କିଛି ଦିନ ଯାଏଁ
ବିନୋଦ କୁମାର ଶୁକ୍ଲା
ଅନୁବାଦକ - ଶୈଲେନ ରାଉତରାୟ
କିଛି ଦିନ ଯାଏଁ
ମୁଁ ତା'କୁ ଜଣେ ଭଲ ଲୋକ ବୋଲି ଭାବୁଥିଲି
ପ୍ରକୃତରେ ମୁଁ ତା'କୁ ଅନେକ ଦିନ ଯାଏଁ
ଆଉ ଅନେକ ଦିନ ପରେ ବି
ଭଲ ଲୋକଟିଏ ବୋଲି ଭାବୁଥିଲି
ସବୁ ଥର ଭାବୁଥିଲି
ବାରମ୍ବାର ଆରମ୍ଭରୁ ଶେଷ ଯାଏଁ ।
ଅଧିକାଂଶ ଲୋକେ ତା'କୁ ଖରାପ ବୋଲି କହିଲେ
ନ୍ୟାୟାଳୟ ତ ତା'କୁ ହତ୍ୟାକାରୀ ବୋଲି ବି
ମୋର ଯେତିକି ବିଶ୍ୱାସ ସେଇ ଲୋକଟିର ଭଲ ହେବାକୁ ନେଇ ଥିଲା
ସେତିକି କ୍ଷମତା ଆଉ ସର୍ବୋଚ୍ଚ ନ୍ୟାୟାଳୟ ଉପରେ କେବେ ବି ନଥିଲା ।
ସେ ଜଣେ ଗରିବ ଲୋକ ଥିଲା ।
ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍-ରିଆଲିଜମ୍ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟକୃତି ଓ କବିତାଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର୍ କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍କି ରହ୍ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

Kabi vinod ji ke kabita bahut hi prosaic. Anubad bhala lagila. Subhechha
ReplyDeleteଆଜ୍ଞା । ବିନୋଦ ଶୁକ୍ଲାଙ୍କର କବିତା ଆଉ ମୁଁ, ଦୁହେଁ ଯେ ଏକା ହିଁ ଦୁନିଆରେ ଅଛୁଁ, ତାହା ମୋ' ପାଇଁ ସୌଭାଗ୍ୟର କଥା । ପ୍ରଣାମ ।
DeleteSailen, you got the soul into your translation.. super piece..
ReplyDelete