Tuesday, December 28, 2021

ମାର୍କସ ଅରିଲସଙ୍କର 'ବିଚାରମାଳା'

ଦ୍ୱିତୀୟ କାଣ୍ଡ: ତୃତୀୟ ଓ ଚତୁର୍ଥ ଅଧ୍ୟାୟ

ଅନୁବାଦକ - ଶୈଲେନ ରାଉତରାୟ


ପରିବାର ସହ ମାର୍କସ ଅରିଲସ ବଳି ପ୍ରଦାନ କରୁଥିବାର ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ତୃତୀୟ ଅଧ୍ୟାୟ


ଯାହା ଦିବ୍ୟ, ତାହା ବିଧିନିର୍ଦ୍ଦିଷ୍ଟ । ପ୍ରକୃତିରେ, ଅର୍ଥାତ ଦଇବର ଅଧ୍ୟାଦେଶର ଗୂଢ଼ ବୁଣାଟରେ, ନିର୍ଘାତ ସଞ୍ଜୋଗଗୁଡ଼ିକର ମଧ୍ୟ ସ୍ଥାନ ଅଛି । ଦଇବ ହିଁ ସମସ୍ତ ପଦାର୍ଥର ପ୍ରବାହର ଉତ୍ସ । ଏହା ସହିତ ଆବଶ୍ୟକତା ତଥା ବ୍ରହାଣ୍ଡର ମଙ୍ଗଳ ଜଡ଼ିତ । ତୁମ୍ଭେ ନିଜେ ଏହି ଅଖିଳ ବିଶ୍ୱର ଅଂଶ । ଯାହା ସମଷ୍ଟିର ଧର୍ମ ଓ ଯାହା ତାହାକୁ ରକ୍ଷା କରେ, ତାହା ସମସ୍ତ ପ୍ରକାରର ବ୍ୟଷ୍ଟି ପାଇଁ ମଧ୍ୟ ମଙ୍ଗଳଦାୟକ । ସମସ୍ତ ବ୍ରହ୍ମାଣ୍ଡ ପରିବର୍ତ୍ତନ ଦ୍ୱାରା ହିଁ ରକ୍ଷିତ, ସେହି ବଦଳ ମୂଳଭୁତ ପଦାର୍ଥରେ ହେଉ, କିମ୍ବା ସେମାନେ ଗଢ଼ୁଥିବା ବୃହତ୍ତର ସଂରଚନାରେ ହେଉ । ଏହି ଅବଧାରଣାକୁ ତୁମ୍ଭେ ଦୃଢ଼ତାର ସହ ଧରି ରଖ, ଏହା ହିଁ ତୁମ୍ଭର ସିଦ୍ଧାନ୍ତ ହେଉ । ଗ୍ରନ୍ଥମାନଙ୍କ ପାଇଁ ନିଜର ତୃଷ୍ଣା ତୁମ୍ଭେ ପରିହାର କର । ତାହା ହେଲେ ତୁମ୍ଭର ମୃତ୍ୟ ସମୟରେ କୌଣସି ତିକ୍ତତା ଅବଶେଷ ରହିବ ନାହିଁ । ତଥା ତୁମ୍ଭେ ମରଣକୁ ହୃଦୟରେ ଦେବତାମାନଙ୍କ ପାଇଁ ନିରୁତା କୃତଜ୍ଞତାର ସହ ସୁଶୋଭନ ଭାବରେ ଭେଟି ପାରିବ । 

ଚତୁର୍ଥ ଅଧ୍ୟାୟ


ନିଜର ଦୀର୍ଘସୂତ୍ରିତାର ନାନାଦି ବର୍ଷ, ତଥା ଦେବତାମାନେ କିପରି ତୁମ୍ଭ ଉପରେ ଯୁଗ ପରେ ଯୁଗ କୃପା କରି ଚାଲିଅଛନ୍ତି, ଯାହାର ତୁମ୍ଭେ କେବେ ବିନିଯୋଗ କରିନାହଁ, ତାହାର  ସ୍ମରଣ କର । ବର୍ତ୍ତମାନ ଏହି ସମୟ ଉପସ୍ଥିତ ଯେ, ତୁମ୍ଭେ ଯେଉଁ ବ୍ରହ୍ମାଣ୍ଡର ଅଂଶ, ସେହି ବିଶ୍ୱର ସତ୍ତ୍ୱ ଓ ତୁମେ ଯେଉଁ ନିୟନ୍ତ୍ରଣକାରୀ ଶକ୍ତିର ସନ୍ତାନ, ତାହାଙ୍କୁ ଅନୁଭବ କର । ଏକଥା ମଧ୍ୟ ଅନୁଭର କର ଯେ, ତୁମ୍ଭର ସମୟ ସୀମିତ । ଏହାକୁ, ଏଣୁ, ନିଜର ମୁକ୍ତି ପାଇଁ ବ୍ୟବହାର ନକଲେ ଏହି କାଳ ଅତିବାହିତ ହେବ, କେବେ ଲେଉଟିବ ନାହିଁ 

ଅନୁବାଦକୀୟ ଟୀକା - ଗ୍ରୀକ ଓ ବିଶ୍ୱ ଦର୍ଶନ କ୍ଷେତ୍ରରେ ପ୍ରାଚୀନ ରୋମର ଚିନ୍ତକ ୧୬ତମ ସମ୍ରାଟ ମାର୍କସ ଅରିଲସ (୧୨୧-୧୮୦ ଖ୍ରୀଷ୍ଟାବ୍ଦ) ଙ୍କର ଗ୍ରନ୍ଥ ମେଡିଟେସନସ ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଷ୍ଟଇକ୍ ଦର୍ଶନ ପରମ୍ପରାର ଏକ କ୍ଲାସିକ୍ ଭାବରେ ଏହାକୁ ଗଣାଯାଏ । ପୃଥିବୀସାରା ଏବେ ଷ୍ଟଇକ୍ ଦର୍ଶନ ପରମ୍ପରାର ପୁନରୁତ୍ଥାନ ଘଟୁଅଛି । ଗ୍ରନ୍ଥଟିର ଅନୁବାଦଟି ମୂଳ ଗ୍ରୀକ ଭାଷାର ଦୁଇଟି ଭିନ୍ନ ଭିନ୍ନ ଇଂରାଜୀ ଭାଷାନ୍ତରର ସାହାଯ୍ୟ ନେଇ କରାଯାଇଅଛି ।

4 comments:

  1. ବହୁତ ସୁନ୍ଦର ଚିନ୍ତାଧାରା, ଧନ୍ୟବାଦ୍।

    ReplyDelete
    Replies
    1. ପ୍ରଣାମ । ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ଆପଣଙ୍କୁ ବି ଧନ୍ୟବାଦ ।

      Delete
  2. A competent translation of a difficult text. Congrats for your excellent effort!

    ReplyDelete
    Replies
    1. Pranam, Sir. Happy New Year! It is indeed a difficult text to translate, especially when one is translating from a couple of versions in an intermediary language like English. Thanks for reading and for your words of encouragement. I hope you are doing fine. Regards.

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....