ପୁଷ୍ପ ବର୍ଗ ୧୪
ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ
ଅନୁବାଦକ - ଶୈଲେନ ରାଉତରାୟ
![]() |
ଶାକ୍ୟମୁନି ବୁଦ୍ଧ (ଜାପାନୀ ଚିତ୍ରକଳା) ମେଟ୍ରୋପଲିଟାନ୍ ମ୍ୟୁଜିଅମ୍ ଅଫ୍ ଆର୍ଟ୍, ନ୍ୟୁ ୟର୍କ୍ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ ଏଚ୍. ଓ. ହାୱେମେୟର୍ ସଙ୍ଗ୍ରହ |
ଓଡ଼ିଆ ପଦ୍ୟାନୁବାଦ
ସେହିପରି ଯେଉଁ ବ୍ୟକ୍ତି ଶୀଳଯୁକ୍ତ ହୋଇ
ପରମାଦ ଶୂନ୍ୟ ହୋଇ ବିହାର କରଇ ।
ସମ୍ୟକଜ୍ଞାନକୁ ପ୍ରାପ୍ତ ବିମୁକ୍ତ ସେ ଜନେ
ନ ଲଭଇ ମାର ଜାଣ ହେଳେ କଦାଚନେ ।୧୪।
ମୂଳ ପାଲି ପଦ
ତେସଂ ସମ୍ପନ୍ନସୀଳାନଂ ଅପ୍ପମାଦବିହାରିନଂ
ସମ୍ମଦଞ୍ଞାବିମୁତ୍ତାନଂ ମାରୋ ମଗ୍ଗଂ ନ ବିନ୍ଦତି ।।
ତେଷାଂ ସମ୍ପନ୍ନଶୀଳାନାମ୍ ଅପ୍ରମାଦବିହାରିଣାମ୍
ସମ୍ୟଗାଜ୍ଞାବିମୁକ୍ତାନାଂ ମାରୋ ମାର୍ଗ୍ଗଂ ନ ବିନ୍ଦତି ।୧୪।
ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍ସ୍ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍ରେ ମାକ୍ସ୍ ମ୍ୟୁଲର୍ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି ।
No comments:
Post a Comment