Friday, May 26, 2023

ଅପ୍ରମାଦ ବର୍ଗ  ୯-୧୦

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ


ପରମାଦଯୁକ୍ତ ସୁପ୍ତମାନଙ୍କ ମଧ୍ୟରେ, 
ଅପ୍ରମାଦ ଜାଗ୍ରତରେ ଅଗ୍ରଗତି କରେ ।।
ଦୃତଗାମୀ ଅଶ୍ୱ ଗତି କରଇ ଯେପରି,
ଦୁର୍ବଳ ଘୋଟକ ପଛେ ଛାଡ଼ିଦେଇକରି । ୯।

ଅପ୍ରମାଦ ଗୁଣ ଦ୍ୱାରା ଦେବ ଅମରେଶ
ଦେବତାମାନଙ୍କ ମଧ୍ୟେ ହୋଇଲେ ସେ ଶ୍ରେଷ୍ଠ ।
ଅପ୍ରମାଦ ସଭିଙ୍କଠୁଁ ପ୍ରଶସ୍ତି ଲଭଇ,
ପରମାଦ ଜାଣ ସଦା ଗର୍ହିତ ଅଟଇ ।୧୦।   

ମୂଳ ପାଲି ପଦ

ଅପ୍ପମତ୍ତୋ ପମତ୍ତେସୁ ସୁତ୍ତେସୁ ବହୁଜାଗରୋ ।
ଅବଳସ୍ସଂ ବ ସୀଘସ୍ସୋ ହିତ୍ୱା ଯାତି ସୁମେଧସୋ ।୯।  

ଅପ୍ପମାଦେନ ମଘବା ଦେବାନଂ ସେଟ୍ଠତଂ ଗତୋ ।
ଅପ୍ପମାଦଂ ପସଂସନ୍ତି ପମାଦୋ ଗରହିତୋ ସଦା ।୧୦।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

1 comment:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....