Tuesday, March 28, 2023

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅପ୍ରମାଦ ବର୍ଗ  ୫-୬

ଅନୁବାଦକ - ଶୈଲେନ ରାଉତରାୟ


ବୋଧିଧର୍ମ
ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍

ଓଡ଼ିଆ ପଦ୍ୟାନୁବାଦ


ଉଦ୍ୟମ, ଅପ୍ରମାଦ, ସଂଯମ, ଦମ ଧରି
ବୁଦ୍ଧିମାନ ବିରଚିବ  ଦ୍ୱୀପଟି ଏପରି 
ବନ୍ୟା ଭସାଇ ନନେଇ ପାରିବ ଯେପରି ।୫। 

ମୂର୍ଖ ପରମାଦେ ଲିପ୍ତ, ତଥା ଅପ୍ରମାଦେ
ଶ୍ରେଷ୍ଠ ଧନ ପରି ରକ୍ଷା କରନ୍ତି ଯେ ବୁଧେ ।୬।

ମୂଳ ପାଲି ପଦ


ଉଟ୍ଠାନେନ'ପ୍ପମାଦେନ ସଞ୍ଯମେନ ଦମେନ ଚ ।
ଦୀପଂ କୟିରାଥ ମୋଧାବୀ ଯଂ ଓଘୋ ନାଭିକୀରତି ।୫। 

ପମାଦମନୁଯୁଞ୍ଯନ୍ତି ବାଳା ଦୁମ୍ମେେଧିନୋ ଜନା ।
ଅପ୍ପମାଦଞ୍ଚ ମେଧାବୀ ଧନଂ ସେଟ୍ଠଂ'ବ ରକ୍ଖତି ।୬।

ଅନୁବାଦକୀୟ ଟୀକାଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

No comments:

Post a Comment

କଟକରେ ଘର ଶୈଲେନ ରାଉତରାୟ କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକର...