Thursday, July 30, 2020

ରମଣ ମହର୍ଷି କୃତ ଉପଦେଶ ସାର

ଓଡ଼ିଆ ପଦ୍ୟାନୁବାଦ - ଶୈଲେନ ରାଉତରାୟ


ଗୋଟିଏ ମାଙ୍କଡ଼ ସହ ରମଣ ମହର୍ଷି (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ଈଶ୍ୱରଙ୍କର ଆଜ୍ଞା ବଳେ ।
କର୍ମର ଫଳ ସବୁ ମିଳେ ।।
କର୍ମ କି ଅଟଇ ପରମ ?
ଜଡ଼ ହିଁ ଅଟେ ସେହି କର୍ମ ।୧।

ସଂସାର ମହାସାଗରରେ ।
କର୍ମର ଯୋଗୁଁ ଜୀବ ପଡ଼େ ।।
କର୍ମର ଫଳ ଅଶାଶ୍ୱତ।
ପ୍ରଗତି କରଇ ବାରିତ ।୨।

ଆସକ୍ତି ରହିତ ଭାବରେ ।
ଈଶ୍ୱରେ କର୍ମ ଅରପିଲେ ।।
ଚିତ୍ତର କରଇ ଶୋଧନ ।
ମୁକତି ହୁଅଇ ସାଧନ ।୩।

ଶରୀରକୃତ ପୂଜାଠାରୁ
ବାଚିକ ଜପ ଅଟେ ଗୁରୁ ।
ତହିଁରୁ ଚିନ୍ତନ ଉତ୍ତମ
କାୟବାଙ୍ମନ ଏହି କ୍ରମ ।୪।

ହୋଇ ଈଶ୍ୱରବୁଦ୍ଧିଯୁକ୍ତ ।
ସେବିଲେ ସମସ୍ତ ଜଗତ ।।
ଅଷ୍ଟମୂରତି ପଞ୍ଚାନନ ।
ଲଭନ୍ତି ସକଳ ପୂଜନ  ।୫।
ଉଚ୍ଚସ୍ୱରରେ ସ୍ତୁତିଠାରୁ ।
ଉପାଂଶୁ ଜପ ଅଟେ ଗୁରୁ ।।
ଚିତ୍ତଜ ଜପ ତହୁଁ କ୍ରମ ।
ଜପଧ୍ୟାନ ହିଁ ସର୍ବୋତ୍ତମ ।୬।

ଘୃତର ଧାର ଅବା ନଈ
ସୁଅର ସମ ଯେବେ ହୋଇ ।
ଶ୍ରେଷ୍ଠ ହିଁ ସେହି ଯେ ଚିନ୍ତନ, 
ବିଚ୍ଛିନ୍ନ ଚିନ୍ତାଠାରୁ ଜାଣ ।୭।

ଭେଦଭାବନା ଯୁକ୍ତ ଧ୍ୟାନ
ତା'ଠାରୁ ଅଟଇ ପାବନ,
'ମୁଁ ହି ସେଏହି ଯେ ବିଚାର;
ନିଶ୍ଚିତ ସବୁଠୁଁ ଅପାର ।୮।

ଅଭେଦ ଭାବନାର ବଳେ,
ଭାବଶୂନ୍ୟତା ହେଳେ ଫଳେ
ଏଥିରୁ ଉତ୍ପତି ସୁସ୍ଥିତି 
ଅଟଇ ପରମ ସେ ଭକ୍ତି ।୯।

ହୃଦୟ କନ୍ଦର ମଧ୍ୟରେ
ମନ ସ୍ୱରୂପେ ସ୍ଥିର ହେଲେ
ଭକ୍ତି  ଜ୍ଞାନ   କର୍ମ ଯୋଗେ
ନିଶ୍ଚିତେ ଲାଭ ହୁଏ ହେଳେ ।୧୦।

 ନିଶ୍ୱାସ ପ୍ରଶ୍ୱାସ ରୋଧନ
ଫଳରେ ମନ ହୁଏ ଲୀନ ।
ଜାଲରେ ଧରା ପକ୍ଷୀ ସମ
ନିରୋଧ ହୁଅଇ ସାଧନ ।୧୧।

ମନ ଓ ପ୍ରାଣ ଏହି ଦୁଇ
କ୍ରିୟା ଶକତି ବୋଲି କହି
ଚୈତନ୍ୟ ବୋଇଲେ ସେ ଏକା
ଈଶ୍ୱରଶକ୍ତିର ସେ ଶାଖା ।୧୨।

ପ୍ରାଣ ଓ ମନର ନିରୋଧେ ।
ମନର ଲୟ, ନାଶ ସାଧେ ।।
ଲୟ ହୋଇଲେ ଫେରେ ମନ।
ନାଶରେ ମରଣ ସାଧନ ।୧୩।

ପ୍ରାଣର ନିରୋଧନ ବଳେ 
ମନଟି ଲୟ ପ୍ରାପ୍ତ କରେ ।
ଲୟିତ ମନ ନାଶ ହେଳେ ।
ଏକକ ଚିନ୍ତନର ଫଳେ ।୧୪

ମନନାଶିତ ଯୋଗୀ ପାଇଁ ।
କର୍ତ୍ତବ୍ୟ ବୋଲି କିଛି ନାହି ।।
ଉତ୍ତମ ଅଟେ ସେହି ଯତି ।
ନିଜ ରୂପରେ ତା'ର ସ୍ଥିତି ।୧୫।

ବିଷୟ ଜଗତରୁ ମନ 
ଯେବେ ସେ ହୁଅଇ ବାରଣ । 
ଚୈତନ୍ୟ ସ୍ୱରୂପ ଦର୍ଶନ 
ତାହା ହିଁ ତତ୍ତ୍ୱ ବୋଲି ଜାଣ । ୧୬

ମନଟି କି ଜାତି ପଦାର୍ଥ ।
ଏହି ବିଚାରୁ ଜ୍ଞାନ ଜାତ  ।।
ମନର ସ୍ଥିତି କିଛି ନାହିଁ ।
ସରଳ ମାର୍ଗ ଅଟେ ଏହି । ୧୭

ମନ ହିଁ ପ୍ରବାହ ଚିନ୍ତାର ।
ମୁଁ-କାର ଚିନ୍ତାର ଆଧାର ।।
ମୁଁ-କାର ମନ ବୋଲି ଜାଣ ।
କହନ୍ତି ମହର୍ଷି ରମଣ । ୧୮।  

ମୁଁ-କାର ବୋଲି ଯେଉଁ ବୃତ୍ତି
କେଉଁଠୁ ହୁଅଇ ଉତ୍ପତ୍ତି ।
ଏପରି ବିଚାର କରିଲେ
    ନାଶଇ ଅହଂକାର ହେଳେ ।୧୯।
ଅହଂକାର ବିନାଶ ଫଳେ
ଆତ୍ମା ହୃଦୟର ସ୍ଥଳରେ;
ମୁଁ ବୋଲି ପ୍ରକଟ ହୁଅଇ ,
        ପରମ ପୂର୍ଣ୍ଣ ସତ୍ୟ କହି ।୨୦।

ଏହି ପରି ଜୀବ ଈଶ୍ୱରେ 
ଲୀନ ହୋଇଯିବାର ପରେ ।
ଆତ୍ମାର ଘଟଇ ପ୍ରକାଶ
           ସତ୍ୟ ସ୍ୱରୂପ ଅବିନାଶ ।୨୧।  

ଶରୀର ଇନ୍ଦ୍ରିୟ ଓ ପ୍ରାଣ ।
ନୁହେଁ ମୁଁ ଏହି କିଛି ପୁଣ ।।
ମୁଁହିଟି ଅଟେ ଏକ ସତ୍ୟ ।
ମୋ ବିନା ସମସ୍ତ ଅନିତ୍ୟ ।୨୨।

ସତ୍ତ୍ୱର ପ୍ରକାଶକ ନାହିଁ ।
ନିଜକୁ ନିଜେ ପ୍ରକାଶଇ  ।।
ଚେତନା ସତ୍ୟ ଯେ ଅଟଇ ।
ପୁଣି ମୁଁ-କାର ବୋଲି କହି ।୨୩।

  ଜୀବ ଈଶ୍ୱର ଏହି ଦୁଇ ।
  ଶରୀର ମାତ୍ର ଭେଦ ଥାଇ ।।
  ସତ୍ତ୍ୱର ସ୍ୱରୂପ ଦୃଷ୍ଟିରେ ।
  ଜୀବ ପରମ ଏକାକାରେ ।୨୪। 

ଉପାଧି ଗୁଡ଼ିକୁ ବର୍ଜନ ।
କରିଲେ ହୁଏ ଆତ୍ମଜ୍ଞାନ ।।
ଆତ୍ମାରେ ଈଶ୍ୱର ଦେଖିଲେ ।
ଇଶଦର୍ଶନ ଜାଣ ଭଲେ ।୨୫।

ଏକ ଅଦ୍ୱୟ ଆତ୍ମା ଅଟେ।
ଦର୍ଶନ କଲେ ନିଜ ଘଟେ ।।
ତାହାହିଁ ସ୍ୱରୂପ ଦର୍ଶନ ।
ଆତ୍ମନିଷ୍ଠତା ବୋଲି ଜାଣ ।୨୬।

 ଜ୍ଞାନ ଅଜ୍ଞାନ ଅତିକ୍ରମି ।
ଚୈତନ୍ୟ ଶୁଦ୍ଧ ଜ୍ଞାନ ଜାଣି ।।
ଏହାର ପରେ ଆର ପୁଣ ।
ଜ୍ଞାତବ୍ୟ କିଛି ନାହିଁ ଜାଣ ।୨୭।  

 କିପରି ସ୍ୱରୂପ ମୋହର
କରିଲେ ଏପରି ବିଚାର ।।
ଚୈତନ୍ୟ ଅଜନ୍ମା ଅବ୍ୟୟ ।
ଆତ୍ମାର ହୁଏ ପରିଚୟ।।
ସୁଖରୂପୀ ଆନନ୍ଦପୂର୍ଣ୍ଣ । 
ଆତ୍ମାର ଏପରି ଦର୍ଶନ ।୨୮। 

ଏ ସଂସାରେ ବିରଳ ନର 
ଦୈବିକ ଗୁଣେ ବଳିଆର 
ହୋଇ ଲଭନ୍ତି ଶ୍ରେଷ୍ଠ ସୁଖ 
         ବନ୍ଧନ ମୋକ୍ଷରୁ ଅତୀତ । ୨୯।

ଅହଂକାରକୁ ଦୂର କରି ।
ମହତ ତପ ଯେ ଆଚରି ।।
ସ୍ୱପ୍ରକାଶରେ ପ୍ରକଟଇ ।
ରମଣ ମହାୠଷି କହି ।୩୦।

ହାତୀ ନିକଟରେ ଦଣ୍ଡାୟମାନ ରମଣ ମହର୍ଷି (ୱିକିମିଡିଆ କମନ୍ସ୍)

ବି.ଦ୍ର. - ଅନୁବାଦକଙ୍କ ଦ୍ୱାରା ଓଡ଼ିଆ ପଦ୍ୟାନୁବାଦର ସର୍ବସତ୍ତ୍ୱ ସଂରକ୍ଷିତ ।

Tuesday, July 28, 2020

ଆମର ମାନବବାଦ ଓ ତାଙ୍କର ମାନବବାଦ

ଶୈଲେନ ରାଉତରାୟ


ମଦେଶପ୍ପା ମଦିଭଲ୍କପ୍ପା କଳବର୍ଗୀ (୧୯୩୮-୨୦୧୫)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଏହି କିଛି ବର୍ଷ ଭିତରେ ଅନେକ ଭାରତୀୟ ମୁକ୍ତ ଚିନ୍ତକମାନଙ୍କର ହତ୍ୟା  କରାଯାଇଅଛି; ସେମାନଙ୍କ ମଧ୍ୟରୁ ଅନେକ ହେତୁବାଦୀ ବିଚାରଧାରାର  ଅନୁଗାମୀ ଥିଲେ। ଏମାନଙ୍କ ଭିତରୁ ହେତୁବାଦୀ ଚିନ୍ତକ ଓ ପ୍ରଚାରକ ଶ୍ରୀ ନରେନ୍ଦ୍ର ଦାଭୋଲକର୍, ସାମ୍ୟବାଦୀ ନେତା, ଚିନ୍ତକ ଓ ହେତୁବାଦୀ, ହିନ୍ଦୁତ୍ତ୍ୱ ବିରୋଧି ଶ୍ରୀ  ଗୋବିନ୍ଦ  ପାନ୍-ସରେ (ବୃହତ୍ତର ଜନମାନସରେ ଶିବାଜୀଙ୍କର ଏକ ଲୋକାଭିମୁଖୀ ଜୀବନୀ ଶିବାଜୀ କୋଣ୍ ହୋତା?’ ର ଲେଖକ ଭାବରେ ପରିଚିତ), ପ୍ରଫେସର୍ ମଦେଶପ୍ପା ମଦିବାଲପ୍ପା କଳବର୍ଗୀ ଓ ଗୌରୀ ଲଙ୍କେଶଙ୍କର ନାମ ଏଠାରେ ଉଲ୍ଲେଖ କରାଯାଇପାରେ । ମାତ୍ର ଅନେକ ଦୃଷ୍ଟିରୁ ଶ୍ରୀ କଳବର୍ଗୀ ଅନ୍ୟ ତିନିଜଣଙ୍କଠାରୁ ଭିନ୍ନ ଓ ତାଙ୍କର ଜୀବନ ଓ ମୃତ୍ୟୁ ଆମକୁ ଭବିଷ୍ୟତର ଅନେକ ବିଭ୍ରାନ୍ତିରୁ ରକ୍ଷାକରିପାରେ ।

ଏହି ସନ୍ଦର୍ଭରେ ଭାରତର ଆଞ୍ଚଳିକ ଓ ଏସୀୟ ପରିପ୍ରେକ୍ଷୀରେ, ଏଇ ନିକଟ ଅତୀତର  କିଛି ଘଟଣାବଳୀ ଆମର ମାର୍ଗଦର୍ଶନ କରିପାରେ । ୨୦୧୫ ସାଲର ମଇ ମାସରେ ବଙ୍ଗଳାଦେଶରେ ବ୍ଲଗର୍ ଅନନ୍ତବିଜୟ ଦାସଙ୍କୁ ସିଲହଟ୍‌ରେ ଅଜଣା ଆତତାୟୀମାନେ ହତ୍ୟା କଲେ । ଶ୍ରୀ ଦାସ ଯୁକ୍ତି ନାମକ ଗୋଟିଏ ତ୍ରୈମାସିକ ପତ୍ରିକାର ସମ୍ପାଦକ ଓ ସିଲହଟ୍ ସ୍ଥିତ ବିଜ୍ଞାନ ଓ ତର୍କବାଦୀ ପରିଷଦର ମୂଖ୍ୟ ଥିଲେ । ସେ ବଙ୍ଗଳାଦେଶରେ ଧର୍ମନିରପେକ୍ଷତା ଓ ମାନବବାଦର ପ୍ରଚାର ଓ ପ୍ରସାରରେ ଏକ ମୂଖ୍ୟ ଭୂମିକା ତୁଲାଉଥିଲେ । ସେ ଜଣେ ନାସ୍ତିକ ଥିଲେ ଓ ମୁକ୍ତମନ ନାମକ ଏକ ଗୁରୁତ୍ତ୍ୱପୂର୍ଣ ମୁକ୍ତଚିନ୍ତନ-ଭିତ୍ତିକ ୱେବସାଇଟ୍ ରେ ନିୟମିତ ଲେଖୁଥିଲେ । ଏହି ୱେବସାଇଟ୍‌ଟି ବଙ୍ଗଳାଦେଶୀ-ଆମେରିକୀୟ କମ୍ପ୍ୟୁଟର ବିଜ୍ଞାନୀ ଓ ପ୍ରସିଦ୍ଧ ଯୁକ୍ତିବାଦୀ ଅଭିଜିତ ରାୟଙ୍କ ଦ୍ୱାରା ପରିଚାଳିତ ହେଉଥିଲା । ୨୦୧୫ ସାଲର ଛବିଶ ଫେବ୍ରୁଆରୀ ଦିନ ଅଲ୍ କାଏଦାର ଆତତାୟୀମାନେ ଢାକା ସହରରେ ଅଭିଜିତଙ୍କର ହତ୍ୟା କଲେ । ଏହା ପରେ ପରେ ସେହି ବର୍ଷ ମାର୍ଚ୍ଚ୍ ମାସରେ ଆଉ ଜଣେ ନାସ୍ତିକ ବ୍ଲଗର୍ ଶିକୁର୍ ରହମାନ୍ ଙ୍କର ହତ୍ୟା କରାଗଲା । ଏଥି ପାଇଁ ଦୁଇଜଣ ଗିରଫ୍ ହୋଇସାରିଛନ୍ତି । ୨୦୧୩ ମସିହା ପରଠାରୁ ମୁକ୍ତଚିନ୍ତକ ବ୍ଲଗର୍‌ମାନଙ୍କର ହତ୍ୟା ଇସ୍ଲାମୀୟ ଉଗ୍ରବାଦୀମାନେ ଗୋଟିଏ ପରେ ଗୋଟିଏ ଏହିପରି ଘଟାଇ ଚାଲିଛନ୍ତି  । 

ରାଜନୈତିକ ଇସଲାମ୍‌ର ବିରୋଧ କରି ଗଣ ଆନ୍ଦୋଳନର ଆୟୋଜନ କରୁଥିବା ନାସ୍ତିକମାନଙ୍କ ନିମନ୍ତେ ହେଫାଜତ୍-ଏ-ଇସଲାମ୍ ନାମକ ଏକ ମୌଳବାଦୀ ସଙ୍ଗଠନ ଖୋଲାଖୋଲି ଭାବରେ ମୃତ୍ୟୁଦଣ୍ଡର ଦାବୀ କରିଆସିଛି  । ଇସଲାମୀୟ ସ୍କୁଲ୍‌ଗୁଡ଼ିକର ଶିକ୍ଷକଙ୍କର ନେତୃତ୍ତ୍ୱ ନେଇ ମେ ୨୦୧୩ରେ ହେଫାଜତ୍ ଏକ ବୃହତ୍ ପ୍ରତି-ଆନ୍ଦୋଳନ କଲା । ଏହି ଆନ୍ଦୋଳନ ଜନିତ ହିଂସାରେ ପାଖାପାଖି ୫୦ ଜଣ ଲୋକ ମଲେ । ଏହା ପରେ ବଙ୍ଗଳାଦେଶରେ ନାସ୍ତିକ ଓ ମୁକ୍ତଚିନ୍ତକମାନଙ୍କର ହତ୍ୟାର ସଙ୍ଖ୍ୟା ବଢ଼ି ଚାଲିଛି । ଏହି ସବୁ ଘଟଣାବଳୀକୁ ଦେଖି ଆମେ କଣ ଏକଥା କହିପାରିବା ଯେ ଏସବୁ ପାଇଁ ଇସଲାମ୍ ଧର୍ମ ଓ ପରମ୍ପରା ଦାୟୀ ? କିମ୍ବା ଭାରତରେ ଘଟୁଥିବା ମୁକ୍ତଚିନ୍ତକମାନଙ୍କର ହତ୍ୟା ପାଇଁ  ଭାରତୀୟ ପରମ୍ପରା ଦାୟୀ ? ଉଭୟ କ୍ଷେତ୍ରରେ ଉତ୍ତର ହେବ, ନା

ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଆମେ ପୁଣି ଶ୍ରୀ କଳବର୍ଗୀଙ୍କ ପାଖକୁ ଫେରି ଯିବା । ଅନ୍ୟ ତିନିଜଣଙ୍କ ପରି ଶ୍ରୀ କଳବର୍ଗୀ ଜଣେ ତର୍କବାଦୀ ଓ ନାସ୍ତିକ ନଥିଲେ । ସେ ଏକ ଲିଙ୍ଗାୟତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଓ ନିଜେ ଜଣେ ଧର୍ମନିଷ୍ଠ ଲିଙ୍ଗାୟତ ଥିଲେ । ଲିଙ୍ଗାୟତ ଧର୍ମ ପରମ୍ପରାର ଦର୍ଶନର ଆଲୋଚନାରେ ତାଙ୍କର ଗୁରୁତ୍ତ୍ୱପୂର୍ଣ ସ୍ଥାନ ଓ ଅବଦାନ ରହିଛି । ମାତ୍ର ଲିଙ୍ଗାୟତ ଧର୍ମ ଧାରଣାର ଐତିହାସିକ ପରିପ୍ରେକ୍ଷୀ ସମ୍ବନ୍ଧୀୟ ତାଙ୍କର ନିଷ୍କର୍ଷଗୁଡିକ ଲିଙ୍ଗାୟତ ଧର୍ମାଧିକାରୀ ଓ ମଠର ମହନ୍ତ ମାନଙ୍କୁ  ୠଚୁ ନ ଥିଲା । ସେ ମୂର୍ତ୍ତି ପୂଜାର ବିରୋଧୀ ଥିଲେ । ନିଜର ଗବେଷଣାର ଭିତ୍ତିରେ ସେ ଦାବୀ କରୁଥିଲେ ଯେ ଲିଙ୍ଗାୟତମାନେ ଆମେ ଏବେ ହିନ୍ଦୁ କହିଲେ ଯାହା ବୁଝୁଛୁ ସେହି ଅର୍ଥରେ ହିନ୍ଦୁ  ନୁହନ୍ତି । ମାତ୍ର ଏଠାରେ କହି ରଖିବା ଉଚିତ ହେବ ଯେ, ଅନେକ ଶାସ୍ତ୍ରୀୟ ହିନ୍ଦୁ ପରମ୍ପରା ମଧ୍ୟ ମୂର୍ତ୍ତି ପୂଜା ପ୍ରତି ଉଦାସୀନ ।

ଶ୍ରୀ କଳବର୍ଗୀ ଜଣେ ସାମାଜିକ ବା ରାଜନୈତିକ କର୍ମୀ ନଥିଲେ । ସେ କନ୍ନଡ଼ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଇତିହାସର ଜଣେ ଦରଦୀ ବ୍ୟାଖାକାର ଥିଲେ । ସେ ଭାଷାବିଜ୍ଞାନ, ଇତିହାସ ଓ ସାହିତ୍ୟର ସନ୍ଧି କ୍ଷେତ୍ରରେ, କନ୍ନଡ଼ ଭାଷାରେ ହିଁ, ଅନେକ ଗୁରୁତ୍ତ୍ୱପୂର୍ଣ କାମ କରିଯାଇଛନ୍ତି । ପ୍ରାଚୀନ କନ୍ନଡ଼ ସାହିତ୍ୟର ଆଲୋଚନାରେ ତାଙ୍କର ନାମ ଆଗ ଧାଡ଼ିର ଗବେଷକ ଯଥା ଏ.କେ. ରାମାନୁଜନ୍ ଓ ଡି. ନାଗରାଜ୍ ଇତ୍ୟାଦି ମାନଙ୍କ ସହିତ ନିଆଯାଏମାତ୍ର ଏହି ଦୁଇଜଣଙ୍କ ପରି, ତାଙ୍କର ବିଦେଶୀ ଅନୁଷ୍ଠାନମାନଙ୍କ ସହିତ ବେଶୀ ଘନିଷ୍ଠ ସମ୍ପର୍କ ନଥିଲା । ପୁରାପୁରି ଦେଶୀ ଶିକ୍ଷା ଲାଭ କରି, ଦେଶୀ ଅନୁଷ୍ଠାନମାନଙ୍କରେ କାମ କରି, ଦେଶୀୟ ଭାଷାରେ ସେ ଆନ୍ତର୍ଜାତୀୟ ସ୍ତରର କାମ କରିଯାଇଛନ୍ତି । ଯଦି ସେ ଏହି କାମକୁ ଏକ ବିଦେଶୀ ଭାଷାରେ କରି ଥାଆନ୍ତେ, ତାହା ହେଲେ, ତାଙ୍କୁ ବୋଧେ ହୁଏ ଆତତାୟୀ ହାତରେ ମୃତ୍ୟୁବରଣ କରିବାକୁ ପଡି ନ ଥାଆନ୍ତା । କନ୍ନଡ଼ ଭାଷାରେ ମାର୍ଗ ନାମରେ ଚାରି ଖଣ୍ଡରେ ବାହାରିଥିବା ତାଙ୍କର ପ୍ରବନ୍ଧ ସଙ୍କଳନ କନ୍ନଡ଼ ବିଚାର ଜଗତ ପ୍ରତି ଏକ ଗୁରୁତ୍ତ୍ୱପୂର୍ଣ ଅବଦାନ ଅଟେ । ଏହି ସଙ୍କଳନର ଚତୁର୍ଥ ଖଣ୍ଡ ସାହିତ୍ୟ ଏକାଡେମୀ ଦ୍ୱାରା ୨୦୦୬ ମସିହାରେ ପୁରସ୍କୃତ ମଧ୍ୟ ହୋଇଛି ।

କନ୍ନଡ଼ ବଚନ ସାହିତ୍ୟର ତାଳପତ୍ରରେ ଅଙ୍କିତ ପ୍ରତି (ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍)

ବଚନ ସାହିତ୍ୟ କନ୍ନଡ଼ ସାହିତ୍ୟ ଓ ସଂସ୍କୃତିକୁ  ଲିଙ୍ଗାୟତ ଧାର୍ମିକ ପରମ୍ପରାର ଏକ ବଳିଷ୍ଠ ଅବଦାନଶ୍ରୀ କଳବର୍ଗୀ ହମ୍ପି ସ୍ଥିତ କନ୍ନଡ଼ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଥିବା ସମୟରେ (ଓ ତାହା ପରେ  ମଧ୍ୟ) କନ୍ନଡ଼ ପୁସ୍ତକ ପ୍ରାଧିକରଣ ପାଇଁ ବଚନ ସାହିତ୍ୟର ଏକ ପନ୍ଦର ଖଣ୍ଡର ସଙ୍କଳନର ସମ୍ପାଦନା କରିଥିଲେ । ବଡ଼ ବଡ଼ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବାହାରେ ରହି (ସେ ପ୍ରାୟତଃ ଧାର୍ୱାଡ୍ ସ୍ଥିତ କର୍ଣାଟକ ବିଶ୍ୱବିଦ୍ୟାଳୟଠାରେ ଅବସ୍ଥିତ ଥିଲେ), ଅଧ୍ୟାପନା କରି, ଗବେଷଣା ପାଇଁ ଅନ୍ୟର ଅର୍ଥ ଉପରେ ନିର୍ଭର ନ କରି ଓ ଭଲ ପାଠାଗାର ଇତ୍ୟାଦି ଆନୁଷଙ୍ଗିକ ସୁବିଧା ନ ଥାଇ ମଧ୍ୟ ନିଜର ଭାଷା ଓ ପରମ୍ପରା ପାଇଁ ଶୁଦ୍ଧ ଶ୍ରଦ୍ଧା ଦ୍ୱାରା ଅନୁପ୍ରାଣିତ ହୋଇ ସେ ଗବେଷଣାର ମହାନ କୃତିଟିମାନ ଛାଡ଼ି ଯାଇଛନ୍ତି ।

ଏପରି ଜଣେ ଗବେଷକଙ୍କର ହତ୍ୟା ଆମକୁ ଏହି ବିଷୟରେ ଚେତାଉଛି ଯେ ଭାରତରେ ମାନବବାଦର ସଙ୍କଟ ମାନବ ବିଜ୍ଞାନର ମଧ୍ୟ ଏକ ସଙ୍କଟ । ବର୍ତ୍ତମାନ ପ୍ରାକ୍-ଆଧୁନିକ କାଳର ଆଲୋଚନା ନିମନ୍ତେ ଆମ ପାଖରେ ଦକ୍ଷତାର ଘୋର ଅଭାବ । ଉଦାହରଣ ସ୍ୱରୂପ, ଓଡିଆ ଭାଷାରେ ମଧ୍ୟଯୁଗୀୟ ଗ୍ରନ୍ଥର ପୋଥି ପଢି, ପାଠ ଉଦ୍ଧାର ସାରି ତର୍ଜମା କଲା ଭଳି ପାଣ୍ଡିତ୍ୟ ଚାଳିଶି ବର୍ଷ ବୟସରୁ କମ୍ ବର୍ଷ ବୟସର ବହୁତ କମ୍ ଲୋକଙ୍କ ପାଖରେ ଅଛି । ଭାରତର ମଧ୍ୟଯୁଗ ଏ ପର୍ଯ୍ୟନ୍ତ ପୁରାପୁରି ଇତିହାସ ପାଲଟି ନାହିଁ । ଆମର ବର୍ତ୍ତମାନର ରାଜନୈତିକ ଓ ସାମାଜିକ ଜୀବନର ଅନେକ ଗୁରୁତ୍ତ୍ୱପୂର୍ଣ ବିଭାବର ମୂଳ ମଧ୍ୟଯୁଗୀୟ । ତାହା ହେଲେ, ମଧ୍ୟଯୁଗୀୟ ଶାସ୍ତ୍ର ଆଲୋଚନା ନିମନ୍ତେ ଆବଶ୍ୟକୀୟ ମାନବ ବିଜ୍ଞାନର କୌଶଳରେ ଦକ୍ଷତା ବିନା ଆମେ ଆମର ପରମ୍ପରାକୁ ଓ ଇତିହାସକୁ ନେଇ ଘୃଣା ଓ ଭୟର ରାଜନୀତି କରୁଥିବା ବଦମାସ ଅର୍ଧ-ଶିକ୍ଷିତ ଗୁଣ୍ଡାମାନଙ୍କ ସହିତ ଲଢ଼ିବା କେଉଁ ଭିତ୍ତିରେ ।

ଭାରତରେ ମାନବବାଦର ସଙ୍କଟର ଆଉ ଏକ ଦିଗ ହେଲା ଜ୍ଞାନ ଚର୍ଚ୍ଚା ଓ ସାଂସ୍କୃତିକ କର୍ମକୁ ନିଜର ସ୍ୱଜାତୀୟ ମାନବବାଦର ପରମ୍ପରାର ପରିପ୍ରେକ୍ଷୀରେ ନ ଦେଖି ପାଶ୍ଚାତ୍ୟମୁଖୀ ହେବା ।  ପାଶ୍ଚାତ୍ୟରେ ମାନବବାଦର ଉଦ୍ଭବ ଏକ ନିର୍ଦିଷ୍ଟ ସାମାଜିକ ପରିପ୍ରେକ୍ଷୀରେ ହୋଇଥିଲା । ଚତୁର୍ଦ୍ଦଶରୁ ସପ୍ତଦଶ ଶତାବ୍ଦୀ ମଧ୍ୟରେ ଧର୍ମ ସହିତ ରାଷ୍ଟ୍ରର ଯେଉଁ ସଙ୍ଘର୍ଷ ହେଲା, ସେଥିରେ ବ୍ୟକ୍ତି ସ୍ୱାଧୀନତାର ପକ୍ଷ ନେଉଥିବା ଲୋକେ ରାଷ୍ଚ୍ର ସପକ୍ଷରେ ଥିଲେ । ମାତ୍ର ଭାରତୀୟ ଉପମହାଦେଶରେ ମାନବବାଦର ଆଧୁନିକ ରୂପ, ନିଜର ଔପନିବେଶିକ ବିରୋଧି ଚରିତ୍ର ଯୋଗୁଁ, ରାଷ୍ଟ୍ର ବିରୋଧି । ଏହି କାରଣରୁ, ଭାରତୀୟ ମାନବବାଦ ଧର୍ମ କିମ୍ବା ପରମ୍ପରା ବିରୋଧୀ ନୁହେଁ । ବିବେକାନନ୍ଦ ଓ ଗାନ୍ଧୀ ଏହାର ବଳିଷ୍ଠ ଉଦାହରଣ । 

ତେଣୁ ଭାରତୀୟ ମାନବବାଦୀ ଧର୍ମବିରୋଧୀ ହେବା ପାଇଁ ବାଧ୍ୟ ନୁହେଁ । ପାଶ୍ଚାତ୍ୟ ସମାଜଶାସ୍ତ୍ରର ଆଲୋଚନାରେ ଅର୍ଥୋପ୍ରାକ୍ସି ଓ ଅର୍ଥୋଡକ୍ସୀ ଭିତରେ ଏକ ତଫାତ୍ କରାଯାଏ । ଅର୍ଥୋଡୋକ୍ସି ବୋଇଲେ ଡକ୍ସା (ବିଶ୍ୱାସ ବା ଚିନ୍ତା) କୁ ନେଇ ରକ୍ଷଣଶୀଳତା । ଅର୍ଥୋପ୍ରାକ୍ସି ବୋଇଲେ ନିର୍ଦ୍ଦିଷ୍ଟ ଆଚରଣ ବା ଅଭ୍ୟାସର ପରମ୍ପରାକୁ ରକ୍ଷଣଶୀଳ ଭାବରେ ବଜାୟ ରଖିବାକୁ ବୁଝାଏ । ଭାରତୀୟ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ଧାରା ଆଚରଣକୁ ନେଇ ରକ୍ଷଣଶୀଳ, ମାତ୍ର ଚିନ୍ତା ବା ତଥାକଥିତ ବିଶ୍ୱାସକୁ ନେଇ ନୁହେଁ । ଅର୍ଥାତ୍, ସ୍ୱାଧୀନଚିନ୍ତା ପାଇଁ ହତ୍ୟା ବା ଅତ୍ୟାଚାରର ପରମ୍ପରା ଅଣଭାରତୀୟ । ଭାରତରେ ଏହି ନିକଟ ଅତୀତରେ ଘଟିଯାଇଥିବା ହତ୍ୟାଗୁଡ଼ିକୁ ନେଇ ମାନବ ଅଧିକାରର ହନନର ଏକ ଆଖ୍ୟାନର ମଧ୍ୟ ନିର୍ମାଣର ଚେଷ୍ଟା ହୋଇଛି । ମାତ୍ର ଭାରତୀୟ ମାନବବାଦର ପରମ୍ପରା ଆଉ ପାଶ୍ଚାତ୍ୟ ମାନବବାଦର ପରମ୍ପରା ମଧ୍ୟରେ ଆଉ ଏକ ଗୁରୁତ୍ତ୍ୱପୂର୍ଣ ପ୍ରଭେଦ ହେଲା ଏହିକି ଯେ, ଆମର ମାନବବାଦର ଧାରା ଅଧିକାର-ଭିତ୍ତିକ ନୁହେଁ । ଆମର ମାନବବାଦର ଧାରା ସାମୁହିକତାର ପରିଭାଷା-ଭିତ୍ତିକ ଓ ସ୍ୱ ଓ ଅପର ମଧ୍ୟରେ ଆଦାନ ପ୍ରଦାନ ଉପରେ ଆଧାରିତ ଅଟେ ।

ସିରିଆରେ ଗୃହଯୁଦ୍ଧ ଓ ତାହା ପରର ଶରଣାର୍ଥୀ ସଙ୍କଟ ପ୍ରତି ପାଶ୍ଚାତ୍ୟ ଦେଶ ଓ ସମାଜ ଗୁଡ଼ିକର ଉପେକ୍ଷାର ମନୋବୃତ୍ତିରୁ ପାଶ୍ଚାତ୍ୟ ମାନବବାଦର ଫମ୍ପାପଣ ଜଣା ପଡ଼ୁଛି । ଭାରତୀୟ ମାନବବାଦର ପରମ୍ପରାରୁ ପାଶ୍ଚାତ୍ୟ ଦେଶମାନଙ୍କର ଅନେକ କିଛି ଶିଖିବାର ଅଛି। ଆମର ମାନବବାଦର ପରମ୍ପରା  ପାଶ୍ଚାତ୍ୟ ମାନବବାଦର ପରମ୍ପରା ଭଳି ଏକ ସ୍ୱତନ୍ତ୍ର ପରମ୍ପରା । ଆମର ଚତୁର୍ପାଶ୍ୱର ଘଟଣାବଳୀକୁ ଆମେ ନିଜର ପରମ୍ପରାର କଷଟି ପଥରରେ ପରଖି ପାରିଲେ ଆମର ଅନୁଭୁତି ତଥା ଅବବୋଧ ଅଧିକ ଶାଣିତ ହେବ ଓ ଆମେ ନିଜର ପରିବେଶର ଉପଯୋଗୀ କର୍ତ୍ତବ୍ୟ କର୍ମ କରିପାରିବା ।  

ବି.ଦ୍ର. - ଏହି ଲେଖାଟି ଏକ ସାମାନ୍ୟ ଭିନ୍ନ ରୂପରେ ଦୈନିକ ସମାଜର ସମ୍ପାଦକୀୟ ପୃଷ୍ଠାରେ ଖବରକାଗଜର ୨୦ ଅକ୍ଟୋବର ୨୦୧୫ ସଂସ୍କରଣରେ ପ୍ରକାଶିତ ହୋଇଥିଲା ।  ଲେଖାଟିର ସର୍ବସତ୍ତ୍ୱ ଲେଖକଙ୍କଠାରେ ସଂରକ୍ଷିତ ।

Saturday, July 25, 2020

Make Love not War

Going Beyond Identity Politics While Thinking about the Vernaculars 

Sailen Routray



Copper plate recording a landgrant by Odia king Purusottama Deba in 1483
(Photo Credit - Wikimedia Commons)

If you travel in the shared auto-rickshaws that ply on the roads of the twin cities of Bhubaneswar-Cuttack and work as the muscles of the cities’ transportation system, and you share the auto with a young college-going couple, then often you’ll come across the following phenomenon. Despite the fact that they speak Odia at home, often they would be speaking in Hindi with each other. The fact these are Odia speakers of Hindi will be evident from both the ungrammatical nature of the Hindi being spoken, and its heavily accented texture. Hindi has definitely arrived in the campuses of the Bhubaneswar-Cuttack metropolitan region, and how! Odia is definitely not cool any longer.

But it might not be very productive to see the relationship between the various languages in Orissa through an adversarial prism. But that is what is often done, especially in the spheres of literary and cultural production. For example, poets writing in ‘Indian’ languages such as Kannada, Odia or Punjabi, often are dismissive of poetry written by Indians in English. But many commentators have convincingly argued that this adversarial relationship is of a comparatively recent origin.

For much of India’s cultural history, till the advent of colonialism, a large number of people in most cultural regions were pluri-lingual, spoke a number of languages, and used each one for a specific set of purposes. Amongst litterateurs for example, Brajanatha Badajena, a prolific Odia author who wrote the first recognizable piece of long narrative prose fiction in Odia in the eighteenth century, also wrote in Hindi and Sanskrit amongst other languages. Most Odia writers, throughout the documented history of the literary use of the language, were at least bilingual, if not in possession of the use of more than two languages.

It must be said that often the relationship between languages in precolonial India, even if non-adversarial, was hierarchical. As Sheldon Pollock has so brilliantly shown us, a large number of the modern Indian vernaculars arose in the second millennium of the Christian Era out of a process of contestation between what he terms as the Sanskrit Cosmopolis and the emergent political formations that had their lives intertwined with the vernaculars.

But the relationship between the vernaculars and Sanskrit was not an adversarial one; they existed as a part of the same cultural universe with Sanskrit often providing the templates of cultural usage. There was perhaps never a fight between, for example, a ‘Sanskrit-ite’ and a ‘Bengali’. This was so for a very simple reason. These language-based identities simply did not exist for a large number of speakers of Indian languages.

Letters and digits of Odia Script (Wikimedia Commons)

It was perfectly possible for a Brahmin hailing from the Midnapore area of north-Orissa/South Bengal in the early modern period working in the court of the Nawabs of early eighteenth century Murshidabad, to speak the north-Orissa dialect of Odia at home, do all his (then, it was almost always a ‘he’) official work in Persian, converse with neighbours  in Bangla, write bhajans for lord Jagannatha in the standard kataki Odia, and compose philosophical treatises in Sanskrit without necessarily identifying oneself as ‘Odia’, Medinpuriaa’, ‘Bengali’ or ‘Persian’.

It is not necessarily that most identities including linguistic identities were fluid/fuzzy in pre-colonial India, as commentators such as Sudipta Kaviraj have argued. The fact of the matter was perhaps far simpler. Language was simply not the basis of identity formation. This meant that each language that a speaker had, was used for specific purpose(s), and specific usage did not congeal into specific identities, as Lisa Mitchell has shown for the Deccan in general and Telugu in particular. What I want to argue here is a general normative point from which we’ll come back to the specific case of Odia and Orissa. The position I want to state is this – the very usage of language to further the aims of identity-based politics in India has harmed them by uncoupling them from their ethical and creative moorings.

Orissa was the first province/state to be created on a linguistic basis in India in the year 1936. This took place after a struggle of around fifty years for uniting all regions of British India that had a majority of Odia speakers. Four jātis – Brahmins, Karana/Kāyasths, Khandāyats, and self-proclaimed ‘Rajput’s, were primarily active in this movement for unification (called desa misrana) of Odia-speaking areas of British India. Brahmins, Karana/Kāyasths, Rajputs, and to some extent Khandayats, still retain control over state-level politics in the state. For around 38 of the last 40 years, Orissa has had a Karana chief minister.  This is curious since SCs and STs (a large number of adivasi communities in Orissa have their own languages) consist of nearly forty percent of Orissa’s population.

But while doing ethnographic research in Orissa’s countryside, I have come across a still more curious phenomenon; in Odia-medium government schools, Brahmin, Karana/Kāyasths, Khandāyats, and Rajputs seem conspicuous by their absence. This observation needs to be corroborated by hard data. But the broad pattern is unavoidable; the same jātis that were active in the first third of the twentieth century in fashioning a language-based identity (that eventually led to the creation of the first state created in India on a linguistic basis in 1936) are now abandoning the language wholesale.

At the same time, the structures of power that this language-based identity politics created seems to have entrenched the privileges and positions of these four dominant jātis in Orissa. By creating a type of politics where it is possible to have the identity of an ‘Odia’ without being able to speak the language properly, language-based identity politics has consolidated upper caste power in the state. Because of the unique dominance of language-based identity politics in Orissa, and the exclusivist appropriation of this politics by the upper castes, the stirrings of the subaltern social groups that were vocal in articulating their concerns in cultural regions such as the Tamil and the Maratha ones were subdued in Odia-speaking areas.

This has had a set of peculiar effects. Let us give only one set of examples. Because of the fact that most skilled software and telecommunications engineers seem to come from these four dominant jātis (again, this is anecdotal and needs to be corroborated by hard data), and these jātis have for all practical purposes abandoned Odia language for other ‘hipper’ languages such as Hindi and/or English, Odia is perhaps the only major Indian language for which ‘Google’ search function is not available. Similarly, most mobile phone companies available for sale in India did not have text-messaging facilities in Odia for the longest time; this state of affairs has changed only relatively recently. These are only two instances: the examples can be multiplied.

Cover page of 'Barnabodha'
6th edition of an Odia primer printed in 1896
Author - Madhusudan Rao (1853-1912)
Photo Credit - Wikimedia Commons

Since the modernising upper-caste elite has abandoned Odia, and has set itself up as an aspirational class for other social groups, the language now finds it difficult to transition into the ‘post-modern’, ‘post-technological’ era. A conclusion is inescapable now; language-based identity politics and concerns surrounding power have entrenched older forms of jāti-centered political structures in Orissa. Now when the returns from such politics seem to dry up, the four dominant jātis of karanas/Kāyasths, Brahmins, Rajputs, and Khandāyats seems to have abandoned the language.

I want to argue that such a turn of events is unavoidable. In the traditional Indian conception, language or speech (vāc) is a devi, a goddess. If language is used for instrumental purposes, as most identity-based politics does, such a process will create significant distortions. This is not to argue that we abandon our vernaculars. I completely disagree with dalit-bahujan scholars who seem to argue for embracing English and abandoning the vernaculars.

The future of India lies in a plural linguistic universe where the dominance of English and Hindi needs to be contested. But language-based identity in Orissa does not seem to have produced desirable results. Perhaps while speaking and talking about languages we need to get back to the original sense of play and love that our vernaculars invoke. We need to stop playing ‘politics’ with it. We need to make love with our languages, not war.

Note: A Kannada version of this essay was published with the title ‘Odia Matanaaduvudu Hemmeya Vishayavenalla (It is not a matter of pride to speak Odia)’ in the year 2014, as a part of the Deepavali Special issue on Indian Languages of the Kannada newspaper Prajavani. The relevant page numbers are 276-278. Copyright rests with the author. 

Sunday, July 19, 2020

Some things I Have Been Meaning to Tell You 

Or The Bhubaneswar Love Song

Sailen Routray


A Shop Near the Lingaraj Temple Complex in Bhubaneswar
(Photo Credit - Wikimedia Commons)

The earth is round because
tear drops need homology;
dreams are black and white
since the gods are blind;
nature abhors a vacuum
as it does not have a mind of its own;
when you mix rice flour with turmeric powder,
it turns into the red of your blushes.

Somethings
I have been meaning to tell
you.

Ten years back, there were paddy fields in
the centre of gravity of Bhubaneswar;
there is a hip-hop group in Salia Sahi
that does a mean Odia rap
teeming with beats of tribal insurrection;
your smile yesterday when you dropped me home,
was as perfect as the coffee decoction at Priya.   

Somethings I have been meaning to tell you.

Udayagiri in Bhubaneswar (Wikimedia Commons)

Note: This poem was first published in the now defunct webzine 'Pyrta' run by Janice Pariat. Copyright rests with with the poet.  

Wednesday, July 15, 2020

ସମ୍ବଲପୁରରେ ୱାଲଡେନ୍ - ୪

 ଜୟନ୍ତ ମହାପାତ୍ରଙ୍କ ସହ ଶୈଲେନ ରାଉତରାୟଙ୍କର ଏକ ବାର୍ତ୍ତାଳାପ


କଟକ ବାଲିଯାତ୍ରାର ଏକ ଷ୍ଟଲ୍ (ୱିକିମିଡିଆ କମନ୍ସ୍)


ପ୍ରଶ୍ନ  – ଆଗା ଶାହିଦ ଅଲି ଏବଂ ଆପଣ ଦୁଇଚି ପ୍ରଜନ୍ମର ଲୋକ; ଦୁଇଟି ପ୍ରଜନ୍ମର କବି ମଧ୍ୟ । କିନ୍ତୁ ଆପଣଙ୍କର ଓ ଶାହିଦ ଅଲିଙ୍କର କବିତା ମୋତେ ଅନେକ ଦୃଷ୍ଟିରୁ ଗୋଟିଏ କାବ୍ୟ ପରମ୍ପରାର ଅଂଶ ଭଳି ଲାଗେ । ତାଙ୍କର ଧାଡ଼ିର ଛନ୍ଦ, ଅନ୍ଦାଜେ-ବୟାଁ, ସମ୍ପୂର୍ଣ୍ଣ ଭାବରେ ଉର୍ଦ୍ଦୁର; ଯଦିଓ ସେ ଇଂରାଜୀରେ ଲେଖିଛନ୍ତି । ଯଦି ତାଙ୍କର କିଛି ଧାଡ଼ି ଆପଣଙ୍କୁ ଖଟକୁଚି ଆଉ ତାହାକୁ ଆପଣ ସାଙ୍ଗେସାଙ୍ଗେ ଉର୍ଦ୍ଦୁରେ ମନ ଭିତରେ ଅନୁବାଦ କରିଦେବେ, ତାହା ହେଲେ ଆପଣ ଜାଣିଯିବେ ଯେ, ସେ କଅଣ ଓ କିପରି କହିବାକୁ ଚେଷ୍ଟା କରୁଚନ୍ତି । ଆପଣଙ୍କ କବିତାର ବହୁତ ପରିମାଣରେ ଧାଡ଼ି ସେଇଆ । ଆପଣଙ୍କର ଭାଷା ଇଂରାଜୀ କିନ୍ତୁ ବାକ୍‌ଛନ୍ଦ ଓଡ଼ିଆର । ଭାରତ ଭାଇ [ଓଡ଼ିଆ କବି ଭାରତ ମାଝୀ] ଯେତେବେଳେ ଅନୁବାଦ କଲେ ଆପଣଙ୍କର ‘ରିଲେଶନ୍‌ସିପ୍’କୁ, ସିଏ ଅନେକ ପରିଶ୍ରମ ସେବେ କରିଛନ୍ତି । କିନ୍ତୁ, ସେଇଟା ଏକ ଅସମ୍ଭବ ବ୍ୟାପାର ନୁହେଁ । ଧରନ୍ତୁ ଏ.କେ. ରାମାନୁଜନ୍‌ଙ୍କୁ କନ୍ନଡ଼ରେ ଭାଷାନ୍ତରିତ କଲେ ଅନୁବାଦକଙ୍କୁ ଜଳଦ୍‌ଘର୍ମ ହେବାକୁ ପଡ଼ିବ । ସେଇଟା କରିବା ଏତେ ସହଜ ନୁହେଁ । ମୁଁ ଜାଣିନି ଲୋକେ କାହିଁକି ଆପଣଙ୍କ କବିତାକୁ ବେଶି ଓଡ଼ିଆ କରି ନାହାନ୍ତି; କିନ୍ତୁ ତାଙ୍କୁ ଏତେ କଷ୍ଟ ହେବା କଥା ନୁହେଁ ।  ଯେମିତି ଆଗା ଶାହିଦ ଅଲିଙ୍କର କବିତାକୁ ଉର୍ଦ୍ଦୁ କରିବାଟା ଅପେକ୍ଷାକୃତ ଭାବରେ ସହଜ । ଆପଣଙ୍କୁ ଆଗା ଶାହିଦ ଅଲି କବି ହିସାବରେ କେମିତି ଲାଗନ୍ତି ? ସେ ତ ଆରପାରିକୁ ଗଲେଣି ।

ୟନ୍ତ ମହାପାତ୍ର – ଦେଖ । ମୋର ଆଉ ଆଗା ଶାହିଦ ଅଲି ଦୁଇ ଜଣଙ୍କର କବିତା ୧୯୬୮ ମସିହାରେ କଲିକତାରୁ ବାହାରୁ ଥିବା ‘ଲିଭେଣ୍ଟ୍’ ବୋଲି ଗୋଟେ ପତ୍ରିକାରେ ବାହାରିଥିଲା । ମୁଁ ଯେତିକି ତାଙ୍କର କବିତା ପଢ଼ିଚି ମୋତେ ଭଲ ଲାଗିଚି ।

ପ୍ରଶ୍ନ ସେତ ଆମେରିକାରେ ରହି ଇଂରାଜୀରେ ଲେଖୁଥିଲେ । କିନ୍ତୁ ଭାରତରେ ଇଂରାଜୀ କବିତା ଲେଖିବାର ପରମ୍ପରାରେ ପ୍ରାୟତଃ, ଆଉ ଗୋଟିଏ ଭାରତୀୟ ଭାଷା ନ ଜାଣିକି କିମ୍ବା ସେଥିରେ କାମ କରିବାକୁ ନ ଚାହିଁକି, ଇଂରାଜୀରେ କବିତା ଲେଖିବା, ଏପରି ହେଉ ନ ଥିଲା । ଏକ ଦୃଷ୍ଟିରୁ ସବୁ ଭାରତୀୟ ଇଂରାଜୀ କବି ଆଗରୁ ପ୍ରାୟତଃ ଦ୍ୱିଭାଷୀ ଥିଲେ । କିନ୍ତୁ ଏବେ ସେ ଦ୍ୱିଭାଷୀତାଟା ତ କମିକମି ଚାଲିଚି । ଭାରତରେ ଇଂରାଜୀ କବିମାନଙ୍କ ଭିତରେ ଏଇ କମିଯାଉଥିବା ଦ୍ୱିଭାଷିତାର ପରିଣାମ କଅଣ ?

ୟନ୍ତ ମହାପାତ୍ର – ତୁମକୁ ଲାଗୁଛି ତାହା କମୁଚି ବୋଲି ? ମୋତେ ସେମିତି ଲାଗୁନି ଶୈଲେନ ।  ମୋତେ ଯାହା ବୁଝା ପଡ଼ୁନି, ତାହା ହେଲା, ଯଦି ଜଣଙ୍କ ନିଜ ମାତୃଭାଷାରେ ବ୍ୟୁତ୍ପୁତି ଅଛି, ତାହେଲେ ସେ ଇଂରାଜୀରେ କବିତା ଲେଖିବାକୁ ଯିବ କାହିଁକି । ନିଜ ଭାଷା କବିତା ଲେଖିବା ପାଇଁ ସବୁଠୁ ଭଲ । ସେଇଟା ହିଁ କଥା । ହେଲେ ଏବେ ଲୋକେ କାହିଁକି ଯେ ଅନ୍ୟଥା କରୁଚନ୍ତି, ଜଣାନାହିଁ । ନା । ଏ ବିଷୟରେ ମୁଁ ତମ ସହ ରାଜି ନୁହେଁ, ଯେ ଦ୍ୱିଭାଷୀତା କମୁଚି । ଏବେ ବି କିଛି ଲୋକେ ଦୁଇଟି ଭାଷାର ବ୍ୟବହାର କରୁଚନ୍ତି । ଆଉ ଆଗରୁ ଯେ ଅନେକ ଦ୍ୱିଭାଷୀ କବି ଥିଲେ, ତାହା ବି ନୁହେଁ । 

କଟକସ୍ଥ ନୌବାଣିଜ୍ୟ ସଙ୍ଗ୍ରହାଳୟ (ୱିକିମିଡିଆ କମନ୍ସ୍)

ପ୍ରଶ୍ନ – କଟକର ମାରୁଆଡ଼ି ପଟିର କଚୁଡ଼ି, ସମ୍ବଲପୁରର ଟାଉନ ହୋଟେଲର ବିରି ବରା, ବାଲେଶ୍ୱରର ଆଟମ୍ ବମ୍ ଆଳୁଚପ୍, ସୁକିନ୍ଦାର ଆଦିବାସୀ ଗାଁରେ ପୋଡ଼ା ବାର୍ହା ମାଂସ ଆଦି ବିଷୟରେ ଆପଣଙ୍କ ଆତ୍ମଜୀବନାରେ ବେଶ୍ ବର୍ଣ୍ଣନା ଅଛି । ଏଠିତ ଆପଣ ପଚାଶ ବର୍ଷରୁ ବେଶି ରହିଲେଣି ବୋଧହୁଏ । ଆପଣଙ୍କୁ କଅଣ ସବୁ ଖାଇବାକୁ ଭଲ ଲାଗୁଥିଲା, ଯାହା ଆଗରୁ ମିଳୁଥିଲା, ହେଲେ ଆଖପାଖରେ ଆଉ ମିଳୁନାହିଁ  ?

ୟନ୍ତ ମହାପାତ୍ର – ଏଇ ଯୋଉ ପର୍ବପର୍ବାଣୀ ହେରିକା ହୁଏ, ରଜ ହେଲା, ପିଠାପଣା, ଘାଣ୍ଟ ତରକାରି, ପିଠା, ୟାଡୁ ସିଆଡ଼ୁ ଆସିବ । ଆମ ସାଙ୍ଗମାନେ ଜାଣନ୍ତି । ଦୀପକ ସାମନ୍ତରାୟ ଇତ୍ୟାଦି ମୋ ପାଇଁ  ଦହିବରା ଆଳୁଦମ ଆଣି ଦିଅନ୍ତି ।  ଆରିସା ପିଠା ଯୋଉ ବିକ୍ରି ହୁଏ, ବୋତଲରେ ଥୁଆ ହୋଇଥିବ, ମୋତେ ଭଲ ଲାଗେ । ବହୁତ ଜିନିଷ ତ ସେମିତି ଆଉ ମିଳୁନି । ଖସା ଲଡ଼ୁ ଏମିତି ସବୁ ଆଗରୁ ମିଳେ । ଗୁଡ଼ ଦେଇକି ତା'କୁ କରନ୍ତି । ଆଉ ମିଳୁନି । ଏଇ ଛୋଟ ଛୋଟ ବଏଲ୍‌ଡ଼୍ ସୁଇଟ୍ସ୍ । ମିଠେଇ ଯୋଉଟାକୁ କୁହନ୍ତି । ଲଜେଞ୍ଜେସ୍ । ମିଠା ନୁହେଁ । ମିଠେଇ । ବେଶି ମିଳୁନି ଆଉ ।

ପ୍ରଶ୍ନ - ଆପଣ ଯେତେବେଳେ କବିତା ଲେଖିବା ଆରମ୍ଭ କଲେ, ସେତେବେଳେ ବମ୍ବେରେ ଗୋଟେ ମିଥ୍ୟା-ଶ୍ଳେଷାତ୍ମକ (ମକ୍-ଆଇରନିକାଲ୍) ସ୍ୱରରେ କବିତା ବେଶି ଲେଖା ହେଉଥିଲା । କିନ୍ତୁ ସେଇ ସମୟରେ ଲିଖିତ ଆପଣଙ୍କର କବିତାଗୁଡ଼ିକ ଭାବସର୍ବସ୍ୱ, ଯଦିଓ ସେଥିରେ ଅନେକ ବୌଦ୍ଧିକ କାମ ମଧ୍ୟ ଅଛି । ଯଦି ଆପଣଙ୍କୁ ଆମେ ଭାରତୀୟ ଇଂରାଜୀ କବିତାର ଗୋଟିଏ ପରମ୍ପରାର ଜନକ ହିସାବରେ ଦେଖିବା, ତାହାହେଲେ ଆଉ କାହାକାହାକୁ ସେହି ପରମ୍ପରାର ବାହକ ଭାବରେ ଆପଣ ଦେଖୁଛନ୍ତି ? ଯେଉଁମାନଙ୍କର କବିତା ଆତ୍ମସଚେତନ ଭାବରେ ବୁଦ୍ଧିବାଦୀ ନୁହେଁ, ବରଂ ଭାବପ୍ରଧାନ । 

ୟନ୍ତ ମହାପାତ୍ର – ଉତ୍ତରପୂର୍ବ ଭାରତରେ ଆଜିକାଲି ଅନେକ ଲେଖା ହେଉଚି ସେମିତି । କିନ୍‌ଫାମ୍ [କିନ୍‌ଫାମ୍ ସିଂ ନଂକିନ୍‌ରିହ୍] ବୋଲି ମୋର ଗୋଟେ ସାଙ୍ଗ, ରବିନ୍ [ରବିନ୍ ଏସ୍. ନ୍ୟାଂନ୍ୟମ୍] ବୋଲି ମୋର ଆଉ ଗୋଟେ ସାଙ୍ଗ, ନବନୀତା ବୋଲି ଗୋଟେ ଝିଅ, ଏମାନେ ବହୁତ ଭଲ ଲେଖୁଚନ୍ତି । ଆଉ ସେମାନେ ତାଙ୍କର ନିଜ ଯାଗା ବିଷୟରେ ଲେଖୁଚନ୍ତି । ତାଙ୍କର ଚେର ସେଇଠି ଅଛି । ତୁମେ ଯେବେ କବିତା ବିଷୟରେ କଥା ହୁଅ, କାବ୍ୟ ତୁମେ ବଞ୍ଚୁଥିବା ଜାଗାରୁ ହିଁ ବାହାରେ । ମୋର ଅନେକ ସୁଯୋଗ ଥିଲା ଆମେରିକାକୁ ଯାଇଁ ଗୋଟେ ବିଳାସୀ ଜୀବନ ଯିଇଁବା ପାଇଁ । ହେଲେ ମୁଁ ତାହା କରି ପାରିଲିନି । କାହିଁକି ଜାଣେନା, ହେଲେ ମୋ ଦେଇ ତାହା ସମ୍ଭବ ହେଲାନି । ମୁଁ ଜାଣିନି କଅଣ ପାଇଁ । କିନ୍ତୁ ମୋତେ କଟକରେ ବହୁତ ଭଲ ଲାଗେ । ସେହି ଯୋଗୁଁ ମୁଁ ଯାଇ କରି ଆଉ କେଉଁଠି ରହି ପାରେନି । ଏଇଠି ରହିଛି । ବାସ୍ ସେତିକି ।

ବାଦାମବାଡ଼ି ବସଷ୍ଟାଣ୍ଡ (ୱିକିମିଡିଆ କମନ୍ସ୍)

 ପ୍ରଶ୍ନ - ଦେବାନନ୍ଦ ବାବୁଙ୍କ ସହିତ ଆପଣଙ୍କର ସମ୍ପର୍କ ସହିତ କିଛି କଥା ହେବାକୁ ଚାହିଁବି । ସେ କେବେ ଦିଲ୍ଲୀ ଗଲେ । ଆପଣ ଚନ୍ଦ୍ରଭାଗାର ପ୍ରଥମ ସିରିଜ୍‌‌ର ଚଉଦଟି ସଙ୍ଖ୍ୟା ବାହାର କରିବାର ପରେ ? କିନ୍ତୁ କେବେ ?

ୟନ୍ତ ମହାପାତ୍ର –  ସେ ଯାଇ ଦିଲ୍ଲୀରେ ଓକିଲାତି କଲା । ସେ ବଢ଼ିଆ ଓକିଲ ଥିଲା । ତା’ର ଇଂରାଜୀ, ଦୃଷ୍ଟିଭଙ୍ଗୀ, ତର୍କ – ଏ ସବୁ ଚମତ୍କାର ଥିଲା । ମୁଁ ତାକୁ ମାମଲା ଲଢ଼ିବାର ଦେଖିଚି । ସେ ନିଜ କାମରେ ବହୁତ ଭଲ ଥିଲା । ସେ ଦିଲ୍ଲୀ ଚାଲିଗଲା । ଅନେକ ଦିନ ପରେ ଫେରିଲା । ଫେରି ଆସି ଚନ୍ଦ୍ରଭାଗାକୁ ଆଉ ଥରେ ଜୀବନ ଦେଲା । ମୋତେ କହିଲା, ‘ସାର୍, ଆମେ ଆଉ ଥରେ ଚନ୍ଦ୍ରଭାଗା ଆରମ୍ଭ କରିବା ।’ ପୁଣି ଥରେ କାମ ଜମି ଆସୁଥିଲା । ଆମେ ଦୁଇଦୁଇଟା କବିତା ବୈଠକିର ଆୟୋଜନ କଲୁ । ଚନ୍ଦ୍ରଭାଗା ଆଉ ଥରେ ପୁଣି ଆରମ୍ଭ ହେଲା । ଫେରି ଆସିବାର ବର୍ଷେ ହେଇଚି କି ନାହିଁ ସେ ହଠାତ୍ ଚାଲିଗଲା । ମୋ ପାଇଁ ସେଇଟା ଗୋଟେ ଭୟଙ୍କର ସମୟ ଥିଲା । ପୁଅଟିଏ ଚାଲିଗଲା ଭଳି କଥା । ଆଠ ବର୍ଷ ହେଲାଣି ସେ ଯିବାର । ଦେବାନନ୍ଦର ମୋର ବହୁତ ବୁଲାବୁଲି କରିଚୁ । ତା’ର ଯୋଉଠି କାମ ଥାଏ, ସେ ମୋତେ ନେଇ ଯାଏ । ମୁଁ କେତେ ଖୁସି ଥିଲି, ସେ ଫେରି ଆସିଲା ପରେ । ଆଉ ତା’ ପରେ ମୁଁ ନିଜ ପୁଅକୁ ହରେଇଲି । ଏଇ ଦେଢ଼ ଦୁଇ ବର୍ଷ ତଳେ ।  

ପ୍ରଶ୍ନ - କୋଲଟକରଙ୍କର କିଛି କବିତା ଅଛି ଉଭୟ ଇଂରାଜୀ ଓ ମରାଠୀରେ, ଯାହାକୁ ଦେଖି ଜାଣିବା କଷ୍ଟ କି କୋଉଟା ମୂଳ କେଉଁଟା ଅନୁବାଦ ଆପଣଙ୍କର କିଛି କବିତାର ଯୋଡ଼ି ଅଛି ଇଂରାଜୀ ଓଡ଼ିଆରେ, ଯାହା ଭିତରର ସମ୍ପର୍କ ଅନୁବାଦର ସମ୍ପର୍କ ନୁହେଁ ମୁଁ ଗୋଟିଏ ଉଦାହରଣ ଦେଉଛି ଧରନ୍ତୁବାୟାରାଜାବହିରେଆମ୍ବଗଛବୋଲି ଗୋଟିଏ କବିତା ଅଛି, ଆଉଲାଏ ଅଫ୍ ଡନ୍ସ୍ବହିରକୋଲାବରେଶନ୍କବିତାଟି ଉଭୟ କବିତା ଗୋଟିଏ ହିଁ ଅନୁଭୂତିରୁ ସୃଷ୍ଟ ହେଲେ କେଉଁଟା ବି ଅନ୍ୟଟିର ଅନୁବାଦ ନୁହଁ  

ଜୟନ୍ତ ମହାପାତ୍ର – ଉଭୟ ଇଂରାଜୀ ଓ ଓଡ଼ିଆ କବିତା ମୋ ନିଜର ଅନୁଭୂତିରୁ ହିଁ ଆସିଚନ୍ତି । ଯଦି ତୁମେ ମୋର ଇଂରାଜୀ ଓ ଓଡ଼ିଆ କବିତାଗୁଡ଼ିକୁ ଏକାଠି ଧରି ରଖିବ, ତାହା ହେଲେ ମୋର ଜୀବନର ଏକ ରୂପ ତିଆରି ହେଇଯିବ । ତୁମେ ଯେଉଁ କବିତା ଯୋଡ଼ିଟି କଥା କହିଲ, ତାଙ୍କର ସମ୍ପର୍କଟି ବିଷୟରେ ତୁମେ କହିଲା ପରେ ହିଁ ଆଜି ଯାଇଁ ମୁଁ ସଚେତନ ହେଲି । ଯଦିଓ ଦୁଇଟି ଯାକ ଅଲଗା ମଧ୍ୟ । ‘ଆମ୍ବଗଛ’ କବିତାଟି ସିଧା ମୋର ରକ୍ତମାଂସରୁ ଆସିଚି, ସେଇଟି ଟିକେ ଅଧିକ ଅନ୍ତରଙ୍ଗ । କବିତାଟି ସିଧା ସେଇ ଜୟନ୍ତ ମହାପାତ୍ର - ଯିଏ ନିଜ ବାପାଙ୍କ ସହିତ ଥିଲା ଆଉ ବାପା ପୁଅ ମିଶି ଗଛଟି ରୋଇଥିଲେ - ତାହାଠୁଁ ଆସିଚି । ସେଇ ଅନ୍ତରଙ୍ଗତା ଇଂରାଜୀ କବିତା ‘କୋଲାବରେଶନ୍‌’ରେ ନାହିଁ । ସେଇଟି ଗୋଟେ ପୂରା ଅଲଗା କବିତା । ତାହା ଉପରେ ମୁଁ ଇଂରାଜୀ ଭାଷାରେ ପଢ଼ିଥିବା ଅନେକ କବିତାର ପ୍ରଭାବ ମଧ୍ୟ ଅଛି । କିନ୍ତୁ ‘ଆମ୍ବଗଛ’ କବିତାଟି ଆସିଚି ସିଧା ମୋର ମାନସରୁ, ମୋର ଅନୁଭୂତିରୁ । ସେଇଥିରୁ ବୋଧହୁଏ ଏଇ ଦୁଇଟି କବିତା ଭିତରେ ଥିବା ସମ୍ପର୍କର କିଛି ଖିଅ ମିଳିପାରେ ।

ପ୍ରଶ୍ନ  – ଆପଣ ବହୁତ ଅନୁବାଦ ବି କରିଛନ୍ତି । ନିଜେ କରିଥିବା ଅନୁବାଦଗୁଡ଼ିକ ଭିତରୁ କେଉଁଟି ଆପଣଙ୍କୁ ଭଲ ଲାଗେ

ଜୟନ୍ତ ମହପାତ୍ର – ମୁଁ ରୁଦ୍ର ସୁଧାନିଧିର ଯେତେକ ଅଂଶ ଅନୁବାଦ କରିଚି, ମୋତେ ଭଲ ଲାଗିଚି । ଜଣେ ସାଧୁ ଯେ ଏପରି ଗ୍ରନ୍ଥଟିଏ ଲେଖିବେ, ତାହା ଗୋଟେ ଆଶ୍ଚର୍ଯ୍ୟଜନକ ବିଷୟ । ଅବଶ୍ୟ ଏହା ଗୋଟିଏ କଠିନ ବହି ଆଉ ଅନେକ ଭାବରେ ମୋର କ୍ଷମତାର ବାହାରେ ଥିଲା । ମୁଁ ଖୋଜିଲି ଯିଏ ମୋ ପାଇଁ ଟିକେ ସେ ବିଷୟରେ ବ୍ୟାଖ୍ୟା କରି ପାରିବେ । କିନ୍ତୁ ମୁଁ ସେପରି କାହାକୁ ଖୋଜି ପାଇଲି ନାହିଁ । 

ବାରବାଟୀ ଦୁର୍ଗ (ୱିକିମିଡିଆ କମନ୍ସ୍)

ପ୍ରଶ୍ନ – ମୁଁ କହିବି ମୋତେ କାହିଁକି ସେଇ ଟେକ୍ସ୍‌ଟ୍ ଟି ଭଲ ଲାଗେ ? ଆପଣ ଯେମିତି କଟକିଆ ମୁଁ ସେମିତି ଭୁବନେଶ୍ୱରିଆ । ଯେତିକି ଦୂର ଜଣା, ବହିଟିର ଲେଖକ ନାରାୟଣ ଅବଧୁତ ସ୍ୱାମୀ ଭୁବନେଶ୍ୱରର ଲୋକ । ଆପଣ ଯଦି ବଡ଼ ପାଟି କରି ସେ ବହିଟିକୁ ପଢ଼ିବେ, ଆପଣ ନ ବୁଝନ୍ତୁ ମଧ୍ୟ ତ ସେ ବାକ୍ୟଗଠନର ଯାଦୁ ଆପଣଙ୍କ ଭିତରେ ଭେଦିବ । ଭାବନ୍ତୁ ଏଇଟା ଓଡ଼ିଆ ଭାଷାର ବୋଧହୁଏ ପ୍ରଥମ ଗଦ୍ୟ । ପଛକୁ ଫେରି ଚାହିଁ ଦେଖି ଶିଖିବା ଲାଗି ତାଙ୍କ ପାଇଁ ବୋଧ ହୁଏ ପରମ୍ପରାଟିଏ ନ ଥିଲା ।

ଜୟନ୍ତ ମହପାତ୍ର - ହଁ ହଁ । ବୁଝିଲି । ବହୁତ ଭଲ । ପୂରା ଆଶ୍ଚର୍ଯ୍ୟଜନକ ।  ସେମିତି ବାକ୍ୟ ଲେଖିବା ଭାରି କଷ୍ଟ । ବହୁତ ପରିଶ୍ରମ ପଡ଼େ ।

ପ୍ରଶ୍ନ – ଆପଣଙ୍କ ସମୟରେ ଆଉ ଏବେ ମଧ୍ୟ ଇଂରାଜୀରେ ଏତେ ଲୋକ ଲେଖିବାକୁ ଚାହୁଁଚନ୍ତି । ବର୍ତ୍ତମାନ ଯିଏ ଲେଖୁଚି ଇଂରାଜୀରେ, ତାହା କବିତା ହେଉ କିମ୍ବା ଅନ୍ୟ କିଛି ବି ହେଉ, ଗପ ହେଉ, ନାଟକ ହେଉ, ଆଉ ଯ।ହା କିଛି ବି ହେଉ, ଇଂରାଜୀ ଭାଷାରେ ଏବେ ‘ଇଣ୍ଡିଆନ୍ ଲିଟେରେଚର୍‌’କୁ ଛାଡ଼ିଦେଲେ ପ୍ରିଣ୍ଟ୍‌ରେ ସାହିତ୍ୟ ପତ୍ରିକା ଆଉ ପ୍ରାୟତଃ କିଛି ନାହିଁ । ଯଦି ଜଣେ ଲେଖିବ, ତାହାହେଲେ ଭାରତ ବାହାରକୁ ନ ପଠାଇ କିଛି ଉପାୟ ନାହିଁ । କିନ୍ତୁ ଠିକ୍ ସେଇ ସମୟରେ ଇଂରାଜୀ ପ୍ରକାଶନରେ ଏକ ବିରାଟ ବିସ୍ଫୋରଣ ଘଟିଛି । ଏହା କିପରି ସମ୍ଭବ ? ଅନେକ ଇଂରାଜୀ ଖବରକାଗଜରେ ତ ଆଗରୁ ସାହିତ୍ୟ ପୃଷ୍ଠା କିଛି  ଥିଲା । ସେତକ ବି ଆଉ ନାହିଁ । ଗତି ତ ଓଲଟା ଆଡ଼କୁ ।

ୟନ୍ତ ମହାପାତ୍ର – ମୁଁ ମଧ୍ୟ ଏହା ବୁଝି ପାରିନି । ଭାବିଚି ଅନେକ । କିନ୍ତୁ କିଛି କାରଣ ଖୋଜି ପାଇନି କି ଇଂରାଜୀରେ ସୃଜନଶୀଳ ସାହିତ୍ୟ ପାଇଁ କାହିଁକି ଭଲ ଷ୍ଟାଣ୍ଡାର୍ଡ଼ ପତ୍ରିକା ଖଣ୍ଡିଏ ନାହିଁ । ‘ଟେଲିଗ୍ରାଫ୍‌’ର ସାହିତ୍ୟ ପୃଷ୍ଠା ମୁଁ ସମ୍ପାଦନା କରୁଥିଲି କେତେ ବର୍ଷ ପାଇଁ । ସେଇଟା ଅନେକ ଭଲ ହେଉଥିଲା । ‘ସଣ୍ଡେ ଏଜ୍’ ଗୋଟେ ଦିଲ୍ଲୀରୁ ବାହାରୁଥିଲା । ସେମାନେ କିଛି କବିତା ଛପାଉଥିଲେ । ଇଂରାଜୀ ଖବରକାଗଜମାନେ ସାହିତ୍ୟ ପାଇଁ ଅତି କମ୍‌ରେ ମାସକୁ ପୃଷ୍ଠାଟିଏ ଦେବା କଥା । ମୁଁ ଏଇଟା ଏ ପର୍ଯ୍ୟନ୍ତ ବୁଝି ପାରିନି କି, ଆମେ ଦିନକୁଦିନ ଇଂରାଜୀରେ ବେଶିରୁ ବେଶି ଲେଖି ଚାଲିଚେ, ହେଲେ ସୃଜନଶୀଳ ସାହିତ୍ୟ ପାଇଁ ନିୟମିତ ପତ୍ରିକାଟିଏ ଚଲାଇ ପାରୁନେ । ବୋଧହୁଏ ଆମର ଭଲ ସମ୍ପାଦକ ନାହାନ୍ତି, ଆଉ ସେଇଥି ପାଇଁ ଭଲ ପତ୍ରିକାଟିଏର ମଧ୍ୟ ଅଭାବ ରହୁଚି ।

ବି.ଦ୍ର. - ଏହି ସାକ୍ଷାତକାରଟି ୨୦୧୯ ମସିହାର ମଧ୍ୟ ଭାଗରେ ନିଆଯାଇଥିଲା । ଇଂରାଜୀରେ ଏହାର କିୟଦଂଶ 'ଦି ହିନ୍ଦୁ' ଖବରକାଗଜର ଏକ ରବିବାସରୀୟ ଅଙ୍କରେ ତଥା ସମ୍ପୂର୍ଣ୍ଣ ଓଡ଼ିଆ ରୂପଟି ସାହିତ୍ୟ ପତ୍ରିକା 'ପଶ୍ଚିମା'ର ୨୦୧୯ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇସାରିଚି । ଏଇ ଚତୁର୍ଥ ଭାଗ ସହ ସାକ୍ଷାତକାରଟି ଏହିଠାରେ ଶେଷ ହେଲା । ସାକ୍ଷାତକାରଟିର ସର୍ବସତ୍ତ୍ୱ ଜୟନ୍ତ ମହାପାତ୍ର ଓ ଶୈଲେନ ରାଉତରାୟଙ୍କ ପାଖରେ ସଂରକ୍ଷିତ ।

What I want to talk about Sailen Routray Detail of the Church of the Assumption of Mary in Lychivka, Khmelnytskyi Raion, Khmelnytskyi Oblast...