Monday, May 1, 2023

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅପ୍ରମାଦ ବର୍ଗ  ୭-୮

ଅନୁବାଦକ - ଶୈଲେନ ରାଉତରାୟ


ବୁଦ୍ଧପାଦ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ


ପ୍ରମାଦରେ କେବେହେଲେ ନହୁଅ ପ୍ରବୃତ୍ତ ।
କାମରତି ପ୍ରସ୍ତାବରେ ହୁଅନାହିଁ ଲିପ୍ତ ।।
ଅପ୍ରମାଦ ଗୁଣଯୁକ୍ତ କଉଣସି ଜନ
ଲଭଇ ବିପୁଳ ସୁଖ କଲେ ସେହୁ ଧ୍ୟାନ ।୭।


ଅପ୍ରମାଦ ଦ୍ୱାରା ଯ଼େତେବେଳେ ବୁଧଜନ ।
ପରମାଦର କରଇ ସେ ଅପନୋଦନ ।।
ସେହି ଧୀର ବ୍ୟକ୍ତି ଯେବେ ପ୍ରଜ୍ଞାର ପ୍ରାସାଦ 
ଆରୋହଣ କରି ହୋଇ ଶୋକରୁ ରହିତ,
ଶୋକପିଡ଼ିତ ଜନଙ୍କୁ ଦେଖଇ ସେପରି,
ପର୍ବତସ୍ଥ ଭୂମିସ୍ଥଙ୍କୁ ନିରେଖିଲା ପରି ।୮।

ମୂଳ ପାଲି ପଦ


ମା ପମାଦମନୁଯୁଞ୍ଜେଥ ମା କାମରତିସନ୍ଥବଂ ।
ଅପ୍ପମତ୍ତୋ ହି ଝାୟନ୍ତୋ ପପ୍ପୋତି ବିପୁଳଂ ସୁଖଂ ।୭। 

ପମାଦଂ ଅପ୍ପମାଦେନ ଯଦା ନୁଦତି ପଣ୍ଡିତୋ ।
ପଞ୍ଯପାସାଦମାରୁୟ୍ହ ଅସୋକୋ ସୋକିନିଂ ପଜଂ ।
ପଦ୍ଦତଟ୍ଠୋ'ବ  ଭୁମ୍ମଟ୍ଠେ ଧୀରା ବାଳେ ଅବେକ୍ଖତି ।୮।


ଅନୁବାଦକୀୟ ଟୀକାଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

No comments:

Post a Comment

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...