Monday, March 7, 2022

Keep Quiet

Basudev Sunani

Translator - Sailen Routray


Snakelocks anemone, Arrábida Natural Park, Portugal
Photo Credit - Wikimedia Commons/ Diego Delso

Does a child
born in the battlefield
fear the mere clanging of swords?
Does a burning wood
fear a mere bushfire?

Now please shut up ma.

Although beaten down,
you son still has the energy left
to suckle long and hard at your breast.

Although some stray pieces
of straw and bamboo
have been lost in transit,
enough has been left
to build a hut for penance.

Now please shut up.

Translator's Note: This is a translation of the poem 'Chup Ruha' from the collection 'Anek Kichhi Ghatibar Achhi' - 'Many Things Are Yet to Happen' - published in 1995. This English translation was first published in the year 2013  in the Kendriya Sahitya Akademi periodical Indian Literature in its 277th issue. Basudev Sunani (b. 1962) is one of the foremost poetic voices of his generation in Odia literature. He also has a body of prose in the form of novels, academic monographs and essays in the language. 

Thursday, March 3, 2022

ତିନି ଶହ ରାମାୟଣ - ୩

ଏ. କେ. ରାମାନୁଜନ

ଅନୁବାଦକ - ଶୈଲେନ ରାଉତରାୟ

ଇଣ୍ଡୋନେସିଆର ପେନାତାରନ୍ ସ୍ଥିତ ମନ୍ଦିରମାଳାରେ ରାମକଥା ଆଧାରିତ ଭିତ୍ତିଚିତ୍ର
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ରାମଙ୍କର କୃପାରୁ

ରାମ ନାମ ବିନା ଆନ ବିଦ୍ୟା କାହିଁକି ସାଧିବ ?
ଦୁବ ପିପିଲିକା ଆଦି ଯେତେ ସ୍ଥାବର ଜଙ୍ଗମ;
ଚତୁର୍ମୁଖ ଶିଷି ସବୁ ଘେନିଲେ ଶ୍ରୀରାମ,
କରୁଣାସାଗର ଦେଲେ ତାଙ୍କୁ ପରମ ବୈଭବ ।
ନମ୍ମାଲୱାର ୭..(ରାମାନୁଜନ ୧୯୮୧, ୪୭) 

କମ୍ବରଙ୍କର ମହାନ କାବ୍ୟ ନମ୍ମାଲଭାରଙ୍କର ରାମଙ୍କର ଲୀଳାର ଏକ ବିସ୍ତୃତ ଓ ପ୍ରେମପୂର୍ଣ୍ଣ ବ୍ୟାଖ୍ୟାନ ଅଟେ ।

ଅତଏବ୍ ଦୁଇଟିଯାକ ରାମକଥାରେ ଅହଲ୍ୟା ଅଧ୍ୟାୟଟି ପ୍ରାୟ ସମାନ । ମାତ୍ର କଥନିକା ରଚିବାର ଶୈଳୀ, ରଙ୍ଗ ଓ ଓ ବିଭା ଅଲଗାଲଗା । କମ୍ବରଙ୍କର କଥାର ରସ ବାଲ୍ମିକୀଙ୍କର କଥାର ଉପଯୁକ୍ତ ପରିବର୍ତ୍ତନ ଯୋଗୁଁ ହିଁ ସମ୍ଭବ । ଗୋଟିଏ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ୟନ୍ତ, ପର ସମୟର ସମସ୍ତ ରାମକଥା ଗୁ଼ଡିକ ନିଜର ପୂର୍ବ ରାମକଥାଗୁଡ଼ିକର ଆଖ୍ୟାୟିକାମାନଙ୍କର ଜ୍ଞାନ ଉପରେ ନିର୍ଭରଶୀଳ; ଏଣୁକରି ସେଗୁଡ଼ିକୁ ଆମେ ମେଟା-ରାମାୟଣ ବୋଲି କହିପାରିବା । 

ଏଠାରେ ମୁଁ ମୋର ପ୍ରିୟତମ ଉଦାହରଣ ନଦେଇ ରହିପାରିବି ନାହିଁ । ଅନେକ ରାମାୟଣରେ, ଉଦାହରଣ ସ୍ୱରୂପ, ଷଡ଼ଦଶ ଶତାବ୍ଦୀରେ ରଚିତ ଆଧ୍ୟାତ୍ମ ରାମାୟଣରେ, ରାମଙ୍କୁ ବନବାସ ଭୋଗ କରିବାର ଆଦେଶ ମିଳିଲା ପରେ, ସେ ସୀତାଙ୍କୁ ନେଇ ଦେଶାନ୍ତର ହୋଇ ବନଗମନ କରିବାକୁ ଚାହାନ୍ତି ନାହିଁ । ଏଥିକୁ ନେଇ ସୀତା ତାଙ୍କ ସହିତ ଯୁକ୍ତି କରନ୍ତି । ପ୍ରଥମେ ସେ ତାଙ୍କୁ ଚିରାଚରିତ ଉଦାହରଣମାନ ଦିଅନ୍ତି । ଯଥା, ସୀତା ରାମଙ୍କର ପତ୍ନୀ ହୋଇଥିବାରୁ ସେ ତାଙ୍କ ସହ ବନବାସ କରି ପତିଙ୍କର ଦୁଃଖରେ ଭାଗୀ ହେବା ବିଧେୟ ଇତ୍ୟାଦି । 

ମାତ୍ର ଏଥିକୁ ରାମ ନିଜର ବିରୋଧ ଜାରି ରଖିବାରୁ ସେ କ୍ରୋଧରେ ଫାଟି ପଡ଼ି କୁହନ୍ତି ଯେ, ଏହା ପୂର୍ବରୁ ଅଗଣିତ ରାମାୟଣ ଲେଖା ହୋଇସାରିଛି । ତୁମେ ଏପରି ଗୋଟିଏ ବି ରାମାୟଣ ଜାଣିଛ କି, ଯେଉଁଥିରେ ସୀତା ରାମଙ୍କ ସହ ବନକୁ ଯାଇନାହାନ୍ତି ?’ ଏଥି ସହିତ ସମସ୍ତ ଯୁକ୍ତିତର୍କର ଅନ୍ତ ହୁଏ ଓ ସେ ରାମଙ୍କ ସହ ବନବାସ କରନ୍ତି । (ଅଧ୍ୟାତ୍ମ ରାମାୟଣ ୨..୭୭-୭୮ : ନାଥ ୧୯୧୩, ପୃଷ୍ଠା ୩୯ ଦେଖନ୍ତୁ) ତେଣୁ ଭାରତରେ କୌଣସି ଜିନିଷ ସ୍ୱତନ୍ତ୍ର ଭାବରେ କେବଳ ଥରେ ଘଟେ ନାହିଁ ; ଏହି ଆଖ୍ୟାୟିକାଟିକୁ ଆମେ ଏକାଧିକ ରାମାୟଣରେ ଦେଖିବାକୁ ପାଇବା । 

କମ୍ବରଙ୍କର  ରାମାୟଣ ଲେଖା ହେବା ପରେ ଏହା ନିଜର ସନ୍ତତି, ନିଜର ପ୍ରଭାବର ଏକ ବିଶେଷ ଅଞ୍ଚଳ, ସୃଷ୍ଟିକରେ । ଲୋକେ ତେଲଗୁ ଦେଶରେ ତେଲଗୁ ଲିପିରେ ଏହାକୁ ପଢ଼ନ୍ତି, ମାଲୟାଲମ ଅଞ୍ଚଳର ମନ୍ଦିରମାନଙ୍କର ରୀତିନୀତିରେ ଏହା ନାଟ୍ୟରୂପ ନିଏ । ରାମକଥାର ଦକ୍ଷିଣପୂର୍ବ ଏସିଆକୁ ପ୍ରବାହରେ, ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଏ । ଏହା ପ୍ରମାଣ କରାଯାଇସାରିଛି ଯେ, ଅଷ୍ଟାଦଶ ଶତାବ୍ଦୀରେ ଥାୟୀ ଭାଷାରେ ଲିଖିତ 'ରାମକିଏନ୍’ ର ଅବଲମ୍ବନ ଅନେକ ଦୃଷ୍ଟିରୁ ଏହି ତାମି ଗାଥା ।

ଉଦାହରଣ ସ୍ୱରୂପ, ଏହି ଥାୟୀ ରାମକଥାରେ ଅନେକ ଚରିତ୍ରମାନଙ୍କର ନାମ ସଂସ୍କୃତ ଭାଷାର ନୁହେଁ ବରଂ ସେଗୁଡ଼ିକର ଉତ୍ସ ତାମି । ଯଥା, ସଂସ୍କୃତରେ ଯାହା ୠଷ୍ୟଶୃଙ୍ଗ, ତାହା ତାମି ରାମାୟଣରେ କଳାଇକୋଟୁ । ଥାଇ ‘ରାମକିଏନ୍’ରେ ଆମେ ଏହି ତାମି ନାମ ହିଁ ପାଇବା । ତୁଳସୀଦାସ ରଚିତ ହିନ୍ଦିଭାଷାରେ ଲିଖିତ ‘ରାମଚରିତ ମାନସ' ଏବଂ ମାଳୟ ଭାଷାରେ ଲିଖିତ ‘ହିକାୟତସେରିରାମ’ରେ ଅନେକ ବର୍ଣ୍ଣନାର ଉତ୍ସ କମ୍ବରଙ୍କର କାବ୍ୟ (ସିଙ୍ଗରାଭେଲୁ ୧୯୬୮)  

ଅତଏବ ଏହି କାବ୍ୟିକ ରୁଆପୋତା ଅନେକ ମାର୍ଗ ଦେଇ ହୋଇଅଛି । ଆମେ ଏହି ପ୍ରକ୍ରିୟାର ଅନ୍ୟ ଉଦାହରଣ ମଧ୍ୟ ଦେଇପାରିବା । କେତେ ଭାଷାରେ ଯାହା ପାଇଁ ଶବ୍ଦ ଉତ୍ତର ଚୀନ୍ ଦେଇ ଆସିଥିବାବେଳେ ଅନ୍ୟ କେତେକ ଭାଷାରେ ଏହା ଦକ୍ଷିଣ ଚୀନ୍ ରୁ ଆସିଅଛି । ଅତଏବ୍, ଇଂରାଜୀ ଓ ପ୍ରେଞ୍ଚ୍ ଭଳି କିଛି ଭାଷାରେ ‘ଟି’ ଶବ୍ଦର କିଛି ରୂପ ଥିବାବେଳେ ହିନ୍ଦୀ ଓ ଋଷୀୟଭଳି ଭାଷାମାନଙ୍କରେ ଆମେ ‘ଚା’ ଶବ୍ଦର କିଛି ରୂପ ଦେଖିବାକୁ ପାଇବା । 

ସେହିପରି ସନ୍ତୋଷ ଦେଶାଇଙ୍କ ମତାନୁସାରେ ରାମଙ୍କର କଥା ତିନୋଟି ମାର୍ଗରେ ଭ୍ରମଣ କରିଥିବାର ଜଣାଯାଏ । ଉତ୍ତର ଦିଗର ମାର୍ଗଟି ଗପଟିକୁ ପଞ୍ଜାବ ଏବଂ କାଶ୍ମୀରରୁ ଚୀନ, ତିବ୍ଦତ ଓ ପୂର୍ବ ତୁର୍କିସ୍ଥାନ କୁ ନେଲା; ସମୁଦ୍ର ଦେଇ ଦକ୍ଷିଣ ମାର୍ଗଟି ଗୁଜୁରାଟ ଏବଂ ଦକ୍ଷିଣ ଭାରତରୁ ଗପଟିକୁ ଜାଭା, ସୁମାତ୍ରା ଏବଂ ମାଳୟକୁ ନେଲା । ଏବଂ ଆଉ ଥରେ ପୁଣି ପୂର୍ବ ଦିଗର ମାର୍ଗଟି ଗପଟିକୁ ବଙ୍ଗଳାଦେଶରୁ ବର୍ମା, ଥାଇଲାଣ୍ଡ ଓ ଲାଓ ଆଦି ଦେଶକୁ ନେଲା । ଭିଏତନାମ୍ ଏବଂ କାମ୍ବୋଜ ସେମାନଙ୍କର ଗପଗୁଡ଼ିକୁ କିଛି ଅଂଶରେ ଜାଭା ଦ୍ୱୀପରୁ ଓ ଆଉ କିଛି ଅଂଶରେ ପୂର୍ବ ଦିଗର ମାର୍ଗ ଦେଇ ଭାରତରୁ ପାଇଲେ (ଦେଶାଇ ୧୯୭୦, )

ଜୈନ କଥନ

ଆମେ ଜୈନ କଥନର ଦୁନିଆକୁ ପ୍ରବେଶ କଲେ ଦେଖିବା ଯେ, ରାମଙ୍କର ଗଳ୍ପରେ ଆଉ ହିନ୍ଦୁ ମୂଲ୍ୟବୋଧଟିମାନ ନାହିଁ । ଜୈନ ପୋଥିଗୁଡ଼ିକ ଏହି ଭାବ ପ୍ରକାଶ କରନ୍ତି ଯେ, ହିନ୍ଦୁମାନେ ଓ ବିଶେଷତଃ ବ୍ରାହ୍ମଣମାନେ, ରାବଣଙ୍କର ଚରିତ୍ର ସଂହାର କରି ତାଙ୍କୁ ଏକ ଖଳନାୟକରେ ପରିଣତ କରିଛନ୍ତି । ଜୈନ ପୋଥିଗୁଡ଼ିକ କେତେଗୁଡ଼ିଏ ପ୍ରଶ୍ନ ପଚାରି ନିଜର ବକ୍ତବ୍ୟ ଆରମ୍ଭ କରନ୍ତି । 

ସେହି ପ୍ରଶ୍ନଗୁଡ଼ିକ ହେଲା - ମାଙ୍କଡ଼ମାନେ ରାବଣଙ୍କ ପରି କ୍ଷମତାଶାଳୀ ରାକ୍ଷସ ବୀରମାନଙ୍କୁ କିଭଳି ଭାବେ ପରାଜିତ କରିପାରିବେ ? ରାବଣଙ୍କ ଭଳି ସମ୍ଭ୍ରାନ୍ତ ଓ ଜୈନ ବ୍ୟକ୍ତି କିଭଳି ମାଂସଭକ୍ଷଣ ଓ ରକ୍ତପାନ କରିପାରିବେ ? କୁମ୍ଭକର୍ଣ୍ଣ କିପରି ବର୍ଷକେ ଲଗାତାର ଛଅ ମାସ ଶୋଇପାରିବ ତଥା କାନରେ ଜଳନ୍ତା ତେଲ ଢଳାଗଲେ ମଧ୍ୟ ଓ ଉପରେ ହାତୀଟିମାନ ଚଢ଼ାଗଲେ ମଧ୍ୟ, କାନ ପାଖରେ ଯୁଦ୍ଧର ଭେରୀ, ତୁରୀ ଶଙ୍ଖ ଆଦି ବଜାଗଲେ ମଧ୍ୟ, ନିଦରୁ ଉଠିବ ନାହିଁ ? ରାବଣ କୁଆଡ଼େ ଇନ୍ଦ୍ରଙ୍କୁ ହାତକଡ଼ି ପକାଇ ଲଙ୍କାକୁ ଟାଣିଆଣିଥିଲା । ଇନ୍ଦ୍ରଙ୍କୁ ଏହା କିଏ କରାଇପାରିବ କି

ସବୁ କିଛି ତେଣୁ କରି ଉଦ୍ଭଟ କଳ୍ପନାପ୍ରସୂତ । ଏଗୁଡ଼ିକ ମିଥ୍ୟା ଏବଂ ଯୁକ୍ତିସଙ୍ଗତ ନୁହେଁ । ରାଜା ଶ୍ରେଣିକ ତାଙ୍କର ସେହି ପ୍ରଶ୍ନଗୁଡ଼ିକ ବିଷୟରେ ଚିନ୍ତା କରି ଋଷି ଗୌତମଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କୁ ସତ୍ୟ କଥା ବର୍ଣ୍ଣନା କରି ସନ୍ଦେହମୋଚନ କରିବା ପାଇଁ ଅନୁରୋଧ କରନ୍ତି । ଗୌତମ ତାଙ୍କୁ କହନ୍ତି, ‘ମୁଁ ତୁମ୍ଭଙ୍କୁ ଜୈନ ପଣ୍ଡିତମାନେ ଏ ବିଷୟରେ କ’ଣ କହନ୍ତି ତାହା କହିବି । ରାବଣ ରାକ୍ଷସ ନୁହେଁ କିମ୍ବା ସେ ମଣିଷ ଇତର ମାଂସଭକ୍ଷକ ନୁହେଁ । ବୁଦ୍ଧିଭ୍ରଷ୍ଟ କବି ଓ ମୂର୍ଖମାନେ ଏହିପରି ମିଛ କହନ୍ତି ।’ ଏହାପରେ ସେ ତାଙ୍କୁ ଗଳ୍ପର ନିଜ ରୂପ କହିବାକୁ ଆରମ୍ଭ କରନ୍ତି (ଚନ୍ଦ୍ର ୧୯୭୦, ୨୩୪) । 

ବିମଳ ମୁନିଙ୍କର ପୌମଚରୀୟ (ସଂସ୍କୃତ ପଦ୍ମଚରିତ ପ୍ରାକୃତ ରୂପ) ନାମକ ଜୈନ ରାମାୟଣ ବାଲ୍ମିକୀଙ୍କ ସଂସ୍କୃତ ରାମାୟଣ ବିଷୟରେ ସମ୍ପୂର୍ଣ୍ଣ ସଚେତନ । ମାତ୍ର ଏହା ନିଜେ ଦେଖୁଥିବା ହିନ୍ଦୁ ପ୍ରମାଦ ଓ ବହ୍ୱାଡ଼ମ୍ବରକୁ ଠିକ୍ କରିବାକୁ ଚେଷ୍ଟା କରେ । ଅନ୍ୟ ଜୈନ ପୁରାଣ ପରି ଏହା ମଧ୍ୟ ଏକ ପ୍ରତିପୁରାଣ । ‘ପ୍ରତି' ଉପସର୍ଗଟି ଜୈନମାନଙ୍କର ଅତି ପ୍ରିୟ । 

ବିମଳ ମୁନିଙ୍କର ଜୈନ ରାମକଥା ରାମଙ୍କର ବଂଶାବଳୀ ଏବଂ ମହାନତାରୁ ଆରମ୍ଭ ହୁଏ ନାହିଁ । ବରଂ ସେ ରାବଣର ବଂଶାବଳୀ ଓ ମହାନତାରୁ କଥାଟିକୁ ଆରମ୍ଭ କରନ୍ତି । ରାବଣ ଜୈନ ପରମ୍ପରାର ୬୩ଟି ସଳାକାପୁରୁଷ ଅର୍ଥାତ ଅଗ୍ରଜଙ୍କର ମଧ୍ୟରୁ ଜଣେ । ସେ ସମ୍ଭ୍ରାନ୍ତ ପ୍ରାଜ୍ଞ । ସେ ଜୈନ ମୁନିମାନଙ୍କର ଭକ୍ତ ଏବଂ ନିଜର ସମସ୍ତ ଆଦିଭୌତିକ କ୍ଷମତା ଓ ଶସ୍ତ୍ରମାନ ସେ ତପଶ୍ଚର୍ଯ୍ୟ ଦ୍ୱାରା ଅର୍ଜନ କରନ୍ତି । ଜଣେ ଜୈନମୁନିଙ୍କୁ ଖୁସି କରିବା ପାଇଁ ସେ କୌଣସି ଅନିଚ୍ଛୁକ ନାରୀକୁ ନ ଛୁଇଁବା ପାଇଁ ବ୍ରତ ମଧ୍ୟ ନିଅନ୍ତି । 

ଏକ ସ୍ମରଣୀୟ ଘଟଣାବଳୀରେ ସେ ଏକ ଅଭେଦ୍ୟ ଦୁର୍ଗକୁ ଘେରାଉ କରନ୍ତି । ସେହି ରାଜ୍ୟର ରାଣୀ ତାଙ୍କୁ ଭଲପାଉଥିବାରୁ ସେ ତାଙ୍କ ପାଖକୁ ଦୂତ ପଠାନ୍ତି । ରାଣୀଙ୍କ ଠାରୁ ଦୁର୍ଗଭେଦ କରିବାର ଉପାୟ ଜାଣି ରାବଣ ଦୁର୍ଗ ଜୟ କରି ରାଜାଙ୍କୁ ପରାଜିତ କରନ୍ତି । ମାତ୍ର ଦୁର୍ଗ ଜୟ ପରେ ରାଜ୍ୟଟିକୁ ରାଜାଙ୍କୁ ଲେଉଟାଇ ଦେଇ, ରାଣୀଙ୍କୁ ନିଜ ସ୍ୱାମୀଙ୍କ ପାଖକୁ ଫେରିଯିବା ପାଇଁ ଉପଦେଶ ଦିଅନ୍ତି । ପରେ ଜ୍ୟୋତିଷମାନଙ୍କ ଠାରୁ ସେ ଯେତେବେଳେ ଜାଣନ୍ତି କି, ସୀତା ନାମକ ଏକ ନାରୀ ତାଙ୍କର ଅନ୍ତର କାରଣ ହେବ, ସେତେବେଳେ ସେ ହୁଅନ୍ତି ଥରହର । 

ଏହିପରି ବ୍ୟକ୍ତିତ୍ତ୍ୱର ଅଧିକାରୀ ରାବଣ, ସୀତାଙ୍କର ପ୍ରେମରେ ପଡ଼ି ତାଙ୍କୁ ଅପହରଣ କରନ୍ତି । ତାଙ୍କର ମନ ଜିଣିବାର ବିଫଳ ପ୍ରୟାସ କରନ୍ତି । ନିଜର ପତନ ଦେଖନ୍ତି ଏବଂ ଶେଷକୁ ରଣଭୂମିରେ ପ୍ରାଣତ୍ୟାଗ କରନ୍ତି । ଏହି ଜୈନଗଳ୍ପଗୁଡ଼ିକର ରାବଣ ଏପରି ଏକ ଉତ୍ତେଜନା ଓ କାମନାର ଫଳଭୋଗ କରନ୍ତି, ଯାହା ବିରୁଦ୍ଧରେ ସେ ଶପଥ ନେଇଛନ୍ତି, ମାତ୍ର ଯାହାକୁ ବିରୋଧ କରିବାର କ୍ଷମତା ତାଙ୍କର ନାହିଁ । ଜୈନ ରାମାୟଣର ଅନ୍ୟ ଏକ ପରମ୍ପରାରେ, ସୀତା ରାବଣଙ୍କର ଝିଅ, ଯଦିଓ ସେ ନିଜେ ଏହି କଥା ଜାଣନ୍ତି ନାହିଁ । ଏହି ପରିସ୍ଥିତିରେ ଟ୍ରାଜେଡ଼ିର ପସାପାଲି ମୂଳରୁ ହିଁ ତାଙ୍କ ବିରୁଦ୍ଧରେ ସ୍ଥିର ହୋଇସାରିଛି । ମୁଁ ସୀତାଙ୍କର ଜନ୍ମ ବିଷୟରେ ଆସନ୍ତା ବିଭାଗରେ କହିବି । 

ଆମର ଆଧୁନିକ ଆଖିରେ ଅବଶ୍ୟ ରାବଣ ଏକ ଟ୍ରାଜିକ ପୁରୁଷ । ଜୈନମାନେ ଯେତେବେଳେ ତାଙ୍କର ରାମଗଳ୍ପ କହନ୍ତି ସେତେବେଳେ ଆମେ ରାବଣ ପାଇଁ ଦୟା ଓ ବିସ୍ମୟରେ ଭରିଯାଉ । ମୁଁ ଏହିଠାରେ ଆଉ ଏକ ପ୍ରସଙ୍ଗ କହିବା ଉଚିତ ହେବ । ଜୈନ ଚିନ୍ତାକଳ୍ପରେ ବାସୁଦେବ ଓ ପ୍ରତି-ବାସୁଦେବ (ନାୟକ ଓ ଖଳନାୟକ, ଠିକ୍ ସ୍ୱ ଓ ଅପର ପରି ପରସ୍ପର ବିରୋଧୀ ପୁରୁଷ), ଜନ୍ମ ଜନ୍ମାନ୍ତର ଧରି ପରସ୍ପର ସହିତ ଲଢ଼େଇ କରିବା ପାଇଁ ବିଧି ଦ୍ୱାରା ବାଧ୍ୟ । 

ଲକ୍ଷ୍ମଣ ଓ ରାବଣ ଏହି ବାସୁଦେବ ଓ ପ୍ରତି-ବାସୁଦେବଙ୍କର ଅଷ୍ଟମ ଅବତାର । ସେମାନେ ଯୁଗ ପରେ ଯୁଗ ଜନ୍ମ ନିଅନ୍ତି, ଅନେକ ଦ୍ୱନ୍ଦ୍ୱ ପରେ ରଣଭୂମିରେ ପରସ୍ପରକୁ ଭେଟନ୍ତି ଓ ପ୍ରତି ଥର ବାସୁଦେବ ପ୍ରତି-ବାସୁଦେବଙ୍କର ବଧ କରନ୍ତି । ରାବଣ ଅନ୍ତରେ ଜାଣି ପାରନ୍ତି ଯେ ଲକ୍ଷ୍ମଣ ତାଙ୍କର ବଧ ନିମନ୍ତେ ଅବତାର ଗ୍ରହଣ କରିଥିବା ଏହିପରି ଏକ ବାସୁଦେବ । ଶାନ୍ତି ନିମନ୍ତେ ସନ୍ଧିର ଏକ ଶେଷ ପ୍ରୟାସର ବିଫଳତା ପରେ ସେ ନିଜର ନିରାଶାକୁ ଏଡ଼ାଇ ଦେଇ, ଯୁଦ୍ଧଭୂମିରେ ଦୈବନିର୍ଦ୍ଧାରିତ ଶତୃ ଆଗରେ ଆଦିଭୌତିକ କ୍ଷମତାଶାଳୀ ଶସ୍ତ୍ରମାନ ଧରି ବିରାଜମାନ ହୁଅନ୍ତି । ଶେଷରେ ଯେତେବେଳେ ସେ ନିଜର ଚକ୍ର ଫିଙ୍ଗନ୍ତି, ତାହା କାମ କରେନାହିଁ । ଚକ୍ର ନିଜେ ଚିହ୍ନିପାରେ ଯେ ଲକ୍ଷ୍ମଣ ସ୍ୱୟଂ ବାସୁଦେବ ଓ ଏହା ତାଙ୍କର ଶୀର ଚ୍ଛେଦନ ନ କରି ତାଙ୍କର ହାତକୁ ହିଁ ଚାଲିଯାଏ । ଅତଏବ୍, ଲକ୍ଷ୍ମଣ ରାବଣଙ୍କୁ ତାଙ୍କର ନିଜର ପ୍ରିୟ ଶସ୍ତ୍ର ସାହାଯ୍ୟରେ ହିଁ ବଧ କରନ୍ତି । 

ହିନ୍ଦୁ ରାମାୟଣମାନଙ୍କ ପରି ଏହି ଜୈନ କଥାମାନଙ୍କରେ ରାମ ରାବଣଙ୍କର ବଧ ମଧ୍ୟ କରନ୍ତି ନାହିଁ । କାରଣ ରାମ ନିଜେ ଜଣେ ବିବର୍ତ୍ତିତ ଜୈନ ଆତ୍ମା ଯେ କି ନିଜର ସମସ୍ତ କାମନା ଉପରେ ବିଜୟ ଲାଭ କରିସାରିଛନ୍ତି । ଯେହେତୁ ଏହା ତାଙ୍କର ଶେଷ ଜନ୍ମ, ସେ ଜୀବହତ୍ୟା କରିବାକୁ ଚାହାନ୍ତି ନାହିଁ । ଏଥି ଯୋଗୁଁ ଲକ୍ଷ୍ମଣ ହିଁ ରାବଣଙ୍କର ବଧ କରନ୍ତି । ଫଳସ୍ୱରୂପ ସେ ନର୍କକୁ ଯାଆନ୍ତି ଓ ରାମ ପାଆନ୍ତି କୈବଲ୍ୟ । 

ଏଠାରେ ବୋଧହୁଏ ଏହା କହିବା ଜରୁରୀ ନୁହେଁ ଯେ ପୌମଚରୀୟ ଗ୍ରନ୍ଥଟି ଜୈନ ତୀର୍ଥ ସ୍ଥାନ ଜୈନ ମୁନିମାନଙ୍କ ବିଷୟରେ ଗଳ୍ପ, ତଥା ଜୈନ କଥା ଓ କଥନିକା ମାନଙ୍କରେ ପରିପୂର୍ଣ୍ଣ । ଜୈନମାନେ ନିଜକୁ ଯୁକ୍ତିବାଦୀ ବୋଲି ଭାବନ୍ତି ଓ ହିନ୍ଦୁମାନେ ଅତି ମାତ୍ରାରେ ରକ୍ତାକ୍ତ କର୍ମକାଣ୍ଡ ଓ କଳ୍ପନାରେ ବୁଡ଼ି ରହିଥାନ୍ତି ବୋଲି ଧାରଣା ରଖନ୍ତି । ତେଣୁ କୌଣସି ପ୍ରକାରର ବଳି ତଥା ଅଲୌକିକ ଜନ୍ମ ଇତ୍ୟାଦିର ବର୍ଣ୍ଣନା ଜୈନମାନେ କରନ୍ତି ନାହିଁ । 

ତେଣୁକରି ଜୈନ ରାମକଥାମାନଙ୍କର ରାମ ଏବଂ ତାଙ୍କ ଭ୍ରାତାମାନଙ୍କର ଜନ୍ମ, ସାଧାରଣ ଉପାୟରେ ହିଁ ହୁଏ । ସେମାନେ ରାବଣଙ୍କର ଦଶମୁଖ ପରିକଳ୍ପନାର ମଧ୍ୟ ଏକ ଯୁକ୍ତିବାଦୀ କାରଣ ଦିଅନ୍ତି । ସେମାନଙ୍କ ମତରେ ରାବଣଙ୍କର ଜନ୍ମ ସମୟରେ ରାବଣଙ୍କର ମାତାଙ୍କୁ ଏକ ନବରତ୍ନ ଜଡ଼ିତ ମାଳା ଦିଆଯାଇଥିଲା । ସେ ଯେତେବେଳେ ଏହାକୁ ରାବଣଙ୍କର ଳାରେ ପକାଇଲେ ସେହି ନଅଟି ରତ୍ନରେ ରାବଣଙ୍କର ମୁଖର ପ୍ରତିଫଳନ ଦେଖାଗଲା । ଏଥିଯୋଗୁଁ ତାଙ୍କର ମାତା ତାଙ୍କୁ ଦଶମୁଖ ବୋଲି ଡାକିଲେ । 

ସେହିପରି ମର୍କଟମାନେ ମଧ୍ୟ ମାଙ୍କଡ଼ ନୁହନ୍ତି ବରଂ ସେମାନେ ରାବଣଙ୍କର ସହିତ ସମ୍ପର୍କିତ ବିଦ୍ୟାଧରମାନଙ୍କର ଏକ କୁଳ । ରାବଣଙ୍କ ସହିତ ସେମାନଙ୍କ ସମ୍ପର୍କ ଅଣଜେଜେବାପାଙ୍କର ସମ୍ପର୍କ । ଯେହେତୁ ଏହି ବିଦ୍ୟାଧରମାନେ ବାନରମାନଙ୍କୁ ସେମାନଙ୍କର ଚିହ୍ନ ହିସାବରେ ନିଜର ପତାକାରେ ବ୍ୟବହାର କରନ୍ତି, ସେମାନେ ବାନର ବୋଲି ନାମିତ ।

ଲିଖିତରୁ ବାଚନିକ

ଆମେ ବର୍ତ୍ତମାନ ଦକ୍ଷିଣ ଭାରତୀୟ ଲୋକ ରାମାୟଣଙ୍କ ମଧ୍ୟରୁ ଗୋଟି ଉପରେ ଦୃଷ୍ଟିପାତ କରିବା । ଏହି ଲୋକକଥାଗୁଡ଼ିକ ଆମେ ରାମକଥାରେ ଖଣ୍ଡ ବିଖଣ୍ଡିତ ଆକାରରେ ପାଇବା । ଉଦାହରଣ ସ୍ୱରୂପ କନ୍ନଡ଼ ଭାଷାରେ ସୀତାଙ୍କର ଜନ୍ମ, ତାଙ୍କର ବିଭାଘର, ଅଗ୍ନିପରୀକ୍ଷା, ବନବାସ, ଲବ-କୁଶଙ୍କର ଜନ୍ମ, ସେମାନଙ୍କର ପିତା ରାମଙ୍କ ସହିତ ଯୁଦ୍ଧ, ଇତ୍ୟାଦି ବିଷୟଟିମାନ ଭିନ୍ନ ଭିନ୍ନ କବିତାରେ ପାଇବା । ମାତ୍ର ପାରମ୍ପରିକ କଥକ (ତମ୍ବୁରି ଦାସୟାଗଣ)ଙ୍କ ଦ୍ୱାରା କଥିତ ଗୋଟିଏ ସମ୍ପୂର୍ଣ୍ଣ ରାମକଥା ଅଛି । ଏହାକୁ ପ୍ରତି ଦୁଇ ଧାଡ଼ିରେ ଏକ କୋରସ୍ ଗାଉଥିବା ଘୋଷା ସହିତ ଗାନ କରାଯାଏ । ନିମ୍ନଲିଖିତ ଆଲୋଚନା ପାଇଁ ମୁଁ ରାମେ ଗୌଡ଼ା, .କେ. ରାଜଶେଖର ତଥା ଏସ. ବାସବେୟା କରିଥିବା ପ୍ରତିଲିପିକରଣ ନିକଟରେ ଋଣୀ (୧୯୭୩)  

ଏହି ଲୋକକଥା ରାବଣ (ଏଠାରେ ରାବୁଳ ଭାବରେ କଥିତ) ଏବଂ ତାଙ୍କର ରାଣୀ ମନ୍ଦୋଦରୀଙ୍କ ସହ ଆରମ୍ଭ ହୁଏ । ସେମାନେ ସନ୍ତାନହୀନତା ଯୋଗୁଁ ଦୁଃଖି । ତେଣୁକରି ରାବୁଳ ବନକୁ ଯାଇ ସେଠାରେ ଭୂମି ଉପରେ ପିଠିରୁ ରକ୍ତ ନ ଗଡ଼ିବା ପର୍ଯ୍ୟନ୍ତ ଗଡ଼ିବା ଭଳି ନାନା କଷ୍ଟଦାୟକ ତପଶ୍ଚର୍ଯ୍ୟା ଆଚରଣ କରେ । ସେ ସେଠାରେ ଯୋଗୀ ରୂପକ ଶିବଙ୍କୁ ଭେଟେ । ଶିବ ତାଙ୍କୁ ଗୋଟିଏ ଅଲୌକିକ ଆମ୍ବ ଦେଇ ପଚାରନ୍ତି ଯେ, ସେହି ଆମ୍ବଟିକୁ ନିଜ ସ୍ତ୍ରୀ ସହିତ ସେ କିଭଳି ଭାଗ କରିବେ । 

ରାବଣ କହେ ଯେ, 'ମୁଁ ତାଙ୍କୁ ଆମ୍ବର ମିଠା ରସତକ ଦେବି ଏବଂ ନିଜେ ଆମ୍ବର ଟାକୁଆଟିକୁ ଚାଟିବି ।’ ଯୋଗୀ ଜଣକ ଏହାକୁ ସହଜରେ ବିଶ୍ୱାସ ନ କରି ରାବଣଙ୍କୁ କୁହନ୍ତି, ‘ତୁମ୍ଭେ ମୋତେ ଗୋଟେ ପ୍ରକାର କଥା କହୁଛ, ହେଲେ ତମ ପେଟରେ ବିଷ ଭର୍ତ୍ତି। ମୋତେ ଲହୁଣୀ ଖୁଆଉଚ ହେଲେ ତୁମ୍ଭର ଅର୍ଥ କିଛି ଅଲଗା । ମତେ ଯଦି ମିଛ କହୁଥିବ ତେବେ ନିଜ କାମର ଫଳକୁ ନିଜେ ଭୁଞ୍ଜିବାକୁ ପଡ଼ିବ ।’ ଏଠାରେ କବି କହନ୍ତି କି ରାବୁଳ ସ୍ୱପ୍ନରେ ଗୋଟେ ଜିନିଷ ଓ ଚେଇଁଥିବା ବେଳେ ଆଉ ଗୋଟେ । ସେ ଯେତେବେଳେ ପୂଜା ପାଇଁ ଫୁଲ ଧୂପ ସହିତ ଅଲୌକିକ ଆମ୍ବ ଧରି ଘରକୁ ଆସନ୍ତି, ସେତେବେଳେ ମନ୍ଦୋଦରି ବହୁତ ଖୁସି ହୁଅନ୍ତି । 

ଶିବଙ୍କୁ ପୂଜା ଓ ପ୍ରାର୍ଥନା ପରେ ରାବୁଳ ଆମ୍ବଟିକୁ ଭୋଗ କରିବା ପାଇଁ ପ୍ରସ୍ତୁତ । ମାତ୍ର ଏହି ସମୟରେ ସେ ଭାବନ୍ତି, ‘ମୁଁ ଯଦି ତାକୁ ଫଳଟିକୁ ଦେବି, ତା ପେଟ ତ ପୁରିବ କିନ୍ତୁ, ମୁଁ ରହିବି ଭୋକିଲା ।’ ଏହା ଭାବି ସେ ନିଜେ ଫଳର ମାଂସତକ ଗିଳିପକାଇ, ମନ୍ଦୋଦରୀଙ୍କୁ କେବଳ ଟାକୁଆ ଚାଟିବା ପାଇଁ ଦେଲେ । ସେ ଯେତେବେଳେ ଟାକୁଆଟିକୁ ବାଡ଼ିରେ ଫିଙ୍ଗିଲେ, ସେଥିରୁ ଗଜା ହୋଇ ଗୋଟିଏ ଡେଙ୍ଗା ଆମ୍ବ ଗଛ ହେଲା । ଏହି ସମୟରେ ରାବୁଳ ନିଜେ ଗର୍ଭ ହୋଇ ଗର୍ଭ ପ୍ରତିଦିନ ଏକ ମାସ ହିସାବରେ ବଢ଼ିବାକୁ ଲାଗିଲା ।

 

ଦିବସ ପରେ ଦିବସ / ହୋଇଲାକ ଏକମାସ
ଖାଇବାକୁ ନାନା ସାଦ / ମନରେ ହେଲା ଉନ୍ମାଦ
ଋାବୁଳ ଡାକିଲା ଶିବ / ଦେଲ ମତେ ପରାଭବ
ଦେଲ ମତେ ଗର୍ଭ କରି / ନିଶ କାଟିଣ ମୋହରି
ତୃତୀୟ ଦିବସ ଶେଷ / ଗର୍ଭରେ ତୃତୀୟ ମାସ
ଦେଲ ମତେ ଗର୍ଭ କରି / ନିଶ କାଟି ମୋହରି
ଦିନ ଚତୁର୍ଥ ସରିଲା / ଗର୍ଭେ ଚାରି ମାସ ହେଲା
ସହିବି କୁହ କେମନ୍ତ/ ଆହେ ପ୍ରଭୁ ଲୋକନାଥ
ପଞ୍ଚମ ଦିନର ଅନ୍ତ / ହେଲା ଆସି ପାଞ୍ଚ ମାସ
ଶୁଣ ହେ କୈଳାସ ନାଥ / ଦେଲ ଯେ କଷ୍ଟ ବିଶେଷ
ରାବୁଳ କଷ୍ଟରେ ରଡି / କହେ ବଞ୍ଚିବି କିପରି
' ଦିନେ ଛ' ମାସ ହୋଇ / ମାଆଲୋ ମୁଁ ଗଲି ମରି
ସାତ ଦିନେ ସାତ ମାସ/ ଲଜ୍ଜା ପାଇଲି ଅଶେଷ
ସପ୍ତମ ମାସର ଶେଷ / ଆସିଲା ଅଷ୍ଟମ ମାସ
ଶିବ ଶିବ ଡାକି କରି / ନଅ ଦିନ ଗଲା ପୂରି
ସେହୁ ପରିପୂର୍ଣ୍ଣ ହୋନ୍ତେ / କନ୍ୟାଟି ଏକ ଜନ୍ମନ୍ତେ
ଛିଙ୍କୁ ଛିଙ୍କୁ ସେ ରାବୁଳ / ସୀତା ନାକରୁ ବାହାର
ନାମ ବି ରାବୁଳ ଦେଲା / ସିତମ୍ମା ବୋଲି ଡାକିଲା

କନ୍ନଡ଼ ଭାଷାରେ ସୀତା ଶବ୍ଦର ଅର୍ଥ ହେଲା, ସେ ଛିଙ୍କିଲା: ରାବଣ ନିଜର ଝିଅକୁ ସୀତା ବୋଲି ଡାକିଲେ, କାରଣ ତାଙ୍କର ଜନ୍ମ ଏକ ଛିଙ୍କ ଦ୍ୱାରା । ଅତଏବ, ଏହି କଥାରେ ସୀତାଙ୍କର ନାମର ମୂଳ ଆମେ କନ୍ନଡ଼ ଲୋକ ବିଚାରରେ ପାଇବା । ଠିକ୍ ଯେପରି, ସଂସ୍କୃତରେ ସୀତାଙ୍କର ନାମର ଉତ୍ସ ସଂସ୍କୃତ ଭାଷାର ଅବବୋଧର ଅଛି: ସୀତା (ଶିଆର)ରେ ରାଜା ଜନକଙ୍କୁ କନ୍ୟା ପ୍ରାପ୍ତ ହୋଇଥିବାରୁ, ତାଙ୍କର ନାମ ସୀତା । 

ଏହାପରେ ରାବୁଳ ଜ୍ୟୋତିଷମାନଙ୍କ ପାଖକୁ ଯିବାରୁ, ସେମାନେ ତାଙ୍କୁ କହିଲେ ଯେ, ଶିବଙ୍କୁ ଦେଇଥିବା ବଚନ ପାଳନ ନ କରି ନିଜେ ଆମ୍ବର ମାଂସ ଖାଇ ସ୍ତ୍ରୀଙ୍କୁ ଟାକୁଆ ଦେଇଥିବାରୁ ତାଙ୍କୁ ଏହି ଦଣ୍ଡ ମିଳିଲା । ସେମାନେ ତାଙ୍କୁ ଏହି ଉପଦେଶ ଦେଲେ ଯେ, ପିଲାଟିକୁ ଖୁଆଇ ଜାମାପଟା ପିନ୍ଧାଇ ଏପରି ଏକ ଜାଗାରେ ଛାଡ଼ି ଆସିବା ପାଇଁ ଯେପରିକି, କୌଣସି ଏକ ଦମ୍ପତ୍ତି ତାକୁ ପାଇ ପାଳନ କରିବେ । ଏହାପରେ ସେ ଝିଅଟିକୁ ଏକ ବାକ୍ସରେ ପଶାଇ ଜନକଙ୍କର କ୍ଷେତରେ ଛାଡ଼ି ଆସିଲେ । 

ସୀତାଙ୍କର ଜନ୍ମ ପରେ ହିଁ ଏହି କଥାରେ କବି ରାମ ଓ ଲକ୍ଷ୍ମଣଙ୍କର ଜନ୍ମ ତଥା ଦୁଃସାହସିକ କର୍ମମାନଙ୍କର ବର୍ଣ୍ଣନା ଗାଇବା ଆରମ୍ଭ କରନ୍ତି । ଏହା ପରେ ସୀତାଙ୍କର ସ୍ୱୟମ୍ବର ବିଷୟରେ ଏକ ଦୀର୍ଘ ବିଭାଗ ଆସେ, ଯେଉଁଥିରେ ରାବୁଳ ସ୍ୱୟମ୍ବରକୁ ଆସି ଶିବଧନୁକୁ ଉଠାଇ ନ ପାରି ଅପମାନିତ ହୁଏ । ରାମ ଶିବଧନୁ ଉତ୍ତୋଳନ କରି ସୀତାଙ୍କୁ ବିବାହ କରନ୍ତି । ଏହାପରେ ସୀତା ରାବୁଳ ଦ୍ୱାରା ଅପହୃତ ହୁଅନ୍ତି । ରାମ ନିଜର ବାନର ମିତ୍ରମାନଙ୍କ ସାହାଯ୍ୟରେ ଲଙ୍କା ଅବରୋଧ କରନ୍ତି ଏବଂ ଏକ କ୍ଷୁଦ୍ର ବିଭାଗରେ ସେ ସୀତାଙ୍କୁ ଲେଉଟାଇ ଆଣି ରାଜା ଭାବରେ ଅଭିଷିକ୍ତ ହୁଅନ୍ତି । 

କବି ଏହା ପରେ ଆଉଥରେ ସୀତାଙ୍କର ପରୀକ୍ଷା ଓ କ୍ଳେଶର କାହାଣୀକୁ ଲେଉଟନ୍ତି । ଲୋକାପବାଦ ପାଇ ଦେଶାନ୍ତରୀ ହେବା ପରେ, ସେ ଯମଜ ପୁତ୍ରସନ୍ତାନଙ୍କୁ ଜନ୍ମ ଦିଅନ୍ତି । ଯେଉଁମାନେ ବଡ଼ ହୋଇ ହୁଅନ୍ତି ମହାନ ବୀର । ସେମାନେ ରାମଙ୍କର ଯଜ୍ଞାଶ୍ୱକୁ ବନ୍ଦୀ କରନ୍ତି ଏବଂ ଅଶ୍ୱକୁ ରକ୍ଷା କରିବା ପାଇଁ ଉଦ୍ଧିଷ୍ଟ ସେନାକୁ ପରାସ୍ତ କରନ୍ତି । ଏହା ଫଳରେ ସେମାନେ ନିଜର ମାତାପିତାଙ୍କୁ ଶେଷଥର ପାଇଁ ଏକତ୍ର କରାନ୍ତି । 

ଏଠାରେ କେବଳ କଥାର ଗୁରୁତ୍ୱ ଅଲଗା ଲଗା ସେ କଥା ନୁହେଁ, କଥକ ଜଣକ ସବୁ ସ୍ଥାନରେ ସୀତା, ତାଙ୍କର ଯଉବନ, ତାଙ୍କର ଜନ୍ମ, ଜନକଙ୍କ ଦ୍ୱାରା ତାଙ୍କର ପାଳନ, ତାଙ୍କର ବିବାହ, ତାଙ୍କର ଅପହରଣ ତଥା ତାଙ୍କର ଲେଉଟାଣିକୁ ଫେରି ଆସିବା ପାଇଁ ବ୍ୟଗ୍ର । ତାଙ୍କର ଦେଶାନ୍ତର, ଗର୍ଭ ତଥା ସ୍ୱାମୀଙ୍କ ସହିତ ପୁନଃ-ଏକତ୍ରିକରଣ ବିଷୟର ବିଭାଗଟିମାନ, ରାମ ଓ ଲକ୍ଷ୍ମଣଙ୍କର ଜନ୍ମ, ବନବାସ ତଥା ରାବଣ ବିରୁଦ୍ଧରେ ଯୁଦ୍ଧ ଆଦି ବିଷୟର ବିଭାଗମାନଙ୍କର ଦୈର୍ଘ୍ୟ ସହତ ତୁଳନୀୟ । 

ଜଣେ ପୁରୁଷ ରାବଣଙ୍କର ଗର୍ଭରୁ ସାତାଙ୍କର ଅପ୍ରାକୃତିକ ଜନ୍ମ, ଗପଟିକୁ ଗୋଟିଏ ନୂଆ ଆଙ୍ଗିକର ପ୍ରସ୍ଥାବନାମାନ ଆଣେ । ଭାରତୀୟ ସାହିତ୍ୟରେ ବାରମ୍ବାର ଦେଖାଯାଉଥିବା ପୁରୁଷଙ୍କର ଗର୍ଭ ଓ ସନ୍ତାନ ଜନ୍ମ ନେଇ ଇର୍ଷା, ବାପାମାନଙ୍କର ଝିଅମାନଙ୍କ ପ୍ରତି ଇଡିପୀୟ କାମନାର ଭାରତୀୟ ବିଷୟବସ୍ତୁ, ତଥା ଏହି କ୍ଷେତ୍ରରେ ଜଣେ ଝିଅ ତା’ର ଅଗମ୍ୟଗମ୍ୟକ ପିତାର ମୃତ୍ୟୁର କାରଣ ବନିବା ଇତ୍ୟାଦି  (ଦି କଲେକ୍ଟେଡ଼ ଏସେଜ ଅଫ ଏ.କେ.ରାମାନୁଜନ ସଙ୍କଳନରେ, ୨୨ତମ ଅଧ୍ୟାୟ ଭାବରେ ଛପାଯାଇଥିବା, ‘ଦି ଇଣ୍ଡିଆନ ଇଡିପସ’ ଦେଖନ୍ତୁ) ଟୁ ରେଲ୍ମସ ଅଫ କନ୍ନଡ଼ ଫୋକଲୋର’ ଶୀର୍ଷକର ଲେଖାଟିକୁ ଦେଖନ୍ତୁ ।

ଅବଶ୍ୟ ରାବଣର କନ୍ୟା ହିସାବରେ ସୀତାଙ୍କର ପରିଚୟ ଅନ୍ୟଠାରେ ଅଜଣା ନୁହେଁ । ଜୈନ କଥାମାନଙ୍କର ଗୋଟିଏ ପରମ୍ପରାରେ (ଉଦାହରଣ ସ୍ୱରୂପ ବାସୁଦେବହିମଦି ) ତଥା କନ୍ନଡ଼ ଏବଂ ତେଲୁଗୁ ଲୋକ ପରମ୍ପରାମାନଙ୍କରେ, ଆଉ ଅନେକ ଦକ୍ଷିଣପୂର୍ବ ଏସୀୟ ରାମକଥାମାନଙ୍କର, ଆମେ ଏହାକୁ ଦେଖିବାକୁ ପା । କେତେକ କଥାରେ ରାବଣ ନିଜର ଯୁବାବସ୍ଥାରେ ଜଣେ ଯୁବତୀର ଧର୍ଷଣ କରିଥିବାରୁ, ଯୁବତୀ ଜଣକ ପ୍ରତିଶୋଧର ବ୍ରତ ନେଇ ତାଙ୍କର ଝିଅ ହିସାବରେ ହିଁ ତାଙ୍କର ଧ୍ୱଂସ କରିବା ପାଇଁ ଆଉ ଥରେ ଜନ୍ମନିଅନ୍ତି । ଅତଏବ ବାଲ୍ମିକୀଙ୍କ ରାମାୟଣରେ ଦେଖାଯାଉ ନଥିବା ବିଷୟମାନ ଆମେ ବାଚନିକ ପରମ୍ପରାର ରାମକଥାମାନଙ୍କରେ ପାଇବା ।

ଅନୁବାଦକୀୟ ଟୀକା - ଏହି ପ୍ରବନ୍ଧଟି ଇଂରାଜୀ ଓ କନ୍ନଡ଼ ଭାଷାରେ ଲେଖୁଥିବା ଏ.କେ. ରାମାନୁଜନ (୧୯୨୯-୧୯୯୩) ଙ୍କ ଦ୍ୱାରା ଲିଖିତ କ୍ଲାସିକ ପ୍ରବନ୍ଧ 'ଥ୍ରି  ହଣ୍ଡ୍ରେଡ଼୍ ରାମାୟଣାଜ୍'ର ଓଡ଼ିଆ ଅନୁବାଦ । ରାମାନୁଜନଙ୍କର ମୂଳ ଅକାଦେମିକ ଟ୍ରେନିଂ ଭାଷାତତ୍ତ୍ୱରେ ଥିଲେ ମଧ୍ୟ ପରେ ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ କ୍ଷେତ୍ରକୁ ତାଙ୍କର ଅବଦାନ ଅତୁଳନୀୟ । ତାମିଲ ସଙ୍ଗମ କୃତି ତଥା କନ୍ନଡ଼ ବଚନମାଳା ଆଦିର ଅଗ୍ରଗାମୀ ଅନୁବାଦ କରି ସେ ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟ ବିଷୟରେ ଆମର ଅବଧାରଣାକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିଥିଲେ । ଏହା ଛଡ଼ା ସେ ଇଂରାଜୀ ଭାଷାରେ ଏକ ପ୍ରଥିତଯଶା କବି ମଧ୍ୟ ଥିଲେ । 'ତିନି ଶହ ରାମାୟଣ' ଶୀର୍ଷକରେ ଏହି ଅନୁଦିତ ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା ।

Tuesday, March 1, 2022

What Makes a Religious Tradition a Religion?

The Case of Mahima Dharma

Sailen Routray


Over the last few of decades studies of religion(s) in India have shifted from an orientalist focus on texts and their interpretation to the study of what are termed as religious practices. Broadly speaking, such attempts have focused on popular religion as opposed to high religion, and have tried to shift the focus from the meaning of texts to meaning-making within religious communities. 

The volume under review is an attempt to map the contemporary scholarship about a Mahima Dharma, a tradition most of whose followers reside in Western and Central Orissa and Chhattisgarh. The introduction by the editors and the first essay of the book titled ‘Mahima Dharma and Tradition’ by Anncharlott Eschmann give a broad overview of the origins of the tradition and provide the context for the discussion in the rest of the essays.

The title of this volume tends to suggest that this is a volume about religious practice. But Lidia Guzy’s essay, ‘Translocal Rituals of MahimaDharma: The Fire and the Prayer’, is perhaps the only chapter in the book that deals with actual practices by the people professing the Mahima Dharma in any detail. She shows the processes through which the Mahima tradition reworks rituals of what she terms as Vedic and Brahmanical traditions to create new modes of practice.

Gourang Charan Dash’s essay ‘Mahima Gosain: Compiling a Hagiography’ sheds important light on the otherwise mystery-shrouded life and times of Mahima Gosain, the founder of Mahima Dharma. The article by Johannes Beltz and Kedar Mishra, titled ‘Ascetic, Layman, or Rebellious Guru? Bhima Bhoi and his Female Consorts’ bring out important facets of the life of Bhima Bhoi, the most important disciple of the founder, and the writer of most of the major texts of the tradition. This essay effectively demystifies simplistic readings of Bhoi’s creative oeuvre by trying to posit his life and work as a mode of effective subaltern articulation.

Johannes Beltz in ‘Apocalyptic Predictions, Prophesies, and a New Beginning: Mahima Dharma and the Arrival of the Satyayuga’ rereads texts written by Bhima Bhoi in the tradition of Malikas (apocalyptic texts in Odia, written primarily by saint poets), and shows how these texts help to constantly refashion the tradition by building up a contrast between what she terms as ‘holy or cosmological time’ (p. 94) and linear time. 

Bettina Bäumer in ‘Tantric Elements in Bhima Bhoi’s Oeuvre’ attempts another kind of rereading of Bhoi’s works. Here she argues that a close reading of his texts shows that he was as much influenced by the Indian tantric traditions as he was by the local Odia tradition of the Pancasakhas (saint poets) and the Vedantic and Buddhist traditions.

In his essay ‘Institutionalization of Mahima Samāja’ Fanindam Deo teases out the process through which the extant institutions of the tradition developed, the socio-economic context of such a process, and the role played by key players such as Biswanath Baba. Ishita Banerjee-Dube in ‘Changing Contours of Mahima Dharma: Bhima Bhoi and Biswanath Baba’ builds a case for viewing Mahima Dharma as a heterogeneous tradition by building up contrasts between the life and works of Bhima Bhoi, the ‘heretic’ disciple of Mahima Gosain, and Biswanath Baba, who made the Dharma respectable by tracing Vedantic roots for the tradition, and by creating conventionally acceptable histories and institutions for it.

This volume does not engage with a foundational question: what makes the Mahima tradition a ‘religion?’ As already mentioned, it also does not completely live up to its title as only one essay in the volume overtly focuses on the practices of the tradition. Despite these reservations the volume under discussion deals with a hitherto neglected tradition, and deserves wide circulation amongst people interested in the thematic area.

Details About the BookIshita Banerjee-Dube and Johannes Beltz (eds). 2008. Popular Religion and Ascetic Practices: New Studies on Mahimā Dharma. New Delhi: Manohar Publishers and Distributors. ISBN 8173047561.

Note: This review was first published in the journal Contemporary South Asia 18 (3) in 2010. 

Friday, February 25, 2022

ତିନି ଶହ ରାମାୟଣ - ୨

ବାଲ୍ମିକୀ ଓ କମ୍ବର: ଦୁଇଟି ଅହଲ୍ୟା

ଏ. କେ. ରାମାନୁଜନ

ଅନୁବାଦକ - ଶୈଲେନ ରାଉତରାୟ


୧୭୧୦ ମସିହାରେ ଅଙ୍କିତ ଶାଙ୍ଗ୍ରି ରାମାୟଣର ପାଣ୍ଡୁଲିପିରୁ ଫର୍ଦ୍ଦେ 
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍
 
ଏହା କହିବା ଅନାବଶ୍ୟକ, ଏହି ଶହ ଶହ ରାମାୟଣର କଥା ପରସ୍ପରଠାରୁ ଭିନ୍ନ । ମୁଁ ଏହିଠାରେ ଜାଣିଶୁଣି କଥା ଶବ୍ଦଟିର ବ୍ୟବହାର କରୁଛି ଏବଂ ପ୍ରକାର କିମ୍ବା ରୂପର ବ୍ୟବହାର କରୁନାହିଁ । କାରଣ ପ୍ରକାର କିମ୍ବା ରୂପ ଶବ୍ଦମାନଙ୍କର ବ୍ୟବହାର କଲେ ଆମେ ବୋଧହୁଏ ଏହା ବୁଝାଉ ଯେ, ରାମାୟଣର ଗୋଟିଏ ମୂଳ ଅପରିବର୍ତ୍ତନୀୟ ରୂପ ଅଛି । ବାଲ୍ମିକୀଙ୍କର ସଂସ୍କୃତ ରାମାୟଣକୁ (ଯାହା ସଂସ୍କୃତ ଭାଷାରେ ସବୁଠାରୁ ସମ୍ମାନସ୍ପଦ ଓ ପୁରାତନ), ଏହି ପରି ଏକ ମୂଳ ଅପରିବର୍ତ୍ତନୀୟ ବହି ବୋଲି ଆମେ ଧରିନେଉ । କିନ୍ତୁ ଆମେ ଏହି ପ୍ରବନ୍ଧରେ ଦେଖିବା ଯେ, ସବୁବେଳେ ବାଲ୍ମିକୀଙ୍କର ରାମାୟଣ ହିଁ ଗୋଟିଏ ଭାଷାରୁ ଅନ୍ୟ ଭାଷାକୁ ଗତି କରେ ନାହିଁ । ଆମ୍ଭେ ଏହିଠାରେ କିଛି ପ୍ରକାରଭେଦ ବିଷୟରେ ସଚେତନ ରହିବା ଉଚିତ ହେବ ।

ରାମାୟଣ ପରମ୍ପରା ହିଁ ରାମଙ୍କର ଗଳ୍ପ (ରାମକଥା) ଏବଂ ନିର୍ଦ୍ଧିଷ୍ଟ ବ୍ୟକ୍ତି, ଯଥା ବାଲ୍ମିକୀ, କୃତିବାସ ଓ କମ୍ବର ଆଦିଙ୍କ ଦ୍ୱାରା ସୃଷ୍ଟ ନିର୍ଦ୍ଧିଷ୍ଟ ବହିକୁ ଅଲଗା ଅଲଗା କରି ଦେଖେ । ଯଦିଓ ଏହି ବହିଗୁଡ଼ିକ ଜନଶୃତିରେ ରାମାୟଣ ଭାବେ କଥିତ, ବହୁତ କମ୍ ବହିର ଶୀର୍ଷକ ପ୍ରକୃତରେ ରାମାୟଣ । ଉଦାହରଣ ସ୍ୱରୂପ, ଆମେ ରାମ ଅବତାର, ରାମଚରିତ ଓ ରାମକିଏନ୍ ବୋଲି ଶୀର୍ଷକଗୁଡ଼ିକ ଉଲ୍ଲେଖ କରିପାରିବା । ଏହି ବହିଗୁଡ଼ିକର ବାଲ୍ମିକୀ କୃତ ରାମକଥା ସହିତ ସମ୍ପର୍କ ମଧ୍ୟ ଭିନ୍ନ ଭିନ୍ନ । କଥା ଏବଂ କାବ୍ୟ ମଧ୍ୟରେ ଥିବା ପାରମ୍ପରିକ ପ୍ରଭେଦକୁ ଆମେ ଫ୍ରେଞ୍ଚ୍ ଭାଷାରେ ସୁଜେ ଏବଂ ରେସି ମଧ୍ୟରେ ପ୍ରଭେଦ ଏବଂ ଇଂରାଜୀରେ ଥିବା ଷ୍ଟୋରି ଓ ଡିସ୍କୋର୍ସ୍ ମଧ୍ୟରେ ଥିବା ପ୍ରଭେଦ ସହିତ ସମାନ୍ତର ଭାବରେ ଦେଖିପାରିବା । 

ଏହି ପ୍ରଭେଦ ବାକ୍ୟ ଏବଂ ବାକ୍ କର୍ମ (ସ୍ପିଚ୍ ଆକ୍ଟ୍) ମଧ୍ୟରେ ଥିବା ପ୍ରଭେଦ ସହିତ ସମାର୍ଥବୋଧକ ଅଟେ । ଦୁଇଟି କଥାରେ ଥିବା ଗଳ୍ପ ବା ଷ୍ଟୋରି ଏକ ହୋଇପାରେ ମାତ୍ର ଡିସ୍କୋର୍ସ ହୋଇପାରେ ଅତିମାତ୍ରାରେ ଭିନ୍ନ । କଥାର ଢାଞ୍ଚା ତଥା ଘଟଣାମାନଙ୍କର ସଙ୍ଗଠନ ଏକା ହୋଇପାରେ; ମାତ୍ର ଶୈଳୀ, ବିସ୍ମୃତି, ସ୍ୱର ଏବଂ ତଦ୍ଜନିତ ଲକ୍ଷାର୍ଥ ମଧ୍ୟ ହୋଇପାରେ ଅନେକଟା ଅଲଗା । ବର୍ତ୍ତମାନ ଆମେ ‘ଏକ ହିଁ’ ଅଧ୍ୟାୟର ଦୁଇଟି ବର୍ଣ୍ଣନା ପଢ଼ିବା । ଦୁଇଟିଯାକ ନେରେଟିଭ୍ ର ଅର୍ଥାତ୍ କଥନିକାର ଏକ ହିଁ ସୋପାନରେ ଦେଖାଦିଅନ୍ତି । ପ୍ରଥମ ଉଦାହରଣଟି ବାଲ୍ମିକୀଙ୍କର ବାଳକାଣ୍ଡରୁ ଉଦ୍ଧୃତ, ଦ୍ୱିତୀୟଟି କମ୍ବରଙ୍କ ତାମିଲ ରାମବତାରର ବାଳକାଣ୍ଡର ଅନ୍ୟତମ ଅଂଶ; ଉଭୟ ବର୍ଣ୍ଣନା କରନ୍ତି ଅହଲ୍ୟାଙ୍କର କାହାଣୀ ।

 ଅହଲ୍ୟା ଉପାଖ୍ୟାନ: ବାଲ୍ମିକୀ

 ଜନକ ରାଜାର ଶୁକ୍ଳ ଉଜ୍ଜ୍ୱଳ ନଗର ।
ମିଥିଳା ଅଭୁତ ବୋଲି ବୋଲନ୍ତି ଋଷିବର ।।
ମିଥିଳା ବାହାରେ ଆଶ୍ରମ ଏକ ସୁନ୍ଦର ପ୍ରାଚୀନ ।
ରାଘବ ପୁଚ୍ଛନ୍ତି ହୋ ଋଷି କେମନ୍ତ ଏ ଦିବ୍ୟ ସ୍ଥାନ ।।
ଆଶ୍ରମ ଭଳି ଦିଶଇ ଋଷି ଯେ ନାହାନ୍ତି ।
କୁହନ୍ତୁ ହେ ପ୍ରଭୋ ଏଠାକାର କେହୁ ଯତି ।।
ରାଘବଙ୍କ କଥା ଶୁଣି ଋଷି ବିଶ୍ୱାମିତ୍ର ।
ବୈଶ୍ୱାନର ସ୍ୱାମୀ ସେ ଯେ ବଚନରେ ସିଦ୍ଧ ।
କହୁଛି ରାଘବ ଶୁଣ ସେ ଘଟଣା ପୁରାତନ ।
କେ ଋଷି ଏଠାର ଇଏ କାହାର ଆଶ୍ରମ ।।
ମହାତପା ଗୌତମଙ୍କ ଆଶ୍ରମ ଏ ଥିଲା ।
କ୍ରୋଧିତ ହୋଇ ଶାପିଲେ ଏ ଅକଳାପୁରୀ ନାଶ ଗଲା ।
ଅନେକ କାଳ ପୂର୍ବରୁ ପତ୍ନୀ ଅହଲ୍ୟାଙ୍କୁ ଧରି ।
ତପ () କରୁଥିଲେ ଦିବାନିଶି ଏକ କରି ।।
ଦିନେ ଆଶରମେ ଜାଣି ଗୌତମ ନ ଥିବାର ।
ଅହଲ୍ୟା କତି ଆସିଲା ଇନ୍ଦ୍ର ଶଚିବର ।।
ଆଖଣ୍ଡଳ ଧରିଲା ଯେ ଗୌତମଙ୍କ ରୂପ ।
ଅହଲ୍ୟା ଆଗରେ କଲା ଦଇନି ଅନେକ ।।
କାମାତୁର ପୁରୁଷଙ୍କ ନାହିଁ ଋତୁ ମାସ ।
ଡମ୍ବରୁ ପରି କଟି ତ ତନୁ ଯେ ସରସ ।।
ଦେହ ମନ ଆତ୍ମାରୁ ମୋ ଅଛି ଏକ ଆଶ ।
ପ୍ରେମ ଦାନ କଲେ ମୁହିଁ ହୋଇବି ହରଷ ।।
ଜାଣିଲା ଅହଲ୍ୟା ଯେ ଏ ଅଟଇ ବାସବ ।
ଋଷିଙ୍କ ଛଦ୍ମ ବେଶରେ ଲଗାଇଛି ଭାବ ।।
ମଘବା ବିଶୟେ ବାଳା ଉଚ୍ଛୁକ ହୋଇଣ ।
କୁମତି ଯେଣୁ ସେ ପୁଣ ବୋଇଲା ବହନ ।।
ମନରେ ସନ୍ତୁଷ୍ଟି ହୋଇ କହିଲା ଦେବଙ୍କୁ ।
ହେ ଦେବରାଜ ତୃପତି ଦେଲ ଏବେ ମୁକୁ ।।
ଚଳିଯାଅ ତୁରିତେ ଏହି ଠାବ ଛାଡ଼ି ।
ପ୍ରେମଦାତା ମୋତେ ଥାଅ ତୁମ୍ଭେ ରକ୍ଷା କରି ।।
ଦରହଷି ଇନ୍ଦ୍ର କହିଲେ ଅହଲ୍ୟାକୁ ।
ସନ୍ତୁଷ୍ଟ ହୋଇଣ ମୁହିଁ ଯାଉଛି ପୁରକୁ ।।
ରତି କର୍ମ ସାରିକରି ପର୍ଣ୍ଣକୁଟି ଛାଡ଼ି ।
ଅମରାବତୀକୁ ଦେବ ଗଲେଟି ବାହୁଡ଼ି ।।
ଶୁଣ ରାମ ଯାଉ ଯାଉ ହୋଇ ତରତର ।
ପାଣ୍ଡୁ ମୁଖ ତାଙ୍କର ନିଶ୍ୱାସ ପ୍ରଖର ।।
ଦେଖିଲେ ବୃତ୍ତାରୀ ଗୌତମ ଋଷି ଆସୁଛନ୍ତି ।
ଦେବ-ଦାନବ କୁଳେ ତାଙ୍କ ପରି କେହି ନାହାନ୍ତି ।।
ତପେ ବଳିଆନ ସେହୁ ସ୍ନାନରୁ ଫେରନ୍ତା ।
ଦେହ ଓଦା ନଦୀ ଜଳେ ଦିଶୁଛି ଜଳନ୍ତା ।।
ହସ୍ତେ ଅଛି କୁଶ ଆଉ ଯଜ୍ଞଯୋଗ୍ୟ କାଠ ।
ଏମନ୍ତ ମୁରତି ଦେଖି ଇନ୍ଦ୍ର ହୋଇଲେ ତଟସ୍ଥ ।।
ସୁନାସୀର ଦେଖି ଋଷି କ୍ରୋଧେ ଜଳିଗଲେ ।
ମୋର ରୂପ ନେଇ ତୁହି ଅକର୍ମ କଲୁ ଭଲେ ।।
ଆରେ ମୁର୍ଖ ଦେଉଅଛି ଏହି ଅଭିଶାପ ।
ତତକ୍ଷାଣାତ ଛିଡୁ ତୋର ଦୁଇ ଅଣ୍ଡକୋଷ ।।
କହୁ କହୁ ମୁନି କୋଷ ଛିଡ଼ିଲା ଇନ୍ଦ୍ରର ।
ଅହଲ୍ୟାକୁ ଶାପିଲେ, ଅଭିଶାପି ବଜ୍ରଧର ।।
ତୁହି ବର୍ଷ ପରିଯନ୍ତେ ଏଠାରେ ରହିବୁ ।
ବିନା ଖାଦ୍ୟେ ପବନକୁ ଆହାର କରିବୁ ।।
ପାଉଁଶେ ଜଳିଣ ଜନ୍ତୁଏ ହୋଇବୁ ଅଦୃଶ୍ୟ ।
ଦଶରଥ ସୁତ ରାମ ଯେବେ ଆସିବେ ଏ ଦେଶ ।।
ଅସତି ଦୋଚାରୁଣୀ ତୁହି ହୋଇବୁ ସେବେ ସତୀ ।
ମଦନ ବିଭ୍ରାନ୍ତି ଛାଡ଼ିଯିବ ତୋର କତି ।।
ଆନନ୍ଦ ହୋଇଣ ପୁଣି ଧରିବୁ ନିଜ ରୂପ ।
ଏହାର ଉତ୍ତାରୁ ଆସିବୁ ମୋହର ସମୀପ ।।
ଋଷି ଦୁରାଚାରୀ ନାରୀକୁ ଏହା କହି ସାରି ।
ଗୌତମ ଚାଲିଗଲେ ତାଙ୍କ ଆଶ୍ରମକୁ ଛାଡ଼ି ।।
ତପ ଆଚରିଲେ ଯାଇ ହିମବନ୍ତ ତିଖେ ।
ସୁନ୍ଦର ଠାବଟି ସେହି, ଗନ୍ଧର୍ବ, ଦେବଙ୍କର ସଙ୍ଗେ ।।
ନପୁଂସକ ଦେବରାୟେ ଦେବ ସଭାକୁ ସେ ଗଲେ ।
ଋଷି, ଗନ୍ଧର୍ବଙ୍କ ଆଗେ ଦଇନି କରିଲେ ।।
ଗୌତ ତପଭଙ୍ଗ କଲି ଦେବତାଙ୍କ ପାଇଁ ।
କ୍ରୋଧେ ନପୁଂସକ କଲେ ମୋତେ ଋଷିକୂଳ ସାଇଁ ।।
ପରିତ୍ୟାଗ କରିଲେ ଯେ ଭାର୍ଯ୍ୟାକୁ ନିଜର ।
ଶାପମାନ ହରିଲେ ଯେ ତପସ୍ୟା ତାଙ୍କର ।।
ତେଣୁକରି ଦେବ ବିଦ୍ୟାଧର ଋଷିଗଣ ।
ସାହାଯ୍ୟ କରିଲେ ମୋତେ ମିଳିବ ପୁରୁଷତ୍ତ୍ୱ ପୁଣ ।
ଅଗ୍ନି ସହ ଦେବଗଣ ଶୁଣିଲେ ଆକୁତି ।
ମରୁତମାନଙ୍କ ସହ ଗଲେ ପିତୃଙ୍କର କତି ।।
କହିଲେ ଇନ୍ଦ୍ର ହରିଲା ମୁନିଙ୍କର ନାରୀ ।
ଶାପେ ଋଷି ଛିଡ଼ାଇଲେ ଅଣ୍ଡକୋଷ ତା'ରି ।।
ଦେବରାୟ ଇନ୍ଦ୍ର ଯେହୁ ନଗରଅନ୍ତକ
ଦେବଗଣଠାରେ ଏବେ ହୋଇଛନ୍ତି କୋପ ।।
ଏ ମେଷର ଅଣ୍ଡ ଅଛି ଇନ୍ଦ୍ରର ଯେ ନାହିଁ ।
ମେଷର କାଟି କରି ଇନ୍ଦ୍ରଠାରେ ଲଗାଅ ଯେ ନେଇ ।।
ଏହି ପରି ମେଷମାନେ ଦେବେ ଅପାର ସନ୍ତୋଷ ।
ଦାନଦେଲେ ଏହାକୁ ଯେ ଫଳ ଫଳିବ ଅଶେଷ ।।
ବୈଶ୍ୱାନର ବଚନକୁ ଶୁଣିକରି ପିତୃଗଣ ।
ସହସ୍ରାକ୍ଷେ ଲଗାଇଲେ ମେଷର କୋଷକୁ କାଟିଣ ।।
ସେହିଦିନୁ ପିତୃମାନେ ଭକ୍ଷନ୍ତି ଖାସୁକରା ମେଷ ।
ମେଷ ଅଣ୍ଡ ପାଇକରି ଇନ୍ଦ୍ର ହେଲେ ସମ୍ପୂର୍ଣ୍ଣ ପୁରୁଷ ।।
ଗୌତମଙ୍କ ତପସ୍ୟାର ଏମନ୍ତ ମାହାତ୍ମ୍ୟ
ଆସ ରାମ ଯିବା ସେହୁ ପବିତ୍ର ଆଶ୍ରମ ।।
ଦେବୋପମା ଅହଲ୍ୟାକୁ କର ଯେ ତାରଣ ।
ବିଶ୍ୱାମିତ୍ର ବଚନ ରାଘବ ଶୁଣିଣ ।।
ମୁନିଙ୍କ ପଛେ ପଛେ ଲକ୍ଷ୍ମଣ ସହିତ ।
ରାମ ପ୍ରବେଶିଲେ ଆଶ୍ରମରେ ଯେ ତୁରିତ ।।
ଦେଖିଲେ ଅହଲ୍ୟା ଅଛି ତପେ ଦୀପ୍ତିମାନ
ଦେବ ଦାନବ ମାନବ ଚକ୍ଷୁରୁ ଅଦୃଶ୍ୟ ହୋଇଣ ।।
(ଶାସ୍ତ୍ରୀଗଲ ଏବଂ ଶାସ୍ତ୍ରୀ ୧୯୫୮, ପ୍ରଥମ କାଣ୍ଡ, ୪୭-୪୮ ସର୍ଗ;
ଡେଭିଡ଼ ଶୁଲ୍ମାନ ଓ ଏ.କେ ରାମାନୁଜନ ଙ୍କ ଦ୍ୱାରା ଅନୁଦିତ)
ମିଥିଳା ଅଭୁତ ବୋଲି ବୋଲନ୍ତି ଋଷିବର ।।
ମିଥିଳା ବାହାରେ ଆଶ୍ରମ ଏକ ସୁନ୍ଦର ପ୍ରାଚୀନ ।
ରାଘବ ପୁଚ୍ଛନ୍ତି ହୋ ଋଷି କେମନ୍ତ ଏ ଦିବ୍ୟ ସ୍ଥାନ ।।
ଆଶ୍ରମ ଭଳି ଦିଶଇ ଋଷି ଯେ ନାହାନ୍ତି ।
କୁହନ୍ତୁ ହେ ପ୍ରଭୋ ଏଠାକାର କେହୁ ଯତି ।।
ରାଘବଙ୍କ କଥା ଶୁଣି ଋଷି ବିଶ୍ୱାମିତ୍ର ।
ବୈଶ୍ୱାନର ସ୍ୱାମୀ ସେ ଯେ ବଚନରେ ସିଦ୍ଧ ।
କହୁଛି ରାଘବ ଶୁଣ ସେ ଘଟଣା ପୁରାତନ ।
କେ ଋଷି ଏଠାର ଇଏ କାହାର ଆଶ୍ରମ ।।
ମହାତପା ଗୌତମଙ୍କ ଆଶ୍ରମ ଏ ଥିଲା ।
କ୍ରୋଧିତ ହୋଇ ଶାପିଲେ ଏ ଅକଳାପୁରୀ ନାଶ ଗଲା ।
ଅନେକ କାଳ ପୂର୍ବରୁ ପତ୍ନୀ ଅହଲ୍ୟାଙ୍କୁ ଧରି ।
ତପ () କରୁଥିଲେ ଦିବାନିଶି ଏକ କରି ।।
ଦିନେ ଆଶରମେ ଜାଣି ଗୌତମ ନ ଥିବାର ।
ଅହଲ୍ୟା କତି ଆସିଲା ଇନ୍ଦ୍ର ଶଚିବର ।।
ଆଖଣ୍ଡଳ ଧରିଲା ଯେ ଗୌତମଙ୍କ ରୂପ ।
ଅହଲ୍ୟା ଆଗରେ କଲା ଦଇନି ଅନେକ ।।
କାମାତୁର ପୁରୁଷଙ୍କ ନାହିଁ ଋତୁ ମାସ ।
ଡମ୍ବରୁ ପରି କଟି ତ ତନୁ ଯେ ସରସ ।।
ଦେହ ମନ ଆତ୍ମାରୁ ମୋ ଅଛି ଏକ ଆଶ ।
ପ୍ରେମ ଦାନ କଲେ ମୁହିଁ ହୋଇବି ହରଷ ।।
ଜାଣିଲା ଅହଲ୍ୟା ଯେ ଏ ଅଟଇ ବାସବ ।
ଋଷିଙ୍କ ଛଦ୍ମ ବେଶରେ ଲଗାଇଛି ଭାବ ।।
ମଘବା ବିଶୟେ ବାଳା ଉଚ୍ଛୁକ ହୋଇଣ ।
କୁମତି ଯେଣୁ ସେ ପୁଣ ବୋଇଲା ବହନ ।।
ମନରେ ସନ୍ତୁଷ୍ଟି ହୋଇ କହିଲା ଦେବଙ୍କୁ ।
ହେ ଦେବରାଜ ତୃପତି ଦେଲ ଏବେ ମୁକୁ ।।
ଚଳିଯାଅ ତୁରିତେ ଏହି ଠାବ ଛାଡ଼ି ।
ପ୍ରେମଦାତା ମୋତେ ଥାଅ ତୁମ୍ଭେ ରକ୍ଷା କରି ।।
ଦରହଷି ଇନ୍ଦ୍ର କହିଲେ ଅହଲ୍ୟାକୁ ।
ସନ୍ତୁଷ୍ଟ ହୋଇଣ ମୁହିଁ ଯାଉଛି ପୁରକୁ ।।
ରତି କର୍ମ ସାରିକରି ପର୍ଣ୍ଣକୁଟି ଛାଡ଼ି ।
ଅମରାବତୀକୁ ଦେବ ଗଲେଟି ବାହୁଡ଼ି ।।
ଶୁଣ ରାମ ଯାଉ ଯାଉ ହୋଇ ତରତର ।
ପାଣ୍ଡୁ ମୁଖ ତାଙ୍କର ନିଶ୍ୱାସ ପ୍ରଖର ।।
ଦେଖିଲେ ବୃତ୍ତାରୀ ଗୌତମ ଋଷି ଆସୁଛନ୍ତି ।
ଦେବ-ଦାନବ କୁଳେ ତାଙ୍କ ପରି କେହି ନାହାନ୍ତି ।।
ତପେ ବଳିଆନ ସେହୁ ସ୍ନାନରୁ ଫେରନ୍ତା ।
ଦେହ ଓଦା ନଦୀ ଜଳେ ଦିଶୁଛି ଜଳନ୍ତା ।।
ହସ୍ତେ ଅଛି କୁଶ ଆଉ ଯଜ୍ଞଯୋଗ୍ୟ କାଠ ।
ଏମନ୍ତ ମୁରତି ଦେଖି ଇନ୍ଦ୍ର ହୋଇଲେ ତଟସ୍ଥ ।।
ସୁନାସୀର ଦେଖି ଋଷି କ୍ରୋଧେ ଜଳିଗଲେ ।
ମୋର ରୂପ ନେଇ ତୁହି ଅକର୍ମ କଲୁ ଭଲେ ।।
ଆରେ ମୁର୍ଖ ଦେଉଅଛି ଏହି ଅଭିଶାପ ।
ତତକ୍ଷାଣାତ ଛିଡୁ ତୋର ଦୁଇ ଅଣ୍ଡକୋଷ ।।
କହୁ କହୁ ମୁନି କୋଷ ଛିଡ଼ିଲା ଇନ୍ଦ୍ରର ।
ଅହଲ୍ୟାକୁ ଶାପିଲେ, ଅଭିଶାପି ବଜ୍ରଧର ।।
ତୁହି ବର୍ଷ ପରିଯନ୍ତେ ଏଠାରେ ରହିବୁ ।
ବିନା ଖାଦ୍ୟେ ପବନକୁ ଆହାର କରିବୁ ।।
ପାଉଁଶେ ଜଳିଣ ଜନ୍ତୁଏ ହୋଇବୁ ଅଦୃଶ୍ୟ ।
ଦଶରଥ ସୁତ ରାମ ଯେବେ ଆସିବେ ଏ ଦେଶ ।।
ଅସତି ଦୋଚାରୁଣୀ ତୁହି ହୋଇବୁ ସେବେ ସତୀ ।
ମଦନ ବିଭ୍ରାନ୍ତି ଛାଡ଼ିଯିବ ତୋର କତି ।।
ଆନନ୍ଦ ହୋଇଣ ପୁଣି ଧରିବୁ ନିଜ ରୂପ ।
ଏହାର ଉତ୍ତାରୁ ଆସିବୁ ମୋହର ସମୀପ ।।
ଋଷି ଦୁରାଚାରୀ ନାରୀକୁ ଏହା କହି ସାରି ।
ଗୌତମ ଚାଲିଗଲେ ତାଙ୍କ ଆଶ୍ରମକୁ ଛାଡ଼ି ।।
ତପ ଆଚରିଲେ ଯାଇ ହିମବନ୍ତ ତିଖେ ।
ସୁନ୍ଦର ଠାବଟି ସେହି, ଗନ୍ଧର୍ବ, ଦେବଙ୍କର ସଙ୍ଗେ ।।
ନପୁଂସକ ଦେବରାୟେ ଦେବ ସଭାକୁ ସେ ଗଲେ ।
ଋଷି, ଗନ୍ଧର୍ବଙ୍କ ଆଗେ ଦଇନି କରିଲେ ।।
ଗୌତ ତପଭଙ୍ଗ କଲି ଦେବତାଙ୍କ ପାଇଁ ।
କ୍ରୋଧେ ନପୁଂସକ କଲେ ମୋତେ ଋଷିକୂଳ ସାଇଁ ।।
ପରିତ୍ୟାଗ କରିଲେ ଯେ ଭାର୍ଯ୍ୟାକୁ ନିଜର ।
ଶାପମାନ ହରିଲେ ଯେ ତପସ୍ୟା ତାଙ୍କର ।।
ତେଣୁକରି ଦେବ ବିଦ୍ୟାଧର ଋଷିଗଣ ।
ସାହାଯ୍ୟ କରିଲେ ମୋତେ ମିଳିବ ପୁରୁଷତ୍ତ୍ୱ ପୁଣ ।
ଅଗ୍ନି ସହ ଦେବଗଣ ଶୁଣିଲେ ଆକୁତି ।
ମରୁତମାନଙ୍କ ସହ ଗଲେ ପିତୃଙ୍କର କତି ।।
କହିଲେ ଇନ୍ଦ୍ର ହରିଲା ମୁନିଙ୍କର ନାରୀ ।
ଶାପେ ଋଷି ଛିଡ଼ାଇଲେ ଅଣ୍ଡକୋଷ ତା'ରି ।।
ଦେବରାୟ ଇନ୍ଦ୍ର ଯେହୁ ନଗରଅନ୍ତକ
ଦେବଗଣଠାରେ ଏବେ ହୋଇଛନ୍ତି କୋପ ।।
ଏ ମେଷର ଅଣ୍ଡ ଅଛି ଇନ୍ଦ୍ରର ଯେ ନାହିଁ ।
ମେଷର କାଟି କରି ଇନ୍ଦ୍ରଠାରେ ଲଗାଅ ଯେ ନେଇ ।।
ଏହି ପରି ମେଷମାନେ ଦେବେ ଅପାର ସନ୍ତୋଷ ।
ଦାନଦେଲେ ଏହାକୁ ଯେ ଫଳ ଫଳିବ ଅଶେଷ ।।
ବୈଶ୍ୱାନର ବଚନକୁ ଶୁଣିକରି ପିତୃଗଣ ।
ସହସ୍ରାକ୍ଷେ ଲଗାଇଲେ ମେଷର କୋଷକୁ କାଟିଣ ।।
ସେହିଦିନୁ ପିତୃମାନେ ଭକ୍ଷନ୍ତି ଖାସୁକରା ମେଷ ।
ମେଷ ଅଣ୍ଡ ପାଇକରି ଇନ୍ଦ୍ର ହେଲେ ସମ୍ପୂର୍ଣ୍ଣ ପୁରୁଷ ।।
ଗୌତମଙ୍କ ତପସ୍ୟାର ଏମନ୍ତ ମାହାତ୍ମ୍ୟ
ଆସ ରାମ ଯିବା ସେହୁ ପବିତ୍ର ଆଶ୍ରମ ।।
ଦେବୋପମା ଅହଲ୍ୟାକୁ କର ଯେ ତାରଣ ।
ବିଶ୍ୱାମିତ୍ର ବଚନ ରାଘବ ଶୁଣିଣ ।।
ମୁନିଙ୍କ ପଛେ ପଛେ ଲକ୍ଷ୍ମଣ ସହିତ ।
ରାମ ପ୍ରବେଶିଲେ ଆଶ୍ରମରେ ଯେ ତୁରିତ ।।
ଦେଖିଲେ ଅହଲ୍ୟା ଅଛି ତପେ ଦୀପ୍ତିମାନ
ଦେବ ଦାନବ ମାନବ ଚକ୍ଷୁରୁ ଅଦୃଶ୍ୟ ହୋଇଣ ।।
(ଶାସ୍ତ୍ରୀଗଲ ଏବଂ ଶାସ୍ତ୍ରୀ ୧୯୫୮, ପ୍ରଥମ କାଣ୍ଡ, ୪୭-୪୮ ସର୍ଗ;
ଡେଭିଡ଼ ଶୁଲ୍‌ମାନ୍ ଓ ଏକେ. ରାମାନୁଜନ ଙ୍କ ଦ୍ୱାରା ଅନୁଦିତ)


କମ୍ବର କୃତ ଅହଲ୍ୟା ଅଧ୍ୟାୟ
 
ମିଥିଳା ନବରକୁ ଆସି । ଦେଖିଲେ ଦୁର୍ଗଗୋଟି ଅଛି ।।
ଉଡ଼ୁଛି ପତାକା ଉପରେ । ବ୍ୟାପିଛି କ୍ଷେତ ଚାରିଆଡ଼େ ।।
କୃଷ୍ଣପ୍ରସ୍ତର ଯେ ଦିଶିଲା । ଯାହା ଅହଲ୍ୟା ଦିନେ ଥିଲା ।।
ଋଷି ଗୌତମର ସେ ନାରୀ । ଯେଣୁ ସେ ହୋଇଲା ଦୋଚାରି ।। [ପଦ ୫୪୭]
 
ପଙ୍କଜ ଲୋଚନ ନୟନ । ପଥରେ ପଡ଼ିଲା ବହନ ।।
ପଥରେ ପଦରଜ ପଡ଼ି । ଭାଜିଲା ନିଦ୍ରାର କୁହୁଡ଼ି ।। 
ଅଚେତ ହୋଇଲେ ଚେତନ । ଜ୍ଞାନ ଯେ କାଟଇ ଅଜ୍ଞାନ ।।
କୃଷ୍ଣ ଯେ ବଦନ ଛିଡ଼ିଲା । ପ୍ରଭୁଙ୍କ ପଦକୁ ଧରିଲା ।।
ଉଠିଲା ଜୀବନ୍ତ ସେ ନାରୀ । ନିଜର ରଙ୍ଗ ରୂପ ଧରି ।।[ପଦ ୫୪୮]
 
ରାମ ଯେ ପୁଣ ଏହାପରେ, ବିଶ୍ୱାମିତ୍ରଙ୍କୁ ପଚାରିଲେ । 
ଅପୂର୍ବ ସୁନ୍ଦରୀ ଏ ନାରୀ, ପଥର ହୋଇଲେ କିପରି । 
ଶିଷ୍ୟର ପ୍ରଶ୍ନ ଗୋଟି ଶୁଣି, ବିଶ୍ୱାମିତ୍ର ତହୁଁ ବୋଲନ୍ତି ବାଣୀ । 
ଶୁଣରେ ଦଶରଥ ଶିଷୀ । ଗୌତମ ନାମରେ ତପସ୍ୱୀ ।।
ଆଶ୍ରମୁ ହୋଇଲେ ବାହାର । ଅହଲ୍ୟା ଭାରିଯା ତାହାର ।।
ତହୁଁ ସେ ଦେବ ବଜ୍ରଧର । ମଦନେ ହୋଇଲେ କାତର ।। [ପଦ ୫୫୧]
 
ଅହଲ୍ୟା ସ୍ତନ ଚାପ ବଳେ । ସରିଲା କଟାକ୍ଷ କଟାଳେ ।।
ଇନ୍ଦ୍ରର ତନୁ ଯେ ବିନ୍ଧିଲା । ମିଳନେ ଉପାୟ ଖୋଜିଲା ।।
ମଦନେ ଆରତ ସେ ହୋଇ । ନିଜର ବୁଦ୍ଧିକୁ ହଜାଇ ।।
ଧରିଲା ଗୌତମର ରୂପ । ଯେ ଋଷି ଧର୍ମର ସ୍ୱରୂପ ।।
ଆଶ୍ରମେ ନଥିବାର ବେଳେ । ପଶିଲା ଚୋର ପରି ହେଳେ ।। [ପଦ ୫୫୨]
 
ଆଶ୍ରମେ ଅହଲ୍ୟାର ସଙ୍ଗ । କଲା ସେ ନାନା ରତିରଙ୍ଗ ।।
ଅହଲ୍ୟା ଜାଣିଲା ହୃଦୟେ । ହେଲେ ସେ ମୁଖେ ନାହିଁ କହେ ।।
ବିବାହ ପ୍ରଥମ ଯେ ରାତି । ତାହାର ରସ ସେ ପିଅନ୍ତି ।।
ଅହଲ୍ୟା ମଦନର ଭୋଳେ । ମାତିଲା ଆନନ୍ଦରେ ଖେଳେ ।।
ଏମନ୍ତ ସମୟେ ଗୌତମ । ଫେରିଲେ ନିଜର ଆଶ୍ରମ ।।
ସାକ୍ଷାତ ଦେବ ତ୍ରିପୁରାରୀ । ତପରେ ଅଟନ୍ତି ସେ ବଳି ।। [ପଦ ୫୫୩]
 
ମୁନିଙ୍କ ନାହିଁ ତ୍ରୋଣ ସର । ଅଟନ୍ତି ଶାପେ ବଳିୟାର ।।
ମୁନିଙ୍କୁ ଆସିବାର ଦେଖି । ଅହଲ୍ୟା ରହିଲା ନିରେଖି ।।
କର୍ମର ଲଜ୍ଜା କେ କହିବ । ପାପ ଏ କଳ୍ପେ କି ସରିବ ।।
ମଘବା ମହାଭୟ ପାଇ । ମାର୍ଜାର ରୂପ ଏକ ବହି ।।
ତୁରିତେ ହେବାକୁ ବାହାର । କଲା ସେ ଏବେ ଉପଚାର ।। [ପଦ ୫୫୪]
 
ଅଗ୍ନି ଚକ୍ଷୁ ହୋଇ ଗୌତମ । ଦେଖିଲେ କଲା କର୍ମ ମାନ ।।
ବଚନ ବୋଇଲେ ସେ ଋଷି । ଜଳନ୍ତା ତୀର ପଡ଼େ ଖସି ।।
କହିଲେ ଶୁଣ ଦେବରାଜ । ଏମନ୍ତ କର୍ମ କଲୁ ଆଜ ।।
ମଦନ ଆରତରେ ଭୋଳ । ଶୁଣରେ ନିଜ କର୍ମଫଳ ।।
ସହସ୍ର ଯୋନି ତୋର ଦେହେ । ଫଳୁ ସେ ନେତ୍ରମାନ ପ୍ରାଏ ।।
ନିମିଷ ମାତ୍ରକ ମଧ୍ୟରେ । ଫଳିଲା ଋଷିଙ୍କ ଶାପରେ ।।[ପଦ ୫୫୫]
 
ଲଜ୍ଜାରେ ହୋଇ ଅବନତ । ଆଶ୍ରମ ଛାଡ଼ିଣ ତୁରିତ ।।
ଇନ୍ଦ୍ର ଯେ ଗଲା ନିଜ ଦେଶ । ଲଭିଣ ଜନ ଉପହାସ ।।
ଇନ୍ଦ୍ରକୁ ଶାପ ଦେଇକରି । ଗୌତମ କହିଲେ ହକାରି ।।
ଅଟୁ ତୁ ଦୋଚାରୁଣି ବାଳା । ହୁଅ ତୁ କୃଷ୍ଣକାୟ ଶିଳା ।। [ପଦ ୫୫୬]
 
ଭୂମିରେ ପଡ଼ିବା ଅନ୍ତରେ । ଅହଲ୍ୟା କହିଲା କାତରେ ।।
ଇତର ଜନ ଦୋଷମାନ । କ୍ଷମନ୍ତି ଗୁରୁଜନଗଣ ।।
ଇଶ୍ୱର ସମ ପ୍ରଭୁ ତୁମେ । କ୍ଷମ ମୋ ଦୋଷ ନିଜ ଗୁଣେ ।।
ଏମନ୍ତ ଶୁଣି ମୁନିବର । କହିଲେ ଜାନକୀର ବର ।।
ତ୍ରେତୟା ଯୁଗରେ ଆସିବେ । ପଥରୁ ସେହି ଯେ ତାରିବେ ।।
କଣ୍ଠେ ଯେ ଥିବ ବନମାଳ । ତାରିବେ କୌଶଲ୍ୟାର ବାଳ ।। [ପଦ ୫୫୭]
 
ଅମରଗଣ ଥାଇ ସ୍ୱର୍ଗେ । ଦେଖିଲେ ଇନ୍ଦ୍ର ପରାଭବେ ।।
ମର୍ତ୍ତ୍ୟକୁ ଆସିଲେ ଓହ୍ଲାଇ । ଭ୍ରାତାଙ୍କୁ ଦୂତ ରୂପେ ପାଇ ।।
ଗୌତମେ କଲେ ସେ ବିନତି । ମୁନି ଯେ ହୋଇଲେକ ଶାନ୍ତି ।।
ଯୋନି ଯେ ପାଲଟିଲା ନେତ୍ର । ଅମରେ ଗଲେ ନିଜ କ୍ଷେତ୍ର ।।
ଅହଲ୍ୟା ରହିଲା ପାଷାଣି । ରାମଙ୍କ ଆଗମନ ଶୁଣି ।।[ପଦ ୫୫୮]
 
ସେହିଦିନୁ ସେ ବସିଥିଲା । ଏବେ ସେ ମୁକତି ପାଇଲା ।।
ଖଣ୍ଡିଲ ଭବଭୟ ତା’ର । ଯେମନ୍ତେ ତୁମ୍ଭେ ତାଡ଼କାର ।।
ନବୀନ ନିରଦ ଯେ ଶ୍ୟାମ । ତୁମ୍ଭେ ଯେ ଭବଭୟ ଯମ ।।
ତାରିଲ ତାଡ଼କା ହସ୍ତରେ । ଏବେ ଉଦ୍ଧରିଲ ପୟରେ ।। [ପଦ ୫୫୯]

ମୁଁ ବର୍ତ୍ତମାନ ଜଲଦି ଏହି ଦୁଇ କଥାଟିମାନ ମଧ୍ୟରେ ଥିବା ପ୍ରଭେଦଗୁଡ଼ିକ ମଧ୍ୟରୁ କେତୋଟିକୁ ଦର୍ଶାଇବି । ବାଲ୍ମିକୀ ରାମାୟଣରେ ଅହଲ୍ୟା ସ୍ୱଇଚ୍ଛାରେ ଇନ୍ଦ୍ରଙ୍କୁ ଅଙ୍ଗସଙ୍ଗର ସୁଯୋଗ ଦିଅନ୍ତି । କମ୍ବର ରାମାୟଣରେ ଅହଲ୍ୟା ଜାଣିପାରନ୍ତି ଯେ, ସେ ଯାହା କରୁଛନ୍ତି ତାହା ଭୁଲ । ମାତ୍ର ତଥାପି ମଧ୍ୟ ନିଶିଦ୍ଧ ଆନନ୍ଦର ଆସ୍ୱାଦନରୁ, ସେ ନିଜକୁ ରୋକିପାରନ୍ତି ନାହିଁ । କବିତାଟିରୁ ଆମକୁ ଏହା ମଧ୍ୟ ବୁଝାପଡ଼େ ଯେ, ତାଙ୍କର ଋଷି-ସ୍ୱାମୀ ଆତ୍ମାରେ ମଜ୍ଜିତ । 

ଏହାର ବର୍ଣ୍ଣନା ଅହଲ୍ୟା ହରଣ ଉପାଖ୍ୟାନକୁ କମ୍ବର ରାମାୟଣରେ ଏକ ମନସ୍ତାତ୍ତ୍ୱିକ ସୂକ୍ଷ୍ମତା ପ୍ରଦାନ କରେ । ଆହୁରି ମଧ୍ୟ ଇନ୍ଦ୍ର ଶେଷକୁ ଗୋଟିଏ ବିଲେଇ ରୂପରେ ଖସି ଚାଲିଯିବାର ଉପକ୍ରମ କରନ୍ତି । ଏହା ନିଶ୍ଚିତ ଭାବରେ ଲୋକକଥାର ଏକ ଉପାଖ୍ୟାନ (ଆମେ ଗପର ଏହି ରୂପଟିକୁ ଏକାଦଶ ଶତାବ୍ଦୀରେ ରଚିତ କଥାସରିତ ସାଗରରେ ମଧ୍ୟ ଭେଟିବା : ଟନି ୧୯୨୭ ଦେଖନ୍ତୁ) । ଶେଷକୁ ଅଭିଶାପ ବଳରେ ଇନ୍ଦ୍ରଙ୍କର ଦେହସାରା ଫଳିଯାଇଛି ସହସ୍ର ଯୋନି ଏବଂ ଅହଲ୍ୟା ପାଲଟି ଯାଇଛନ୍ତି କଠୋର ପାଷାଣୀ । 

ଅବଶ୍ୟ ଇନ୍ଦ୍ରଙ୍କର ଦେହର ଯୋନିଗୁଡ଼ିକ ପରେ ଚକ୍ଷୁରେ ପରିବର୍ତ୍ତିତ ହୋଇଛି । ନିଜ ନିଜର ଦୋଷର ଫଳଶ୍ରୁତି ବଳରେ ଉଭୟଙ୍କୁ କାବ୍ୟିକ ନ୍ୟାୟ ମିଳିଛି । ଇନ୍ଦ୍ରଙ୍କର ଦେହସାରା ଫଳିଛି ତାଙ୍କର ଇପ୍ସିତ ବସ୍ତୁ ଏବଂ ପାଷାଣୀ ବନିବା ଫଳରେ ଅହଲ୍ୟା ଆଉ କାହାର ବାସନା ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବାର କ୍ଷମତା ହରାଇବସନ୍ତି । ଏହି ରୂପକଗୁଡ଼ିକୁ ଆମେ ବାଲ୍ମିକୀ ରାମାୟଣରେ ପାଇବା ନାହିଁ । 

ମାତ୍ର ଅନେକ ଦକ୍ଷିଣୀ ରାମକଥା ତଥା ଲୋକକଥାରେ ଏହି ରୂପକଗୁଡ଼ିକୁ ଆମେ ବାରମ୍ବାର ଭେଟିବା । ଏଗୁଡ଼ିକୁ ଆମେ କମ୍ବରଙ୍କର ପୂର୍ବର ତାମି କବିତା, ଶିଳାଲେଖ ଓ ଅନେକ ଅଣ-ତାମି ଉତ୍ସରେ ମଧ୍ୟ ପାଇବା । ଏଣୁ କମ୍ବର ନିଜର ରାମକଥାର ରଚନା ନିମନ୍ତେ ଯେ, କେବଳ ବାଲ୍ମିକୀ ରାମାୟଣର ବ୍ୟବହାର କରନ୍ତି, ତାହା ନୁହେଁ । ସେ ନିଜର ଆଞ୍ଚଳିକ ଲୋକକଥାର ପରମ୍ପରାମାନଙ୍କଠାରୁ ମଧ୍ୟ ଅନେକ ଆଙ୍ଗିକ ଧାର ଆଣନ୍ତି ।

କାବ୍ୟିକ କଳାକର୍ମରେ କମ୍ବର ବାଲ୍ମିକୀଙ୍କ ତୁଳନାରେ ଅଧିକ ନାଟକୀୟ । ପ୍ରଥମେ ରାମଙ୍କର ପଦରଜ ପଡ଼େ ଓ ପାଷାଣୀ ଅହଲ୍ୟା ଜୀବନ ପାଆନ୍ତି । ତାହା ପରେ ହିଁ ଆମେ ତାଙ୍କର କାହାଣୀ ଶୁଣିବାକୁ ପାଉ । ଉଚ୍ଚ ସ୍ଥାନରେ ରାମଙ୍କ ପାଇଁ ଅପେକ୍ଷା କରି ରହିଥିବା କୃଷ୍ଣପ୍ରସ୍ତର ନିଜେ ହିଁ ଏକ ଅତି ଫଳପ୍ରଦ ଓ ଉଜ୍ଜ୍ୱଳ ଚିହ୍ନ । ପାଷାଣରୁ ରକ୍ତମାଂସର ଉଷ୍ମ ମାନବ ସତ୍ତାକୁ ଅହଲ୍ୟାଙ୍କର ପୁର୍ନଜୀବନର କଥା ଏଠାରେ ପାଲଟେ ଭଗବାନଙ୍କର ସ୍ପର୍ଶ ପାଇ ଜାଗ୍ରତ ଏକ ଆତ୍ମା ବିଷୟରେ ଗୋଟିଏ ଭକ୍ତିପୂର୍ଣ୍ଣ ଆଧ୍ୟାତ୍ମିକ ଆଖ୍ୟାୟିକା ।

ଅନ୍ତରେ ଆମେ ଏହା କହିବୁ ଯେ, ଏହି ଅହଲ୍ୟା ଅଧ୍ୟାୟଟି କଥାର ପୂର୍ବ ଉପାଖ୍ୟାନମାନ, ଯଥା ରାମଙ୍କ ଦ୍ୱାରା ତାଡ଼କା ବଧ ଆଦି ସହିତ ଜଡ଼ିତ । ସେହି ଉପାଖ୍ୟାନରେ ସେ ଥିଲେ ଦୁଷ୍ଟନାଶକ ଓ ଐରୀବିନାଶକ । ମାତ୍ର ଏହି ଉପାଖ୍ୟାନରେ ଅହଲ୍ୟାର ତାରକ ହିସାବରେ ସେ ବନନ୍ତି, ପ୍ରାଚୁର୍ଯ୍ୟ ଓ ଉର୍ବରତାର ବାହକ ବଳାହକ । କମ୍ବରଙ୍କର କବିତା ସାରା ରାମ ଜଣେ ତାମି ନାୟକ, ଜଣେ ବଦାନ୍ୟ ଦାତା ମାତ୍ର ଶତ୍ରୁଗଞ୍ଜକ । ଅହଲ୍ୟା ଉପାଖ୍ୟାନରେ ରାମ ଯେ ସମସ୍ତ ଆତ୍ମାମାନଙ୍କୁ ଭବଦୁଃଖରୁ ମୁକ୍ତି ଦେବା ନିମନ୍ତେ ଅବତାର ଧରିଛନ୍ତି, ସେକଥା ଅହଲ୍ୟା ପୁର୍ନଜୀବନ ଲାଭ କରିବା ଫଳରେ ଉପସ୍ଥାପିତ ହୁଏ ।

ବାଲ୍ମିକୀ ରାମାୟଣରେ ରାମ ଭଗବାନ ନୁହନ୍ତି । ସେ ମାନବ ରୂପର ସୀମା ମଧ୍ୟରେ ବଦ୍ଧ ଜଣେ ଭଗବତ୍ ପୁରୁଷ ମାତ୍ର । କେତେକ ପଣ୍ଡିତ ଯୁକ୍ତି କରନ୍ତି ଯେ, ରାମ ଯେ ଦିବ୍ୟ ପୁରୁଷ ଓ ସେ ରାବଣ ବଧ ନିମନ୍ତେ ଅବତାର ନେଇଛନ୍ତି, ସେକଥା କେବଳ ପ୍ରଥମ ଓ ଶେଷ କାଣ୍ଡରେ ହିଁ ଅଛି ଓ ସେଗୁଡ଼ିକ ପ୍ରକ୍ଷିପ୍ତ । ସେ ଯାହା ହେଉ ନା କାହିଁକି, କମ୍ବର ରାମାୟଣରେ ରାମ ନିଶ୍ଚିତ ଭାବରେ ଜଣେ ଦେବତା । ତେଣୁକରି କମ୍ବର ରାମାୟଣରୁ ଉଦ୍ଧୃତ ଉପଯୁକ୍ତ ଅଂଶଟି ଧର୍ମଭାବନା ଓ ତାତ୍ତ୍ୱିକ ରୂପକଳ୍ପର ଦାନ । କମ୍ବର ରାମାୟଣ ଦ୍ୱାଦଶ ଶତାବ୍ଦୀରେ ଲିଖିତ ଏବଂ ଏଥିରେ ତାମି ଭକ୍ତି ପରମ୍ପରାର ପ୍ରଭାବ ସୁସ୍ପଷ୍ଟ । ଶ୍ରୀବୈଷ୍ଣବ ସନ୍ଥମାନଙ୍କ ମଧ୍ୟରେ ସବୁଠାରୁ ପ୍ରସିଦ୍ଧ ସନ୍ଥ ନମ୍ମାଲଭାର ଥିଲେ କମ୍ବରଙ୍କର ଗୁରୁ । ତେଣୁକରି କମ୍ବରଙ୍କ ପାଇଁ ରାମ ଦୁଷ୍ଟଦଳନ, ସନ୍ଥପାଳନ ଓ ସମସ୍ତ ଜୀବମଣ୍ଡଳର ତାରଣ ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଏକ ଦେବତା । ଏହି କାର୍ଯ୍ୟକ୍ରମର ଶୃଙ୍ଖଳ ଅହଲ୍ୟାଙ୍କର ତାରଣ ସହିତ ଆରମ୍ଭ ହୁଏ ମାତ୍ର, ଯାହାର ଅନ୍ତ ଯାଇ ରାବଣ ବଧରେ । ନମ୍ମାଲଭାରଙ୍କର ପାଇଁ ରାମ ହେଲେ ତୃଣଠାରୁ ବରୁଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ମୁକ୍ତି ଦେଉଥିବା ପରିତ୍ରାଣାକର୍ତ୍ତା ମହୌଷଧୀ ।

ଅନୁବାଦକୀୟ ଟୀକା - ଏହି ପ୍ରବନ୍ଧଟି ଇଂରାଜୀ ଓ କନ୍ନଡ଼ ଭାଷାରେ ଲେଖୁଥିବା ଏ.କେ. ରାମାନୁଜନ (୧୯୨୯-୧୯୯୩) ଙ୍କ ଦ୍ୱାରା ଲିଖିତ କ୍ଲାସିକ ପ୍ରବନ୍ଧ 'ଥ୍ରି  ହଣ୍ଡ୍ରେଡ଼୍ ରାମାୟଣାଜ୍'ର ଓଡ଼ିଆ ଅନୁବାଦ । ରାମାନୁଜନଙ୍କର ମୂଳ ଅକାଦେମିକ ଟ୍ରେନିଂ ଭାଷାତତ୍ତ୍ୱରେ ଥିଲେ ମଧ୍ୟ ପରେ ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ କ୍ଷେତ୍ରକୁ ତାଙ୍କର ଅବଦାନ ଅତୁଳନୀୟ । ତାମିଲ ସଙ୍ଗମ କୃତି ତଥା କନ୍ନଡ଼ ବଚନମାଳା ଆଦିର ଅଗ୍ରଗାମୀ ଅନୁବାଦ କରି ସେ ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟ ବିଷୟରେ ଆମର ଅବଧାରଣାକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିଥିଲେ । ଏହା ଛଡ଼ା ସେ ଇଂରାଜୀ ଭାଷାରେ ଏକ ପ୍ରଥିତଯଶା କବି ମଧ୍ୟ ଥିଲେ । 'ତିନି ଶହ ରାମାୟଣ' ଶୀର୍ଷକରେ ଏହି ଅନୁଦିତ ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା ।

ବାଳ ବର୍ଗ ୭ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଇଣ୍ଡୋନେସିଆ ଦେଶର ବୋରବୋଦୁର ସ୍ତୁପ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ ଓଡ...