Monday, March 28, 2022
Sunday, March 27, 2022
Struggling for Justice, Protesting the State
Sailen Routray
The state in India seems to be besieged with protests from all sides. Groups of traditional fisher-folk agitate against commercial/industrial fishing, and fight for their rights over the seas. Farmers in fertile coastal tracts increasingly protest against possible displacement by proposed industrial development. The urban middle classes march against corruption. Indian seems to have turned into a republic of protests.
In this conjuncture the volume under review is a timely intervention. For looking at protests in India, Struggles against the state by Ashok Swain takes the literature surrounding social movements as its point of departure. It identifies resource mobilization theory originating primarily in the US, and the new social movement literature originating in Europe, as the two relevant dominant frameworks for itself.
Swain argues against simplistic extensions of these frameworks to understand protests in the postcolonial context. He locates peoples’ protests against the state in India at the sites of friction between democracy and anti-people development policies of the state.
The book studies two states in India, Kerala in the South and Odisha in the East to probe the linkages between social networks and protest movements. It is based on a multi-state study of involvements of people in protest movements and civic associations. It argues that the presence and salience of class-based left-wing politics and organizations (for example, in the state of West Bengal) is not a sufficient condition for people's participation in protests.
Based on survey data and a brief overview of Kerala’s history, Swain argues that it is in the history and dynamics of Kerala’s rich and diverse associational life and social networks that the key to the rich tradition of protest movements in the state is to be found.
He compares Kerala with Odisha and finds that the rates of participation in protests in the latter state are low. Within Odisha he adds an intra-state dimension by comparing coastal and inland regions. He finds such participation higher in the coastal region. He argues that this difference can be explained by the nature and degree of associational life in these two regions.
Swain also finds an increasing trend of participation in protests against the state between the years 1997 and 2007 across these two regions in Odisha. He explains this as the result of increasing activities by Maoists and Christian missionaries.
The book depends almost exclusively on survey based data and analysis of secondary literature. This methodological orientation is not always completely adequate to deal with the questions at hand. For example, although the increasing importance of Maoists and missionaries in Odisha is shown statistically, the social mechanisms on the ground through which political activity by these political actors leads to increasing participation by people in protests is not shown.
This perhaps calls for an ethnographic approach. There is one important factual mistake in the book. There is a Kashipur in the state of Uttarakhand. But it is the Kashipur in Rayagada district of Odisha where the collaborative aluminum project by Canadian multinational Alcan and the Indian company Hindalco was planned. It is not the Kashipur in the state of Uttarakhand as the book mentions.
These limitations are minor, and the book is a welcome addition to the studies on protest movements in India. It brings a much needed comparative (both intra-state and inter-state) dimension to this literature. It also helps us to think about looking beyond straightforward Marxist formulations while discussing protest movements, politics and the state.
Details About the Book: Ashok Swain. 2010. Struggle against the state: social network and protest mobilization in India. Farnham and Burlington: Ashgate Publishing Limited. xxiv+158 pp. ISBN – 978 – 1 – 4094 – 0867 – 3.
Note: This review was first published in the journal Contemporary South Asia in 2012.
Monday, March 21, 2022
ଶତୃଘ୍ନଙ୍କ ପାଠପଢ଼ା
ଶୈଲେନ ରାଉତରାୟ
କଟକ ଜିଲ୍ଲାର ମୂଳବସନ୍ତ ନିକଟରେ ବିରୂପା ନଦୀ ଫଟୋ କ୍ରେଡ଼ିଟ୍ - ଚିତ୍ତରଞ୍ଜନ କର (ୱିକିିମିଡିଆ କମନ୍ସ୍) |
ଶତୃଘ୍ନ ବାବୁ ଜନମ ହୁଅନ୍ତି ବିରୂପା ନଈ କୂଳର ଗୋଟେ ଗାଁରେ । ଗାଁଟିର ନାମ କୋଠପଦା, ଥାନା ମାହାଙ୍ଗା । ସେ ସମୟରେ ଗାଁଟି କୋଠପଦା ମଠ ଓ ତହିଁର ଦିଅଁ ରଘୁନାଥ ଜୀଉ ଠାକୁରଙ୍କ ପାଇଁ ପ୍ରସିଦ୍ଧ ଥାଏ । ବାପାଙ୍କ ନାଁ ସୁଦର୍ଶନ ପାଣି । ମାତାଙ୍କର ନାମ ଚାନ୍ଦଦେବୀ । ଇଂରାଜୀ ହିସାବରେ ଜନମ ବରଷ ହେଲା ୧୮୮୨ ମସିହା; ଜନ୍ମ ତିଥି ହେଲା କୁମାର ପୂନେଇ ରାତି, ଗୁରୁବାରେ । ଶତୃଘ୍ନ ପାଣିଙ୍କର ଖଡ଼ି ଛୁଆଁ ଆରମ୍ଭ ହୁଏ ନିଜ ପିଉସି ଘର ଶୁକ୍ଳେଶ୍ୱର ନୂଆଗାଁ ଠାରେ । ଆଦ୍ୟଗୁରୁ ଥିଲେ କଳ୍ପତରୁ ବେଦୀନାମକ ଜଣେ ଶିକ୍ଷକ ।
ଖଡ଼ିଛୁଆଁର ଅନେକ ବର୍ଷ ପରେ, ଏଗାର ବର୍ଷ
ବୟସରେ, ପାଣିପୁଅଙ୍କର ବ୍ରତଘର ହୁଏ ନିଜ ଗାଁରେ । ପେଟ ପୋଷିବା ପାଇଁ
ଗୋରୁ ଚରାଇବା ପରି ଅନେକ ପାଇଟି କରିବାକୁ ପଡ଼େ ଶତୃଘ୍ନଙ୍କୁ । କାନ୍ଧରେ
ପଇତା ପଡ଼ିବା ପରେ ପାଣିଏ ଠିକଣା ହୁଅନ୍ତି କୋଠପଦା ମଠର ରଘୁନାଥ ଜୀଉଙ୍କ ଫୁଲ ତୋଳା ଓ ଗୁନ୍ଥା
କାମରେ । ନିଯୁକ୍ତି ଦିଅନ୍ତି ସେ ସମୟର ମହନ୍ତ ରଘୁନାଥପୁରୀ ଗୋସ୍ୱାମୀ । ନିହାତି ଦରିଦ୍ର
ବାମୁଣ ପରିବାରର ହୋଇଥିବାରୁ ଅନେକ ସମୟରେ ମଠର ପରସାଦ ଖାଇ ଉଦରାଗ୍ନିକୁ ଶାନ୍ତ କରିବାକୁ
ପଡ଼ୁଥିଲା ।
ଏତିକି ବେଳକୁ କୋଠପଦା ମାଇନର ଇସ୍କୁଲୁର ରୋଷେଇଆ ପରଲୋକଗମନ କଲେ । ବିଦ୍ୟାଳୟଟିର ସ୍ଥାପନା ମଧ୍ୟ ରଘୁନାଥସ୍ୱାମୀ ଗୋସେଇଁ ହିଁ କରିଥିଲେ । ସେତେବେଳେ ସେଥିରେ ଛାତ୍ର ସଙ୍ଖ୍ୟା ସତାଇଶ । ଅଗତ୍ୟା ଶତୃଘ୍ନ ବାବୁ ଏଇ ବିଦ୍ୟାର୍ଥୀମାନଙ୍କୁ ରୋଷେଇକରି ଖାଇବାକୁ ଦେବା କର୍ମରେ ନିଯୁକ୍ତ ହୁଅନ୍ତି । ମାସିକ ଦରମା ୧୬୦ ପୁରୁଣା ପଇସା । ସେତେବେଳେ ଇସ୍କୁଲୁରେ ଥାଆନ୍ତି ଦୁଇ ଜଣ ମାଷ୍ଟର । ହେଡ଼ମାଷ୍ଟର ହେଲେ ଗୋପୀନାଥପୁର ଗାଁର ଭୋଳି ମିଶିରେ । ସହକାରୀ ଶିକ୍ଷକ ଭାବରେ ଥାଆନ୍ତି ବାଙ୍କିର ହୁରୁଷି ପଣ୍ଡା ।
କିଛି ଦିନ କାମ କଲା ପରେ ପାଚକ କର୍ମରେ ଏହି ଦୁଇ ଜଣ ଶିକ୍ଷକ ଖୁସି ହେଲାଠୁଁ, ପାଣିପୁଅ ଏକା ସାଙ୍ଗରେ ଚତୁର୍ଥ ଶ୍ରେଣୀରେ ନାମ ଲେଖାନ୍ତି । ଏହା ସହିତ ମାଷ୍ଟରମାନେ ବହି, କାଗଜ, ପେନସିଲ ଇତ୍ୟାଦି ପାଠ ସାମଗ୍ରୀ ମଧ୍ୟ ଯୋଗାଇ ଦିଅନ୍ତି । ହେଲେ ରାତିରେ ପଢ଼ିବା ପାଇଁ ଆଲୁଅ ଅଭାବରୁ ବୋତଲ ଭିତରେ ଜୁଳୁଜୁଳା ପାଳି ବେବସ୍ତା କରିବାକୁ ପଡ଼େ ।
ଛାତ୍ର ଜୀବନରେ ପ୍ରଥମ ପାଦ ଭାବରେ ଚତୁର୍ଥରୁ ପଞ୍ଚମକୁ ଖୁବ ଆରାମରେ ଶତୃଘ୍ନ ଉତ୍ତୀର୍ଣ୍ଣ ହୁଅନ୍ତି । ସେତେବେଳେ ପଞ୍ଚମ ଶ୍ରେଣୀରେ ଦଶକ ପଣିକିଆ ଖନ୍ଦା ଘୋଷିବାକୁ ପଡ଼େ । ତାହା ସହିତ ଖନ୍ଦାଶାଳର ବୋଝ । ହେଲେ ପାଠପଢ଼ା ଓ ରୋଷେଇ ଛଡ଼ା ଅନ୍ୟ ନାନାଦି ଅଣପାଠ୍ୟ କାର୍ଯ୍ୟକଳାପରେ ମଧ୍ୟ ପାଣି ନିଜର କୃତିତ୍ୱ ପ୍ରତିପାଦିତ କରନ୍ତି । ଅବଶ୍ୟ ଏଥି ମଧ୍ୟରୁ ଅନେକ କିଛି ନିଜର ମୌଳିକ କର୍ତ୍ତବ୍ୟ ସହିତ ସମ୍ପର୍କିତ । ଯଥା, ତରକାରୀ ରାନ୍ଧିବା ପାଇଁ ପନିପରିବା ଅଭାବ ପଡ଼ିଲେ ପାଖର ଗାବିନ୍ଦ ଗୁଇଁ ଓ ଦୋଳିଦତ୍ତଙ୍କ ବାଡ଼ିରୁ ବନ୍ତଳ କଦଳୀ ଚୋରି କରିବା, ପାଖ ଗୋଦାମରୁ ଗୁଡ଼ ଚୋରାଇ ନେବା, ପାଖ ବଗିଚାରୁ କାଗଜି ଚୋରି କରିବା ଇତ୍ୟାଦି ।
ବାମୁଣ ଗୋସାଇଁଙ୍କର ଚୋରି କଅଣ ଆଉ ଚୋରୀ ! ଥରେ ଅବଶ୍ୟ ଶତୃଘ୍ନ ବାବୁ ଚୋରି କରୁକରୁ ଧରାପଡ଼ିବାରୁ ଅଳ୍ପକେ ବଞ୍ଚନ୍ତି । ଏପରି ସଚ୍ଚରିତ୍ରତା ତାଙ୍କୁ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗୁଣଆଡ଼କୁ ଅଧିକ ସତର୍କ କରାଏ ଆଉ ଏସବୁ ଦୁଷ୍କୃତି (ଯଥା ଲଳିତଗିରିର ଜଣେ ଛାତ୍ର ଓ ଜନୈକ ସେକେଣ୍ଡ ମାଷ୍ଚରଙ୍କ ମଧ୍ୟରେ ସ୍ୱେଚ୍ଛାରେ ଚାଲିଥିବା ‘ଅନ୍ନେଚୁରାଲ ଅଫେନ୍ସି’) ରୁ କର୍ତ୍ତାମାନଙ୍କୁ ନିବୃତ କରିବାକୁ ଯାଇ ସେ ଗୁଣ୍ଡାଗିରି ମଧ୍ୟ କରିବସନ୍ତି ।
ଯେହେତୁ ପାଲାଗାୟକ ହେବାର ଇଚ୍ଛାଥାଏ, ଛାତ୍ର ଜଣଙ୍କ ଅମରକୋଷ ଓ ସର୍ବସାର ବ୍ୟାକରଣ ଆଦି ବଡ଼ି ଭୋରରୁ ଉଠି ଡ଼ିବି ଜାଳି ଘୋଷୁଥାଆନ୍ତି । ଏସବୁ ସରିଲେ ଯାଇ ଇସ୍କୁଲୁ ପାଠପଢ଼ା ଓ ରାନ୍ଧଣା ଆଦି କାମ ଆରମ୍ଭ ହୁଏ । ହେଲେ ଏପରି ଉଦ୍ଯୋଗୀ ଛାତ୍ରଙ୍କୁ କାଳ ହେଲା ଗଣିତ । ଶତୃଘ୍ନ ପାଣିଙ୍କର ଗଣିତ ପାଠ ଆଦୌ ହେଉ ନ ଥିବାରୁ, ଚତୁର୍ଥ ଓ ପଞ୍ଚମ, ଦୁଇଟି ଶ୍ରେଣୀ ପାଠ ସାରି, ଷଷ୍ଠ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇ ବସ୍ତାନିରେ ସେ ଡ଼ୋରି ବାନ୍ଧିଲେ । ହେଲେ ଗରିବ ବାପାଙ୍କର ସେଥି ନେଇ ବିଶେଷ ଚିନ୍ତା ନଥିଲା ବୋଧେ ।
ପିଲାବେଳେ ପାଣିପୁଅ ଗୋଟିଏ ସାଙ୍ଘାତିକ ରୋଗରେ ପଡ଼ିଥିବାବେଳେ ସୁଦର୍ଶନ ବାବୁ ପୁତ୍ରକୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ବଡ଼ କଷ୍ଟରେ ମୃତ୍ୟୁର ସୁଅରୁ ଛାଣି ଆଣିଥିବା ପିଲାଟି ବଞ୍ଚି ରହିବା ତାଙ୍କ ପାଇଁ ବଡ଼ କଥା ଥିଲା । ବଇଷ୍ଟଁବ କରିଦେଇଥିବା ପିଲାଟିକୁ ବାପା ବଡ଼ ସରଧାରେ ଶତୃଘ୍ନ ନ ଡ଼ାକି, ବୋଲୁଥିଲେ, ବଇଷ୍ଟଁବ । ପିଲାଟି ବଡ଼ ହୋଇ ହେଲା, ବଇଷ୍ଟଁବ ପାଣି - ବୈଷ୍ଣବ ପାଣି ।
ବି.ଦ୍ର. - ଏହି ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଛପିଥିଲା । ଲେଖାଟିର ଉପାଦାନ 'ଗଣକବି ବୈଷ୍ଣବ ପାଣିଙ୍କର ଆତ୍ମକାହାଣୀ' ବହିଟିରୁ ନିଆଯାଇଛି । ଏହି ଆତ୍ମଜୀବନୀଟି ପ୍ରଥମେ ୧୯୫୫ ମସିହାରେ ପ୍ରକାଶିତ ହୋଇଥିଲା । ଏହି ଲେଖକ ୨୦୦୬ ସାଲରେ ପ୍ରଥମେ ଶେକ୍ ମତଲୁବ୍ ଅଲିଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକଟିର ୨୦୧୬ ମସିହାରେ ବାହାରିଥିବା ତୃତୀୟ ସଙ୍କଳନଟିକୁ ବ୍ୟବହାର କରିଛି । ଗ୍ରନ୍ଥଟିର ପ୍ରକାଶକ େହେଲେ ଭୁବନେଶ୍ୱରସ୍ଥ ପ୍ରକାଶନ ସଂସ୍ଥା ଆଗାମୀ ଶତାବ୍ଦୀ ।
Friday, March 18, 2022
My Aunt, the Witch
Basudev Sunani
Translator - Sailen Routray
Blue-tailed Bee-eater in Bundala National Park, Sri Lanka
Photo Credit - A Savin (Wikimedia Commons)
Monday, March 14, 2022
ତିନି ଶହ ରାମାୟଣ - ୫
ଏ. କେ. ରାମାନୁଜନ
ଅନୁବାଦକ - ଶୈଲେନ ରାଉତରାୟ
ପାର୍ସୀ ଭାଷାରେ ଅନୁଦିତ ରାମାୟଣ ପୋଥିରୁ ଏକ ଚିତ୍ର (୧୫୮୪ ମସିହା) ଫଟୋ କ୍ରେଡିଟ୍ - ୱିକିମିଡିଆ କମନ୍ସ୍ |
ଅନୁବାଦ ଚିନ୍ତା
ଏପରି
କହିବା ବୋଧହୁଏ ଅତିଶୟୋକ୍ତି ପରି ଲାଗିପାରେ । ମୁଁ ଏହାକୁ ଟିକେ ଭିନ୍ନ ଭାବରେ କହିବି, ଯାହାଫଳରେ
ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଭେଦ ତଥା ସେମାନଙ୍କ ଭିତରେ ଥିବା ସମ୍ପର୍କ, ଏ ଉଭୟ ବିଷୟରେ ଆଲୋଚନା କରିହେବ । କାରଣ ସେମାନେ ସମ୍ପର୍କିତ ନିଶ୍ଚିତ ଭାବରେ । ଆମେ
ଏହି ଗ୍ରନ୍ଥଗୁଡ଼ିକୁ ଗୋଟିଏ ଗୋଟିଏ ଅଲଗା ଅଲଗା ଅନୁବାଦର ପର୍ଯ୍ୟାୟ ଭାବରେ ଦେଖିପାରିବା,
ଯେଉଁଗୁଡିକ ଏକ ଗ୍ରନ୍ଥ କିମ୍ବା ଏକ ଗ୍ରନ୍ଥର ପରିବାର ଚାରିପଟେ କେନ୍ଦ୍ରିତ ।
କେତେଗୁଡ଼ିଏ ଗ୍ରନ୍ଥ ବାଲ୍ମିକୀ ରାମାୟଣ ଚାରିପଟେ କେନ୍ଦ୍ରିତ । ତଥା, ଆଉ
କେତେଗୁଡ଼ିକ ଜୈନ ବିମଳସୁରିଙ୍କର ରାମକଥା ଚାରିପଟେ କେନ୍ଦ୍ରିତ ଇତ୍ୟାଦି ।
କିମ୍ବା ଆମେ ଏହି ଗ୍ରନ୍ଥମାନଙ୍କ ମଧ୍ୟରେ ଥିବା ଅନୁବାଦର ସମ୍ପର୍କକୁ ଦାର୍ଶନିକ ପିୟର୍ସଙ୍କ ମତାନୁସାରେ ତିନି ଭାଗରେ ଦେଖି ପାରିବା । (୯) ଯେଉଁଠାରେ ଗ୍ରନ୍ଥ ୧ ଏବଂ ଗ୍ରନ୍ଥ ୨ ମଧ୍ୟରେ ପରସ୍ପର ସହିତ ଏକ ଜ୍ୟାମିତିକ ସାଦୃଶ୍ୟ ଅଛି (ଯେପରି ଗୋଟିଏ ତ୍ରିଭୁଜର ଅନ୍ୟ ତ୍ରିଭୁଜ ସହିତ ସାଦୃଶ୍ୟ ଅଛି, ଯଦିଓ ସେଗୁଡିକର କୋଣ, ଆକାର ତଥା ଧାଡ଼ିର ରଙ୍ଗ ଇତ୍ୟାଦି ଅଲଗା ହୋଇଥିଲେ ମଧ୍ୟ), ସେଠାରେ ଆମେ ଏହି ସମ୍ପର୍କକୁ ପ୍ରତିରୂପକ ବୋଲି କହିପାରିବା । ପାଶ୍ଚାତ୍ୟରେ ଆମେ ସାଧାରଣତଃ ଅନୁବାଦଗୁଡ଼ିକୁ ବିଶ୍ୱସ୍ତ ଅର୍ଥାତ ପ୍ରତିରୂପକ ହେବାକୁ ଆଶା କରୁ ।
ଯେତେବେଳେ ଚାପମ୍ୟାନ ହୋମରଙ୍କର ଗ୍ରୀକ କାବ୍ୟଟିମାନ ଇଂରାଜୀକୁ ଅନୁବାଦ କରନ୍ତି, ସେ ଯେ କେବଳ ଗ୍ରନ୍ଥର କେତେକ ମୌଳିକ ରୂପ ଯଥା ଚରିତ୍ର, ରୂପକଳ୍ପ ଓ ଘଟଣାଗୁଡିକର କ୍ରମକୁ ରକ୍ଷା କରନ୍ତି ସେକଥା ନୁହେଁ । ସେ ମୂଳ ଗ୍ରୀକ ଛନ୍ଦକୁ ମଧ୍ୟ ବ୍ୟବହାର କରନ୍ତି ତଥା ଗ୍ରୀକ ମୂଳ ପାଠ୍ୟରେ ଥିବା ଧାଡ଼ିର ସଙ୍ଖ୍ୟାକୁ ମଧ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତି । ଅର୍ଥାତ୍, କେବଳ ଭାଷା ଇଂରାଜୀ ଏବଂ ବାକ୍-ରୀତି ଏଲିଜାବେଥିୟ ।
ଯେତେବେଳେ କମ୍ବର ବାଲ୍ମିକୀଙ୍କର ରାମାୟଣକୁ ଆଉଥରେ ତାମିଳ ଭାଷାରେ ସର୍ଜନା କରନ୍ତି, ସେତେବେଳେ ସେ ଅଧ୍ୟାୟଗୁଡିକର କ୍ରମ ତଥା ପିତା-ପୁତ୍ର, ଭ୍ରାତା, ସ୍ତ୍ରୀ, ବନ୍ଧୁ ତଥା ଶତ୍ରୁ ଇତ୍ୟାଦି ଚରିତ୍ରମାନଙ୍କ ମଧ୍ୟରେ ଥିବା ଢାଞ୍ଚାଗତ ସମ୍ପର୍କକୁ ବଜାୟ ରଖନ୍ତି । ମାତ୍ର କମ୍ବର ରାମାୟଣର ବାଲ୍ମିକୀ ରାମାୟଣ ସହିତ ସାଦୃଶ୍ୟ କେବଳ ଏହି ଢାଞ୍ଚାଗତ ସମ୍ପର୍କମାନଙ୍କ ମଧ୍ୟରେ ହିଁ ସୀମିତ । କମ୍ବର ରାମାୟଣଟି ବାଲ୍ମିକୀ ରାମାୟଣଠାରୁ ଲମ୍ବା । ଏହା କୋଡ଼ିଏରୁ ଊର୍ଧ୍ୱ ତାମିଲ ଛନ୍ଦରେ ଲିଖିତ । ଯଦିଓ ବାଲ୍ମିକୀଙ୍କର ରାମାୟଣ ପ୍ରାୟତଃ କେବଳ ଗୋଟିଏ ଛନ୍ଦରେ ହିଁ ଲେଖାଯାଇଅଛି ।
ଅନେକ ସମୟରେ ଯଦିଓ ଗ୍ରନ୍ଥ ୨, ଗ୍ରନ୍ଥ ୧ ସହିତ ଏକ ପ୍ରତିରୂପକ ସମ୍ପର୍କ ରକ୍ଷା କରେ, ଏହି ସାଦୃଶ୍ୟ ପ୍ରାୟତଃ କେତେକ ମୌଳିକ ଉପାଦାନ ଯଥା ପ୍ଲଟ ଇତ୍ୟାଦିରେ ସୀମିତ । ସାଧାରଣତଃ ଆମେ ଗ୍ରନ୍ଥ ୨ରେ ସ୍ଥାନୀୟ ବର୍ଣ୍ଣନା, ଲୋକକଥା, କାବ୍ୟିକ ପରମ୍ପରା, ରୂପକଳ୍ପ ଇତ୍ୟାଦିରେ ଭରି ହୋଇଥିବାର ଦେଖିବାକୁ ପାଇବା । ତେଣିକି ଏହି ରାମକଥାଟି କମ୍ବରଙ୍କର ରଚିତ ତାମିଳ କାବ୍ୟ ହୋଇଥାଉ କିମ୍ବା ହୋଇଥାଉ ବଙ୍ଗଳା ଭାଷାରେ ରଚିତ କୃତିବାସଙ୍କର କୀର୍ତ୍ତି । ବଙ୍ଗଳା ରାମାୟଣରେ ରାମଙ୍କର ବିଭାଘର ବଙ୍ଗାଳି ରୀତିନୀତି ଓ ବଙ୍ଗାଳି ରାନ୍ଧଣାରେ ଅନୁଷ୍ଠିତ ଏକ ବଙ୍ଗାଳି ବିଭାଘର (ସେନ ୧୯୨୦) ।
ଆମେ ଏହିପରି ଗୋଟିଏ ଗ୍ରନ୍ଥକୁ ସୂଚୀପାତ୍ରିକ ଗ୍ରନ୍ଥ ବୋଲି କହିପାରିବା - ଅର୍ଥାତ୍, ଗ୍ରନ୍ଥଟି ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନ ଓ ଏହାର ସନ୍ଦର୍ଭରେ ବୁଡ଼ି ରହିଛି ତଥା ଏହା ସହିତ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ । ଏହି ସନ୍ଦର୍ଭକୁ ଛାଡ଼ିଦେଲେ ଆମେ ଏହାଠାରୁ କିଛି ବିଶେଷ ଅର୍ଥ ଖୋଜି ପାଇପାରିବା ନାହିଁ । ଆମେ ଏଠାରେ କହିପାରିବା କି ରାମାୟଣ ଭିନ୍ନ ଭିନ୍ନ ଗ୍ରନ୍ଥର ଏକ ସମାହାର ନୁହେଁ । ବରଂ ଏହା ଗ୍ରନ୍ଥମାନଙ୍କର ଏକ ପ୍ରକାର, ଯାହାର କି ଅନେକ ରୂପ ରହିଛି ।
ଆମେ ବେଳେବେଳେ ଦେଖିବାକୁ ପାଇବା ଗ୍ରନ୍ଥ ୨, ଗ୍ରନ୍ଥ ୧ର ପ୍ଲଟ୍, ଚରିତ୍ର ତଥା ନାମମାନଙ୍କର ଅଳ୍ପାଦିଅଳ୍ପ ବ୍ୟବହାର କରେ ତଥା ସମ୍ପୂର୍ଣ୍ଣ ଭାବେ ନୂଆ ଜିନିଷ କହିବା ପାଇଁ ସେମାନଙ୍କର ବ୍ୟବହାର କରେ । ଅନେକ ସମୟରେ ପୂର୍ବ ଗ୍ରନ୍ଥଟିକୁ ସମ୍ପୂର୍ଣ୍ଣ ଭାବରେ ଭ୍ରଷ୍ଟ କରି ଏକ ପ୍ରତିଗ୍ରନ୍ଥ ପ୍ରସ୍ତୁତ କରେ । ଏହିପରି ଏକ ଅନୁବାଦକୁ ଆମେ ଚିହ୍ନମୂଳକ ବୋଲି କହିପାରିବା । ଏଠାରେ ଅନୁବାଦ ଶବ୍ଦର ଅର୍ଥ ଏକ ଗାଣିତିକ ପ୍ରାରୂପ ଧାରଣ କରେ । ଅନୁବାଦ ଦ୍ୱାରା ଗୋଟିଏ ସମ୍ପର୍କର ଢାଞ୍ଚାକୁ ଆଉ ଗୋଟିଏ ସ୍ଥାନ କିମ୍ବା ପ୍ରତିରୂପକ ବ୍ୟବସ୍ଥାକୁ ସ୍ଥାନାନ୍ତରିତ କରିବାର ପ୍ରକ୍ରିୟା ଭାବରେ ଦେଖିପାରିବା ।
ଯେତେବେଳେ ଏହା ହୁଏ, ସେତେବେଳେ ରାମ କଥାରେ ଥିବା ନାମ, ଚରିତ୍ରମାନ, ଘଟଣାଗୁଡ଼ିକ ତଥା ମୋଟିଫ୍ ଗୋଟିଏ ସାଂସ୍କୃତିକ ଅଞ୍ଚଳରେ ଏବଂ ଦ୍ୱିତୀୟ ଭାଷାର ନିର୍ମାଣ କରେ, ଯାହାକୁ ନେଇ ଗ୍ରନ୍ଥ ୧ ଗୋଟିଏ କଥା କହିବାବେଳେ ଗ୍ରନ୍ଥ ୨ ଅନ୍ୟ କିଛି, ଏପରିକି ଗ୍ରନ୍ଥ ୧ର ବିପରୀତ କିଛି ମଧ୍ୟ କହିପାରେ । ବାଲ୍ମିକୀଙ୍କ ରାମାୟଣ, ବିମଳସୁରିଙ୍କର ଜୈନ ରାମାୟଣ ତଥା ଦକ୍ଷିଣପୂର୍ବ ଏସିଆର ଥାୟୀ ରାମକୀର୍ତ୍ତି, ଇତ୍ୟାଦିକୁ ଆମେ ଏହିପରି ପରସ୍ପରର ଚିହ୍ନମୂଳକ ଅନୁବାଦ ହିସାବରେ ଧରିପାରିବା ।
ଅବଶ୍ୟ ଆମେ ଏଠାରେ ଭୁଲିଗଲେ ଚଳିବ ନାହିଁ ଯେ, ଗୋଟିଏ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ୟନ୍ତ ତଥାକଥିତ ପ୍ରତିରୂପକ ବିଶ୍ୱସ୍ତ ଅନୁବାଦମାନଙ୍କରେ ମଧ୍ୟ ଏହି ତିନି ପ୍ରକାର ଅନୁବାଦର ଉପାଦାନ ଦେଖିବାକୁ ପାଇବା । ଯେତେବେଳେ ଗୋଲ୍ଡମାନ (୧୯୮୪-) ଏବଂ ତାଙ୍କ ସହିତ କର୍ମରତ ବିଦ୍ୱାନଗୋଷ୍ଠୀ ବାଲ୍ମିକୀ ରାମାୟଣର ଏକ ଆଧୁନିକ ଅନୁବାଦ ପ୍ରସ୍ତୁତ କରନ୍ତି, ସେମାନେ ସଂସ୍କୃତ ନାମଗୁଡ଼ିକର ଅକ୍ଷରାନ୍ତରିକରଣ କରନ୍ତି, ଶ୍ଳୋକଗୁଡ଼ିକର ସଙ୍ଖ୍ୟା ଓ କ୍ରମ, ଏବଂ ଘଟଣାଗୁଡ଼ିକର କ୍ରମ ଇତ୍ୟାଦିରେ ମୂଳ ପାଠ ପ୍ରତି ବିଶ୍ୱସ୍ତ ରହି ଏକ ପ୍ରତିରୂପକ ଅନୁବାଦ ତିଆରି କରନ୍ତି ।
ମାତ୍ର କେତେକ ଦୃଷ୍ଟିରୁ ଏହି ଅନୁବାଦଟିକୁ ଆମେ ସୂଚୀପାତ୍ରିକ ବୋଲି ମଧ୍ୟ କହିପାରିବା କାରଣ ଏହି ଅନୁବାଦଟି ଇଂରାଜୀ ବାକ୍-ରୀତିକୁ ଅନୁସରଣ କରେ । ଏହା ଏକ ଉପକ୍ରମଣିକା ତଥା ବାଖ୍ୟାତ୍ମକ ପାଦଟିକା ସହିତ ଲିଖିତ; ଏବଂ ଏହି ପାଦଟୀକାରେ ଆମେ ଅନେକ ବିଂଶ ଶତାବ୍ଦୀୟ ଧ୍ୟାନଧାରଣା ଦେଖିବାକୁ ପାଇବା । ଏହି ଅନୁବାଦଟିକୁ କେତେକାଂଶରେ ଚିହ୍ନମୂଳକ ଭାବରେ ମଧ୍ୟ ଧରିପାରିବା । କାରଣ ଅନୁବାଦକମାନେ ଏହି ଗ୍ରନ୍ଥକୁ ପଢ଼ି ବୁଝିବା ପାଇଁ ଏହାର ଆଧୁନିକ ପାଠକମାନଙ୍କ ନିମନ୍ତେ ଏକ ଆଧୁନିକ ପାଠ୍ୟରୂପ ଗ୍ରନ୍ଥଟିରେ ଛାଡ଼ିଯାଇଛନ୍ତି ।
ମାତ୍ର ଏହି ତିନୋଟି ପ୍ରକାରର ଅନୁବାଦର ଉପାଦାନମାନଙ୍କ ମଧ୍ୟରେ ଉପାଦାନଗୁଡ଼ିକର ଅନୁପାତ କମ୍ବର ଏବଂ ଗୋଲ୍ଡମ୍ୟାନଙ୍କ ମଧ୍ୟରେ ଭିନ୍ନଭିନ୍ନ । ଏଣୁ ଆମେ ସେମାନଙ୍କୁ ଭିନ୍ନଭିନ୍ନ କାରଣ ପାଇଁ ଓ ନାନ୍ଦନିକ ଆଶା ନେଇ ପଢ଼ୁ । ଆମେ ବାଲ୍ମିକୀଙ୍କର ମୂଳ ରାମାୟଣର ଗୋଲ୍ଡମ୍ୟାନ ଓ ବିଦ୍ୱାନ ଗୋଷ୍ଠୀକୃତ ଅନୁବାଦକୁ ପ୍ରାୟତଃ ମୂଳ ଗ୍ରନ୍ଥର ସୁଆଦ ପାଇବା ପାଇଁ ପଢ଼ୁ । ଯେତେଦୂର ପର୍ଯ୍ୟନ୍ତ ଏହା ମୂଳ ଗ୍ରନ୍ଥଟିର ସ୍ୱରୂପ ଧରି ରଖିପାରେ, ଅନୁବାଦଟିକୁ ସେତେ ମଙ୍ଗଳ କୁହାଯାଇପାରିବ । ମାତ୍ର ଆମେ କମ୍ବର ରାମାୟଣ ମୂଳତଃ କମ୍ବରଙ୍କୁ ହିଁ ପଢ଼ିବାକୁ ପାଠ କରୁ । ଏଣୁ ଆମେ ତାଙ୍କୁ ତାଙ୍କର ନିଜର ମାନଦଣ୍ଡରେ ହିଁ ମାପ କରୁ । ଏଣୁ କମ୍ବର କେତେଦୂର ବାଲ୍ମିକୀଙ୍କ ସହିତ ତୁଳନୀୟ, ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ବରଂ ସେ ବାଲ୍ମିକୀଙ୍କ ଠାରୁ କେତେ ଭିନ୍ନ, ତାହା ଗୁରୁତ୍ୱପୂର୍ଣ୍ଣ । ଗୋଟିଏ କ୍ଷେତ୍ରରେ ଆମେ ଭିନ୍ନତାର ଆସ୍ୱାଦନ କରୁ ।
ଆମେ ଆହୁରି ପାଦେ ଆଗେଇଯାଇ ଏହି କଥା କହିପାରିବା ଯେ ଯେଉଁ ସାଂସ୍କୃତିକ ଅଞ୍ଚଳରେ ରାମାୟଣ କଥାଟିମାନ ଦେଖିବାକୁ ମିଳେ ଓ ସେଗୁଡିକ ଲୋକପ୍ରିୟ, ସେଠାରେ ଆମେ ଚିହ୍ନକର ଗୋଷ୍ଠୀମାନ ମଧ୍ୟ ଦେଖିବାକୁ ପାଇବା । ଏହି ଚିହ୍ନକଗୁଡ଼ିକ ମଧ୍ୟରେ ପ୍ଲଟ୍, ଚରିତ୍ର, ଭୂଗୋଳ, ନାମ, ଘଟଣା ତଥା ସମ୍ପର୍କମାନଙ୍କୁ ଗଣିପାରିବା । ଲେଖନ, ବଚନ ତଥା ଅଭିନୟର ପରମ୍ପରାଟିମାନ, ପ୍ରବାଦ, ବାକ୍ୟାଂଶ ତଥା ଟାପରା ଇତ୍ୟାଦିରେ ମଧ୍ୟ ଆମେ ରାମକଥାର ଉଲ୍ଲେଖ ପାଇବା ।
ଧରନ୍ତୁ କିଏ ଜଣେ ବକରବକର ହେଲାବେଳେ ଆପଣ କହନ୍ତି, ‘କି ରାମାୟଣ ଚାଲିଛି । ଯଥେଷ୍ଟ’ । ତାମିଳ ଭାଷାରେ ଗୋଟିଏ ଛୋଟ ବଖରାକୁ କିସ୍କିନ୍ଦା ବୋଲି କୁହାଯାଏ । ଅଳ୍ପ ବୁଦ୍ଧିଆ ଲୋକ ନିମନ୍ତେ ପ୍ରବାଦ ହେଲା, ‘ରାତି ସାରା ସାତ କାଣ୍ଡ ରାମାୟଣ ଶୁଣିଲା ପରେ, ପଚରା ହେଉଛି ରାମ ସୀତାର କିଏ ।’ ଗୋଟିଏ ବଙ୍ଗଳା ବହିରେ ପିଲାଙ୍କୁ ପଚରାଯାଏ ଯେ, ହନୁମାନ ନିଜେ ଗଢ଼ିଥିବା ଗୋଟେ କାନ୍ଥକୁ ନିଜେ ଭାଙ୍ଗି ସାରିବା ପରେ ଗଳିପଡ଼ିଥିବା କାନ୍ଥର ପରିମାଣ କ’ଣ । ଏସବୁକୁ ବାହାଘର ଗୀତ, ସ୍ଥଳପୁରାଣ, ମନ୍ଦିରମାନଙ୍କ ବିଷୟରେ ଗାଥା, କବିତା, ଗୀତ, ଚିତ୍ର, ସ୍ଥାପତ୍ୟ ତଥା ନୃତ୍ୟ ଅଭିନୟ ଆଦି ଅନେକ କଳାକୁ ଆମେ ଯୋଡ଼ିପାରିବା ।
ଏହି ନାନାଦି ଗ୍ରନ୍ଥମାନ କେବଳ ଯେ ପ୍ରାକ୍-ଲିଖିତ ଗ୍ରନ୍ଥମାନଙ୍କ ସହିତ ସମ୍ପର୍କିତ (ସମ୍ପର୍କ ଧାର ଆଣିବା ପାଇଁ ହେଉ କି ଖଣ୍ଡନ କରିବା ପାଇଁ), ସେକଥା ନୁହେଁ । ବରଂ ଏସବୁ ଗ୍ରନ୍ଥଗୁଡ଼ିକ ପରସ୍ପର ସହିତ ଏହି ସାଧାରଣ କୂଟ ଦ୍ୱାରା ସମ୍ପର୍କିତ । ଏଠାରେ ଗୋଟିଏ ରୂପକ ଦେବା; ପ୍ରତ୍ୟେକ ଲେଖକ ଏହି ଚିହ୍ନମାନଙ୍କ ମଧ୍ୟରେ ଅବଗାହନ କରି ସ୍ଫଟିକୀକରଣର ଏକ ନିଆରା ପ୍ରକ୍ରିୟା ଦ୍ୱାରା, ଗୋଟିଏ ନୂଆ ବୁଣାଟ ଓ ସନ୍ଦର୍ଭ ଥିବା ନବୀନ ଗ୍ରନ୍ଥର ରଚନା କରେ । ଫ୍ରେଞ୍ଚ କବି ଭାଲେରି କହିଥିଲେ ଯେ, ମହାନ ଗ୍ରନ୍ଥଗୁଡ଼ିକ କ୍ଷୁଦ୍ର ଗ୍ରନ୍ଥଗୁଡ଼ିକୁ ପରିବର୍ତ୍ତିତ କରନ୍ତି କାରଣ, ‘ସିଂହମାନେ ମେଣ୍ଢାରୁ ତିଆରି’ ଏବଂ ମେଷମାନେ ମଧ୍ୟ ସିଂହମାନଙ୍କ ଠାରୁ ନିର୍ମିତ ।
ଗୋଟିଏ ଲୋକ କଥା କହେ ଯେ ମୂଳ ରାମାୟଣର ରଚନା, ଯୁଦ୍ଧ ପରେ ହନୁମାନ ଗୋଟିଏ ପର୍ବତ ଶିଖରରେ ବସି କରିଥିଲେ । ଲେଖିସାରି ସେ ପାଣ୍ଡୁଲିପିଟିକୁ ଏଣେତେଣେ ଛିନ୍ନଭିନ୍ନ କରି ବିଛାଇଦେଲେ । ସେହି ରାମାୟଣଟିର ଆକାର ବର୍ତ୍ତମାନର ବାଲ୍ମିକୀ ରାମାୟଣର ଅନେକ ଗୁଣ ଥିଲା । କୁହାଯାଏ ଯେ ବାଲ୍ମିକୀ ସେଥିରୁ କେତେକ ଖଣ୍ଡ ହିଁ ଧରିପାରିଥିଲେ । (୧୦) ଏହି ଅର୍ଥରେ ମୂଳ ଗ୍ରନ୍ଥ ବୋଲି କିଛି ନାହିଁ ଏବଂ କୌଣସି କଥନ କେବଳ ଏକ ପୁର୍ନକଥନ ମାତ୍ର ନୁହେଁ । ଗଳ୍ପଟିର କିଛି ଅନ୍ତ ନାହିଁ, ଯଦିଓ ଏହା ଗୋଟିଏ ଗ୍ରନ୍ଥ ମଧ୍ୟରେ ବନ୍ଦୀ ହୋଇଥାଇପାରେ । ଭାରତ ଏବଂ ଦକ୍ଷିଣପୂର୍ବ ଏସିଆରେ ରାମାୟଣ ଓ ମହାଭାରତକୁ କେହି କେବେ ପ୍ରଥମଥର ପାଇଁ ଶୁଣେନାହିଁ । ଏହି ଗଳ୍ପଗୁଡ଼ିକ ଚିର ଶାଶ୍ୱତ ।
ଶୁଣିଲେ କ’ଣ ହୁଏ ?
ଏହି ପ୍ରବନ୍ଧଟି ନାନା ରାମାୟଣ ବିଷୟରେ ଗୋଟେ ଲୋକକଥା ସହିତ ଆରମ୍ଭ ହୋଇଥିଲା । ଆମେ ପ୍ରବନ୍ଧଟିକୁ ଶେଷ କରିବା ଆଗରୁ ହନୁମାନ ଓ ରାମଙ୍କର ମୁଦ୍ରିକା ବିଷୟରେ ଆଉ ଏକ କଥା କହିଲେ ବୋଧହୁଏ ଯଥାର୍ଥ ହୁଅନ୍ତା । ମାତ୍ର ଆମେ ବର୍ତ୍ତମାନ ଯେଉଁ ଗପଟି କହିବୁ, ତାହା ରାମାୟଣର ଶକ୍ତି ବିଷୟରେ - ରାମାୟଣ ଭଳି ଶକ୍ତିଶାଳୀ କଥାଟିକୁ ଧ୍ୟାନ ଦେଇ ଶୁଣିଲେ ଯେ କ’ଣ ହୁଏ, ଏହା ତାହା ବିଷୟରେ । ଏପରିକି ଜଣେ ମୂର୍ଖ ମଧ୍ୟ ଏହାର ପ୍ରତିରୋଧ କରିପାରେ ନାହିଁ । ସେ ମୋହଗ୍ରସ୍ଥ ହୋଇ ଘଟଣାବଳୀ ସହିତ ଜଡ଼ିତ ହୋଇଯାଏ । ଶୁଣୁଥିବା ଲୋକ ଜଣକ କେବଳ ଜଣେ ଦର୍ଶକର ଭୂମିକା ମଧ୍ୟରେ ସୀମିତ ରହି ନ ପାରି, ମହାକାବ୍ୟର ଦୁନିଆ ଭିତରେ ପ୍ରବେଶ କରିବା ପାଇଁ ବାଧ୍ୟତା ଅନୁଭବ କରେ; ସତ୍ୟ ଏବଂ ଗଳ୍ପ ମଧ୍ୟରେ ଥିବା ସୀମାଟି ଲିଭିଯାଏ ।
ଗୋଟିଏ ସଂସ୍କୃତିହୀନ ଗାଉଁଲି ଲୋକଟିଏ ଜଣେ ସୁସଂସ୍କୃତ ମହିଳାଙ୍କୁ ବିଭା ହୋଇଥିଲେ । ମହିଳା ଜଣକ ଅନେକ ଭାବରେ ନିଜ ସ୍ୱାମୀଙ୍କର ଜୀବନର ଉଚ୍ଚତର ଦିଗଗୁଡ଼ିକ ନିମନ୍ତେ ରସାସ୍ୱାଦନର କ୍ଷମତା ବଢ଼ାଇବା ପାଇଁ ଚେଷ୍ଟା କଲେ ମଧ୍ୟ, ସେଥିରେ ଲୋକଟି ଆଗ୍ରହୀ ନଥିଲେ । ଦିନେ ରାମାୟଣ ମହାକାବ୍ୟର ଜଣେ ମହାନ କଥକ ସେହି ଗ୍ରାମକୁ ଆସିଲେ । ପ୍ରତ୍ୟେକ ସନ୍ଧ୍ୟାରେ ସେ କାବ୍ୟର ଶ୍ଳୋକଗୁଡ଼ିକୁ ଗାୟନ କରି ସେମାନଙ୍କର ଅର୍ଥ ବାଖ୍ୟାନ କରୁଥାନ୍ତି । ସାରା ଗାଁ ଗୋଟିଏ ବିରଳ ଭୋଜିକୁ ଗଲାପରି ଏହି ପ୍ରବଚନ ଶୁଣିବାକୁ ଯାଉଥାଏ ।
ଅସଂସ୍କୃତ ଲୋକଟିକୁ ବାହା ହୋଇଥିବା ସ୍ତ୍ରୀ ଲୋକ ଜଣକ ପ୍ରବଚନରେ ନିଜ ସ୍ୱାମୀର ଆଗ୍ରହ ଜନ୍ମାଇବାକୁ ଚେଷ୍ଟା କଲେ । ତାଙ୍କ ପଛରେ ଲାଗିଲାଗି ପ୍ରବଚନ ଶୁଣାଇବା ପାଇଁ ବାଧ୍ୟ କଲେ । ସେସକୁ ଗେରେଗେରେ ହୋଇ ମଧ୍ୟ ସ୍ତ୍ରୀର ମନ ରଖିବା ପାଇଁ ସେ ଗଲେ । ଯାଇ ପୁରା ପଛରେ ବସିଲେ । ରାତିସାରା ପ୍ରବଚନ ଚାଲିଥାଏ । ସେ ଚେଇଁ ରହିପାରିଲେ ନାହିଁ । ରାତିସାରା ଶୋଇ ରହିଲେ । ସକାଳୁ ସକାଳୁ ଯେତେବେଳେ ଗୋଟିଏ କାଣ୍ଡ ସରିଲା, ପ୍ରବଚକ ଜଣକ ସେହିଦିନର ଶେଷ ଶ୍ଳୋକଗୁଡ଼ିକୁ ଗାଇସାରିଲେ ଓ ପରମ୍ପରା ଅନୁସାରେ ମିଠାଇ ବଣ୍ଟା ହେଲା ।
ଶୋଇ ରହିଥିବା ସେହି ଲୋକଟିର ମୁହଁରେ ମଧ୍ୟ ମିଠାଇ କେହି ଜଣେ ପୁରାଇ ଦେଲେ । ଏହାର କିଛି ସମୟ ପରେ ଲୋକଜଣକ ଉଠି ପଡ଼ି ଘରକୁ ଗଲେ । ସ୍ୱାମୀ ରାତି ସାରା ଚେଇଁ ରହି ରାମାୟଣ ଶୁଣୁଛି ଭାବି, ତାଙ୍କର ସ୍ତ୍ରୀ ଆନନ୍ଦିତ ହେଲେ ଆଉ ପଚାରିଲେ ଯେ, ରାମାୟଣ କେମିତି ଲାଗିଲା । ସେ କହିଲେ, ‘ବହୁତ ମିଠା’ । ସ୍ତ୍ରୀଟି ଏହା ଶୁଣି ବହୁତ ଖୁସି ହେଲେ ।
ତା' ପରଦିନ ସ୍ତ୍ରୀ, ସ୍ୱାମୀଙ୍କୁ ଆଉଥରେ ଯାଇ ରାମାୟଣ ଶୁଣିବାକୁ ବାଧ୍ୟ କଲେ । ତେଣୁ ସେ ଆଉ ଥରେ ପ୍ରବଚନ ହେଉଥିବା, ବାଡ଼ ଘେରା ହୋଇଥିବା ଜାଗାକୁ, ଗଲେ, କାନ୍ଥକୁ ପାରିହୋଇ ବସିଲେ ଓ ଅତିଶୀଘ୍ର ଶୋଇପଡ଼ିଲେ । ବହୁତ ଗହଳି ହୋଇଥିବାରୁ, ଗୋଟିଏ ଛୋଟ ପିଲା ତାଙ୍କ କାନ୍ଧ ଉପରେ ବସି ପଡ଼ି, ଆରାମରେ ତାଟକା ହୋଇ, ଖୋଲା ମୁହଁରେ ମନୋହାରୀ କାହାଣୀଟିମାନ ଶୁଣିଲା । ସକାଳେ ସେ ରାତିର କଥା ଶେଷ ହେଲା ପରେ, ସମସ୍ତେ ଉଠି ପଡ଼ିଲେ ଓ ସମସ୍ତଙ୍କ ସହିତ ସ୍ୱାମୀଟି ମଧ୍ୟ ଉଠି ପଡ଼ିଲେ । ପିଲାଟି ଆଗରୁ ଯାଇ ସାରିଥିଲା ।
ମାତ୍ର ରାତି ସାରା ଓଜନ ବୋହିଥିବାରୁ ଲୋକଟିର ଦେହସାରା କଷ୍ଟ ଓ ଦରଜ ହେଉ ଥାଏ । ସେ ଯେତେବେଳେ ଘରକୁ ଗଲେ, ସେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ ଆଗ୍ରହର ସହକାରେ ପଚାରିଲେ ଯେ, ତାଙ୍କୁ କେମିତି ଲାଗିଲା । ସ୍ୱାମୀ ଉତ୍ତରଦେଲେ, ‘ସକାଳ ହେଉ ହେଉ ବହୁତ ଭାରି ଲାଗିଲା ।’ ତାଙ୍କ ସ୍ତ୍ରୀ କହିଲେ, ‘ଗଳ୍ପଟି ହିଁ ସେହି ପ୍ରକାରର ।’ ତାଙ୍କୁ ଏହା ଭାବି ଖୁସି ଲାଗିଲା ଯେ, ଶେଷକୁ ତାଙ୍କ ସ୍ୱାମୀ କାବ୍ୟଟିର ମହାନତା ଓ ଭାବସିନ୍ଧୁରୁ କାଣିଚାଏ ଲେଖାଏଁ ଆସ୍ୱାଦନ କରିବା ଆରମ୍ଭ କରିଥିଲେ ।
ତୃତୀୟ ଦିନ ସେ ଗହଳିରେ କଣିକିଆ ହୋଇ ବସିଲେ ଓ ତାଙ୍କୁ ନିଦ ମାଡ଼ୁଥିଲା । ସକାଳୁ ସକାଳୁ ସେ ଉଠି ଘରକୁ ଯିବାର ଅଳ୍ପ ସମୟ ଆଗରୁ ଗୋଟିଏ କୁକୁର ସେହି ଆଡ଼କୁ ଆସି ତାଙ୍କ ମୁହଁରେ ମୁତିଦେଇ ପଳାଇଲା । ଯେତେବେଳେ ସ୍ତ୍ରୀ ପଚାରିଲେ କି ରାମାୟଣ କେମିତି ଲାଗିଲା, ସେ ମୁହଁକୁ ଇଆଡ଼େ ସିଆଡ଼େ ମୋଡ଼ି ମୁହଁକୁ ବିକୃତ କରି କହିଲେ, ‘କି ଭୟଙ୍କର ଲୁଣିଆରେ ବାବା ।’ ତାଙ୍କ ସ୍ତ୍ରୀଙ୍କୁ ଲାଗିଲା, କିଛି ନା କିଛି ଗୋଟେ ଗଡ଼ବଡ଼ ଚାଲିଛି । ସେ ତାଙ୍କୁ ନିର୍ଦ୍ଧିଷ୍ଟ ଭାବରେ ଯେ କ’ଣ ଘଟିଚାଲିଛି ସେ କଥା ପଚାରିଲେ ଓ ଯେ ପର୍ଯ୍ୟନ୍ତ ସ୍ୱାମୀଜଣଙ୍କ ଯେ ରାତିସାରା ପ୍ରବଚନ ଚାଲିଥିବା ସମୟରେ ଶୋଇ ରହୁଥିଲେ, ସେ କଥା ନ ମାନିବା ପର୍ଯ୍ୟନ୍ତ ତାଙ୍କୁ ଛାଡ଼ିଲେ ନାହିଁ ।
ଚତୁର୍ଥ ଦିନ ତାଙ୍କ ସ୍ତ୍ରୀ ତାଙ୍କ ସହିତ ଗଲେ, ତାଙ୍କୁ ନେଇ ପ୍ରଥମ ଧାଡ଼ିରେ ହିଁ ବସାଇଲେ, ଓ କଠୋର ଭାବରେ କହିଲେ ଯେ ଯାହା କିଛି ହେଉନା କାହିଁକି ତାଙ୍କୁ ଚେଇଁ ରହିବାକୁ ପଡ଼ିବ । ଏଣୁ ଆଗ ଧାଡ଼ିରେ ବସି ବାଧ୍ୟ ଛାତ୍ରପରି ସେ ପ୍ରବଚନ ଶୁଣିବାକୁ ଲାଗିଲେ । ଅତି ଶୀଘ୍ର ସେ ମହାକାବ୍ୟଟିର ଗଳ୍ପର ଚରିତ୍ର ଓ ଘଟଣାଗୁଡିକ ସହିତ ଆଗ୍ରହରେ ଜଡ଼ିତ ହୋଇଗଲେ । ସେହି ଦିନ ପ୍ରବଚକ ଜଣକ ରାମଙ୍କର ମୁଦ୍ରିକା ଧରି ହନୁମାନଙ୍କର ସୀତାଙ୍କର ସନ୍ଧାନ ଉଦ୍ଦେଶ୍ୟରେ ସାଗର ଲଙ୍ଘନର ଉପାଖ୍ୟାନର ମନମୁଗ୍ଧକର ବର୍ଣ୍ଣନା କରୁଥାନ୍ତି ।
ଯେତେବେଳେ ହନୁମାନ ସାଗର ଲଙ୍ଘିବା ପାଇଁ ଡିଆଁ ମାରିଲେ, ସେତେବେଳେ ମୁଦ୍ରିକାଟି ତାଙ୍କ ହାତରୁ ଖସି ସମୁଦ୍ରରେ ପଡ଼ିଗଲା । ହନୁମାନ କ’ଣ କରିବେ ଜାଣିପାରିଲେ ନାହିଁ । ତାଙ୍କୁ ମୁଦିଟିକୁ ତୁରନ୍ତ ଖୋଜିଆଣି ସୀତା ବନ୍ଦି ଥିବା ରାକ୍ଷସ ରାଜ୍ୟକୁ ଯିବାର ଥିଲା । ସେ ହାତ ମଳୁଥିବା ସମୟରେ ପ୍ରଥମ ଧାଡ଼ିରେ ବସି ଅତି ଆଗ୍ରହର ସହିତ ବସି ଶୁଣୁଥିବା ସ୍ୱାମୀ ଜଣଙ୍କ କହିଲେ, ‘ହନୁମାନ । ଚିନ୍ତା କରନାହିଁ । ମୁଁ ମୁଦିଟିକୁ ତୁମ ପାଇଁ ନେଇଆସିବି ।’ ଏହା ପରେ ସେ ଉଠି ପଡ଼ି ସମୁଦ୍ରକୁ ଡିଆଁ ମାରିଲେ, ସମୁଦ୍ର ଶଯ୍ୟାରେ ମୁଦିଟିକୁ ପାଇଲେ ଓ ହନୁମାନଙ୍କ ପାଇଁ ସେଇଟିକୁ ଫେରାଇ ଆଣିଲେ ।
ସମସ୍ତେ ହେଲେ ଆଚମ୍ବିତ । ସେମାନେ ଭାବିଲେ ଯେ ଏହି ଲୋକ ଜଣକ ନିଶ୍ଚିତ ଭାବରେ ଅସାଧାରଣ । ରାମ ଓ ହନୁମାନଙ୍କ ଆଶୀର୍ବାଦ ନିଶ୍ଚିତଭାବରେ ଏହାଙ୍କ ଉପରେ ଅଛି । ସେହି ସମୟ ଠାରୁ ଗାଁ’ର ଜଣେ ପୁରୁଖା ଲୋକ ଭାବରେ ତାଙ୍କର ମାନ୍ୟ ରହିଅଛି । ତଥା ତାଙ୍କର ଆଚରଣ ମଧ୍ୟ ସେହିପରି ହୋଇଅଛି । ଗୋଟିଏ ଗପକୁ ନିରିଖେଇକରି ଶୁଣିଲେ ତାହା ହିଁ ହୁଏ, ବିଶେଷତଃ ଯଦି ସେହି ଗପଟି ରାମାୟଣ ହୋଇଥାଏ । (୧୧)
ଅନୁବାଦକୀୟ ଟୀକା - ଏହି ପ୍ରବନ୍ଧଟି ଇଂରାଜୀ ଓ କନ୍ନଡ଼ ଭାଷାରେ ଲେଖୁଥିବା ଏ.କେ. ରାମାନୁଜନ (୧୯୨୯-୧୯୯୩) ଙ୍କ ଦ୍ୱାରା ଲିଖିତ କ୍ଲାସିକ ପ୍ରବନ୍ଧ 'ଥ୍ରି ହଣ୍ଡ୍ରେଡ଼୍ ରାମାୟଣାଜ୍'ର ଓଡ଼ିଆ ଅନୁବାଦ । ରାମାନୁଜନଙ୍କର ମୂଳ ଅକାଦେମିକ ଟ୍ରେନିଂ ଭାଷାତତ୍ତ୍ୱରେ ଥିଲେ ମଧ୍ୟ ପରେ ତୁଳନାତ୍ମକ ସାହିତ୍ୟ ଓ ଅନୁବାଦ କ୍ଷେତ୍ରକୁ ତାଙ୍କର ଅବଦାନ ଅତୁଳନୀୟ । ତାମିଲ ସଙ୍ଗମ କୃତି ତଥା କନ୍ନଡ଼ ବଚନମାଳା ଆଦିର ଅଗ୍ରଗାମୀ ଅନୁବାଦ କରି ସେ ପ୍ରାଚୀନ ଓ ମଧ୍ୟଯୁଗୀୟ ଭାରତୀୟ ସାହିତ୍ୟ ବିଷୟରେ ଆମର ଅବଧାରଣାକୁ ସମ୍ପ୍ରସାରିତ କରିବାରେ ସାହାଯ୍ୟ କରିଥିଲେ । ଏହା ଛଡ଼ା ସେ ଇଂରାଜୀ ଭାଷାରେ ଏକ ପ୍ରଥିତଯଶା କବି ମଧ୍ୟ ଥିଲେ । 'ତିନି ଶହ ରାମାୟଣ' ଶୀର୍ଷକରେ ଏହି ଅନୁଦିତ ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ରେ ଧାରାବାହିକ ଭାବରେ ପ୍ରକାଶିତ ହୋଇଥିଲା ।
Sunday, March 13, 2022
The Politics and Social Dynamics of Damming the Narmada
A Review of 'The Politics and Poetics of Water'
Sailen Routray
The apparent water scarcity in regions such as Kutch in Gujarat has been used as the primary justification for the SSP. Lyla Mehta in her book The Politics and Poetics of Water: Naturalising Scarcity in
Through rigorous qualitative and quantitative work Mehta shows that there is no factual basis for such narratives. She also shows that despite the use of
One of the analytical innovations of the book is the distinction it makes between what the author terms as lived/experienced scarcity and manufactured scarcity. Lived/experienced scarcities are biophysical phenomena having socio-cultural impacts, whereas manufactured scarcity universalises and naturalises these phenomena and completely glosses over the anthropogenic dimensions of scarcity. The book argues for the case that it is manufactured scarcity that heightens lived/experienced scarcities, and it’s the poor who bear its brunt the most.
Wednesday, March 9, 2022
ତିନି ଶହ ରାମାୟଣ - ୪
ଏ. କେ. ରାମାନୁଜନ
ଅନୁବାଦକ - ଶୈଲେନ ରାଉତରାୟ
ଅଧ୍ୟାତ୍ମ ରାମାୟଣର ସଂସ୍କୃତ ପୋଥି ୧୮୦୦ ମସିହାର ପାଣ୍ଡୁଲିପି; ରାଜସ୍ଥାନରୁ ପ୍ରାପ୍ତ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ |
ଏକ ଦକ୍ଷିଣପୂର୍ବ ଏସୀୟ ଉଦାହରଣ
ଆମେ ଭାରତ ବାହାରକୁ ଦକ୍ଷିଣପୂର୍ବ ଏସୀଆକୁ ଗଲେ ତିବ୍ଦତ, ଥାଇଲାଣ୍ଡ କିମ୍ବା ଲାଓ, କାମ୍ବୋଜ, ମାଲେସିଆ, ଜାଭା ତଥା ଇଣ୍ଡୋନେସିଆ, ଆଦି ଦେଶମାନଙ୍କରେ ଭିନ୍ନ ପ୍ରକାରର ରାମକଥାମାନଙ୍କୁ ଭେଟିବା । ଏଠାରେ ଆମେ ଥାୟୀ ରାମକୀର୍ତ୍ତିରୁ କେତୋଟି ଉଦାହରଣ ଦେଖିବା । ସନ୍ତୋଷ ଦେଶାଇଙ୍କ ଅନୁସାରେ ଥାୟୀ ଜନଜୀବନ ଉପରେ ରାମକଥା ଭଳି ପ୍ରଭାବ ଅନ୍ୟ କୌଣସି ହିନ୍ଦୁ ମୂଳର ଜିନିଷ ପକାଇପାରି ନାହିଁ (ଦେଶାଇ ୧୯୮୦, ୬୩) । (୭) ବୌଦ୍ଧ ମନ୍ଦିରମାନଙ୍କର କାନ୍ଥରେ ଥିବା ଚିତ୍ର ଏବଂ କାରୁକାର୍ଯ୍ୟ, ଗ୍ରାମ ଏବଂ ନଗରମାନଙ୍କରେ ଅଭିନିତ ହେଉଥିବା ନାଟକମାନ, ଥାୟୀ ନୃତ୍ୟନାଟିକା, ଏହି ସବୁ କିଛି ଉପରେ ରାମକଥାର ଛାପ ଆମେ ଦେଖିବାକୁ ପାଇବା ।
ଥାୟୀ ଭାଷାରେ ଜଣକ ପରେ ଜଣେ ଅନେକ ରାମନାମ୍ମୀ ରାଜା ରାମାୟଣର ବିଭିନ୍ନ ଅଧ୍ୟାୟମାନ ଲେଖିଯାଇଛନ୍ତି । ରାଜାରାମ ପ୍ରଥମ ପଚାଶ ହଜାର ଶ୍ଳୋକର ଏକ ରାମାୟଣ ରାଚନା କରିଛନ୍ତି । ଏଥିରେ ରାଜାରାମ ଦ୍ୱିତୀୟ ନୃତ୍ୟ ନିମନ୍ତେ ଅନେକ ଅଧ୍ୟାୟ ଯୋଡ଼ିଥିଲେ । ସେହିପରି ରାଜା ଷଷ୍ଠ ରାମ ଏଥିରେ ବାଲ୍ମିକୀ ରାମାୟଣରୁ ଉଦ୍ଧୃତ ଅନେକ ଅଧ୍ୟାୟ ସନ୍ନିବେଶିତ କଲେ । ରାମାୟଣର ଅନେକ ଜାଗାଗୁଡ଼ିକର ନାମ ରାମଙ୍କର ସହିତ ସମ୍ବନ୍ଧିତ ଅନେକ କିମ୍ବଦନ୍ତି ସହିତ ଜଡ଼ିତ; ଲୋପପୂରୀ (ସଂସ୍କୃତର ଲବପୂରୀ, ଖିଦ୍କିନ୍ (ସଂସ୍କତର କିସ୍କିନ୍ଦା ଏବଂ ଖେମର ଓ ଥାୟୀ କଳାର ଭଗ୍ନାବେଶରେ ପୂର୍ଣ୍ଣ ଅୟୁଥିଆ (ସଂସ୍କୃତରେ ଅଯୋଧ୍ୟା) କୁ ଆମେ ଉଦାହରଣ ଭାବରେ ନେଇପାରିବା ।
ଥାୟୀ ରାମକୀର୍ତ୍ତି କିମ୍ବା ରାମକିଏନ୍ (ରାମ କଥା) ମାନବ, ଦାନବ ତଥା ବାନର ଆଦି ତିନି ପ୍ରକାରର ଚରିତ୍ରମାନଙ୍କର ପ୍ରଜନ୍ମର ଆଖ୍ୟାନ ସହିତ ଆରମ୍ଭ ହୁଏ । କାଣ୍ଡର ଦ୍ୱିତୀୟ ଭାଗ ରାମ ଏବଂ ତାଙ୍କର ଭ୍ରାତାମାନଙ୍କର ଦାନବମାନଙ୍କ ସହିତ ପ୍ରଥମ ଭେଟ, ରାମଙ୍କର ବିବାହ ଏବଂ ବନବାସ ଓ ସୀତାଙ୍କର ଅପହରଣ ତଥା ରାମଙ୍କର ବାନରକୁଳ ସହିତ ଭେଟର ବର୍ଣ୍ଣନା କରନ୍ତି । ଏହା ଯୁଦ୍ଧ ପାଇଁ ପ୍ରସ୍ତୁତି, ହନୁମାନଙ୍କର ଲଙ୍କାଗମନ ଏବଂ ଲଙ୍କା ଦହନ, ସେତୁବନ୍ଧ ନିର୍ମାଣ, ଲଙ୍କା ଅବରୋଧ, ରାବଣଙ୍କର ପତନ, ତଥା ସୀତାଙ୍କ ସହିତ ରାମଙ୍କର ପୁନଃର୍ମିଳନର ବର୍ଣ୍ଣନା କରେ ।
ତୃତୀୟ ଭାଗ ଲଙ୍କାରେ ଏକ ବିଦ୍ରୋହର ବର୍ଣ୍ଣନା କରେ, ଯାହାକୁ ଶାନ୍ତ କରିବା ପାଇଁ ରାମ ତାଙ୍କ ଦୁଇ ଅନୁଜଙ୍କୁ ପଠାନ୍ତି । ଏହି ଭାଗ ସୀତା ବନବାସ, ଲବକୁଶଙ୍କର ଜନ୍ମ, ସେମାନଙ୍କର ରାମଙ୍କ ସହିତ ଯୁଦ୍ଧ, ସୀତାଙ୍କର ଭୂସମାଧି ତଥା ରାମ ଏବଂ ସୀତାଙ୍କର ପୁର୍ନମିଳନ ନିମନ୍ତେ ଦେବତାମାନଙ୍କର ଆଗମନ ଆଦି ବିଷୟ ବର୍ଣ୍ଣନା କରେ । ଯଦିଓ ବାଲ୍ମିକୀ ରାମାୟଣର ଅନେକ ଘଟଣା ଏଠାରେ ମଧ୍ୟ ଘଟେ, ଅନେକ ଜିନିଷର ରୂପ ଏଠାରେ ଅଲଗା । ଯଥା ଦକ୍ଷିଣ ଭାରତୀୟ ଲୋକ ରାମାୟଣମାନ ଓ ଜୈନ, ବଙ୍ଗାଳି ଓ କାଶ୍ମିରୀ ରାମାୟଣମାନଙ୍କ ପରି ଏଠାରେ ମଧ୍ୟ ସୀତାଙ୍କର ବନବାସର କାରଣ ନିମନ୍ତେ ଏକ ନାଟକୀୟ ତର୍କ ପ୍ରସ୍ତାବ କରାଯାଏ ।
ସୂପର୍ଣ୍ଣଖାର ଝିଅ ସୀତାଙ୍କୁ ନିଜର ମାତାଙ୍କର ନାସାକର୍ଣ୍ଣ ଛେଦନର ପ୍ରତିଶୋଧ ନେବା ପାଇଁ ଅପେକ୍ଷା କରି ବସିଛନ୍ତି । ସେଥି ନିମନ୍ତେ ସେ ଅଯୋଧ୍ୟା ଆସି ସୀତାଙ୍କର ଉଆସରେ ଦାସୀ ହିସାବରେ କାମ କରିବାକୁ ଆରମ୍ଭ କରନ୍ତି । ଥରେ ସେ ସୀତାଙ୍କୁ ରାବଣଙ୍କର ଗୋଟିଏ ଚିତ୍ର ଆଙ୍କିବା ପାଇଁ ପ୍ରରୋଚିତ କରନ୍ତି । ଗଳ୍ପର କିଛି ରୂପରେ ଏହି ଚିତ୍ରଟିକୁ ଲିଭାଇବା ଅସମ୍ଭବ ହୋଇପଡ଼େ । କାହାଣୀର ଅନ୍ୟ କେତେକ ରୂପରେ ଚିତ୍ରଟି ଜୀବନ୍ତ ରୂପ ଧାରଣ କରେ । ଉଭୟ କ୍ଷେତ୍ରରେ ରାମଙ୍କର ଆଖିକୁ ଏହି ଘଟଣାଟି ଆସେ । ଇର୍ଷାର ଜ୍ୱାଳାରେ ସେ ସୀତାଙ୍କୁ ମୃତ୍ୟୁଦଣ୍ଡ ଦିଅନ୍ତି । ଦୟାବାନ ଲକ୍ଷ୍ମଣ ସୀତାଙ୍କୁ ନ ମାରି ବନରେ ଛାଡ଼ି ଆସନ୍ତି । ଯଦିଓ ପ୍ରାଣଦଣ୍ଡର ସାକ୍ଷ୍ୟ ସ୍ୱରୂପ ଗୋଟିଏ ମୃଗର ହୃଦୟ ସେ ଘେନିଯାଆନ୍ତି ।
ଏହି ଥାୟୀ କାହାଣୀରେ ରାମ ଏବଂ ସୀତାଙ୍କର ପୁର୍ନମିଳନ ମଧ୍ୟ ଭିନ୍ନ ଭାବରେ ହୁଏ । ରାମ ଯେତେବେଳେ ଜାଣିପାରନ୍ତି ଯେ, ସୀତା ଅଦ୍ୟପି ଜୀବିତ, ସେ ନିଜକୁ ମୃତ ବୋଲି ପ୍ରଚାର କରନ୍ତି । ଏହା ସେ କରନ୍ତି ସୀତାଙ୍କୁ ଲେଉଟାଇ ଆଣିବା ପାଇଁ । ସୀତା ତାଙ୍କୁ ଦେଖିବା ପାଇଁ ଦୌଡ଼ି ଆସନ୍ତି, ମାତ୍ର ଯେତେବେଳେ ସେ ଜାଣିପାରନ୍ତି ଯେ ସେ ପ୍ରବଞ୍ଚନାର ଶିକାର ହୋଇଛନ୍ତି, ସେ କ୍ରୋଧରେ ଫାଟି ପଡ଼ନ୍ତି । ଅସହାୟ କ୍ରୋଧରେ ସେ ଭୂଦେବୀକୁ ତାଙ୍କୁ ଗ୍ରହଣ କରିନେବା ପାଇଁ ପ୍ରାର୍ଥନା କରନ୍ତି । ହନୁମାନଙ୍କୁ ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କୁ ପାତାଳ ଦେଶକୁ ପଠାଯାଏ । ମାତ୍ର ସେ ଲେଉଟିବା ପାଇଁ ମନା କରନ୍ତି । ଶେଷକୁ ଶିବଙ୍କର ଶ୍ରମ ବଳରେ ରାମ ଏବଂ ସୀତା ଏକତ୍ର ହୁଅନ୍ତି ।
ପୁନଃ, ଜୈନ ଏବଂ ଦକ୍ଷିଣ ଭାରତୀୟ ଲୋକଗାଥାମାନଙ୍କର ଉଦାହରଣ ପରି ଏହି ଥାୟୀ ରାମାୟଣରେ ସୀତାଙ୍କର ଜନ୍ମର ବିବରଣୀ ବାଲ୍ମିକୀଙ୍କର ଲିଖିତ ବିବରଣୀ ଠାରୁ ଭିନ୍ନ । ଏଠାରେ ଦଶରଥଙ୍କର ଯଜ୍ଞ ପରେ ତାଙ୍କୁ ଏହାର ଫଳସ୍ୱରୂପ ଏକ ଅନ୍ନର ଲଡ଼ୁ ମିଳେ । ବାଲ୍ମିକୀ ବର୍ଣ୍ଣିତ ଚାଉଳ ଖିରି ନୁହେଁ । ଏଥିରୁ ଗୋଟିଏ କାକ କିଛି ଚାଉଳ ଚୋରେଇ ନେଇ ରାବଣଙ୍କର ସ୍ତ୍ରୀଙ୍କୁ ଦିଏ । ସେ ଏହା ଖାଆନ୍ତି ଓ ସୀତାଙ୍କୁ ଜନ୍ମ ଦିଅନ୍ତି । ତାଙ୍କର ନିଜ ଝିଅ ଯେ ତାଙ୍କର ମୃତ୍ୟୁର କାରଣ ବନିବ, ଏହିପରି ଏକ ଭବିଷ୍ୟବାଣୀ ଶୁଣିବା ପରେ, ରାବଣ ସୀତାଙ୍କୁ ସମୁଦ୍ରକୁ ଫିଙ୍ଗି ଦିଏ । ସମୁଦ୍ରର ଦେବୀ ସୀତାଙ୍କୁ ରକ୍ଷା କରନ୍ତି ଓ ତାଙ୍କୁ ଜନକଙ୍କ ପାଖକୁ ନିଅନ୍ତି ।
ଆହୁରି, ରାମ ବିଷ୍ଣୁଙ୍କର ଅବତାର ବୋଲି ଗଣା ହେଲେ ମଧ୍ୟ ଥାଇଲାଣ୍ଡ ରେ ସେ ଶିବଙ୍କଠାରୁ ବଡ଼ ନୁହନ୍ତି । ତାଙ୍କୁ ମୂଳତଃ ଏକ ମାନବୀୟ ବୀର ଭାବରେ ଧରାଯାଏ । ରାମକୀର୍ତ୍ତିକୁ ଏକ ଧାର୍ମିକ ପୁସ୍ତକ ହସାବରେ ଗଣାଯାଏ ନାହିଁ । ଯଦିଓ ଥାଇଲାଣ୍ଡରେ ଲୋକମାନେ ଏହି କଥାକୁ ଏକ ଦୃଷ୍ଟାନ୍ତମୂଳକ ଉପାଖ୍ୟାନ ହିସାବରେ ଗ୍ରହଣ କରି ନିଜ ଜୀବନକୁ ଏହା ଉପରେ ଆଧାରିତ କରିବାକୁ ଚେଷ୍ଟା କରିଥାନ୍ତି ।
ଥାୟୀମାନେ ମୁଖ୍ୟତଃ ସୀତାଙ୍କର ଅପହରଣ ତଥା ଯୁଦ୍ଧର ବର୍ଣ୍ଣନା ଥିବା ଅଧ୍ୟାୟଗୁଡ଼ିକୁ ଅଧିକ ଉପଭୋଗ କରନ୍ତି । ହିନ୍ଦୁ ରାମକଥାଗୁଡିକର କେନ୍ଦ୍ରରେ ଥିବା ମିଳନ ଓ ବିଚ୍ଛେଦର ଉପାଖ୍ୟାନମାନ ଏଠାରେ ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଯୁଦ୍ଧ, ଯୁଦ୍ଧ ବିଦ୍ୟା ତଥା ଅଲୌକିକ ଶସ୍ତ୍ର ଆଦିଗୁଡ଼ିକର ବର୍ଣ୍ଣନା ଏଠାରେ ଅଧିକ ମହତ୍ତ୍ୱ ରଖେ । ଥାୟୀ ରାମକୀର୍ତ୍ତିର ଯୁଦ୍ଧ କାଣ୍ଡ ଅନ୍ୟ କୌଣସି କାଣ୍ଡ ଅପେକ୍ଷା ଅଧିକ ବିସ୍ତୃତ ତଥା ବର୍ଣ୍ଣନାପୂର୍ଣ୍ଣ ।
ମାତ୍ର କନ୍ନଡ଼ ଲୋକ ରାମାୟଣମାନଙ୍କରେ ଏସବୁର ବର୍ଣ୍ଣନା ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଦେଶାଇ କୁହନ୍ତି କି ଯୁଦ୍ଧ ଉପରେ ଏହି ଥାୟୀ ଗୁରୁତ୍ୱ ମହତ୍ୱପୂର୍ଣ୍ଣ ଅଟେ । ଥାୟୀ ଇତିହାସ ଯୁଦ୍ଧପୂର୍ଣ୍ଣ ତଥା ବଞ୍ଚି ରହିବା ତାଙ୍କ ପାଇଁ ଏକ ବିରାଟ ଚିନ୍ତାର ବିଷୟ ଥିଲା । ଏଣୁ ରାମକୀର୍ତ୍ତି ପାରିବାରିକ ମୂଲ୍ୟବୋଧ ତଥା ଆଧ୍ୟାତ୍ମିକତା ଉପରେ ବେଶୀ ଗୁରୁତ୍ତ୍ୱ ଦିଏନାହିଁ । ରାମଙ୍କ ଅପେକ୍ଷା ହନୁମାନଙ୍କୁ ଏହି ରାମକଥା ବେଶୀ ଭଲପାଏ । ହିନ୍ଦୁ ରାମାୟଣ ପରି ହନୁମାନ ଏଠାରେ ନା ଭକ୍ତ ନା ବ୍ରହ୍ମଚାରୀ । ରାମକୀର୍ତ୍ତିରେ ହନୁମାନ ଜଣେ କାମିନୀରଙ୍କା ବ୍ରାହ୍ମଣ, ଯିଏ ଲଙ୍କାର ଅନ୍ତପୁରମାନଙ୍କୁ ଦେଖିବା ପୂର୍ବରୁ କିଛି ବେଶୀ ଚିନ୍ତାକରେ ନାହିଁ । ବାଲ୍ମିକୀ କିମ୍ବା କମ୍ବରଙ୍କର ହନୁମାନ ପରି ସେ ଶୟନରତା ପରଦାରାକୁ ଦେଖିବା ଅନୀତି ବୋଲି ଭାବନ୍ତି ନାହିଁ ।
ଏଠାରେ ରାବଣ ମଧ୍ୟ ଭିନ୍ନ । ରାମକିର୍ତ୍ତୀ କାବ୍ୟଟି ରାବଣର ଜ୍ଞାନ ଓ ଯୋଗାଡ଼ିଆପଣକୁ ପ୍ରଶଂସାପୂର୍ଣ୍ଣ ଚକ୍ଷୁରେ ଦେଖେ । ତାଙ୍କ ଦ୍ୱାରା ସୀତାଙ୍କର ଅପହରଣକୁ ପ୍ରେମର ଫଳଶୃତି ବୋଲି ଦେଖୁଥିବାରୁ, ଏହି ଅପହରଣ ପ୍ରତି ସମବେଦନା ସୁସ୍ପଷ୍ଟ । ଜଣେ ନାରୀ ପାଇଁ ରାବଣର ନିଜ ପରିବାର, ରାଜ୍ୟ ଓ ଜୀବନ ତ୍ୟାଗକୁ ଥାୟୀମାନେ ଉଦାର ଭାବରେ ଗ୍ରହଣ କରନ୍ତି । ମୃତ୍ୟୁ ସମୟରେ ତାଙ୍କର କଥା, ଉନବିଂଶ ଶତାବ୍ଦୀର ଏକ ପ୍ରସିଦ୍ଧ ପ୍ରେମ କବିତା କଥା ବ୍ୟାଙ୍କକର ଗୋଟିଏ ୱାଟର ଶିଳାଲେଖର ବିଷୟବସ୍ତୁ (ଦେସାଇ ୧୯୮୦, ୮୫) । ଥାୟୀ ଚରିତ୍ରଟିମାନ ବାଲ୍ମିକୀଙ୍କର ଚରିତ୍ର ପରି ନୁହନ୍ତି । ସେମାନେ ଭଲ ଓ ଭେଲର ଏକ ମାନବୀୟ ସମ୍ମିଶ୍ରଣର ଫଳଶୃତି ତଥା ଭ୍ରାନ୍ତିଯୁକ୍ତ । ଏଠାରେ ରାବଣର ପତନ ଅବସାଦ ଜନ୍ମାଏ । ବାଲ୍ମିକୀ ରାମାୟଣ ପରି ରାବଣଙ୍କର ପତନରେ ଅମିଶ୍ରିତ ଆହ୍ଲାଦ ଆମେ ଏଠାରେ ପାଇବା ନାହିଁ ।
ପ୍ରଭେଦର ବୁଣାଟ
ଅତଏବ୍, ଆମ ପାଖରେ କେବଳ ବାଲ୍ମିକୀ କୃତ ରାମାୟଣଟି ନାହିଁ । ଅନ୍ୟ ଅନେକଙ୍କ ଦ୍ୱାରା କଥିତ, ମୌଳିକ ପ୍ରଭେଦମାନ ଥିବା ଅନେକ ରାମକଥା ଆମ ପାଖରେ ଅଛି । ଏବେ ଆମେ ବର୍ତ୍ତମାନ ପର୍ଯ୍ୟନ୍ତ ନ ଦେଖିଥିବା କେତେଗୁଡ଼ିଏ ପ୍ରଭେଦର ରୂପ ମୁଁ ଏଠାରେ ଆଙ୍କିବି । ଉଦାହରଣ ସ୍ୱରୂପ ସଂସ୍କୃତରେ ଏବଂ ଅନ୍ୟ ଭାରତୀୟ ଭାଷାମାନଙ୍କରେ ଗପଟି ଦୁଇ ଭାଗରେ ଶେଷ ହୁଏ । ଗୋଟିଏ ପ୍ରକାର ଗଳ୍ପ ଶେଷହୁଏ ରାମ ଏବଂ ସୀତାଙ୍କର ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ସହିତ । ସେମାନେ ତାଙ୍କର ରାଜଧାନୀକୁ ଫେରି ଏକ ଆଦର୍ଶ ରାଜ୍ୟର ରାଜା ଓ ରାଣୀ ଭାବରେ ଅଭିଷିକ୍ତ ହୁଅନ୍ତି ।
ଅନ୍ୟ ଗୋଟିଏ ଅନ୍ତରେ (ଯାହାକୁ ସାଧାରଣତଃ ବାଲ୍ମିକୀ ଏବଂ କମ୍ବରଙ୍କ କୃତ ରାମକଥାରେ ପ୍ରକ୍ଷିପ୍ତ ବୋଲି ଧରାଯାଏ), ରାମ, ସୀତାଙ୍କ ନାମରେ ଏହି ଅପବାଦ ଶୁଣନ୍ତି ଯେ ସୀତା ରାବଣର ବନରେ ବହୁଦିନ ବନ୍ଦୀ ଭାବରେ ରହି ରାଣୀ ହେବାର ମର୍ଯ୍ୟାଦା ହରାଇଛନ୍ତି । ରାଜା ଭାବରେ ତାଙ୍କର ସୁନାମ ରକ୍ଷା କରିବା ପାଇଁ (ଆମେ ବୋଧହୁଏ ଏବେ ଏହାକୁ ବିଶ୍ୱସନୀୟତା କହିବା), ସେ ସୀତାଙ୍କୁ ବନବାସରେ ପଠାନ୍ତି । ସେଠାରେ ସେ ଯମଜ ବାଳକ ଦୁଇଟିଙ୍କୁ ଜନ୍ମ ଦିଅନ୍ତି । ସେମାନେ ବାଲ୍ମିକୀଙ୍କର ଆଶ୍ରମରେ ବଡ଼ ହୁଅନ୍ତି ତଥା ରାମାୟଣ ଓ ଯୁଦ୍ଧ ବିଦ୍ୟା ଶିଖନ୍ତି । ରାମଙ୍କର ସେନାଙ୍କୁ ପରାଜିତ କରନ୍ତି । ତଥା ଏକ ମର୍ମଭେଦୀ ଦୃଶ୍ୟରେ ରାମଙ୍କ ଆଗରେ ରାମାୟଣର ଗାନ କରନ୍ତି । ଦୃଶ୍ୟଟି ହୃଦୟ ବିଦାରକ, କାରଣ ରାମ ଜାଣନ୍ତି ନାହିଁ ଯେ, ଯମଜ ଭ୍ରାତାଦ୍ୱୟ ତାଙ୍କର ନିଜର ହିଁ ପୁତ୍ର ।
ଏହି ଦୁଇଟି ଭିନ୍ନ ଭିନ୍ନ ଅନ୍ତ କାହାଣୀଟିକୁ ପୁରା ଅଲଗା ଅଲଗା ଢାଞ୍ଚା ଦିଏ । ପ୍ରଥମଟି ରାଜକୀୟ ବନବାସୀମାନଙ୍କର ଘର ବାହୁଡ଼ାକୁ ଉତ୍ସବମୁଖର ଭାବେ ଦେଖେ ତଥା ପୁନଃମିଳନ ରାଜାଭିଷେକ ତଥା ଶାନ୍ତିର ଦୃଶ୍ୟ ସହିତ କଥାଟିକୁ ଶେଷ କରେ । ଦ୍ୱିତୀୟଟିରେ ସେମାନଙ୍କର ସୁଖ ଅଳ୍ପ ସମୟ ପାଇଁ ଏବଂ ସେମାନେ ପୁଣିଥରେ ବିରହ ଯାତନା ଭୋଗ କରନ୍ତି । ଅତଏବ ଦ୍ୱିତୀୟଟିରେ ବିପ୍ରଲମ୍ଭ ହିଁ କଥାଟିର କେନ୍ଦ୍ରିୟ ରସ । ଏହାକୁ ଆମେ ଟ୍ରାଜିକ ବୋଲି ମଧ୍ୟ କହିପାରିବା । ଭୂମିରୁ ବାହାରିଥିବା ସୀତା ଆଉ ଦୁଃଖ ସହି ନ ପାରି ଶେଷକୁ ଭୂମିର ଫାଟରେ ହିଁ ସମାଧି ଗ୍ରହଣ କରନ୍ତି ।
ଏହି ଶିଆରରୁ ଜନକ ସୀତାଙ୍କୁ ପାଇବା ଓ ତାଙ୍କର ଭୂମିକୁ ଲେଉଟାଣିରେ ଆମେ ଏକ ପ୍ରସର୍-ପାଇନ୍ ସମ ମିଥ୍ ର ଛାୟାରେ ଏକ ଉଦ୍ଭିଦଚକ୍ର ଦେଖିବାକୁ ପାଇବା । ସୀତା ମଞ୍ଜି ପରି, ତଥା ରାମ ନିଜ ନବିନ ନିରଦ ତନୁ ସହ ବର୍ଷା ସମ । ଦକ୍ଷିଣ ଦିଗର ରାବଣ (ଦକ୍ଷିଣ ମୃତ୍ୟୁର ଦେଶ) ପ୍ଲୁଟୋ ସମ ଅନ୍ଧାରିଆ ମୁଲକର ଏକ ଅପହର୍ତ୍ତା । ସୀତା ନିଜର ବିଶୁଦ୍ଧତା ଓ ମହିମା ସହ ଅଳ୍ପ କିଛି ସମୟ ପାଇଁ ବାହାରି ପୁଣି ପୃଥିବୀକୁ ଲେଉଟିଯାଆନ୍ତି ।
ଯଦିଓ ଆମେ ଏହାକୁ ଏକ ଜଡ଼ବତ୍ ରୂପକ ଭାବେ ଦେଖିବା କଥା ନୁହେଁ । ତଥାପି ପ୍ରସର୍-ପାଇନ୍ ଗଳ୍ପର ଅନେକ ଛାୟା ଆମେ ଏଠାରେ ଦେଖିବା । ଉର୍ବରତା ତଥା ବର୍ଷାର ଅନେକ ଦୃଷ୍ଟାନ୍ତ, ରାମଙ୍କର ଶିବସମ ସଂସାରତ୍ୟାଗୀ ପୁରୁଷମାନଙ୍କ ପ୍ରତି ବିରୋଧ (ଯାହା କମ୍ବରଙ୍କର ଅହଲ୍ୟା ଗଳ୍ପରେ), ଗଙ୍ଗା ନଦୀକୁ ତାଙ୍କର ପିତୃପୁରୁଷମାନେ ନିଜ ରାଜ୍ୟକୁ ସଗରପୁତ୍ରମାନଙ୍କ ମୋକ୍ଷ ନିମନ୍ତେ ବୁହାଇ ଆଣିବା, ଇତ୍ୟାଦି ଉଦାହରଣ ଆମେ ଏଠାରେ ଦେଇପାରିବା ।
ଏଠାରେ ୠଷ୍ୟଶୃଙ୍ଗ ଋଷିଙ୍କର କାହାଣୀ ମଧ୍ୟ ପ୍ରାସଙ୍ଗିକ । ଗୋଟିଏ ବାଳୁତ, କାମଜ୍ଞାନରହିତ ଯୋଗୀଙ୍କୁ, ଜଣେ ନାରୀ ନିଜର ସୌନ୍ଦର୍ଯ୍ୟରେ ବଶିଭୂତ କରି ଲୋମପାଦଙ୍କର ରାଜ୍ୟକୁ ବର୍ଷା ଯୋଗାଇବା ପାଇଁ ଟାଣିଆଣନ୍ତି । ଋଷ୍ୟଶୃଙ୍ଗ ହିଁ ପରେ ଯଜ୍ଞ କରି ଦଶରଥଙ୍କର ରାଣୀମାନଙ୍କର ଗର୍ଭକୁ ସନ୍ତାନରେ ପୂର୍ଣ୍ଣ କରନ୍ତି । ଏହା ଛଡ଼ା ଆମେ ଏହି ମହାକାବ୍ୟରେ ନାନା ପଶୁପକ୍ଷୀଙ୍କର ଅବିଛିନ୍ନ ଉପସ୍ଥିତି ଦେଖିବାକୁ ପାଇବା । ରାମ ସୀତାଙ୍କୁ ଖୋଜିବା ବେଳେ ଅନେକ ରାମ ଭକ୍ତ ପଶୁ ଏବଂ ପକ୍ଷୀଙ୍କର ଉପସ୍ଥିତି ଗୁରୁତ୍ୱପୂର୍ଣ୍ଣ । ଜୈନ ରାମାୟଣମାନଙ୍କରେ ଏହି ପଶୁପକ୍ଷୀମାନଙ୍କର ଉପସ୍ଥିତି ଅଯଥା ହୋଇଥିବା ବେଳେ, ବାଲ୍ମିକୀ ରାମାୟଣରେ ସେମାନଙ୍କ ଉପସ୍ଥିତି ବାସ୍ତବ ତଥା କାବ୍ୟରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପ୍ରତ୍ୟେକ ଅନ୍ତ ଗଳ୍ପର ଭିନ୍ନ ଭିନ୍ନ ପ୍ରଭାବ ଦୃଷ୍ଟିର ସମ୍ମୁଖକୁ ଆଣେ ଏବଂ ଏହାର ପୂର୍ଣ୍ଣ କଥନ କାବ୍ୟିକ ଠାଣିକୁ ପରିବର୍ତ୍ତିତ କରେ ।
ଆମେ ଭିନ୍ନ ଭିନ୍ନ ରାମ କଥାର ଭିନ୍ନ ଭିନ୍ନ ଆରମ୍ଭକୁ ନେଇ ମଧ୍ୟ ଏହିପରି କିଛି କଥା କହିପାରିବା । ବାଲ୍ମିକୀ ତାଙ୍କର ରାମାୟଣକୁ ନିଜ ବିଷୟରେ ଏକ ଗଳ୍ପ ସହିତ ଆରମ୍ଭ କରନ୍ତି । ସେ ଜଣେ ବ୍ୟାଧକୁ ଗୋଟିଏ ଯୋଡ଼ି ପ୍ରେମପକ୍ଷୀ ମଧ୍ୟରୁ ଗୋଟିଏକୁ ନିଜର ତୀର ସହିତ ବଧ କରିବାର ଦେଖନ୍ତି । ମାଇ ପକ୍ଷୀଟି ନିଜର ମୃତ ସାଥି ଚାରିପଟେ ଘୁରିବୁଲେ ତଥା କ୍ରନ୍ଦନ କରେ । କବି ଏହି ଦୃଶ୍ୟ ଦ୍ୱାରା ଏପରି ଭାବରେ ପ୍ରଭାବିତ ହୁଅନ୍ତି ଯେ, ସେ ବ୍ୟାଧକୁ ଅଭିଶାପ ଦିଅନ୍ତି । ଗୋଟିଏ ମୁହୂର୍ତ୍ତ ପରେ ସେ ତାଙ୍କର ଅଭିଶାପର ବାକ୍ ରୂପ ଏକ ପଦ୍ୟର ରୂପ ନେଇଛି ବୋଲି ସଚେତନ ହୁଅନ୍ତି ।
ଅର୍ଥାତ୍, ତାଙ୍କର ଶୋକର ଛନ୍ଦ ଏକ ନୂଆ ଶ୍ଳୋକର ଛନ୍ଦକୁ ଜନ୍ମ ଦେଇଛି । ସେ ରାମଙ୍କର କାର୍ଯ୍ୟାବଳୀ ଉପରେ ପର୍ଯ୍ୟବେଶିତ ମହାକାବ୍ୟକୁ ଏହି ଛନ୍ଦରେ ଲେଖିବାର ନିଷ୍ପତ୍ତି ନିଅନ୍ତି । ପରକାଳର କାବ୍ୟ ବିଚାରରେ ଏହି ଘଟଣାଟି ସମସ୍ତ କାବ୍ୟିକ ଉଚ୍ଚାରଣ ନିମନ୍ତେ ଏକ ପ୍ରବାହର ରୂପ ନିଏ । ତାହା ହେଲା ଯେ, ଭାବରୁ ଏପରି ଏକ କଳାତ୍ମକ ରୂପ, ଅର୍ଥାତ ଛନ୍ଦ, ତିଆରି କରିବା ଯାହା ତାହାର ବ୍ୟାପ୍ତିକରଣରେ ସାହାଯ୍ୟ କରିବ । ବାଲ୍ମିକୀଙ୍କର କାବ୍ୟର ଆରମ୍ଭରେ ଏହି ଘଟଣାଟି ଏହାକୁ ଏକ ନାନ୍ଦନିକ ଆତ୍ମସଚେତନତା ପ୍ରଦାନ କରେ । ଘଟଣାଟିଏ ପ୍ରବାଦିକ ପାଠକୁ ଆମ୍ଭେ ଆହୁରି ଆଗକୁ ନେଇପାରିବା - ପକ୍ଷୀଟିର ମୃତ୍ୟୁ ତଥା ପ୍ରେମାସ୍ପଦଠାରୁ ବିଚ୍ଛେଦ, ଏହି ରାମକଥା ପାଇଁ ଏକ ଉପଚିହ୍ନ ଭାବରେ କାର୍ଯ୍ୟ କରେ ।
ଆମେ ବାଲ୍ମିକୀଙ୍କର ରାମକଥାରେ କେତେକ ଗୁରୁତ୍ୱ ମୁହୂର୍ତ୍ତମାନଙ୍କରେ ଗୋଟିଏ ପଶୁ ମରିବାର ଛନ୍ଦକୁ ଲକ୍ଷ୍ୟ କରିପାରିବା । ଉଦାହରଣ ସ୍ୱରୂପ, ଦଶରଥ ଗୋଟିଏ ହାତୀକୁ ବଧ କରୁଛନ୍ତି ଭାବି ନିଜର ଶବ୍ଦଭେଦି ଶର ପଠାନ୍ତି । ମାତ୍ର ଶବ୍ଦଟି ଏକ ହାତୀଟିର ନ ଥିଲା । ଶବ୍ଦ କରୁଥିଲା ମାଠିଆରେ ଜଳ ଭରି ଆସିଥିବା ଏକ ଯୁବକ ଯୋଗୀ । ମାଠିଆଟି ହାତୀ ପାଣି ପିଇବା ଭଳି ଶବ୍ଦ କରୁଥିଲା । ଏହାଫଳରେ ଦଶରଥଙ୍କୁ ଅଭିଶାପ ମିଳେ ଯେ, ତାଙ୍କର ପ୍ରିୟ ପୁତ୍ରଙ୍କୁ ବନବାସ ଭୋଗିବାକୁ ପଡ଼ିବ ଏବଂ ତାଙ୍କୁ ପୁତ୍ର ବିଚ୍ଛେଦର ବେଦନା ସହିବାକୁ ପଡ଼ିବ ।
ଯେତେବେଳେ ରାମ ସ୍ୱର୍ଣ୍ଣପ୍ରାୟ ମୃଗର ରୂପ ଧରିଥିବା ରାକ୍ଷସ ମରିଚକୁ ଗୋଡ଼ାଇ ବଧ କରନ୍ତି, ସେତେବେଳେ ନିଜର ଶେଷ ନିଶ୍ୱାସରେ ସେ ରାମଙ୍କର ସ୍ୱରରେ 'ହା ଲକ୍ଷ୍ମଣ' ବୋଲି ଚିତ୍କାର କରେ । ଏହା ଫଳରେ ଲକ୍ଷ୍ମଣଙ୍କୁ ସୀତାଙ୍କୁ ଅସୁରକ୍ଷିତ ଭାବରେ ଛାଡ଼ିଯିବାକୁ ହୁଏ ଓ ରାବଣଙ୍କୁ ସୀତାଙ୍କୁ ଅପହରଣ କରିବାକୁ ସୁଯୋଗ ମିଳେ । ରାବଣ ସୀତାଙ୍କୁ ହରିନେଉଥିବା ବେଳେ ପକ୍ଷୀ ଜଟାୟୁ ତାହାର ବିରୋଧ କରେ ଓ ରାବଣର ଖଣ୍ଡାରେ ପ୍ରାଣ ହରାଏ । କାବ୍ୟର ଆରମ୍ଭରେ ପକ୍ଷୀଟିର ମୃତ୍ୟୁ ଏବଂ ବଞ୍ଚି ଯାଇଥିବା ତା’ର ସାଥିର ଚିତ୍କାର, କାବ୍ୟରେ ଛାଇ ହୋଇଥିବା ଭାଇ ଭାଇ ଭିତରେ, ମାତା ପିତାଙ୍କକର ସନ୍ତାନ ସହିତ, ତଥା ସ୍ୱାମୀ ସ୍ତ୍ରୀ ମଧ୍ୟରେ, ବିଚ୍ଛେଦର ନାନା ଘଟଣାମାନଙ୍କ ମଧ୍ୟରେ ଏକ ଉପଯୁକ୍ତ ସ୍ୱରର ସର୍ଜନା କରେ ।
ଅତଏବ ପ୍ରତ୍ୟେକ ମୁଖ୍ୟ ରାମକଥାର ପ୍ରାରମ୍ଭିକ ବିଭାଗଟିମାନ ପୂରାକାବ୍ୟଟି ପାଇଁ ଏକ ସମତାଳିକ ସ୍ୱରରୂପ ସୃଷ୍ଟି କରେ ତଥା ବିଷୟବସ୍ତୁ ଓ ରୂପକଳ୍ପ ଆଦିର ଏକ ନିର୍ଦ୍ଧିଷ୍ଟ ଛନ୍ଦକଳ୍ପ ତିଆରି କରେ । କମ୍ବରଙ୍କର ତାମିଲ କାବ୍ୟ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଆରମ୍ଭ ହୁଏ । ଆମେ ଏଠାରେ କିଛି ପଦ ଉଲ୍ଲେଖ କରି ହିଁ ସେ ବିଷୟରେ ଏକ ଉଚିତ ଧାରଣା ଦେଇପାରିବା ।
ନଦୀ
ଜଳଦ ଏକ ପଶୁପତି / ସମ ସେ ସାଗରୁ ଉତ୍ପତି
ଗୌରାଙ୍ଗ
ପିନ୍ଧିଣ ଧବଳ /
ଆକାଶ କରଇ ସୁନ୍ଦର
ଯେସନେ
ପ୍ରଭୁ ମହାଦେବ/
ହୋଇଣ ଆପଣେ ଉଦ୍ଭବ
ଧରନ୍ତି
ଦକ୍ଷିଣ ପାଶ୍ୱର୍ରେ / ସୁନ୍ଦରୀ ଉମାଙ୍କୁ ଆତୁରେ [୨]
ମେଘ ସେ ସାଗରୁ ଆସିଲା / ଉତ୍ତର ଦିଗକୁ ବହିଲା
ଭେଟିଲା
ଯାଇ ହିମାଳୟେ /
ଉଷା ସେ ଦିଶଇ କଣଏ
ସମ
ସେ ଭାବି ଗିରିମାଳ / ଛାଡ଼ିଲେ ବର୍ଷାର ଶୃଙ୍ଖଳ
ଯେମନ୍ତେ
ଦାନବୀର ମାନ /
ଦାନକୁ ସୁସଞ୍ଚ କରିଣ
ଅପାର
ବସ୍ତୁମାନ ଦ୍ୟନ୍ତି / ସେମନ୍ତେ ମେଘ ବରଷନ୍ତି [୧୫]
ଜଳ
ବହୁଳେ ବନ୍ୟା ହୋଇ / ନଦୀର କୂଳମାନ ଡେଇଁ
ମହତ
ଦଣ୍ଡଧାରୀ ରାଜା / ଅଭ୍ରାନ୍ତେ ଯିଏ ପାଳେ ପ୍ରଜା
ରାଜଛତ୍ରର ଛାୟା ତଳେ / ଶାସନ କରେ ଧର୍ମ ବଳେ
ତା’ର ଅଶେଷ ଯଶ ସମ / ଜଳ ବ୍ୟାପନ୍ତି ଦେଶ ଗ୍ରାମ [୧୬]
ରକ୍ଷିତା ଯେପରି ଆତୁରେ/ ପ୍ରେମ କରନ୍ତି ଆଗଭରେ
ପ୍ରେମିକ
କେବା କେଶପାଶ / ଅଙ୍ଗରେ କରନ୍ତି ସ୍ପରଶ
ଧନ
ଅପାର ନେଇଯାନ୍ତି /
ହସ୍ତରେ ଅଳପ ରଖନ୍ତି
ଧନର
ଧାରା କମିଗଲେ / ପ୍ରେମିକେ ଛାଡ଼ିଯାନ୍ତି ଭଲେ
ସେପରି
ବର୍ଷା ଧାରାମାନ /
ପର୍ବତୁ ଆସିଣ ବହନ
ଉପତ୍ୟକାର
ଗ୍ରାମ ଦେଶେ /
ଅଳପ ଦିଅନ୍ତି ବିଶେଷେ [୧୭]
ଯେସନେ
ବଣିକ ସନ୍ତତି /
ବଣିଜ ଧରିଣ ଗମନ୍ତି
ସୁବର୍ଣ୍ଣ ମୟୁରର ପକ୍ଷ / ମୁକ୍ତା ସୁଗନ୍ଧଯୁକ୍ତ କାଷ୍ଠ
ହସ୍ତୀର ଦନ୍ତ ଧରିକରି / ହୁଅନ୍ତି ଯେ ସେ ଦେଶାଚାରି [୧୮]
ସେପରି
ବନ୍ୟା ଆସେ ମାଡ଼ି /
ନଦୀର ବନ୍ଧକୁ କରଡ଼ି
ବଙ୍କାଏ
ଧନୁ ପରି ସେ ଯେ /
ଜଳର ବଳର ସାହାଯ୍ୟେ
ବୃକ୍ଷରୁ
ପଡ଼ି ପୁଷ୍ଠ ଗଣ /
କରନ୍ତି ଜଳକୁ ରଙ୍ଗିଣ
ସୁବର୍ଣ୍ଣ
ପୀତ ଯେ କେଶର / ଭାଷଇ ଜଳର ଉପର
ଯେସନେ
ମଧୁ ଯାଏ ବହି /
ହସ୍ତୀର କାମ ରଙ୍ଗ ପରି
ସମସ୍ତ
ମିଶିଣ ଦିଶଇ/
ଇନ୍ଦ୍ରଧନୁ ଯେ ଉଭା ହୋଇ [୧୯]
ଗିରି ପର୍ବତ ତାଡ଼ି କରି/ ପ୍ରଳୟ ସମ ଜଳ ବହି
ଯେସନେ
ମର୍କଟର କୁଳ /
ସମ୍ମୁଖେ ଦେଖିଣ ସାଗର
ସେତୁ
ସେ ଉଚ୍ଛନେ ଖୋଜନ୍ତି / ଜଳ ତେସନେ ପ୍ରବାହନ୍ତି [୨୦]
ମତ୍ତ
ବଳିଷ୍ଠ ହସ୍ତୀଗଣ /
ତୁରଙ୍ଗମାନଙ୍କ ଗହଣ
ଯୁଦ୍ଧର
ନାଦେ ବାୟୁ ଭରି /
ପତାକାମାନ ଉଚ୍ଚ କରି
ଯୁଦ୍ଧର
ନିମନ୍ତେ ବାହାରି / ସମୁଦ୍ର ସଙ୍ଗେ ଆଣ୍ଟକରି
ଏମନ୍ତ
ରୂପେ ବନ୍ୟାଜଳ / ଧାବନ୍ତି ସାଗରର କୂଳ [୨୨]
ଯେସନେ
ସୂର୍ଯ୍ୟବଂଶେ ଜନ୍ମ / ଅଶେଷ ସୁଗୁଣ ରାଜନ
ତେମନ୍ତ
ସମୁଦ୍ରର ପାଶେ /
ନଦୀ ବିଭାଜନ୍ତେ ଅଶେଷେ
ମାତାର
ଦୁଗ୍ଧ ପୁଷ୍ଟି ସମ / ପୋଷେ ସେ ସର୍ବ ଜନ ପ୍ରାଣ [୨୩]
ପାର୍ବତ୍ୟ
ଦେଶେ ତସ୍କରଙ୍କ /
ଗ୍ରାମର ଉପରେ ଆତଙ୍କ
ରମଣୀ
ତୀର ଓ ତୁରିଣ /
ଧରିଣ କରନ୍ତି ଗମନ
ରାଜାର ସେନା ପରି ଜଳ / ଗ୍ରାମଙ୍କୁ ଧ୍ୱଂସନ୍ତି ପ୍ରବଳ [୨୫]
କାଳୀୟ
ଦଳନେ ଗୋପାଳ /
ଗୋପୀଙ୍କ ସଙ୍ଗେ ହୋଇ ମେଳ
କରନ୍ତି
ଆନ ଲୀଳାମାନ /
ଚୋରାଇ ବସ୍ତ୍ର ଓ କଙ୍କଣ
ଦୁଗ୍ଧ
ଓ ଚହ୍ଲା ସେ ଚୋରାନ୍ତି / ଶିକାରୁ ଘିଅ ସେ ଘେନନ୍ତି
ଲବଣି
ଖାଇ ମତ୍ତ ହୋଇ /
ମରୁତ ଉପରେ ଢଳାଇ
ଚପଳ
ଯେପରି ହୁଅନ୍ତି /
ଜଳ ସେପରି ପ୍ରସରନ୍ତି [୨୬]
ପଡ଼ିଆ
କରନ୍ତି ଜଙ୍ଗଲ /
ବାଲିଚରଟି ହୁଏ ବିଲ
କ୍ଷେତକୁ
ଅରଣ୍ୟ କରନ୍ତି /
ସୀମାକୁ ବଦଳାଇ ଦ୍ୟନ୍ତି
ଭୂମି-ରୂପକୁ
ବଦଳାଇ / ପ୍ରମତ୍ତ ବାଇ ପ୍ରାୟ ହୋଇ
ଗରଜନ୍ତି
ଯେ ଜଳମାନ / ଅତୀତ କର୍ମଫଳମାନ
ଯେସନେ ଜୀବକୁ ଗୋଡ଼ାଇ / ତେମନ୍ତ ଜଳଧାରା ହୋଇ [୨୮]
ହିମାଳୟରୁ
ହୋଇ ଜାତ / ସମୁଦ୍ର ସହିତ ମିଶ୍ରିତ
ବିସ୍ତାର
ଲଭନ୍ତି ତୁରିତ /
ଏକରୁ ହୋଇ ସେ ଅନେକ
ଯେସନ
ପୁରୁଷ ପ୍ରଥମ /
ଯାହାର ନାମ ଗୁଣମାନ
ମାପିବା
ପାଇଁ ଚେଷ୍ଟା କରି / ବେଦ ବି ନ ପାରନ୍ତି ସାରି [୩୦]
ପୁଷ୍ପିତ
ତୋଟାମାନଙ୍କରେ /
ଚମ୍ପକ ବୃକ୍ଷର ବନରେ
ପଙ୍କଜ
ହ୍ରଦମାନ ଦେଇ /
ନବ ବାଲୁକା ସ୍ଥାନ ଭେଇ
ଲତା
ବେଷ୍ଟିତ ପୁଷ୍ପ କୁଞ୍ଜେ / ଜୀବନେ ଯେସନେକ ଖଞ୍ଜେ
ପଶିଣ
ନାନାଦି ଶରୀର /
ପୁଣି ସେ ହୁଅଇ ବାହାର
ସେପରି ନଦୀ ଯାଏ ବହି / ତାହାର ରୂପ କେହୁ କହି [୩୧]
ଏହି ଖଣ୍ଡଟି କମ୍ବର ରାମାୟଣରେ ଆମେ ନିଆରା ଭାବରେ ପାଇବା । ବାଲ୍ମିକୀ ରାମାୟଣରେ ଏହା ନାହିଁ । ଏହା ସମୁଦ୍ରର ଜଳକଣାମାନ ଏକତ୍ରିତ ହୋଇ ମେଘମାନଙ୍କର ନିର୍ମାଣ ଏବଂ ବର୍ଷାପାତ ଜନିତ ବନ୍ୟା ଭାବରେ ରାମଙ୍କ ରାଜ୍ୟର ରାଜଧାନୀ ଅଯୋଧ୍ୟା ଆଡ଼କୁ ସରଯୁ ନଦୀର ବନ୍ୟାର ପ୍ଲାବନର ବର୍ଣ୍ଣନା କରେ । ଏହା ଦ୍ୱାରା କମ୍ବର ନିଜର ସମସ୍ତ ବିଷୟବସ୍ତୁ ଓ ଚରିତ୍ରମାନଙ୍କର ପରିଚୟ ଆମକୁ ଦିଅନ୍ତି । ଉର୍ବରତା ବିଷୟରେ ତାଙ୍କର ଚିନ୍ତା, ରାମଙ୍କର ବଂଶ ତଥା ପିତୃପୁରୁଷଙ୍କର ପରିଚୟ, ତଥା ରାମାୟଣରେ ଭକ୍ତିକୁ ନେଇ ତାଙ୍କ ଦୃଷ୍ଟି, ଏସବୁ ବିଷୟରେ ଆମେ ଜାଣିବାକୁ ପାଉ ।
ଏଠାରେ ଉପମା ତଥା ସଙ୍କେତ ଆଦି ଦ୍ୱାରା ଗଳ୍ପର ଭିନ୍ନଭିନ୍ନ ଅଙ୍ଗ ତଥା ରାମାୟଣର ବିଶ୍ୱର ଏକକ, ଯେପରି ବାନର ଆଦିଙ୍କର ପରିଚୟ ମଧ୍ୟ ଆମକୁ ଦିଏ । ଶାସ୍ତ୍ରୀୟ ତାମିଳ କବିତାର ପାଞ୍ଚଟିଯାକ ଭୂମିକଳ୍ପର ଉଦାହରଣ ମଧ୍ୟ ଆମେ ଏଠାରେ ଦେଖିବାକୁ ପାଇବା । ଜୀବନ ଓ ଉର୍ବରତାର ଉତ୍ସ ଜଳ ଉପରେ ଗୁରୁତ୍ୱ ହିଁ ତାମିଳ ସାହିତ୍ୟିକ ପରମ୍ପରାର ଏକ ସୁସ୍ପଷ୍ଟ ଅଂଶ ଅଟେ । ‘କୁରାଳ’ (ଯାହାକୁ ତାମିଳମାନଙ୍କର ବାଇବେଲ ବୋଲି କୁହାଯାଏ) ଏକ ଶିକ୍ଷାଦାୟକ ଗ୍ରନ୍ଥ ଅଟେ । ଏହା ଉତ୍ତମ ଜୀବନର ଲକ୍ଷ୍ୟ ତଥା ସେହି ଲକ୍ଷ୍ୟରେ ପହଞ୍ଚିବାର ପଥର ଚର୍ଚ୍ଚା କରେ । ଏହା ଈଶ୍ୱରଙ୍କ ଉପରେ ଏକ ଶ୍ଳୋକ ସହିତ ଆରମ୍ଭ ହୁଏ । ଠିକ୍ ଏହାର ପରେପରେ ହିଁ ଏଥିରେ ବର୍ଷା ପ୍ରତି ଏକ ଉତ୍ସବମୂଳକ ଗୀତ ଆମେ ଦେଖିବାକୁ ପାଇବା (ତିରୁକୁରାଳ ୨) ।
ବିଭିନ୍ନ ରାମାୟଣରେ ଗୋଟିଏ ବଡ଼ ପ୍ରଭେଦ ହେଲା, ଭିନ୍ନ ଭିନ୍ନ ଚରିତ୍ରଙ୍କ ଉପରେ ଗୁରୁତ୍ୱ ପ୍ରଦାନ । ବାଲ୍ମିକୀ ରାମ ଏବଂ ତାଙ୍କ ଇତିହାସ ଉପରେ ତାଙ୍କ ରାମାୟଣର ପ୍ରାରମ୍ଭିକ ବିଭାଗମାନଙ୍କରେ ଗୁରୁତ୍ୱ ଦିଅନ୍ତି । ବିମଳସୁରିଙ୍କର ଜୈନ ରାମାୟଣ ତଥା ଥାୟୀ ରାମକୀର୍ତ୍ତି ରାମଙ୍କ ଉପରେ ଗୁରୁତ୍ୱ ଦିଅନ୍ତି ନାହିଁ । ବରଞ୍ଚ, ସେମାନେ ରାବଣର ବଂଶାବଳୀ ତଥା କାର୍ଯ୍ୟକଳାପ ଉପରେ ଗୁରୁତ୍ୱ ଦିଅନ୍ତି । କନ୍ନଡ଼ ଗ୍ରାମ୍ୟକଥାଟି ସୀତା, ତାଙ୍କର ଜନ୍ମ, ତାଙ୍କର ବିବାହ ତଥା ତାଙ୍କର ଦୁଃଖ ଉପରେ ଗୁରୁତ୍ୱ ଦିଏ ।
ପର ସମୟର କେତେକ ଗ୍ରନ୍ଥ ଯଥା ‘ଅଦ୍ଭୁତ ରାମାୟଣ' ତଥା 'ଶତକଣ୍ଠରାବଣ’ (ଏକ ତାମିଳ ଗଳ୍ପ) ଆଦିରେ, ସୀତା ନିଜେ ଜଣେ ବୀରାଙ୍ଗନା । ଦଶଶିର ରାବଣର ବଧ ପରେ ସହସ୍ରଶିର ବିଶିଷ୍ଟ ଆଉ ଏକ ରାବଣ ଜନ୍ମ ହୁଏ । ଏହି ରାବଣର ଉପଦ୍ରବକୁ ରାମ ସମ୍ଭାଳି ପାରନ୍ତି ନାହିଁ । ଶେଷକୁ ସୀତା ହିଁ ଯୁଦ୍ଧ କରି ଏହି ନୂଆ ରାକ୍ଷସର ବଧ କରନ୍ତି (ଶୁଲ୍ମାନ୍ ୧୯୭୯) ।
ସାନ୍ତାଳ ଜନଜାତି ନିଜର ବହୁଳ ମୌଖିକ ପରମ୍ପରା ପାଇଁ ଜଣାଶୁଣା । ସେମାନଙ୍କର କେତେକ ରାମକଥା ବାଲ୍ମିକୀ ଏବଂ କମ୍ବର ପଢ଼ିଥିବା କେତେକ ହିନ୍ଦୁମାନଙ୍କ ପାଇଁ ବିରକ୍ତି ତଥା ଘୃଣାର କାରଣ ହୋଇପାରେ । ସେମାନଙ୍କର କେତେକ ରାମକଥାରେ ସୀତା ଅବିଶ୍ୱସ୍ତ ତଥା ଉଭୟ ରାବଣ ଏବଂ ଲକ୍ଷ୍ମଣଙ୍କ ଦ୍ୱାରା ସେ ନିଜର ସତୀତ୍ତ୍ୱ ହରାନ୍ତି । ଆମେ ଆଗରୁ ଦେଖିଛେ ଯେ, କେତେକ ଦକ୍ଷିଣପୂର୍ବ ଏସୀୟ ଗ୍ରନ୍ଥରେ ହନୁମାନ ଏକ ମାଙ୍କଡ଼ମୁହାଁ ବ୍ରହ୍ମଚାରି ଭକ୍ତ ନୁହନ୍ତି । ବରଂ, ସେ ଅନେକ ପ୍ରେମଗଳ୍ପର ଏକ କାମିନୀରଙ୍କା ନାୟକ । କମ୍ବର ଏବଂ ତୁଳସୀଦାସଙ୍କର ରାମକଥାରେ ରାମ ଜଣେ ଦେବତା ।
ମାତ୍ର ଜୈନଗ୍ରନ୍ଥମାନଙ୍କରେ ସେ କେବଳ ଜଣେ ସୁବିହିତ ଜୈନମାନବ ମାତ୍ର, ଯେ କି ଶେଷ ଜନ୍ମ ନେଇଥିବା ରାବଣଙ୍କୁ ବଧ ମଧ୍ୟ କରିପାରିବେ ନାହିଁ । ଏହି ଗ୍ରନ୍ଥମାନଙ୍କରେ ରାମ ଜଣେ ଆର୍ଯ୍ୟାବତାର ଓ ରାବଣ ନିଜର କର୍ମବଳ ଦ୍ୱାରା ବାଧ୍ୟ ହୋଇ ସୀତାଙ୍କ ନିମନ୍ତେ ହୃଦୟ ହାରି ଶେଷକୁ ମୃତ୍ୟୁବରଣ କରନ୍ତି । ଅନ୍ୟ ଅନେକ ଗ୍ରନ୍ଥରେ ରାବଣ ମୂଳତଃ ଏକ ରାକ୍ଷସ ମାତ୍ର । ଏଣୁ ପ୍ରତ୍ୟେକଟି ମୁଖ୍ୟ ଚରିତ୍ରମାନଙ୍କ କଳ୍ପନାରେ ଭିନ୍ନ ଭିନ୍ନ ରାମକଥାମାନଙ୍କ ମଧ୍ୟରେ କେତେକ ମୌଳିକ ପ୍ରଭେଦଟିମାନ ରହିଛି ।
ଚରିତ୍ରମାନଙ୍କୁ ନେଇ ଏହି ପରିକଳ୍ପନାଗୁଡ଼ିକ ପରସ୍ପରଠାରୁ ଏପରି ଭାବରେ ଭିନ୍ନ ଯେ, ଚରିତ୍ର ବିଷୟରେ ଗୋଟିଏ ଧାରଣା ଥିବା ଏକ ଗୋଷ୍ଠୀ, ଅନ୍ୟ ଏକ ଗୋଷ୍ଠୀ ନିମନ୍ତେ ଘୃଣାର ପାତ୍ର ହୋଇପାରେ । ଆମେ ଏହି ପ୍ରଭେଦ ଗୁଡ଼ିକରେ ଆହୁରି ଅନେକ ଯୋଡ଼ିପାରିବା - ଯଥା ସୀତାଙ୍କର ବନବାସର କାରଣ, ତାଙ୍କର ଦ୍ୱିତୀୟ ପୁତ୍ରର ଅଲୌକିକ ଜନ୍ମ ତଥା ରାମ ଏବଂ ସୀତାଙ୍କର ସର୍ବଶେଷ ପୁର୍ନମିଳନର ପଛରେ ଥିବା କାରଣ ବିଷୟରେ, ଭିନ୍ନ ଭିନ୍ନ ଗ୍ରନ୍ଥ ଆମକୁ ଭିନ୍ନ ଭିନ୍ନ ଉପାଖ୍ୟାନଟିମାନ ଦିଅନ୍ତି । ଏହି କାରଣ ଏବଂ ଉପାଖ୍ୟାନମାନଙ୍କୁ ଆମେ ଏକାଧିକ ଗ୍ରନ୍ଥ, ଗ୍ରାନ୍ଥିକ ଜନଗୋଷ୍ଠୀ (ହିନ୍ଦୁ, ଜୈନ, ବୌଦ୍ଧ) ଏବଂ ଅଞ୍ଚଳରେ ପାଇବା ।
ବର୍ତ୍ତମାନ ଆମେ ଏହି ପ୍ରଶ୍ନ ପଚାରିପାରିବା ଯେ, କେବଳ କେତେକ ସମ୍ପର୍କ (ଯଥା ରାମ, ତାଙ୍କର ଭାଇ, ତାଙ୍କର ସ୍ତ୍ରୀ ତଥା ତାଙ୍କର ପ୍ରତିଦ୍ୱନ୍ଦୀ ରାବଣ ଯେ ସୀତାଙ୍କୁ ଅପହରଣ କରନ୍ତି) କୁ ଛାଡ଼ିଦେଲେ ରାମକଥା ମାନଙ୍କର ଏକ ସାଧାରଣ ମଞ୍ଜ ଅଛି କି, ବା ଦାର୍ଶନିକ ଉଇଟଗେନଷ୍ଟାଇନ କହିଲା ଭଳି, ଏହି ଗଳ୍ପଗୁଡ଼ିକ ପରସ୍ପର ସହିତ ଏକ ପାରିବାରିକ ସାଦୃଶ୍ୟ ସାହାଯ୍ୟରେ ଛନ୍ଦି ହୋଇଛନ୍ତି କି ? ବା ବ୍ୟାପାରଟି ଆରିଷ୍ଟଟଲଙ୍କର ଛୁରି ପରି କି ?
The world Ramakanta Samantaray Translated by Sailen Routray Photo credit: A. R. Vasavi I have cut you into tiny pieces with the sharp sword ...
-
ପୂର୍ଣ୍ଣଚନ୍ଦ୍ର ସିଂହଙ୍କର ଚିତ୍ର 'ମୁଗ୍ଧା' ରମାକାନ୍ତ ସାମନ୍ତରାୟ ଓ ଶୈଲେନ ରାଉତରାୟ ପୂର୍ଣ୍ଣଚନ୍ଦ୍ର ସିଂହଙ୍କ ଦ୍ୱାରା ଅଙ୍କିତ ଏହି ଚିତ୍ରଟି ପ୍ରଥମେ ମାସ...
-
Auto-graphy Sailen Routray Sunday's street life in the temple district near the Lingaraja Temple in Bhubaneswar Photo credit: commons.wi...
-
Many cities, many voices A review of 'Masani Sahara Dilli' Sailen Routray Mashani Sahara Dilli is an important book for many reasons...