Sunday, January 30, 2022

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଯମକ ବର୍ଗ ୧୦-୧୨

ଅନୁବାଦକ - ଶୈଲେନ ରାଉତରାୟ

ତିବ୍ବତ ଦେଶରେ ୧୮ଦଶ ଶତାବ୍ଦୀରେ ଅଙ୍କିତ ଅମିତାଭ ବୁଦ୍ଧଙ୍କର ପଟଚିତ୍ର
ଫଟୋ କ୍ରେଡ଼ିଟ - ୱିକିମିଡିଆ କମନ୍ସ୍


ପଦ୍ୟାନୁବାଦ

ମନରୁ କଷାୟ ଦୋଷ କରି ଦୂରୀଭୂତ,
ଯେଉଁ ନର ଶୀଳରେ ଅଟେ ସୁସମାହିତ ।। 
ସଞ୍ଜମ କରୁ ସେ ଥାଇ ସତ୍ୟଗୁଣେ ଯୁକ୍ତ,
କଷାୟେ ସେହୁ ଅଧିକାରୀ ଅଟଇ ଉଚିତ ।୧୦।
 
ଅସାର ବସ୍ତୁକୁ ଯିଏ ମଣେ ସାର ବୋଲି, 
ସାର ବସ୍ତୁକୁ ପୁଣି ଦେଖେ ଅସାର ଭଳି ।।
ମିଥ୍ୟା ସଙ୍କଳ୍ପରେ ସେହୁ ବଶୀଭୂତ ହୋଇ,
ସାର ବସ୍ତୁକୁ କଦାପି ନ ପାଇ ପାରଇ ।୧୧।
 
ଯେ ସାର ବସ୍ତୁକୁ ସାର ବୋଲି ମଣୁଥାଇ,
ଅସାର ବସ୍ତୁ ଅସାର ବୋଲି ସେ ଜାଣଇ ।
ସମ୍ୟକ ସଙ୍କଳ୍ପ ସହ ହୋଇ ସେହୁ ଯୁକ୍ତ,
ସାର ବସ୍ତୁକୁ ସର୍ବଦା ହୋଇଥାଏ ପ୍ରାପ୍ତ । ୧୨। 
 
ମୂଳ ପାଲି ପଦ
 
ଯୋ ଚ ବନ୍ତକସାବସ୍ସ ସୀଳେସୁ ସୁସମାହିତୋ ।
ଉପେତୋ ଦମସଚ୍ଚେନ ସ ବେ କାସାବମରହତି ।୧୦।

ଅସାରେ ସାରମତିନୋ ସାରେ ଚାସାରଦସ୍ୱିନୋ
ତେ ସାରଂ‌ ନାଧିଗଚ୍ଛନ୍ତି ମିଥ୍ୟାସଂକଳ୍ପଗୋଚରାଃ । ୧୧।

ସାରଞ୍ଚ ସାରତୋ ଞତ୍ତ୍ୱା ଅସାରଞ୍ଚ ଅସାରତୋ
ତେ ସାରମ୍ ଅଧିଗଚ୍ଛନ୍ତି ସମ୍ମାସଙ୍କପ୍ପଗୋଚରା ।୧୨।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

No comments:

Post a Comment

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...