Thursday, March 11, 2021

ମୋର ଏବେ ବି ମନେ ଅଛି

ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍
 
ଟିଫିନ ପଇସାରୁ ଟଙ୍କାଏ ଟଙ୍କାଏ ଯୋଡ଼ି
 ତୋ ପାଇଁ ଯେଉଁ ଟି-ସାର୍ଟ କିଣିଥିଲି ତା'ର ରଙ୍ଗ ତୁ ଭୁଲିଯାଇଚୁ ।
 ହେଲେ ତା'କୁ ପହିଲି ପିନ୍ଧା ବେଳର 
ତୋ ମୁହଁର ରଙ୍ଗ
 ମୋର ଏବେ ବି ମନେ ଅଛି ।୧।

 ମୋର ଷୋହଳତମ ଜନ୍ମଦିନରେ ତୁ ରାନ୍ଧିଥିବା 
 ପୋଡ଼ାଖିରିର ସୁଆଦ ତୁ ନିଜେ ଭୁଲିଯାଇଚୁ ।
 ହେଲେ ତା'କୁ ଖାଇସାରି ମୁଁ ଦେଇଥିବା 
ପ୍ରଥମ ବୋକର ସ୍ୱାଦ
 ମୋର ଏବେ ବି ମନେ ଅଛି ।୨।

 ମୋର ବାମ ନିତମ୍ବରେ କେଉଁଠି ହାତମାରିଲେ ମୋତେ କାଟେ
 ତା' ତୁ ଆରାମରେ ଭୁଲିଯାଇଚୁ ।
 ହେଲେ ତୋ ଡାହାଣ କଡ଼ରେ ଯେଉଁଠି ଛୁଇଁଲେ 
ତୋତେ ହସ ମାଡ଼େ
 ମୋର ଏବେ ବି ମନେ ଅଛି ।୩।

ମୋ ସେକ୍ସପିଅର୍, ଶ ଆଉ ମିଲର୍‌ର ନୋଟ୍‌ସ୍
ଯେ ତୋ ପାଖରେ ରହିଯାଇଛି, ତୁ ଭୁଲି ଯାଇଚୁ ।
ହେଲେ ଶେଷ ପରୀକ୍ଷାର ଫର୍ମଫିଲପ ପାଇଁ 
ତୋଠୁ ନେଇ ଫେରେଇନଥିବା ୧୩୫ ଟଙ୍କା ଧାର
ମୋର ଏବେ ବି ମନେ ଅଛି ।୪।

ଆମର ଅନ୍ତିମ ଦେଖାର ଦିନ ତାରିଖ ବାର
ସବୁ ତୁ ଭୁଲିଯାଇଚୁ ।
ହେଲେ ଆମ ପ୍ରଥମ ଦେଖାର 
ଦିବସ, ଦଣ୍ଡ, ନିମିଷ, ଏ ସବୁ
ଶୈଲେନର ଏବେ ବି ମନେ ଅଛି ।୫।

11 comments:

  1. Replies
    1. ମତାମତ ପାଇଁ ଧନ୍ୟବାଦ । ଭବିଷ୍ୟତରେ ମଧ୍ୟ ଆପଣଙ୍କ ପାଠକୀୟ ପ୍ରତିକ୍ରିୟା ଅପେକ୍ଷାରେ ।

      Delete
  2. କବିତାଟି ଖୁବ୍ ଭଲଲାଗିଲା👏👏

    ReplyDelete
  3. With stunning simplicity of diction the poem successfully captures certain moments in time. The experimental edge of language and form heightens the depth of a relationship in vivid metaphors,albeit with a tinge of pathos.Congrats for such an endeavour.

    ReplyDelete
    Replies
    1. Thanks for this detailed feedback sir. This poem tried to capture a very specific moment of time; satisfying to know that it worked that way for you as well. Pranam.

      Delete
  4. Oh Sailen.. that was so touching.. so clear..

    ReplyDelete
    Replies
    1. Thanks bhai for your continued support and encouragement.

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....