Tuesday, September 1, 2020

ସିଲି ପାଇଁ

ଶୈଲେନ ରାଉତରାୟ


କାଠମାଣ୍ଡୁର ଏକ କୋଠାରେ କାଠକାମ
ଫଟୋ  କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତୁ ସେକେଣ୍ଡ କ୍ଲାସ ରଖିଲୁ,
ଭଲ କଲୁ ।

ତୁ ସାଲେପୁରରେ ରହ କି କଟକରେ,
ଗଣିତ ପଢ଼ କି ଅର୍ଥନୀତି,
ଯେମିତି ଅଛୁ
ସେମିତି ଥା';
ମୋଟି, ଗେଡ଼ି,
ନବାବପୁଅକୁ ଜବାବ ଦେଲା ବାଲି ।

ନିଜ ଆଖିକୁ କେବେ ଛୋଟ କରିବୁନି ସିଲି;
ଜୀବନର ଆଖିରେ 
ଆଖି ପୁରେଇ ଦେଖିବୁ ।
ଆଗେ ପତା ପକେଇବୁନି,
ତା'କୁ ଆଗେ ଆଖି ବନ୍ଦ କରିବାକୁ ବାଧ୍ୟ କରିବୁ ।

ଦୋଳିରେ ଝୁଲିବୁ ଭଉଣୀ,
ଆକାଶ ଛୁଇଁବୁ ।
ହେଲେ ନଜର ରଖିବୁ ମାଟି ଉପରେ;
ଆଉ ତା' ପିଠିରେ ଥିବା ନୀଳ ବିଷାଦର 
ମାନଚିତ୍ରରେ ।

ମୁଁ ଚିଡ଼ଉଚି ବୋଲି
କେବେ ଓଜନ ଝଡ଼େଇବୁନି ସିଲି;
ତୁ ସବୁବେଳେ ସେମିତି
ପ୍ରଶ୍ନଚିହ୍ନ ପରି ଓଜନିଆ ହେଇ ରହ ।
ରହ ବେପରୁଆ,
ଅଦିନିଆ କରକା ପରି ।
ରହ ତୋ' ନିଜ ପରି,
ସିଲି ପରି ।

କ୍ରୋଏସିଆ ଦେଶରେ ସ୍ଥିତ ପୁଲା କ୍ୟାଥିଡ୍ରାଲ୍
ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍

ବି.ଦ୍ର. - କବିତାଟି ପାଖାପାଖି କୋଡ଼ିଏ ବର୍ଷ ପୂର୍ବେ ଲେଖା ହୋଇଥିଲା । କବିତାର ସର୍ବସତ୍ୱ ଲେଖକଙ୍କ ପାଖରେ ସଂରକ୍ଷିତ । 

10 comments:

  1. Superb. Heart touching. Remembering the childhood memories of all brother and sister.

    ReplyDelete
  2. That was so sweet.. so beautiful.. so power packed..

    ReplyDelete
  3. Realey its heart touching and nostalagic, remembering to someone. Thank you Bhai for sharing such creativity.

    ReplyDelete
    Replies
    1. Thank you Santosh for your continuous feedback and words of encouragement. It keeps me at this rather shameless task of posting my work here and sharing it with others, although in my own book I'd see it as naked self-promotion. Regards.

      Delete

ତେଲ , ଅଫିମ ତଥା ଔପନିବେଶବାଦ:  ଏକ ଭିନ୍ନ ପଠନ ଶୈଲେନ ରାଉତରାୟ ଏହି ପ୍ରବନ୍ଧଟି ଦୁଇଟି ବହିର ଆଲୋଚନା ଉପରେ ପର୍ଯ୍ୟବେଶିତ । ପୁସ୍ତକ ଦୁଇଟି ମଧ୍ୟରୁ ଗୋଟିଏ ନନ୍-ଫି...