Tuesday, October 8, 2024

ପୁଷ୍ପ ବର୍ଗ ୫-୬

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ବୋଧିଧର୍ମ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଓଡ଼ିଆ ପଦ୍ୟାନୁବାଦ

ସଙ୍ଗ୍ରହ କରେ ରାଗାଦି ପୁଷ୍ପ ଯେଉଁ ନର ।
ବିଶେଷ ଭାବେ ଆସକ୍ତ ମନ ଅଟେ ଯା'ର ।।
କାମଭୋଗରେ ଅତୃପ୍ତ ରହେ ସେହୁ ଜନ ।
ବଶୀଭୂତ କରେ ତା'କୁ ନିଶ୍ଚେ ଜନ୍ତୁରାଣ ।୫।

ଯେପରି  ଭ୍ରମର କରେ ରସ ଆହରଣ 
କ୍ଷତି ନକରି ପୁଷ୍ପର ରୂପ ଆଉ ବର୍ଣ୍ଣ ।।
ସେହିପରି ଭାବରେ ଗ୍ରାମରେ ମୁନିଗଣ
ଉଚିତ ଅଟେ କରିବା ନିଶ୍ଚେ ବିଚରଣ ।୬। 

ମୂଳ ପାଲି ପଦ
ପୁପ୍ଫାନି ହେବ ପଚିନନ୍ତଂ ବ୍ୟାସତ୍ତମନସଂ ନରଂ ।
ଅତିତ୍ତଂ ଯେବ କାମେସୁ ଅନ୍ତକୋ କୁରୁତେ ବସଂ ।।
ପୁଷ୍ପାଣି ହ୍ୟେବ ପ୍ରଚିନ୍ୱନ୍ତଂ ବ୍ୟାସକ୍ତମନସଂ ନରମ୍ ।
ଅତୃପ୍ତମ୍ ଏବ କାମେଷୁ ଅନ୍ତକଃ କୁରୁତେ ବସଂ ।୫।

ଯଥାପି ଭମରୋ ପୁପ୍ଫଂ ବଣ୍ଣଗନ୍ଧଂ ଅହେଠୟଂ ।
ପଳେତି ରସମାଦାୟ ଏବଂ ଗାମେ ମୁନୀ ଚରେ ।।
ୟଥାପି ଭ୍ରମରଃ ପୁଷ୍ପଂ ବର୍ଣ୍ଣଗନ୍ଧମ୍ ଅହେଠୟନ୍ ।
ପଳାୟତେ ରସମାଦାୟ ଏବଂ ଗ୍ରାମେ ମୁନିଃ ଚରେତ୍ ।୬।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।

No comments:

Post a Comment

There are no places to get lost in anymore Sailen Routray Photographic art based on pastel chalks Photo credit: Wikimedia Commons/Dietmar Ra...