Thursday, January 28, 2021

ସାଆନ୍ତଙ୍କ ପିଲାଦିନ ପଢ଼ାପଢ଼ି

ଶୈଲେନ ରାଉତରାୟ 

ବାଲ୍ୟକଳା
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦିନ ଥିଲା ସାଆନ୍ତ କହିଲେ ପାରାଦ୍ୱୀପ ଅଞ୍ଚଳରେ ଅବିଭକ୍ତ କଟକ ଜିଲ୍ଲାରେ କେବଳ ଜଣଙ୍କୁ ହିଁ ବୁଝାଉଥିଲା ସେ ହେଲେ ସ୍ୱାଧୀନତା ସଙ୍ଗ୍ରାମୀ, ଲେଖକ ଅନୁବାଦକ (ତାଙ୍କର ଯୋଗବଶିଷ୍ଠ ଗଦ୍ୟାନୁବାଦ ପରି ପ୍ରାଞ୍ଜଳ ସୁଖପାଠ୍ୟ ଭାଷାନ୍ତର ଲେଖକ କ୍ୱଚିତ ପଢ଼ିଛି), ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ସାଧକ, ନାରାୟଣ ବୀରବର ସାମନ୍ତ

ଜନ୍ମ ତାଙ୍କର ସେବେଳର ଅବିଭକ୍ତ କଟକ ଜିଲ୍ଲାର (ଏବେର କେନ୍ଦ୍ରାପଡ଼ା ଜିଲ୍ଲା) ଇନ୍ଦୁପୁର ଗାଁର ଜମିଦାର ପରିବାରରେ, କାର୍ତ୍ତିକ ମାସର କୃଷ୍ଣପକ୍ଷର ଏକାଦଶୀ ତିଥିରେ ବାପାଙ୍କ ନାଁ ଥିଲା ପରମାନନ୍ଦ ଜଗଦ୍ଦେବ ମାଆଙ୍କ ନାଁ, ନକ୍ଷତ୍ରମାଳୀ ନାରାୟଣଙ୍କୁ ମାତ୍ର ପାଞ୍ଚବର୍ଷ ହୋଇଥିବା ବେଳେ ପରମାନନ୍ଦ ଅପସ୍ମାର ବ୍ୟାଧିଗ୍ରସ୍ତ ହୋଇ ମୃତ୍ୟୁବରଣ କଲେ

ସେହି ସମୟରେ ଆଠଗଡ଼ ରାଜାଙ୍କ ପାଖରେ ଆଶ୍ରିତ ହୋଇ ତାଙ୍କ ଅତିଥି ପରିବାର ଭାବରେ ରହୁଥିବା ନାରାୟଣଙ୍କ ମାମୁଁ ବଳରାମ ବୀରବର ନିଜ ଭଉଣୀଙ୍କୁ (ନାରାୟଣଙ୍କର ମାତା ନକ୍ଷତ୍ରମାଳୀଙ୍କୁ) ସଙ୍ଖୋଳିବା ପାଇଁ ଆସିଥାଆନ୍ତି ସେ ଥିଲେ ଅପୁତ୍ରିକ ଏଣୁ ସେ ନାରାୟଣଙ୍କୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରି ତାଙ୍କ ନାମରେ ଗୋଟିଓ ଉସିଅତ୍‌ନାମା ଲେଖିଦେଲେ ହେଲେ ନିଜ ଭିଣୋଇ ଚାଲିଯିବାର ଏକୋଇଶ ଦିନ ପରେ ସେ ମଧ୍ୟ ନିଜ ଭଉଣୀ ଘରେ ଇହଲୀଳା ସମ୍ବରଣ କଲେ ଶାଳକ ଭିଣୋଇ ଡକାହକା ହୋଇ ଗଲା ପରି ଗୋଟିଏ ମାସ ଭିତରେ ଆରପାରିକୁ ଚାଲିଗଲେ

ନାରାୟଣଙ୍କୁ ନିଜ ବିଧବା ମାଇଁଙ୍କର ପୋଷ୍ୟପୁତ୍ର ଭାବରେ ଆଠଗଡ଼କୁ ଆସିବାକୁ ପଡ଼ିଲା ସେତେବେଳକୁ ତାଙ୍କୁ ଛଅ ବର୍ଷ ବୟସ ହୋଇଥିବ କି ନାହିଁ ସନ୍ଦେହ ଆଠଗଡ଼ ରାଜପ୍ରସାଦ ପରିସର ଭିତରେ ନାରାୟଣଙ୍କର ପରିବାରର ଅଲଗା ଘର ଖଣ୍ଡିଏ ଥିଲା ତାହାକୁ ମଧ୍ୟ ଉଆସ ହିଁ କୁହାଯାଉଥିଲା ଇନ୍ଦୁପୁରର ସ୍ୱଚ୍ଛନ୍ଦ ଗ୍ରାମ୍ୟ ପରିବେଶରୁ ଆସି, ଆଠଗଡ଼ର ରାଜକୀୟ ଖାପ୍‌ଚାରେ ପଡ଼ିବା ପାଇଁ ତାଙ୍କୁ ଅନେକ ସମୟ ଲାଗିଗଲା

ଇନ୍ଦୁପୁରରେ ହିଁ ନାରାୟଣଙ୍କର ପାଠପଢ଼ାର ମୂଳଦୁଆ ପଡ଼ି ସାରିଥିଲା ଅକ୍ଷର ସଙ୍ଖ୍ୟା ଜ୍ଞାନ ସେ ସେହିଠାରେ ଅକ୍ତିଆର କରିସାରିଥିଲେ ସେତେବେଳେ ପ୍ରଥମଶ୍ରେଣୀ ପୂର୍ବରୁ ଶିଶୁଶ୍ରେଣୀଟିଏ ମଧ୍ୟ ଥାଏ ମାତ୍ର ପାଠପଢ଼ାରେ ନାରାୟଣଙ୍କ ବ୍ୟୁତ୍ପୁତି ଯୋଗୁଁ ତାଙ୍କର ନାମ ପ୍ରଥମ ଶ୍ରେଣୀରେ ଲେଖା ଯାଇ ସିଧା ଦ୍ୱିତୀୟ ଶ୍ରେଣୀରେ ଲେଖାଗଲା

ଆଠଗଡ଼ର ସେବେର ରାଜା ବିଶ୍ୱନାଥ ଦେବବର୍ମା ନାରାୟଣଙ୍କର ଅଜା ହିସାବ ଲାଗୁଥିଲେ ଏବଂ ଯେବେ ନାରାୟଣ ଆଠଗଡ଼କୁ ପୋଷ୍ୟପୁତ୍ର ଭାବରେ ଆସିଲେ, ସେବେ ବିଶ୍ୱନାଥ ଥିଲେ ଅପୁତ୍ରିକ ଏସବୁ କାରଣ ଯୋଗୁଁ ସେ ନିଜ ଉଆସ ହତା ଭିତରେ ରହୁଥିବା ନାତି ହିସାବ ଲାଗୁଥିବା ପିଲାଟିର ଭଲମନ୍ଦ ପାଠପଢ଼ା ଇତ୍ୟାଦି ଅତି ଆଗ୍ରହର ସହ ବୁଝିବାକୁ ଲାଗିଲେ

ସନ୍ଧ୍ୟାବେଳେ ଘୋଡ଼ାଗାଡ଼ିରେ ବସି ବୁଲି ବାହାରିଲା ବେଳକୁ ସେ ନାତିପିଲାଟିକୁ ସାଙ୍ଗରେ ନେଉଥିଲେ ପାଠପଢ଼ା ବିଷୟରେ ଛୋଟମୋଟ ମୌଖିକ ପରୀକ୍ଷା କରି, ତହିଁର ଉଚିତ ଉତ୍ତର ପାଇ, ନାରାୟଣଙ୍କ ଉପରେ ବହୁତ ଖୁସି ମଧ୍ୟ ହେଉଥିଲେ ବିଶ୍ୱନାଥଙ୍କର ସଂସ୍କୃତରେ ଗଭୀର ପ୍ରବେଶ ଥିବାରୁ ତାଙ୍କ ଆଦର୍ଶରେ ନାତିଙ୍କ ଭିତରେ ସେହି ଭାଷାଟି ପ୍ରତି ପ୍ରେମ ଆଗ୍ରହର ଉଦ୍ରେକ ଘଟିଲା

କେହି କେହି  ବିଶ୍ୱନାଥଙ୍କୁ ଏହା ପରାମର୍ଶ ଦେଲେ କି, ଦ୍ୱିତୀୟ ଥର ବିବାହ କଲେ ସେହି ପକ୍ଷରୁ ପୁତ୍ରଲାଭ ହୋଇପାରେ ସେପରି ହିଁ ଘଟିଲା ନାରାୟଣ ଏହି ରାଣୀ ତାଙ୍କ ପୁଅଙ୍କର ବିଶେଷ ଘନିଷ୍ଠ ବନିଗଲେ ତାଙ୍କ ସହ ଅନେକ ସମୟ କଟାଇବାକୁ ଲାଗିଲେ ତଥାପି ମଧ୍ୟ ରାଜକୀୟ ଆଦବକାଇଦାର ବନ୍ଧନ ତାଙ୍କୁ ଆଠଗଡ଼ ମାଇନର ବିଦ୍ୟାଳୟରେ ତାଙ୍କର ସହପାଠୀମାନଙ୍କ ମଧ୍ୟରେ ସଖ୍ୟ ଖୋଜିବାକୁ ବାଧ୍ୟ କରୁଥିଲା ସେହି ସାଧାରଣ ବର୍ଗର  ପିଲାମାନଙ୍କ ସହ ସ୍କୁଲରେ ଖେଳଛୁଟିରେ ମିଶି ସମୟ ବିତାଇବା ତାଙ୍କୁ ବହୁତ ଭଲ ଲାଗୁଥିଲା ସେତେବେଳେ ଆଠଗଡ଼ ମାଇନର ସ୍କୁଲରେ ପାଠପଢ଼ାର ମାନ ଅତି ଉନ୍ନତ ଥିଲା

କିନ୍ତୁ ରାଜାଙ୍କର ଇଚ୍ଛା ଥିଲା କି ନାରାୟଣ କଟକରେ ପାଠ ପଢ଼ନ୍ତୁ ବୋଲି ସେ ଶୁଣିବାକୁ ପାଇଲେ ଯେ ତାଙ୍କ ବଡ଼ ଭାଇ ପୀତାମ୍ବର କଟକରେ ରେଭେନ୍ସା ମହାବିଦ୍ୟାଳୟରେ ବି.. ଡିଗ୍ରୀ ପାଇଁ ପାଠ ପଢ଼ୁଛନ୍ତି ସେବେ ନାରାୟଣଙ୍କ ମାଇନର ପାଠ ସରିବା ପାଇଁ ଆଉ ବର୍ଷେ ବାକିଥାଏ ତଥାପି ଭାଇଙ୍କ ପାଖରେ ରହି ପଢ଼ିବା ପାଇଁ ତାଙ୍କୁ କଟକକୁ ଚହଟା ଘାଟ ଦେଇ ଦନ୍ତା ହାତୀରେ ବସାଇ ପଠାଇ ଦିଆଗଲା ତାଙ୍କ ଭାଇ ଅନ୍ୟ କଲେଜ ପିଲାଙ୍କ ସହ ମିଶି ଗୋଟିଏ ମେସ୍‌ରେ ରହୁଥାଆନ୍ତି ତାଙ୍କର ସେହିଠାରେ ରହିବା ଠିକ୍ ହେଲା ଭିକ୍ଟୋରିଆ ଇଂଲିଶ୍ ହାଇସ୍କୁଲ (ଏବେର ଭକ୍ତମଧୁ ବିଦ୍ୟାପୀଠ)ରେ ନାଁ ଲେଖାଇ ଦିଆଗଲା

ଏହି ନୂଆ ପରିବେଶ ନାରାୟଣଙ୍କୁ ଆରେଇଲା ନାହିଁ ପିଲାମାନଙ୍କ ରଙ୍ଗଢଙ୍ଗରେ ବଜାରୀ ଛଟା ତାଙ୍କୁ ବ୍ୟଥିତ କଲା ମଫସଲରୁ ଆସିଥିବା କିଛି ସରଳ, ସଚ୍ଚରିତ୍ର ପିଲାଙ୍କ ସହ ସେ ସଖ୍ୟ ସ୍ଥାପନ କଲେ କଟକର ସହରୀ ପିଲାଙ୍କ ସଂସ୍କୃତି ସହିତ ଖାପ ଖୁଆଇ ଚଳିବା ତାଙ୍କ ପକ୍ଷରେ ସମ୍ଭବ ନଥିଲା ସେ ଜଗିରଖି ଚଳିବା ଆରମ୍ଭ କଲେ ଆଠଗଡ଼ ମାଇନର ସ୍କୁଲରେ ପଡ଼ିଥିବା ତାଙ୍କର ପାଠର ମୂଳଦୁଆଟି କଟକରେ ମଧ୍ୟ କାମ ଦେଲା କଟକ ସହରର ଏକ ନାଁକରା ବିଦ୍ୟାଳୟରେ ପଢ଼ି ମଧ୍ୟ ସେ ନିଜର କିଛି ବେଶି ଶୈକ୍ଷିକ ଅଗ୍ରଗତି ଲକ୍ଷ୍ୟ କରି ପାରିଲେ ନାହିଁ

ତାଙ୍କୁ ଅଠର ବର୍ଷ ହୋଇଥିବା ସାଲରେ ଆଠଗଡ଼ ରଜା ଚାଲିଗଲେ ସେଇଟି ଥାଏ ତାଙ୍କର ଏଣ୍ଟ୍ରାନ୍ସ୍ ପରୀକ୍ଷାର ବର୍ଷ ନିଜର ଜଣେ ପ୍ରିୟଜନଙ୍କ ମୃତ୍ୟୁ ଛଡ଼ା, ତାଙ୍କୁ ସେହି ବର୍ଷ ଆହୁରି ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିଲା ଏଣୁ ପାଠ ପ୍ରତି ପୂରା ଧ୍ୟାନ ଦେବା ତାଙ୍କ ପକ୍ଷରେ ସମ୍ଭବପର ହେଲା ନାହିଁ ବଛାବଛି ପରୀକ୍ଷା ବେଳକୁ ହିସାବରୁ ଜଣାଗଲା ଯେ, ସେହି ବର୍ଷ ମାତ୍ର ବୟାଳିଶଟି ଦିନ ହିଁ ସେ ବିଦ୍ୟାଳୟରେ ଉପସ୍ଥିତ ରହିଛନ୍ତି ତଥାପି ତାଙ୍କୁ ଟେଷ୍ଟ ପରୀକ୍ଷା ଦେବାରୁ ବଞ୍ଚିତ କରାଗଲା ନାହିଁ

ସେ ବଛାବଛି ପରୀକ୍ଷାରେ ଦୁଇଟି ସଂସ୍କୃତ ପେପର ଜାଣିଶୁଣି ଡ୍ରପ୍ କଲେ, ଏକଥା ଭାବି କି ପ୍ରସ୍ତୁତି ଖରାପ ଅଭାବରୁ ଏଣ୍ଟ୍ରାନ୍ସ୍ ପରୀକ୍ଷାରେ ଖରାପ ନମ୍ବର ରଖି ପାସ୍ କରିବା ଅପେକ୍ଷା ଟେଷ୍ଟ ପରୀକ୍ଷାରେ କିଛି ପେପର ଡ୍ରପ୍ କଲେ ମୂଳରୁ ପରୀକ୍ଷା ଦେବାକୁ ଅନୁମତି ହିଁ ମିଳିବ ନାହିଁ ହେଲେ ତାଙ୍କର ଯୋଜନା କାର୍ଯ୍ୟକାରୀ ହେଲା ନାହିଁ ଯୋଡ଼ିଏ ପେପର ଡ୍ରପ୍ କରି ମଧ୍ୟ ତାଙ୍କୁ ଶେଷ ପରୀକ୍ଷା ଦେବା ପାଇଁ ଯୋଗ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରାଗଲା

ସେ ଦୁଇ ମାସ ମାତ୍ର ପଢ଼ାପଢ଼ି କରି ପରୀକ୍ଷା ଦେଲେ ଯେପରି ଆଶଙ୍କା କରୁଥିଲେ, ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ ପାସ୍ କଲେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ୍ କରିବା ନୋହିଲା ଏଭଳି ଭାବରେ କଟକରେ ପାଞ୍ଚ ବରଷ ଇସ୍କୁଲ ଶିକ୍ଷା ସାରି ସେ ରେଭେନ୍ସା କଲେଜରେ ନାଁ ଲେଖାଇଲେ

ବି.ଦ୍ର. ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ପ୍ରକାଶିତ ହୋଇଥିଲା ଏଥିରେ ବ୍ୟବହୃତ ଉପାଦାନଗୁଡ଼ିକ ନାରାୟଣ ବୀରବର ସାମନ୍ତଙ୍କ ଆତ୍ମଜୀବନୀମୂଳକ ବହି ଜୀବନ-ସ୍ମୃତିରୁ ନିଆଯାଇଛି ପୁସ୍ତକଟିର ପ୍ରଥମ ସଂସ୍କରଣ ଲେଖକଙ୍କର ଅବର୍ତ୍ତମାନରେ, ୨୦୦୬ ମସିହାରେ, କଟକସ୍ଥ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିରଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା

Monday, January 25, 2021

Four Replies for Joshua - III

Room number 5, Student’s Hostel, NIAS


Sailen Routray


Photo Credit - Wikimedia Commons

What is the sound of one hand clapping?
A fart.
 
Farts produced by overeating fermented rice
 have a de-hangovering smell; 
like that of stale mint leaves;
the sound of a suppressed fart 
born by eating khichdi 
made with moong dal late in the night
has the consistency of claps 
induced by gazals sung by Iqbal Bano;
those brought into existence 
by eating lahmacun 
have the flavour of tender onion shoots 
marinated in wild honey
for three days and four nights 
during the waning gibbous moon.
 
When my childhood floated 
on the appliqué works of Pipili, 
ghosts of farts populated the
evening conversation. 
Now baba wants me to say 
excuse me when I fart.
 
Excuse me. 
There is someone clapping.

Note: This poem was first published in the webzine 'Muse India' as part of a larger poetic conversation with Bangalore based writer and poet Joshua Muyiwa. 

Wednesday, January 20, 2021

କବିତା - 'କେବଳ, ନଈର ଏଇ କୂଳରେ'

କବି - ବିନୋଦ କୁମାର ଶୁକ୍ଲା

ଅନୁବାଦକ - ଶୈଲେନ ରାଉତରାୟ


ସୁଇଜରଲାଣ୍ଡ ଦେଶର ଗୁଆର୍ଦାରେ ଏକ ଘରର କବାଟ (ୱିକିମିଡିଆ କମନ୍ସ୍)

କେବଳ, ନଈର ଏଇ କୂଳରେ
ବା, କେବଳ ସେଇ କୂଳରେ
ବା, ମଝିନଈରେ ହିଁ ପୂରା ସେ
ପ୍ରେମରେ ନଈକୁ ବୁଝି ହୁଏନା 
ନଈରେ ଭିଜିଲେ
ଲାଗେ
ବରଷାରେ ଭିଜିଲି
ବିନା ଛତାରେ
ଯେବେ କେବେ ଟହଲିବାକୁ ବାହାରିଲି
ବଢ଼ିରେ ବୁଡ଼ିଯାଇଥିବା ଓଲଟ ନଉକାର
ଛାତ ତଳେ
ଆମର ବସା ।

ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍‌-ରିଆଲିଜମ୍‌ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟକୃତି ଓ କବିତାଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର୍ କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍‌କି ରହ୍‌ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

Friday, January 15, 2021

Four Replies for Joshua - II

 Office, Srāvan


Sailen Routray

A Sadhu Sitting Inside Pandra Shivalaya
Pasupatinath Temple. Kathmandu, Nepal
Photo Credit - Sailen Routray

According to a cliché birthed by a long burnt Odia poet – Kabita banita, kabi ta pita – to translate – the relationship between a poem and the poet is a filial one; the poem being the daughter. I am a careless father. Some daughters lie shredded in dustbins; a few have died while lighting thin, reluctant joints; others have taken wing, and now vegetate inside the covers of mouldy diaries with nuclear-green covers. But if you have been reading in between these lines you’d know that careless daughters beget careless fathers. The sins of the progeny are visited upon the parents. Clichéd, but true.

Note: This poem was first published in the webzine 'Muse India' as part of a larger poetic conversation with Bangalore based writer and poet Joshua Muyiwa. 

ବାଳ ବର୍ଗ ୭ ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ ଅନୁବାଦକ - ଶୈଲେନ ରାଉତରାୟ ଇଣ୍ଡୋନେସିଆ ଦେଶର ବୋରବୋଦୁର ସ୍ତୁପ ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍ ଓଡ...