ରେଭେନ୍ସାର ଖାନା
ଶୈଲେନ ରାଉତରାୟ
ରେଭେନ୍ସାର ପୂର୍ବ ଛାତ୍ରାବାସର ଆଲୋକଚିତ୍ର (ଅପ୍ରେଲ ୨୦୨୦) ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଦିନ ଥିଲା, କଲେଜେ କହିଲେ
ନୋକେ ବୁଝୁଥିଲେ ଗୋଟିଏ ଜେଗା - କଟକର ରେଭେନ୍ସା । ତା'ର କାରଣ ବି ଥେଲା । ଏ ରାଇଜ ସାରା (କହିବାକୁ
ଖାଲି ରାଇଜ - ପକୃତରେ ଥେଲା ବାର ଭାଇଙ୍କର ଇଜିମାଇଲି ଗାଡ଼ିଆ), ମାନେ କୁଜଙ୍ଗରୁ କୁଚିଣ୍ଡା ପର୍ଯ୍ୟନ୍ତ,
ଜଶୀପୁରରୁ ଲକ୍ଷ୍ମୀପୁର ଯାଏଁ ବ୍ୟାପିଥିବା ଓଡିଆଭାଷୀ ଅଞ୍ଚଳରେ ଥିଲା ଗୋଟିଏ କଲେଜେ - ରେଭେନ୍ସା
କଲେଜେ ।
ପ୍ରସିଦ୍ଧ କଥାକାର ବସନ୍ତ ଶତପଥୀ ୧୯୩୩ ମସିହାରେ ରେଭେନ୍ସାରେ ବୃତ୍ତିଧାରୀ ଛାତ୍ର ଭାବରେ ପଢ଼ିବାକୁ ଆସିଲା ବେଳକୁ ୧୮୬୮
ମସିହାରେ ଛଅ ଜଣ ପିଲାଙ୍କୁ ଧରି ଖୋଲାଯାଇଥିବା ଇଣ୍ଟରମେଡିଏଟେ କଲେଜେରେ ସେତେବେଳକୁ ଇଂରେଜିରେ ଏମ୍.ଏ.
ଖୋଲି ସାରିଥିଲା । ଆଇ.ଏ. ରେ ବସନ୍ତ ବାବୁଙ୍କର ବିଷୟ ଥିଲା ଇତିହାସ, ଲଜିକ୍, ସଂସ୍କୃତ । ରହୁଥିଲେ
ଇଷ୍ଟ୍ ହଷ୍ଟେଲରେ ।
ହଷ୍ଟେଲରେ ସକାଳ ଜଳଖିଆରେ
ମିଳୁଥିଲା ଚାରିଟା ପୁରୀ ଓ ତରକାରୀ । ଦିନବେଳା ଆମିଷ ଖାଉଥିବା ଲୋକଙ୍କ ପାଇଁ ସବୁଦିନ ମାଛ । ଶନିବାର
ଦିନ ମାଂସ । ରାତିରେ କାନିକା । ଯେ ମାଂସ ନ ଖାଆନ୍ତି ତାଙ୍କ ପାଇଁ ରସଗୋଲା ଓ ଦିବ୍ୟ ଅନ୍ନ । ଉପରବେଳା
ଜଳଖିଆ ଚାରିରୁ ଛଅଟା ଭିତରେ; ଖାଇବା ପାଇଁ ମୋହନଭୋଗ ନ ହେଲେ କାକରା । ହଷ୍ଟେଲେରେ ଥିଲା
ମିଠା ଦୋକାନଟିଏ - ଯିଏ ଚାହିଁବ କିଣି କରି ଖାଇପାରିବ । ପୂଜାରୀ ଭାବରେ ଥିଲେ ଧନି, କେଶବ, ବେଙ୍ଗ ।
ସମସ୍ତଙ୍କ ପାଇଁ ପିତ୍ତଳ ଥାଳି, ଗିନା ଓ ଗିଲାସ ।
ପ୍ରତି ମାସର ଶେଷ ଶନିବାରରେ ହେଉଥିଲା ବିଶେଷ ମାସିକିଆ ରାଜକୀୟ ଭୋଜି । ପଲଉ । ପଲଉ ସହିତ ମାଂସର
ଚପ୍, କଟଲେଟ୍ ଓ ଝୋଳ । ସାଧାଖିଆଙ୍କ ପାଇଁ ଛଅସାତ ଠା' ନିରାମିଷ ତରକାରୀ । ସେଥିରେ ବଢ଼ାହେଉଥିଲା
ଦୁଇତିନି ଠା' ମିଠା ଓ ଖିରି । ସାଥିରେ କିସିମିସି ଦିଆ ଖଜୁରୀ ଖଟା ।
ହଷ୍ଟେଲେ ଖାଇବା ବାହାରେ ପାଟି ଟକଳେଇଲେ ବା ଭୋକ କଲେ ଆଶ୍ରା ହେଲା ଅନୁ ପାନ ଦୋକାନ ପାଖକୁ କୁଞ୍ଜିଆ ମିଠା ଦୋକାନ । ଚାରି ପଇସାରେ ଚାରୋଟି ରୁଟି ଭଳିଆ ବଡ଼ ବଡ଼ ଲୁଚି ଓ ପୁଡ଼ାଏ ଆଳୁଦମ । ତାଙ୍କ ଦୋକାନର ପାନ୍ତୁଆ ଅପୂର୍ବ ।
ବର୍ତ୍ତମାନର
ନେତାଜୀଙ୍କ ମୂର୍ତ୍ତି ପାଖରେ ଗୁଜୁରାଟୀ ଦୋକାନରେ ମିଳେ ଗାଣ୍ଠିଆ, ସେଉ, ମହୀଶୂରପାଗ ମିଠା, ଚଟଣି ଆଉ
ଚାହା । କଲେଜର ଆଦର୍ଶ ସ୍ଥାନୀୟ ଶିକ୍ଷକ, ଲାଇବ୍ରେରୀ ଓ ପାଠପଢ଼ା ସହ, ପିଲାଙ୍କୁ ବାନ୍ଧି ରଖୁଥିଲା
ମନକୁ ଟାଣି ରଖିଲା ଭଳି ନାନା ପ୍ରକାରର ଖାଇବା ।
ଟୀକା: ଏହି କ୍ଷୁଦ୍ର ପ୍ରବନ୍ଧଟିର ଉପାଦାନ ୨୦୦୮ ମସିହାରେ ପ୍ରକାଶିତ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ 'ମନେପଡ଼େ' ରୁ ସଙ୍ଗୃହିତ । ବହିଟିର ସମ୍ପାଦକ ହେଲେ ସୁମନ୍ୟୁ ଶତପଥୀ ଓ ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ । ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି' ଛାପିଥିଲେ ।
Lovely piece Sailen..
ReplyDeleteThanks bhai. Pranam.
DeleteNice pick..
ReplyDelete:)
DeleteGreat Sailen. Thanks for sharing
ReplyDeleteNamaskar. Thanks for reading Basudev da. Good to know that you liked it. Regards.
Deleteବହୁତ ସୁନ୍ଦର ଲେଖାଟି ଲୋକଲୋଚନକୁ ଆଣି ଥିବାରୁ ଧନ୍ୟବାଦ।
ReplyDeleteନମସ୍କାର । ପଢ଼ିବା ପାଇଁ ଓ ଆପଣଙ୍କ ମତାମତ ନିମନ୍ତେ ଧନ୍ୟବାଦ ।
DeleteBeautiful piece of narrative!Basant Satpathy was a fantastic story teller.Thanks for your nice effort.
ReplyDeletePranam. Thanks for the kind words. Basanta babu was a great raconteur as well. Someone must compile a book of his 'gulis'. Regards.
DeleteOnce again deadly message on our social structure....in the autobiographical reminiscences....
ReplyDeleteThanks for reading and commenting. Regards.
Delete