Monday, July 8, 2024

ଚିତ୍ତ ବର୍ଗ ୯-୧୧

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ଚେତାଶୂନ୍ୟ, କ୍ଷୁବ୍ଧ ହୋଇ ଧରାରେ ଏ ପିଣ୍ଡ 
ପଡ଼ିବ ଯେହ୍ନେ ନିରର୍ଥକ ସେ କାଷ୍ଟଖଣ୍ଡ ।୯।

ବଇରୀ ଶତୃର କରେ ଯେପରି ଅନିଷ୍ଟ 
ମିଥ୍ୟା ପ୍ରଣିହିତ ହୋଇ ସେହିପରି ଚିତ୍ତ ।।
ମନୁଷ୍ୟମାନଙ୍କୁ ତାହା ପିଡ଼ଇ ସେପରି
ଅଧିକୁଁ ଅଧିକ ତାଙ୍କୁ ପାପୀୟାନ କରି ।୧୦। 

ମାତା ପିତା ତଥା ଛନ୍ତି ଆଉ ଯେତେ ଜ୍ଞାତି ।
ଯେତେ ଭାବେ ସେମାନେ ମଙ୍ଗଳ ନ କରନ୍ତି ।। 
ସମ୍ୟକ ପ୍ରଣିହିତ ଅଟଇ ଯେହୁ ଚିତ୍ତ ।
ତାହା ଦ୍ୱାରା ହୁଏ ବେଶି ମଙ୍ଗଳ ସାଧିତ ।୧୧।

ମୂଳ ପାଲି ପଦ

ଅଚିରଂ ବତ'ୟଂ କାୟୋ ପଠବିଂ ଅଧିସେସ୍ସତି ।
ଛୁଦ୍ଧୋ ଅପେତବିଞ୍ଣାଣୋ ନିରତ୍ଥଂ ବ କଳିଙ୍ଗରଂ ।୯।

ଦିସୋ ଦିସଂ ଯଂ ତଂ କୟିରା ବେରୀ ବା ପନ ବେରିନଂ ।
ମିଚ୍ଛାପଣିହିତଂ ଚିତ୍ତଂ ପାପିୟୋ ନଂ ତତୋ କରେ ।୧୦।

ନ ତଂ ମାତା ପିତା କାୟିରୋ ଅଞ୍ଣେ ବାପି ଚ ଜ୍ଞାତକା ।
ସମ୍ମାପଣିହିତଂ ଚିତ୍ତଂ ସେୟ୍ୟସୋ'ନଂ ତତୋ କରେ ।୧୧।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:

Post a Comment

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...