Monday, March 28, 2022

ସୁଜାତା ଭଟ୍ଟଙ୍କର ଦୁଇଟି କବିତା

ଅନୁବାଦକ - ଶୈଲେନ ରାଉତରାୟ


ନେପାଳର ଜନକପୁର ଷ୍ଟେସନରେ ଏକ ପରିତ୍ୟକ୍ତ ରେଳଗାଡ଼ି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ (ବିଜୟ ଚଉାରସିଆ)

କବିତା - ୧ : ପଶ୍ଚାତ୍ ଦୃଷ୍ଟି 

ଏ ମଧ୍ୟରୁ କେଇଟି କବିତାକୁ 
ମୁଁ
ସ୍ନେହ କରେ;
କାରଣ ଏମାନଙ୍କର ଶବ୍ଦର
ସନ୍ଧିରୁ ଭାସିଆସେ,
ତୁମର ତତ୍କାଳୀନ ଉପସ୍ଥିତିର ଗନ୍ଧ ।

କବିତା - ୨ : ହେ!

ଭାରତୀୟ ମନ୍ଦିରଗୁଡ଼ିକର 
ତୁମେ ନେଇଥିବା ଫଟୋମାନ, ଅସମ୍ପୂର୍ଣ୍ଣ ।

ତା'କୁ ଡରୁଥିବା 
ବ୍ରାହ୍ମଣ ପିଲା ପଞ୍ଝାଙ୍କ ଉପରେ 
ହସୁଥିବା ସେ ଲୋକ ପାଇଁ,
ଯାହାକୁ ମୁଁ ଦେଖେ ସବୁଦିନ ?

ସେ ଖମ୍ବ ପାଖେ ବସୁଥିବା 
ଗୋଦରାଟି କାହିଁ,
ଯାହା ପାଖେ ଗଡ଼ୁଥାଆନ୍ତି ଦିଅଁଟିମାନ ।

ଟୀକା: ସୁଜାତା ଭଟ୍ଟ ୧୯୫୬ ମସିହାରେ ଅହମେଦାବାଦରେ ଜନ୍ମିତ ଜଣେ ଇଂରାଜୀ ଭାଷାରେ ଲେଖୁଥିବା କବି । ତାଙ୍କର ପିଲାଦିନ ପୁନେ ସହରରେ ବିତିଥିଲା । ୧୯୬୮ ମସିହାରେ ନିଜ ପରିବାର ସହ ସେ ଯୁକ୍ତରାଜ୍ୟ ଆମେରିକାକୁ ଚାଲିଗଲେ । କମନ୍‌ୱେଲ୍‌ଥ୍ କବିତା ପୁରସ୍କାର ପ୍ରାପ୍ତ ଏହି କବିଙ୍କର 'ବ୍ରୁନିଜେମ୍,' 'ପଏଣ୍ଟ୍ ନୋ ପଏଣ୍ଟ୍,' 'ଏ ଡିଫରେଣ୍ଟ୍ ହିଷ୍ଟ୍ରି' ଆଦି କାବ୍ୟ ଗ୍ରନ୍ଥ ଲୋକାଦୃତ ହୋଇଛି । ଏଠାରେ ଉପସ୍ଥାପିତ ଓଡ଼ିଆ ଅନୁବାଦ ପ୍ରଥମେ ସାହିତ୍ୟ ପତ୍ରିକା 'ଅନ୍ୟା'ର ୨୦୧୪ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । 

6 comments:

  1. Commendable translation Sailen.. spirit intact.. wow..

    ReplyDelete
  2. Replies
    1. ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ମୁଁ କୃତଜ୍ଞ ।

      Delete
  3. Really wonderful translation.Keep it up Sailen.

    ReplyDelete
    Replies
    1. ନମସ୍କାର । ଆପଣଙ୍କୁ ଅନୁବାଦଟି ଭଲ ଲାଗିଲା ଜାଣି ମୋର ସାମାନ୍ୟ ଶ୍ରମ ସାର୍ଥକ ହେଲା ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....