Wednesday, September 21, 2022

ମୁଁ ହିନ୍ଦୁ

ଶୈଲେନ ରାଉତରାୟ


ଫାର୍ସୀ ଭାଷାରେ ଲିଖିତ ମହାଭାରତ 'ରଜ୍ମନାମା'ର ଏକ ଫର୍ଦ୍ଦ
ରଚନା କାଳ - ଷୋଡ଼ଶ ଶତାବ୍ଦୀର ଶେଷ ଓ ସପ୍ତଦଶ ଶତାବ୍ଦୀର ଆରମ୍ଭ 
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 



 
ମୁଁ ହିନ୍ଦୁ ହେଲେ ମନ୍ଦିର ପ୍ରାୟ ଯାଏନା
ମୁଁ ଓଡ଼ିଆ କିନ୍ତୁ ଆମିଷ ଖାଏନା ।

ମୁଁ ପୁରୁଷ, ହେଲେ ଗହଣା ପିନ୍ଧେ
ମୁଁ ନିରାମିଷ, କିନ୍ତୁ ଘୁଷୁରି ରାନ୍ଧେ ।

ମୁଁ ଭାରତୀୟ ହୋଇ ବି, ପାକିସ୍ତାନକୁ କରେନା ଘୃଣା
ଖୀରସ୍ତାନୀ ନହୋଇ ବି, ବାଇବେଲ ମୋର ପ୍ରେରଣା ।

ଭୋବନିଶରିଆ ହୋଇ ବି କଟକ ମୋତେ ରସେ
ଆଇଁଷ ନ ଖାଇ ବି ଶୁଖୁଆ ମୋତେ ବାସେ ।

ମୁଁ ଧ୍ୟାନରେ ବସେ, ହେଲେ ପୂଜା କରେନା
ମୋର ଗୁରୁ ଅଛନ୍ତି, ହେଲେ ମୁଁ ବ୍ରାହ୍ଣଣ ଡାକେନା ।

ମୁସଲମାନ ନହୋଇ ମଧ୍ୟ ମୁଁ ନାଚେ ବୁଲ୍ଲାଙ୍କ ଛନ୍ଦେ
ବଙ୍ଗାଳୀ ନହୋଇ ବି ମୁଁ ଶ୍ୟାମାଗୀତିରେ କାନ୍ଦେ ।

ମୁଁ ମଣିଷ, ମୋତେ ତୁମ ଘୃଣାର ଦଉଡ଼ିରେ ବାନ୍ଧନା ।
ମୁଁ ମଣିଷ, ମୋତେ ତୁମ କ୍ରୋଧର ଧୂଆଁରେ ରୁନ୍ଧନା ।

6 comments:

  1. Replies
    1. ନମସ୍କାର । ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ଧନ୍ୟବାଦ । ଆଶା କରେ ସବୁ କୁଶଳ ।

      Delete
  2. Khub sundar abhivyakti, dhanyab sailen

    ReplyDelete
    Replies
    1. ଆପଣଙ୍କୁ ବି ଧନ୍ୟବାଦ ଭାଇ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....