Monday, October 7, 2024

ପୁଷ୍ପ ବର୍ଗ ୭-୮

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଅନ୍ୟମାନଙ୍କର ଦୋଷ କୃତ ବା ଅକୃତ ।
ଅବଲୋକ କରିବା ଅଟଇ ଅନୁଚିତ ।।
ନିଜର ଯାହା ଅଟଇ ଅକୃତ ବା କୃତ ।
ସମୀକ୍ଷାୟନ କରିବା ଅଟଇ ଉଚିତ ।୭।

ଯେ ପୁଷ୍ପ ଅଟଇ‌ ସୁନ୍ଦର ଓ ବର୍ଣ୍ଣଯୁକ୍ତ ।
ଗନ୍ଧଶୂନ୍ୟ ହୋଇଲେ ସେ ଯେପରି ଅପାର୍ଥ ।।
ସୁଭାଷିତ ଉଚ୍ଚାରଣ ନ କଲେ ପାଳନ ।
ହୋଇଯାଏ ସେହି ବାଣୀ ନିଶ୍ଚେ ଅକର୍ମଣ୍ୟ ।୮।

ମୂଳ ପାଲି ପଦ

ନ ପରେଷଂ ବିଲୋମାନି ନ ପରେସଂ କତାକତଂ ।
ଅତ୍ତନୋ'ବ ଅବେକ୍ଖୟ୍ୟ କତାନି ଅକତାନି ଚ ।।
ନ ପରେଷାଂ ବିଲୋମାନି ନ ପରେଷାଂ କୃତାକୃତମ୍ ।
ଆତ୍ମନଃ ଏବ ଅବେକ୍ଷେତ କୃତାନି ଅକୃତାନି ଚ ।୭।

ଯଥାପି ରୁଚିରଂ ପୁପ୍ଫଂ ବର୍ଣ୍ଣବନ୍ତଂ ଅଗନ୍ଧକଂ ।
ଏବ ସୁଭାସିତା ବାଚା ଅଫଳା ହୋତି ଅକୁବ୍ବତୋ ।।
ଯଥାପି ରୁଚିରଂ ପୁଷ୍ପଂ ବର୍ଣ୍ଣବତ୍ ଅଗନ୍ଧକମ୍ ।
ଏବଂ ସୁଭାଷିତା ବାଚା ଅଫଳା ଭବତି ଅକୁର୍ବ୍ୱତଃ ।୮। 

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

ପୁଷ୍ପ ବର୍ଗ ୭-୮ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଫଟୋ କ୍ରେଡ଼ିଟ - ୱିକିପିଡ଼ିଆ କମନ୍ସ୍ ଓଡ଼ିଆ ପଦ୍ୟାନୁବାଦ ଅନ୍ୟମାନଙ୍କର...