Saturday, June 27, 2020

ସମ୍ବଲପୁରରେ ୱାଲଡେନ୍ - ୧

 ଜୟନ୍ତ ମହାପାତ୍ରଙ୍କ ସହ ଶୈଲେନ ରାଉତରାୟଙ୍କର ଏକ ବାର୍ତ୍ତାଳାପ


କଟକର ଚହଟା ଘାଟ ପାଖରେ ମହାନଈ ( ୱିକିମିଡିଆ କମନ୍ସ୍)

ଆମେ ତିନିକୋଣିଆ ବଗିଚାର ସେହି ପ୍ରସିଦ୍ଧ ଠିକଣାରେ ପହଞ୍ଚିଲା ପରେ ପ୍ରଥମେ ଆରମ୍ଭ ହେଲା ଆମର ଚର୍ଚ୍ଚା ଶରୀର ଖରାପ ରହିବା ଯୋଗୁଁ ଜୟନ୍ତ ବାବୁ ଆଉ ବେଶୀ ଯିବାଆସିବା କରିପାରୁ ନାହାନ୍ତି, ଅତ୍ୟନ୍ତ ଭ୍ରମଣ ପ୍ରିୟ ହେବା ସତ୍ୱେ ହେଲେ ଆମେ ତାଙ୍କ ଘରେ ସାକ୍ଷାତକାର ପାଇଁ ପ୍ରବେଶ କରିବା ମାତ୍ରେ ସେ ଆମକୁ ନିଜର ପାରମ୍ପରିକ ଆଥିଥେୟତାର ସହିତ ପରଶିଲେ, ଅଳପ ଚିନି କିଛି ଲେମ୍ବୁ ଦିଆ ନାଲି ଚାହା  ।

ପ୍ରଶ୍ନ - ଏଇ ମେ ପଚିଶି ତାରିଖରେ ଆପଣଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀର ଫେଲୋସିପ୍ ଦ୍ୱାରା ସମ୍ମାନିତ କରାଗଲା  ଜଣେ କବି ଭାବରେ ଆପଣ ନିଜର ଯାତ୍ରା ଅନେକ ଦଶନ୍ଧି ତଳେ, ପାଖାପାଖି ଦୁଇ ପୁରୁଷ ହେବ ଆଗେ, ଆରମ୍ଭ କରିଥିଲେ ଫେରିକି ଚାହିଁଲେ ସେ ବାଟ କେମିତି ଦିଶୁଚି ?

ଜୟନ୍ତ ମହାପାତ୍ରହଁ ଅନେକ ବର୍ଷ ହେଲାଣି ପଚାଶ ବର୍ଷରୁ କିଛି ଅଧିକ ସମୟ ହେବ, ମୁଁ ଗମ୍ଭୀରତାର ସହ କବିତାର ରାଇଜରେ ପ୍ରବେଶ କଲି - ତା ମାନେ ହେଲା, ମୁଁ ଏଇ ସମୟ ଭିତରେ କବିତାକୁ ଦିନଟେ ବି ଛାଡ଼ି ପାରିନି କିନ୍ତୁ ଆହୁରି ଦେଖିଲେ ଏପରି ଘଟିଚି, କାରଣ ଏମିତି ହେବାର ଥିଲା ତମେ ଜାଣିଛ ମୁଁ କେମିତି ଲୋକ ମୋର କବିତା ସାଙ୍ଗେ କୌଣସି ସମ୍ପର୍କ ଥିଲା, କି ୩୭ ବର୍ଷ ବୟସରେ କବିତା ଲେଖିବା ଆଗରୁ ମୋର କବିତାରେ ସେପରି କୌଣସି ବିଶେଷ ଆଗ୍ରହ ବି ଥିଲା

ପ୍ରଶ୍ନଯଦି ଆମେ ଆପଣଙ୍କର ଗତ ଷାଢ଼େ ପାଞ୍ଚ ଦଶନ୍ଧିର କାବ୍ୟଜୀବନକୁ ଦେଖିବା, ତାହା ହେଲେ କେନ୍ଦ୍ର ସାହିତ୍ୟ ଅକାଦେମୀର  ଫେଲୋସିପ୍ ହେଲା ଆପଣ ପାଇଥିବା ସମ୍ମାନମାନଙ୍କର ଏକ ଦୀର୍ଘ ତାଲିକାରୁ ଗୋଟିଏ ମାତ୍ର । ଆପଣଙ୍କର କବିତା ପୃଥିବୀର ସର୍ବୋତ୍ତମ ପତ୍ରିକାମାନଙ୍କରେ ଛପା ମଧ୍ୟ ଯାଇଛି । ଏ ମଧ୍ୟରୁ ଆପଣଙ୍କ ପାଇଁ ସବୁଠୁ ବେଶି ଗୁରୁତ୍ତ୍ୱପୂର୍ଣ୍ଣ କେଉଁଟି ? ସାହିତ୍ୟରୁ କଅଣ ମିଳିଛି ବୋଲି ନୁହେଁ ଆପଣ ନିଜ ଆତ୍ମଜୀବନୀରେ କହିଚନ୍ତି ଯେ, ଆମେରିକାରେପୋଏଟ୍ରିପତ୍ରିକାର ସମ୍ପାଦକଙ୍କ ସହିତ ମଧ୍ୟାହ୍ନ ଭୋଜନ ଆପଣଙ୍କ ପାଇଁ ସବୁଠାରୁ ଆହ୍ଲାଦପୂର୍ଣ୍ଣ ବୋଲି ।

ଜୟନ୍ତ ମହାପାତ୍ର– ‘ପୋଏଟ୍ରିଇଂରାଜୀ ଭାଷାର ସବୁଠାରୁ ମର୍ଯ୍ୟାଦାସମ୍ପନ୍ନ କବିତା ପତ୍ରିକାମାନଙ୍କ ଭିତରୁ ଗୋଟିଏ ଏହା ଆମେରିକାର ଶିକାଗୋ ସହରରୁ ପ୍ରକାଶିତ ହୁଏ ଏଣୁ ଯେତେବେଳେ ଏହାର ସମ୍ପାଦକଙ୍କ ଠାରୁ ମୋତେ ତାଙ୍କ ସହ କବିତା, ବିଶେଷତଃ ଭାରତୀୟ କବିତା, ବିଷୟରେ ଆଲୋଚନା କରିବା ନିମନ୍ତେ ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣଟିଏ ମିଳିଲା, ମୁଁ ବହୁତ ଉଲ୍ଲସିତ ଭାବବିଭୋର ହୋଇ ଉଠିଲି

ପ୍ରଶ୍ନକିନ୍ତୁ କେନ୍ଦ୍ରିୟ ସାହିତ୍ୟ ଅକାଦେମୀର ଫେଲୋଶିପ୍ ବୋଧ ହୁଏ ଭାରତର ସର୍ବଶ୍ରେଷ୍ଠ ସାହିତ୍ୟ ପୁରସ୍କାର ଆପଣ କଅଣ ଏହାକୁ ନିଜର ସର୍ବଶ୍ରଷ୍ଠ ସମ୍ମାନ ବୋଲି ଗ୍ରହଣ କରିବେ ନାହିଁ ? ବିଶେଷତଃ ଯେତେବେଳେ ଆପଣ ଏହି ସମ୍ମାନ ପାଇବାରେ ପ୍ରଥମ ଇଂରାଜୀ କବି

କଟକର ମହାନଦୀ ବିହାରଠାରେ ମହାନଈ ଉପରେ ପୋଲ (ୱିକିମିଡିଆ କମନ୍ସ୍)

ଜୟନ୍ତ ମହାପାତ୍ରନା ମୁଁ ମୋ ଜୀବନ ସମ୍ମାନ ବା ପୁରସ୍କାର ଉପରେ କେନ୍ଦ୍ରିତ କରି ବଞ୍ଚେନା ଯେବେ ଜଣେ କବି ବା ଲେଖକ ଗମ୍ଭୀରତା ପୂର୍ବକ ଲେଖିଚାଲେ, ତାହା ହେଲେ ପୁରସ୍କାର ତାବାଟେ ଆସିବ ମୁଁ ଏଇ ସବୁ ପୁରସ୍କାର ବିଷୟରେ କେବେ କିଛି ବେଶି ଭାବିନି ମୋ ପାଇଁ ଏଗୁଡ଼ିକ କୁନିକୁନି ଫୁଲ ଭଳି, ଯାହା ସକାଳେ ମଉଳି ଯାଆନ୍ତି କିନ୍ତୁ ଅଜୀବ କଥା ହେଲା, ଯେତେବେଳେ ମୁଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଥିଲି ୧୯୮୧ ମସିହାରେ, ସେତେବେଳେ ବି ମୁଁ ଇଂରାଜୀ ଭାଷାରେ କବିତା ଲେଖୁଥିବା ପ୍ରଥମ କବି ଥିଲି ତାହା ପାଇବାରେ, ଆଉ ଏବେ ୨୦୧୯ରେ ସେହି ଅନୁଷ୍ଠାନଠାରୁ ଫେଲୋସିପ ପାଇବାରେ ବି ମୁଁ ପ୍ରଥମ ଇଂରାଜୀ କବି ହେଲେ ସବୁ ବିଷୟରେ ବେଶି ଆଲୋଚନା କରି ଲାଭ ନାହିଁ ସେଗୁଡ଼ିକର ମୋ ପାଇଁ ଏତେ କିଛି ମାନେ ନାହିଁ କାରଣ ତା’ ସଭାରେ ମିଳିଥିବା ଫୁଲତୋଡ଼ା ପରି ସଭା ସରିଲା, ଫୁଲତୋଡ଼ାର ଗୁରୁତ୍ତ୍ୱ ବି ସରିଲା

ପ୍ରଶ୍ନ – ଯଦି ଆମେ ଆପଣଙ୍କ କବିତା ପାଖକୁ ଫେରି ଆସିବା, ଆପଣଙ୍କ କାବ୍ୟିକ ସ୍ୱରଟି ଗତ ଦୁଇ ଦୁଇ ପୁରୁଷର ଅନ୍ୟ ଭାରତୀୟ ଇଂରାଜୀ କବିମାନଙ୍କର ସ୍ୱର ତୁଳନାରେ ଗୋଟିଏ ଦୃଷ୍ଟିରୁ ଅନିର୍ଣ୍ଣିତ । କିନ୍ତୁ ମୋତେ ଆପଣଙ୍କ ସ୍ୱରଟି ଠିକ୍ ଏଇ କାରଣ ଯୋଗୁଁ ହିଁ ଭଲ ଲାଗେ । ଧରନ୍ତୁ ‘ଦି ଡନ୍ ଅଫ୍ ପୁରୀ’ କବିତାର ‘ମୁଁ’ଟି । କବିତାଟିରେ କଥକଙ୍କର ସ୍ୱର ଏବଂ କବିଙ୍କର ସ୍ୱର ଗୋଟିଏ ନୁହେଁ । ତଥାପି ମଧ୍ୟ କବିତାଟିରେ ଆତ୍ମୀୟତା ଅଛି । ଆଉ ଏହି ପରି କେବଳ ଏଇ କବିତାଟିରେ ନୁହେଁ, ବରଂ ଏଇ ଅନିର୍ଣ୍ଣିତ ସ୍ୱରର ଆତ୍ମୀୟତା ଆପଣଙ୍କର ଅନେକ କବିତା ବିଷୟରେ ସତ । କିଛିଟା ବେଗମ ଅଖ୍‌ତର୍‌ଙ୍କର ଗାୟକି ପରି, ଯେଉଁଠି ତାଙ୍କ ଗଳାର ଖରାଶ୍ ଗଜଲକୁ ଆହୁରି ମିଠା କରେ, ଶ୍ରୋତାକୁ କରେ ତନ୍ମୟ । ଏହା ଆପଣଙ୍କ କବିତାରେ କିପରି ସମ୍ଭବ ହୁଏ ?

ଜୟନ୍ତ ମହାପାତ୍ର – ଏ ବିଷୟରେ ବେଶି କିଛି କହିବା ବୋଧ ହୁଏ ମୋ ପକ୍ଷରେ ସମ୍ଭବ ନୁହେଁ ମୁଁ ସବୁବେଳେ ସେଇ ଚିତ୍ରଗୁଡ଼ିକ ପାଖକୁ ଫେରିକି ଯାଏ, ଯେଉଁଗୁଡ଼ିକ ମୋର ଜୀବନକୁ ତିଆରି କରିଛନ୍ତି ଆଉ ସେଗୁଡ଼ିକ ଆସିଚନ୍ତି ମୁଁ ଯେଉଁ ଯାଗାରେ ରହି ଆସିଚି, ସେଇଠୁ ମୋର ମନେ ପଡୁଚି ମୋତେ ପାଞ୍ଚ ଛଅ ବର୍ଷ ହେଇ ଥିବା ସମୟର ଗୋଟେ ଘଟଣା ବାପା ମୋତେ ପୁରୀ ନେଇ ଥାଆନ୍ତିମୋର ଏବେ ବି ମନେ ଅଛି ସେ ସମୟର ନରେନ୍ଦ୍ର ପୋଖରି ସେଠି ଥିଲେ ଅନେକ କଇଁଚ, ବହୁତ ବୁଢ଼ା ଆଉ ଲୋକେ ଚିଲ୍ଲଉ ଥାଆନ୍ତି, ‘ଏକଡ଼େ, ଏକଡ଼େ ମୋ ଜୀବନ ଏଇପରି ଚିତ୍ରଗୁଡ଼ିକ ଦ୍ୱାରା ହିଁ ତିଆରି   ମୋର ଭୂଇଁଟି ମୋତେ ତିଆରିଚି, ଆଉ ସେଥିରୁ ଜନ୍ମ ମୋର କବିତା ହଁ - ତୁମେ ଯେହେତୁ ଅନ୍ତରଙ୍ଗତାର ପ୍ରଶ୍ନ ଉଠାଇଚ, ମୁଁ ମୋର ଭୂମିଟି ସହିତ ଅନ୍ତରଙ୍ଗ ମୁଁ ଆଉ କେଉଁଠି ଚଳି ପାରି ଥାଆନ୍ତି କି କବିତା ଲେଖି ପାରି ନଥାନ୍ତି  

ବି.ଦ୍ର. - ଏହି ସାକ୍ଷାତକାରଟି ୨୦୧୯ ମସିହାର ମଧ୍ୟ ଭାଗରେ ନିଆଯାଇଥିଲା । ଇଂରାଜୀରେ ଏହାର କିୟଦଂଶ 'ଦି ହିନ୍ଦୁ' ଖବରକାଗଜର ଏକ ରବିବାସରୀୟ ଅଙ୍କରେ ତଥା ସମ୍ପୂର୍ଣ୍ଣ ଓଡ଼ିଆ ରୂପଟି ସାହିତ୍ୟ ପତ୍ରିକା 'ପଶ୍ଚିମା'ର ୨୦୧୯ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇସାରିଚି । ସାକ୍ଷାତକାରଟିର ସର୍ବସତ୍ତ୍ୱ ଜୟନ୍ତ ମହାପାତ୍ର ଓ ଶୈଲେନ ରାଉତରାୟଙ୍କ ପାଖରେ ସଂରକ୍ଷିତ ।

No comments:

Post a Comment

That effulgent radiance Bhima Bhoi Translated by Sailen Routray Photo credit: commons.wikimedia.org/Mayooranathan  That effulgent radiance d...