Wednesday, October 22, 2025

କଣିଆଁ ଗ୍ରାମରେ ମନୋରଞ୍ଜନ 

ଶୈଲେନ ରାଉତରାୟ


ଜଗତସିଂହପୁର ଜିଲ୍ଲାର ଓଡ଼ିଶୋ ତ୍ରିପାଠୀ ସାହିରେ ଥିବା ପୋଖରୀ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ହେଲୋହାପି

ଜଣେ ସ୍ୱାଧୀନଚେତା ଅମଲା ତଥା ଲେଖକ ଭାବରେ ବିଷ୍ଣୁଚରଣ ମହାନ୍ତିଙ୍କର ଓଡ଼ିଶାରେ ପରିଚିତି ଅଛି । ତାଙ୍କର ଜନମ ୧୯୨୨ ମସିହାରେ; ଜଗତସିଂପୁରର ବାଲିକୁଦା ପାଖ କରଣ ଗାଁ କଣିଆଁରେ । ସଙ୍ଖ୍ୟାରେ ଗ୍ରାମରେ ସବୁଠୁ ବେଶୀ ଲୋକ କରଣ ଜାତିର ହେଲେ ମଧ୍ୟ, ବିଭିନ୍ନ ଜାତି ପାଟକର ଲୋକେ ସେଠାରେ ବସବାସ କରୁଥିଲେ । 

ବିଷ୍ଟୁଁ ବାବୁଙ୍କର ପିଲାବେଳେ, ପୂଜାପର୍ବ ଗାଁରେ ଲୋକଙ୍କର ମନୋରଞ୍ଜନର ଏକ ପ୍ରମୁଖ ଉତ୍ସ ଥିଲା । ଚବିଶ ପକ୍ଷରେ ପଚିଶ ପରବ ଛଡ଼ା, ଠାକୁର ଠାକୁରାଣୀଙ୍କ ପାଖରେ ପୂନେଇଁ, ଅମେଇସା ଓ ସଙ୍କରାନ୍ତି ଦିନ ପାଳି ଭୋଜି ହେଉଥିଲା । ବରଷକେ ଥରେ ଜଣଙ୍କର ପାଳି ପଡ଼ୁଥିଲା । ଏହା ଯୋଡ଼ା ହୋଇଥିଲା ଭାଗବତ ପାଠ ଓ ଶାସ୍ତ୍ରାର୍ଥ ସହ । ଗାଁରେ କରଣଙ୍କର ଇଷ୍ଟ ଦଧିବାମନ (ନାମ ଗଦାଧର)ଙ୍କର ନାନାଦି ଯାନିଯାତ୍ରା, ମଉଛବ ହୁଏ । ବୈଶାଖରେ ଚନ୍ଦନ ଯାତ, ଦୋଳରେ ବିମାନରେ ଗାଁ ବୁଲା, ଓ ଜମିଦାରଙ୍କ ପଡ଼ିଆରେ ଦୋଳ ମେଲଣ ତଥା ରଥଯାତରା, ବର୍ଷର ଗୋଟିଏ ଗୋଟିଏ ବଡ଼ ଉତ୍ସବ ଥିଲା । 

ଏହା ଛଡ଼ା  ଦଶହରା ମଧ୍ୟ ଗାଁର ଏକ ବଡ଼ ପର୍ବ ଥିଲା । କରଣଙ୍କ ବୋଲିରେ ଦଶହରାର ନାମ ଲେଖନବସା । ନଇପଠାରେ କାଶତଣ୍ଡି ଚହଟିଲା ବେଳକୁ ବିଦେଶରେ ଖଟୁଥିବା ଗାଁର ଚାକିରିଆ ବାବୁମାନେ ଘରମୁହାଁ ହୁଅନ୍ତି । ସେତେବେଳ ପର୍ଯ୍ୟନ୍ତ ବୋହୁ ଭୁଆଷୁଣୀମାନେ ପିଲାପିଚିକା ଧରି ମିଣିପମାନଙ୍କ ସହ ଯାଇ ଭିନ୍ନ ଦେଶରେ ବସା ବାନ୍ଧିବାର ଚଳଣି ଆରମ୍ଭ ହୋଇନଥାଏ । ଗାଁର ଲୋକେ ଏଇ ଲେଖନବସା ସମୟରେ ମଞ୍ଚରେ ଉପସ୍ଥାପନା ପାଇଁ ତିଆରନ୍ତି ଏକ ଲୋକପ୍ରିୟ ନାଟକ । ସମ୍ପୂର୍ଣ୍ଣ ଭାବରେ ସ୍ଥାନୀୟ ଉଦ୍ଦ୍ୟମରେ । ଖର୍ଚ୍ଚବାର୍ଚ୍ଚ ପାଇଁ ଗାଁରୁ ଚାନ୍ଦା ଆଦାୟ ହୁଏ । ଦର୍ଶକେ କିଛି ଦିଅନ୍ତି ନାହିଁ ।

ଦଶରା ଛଡ଼ା ରଥ ଉପଲକ୍ଷେ ମଧ୍ୟ ଯାତ୍ରାର ଆୟୋଜନ କରାଯାଏ । ହେଲେ ବରାଦିଆ । କଣିଆଁରେ ସେତେବେଳେ ଦିଅଁ ଦଶମୀରେ ମନ୍ଦିରକୁ ନ ଲେଉଟି, ବାହୁଡ଼ନ୍ତି ଏକାଦଶୀରେ । ଲେଉଟାଣୀରେ ଠାକୁରେ ରହନ୍ତି ଜମିଦାରଙ୍କ ଦାଣ୍ଡରେ, ନିଶଙ୍ଖୁଡ଼ି ଭୋଗ ପାଇ । ରାତିରେ ଠାକୁରଙ୍କ ପାଇଁ ଚାଲେ ବାଦିଯାତ୍ରା । ପେଟ୍ରୋମାକ୍ସ ଆଲୁଅର ଆୟୋଜନ ହୁଏ । ନ ମିଳିଲେ କାର୍ବାଇଡ଼ି ଗ୍ୟାସ ନାଇଟିରେ ଯାତ ଚାଲେ । 

ବାଛିବାଛି ଗାଁ ଲୋକେ ଠିକ୍ କରନ୍ତି ଯାତ୍ରାଦଳ । ଭଦରନୋକଙ୍କୁ ନିମନ୍ତ ଯାଏଁ । ଗାଁର ବାକି ମଳିମୁଣ୍ଡିଆ ସାଧାରଣ ଲୋକେ ଆସନ୍ତି ଦର୍ଶକ ଭାବରେ, ଅନିମନ୍ତ୍ରିତ । ଯାତ ଲାଗେ ଦୁଇ ରାତି । ଯେଉଁ ଦଳ ଜିତେ, ପାଏ ଟିକିଏ ଅଧିକ ପାରିଶ୍ରମିକ । ବେଳେବେଳ  ଦର୍ଶକମାନେ ଅଭିନୟରେ ଭାସିଯାଇ ଅଭିନେତାଙ୍କୁ ରୂପା ପଦକ ଦେବାର ଘୋଷଣା ଇତ୍ୟାଦି କରନ୍ତି । 

ଗାଁର ଝିଅବୋହୁ ମଧ୍ୟ ଯାତ ଦେଖି ଆସନ୍ତି । ବସନ୍ତି ବିନା ପରଦାରେ, ଜମିଦାରଙ୍କର ପିଣ୍ଡାରେ । ସେତେବେଳେ ମାଡ଼ ଥାଏ ବଇଷ୍ଟଁବ ପାଣି ଓ ଜଗନ୍ନାଥ ମାଆନ୍ତିଏ ଙ୍କ ବହିସବୁ ଉପରେ । ଫାର୍ସ ସବୁ ଥାଏ ବେଶୀ ଲୋକପ୍ରିୟ । ଯେଉଁ ଦିନଗୁଡ଼ିକରେ ଯାତ୍ରା ଅଭିନୟ ହୁଏ, ଗାଆଁ ଦାଣ୍ଡ ରାତି ସାରା ଭିଡ଼ ରହେ । ପଡ଼େ ନାନାଦି ଦୋକାନବଜାର । 

ଅଭ‌ିନେତାମାନେ ସେତେବେଳେ ପିନ୍ଧୁଥାନ୍ତି ଝାଲର ଓ ଅଭ୍ର ନଗା ପୋଷାକ । ପେଟରମାକୁସ ନାଇଟିରେ ତାହା ଚକମକ କରେ ଅଙ୍ଗାରଘଷା ଅମେଇସା ରାତିର ତାରାମଖା ଆକାଶ ପରି । ନାଟ ପଡ଼ିଆ ମଝିରେ ଥାଏ କେଇ ପୁରୁଷର ପୁରୁଣା ବରଗୋଟିଏ । ଅନେକ ଲୋକ ଗଛ ଉପରେ ଚଢ଼ିଯାଇ ଯାତ୍ରା ଦେଖନ୍ତି । ବାଣା ପରାଜୟ, କଂସ ବଧ, କର୍ଣ୍ଣ ବଧ, ବେଣୀ ସଂହାର, ପରଶୁରାମ ତଥା ଦାନୀ ହରିଶ୍ଚନ୍ଦ୍ର ଇତ୍ୟାଦି ବହି ସେତେବେଳେ ଅଭିନିତ ହେଉଥିଲା ।

ଯାନିଜାତରା ଛଡ଼ା, ସେତେବେଳେ ପାଲା ମଧ୍ୟ ବହୁତ ଜନପ୍ରିୟ ଥିଲା କଣିଆଁ ଗାଁ’ରେ । ଦକ୍ଷିଣ ଓଡ଼ିଶାରୁ ସେତେବେଳ ପର୍ଯ୍ୟନ୍ତ ଦାସକାଠିଆ ଆମଦାନୀ ହୋଇନଥାଏ । 

ପାଲାବାଲେ ଆଗେ ସତ୍ୟନାରାୟଣଙ୍କର ସ୍ତୁତି କରନ୍ତି । ତାହା ପରେ ନାନାଦି ଓଡ଼ିଆ କାବ୍ୟ କବିତାରୁ ଉଦ୍ଧୃତି ଦେଇ ନିଜ ନିର୍ବାଚିତ କାହାଣୀଟିକୁ ଆଗକୁ ନିଅନ୍ତି । ସାଧାରଣ ପାଲା ସହ ବାଦୀପାଲା ମଧ୍ୟ ଲୋକପ୍ରିୟ ଥିଲା, ଯେଉଁଥିରେ ରାତି ପରେ ରାତି ଦୁଇ ଦଳ ଭିତରେ କଠିନ ପଦର ଅର୍ଥ ଆଦିକୁ ନେଇ ପ୍ରତିଯୋଗିତା ଚାଲେ । କେତେବେଳେ ଛାନ୍ଦର ପ୍ରଥମ ପଦ ବୋଲି ତାହାପର ସବୁକୁ ବୋଲିବାକୁ କୁହାଯାଏ ତ, ଆଉ କେବେ ପୂରା ଛାନ୍ଦର ଅର୍ଥ ବୁଝାଇବାକୁ ଆହ୍ୱାନ କରାଯାଏ । ସେତେବେଳେ ପାଖର ବୋରିକିନାରେ ବରଷକୁ ଥରେ ପାଲା ପ୍ରତିଯୋଗିତା ହେଉଥାଏ, ଯାହାକୁ ସ୍ଥାନୀୟ ବୋଲିରେ କୁହାହେଉଥିଲା ପୂଜା । 

କଣିଆଁରେ ଗୋଟିପୁଅ ନାଚ ମଧ୍ୟ ସେତେବେଳ ମନୋରଞ୍ଜନର ଏକ ଗୁରୁତ୍ତ୍ୱପୂର୍ଣ୍ଣ ମାଧ୍ୟମ ଥିଲା । ଦଶହରା, କୁମାର ପୂନେଇଁ, ଦୋଳ ଯାତ ଇତ୍ୟାଦି ସମୟରେ ଗୋଟିପୁଅ ନାଚ ହେବ ହିଁ ହେବ । ଏହି ସମୟରେ ମନ୍ଦିର ଓ ମଠ ଇତ୍ୟାଦିର ନିଥର ପରିବେଶ, ଗୋଟିପୁଅଙ୍କର ଘୁଙ୍ଗର ତାଳରେ ଝଙ୍କୃତ ହୁଏ । ଏହା ଛଡ଼ା ଜମିଦାରିଆ ବଡ଼ନୁକ ବାହାଘରମାନଙ୍କରେ ବର ସହ ଗୋଟିପୁଅମାନେ ଯାଉଥିଲେ । 

କୈଶୋର ପୂର୍ବ ବୟସର ପିଲାଏ ଗୋଟିପୁଅ ବନି ଝୁଅବେଶ ହେଇ ନାଚୁଥିଲେ । ଶାଢ଼ି ପିନ୍ଧି, ଅଷ୍ଟ ଅଳଙ୍କାର ନାଇ, ବେଣି ପାରି, ଗୋଟିପୁଅମାନେ ଗୁରୁଙ୍କର ବେହେଲାର ତାଳେତାଳେ ନାଚୁଥିଲେ ଓ ଗାଉଥିଲେ । ତାଙ୍କ ସହିତ ଗୁରୁମାନେ ମଧ୍ୟ ଗାୟନ କରୁଥିଲେ । ବେଶଭୂଷାସବୁର ବେତପେଡ଼ି ବୋହୁଥିବା ଗୋଟିଏ ଭାରୁଆ ଆଉ ଗୋଟିପୁଅମାନଙ୍କୁ ଧରି ଗୁରୁ ଅବଧାନ ଗମନ କରୁଥିଲେ ଗାଁରୁ ଗାଆଁ, ଉଛବରୁ ଉଛବ ।  

ଏହି ସବୁ ପାରମ୍ପରିକ ମନୋରଞ୍ଜନର ଉପଚାର ସହ, ସେତେବେଳକୁ କଳଗାଉଁଣା ମଧ୍ୟ ଆସିସାରିଥିଲା । ଏଚ୍.ଏମ.ଭି. କମ୍ପାନୀର କଳ ଗାଉଁଣା ଉପରେ ଥିବ ମାଲିକର ସ୍ୱର ଶୁଣୁଥିବା ଗୋଟିଏ କୁକୁରର ଛବି । ସେତେବେଳ କଣିଆଁ ଭଳି ନିପଟ ମଫସଲ ଗାଁ’ମାନଙ୍କରେ କଳଗାଉଁଣା କେବଳ ଯୋଡ଼ିଏ ଯାଗାରେ ଦେଖିବାକୁ ମିଳୁଥିଲା । ପ୍ରଥମଟି ହେଲା, ବଡ଼ବଡ଼ ଜମିଦାରିଆ ଘର । ଦ୍ୱିତୀୟଟି ହେଲା, ସରକାର ବାହାଦୁରଙ୍କର କାମରେ ବୁଲୁଥିବା ଗବର୍ଣ୍ଣମେଣ୍ଟର ଭ୍ରାମ୍ୟମାଣ କର୍ମଚାରୀମାନଙ୍କର କ୍ୟାମ୍ପ୍ । 

ଗଣେଷ ଓ ସରସତୀ ପୂଜାରେ କଳଗାଉଁଣା ଦିଅଁ ଓ ପିଲାଙ୍କ ଲାଗି ଜମିଦାରଙ୍କ ଘରୁ ଇସ୍କୁଲକୁ ମଗା ହୋଇ ଆସେ । ସେତେବେଳେ ଓଡ଼ିଆରେ ବରଷକୁ ଅଳପ କିଛି ନୂଆ ରେକଡ଼ ଗୀତ ହିଁ ବାହାରୁଥିଲା । ‘ଉତ୍କଳ ଜନନୀ ହୋଇ ହିନିମାନି’, ଗୌରାଙ୍ଗଚରଣ ଦାସ ଗାଇଥିବା ‘ଆଚ୍ଛା ଗୋଲଟେବୁଲ ପାଲା ଲାଗିଲାରେ’ ତଥା ଗୋକୁଳ ମହାନ୍ତି ଗାଇଥିବା ‘ଆସ କିଏ ସେ ଯିବରେ, ଆଜି ରଜା ଘର ଖାନା’ ଇତ୍ୟାଦି ସେହି ସମୟରେ ଲୋକପ୍ରିୟ କଳଗାଉଣା ଗୀତ ଥିଲା । 

ଏହା ଛଡ଼ା ପଲ୍ଲୀଜୀବନରେ ମନୋରଞ୍ଜନ ପାଇଁ ନାନା କିସମର ଲୋକ ଭରି ହୋଇଥିଲେ । କାର୍ତ୍ତିକ ଅମେଇସାରେ ଗୋଟିଏ ଭକତ କାଳ‌ୀ ମୁଖା ଓ ଘୁଙ୍ଗୁର ଲଗାଇ ଦେବୀ ବନନ୍ତି । ଢୋଲ ପେଁକାଳି ବାଜେ । ଦେବୀଙ୍କର ମୁଖାରୁ ଲୋଳଲୋଳ ଜିଭ ଝୁଲେ । ହାତରେ ଚାମର ଧରି, କାଳସୀର ପାଦ ପଡ଼େ ଢୋଲର ତାଳରେ । ତାଙ୍କୁ ଧୂପ ଦୀପ ଦେଇଦେଇ ସନ୍ତୁଷ୍ଟ କରାଯାଏ । 

ସେହିପରି ଚଇତ ମାସରେ ଚାଲେ ପାଟୁଆ ଯାତ । ମାନସିକ କରିଥିବା ଲୋକେ ଓପାସ କରି ଗାଁ’ ସାରା ଘରଘର ଗୀତ ଗାଇ ବୋଲନ୍ତି । ବୈଶାଖ ମାସରେ ଠାକୁରାଣୀଙ୍କର ଘଣ୍ଟକୁ ଗୋଟେ ଭକ୍ତ ମୁଣ୍ଡାଇ, ରଣପାରେ ଚାଲି, ବୁଲେ ଗାଆଁ ଗାଆଁ । ସବୁଠାରୁ ବେଶୀ କାଟତି ଥାଏ କାକଟପୁର ମଙ୍ଗଳା ଓ ଝଙ୍କଡ଼ର ସାରଳାଙ୍କର ଘଣ୍ଟର । କାର୍ତ୍ତିକ ଓ ବୈଶାଖ ମାସରେ ଆସନ୍ତି ଚକୁଳିଆ ପଣ୍ଡା ଓ ଧର୍ମ ମାସର ମାହାତ୍ମ୍ୟ ବୁଲିବୁଲି ବୁଝାନ୍ତି ।

ନଳୁଆ କେଳା ଜାତିର ଲୋକେ ଗୋଟିଏ ସ୍ଥାନରେ ଚିରସ୍ଥାୟୀ ଭାବେ ରହନ୍ତି ନାହିଁ । ଗାଁଗାଁ ବୁଲନ୍ତି । ପୁରୁଷମାନେ ନଳ ସାହାଯ୍ୟରେ ଚରେଇ ଧରନ୍ତି – ଖାଆନ୍ତି, ନ ହେଲେ ପୋଷିବା ପାଇଁ ବିକିଦିଅନ୍ତି ।  ସେମାନେ କୁହୁକ ବି ଦେଖାନ୍ତି । ଏହି ଜାତିର ସ୍ତ୍ରୀଲୋକେ ଚିତା କୁଟାନ୍ତି ଓ ସିନ୍ଦୁର, ଗୋରଚନା ଓ ଶସ୍ତା ଗହଣା ଆଦି ଝୁଅବୋହୁମାନଙ୍କୁ ବୁଲାଇ ବିକନ୍ତି । 

ଖରାଦିନେ ଖୋରଧା ଆଡ଼ୁ ଆସନ୍ତି କୁହୁକରାଣୀ । ଦୁଇଟି କୋଡ଼ିଏ ବାଇଶ ଫୁଟ ଡେଙ୍ଗା ବାଉଁଶ ପୋତି ତା’ ଉପରେ ଟଙ୍ଗା ହୁଏ ଦଉଡ଼ିଟିଏ । ଛୋଟ କଣି ବାଉଁଶଟିକୁ ଧରି, କୁନି ବାଳିକାଟିଏ ଚାଲେ ସେଇ ମୋଟା ବାଣିଟି ଉପରେ । ତଳେ ବାଜୁଥାଏ ବାଜା, ତା’ ଚାଲିର ତାଳ ଦେବା ପାଇଁ । 

ମଝିରେ ମଝିରେ ନାଥ ଯୋଗୀମାନେ ଆସନ୍ତି । କେନ୍ଦରା ବଜାଇ ଗୀତ ଶୁଣାନ୍ତି । ଖରାଦିନେ ଅନେକ ଜାଗାରେ ରାମଲୀଳା ମଧ୍ୟ ହୁଏ । ମୁଖା ପିନ୍ଧି ରାବଣ ଓ ହନୁମାନ ଇତ୍ୟାଦି ଚରିତ୍ର ଅଭିନୟ କରନ୍ତି । ସେତେବେଲେ ଜଗତସିଂପୁରର ସୁଜଙ୍ଗର ରାମଲୀଣା ପ୍ରସିଦ୍ଧ ଥିଲା । ଗାଁରେ ବିଜୁଳି ନଥିଲା । ସବୁଠାରୁ ପାଖ ଚଳଚିତ୍ର ଥିଏଟରର ପରଦା ଥିଲା କାହିଁ କେତେ ଦୂରରେ, କଟକରେ । ହେଲେ ତଥାପି ମନ ଭୁଲାଇବା ପାଇଁ ସାଧନର ଅଭାବ ନଥିଲା । ସୁଲଭ ଥିଲା ଗୋଟିଏ ଜୀବନ୍ତ ସଂସ୍କୃତିର ଏକ ଚଳମାନ ପ୍ରବାହ ।

ଟୀକା: ଏହି ଲେଖାଟି ପାଇଁ ଉପାଦାନ ଭୁବନେଶ୍ୱରର ଶିକ୍ଷାସନ୍ଧାନ ସଂସ୍ଥା ୨୦୧୧ ମସିହାରେ ଛାପିଥିବା ବିଷ୍ଣୁଚରଣ ମହାନ୍ତି କୃତ ଆତ୍ମଜୀବନୀ ‘ଆମ ପାଠପଢ଼ା ସମୟ’ରୁ ସଙ୍ଗୃହିତ । ଆଲେଖଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା ।

Wednesday, October 15, 2025

It's righteousness that sustains the world

Bhima Bhoi

Translated by Sailen Routray


Geometry by chance
https://commons.wikimedia.org/Christian Vollmer

It's righteousness that sustains the world 
through the four ages. [0]

Those who recognise the soul
by donating food,
and practice peace, virtue, mercy and forgiveness,
come under its dominion. [1]

Surrender to the Name.
Show mercy to all living beings.
There is no dharma truer than this
in the whole wide world. [2]

Know through the body.
Then it would be evident
that the indescribable, formless Being 
fills all the pots holding life. [3] 

That Being is the inner witness.
Endless is His grace.
Knowing adoration and service,
He is revealed in devotion. [4]

When His Being is probed in the mind
is only then that truth is performed. 
If one feels so, then He is nearby,
having arisen for the devotees' welfare. [5]

Tears flow from both the eyes.
My heart is in torment.
Bhima Kandha, the devotee,
is seeking him ceaselessly. [6]  

Note: Bhima Bhoi (1850-1895) was an 19th century Odia saint poet. His compositions were instrumental in the spread of Mahima religion in peninsular India, especially in the Odia speaking regions. His bhajans remain popular even today, and are performed widely. Although he was ignored by the literary establishment of his times, he is a major figure in the history of Odia literature now, with texts like "Stuti Chintamani" and "Bramha Nirupana Gita" considered as classics.

Wednesday, October 8, 2025

ବାଳ ବର୍ଗ ୫

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ବୁଦ୍ଧଙ୍କର ମହାପ୍ରୟାଣର ସ୍ଥାନ କୁଶୀନଗର ଠାରେ ସ୍ଥାପିତ ବୌଦ୍ଧ ସ୍ତୁପ
ଫଟୋ କ୍ରେଡ଼ିଟ - ୱିକିମିଡ଼ିଆକମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଯଦି ମୂର୍ଖ ଜନ କେହି ଜନ୍ମରୁ ମରଣ
ପର୍ଯ୍ୟନ୍ତ ପଣ୍ଡିତ ଲୋକେ କରେ ଉପାସନ ।
ଡଙ୍କି ଯେପରି ଝୋଳର ରସ ନ ଚାଖଇ
ସେହିପରି ବାଳଜନ ଧର୍ମ  ନ ଜାଣଇ ।୫।

ମୂଳ ପାଲି ପଦ

ଯାବଜୀବମ୍ପି ଚେ ବାଳୋ ପଣ୍ଡିତଂ ପୟିରୁପାସତି ।
ନ ସୋ ଧମ୍ମଂ ବିଜାନାତି ଦବ୍ବୀ ସୂପରସଂ ଯଥା ।।
ଯାବଜ୍ଜୀବମପି ଚେତ୍ ବାଳଃ ପଣ୍ଡିତ‌ଂ ପର୍ଯ୍ୟୂପାସ୍ତେ ।
ନ ସଃ ଧର୍ମ୍ମଂ ବିଜାନାତି ଦର୍ବ୍ୱୀ ସୂପରସଂ ୟଥା ।୫। 

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

Wednesday, October 1, 2025

The inner witness

Bhima Bhoi

Translated by Sailen Routray


Curved form with inner form
Anima, a bronze abstract sculpture by Barbara Hepworth
In the Glynn Vivien Art Gallery, Swansea, Wales
Photo credit: https://commons.wikimedia.org/14GTR

If you perform devotion within,
then the master who is the inner witness
does come to know. [0]

If you chant the Name 
after recognizing it,
then stones turn into water,
dry wood starts blossoming, and flowers.
If there are desires from the past,
their nature becomes visible.
And the voiceless and the dumb 
start chanting the four vedas. [1]

Idiots become wise
by getting knowledge through recollection.
Their banner is raised across the world,
their fame increases.
Through experience, by being established in It
one gains wisdom,
and arrives at the final liberation. [2]

If the mind is firm,
then it is possible to light a lamp
in a dark room everyday
without any oil.
If one suffering chants the Name,
then even Death cannot punish him,
even if lame, he crosses the mountains. [3]

Action stems from non-action.
It's the unnamable
who makes all movement possible.
The delusions of the world
are torn asunder. 
One becomes free of afflictions.
All one's desires, imaginaries, wishes,
  and the deepest longings are fulfilled.
Surely, they just sit,
and enjoy the fruits. [4] 

Sound stems from the home of silence.
The four vedas are born.
They know grace.
They explain the scriptures.
They have the lustre
of the preserver of the universe. 
Oh wise and intelligent ones,
they compose poetry, and become poets. [5]

The formless Lord knows 
all one's inner workings.
He is everywhere.
But He remains invisible in all forms.
Bhima the forsaken one says,
if one knows this truth with conviction,
then He listens even from a million miles. [6]  

Note: Bhima Bhoi (1850-1895) was an 19th century Odia saint poet. His compositions were instrumental in the spread of Mahima religion in peninsular India, especially in the Odia speaking regions. His bhajans remain popular even today, and are performed widely. Although he was ignored by the literary establishment of his times, he is a major figure in the history of Odia literature now, with texts like "Stuti Chintamani" and "Bramha Nirupana Gita" considered as classics.

That effulgent radiance Bhima Bhoi Translated by Sailen Routray Photo credit: commons.wikimedia.org/Mayooranathan  That effulgent radiance d...