ଫ୍ରିଡ଼ା ଦାସ ହସ୍ୱର୍ଥ୍ଙ୍କର ଚିତ୍ର 'କୋଣାର୍କ'
ରମାକାନ୍ତ ସାମନ୍ତରାୟ ଓ ଶୈଲେନ ରାଉତରାୟ
ଫ୍ରିଡ଼ା ଦାସ ହସ୍ୱର୍ଥ୍ ପ୍ରସିଦ୍ଧ ସମାଜବାଦୀ ନେତା ଓ ସ୍ୱାଧୀନତା ସଙ୍ଗ୍ରାମୀ ସାରଙ୍ଗଧର ଦାସଙ୍କୁ ବାହା ହୋଇ ଓଡ଼ିଶାରେ ବେଶ୍ କିଛି ଦିନ କଟାଇଥିଲେ । 'ଏ ମ୍ୟାରେଜ୍ ଟୁ ଇଣ୍ଡିଆ' (୧୯୩୧) ଏବଂ 'ପର୍ଦ୍ଦା; ଦି ଷ୍ଟାଟସ୍ ଅଫ୍ ଇଣ୍ଡିଆନ୍ ୱିମେନ୍ (୧୯୩୨) ଆଦି ତାଙ୍କର ବହିଗୁଡ଼ିକ ଆମକୁ ସ୍ୱାଧୀନତା ପୂର୍ବବର୍ତ୍ତୀ ଓଡ଼ିଶାର ସାମାଜିକ ଚିତ୍ର ପ୍ରଦାନ କରେ ।
ଲେଖାଲେଖି ଛଡ଼ା ଜଣେ ଚିତ୍ରକର ଭାବରେ ମଧ୍ୟ ତାଙ୍କର ପରିଚିତି ଥିଲା । ୧୯୨୭ ମସିହାରେ ସେ ଆଙ୍କିଥିବା ଗାନ୍ଧୀଜୀଙ୍କର ପୋଟ୍ରେଟ୍ ଏହି ବିଷୟକ ପ୍ରଥମ ଚିତ୍ର ଭିତରୁ ଗୋଟିଏ ।
ଆପଣ ଉପରେ ଦେଖୁଥିବା ଫ୍ରିଡ଼ା ଦାସ (୧୮୮୬-୧୯୭୪)ଙ୍କ ଦ୍ୱାରା ଅଙ୍କିତ 'କୋଣାର୍କ' ଚିତ୍ରଟିର ମାଧ୍ୟମ ତୈଳରଙ୍ଗ । ଶ୍ରୀମତୀ ଦାସ ଓଡ଼ିଶାର ଅନେକଗୁଡ଼ିଏ ମନ୍ଦିରର ଚିତ୍ର ଆଙ୍କିଥିଲେ । ସେଗୁଡ଼ିକ ('କୋଣାର୍କ' ଚିତ୍ର ସହିତ) ପ୍ୟାରିସ ନଗରୀରେ ପ୍ରଦର୍ଶିତ ମଧ୍ୟ ହୋଇଥିଲା ।
ଆମେ ବ୍ୟବହାର କରିଥିବା ଚିତ୍ରଟିର ଏହି ପ୍ରତିଛବିଟି ମାସିକ ପତ୍ରିକା 'ବାରୁଣୀ'ର ପ୍ରଥମ ସଙ୍ଖ୍ୟାରୁ ନିଆଯାଇଛି । ପତ୍ରିକାଟି ରାୟବାହାଦୁର ରାଜକିଶୋର ଦାସଙ୍କ ସମ୍ପାଦନାରେ କଟକରୁ ପ୍ରକାଶିତ ହୋଇଥିଲା ।
୧୯୨୩ ମସିହାରେ ଏହାର ପ୍ରକାଶନ ଆରମ୍ଭ ହୋଇ ସେହି ବର୍ଷ ହିଁ ପାଞ୍ଚଟି ସଙ୍ଖ୍ୟା ଛପା ହେବା ପରେ ବନ୍ଦ ହୋଇଯାଇଥିଲା । ପତ୍ରିକାର ଅଳଙ୍କରଣ ଓ ପରିପାଟୀ ଆକର୍ଷଣୀୟ ଥିଲା ଏବଂ ଏହାର ଦାୟିତ୍ୱ ଚିତ୍ରଶିଳ୍ପୀ ଉପେନ୍ଦ୍ର ଦାସ ସମ୍ଭାଳୁଥିଲେ ।
ବି.ଦ୍ର. - ଆମେ ବ୍ୟବହାର କରିଥିବା 'ବାରୁଣୀ' ପତ୍ରିକାର ସଙ୍ଖ୍ୟାଟି ସୃଜନିକା ସଂସ୍ଥାଙ୍କ ଦ୍ୱାରା ପରିଚାଳିତ 'ଓଡ଼ିଆ ବିଭବ' ୱେବ୍ସାଇଟ୍ରୁ ପ୍ରାପ୍ତ ହୋଇଛି । ଆମେ ଏଥି ପାଇଁ ତାଙ୍କ ନିକଟରେ କୃତଜ୍ଞ ।
Very good information
ReplyDeleteଆପଣଙ୍କୁ ଲେଖାଟିରେ ପ୍ରଦତ୍ତ ସୂଚନା ଉପାଦେୟ ଲାଗିଲା ଜାଣି ମୁଁ ଖୁସି ।
DeleteSo well documented..
ReplyDeleteଧନ୍ୟବାଦ !
Delete