Thursday, February 15, 2024

ଚିତ୍ତ ବର୍ଗ ୫-୬

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଜାପାନର କିଓଟୋ ନଗରୀରେ ରିୟୋଆନ୍‌-ଜି ଜେନ୍‌ ମନ୍ଦିରରେ ସ୍ଥିତ
ବୁଦ୍ଧଙ୍କର ଏକ ପଥର ମୂର୍ତ୍ତି
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଅଟଇ ଯେ ଦୂରଗାମୀ ଅଶରୀରି ଚିତ୍ତ 
ଏକାକୀ ବିଚରେ ହୁଏ ଗୁହାଦେଶେ ସୁପ୍ତ ।।
ଏପରି ଚିତ୍ତକୁ ଯିଏ ସଞ୍ଜମ କରିବେ ।
ମାରବନ୍ଧନରୁ ମୁକ୍ତ ସେମାନେ ହୋଇବେ ।୫।

ଚିତ୍ତ ଯେଉଁ ନରର ଅଟେ ଅବ୍ୟବସ୍ଥିତ 
ସଦ୍‌ଧର୍ମ ଯେଉଁ ଜନର ଅଟଇ ଅଜ୍ଞାତ ।।
ଯାହା ପ୍ରସାଦ ଅଟଇ ଚଞ୍ଚଳ ଅସ୍ଥିର 
ପ୍ରଜ୍ଞା ପରିପୂର୍ଣ୍ଣ ହୁଅଇ ନାହିଁ ତାହାର ।୬।

ମୂଳ ପାଲି ପଦ

ଦୂରଙ୍ଗମଂ ଏକଚରଂ ଅସରୀରଂ ଗୁହାସୟଂ ।
ଯେ ଚିତ୍ତଂ ସଞ୍ଜ୍ଙମେସ୍ୱନ୍ତି ମୋକ୍ଖନ୍ତି ମାରବନ୍ଧନ ।୫।

ଅନବଟ୍ଠିତଚିତ୍ତସ୍ସ ସଦ୍ଧମ୍ମଂ ଅବିଜାନତୋ ।
ପରିପ୍ଲବପସାଦସ୍ସ ପଞ୍ଜ୍ଙା ନ ପରିପୂରତି ।୬।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

2 comments:

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...