Wednesday, September 29, 2021

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ: ଯମକ ବର୍ଗ ୪-୬

ଅନୁବାଦକ - ଶୈଲେନ ରାଉତରାୟ


ଆଫଗାନିସ୍ଥାନର ବାମିଆଁର ଧ୍ୱସ୍ତ ବୁଦ୍ଧ ପ୍ରତିମାମାନଙ୍କ ମଧ୍ୟରୁ ଗୋଟିଏ
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଆକ୍ରୋଶ କରିଲା ମୋତେ ପ୍ରହାର କରିଲା ।
ପରାଜିତ କଲା, ମୋର ହରି ସେ ଯେ ନେଲା ।

ଏମନ୍ତ ବିଚାର ଯିଏ ପରିତ୍ୟାଗ କରେ ।
ବୈର ଭାବ ତା'ର ଶାନ୍ତ ନିଶ୍ଚିତ ଭାବରେ ।୪। 

ଇହଲୋକେ ବୈର ଦ୍ୱାରା ବୈରର ଶମନ ।
କଦାଚିତ ହୁଏ ନାହିଁ ବୋଲି ଏହା ଜାଣ ।।

ଅବୈର ଦ୍ୱାରା ହିଁ ଶାନ୍ତ ହୋଇଥାଇ ବୈର ।
ନିୟମ ଅଟଇ ଏ ସନାତନ ଧର୍ମର ।୫। 

ଆମ୍ଭେମାନେ ସର୍ବେ ସଦା ମୃତ୍ୟୁ ଅନୁଚର ।
ନ ଜାଣନ୍ତି ଅପଣ୍ଡିତମାନେ ଏ ବ୍ୟାପାର ।।

ଯେହୁ ଜନ ଜାଣେ ଏହି ପରମ ଯେ ଜ୍ଞାନ ।
ସମସ୍ତ କଳହର ତା' ଘଟେ  ଅବସାନ ।୬।

ମୂଳ ପାଲି ପଦ

ଅକ୍କୋଛ୍ଛି ମଂ ଅବଧି ମଂ ଅଜିନି ମଂ ଅହାସି ମେ ।
ୟେ ତଂ ନଉପନୟ୍ହନ୍ତି ବେରଂ ତେଷୂପଶାମ୍ୟତି ।୪।

ନହି ବେରେନ ବେରାନି ସମ୍ମନ୍ତୀଧ କୁଦାଚନଂ ।
ଅବେରେନ ଚ ସମ୍ମନ୍ତି ଏସ ଧମ୍ମୋ ସନନ୍ତନୋ ।୫।

ପରେ ଚ ନ ବିଜାନନ୍ତି ମୟମେତ୍ଥ ୟମାମସେ ।
ୟେ ଚ ତତ୍ଥ ବିଜାନନ୍ତି ତତୋ ସମ୍ମନ୍ତି ମେଧଗା ।୬।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....