Tuesday, August 25, 2020

ଟେଉସିଆଲ୍‌ପା -

ଶୈଲେନ ରାଉତରାୟ 


ଟେଉସିଆଲ୍‌ପା କ୍ୟାଥିଡ୍ରାଲ୍ (ୱିକିମିଡିଆ କମନ୍ସ୍)

ତମେ ଟେଉସିଆଲ୍‌ପା ଦେଖିଚ ସିଲୁ ଭାଇ, ଟେଉସିଆଲ୍‌ପା ? ଭୁବନେଶ୍ୱରରୁ ବମ୍ବେଇ । ବମ୍ବେଇରୁ ସାଉ ପାଉଲୋ । ସାଉ ପାଉଲୋରୁ ସ୍ୱପ୍ନପୁରୀ । ଆଉ ତା’ ପରେ, ସ୍ୱପ୍ନପୁରୀରୁ ଟେଉସିଆଲ୍‌ପା ।

ଶହେ ସତର ବର୍ଷ ବୟସର ଚମ୍ପା ଗଛର ଛାଇ ପରି ଆକାଶ । ମଧୁ ସପ୍ରେର ଗାଲ ପରି ଲୋକାଲ୍‌ମାଲଙ୍କର ଚିକ୍କଣ ହସ । ଆଉ ସାଉ ପାଉଲୋରେ ସେମାନଙ୍କର ପ୍ରବାସ; କିଛିଟା ଠିକ୍ ତମର ନିଶ ପରି ସିଲୁ ଭାଇ । ଏଇ ଅଛି; ହେଇ ନାଇଁ ।

ଆଦିବାସୀମାନଙ୍କର ଚାନ୍ଦୁଆ କାମ; ଦରପାଚିଲା ଯୋନି; ମୋଟା ରୁଟିରେ ଗୁଡ଼ା, କିମାକରା, ଘୁଷୁରୀ ମାଂସର ରୋଲ୍; ବୁଢ଼ା ଆଙ୍ଗୁଳି ପ୍ରମାଣେ ଖେଳନା ପାଇଖାନାର ପ୍ୟାନ୍; ଟେଉସିଆଲ୍‌ପାରେ ସବୁ ମିଳେ । କଅଣ ଆଣି ଥାଆନ୍ତି ତମ ପାଇଁ ?

ସେଠି କବିତାରେ ଯେ ନଦୀମାନଙ୍କର ପଉରୁଷର ଛାଇ, ମଇଳାଗଦାରେ ପବନରେ ନାଚୁଥିବା ପଟିକିଆ ସିଲିପର୍ ଉପରେ ଯୀଶୁର ପାଦର ଛୁଆଁ; ଶକତ ପ୍ରେମିକର ଦୁଧ ଚାଟି ଦେଲେ ସେଠି ଫେଣେଇ ଆସେ ରକତ ।

ତମେ ଟେଉସିଆଲ୍‌ପା ଦେଖି ପାରିବ ସିଲୁ ଭାଇ ? ଟେଉସିଆଲ୍‌ପା ?

 ଟେ ଉ ସି ଆଲ୍ ପା ? 

ଟେଉସିଆଲ୍‌ପା ସହରର ଏକ ଗଳିର ଦୃଶ୍ୟ (ୱିକିମିଡିଆ କମନ୍ସ୍)

ବି.ଦ୍ର. - କବିତାର ସର୍ବସତ୍ତ୍ୱ କବିଙ୍କ ପାଖରେ ସଂରକ୍ଷିତ ।

6 comments:

  1. Sailen, you have weaved the sky with your words so supple your feelings rained like silk strands in this prose poetry.. What beauty.. what flow.. what a feel it gives.. Ahh..

    ReplyDelete
    Replies
    1. Bhai, thanks. And you have woven a garland of love for me with your own words. Thanks again. Regards.

      Delete
  2. Hey sailen ..you journey through words are magnificent..keep up my friend..

    ReplyDelete
  3. Sailen Bhai....what's a utopian ideas, m not compared to anyone, but more than from others.

    ReplyDelete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....