Monday, August 8, 2022

ମୋ ବଖରାକୁ ତୁମର ଆଗମନ ଏବଂ

ସୁଜାତା ଭଟ୍ଟ

ଅନୁବାଦକ - ଶୈଲେନ ରାଉତରାୟ


ଇରାନର ସିସ୍ତାନ ଓ ବାଲୁଚିସ୍ତାନ ପ୍ରଦେଶରେ ଏକ ପବନଚକି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 

କେମିତି ସିଲିଙ୍ଗ୍ ଫ୍ୟାନ୍‌ଟିକୁ 
ଅନ୍ କଲ ଦେଖ;
କେତେ ଉଚ୍ଚାରେ ବିଚରା ଝୁଲେ ଏବଂ ଥରେ । 

ନିଜର ଉତ୍ତପ୍ତ ଧାରଣାମାନଙ୍କ ସହ
ମୋ ବଖରାକୁ ଧସେଇ ପଶି ଆସ;
ଆଉ ବିଚରା ଫ୍ୟାନ୍‌ଟିର ଝାଳ ବହେ 
ଯେତେବେଳେ ରୁମ୍‌ଟିକୁ ସିଏ ଥଣ୍ଡା କରେ ।

ମତ୍ତ ବିଶାଳାକ୍ଷୀର ସମ୍ଭାର ନେଇ 
ଆସ ବଖରାକୁ ମୋର;
ଆଉ ତୁମ ଦେଖାଦେଖି ପଙ୍ଖା ଚାହେଁ 
ଖସିଯାଇ ଉଡ଼ିବୁଲିବାକୁ;
ସ୍ୱପ୍ନ ଦେଖେ ବନିବାକୁ
ଏକ ଫୁଲେଇ କହ୍ଲାର ।

ଟୀକା: ଏହି ଅନୁବାଦଟି ପ୍ରଥମେ ୨୦୧୪ ମସିହାରେ 'ଅନ୍ୟା' ପତ୍ରିକାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟିର ଲେଖିକା ସୁଜାତା ଭଟ୍ଟ ୧୯୫୬ ମସିହାରେ ଅହମେଦାବାଦରେ ଜନ୍ମିତ ଜଣେ ଇଂରାଜୀ ଭାଷାରେ ଲେଖୁଥିବା କବି । ତାଙ୍କର ପିଲାଦିନ ପୁନେ ସହରରେ ବିତିଥିଲା । ୧୯୬୮ ମସିହାରେ ନିଜ ପରିବାର ସହ ସେ ଯୁକ୍ତରାଜ୍ୟ ଆମେରିକାକୁ ଚାଲିଗଲେ । କମନ୍‌ୱେଲ୍‌ଥ୍ କବିତା ପୁରସ୍କାର ପ୍ରାପ୍ତ ଏହି କବିଙ୍କର 'ବ୍ରୁନିଜେମ୍,' 'ପଏଣ୍ଟ୍ ନୋ ପଏଣ୍ଟ୍,' 'ଏ ଡିଫରେଣ୍ଟ୍ ହିଷ୍ଟ୍ରି' ଆଦି କାବ୍ୟ ଗ୍ରନ୍ଥ ଲୋକାଦୃତ ହୋଇଛି । 

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....