Wednesday, September 21, 2022

ମୁଁ ହିନ୍ଦୁ

ଶୈଲେନ ରାଉତରାୟ


ଫାର୍ସୀ ଭାଷାରେ ଲିଖିତ ମହାଭାରତ 'ରଜ୍ମନାମା'ର ଏକ ଫର୍ଦ୍ଦ
ରଚନା କାଳ - ଷୋଡ଼ଶ ଶତାବ୍ଦୀର ଶେଷ ଓ ସପ୍ତଦଶ ଶତାବ୍ଦୀର ଆରମ୍ଭ 
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 



 
ମୁଁ ହିନ୍ଦୁ ହେଲେ ମନ୍ଦିର ପ୍ରାୟ ଯାଏନା
ମୁଁ ଓଡ଼ିଆ କିନ୍ତୁ ଆମିଷ ଖାଏନା ।

ମୁଁ ପୁରୁଷ, ହେଲେ ଗହଣା ପିନ୍ଧେ
ମୁଁ ନିରାମିଷ, କିନ୍ତୁ ଘୁଷୁରି ରାନ୍ଧେ ।

ମୁଁ ଭାରତୀୟ ହୋଇ ବି, ପାକିସ୍ତାନକୁ କରେନା ଘୃଣା
ଖୀରସ୍ତାନୀ ନହୋଇ ବି, ବାଇବେଲ ମୋର ପ୍ରେରଣା ।

ଭୋବନିଶରିଆ ହୋଇ ବି କଟକ ମୋତେ ରସେ
ଆଇଁଷ ନ ଖାଇ ବି ଶୁଖୁଆ ମୋତେ ବାସେ ।

ମୁଁ ଧ୍ୟାନରେ ବସେ, ହେଲେ ପୂଜା କରେନା
ମୋର ଗୁରୁ ଅଛନ୍ତି, ହେଲେ ମୁଁ ବ୍ରାହ୍ଣଣ ଡାକେନା ।

ମୁସଲମାନ ନହୋଇ ମଧ୍ୟ ମୁଁ ନାଚେ ବୁଲ୍ଲାଙ୍କ ଛନ୍ଦେ
ବଙ୍ଗାଳୀ ନହୋଇ ବି ମୁଁ ଶ୍ୟାମାଗୀତିରେ କାନ୍ଦେ ।

ମୁଁ ମଣିଷ, ମୋତେ ତୁମ ଘୃଣାର ଦଉଡ଼ିରେ ବାନ୍ଧନା ।
ମୁଁ ମଣିଷ, ମୋତେ ତୁମ କ୍ରୋଧର ଧୂଆଁରେ ରୁନ୍ଧନା ।

Sunday, September 11, 2022

You Have Seen the Peacock Dance

But Have You Heard Him Sing? 

Sailen Routray


Shtandart (ship, 1999).
During the event "Escale à Sète 2016". Sète, Hérault, France
https://commons.wikimedia.org/ Christian Ferrer

In the poem 'Wind', by Vivek Narayanan, included in the anthology under review, the poet declares:

If  there are others in this page with us,
they are marked by a tapering mound of thatch,
or the yellow shrapnel of a shrine.
Wind is the hint of what could happen. (p.483)

This poem becomes a metaphor for this collection of poems titled 'The   Dance of  the Peacock' (henceforth called  TDOTP); for, the 'others' who 'are in these pages with us' are a multitude. This  creates peculiar problems for a reviewer. How do you write the  review of an edited volume of poetry that contains the work 151 poets? How do you even grapple with 496 pages of poetry, and try and  produce a reasonably fair review within a relatively generous word-limit set by your editor?

This review is, in some senses, as much a review as an answer to these questions. There is a continuing crisis in publishing poetry in English in India. Commercial publishers in India, almost as a rule, no  longer publish volumes of poetry; with may be one or two exceptions, hardly anyone has a remotely decent poetry list. 

However, this not a trend that is limited to English. Apart from a few languages (whose number one can perhaps count on the top of the fingers of one hand), in most Indian languages such as Odia, according to anecdotal evidence, there are  practically no new volumes of poetry that are not self-published one way or the other. This is perhaps largely true of poetry in English in India as well.

There are, mostly; only two avenues for publishing English poems in India now: one is the set of webzines that have been started (quite a few times, by poets themselves); the second avenue being the  increasing number of poetry anthologies being  published by publishers, both big and small. Mention  can  perhaps be made here of the one edited by Jeet Thayil (titled '60 Indian Poets', and published by  Penguin in the year 2008), and the anthology edited by Sudeep Sen (titled 'The HarperCollins Book of  English Poetry', and published by HarperCollins Publishers India in  the year 2012). 

When faced with the choice of absolutely no poetry being published in English in India, webzines and  anthologies are of course to be welcomed for creating a much needed space for poetry in the language in the country. These spaces can also, to an extent, claim to be more open and democratic compared to the  earlier extant avenues and spaces that published poetry. Compared to some of the earlier anthologies (for  example, the one edited by A. K. Mehrotra), the newer anthologies are more expansive in their scope, and the number of poets whose works they contain: for example, '60 Indian  Poets,' as the title suggests a tad unimaginatively, represents the work of sixty Indian poets; Sen's anthology contains the works of more than eighty poets. 

However, the volume under discussion is perhaps the most expansive and 'democratic,' containing the  works of 151 poets. Many of these poets, such as Arundhathi Subramaniam, Bibhu Padhi, Jayanta Mahapatra and Keki N. Daruwalla are well-known. However, it's the relatively unknown inclusions that form the few welcome surprises in this collection. There seems to be no particular logic of inclusion of poets/poems in the anthology. This need not be the case with all large anthologies with an expansive scope though. 

The volume '60 Indian Poets,' for example, with its inclusion of poets such as G.S. Sharat Chandra, and Srinivas Rayaprol tries to rewrite the genealogy of poetry in Indian English. To this reviewer's eyes, the anthology under discussion has no governing framework; the only logic at work seems to be one of 'inclusion'. Poets of all ages and geographical locations seem to find place in this edited volume, unlike say 'The HarperCollins Book of English Poetry' that excludes all poets born before 1950.

This rather odd logic of 'inclusion' that seems to frame editorial choices made in TDOTP makes for  some pleasant surprises, and inter­esting reading. For example, Archna Sahni in a startling way combines the very poco-pomo (postcolonial-postmodern) anxieties of the desi 'exile' with a 'traditional' trope when she writes:

Not to bring a healing herb
to a wounded  hero, 
but to save  myself

I must turn to you,
my triangular  homeland, 
upside down
and carry you
like a hill on my palm 
across the oceans
and gently put you down
on prairie land. (p.64)

and turns the narrative voice to a Hanuman jumping across the 'seven seas' between India. and the US,  carrying the 'desh' to the 'deshis' in one gargantuan mythopoetic leap.

In a similar way, Ami Kaye provides a very astute description of a  Mughal  garden  in   a  'miniature  painting'-and    uses   this   apparently 'premodern'  art-form  to  interrogate  concerns such   as  that   of  'history' and   questions  surrounding  the   circularity/linearity   of   time    that   are central  to  postmodern  debates. For  each   competent  poem  included in this  anthology, there  is a non-poem neutralizing its effects. 

One  wonders why   this  is  so.  Is  it  a  result  of  the   'democratic'  commitments  of  the editor? He  declares -  'we  have  the poems of  doctors, engineers, diplomats, bureaucrats,  politicians, film   makers,  management  professionals, scien­tists,  bank  employees, accountants, journalists and  many more  who  carve out   some   time   in  their   tight   schedule crowded with   their   occupations for  livelihood. With   their  poems they  breathe a  sigh  of  relief  from   the onslaught of day to day drudgery' (page xvi). 

Perhaps it is theory of 'poetry as  emotional  release',  and   the   idea   of  the   task   of  editing as  creating a  Noah's ark  of  poetic entities where  one  selects 'two   of  each'. In  the order   in  which the  poems are  published, one  can  detect similar pseudo-demo­cratic proclivities.

But better than  not having any poetry being published at all, volumes such   as  TDOTP give  us  some  good   poems. In  these  times of  drought of  poetry in  print, any such   attempt has  to  be  welcomed. But  perhaps new  approaches to  creating anthologies have  to  be  thought  about. The anthology edited by  poet   and  editor Manu Dash, tided   'Wings over  the Mahanadi: Eight Odia-English Poets', published by  Poetrywala   this  year (2014),  with   a  fitting and  stunning cover painting by  painter and  writer Ramakanta  Samantaray,  provides fresh  points of  departure   by foregrounding the   work   of  eight   English poets   from   Odisha. 

It's   time one   interrupted  the  linear narrative of   "Poetry in  'Indian English'" to map  out  the  multitude of collectivities and  their  poetic oeuvre that  such a  linear narrative occludes and  silences. ln  this, we  are  reminded about the   true   nature  of  activities of  a  poetic  and   editorial nature,  and  the true   democracy of  poetry, by  a  poem contained in  this  anthology that declares:

Black  tongue   of  the  road, 
I flicking from  the  mouth   of  the  car,
I Above, circles of crosses - birds of prey,
Poets, we are eaten  and eat everything.

Details About the Book: 'The Dance of the Peacock: An Anthology   of English  Poetry from India'  Edited  by  Vivekananda Jha, Hidden Brook Press: 2013, Pp.518+xvii, $26.95.

Note: A slightly different version of this review was first published in 2015 in Indian Literature 285: 183-186. 

Tuesday, September 6, 2022

ପ୍ରେମଲତାଙ୍କ ଆଖିରେ ଭାରତଛାଡ଼ ଆନ୍ଦୋଳନ

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଦୀପକ ଦାସ

ପ୍ରେମଲତା ଜେନାଙ୍କ ଜନ୍ମ ୧୯୨୯ ମସିହାର ଫେବୃଆରି ମାସର ଦୁଇ ତାରିଖରେ - ଏବର ଯ।ଜପୁର ଜିଲ୍ଲାର ବରି ଗାଁରେ ।  ବାପାଙ୍କ ନାମ ଆର୍ତ୍ତବନ୍ଧୁ ମହାନ୍ତି । ମାଆଙ୍କ ନାଁ ମଣିପ୍ରିୟା ଦେବୀ । ପ୍ରେମ ବାପା ମାଆ ଙ୍କର ପୋରୁହାଁ ପିଲା । ପ୍ରେମଲତାଙ୍କର ଜନ୍ମର କିଛି ବରଷ ପରେ ଓଡ଼ିଶାର ଅଗ୍ରଗଣ୍ୟ ସ୍ୱାଧୀନତା କର୍ମୀ ଓ ରଚନାତ୍ମକ କର୍ମୀଯୁଗଳ, ରମା ଦେବୀ ଓ ଗୋପବନ୍ଧୁ ଚୌଧୁରୀ ବରିରେ ଗାନ୍ଧୀବିଚାରକୁ ନେଇ ନାନାଦି ପ୍ରୟୋଗ କରିବା ଆରମ୍ଭ କଲେ । ଆଶ୍ରମଟିର ନାମ ଥିଲା ‘ସେବାଘର’ । ନାମକରଣ କରିଥିଲେ ନିଜେ ସ୍ୱୟଂ ମହାତ୍ମାଗାନ୍ଧୀ ।  ସ୍ୱାଧୀନଚେତା ଯୁବକ ଆର୍ତ୍ତ ବରିରେ ଏଇ ନୂଆ ଉଦ୍‌ବେଳନରେ ପ୍ରଭାବିତ ହୋଇ ଦେଶକାମରେ ଯୋଗ ଦେଲେ ।

ପ୍ରେମଲତାଙ୍କୁ ପାଞ୍ଚ ଛଅ ବରଷ ହେଲା ବେଳକୁ ତାଙ୍କ ବାପା ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ସାରିଥିଲେ । ତାହା ସହିତ ସେ ସ୍ୱଦେଶୀ ଆନ୍ଦୋଳନ, ଖଦିର ପ୍ରସାର, ସୂତା କାଟିବା, ଅସ୍ପୃଶ୍ୟତା ନିବାରଣ, ନିଶାବନ୍ଦି, ଆଦି କାମରେ ସମ୍ପୃକ୍ତ ଥାଆନ୍ତି । ଅସ୍ପୃଶ୍ୟତା ନିବାରଣ କାମରେ ୧୯୩୪ ମସିହାର ସିନାନ ପୁନେଇଁ ଦିନ ଅନୁଷ୍ଠିତ ଏକ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଓ ତହିଁ ପରର ପଂକ୍ତି ଭୋଜନରେ ଯୋଗ ଦେଇ ଆର୍ତ୍ତ ବାବୁ ଓ ତାଙ୍କ ପରିବାର ସାମାଜିକ ବାସନ୍ଦର ସମ୍ମୁଖୀନ ହେଲେ । ପରିବାରଟିକୁ ନିଆଁପାଣି ବାସନ୍ଦ କରାଗଲା । ଗାଁର ଧୋବା, ବାରିକ ମନା ହେଲେ । ସାହିର କେହି ପରିବାରର ଲୋକଙ୍କ ସହ କଥା ହୁଅନ୍ତି ନାହିଁ । 

ଏମିତି ସବୁ କଟକଣା ଭିତରେ ଥାଇ ମଧ୍ୟ ପରିବାରର ସଭିଏଁ ଖୁସି ଥାଆନ୍ତି । ପ୍ରଥମେ ଦେଶକାମ କରୁଥିବାର ସନ୍ତୋଷ । ତାହା ସହ ରମାଦେବୀ ଓ ଗୋପବାବୁ ଚଳାଉଥିବା ସେବାଘର, ପ୍ରକୃତ ଅର୍ଥରେ ପିଲାଙ୍କ ପାଇଁ ଏକ ‘ଆଶ୍ରମ’ର କାମ କରୁଥାଏ । ନିହାତି ପିଲାବେଳୁ ପ୍ରେମଲତା ସେଠି ସୂତାକଟା ଶିଖନ୍ତି । ଆଶ୍ରମରେ ନିୟମ ଅନୁସାରେ ସବୁ କାମ ହୁଏ ।  ସମୟାନୁବର୍ତ୍ତିତା ଥାଏ ଆଶ୍ରମର କାମକରିବାର ଢାଞ୍ଚାର ଏକ ବଡ଼ ବିଭାବ । ଖରାବେଳେ ଗାନ୍ଧିଙ୍କର ‘ହରିଜନ’ ପତ୍ରିକାଟିର ସାମୂହିକ ପାଠ ହୁଏ । ଅସ୍ପୃଶ୍ୟତା ନିବାରଣ ସମ୍ପର୍କିତ ଲେଖା ସବୁ ପଢ଼ିଶୁଣି ପିଲାମନରେ ପ୍ରତ୍ୟୟ ଜନ୍ମେ ଯେ, ଅସ୍ପୃଶ୍ୟତା ହଟିବା ଚାହି -  ସେଥି ପାଇଁ ଲଢ଼ି ଦୁଃଖ ସହିଲେ ମଧ୍ୟ ତହିଁରେ ମର୍ଯ୍ୟାଦା ଅଛି । 

ଏହି ପରି ସାମାଜିକ କାମ ଚାଲୁ ରହିଥିବା ସମୟରେ ଗାନ୍ଧିଜୀ ୧୯୪୨ ମସିହାର ଅଗଷ୍ଟ ମାସରେ ଭାରତଛାଡ଼ର ଡାକରା ଦିଅନ୍ତି । ଦେଶର ସମସ୍ତ ବଡ଼ ବଡ଼ ନେତାଙ୍କୁ ପୋଲିସ ଅଗଷ୍ଟ ନଅ ତାରିଖ ବେଳକୁ ଗିରଫ କରି ନେଇ ଥାଏ । ବରିର ସେବାଘର ଆଶ୍ରମକୁ ପୋଲିସ ଭାଙ୍ଗି ଦେଇ ଥାଏ । ବିଞ୍ଝାରପୁର ପୋଲିସ ଅଗଷ୍ଟ ନଅ ତାରିଖ ଉପର ଓଳି ହିଁ ଆସି ଗୁଣନିଧି ମହାନ୍ତି ଓ ମଙ୍ଗଳ ସେନଗୁପ୍ତା ଆଦି ନେତାଙ୍କୁ ଗିରଫ କରି ଜେଲରେ ଭରିଦିଏ । 

ଆନ୍ଦୋଳନର ଭାର ପଡ଼େ ଏକ ନୂଆ ପ୍ରଜନ୍ମର କର୍ମୀମାନଙ୍କ ଉପରେ । କେତେକ ନେତା ଆତ୍ମଗୋପନ କରି ଥାଆନ୍ତି । ସେମାନଙ୍କ ମଧ୍ୟରେ ଥାଆନ୍ତି ଆର୍ତ୍ତବନ୍ଧୁ ମହାନ୍ତି ।  ଅଗଷ୍ଟ ୧୬ ତାରିଖରେ ସବୁ ବେସରକାରୀ ମୌଳିକ ବିଦ୍ୟାଳୟର ଶିକ୍ଷକମାନେ ସ୍କୁଲଗୁଡ଼ିକୁ ବନ୍ଦ କରି ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେବାର ସ୍ଥିର କରନ୍ତି । 

ଆନ୍ଦୋଳନ ବ୍ୟାପିବା ସହିତ ଗଞ୍ଜେଇ ଓ ଅଫିମ ଦୋକାନଗୁଡ଼ିକ ବନ୍ଦ କରିବାର ଉପକ୍ରମ ହେଲା । ପ୍ରତି ଗାଁରେ ପଞ୍ଚାୟତ ଗଢ଼ି ସ୍ଥାନୀୟ କଳିକଜିଆଗୁଡ଼ିକୁ ଗ୍ରାମ୍ୟସ୍ତରରେ ହିଁ ମେଣ୍ଟାଇବାର ଚେଷ୍ଟା ଆରମ୍ଭ ହେଲା । ଗାଁଗାଁରେ ସଭା କରି ଜାତୀୟ ସଙ୍ଗୀତ ଗାନ କରାଗଲା । ଲୋକେ ଅନେକ ଜାଗାରେ ଚୌକିଦାର ଓ ଦଫାଦାରଙ୍କ ହୋଦା ବାହାର କରି ପୋଡ଼ି ନଷ୍ଟ କଲେ । 

ହେଲେ ଆନ୍ଦୋଳନ ଚଳାଇବା ପାଇଁ ଗାନ୍ଧିଜୀ ମନ୍ତ୍ର ଦେଇ ଥାଆନ୍ତି ଯେ, ସମସ୍ତେ ନିଜେ ନେତା - ସତ୍ୟ ଓ ଅହିଂସାକୁ ମନ୍ତ୍ର ରୂପେ ଧରି କର୍ମୀମାନେ ନିଜେ ନିଜର କାର୍ଯ୍ୟପନ୍ଥା ସ୍ଥିର କରି ନେବା ଉଚିତ । ଅନେକ ବିପ୍ଳବୀ ବ୍ରିଟିଶ ଶାସନର ପ୍ରତୀକ, ଯଥା ରେଳସେବା, ଡାକସେବା ଓ ଥାନା ଇତ୍ୟାଦିକୁ ଆକ୍ରମଣ କରି ନଷ୍ଟ କରିବା କଥା ଭାବୁ ଥାଆନ୍ତି । ଏପରି ପରିବେଶରେ ଆର୍ତ୍ତ ବାବୁ ଏବଂ ତାଙ୍କର ସହକର୍ମୀ ଛୁକୁ ମିଆଁ ଡାକପିଅନଙ୍କୁ ଧରି ପକାଇ ସମନ୍‌ଗୁଡ଼ିକ ଆଣି ପୋଡ଼ି ପକାଇଲେ ଓ ଗ୍ରାମତ୍ୟାଗ କରି ନିରୁଦ୍ଦିଷ୍ଟ ହୋଇଗଲେ । ସେତେବେଳକୁ ପ୍ରେମଙ୍କୁ ବୟସ ତେର ଖଣ୍ଡେ ହେବ ।

ସେତେବେଳେ ପ୍ରେମଲତାଙ୍କ ବାପା ଥିଲେ ପରିବାରର ଏକମାତ୍ର ରୋଜଗାରିଆ । ଚାଷ ଜମି ପ୍ରାୟ ନ ଥିଲା - ଯାହା ବାଡ଼ିଗୋବରେ ଗୋବେ ଖଣ୍ଡେ ଥିଲା, ସେଥିରେ ତିନିପୁରୁଷର ପେଟ ପୁରିବା ଥିଲା ବହୁତ କଷ୍ଟିଆ । ପ୍ରେମଙ୍କ ଜେଜେବାବା ଥିଲେ ଜଣେ ଅବସରପ୍ରାପ୍ତ ବିଦ୍ୟାଳୟ ଶିକ୍ଷକ – ହେଲେ ପେନସନ ନ ଥିଲା । ଜେଜେବାପା ଜଣଙ୍କ ପ୍ରକୃତିରେ ନିର୍ଘାତ ଛେରୁକୁରା । ଘରକୁ ପୋଲିସ ଆସିବ ଯଦି ଠିଆଠିଆ ମୁତି ପକାଇବେ । ହେଲେ ତାଙ୍କ ସ୍ତ୍ରୀ, ପ୍ରେମଙ୍କ ଶ୍ରୀଅକ୍ଷର ବିବର୍ଜିତା ଜେଜେମାଆ, ଥିଲେ ଭାରି ସାହସୀ, ଆଧୁନିକା ଓ ରାଜନୀତିମନସ୍କା । 

ଡାକପିଅନ ଉପରେ ଆକ୍ରମଣ ଘଟଣାର କିଛି ଦିନ ପରେ ଆର୍ତ୍ତବନ୍ଧୁ ଏକ ଅନ୍ଧାର ରାତିରେ ଘରକୁ ଆସିଲେ । ଦୁଇ ପଦ କଥା ହୋଇ ପୁଣି ଚାଲିଗଲେ  - ରାମଚନ୍ଦ୍ରପୁର ବାଟ ଦେଇ ସେଠୁ କଟକ ଓ ତହିଁରୁ ଭଦ୍ରକ । ସେଠାରେ ସେ ‘ଅନାମ ଦାସ, ପିତା ଗୋଲକ ଦାସ’ ବନି ଆତ୍ମଗୋପନ କଲେ । ସେଇ ଦିନ ସକାଳେ ତାଙ୍କ ଜଣେ ସହକର୍ମୀ ଅକ୍ରୁରଙ୍କୁ ପୋଲିସ ଧରି ନେଲା ଓ ମାଡ଼ ମାରିମାରି ଅଚେତ କରିଦେଲା । ଆର୍ତ୍ତବାବୁ ଥିଲେ ତାଙ୍କର ମଧ୍ୟ ସେଇ ଅବସ୍ଥା ହୋଇ ଥାଆନ୍ତା । 

ଏହି ଘଟଣାର ମାସକ ପରେ ‘ଅନାମ ଦାସ ପିତା ଗୋଲକ ଦାସ’ ବରିର ଘରକୁ ପୁଣି ଆଉ ଥରେ ଅଧରାତିରେ ଆସି, ସିନ୍ଦୁରା ଫାଟିବାର ଯଥେଷ୍ଟ ଆଗରୁ ଅଦୃଶ୍ୟ ହୋଇଗଲେ । ହେଲେ ଭଗାରୀ ତ ପରିବାର ପଟରେ ନ ଥାଆନ୍ତି । ସେମାନେ ପୋଲିସକୁ ଭାଷା ଦେଲେ ଯେ, ଫେରାର ଆର୍ତ୍ତବାବୁ ଗାଁରେ ଅଛନ୍ତି । ସକାଳୁ ସକାଳୁ ସେତେବେଳର କୁଖ୍ୟାତ ଦାରୋଗା ନବାବ ଖାଁ ତିନି ଜଣ କନେଷ୍ଟବଳଙ୍କ ସହ ଆସି ଆର୍ତ୍ତବାବୁଙ୍କ ଦୁଆରେ ହାଜର । ପୋଲିସକୁ ଦେଖି ପରିବାରଟିକୁ ବାସନ୍ଦ କରିଥିବା ଶହଶହ ଲୋକଙ୍କ ସୁଅ ଛୁଟିଲା ପୋଲିସ ଜୁଲୁମର ମଜା ଦେଖିବା ପାଇଁ ।  

ପ୍ରେମଙ୍କ ଜେଜେବାପା ତ ମହାଛାନିଆ ଲୋକ । ପୋଲିସକୁ ଦେଖି ତାଙ୍କ ପାଟି ଖନି ମାରିଗଲା । ସେ ଦୁଲ କିନା ତଳ ଖଞ୍ଜାରେ ବସି ପଡ଼ିଲେ - ଝାଡ଼ା ପରିସ୍ରା କରି ତାଙ୍କ ଅବସ୍ଥା ବାରଣ୍ଡା ଦି’କଡ଼ା । ଏ ଅବସ୍ଥାରେ ତାଙ୍କ ସ୍ତ୍ରୀ - ପ୍ରେମଙ୍କ ଜେଜେମା - ନାତୁଣିକୁ ଧରି କବାଟ ଖୋଲି ପୋଲିସର ସମ୍ମୁଖୀନ ହେଲେ । ପଚାରିଲେ, ‘କାହିଁକି ତୁମେ ମାନେ ଆସିଛ ?’  ଏଥିକୁ ନବାବ ଖାଁ ଜବାବ ଦେଲା କି ସେ ତାଙ୍କ ପୁଅକୁ ଗିରଫ କରିବାକୁ ଆସିଛି । ପ୍ରେମ ଜେଜେମାଙ୍କ ପଛରେ ଥାଇ ଡରରେ କମ୍ପୁ ଥାଆନ୍ତି ।

ବୁଢ଼ୀ ଯେବେ କଥା ଫେରାଇଲେ ଯେ, ତାଙ୍କ ପୁଅ ଘରେ ନାହିଁ, ଦାରୋଗା ଘର ତଲାସି କଥା କହିଲା । ସେଥିକୁ ବୁଢ଼ୀ ବୋହୁ ତଳ ଖଞ୍ଜାକୁ ଗଲା ପରେ ଯାଇ, ମାତ୍ର ଦୁଇ ଜଣ ଲୋକ ଘର ତଲାସି କରି ପାରିବେ ବୋଲି ପୋଲିସକୁ କହିଲେ । ଦାରୋଗା ଜଣେ କନେଷ୍ଟବଳକୁ ଧରି ଘର ସାରା ତନ୍ନତନ୍ନ କରି ଖୋଜିଲା । ହେଲେ କାହାକୁ ପାଇଲା ନାହିଁ । ଏହାର କିଛି ଦିନ ପରେ ଆର୍ତ୍ତବାବୁ ଧରା ପଡ଼ି, ବ୍ରହ୍ମପୁର ଜେଲରେ ବରଷକ କାଳ ଜେଲ ଦଣ୍ଡ ଭୋଗିଲେ । ୧୯୪୩ ମସିହାର ଅଗଷ୍ଟ ମାସରେ ଯାଇ ଛାଡ଼ ପାଇ ଖଲାସ ହେଲେ । 

ବି. ଦ୍ର.: ଏହି ଲେଖାଟିର ଉପାଦାନଗୁଡ଼ିକ ‘ସ୍ମୃତିର ପାଖୁଡ଼ା: ପ୍ରେମଲତା ଦେବୀଙ୍କ ଆତ୍ମଜୀବନୀ’ରୁ ନିଆ ଯାଇଛି । ବହିଟିର ସମ୍ପାଦନା କରିଛନ୍ତି ପ୍ରିୟଲତା ଜେନା । ପୁସ୍ତକଟି ୨୦୧୫ ମସିହାରେ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନଙ୍କ ଦ୍ୱାରା ପ୍ରକାଶିତ ।

Thursday, September 1, 2022

Address

Basudev Sunani

Translator - Sailen Routray


Grunwaldzki Bridge, Wrocław, built 1907
https://commons.wikimedia.org/Jar.ciurus

I could never summon up 
the insolence to show 
a torch to the river
or to lean a ladder at space.

But still my voice 
rings within the petals 
of every unnecessary word.

I am still there 
in the shrunken breasts of 
the old woman 
carrying the lights on her head
in front of that marriage procession.

I am still there 
in the bowl of the ill, old man
hollering for five paisa coins
in front of the temple.

And, I am still there,
in the wavering dreams
of the infant sleeping 
in the soft dryness of the platform,
in the December cold.

Still you need an address!
Strange!

From the beginning to the end, 
my presence extends 
like a flickering line of ants, 
and, resounds like the pounding of cymbals.

Still you need an address!
Strange indeed!

For my address 
you no longer need to send the parcel 
marked care/of either 
the sun or the moon.

If you can,
then please send me
dreams of a sunny idyll;
for I continue to live
in the dark lane, 
where I always have.

Translator's Note: Basudev Sunani (b. 1962) is one of the foremost poetic voices of his generation in Odia literature. He has a body of prose in the form of novels, monographs and essays in the language as well.

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...