The story of language-based nationalism in India tends to get told through two dominant modes. One mode is situated more or less within nationalist historiography and imagines neat equations between territories, peoples, languages and nations derived blithely from classical European models. The other mode is a critique of this set of stories, and tends to characterise such linguistic nationalism as being representative of particular class interests, and therefore, as not forming the basis for ‘popular’ nationalism.

The book ‘Language, Emotion, and Politics in South India: The Making of a Mother Tongue’ by Lisa Mitchell challenges both these modes of narrativising by arguing that before we can posit any relationship between shared ‘mother tongues’ and imagined nations we need to critically interrogate the idea of the historical existence of mother tongues in India.

She uses the example of Telugu to illustrate her points. In the process of political re-organisation of India in the post-independence period that was based on linguistic criteria, the case of Telugu and the state of Andhra Pradesh is an important one. The primary subject of the book is not the Andhra movement per se; rather it takes the pre-history of this movement as its object of analysis.

With the advent of colonialism, the patronage system and technologies of literary production in Telugu underwent a radical transformation in the first three quarters of the nineteenth century. With the beginnings of printing and the influences of the imperatives of the colonial educational system, memory was increasingly devalued as a technology of education, with primers taking the place of pundits.

Key to such shifts was the creation of new sets of practices related to lexicography, translation and grammar.  Dictionaries changed from being aids to specific literary practices such as creation of kaavyas to aids in general education that established one-to-one symmetries between languages. The increasingly important practices of translation added on to such processes by naturalising a theory of perfect translatability of all languages and linguistic practices.

Thus, speech registers such as Telugu were transformed from being context-specific tools to ‘languages’ with universal aspirations with which one can transact any social act. Mitchell characterises this shift as a morphing from a heteroglossic social space to a polyglossic / monoglossic one.

This led to a process involving a certain personification of registers of speech such as Telugu wherein languages could be born and they could die. Telugu instead of being a characteristic of a land, started becoming characteristic of a people. This ‘subjectification’ of Telugu paralleled the domestication of western literary forms such as biography and novel, and the concomitant creation of the individual subject.

These processes created language as a foundational category in South India, a category that increasingly commanded the affects of large sections of population in the twentieth century, finally culminating in the creation of linguistic states in the post-colonial period. Mitchell does not see the movement for the creation of a state uniting all Telugu speaking people as reflecting only upper-caste, upper-class interests. She argues that the movement for the creation of Andhra state saw participation by subaltern communities, although the logic of this participation is not reducible to that of linguistic nationalism.

This book has all the markings of a classic. It promises to become indispensible to all future discussions surrounding language, politics, and nationalism in India. It is theoretically astute, light yet surefooted in its arguments, and deserves a wide readership across the human sciences disciplines and among general readers.

Details About the Book: Lisa Mitchell. 2009. Language, Emotion, and Politics in South India: The Making of a Mother Tongue. Bloomington and Indianapolis: Indiana University Press.  281 pp + xx, ISBN 978-0-253-22069-.

Note: A version of this discussion was first published in 2012 in the journal Contemporary South Asia 20(2).

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...