Friday, August 8, 2025

ବିସିନାଥପୁରରେ ପିଲାଦିନ ଓ ପଢ଼ାପଢ଼ି

ଶୈଲେନ ରାଉତରାୟ


ପୁରୀ ଜିଲ୍ଲାର ରାଇବେରୁଆଁ ଗାଆଁରେ ସୂର୍ଯ୍ୟାସ୍ତ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଭାଗବତ ସେଠୀ

କାଗଜପତ୍ରରେ କାଳିଆର ଜନ୍ମ ୧୯୦୧ ମସିହାର ଜୁଲାଇ ଦୁଇ ତାରିଖରେ, ଶପନେଶ୍ୱର ପାଣିଗ୍ରାହୀଙ୍କର ପତ୍ନୀୀଙ୍କର ଦଶମ ସନ୍ତାନ ଭାବରେ । ହେଲେ ଜାତକରେ ଥିବା ତଥ୍ୟ ଅନୁସାରେ ଓ ଓଡ଼ିଆ ପାଞ୍ଜି ହିସାବରେ ଦେଖିଲେ, ପିଲାଟିର ଜନମ ୧୩୦୮ ସାଲର ଶ୍ରାବଣ ମାସର ପ୍ରଥମ ରାତିରେ, କୃଷ୍ଣ ପ୍ରତିପଦା ତିଥିରେ, ମଙ୍ଗଳବାର ଦିନ । 

କାଳିଆର ପୈତୃକ ଗ୍ରାମ ହେଲା ଅବିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗାଆଁରେ । ଗ୍ରାମ୍ୟଭାଷାରେ ତାହାର ନାମ ବିସିନାଥପୁରୁ । କାଳିଆର ମାମୁଁ ଘର ବି ସେଇ ଗାଁ'ରେ ହିଁ । ବାପା ଥିଲେ ମୁକ୍ତାର । ସେ ପୁରୀ ସହରରେ କାମ ପାଇଁ ନିବାସୀ, ଘରକୁ ଶନିବାର ରାତ୍ରିରେ ଆସି ରବିବାର ଦିନ ଗାଡ଼ିରେ ଲେଉଟି ଯାଆନ୍ତି ।

କାଳିଆ କୁନିଟିଏ ହୋଇଥାଏ । ବାପା ତା'କୁ ନେଇ ଗଲେ ଗାଁ' ଇସ୍କୁଲୁକୁ ବିଦ୍ୟାରମ୍ଭ ପାଇଁ । ମାଷ୍ଟ୍ରେ ନୂଆ ଚାଟଙ୍କର ହାତ ଧରି ଚଟାଣ ଉପରେ ଖଡ଼ିରେ ବଡ଼ ବଡ଼ ମୁଣ୍ଡଳା ବୁଲାଇ ବହ୍ମା, ବିଷ୍ଟୁଁ, ମଏସର ଲେଖି ଦେଲେ । କିନ୍ତୁ ବିଦ୍ୟାଳୟରେ ରୀତିମତ ନାମ ଲେଖା ହେଲା, କାନଫୋଡ଼ା କର୍ମ ସମ୍ପନ୍ନ ହେଲା ପରେ । 

ଆଗେ ନାପିତ ଜଣଙ୍କ କାଳିଆକୁ ଛେନାଗୁଡ଼ ଖାଇବାକୁ ଦେଲେ, ଆଉ ତାପରେ କାନ ଫୋଡ଼ିଦେଲେ । ତାହା ସହ ପୁରୋହିତଙ୍କର ଗଣେଶମନ୍ତ୍ର ପାଠ ସହ କାଳିଆକୁ ନଡ଼ିଆ ଭାଙ୍ଗିବାକୁ ପଡ଼ିଲା । ଏଇ ଚୁଡ଼ାକର୍ମ ପରେ ଯ।ଇ ତା'ର ବିଦ୍ୟାଳୟ ଗସ୍ତ ସିନା ଆରମ୍ଭ । ହେଲେ ପାଠପଢ଼ା ତଦାରଖ କରିବା ପାଇଁ ଘରେ ସେମିତି କେହି ନଥାାଆନ୍ତି । ବାପା ଓ ବଡ଼ ଭାଇ ତ ଯାଇଁ ପୁରୀରେ ।

କାଳିଆର ଅସଲ ଗାର୍ଜନ ହେଲେ ପିଅସି ପୁଅ ଭାଇ ଭୋବନି ଭାଇନା, ଅର୍ଥାତ୍ ଶପନେଶ୍ୱରଙ୍କ ଭଣଜା । ସେ ନିଜ ସାନ ଭାଇଟିକୁ ଭଲ ତ ପାଉଥିଲେ ଅପର୍ଯ୍ୟାପ୍ତ । ଆଉ ତାହା ସହ, ନଡ଼ିଆ ପତ୍ରରେ ପେଏଁକାଳି ତିଆରି କରିବାଠୁଁ ଲୋକସାଧାରଣରେ ବ୍ୟବହାର ଆଦି ସବୁ କିଛି କାଳିଆକୁ ଶିଖାଉଥିଲେ । 

ହେଲେ ଭୋବନି ଭାଇନାଙ୍କର ଅସଲ ଦାୟିତ୍ୱ ଥିଲା କାଳିଆକୁ ଇସ୍କୁଲକୁ ନିୟମିତ ପଠାଇ ପାଠପଢ଼ାର ଦାୟିତ୍ୱ ବୁଝିବା । ତାହା ଅବଶ୍ୟ ସେ କେମିତି ତୁଲାଉ ଥିଲେ, ତାହା ମାଆ ଗଙ୍ଗେ ଜାଣନ୍ତି । ଏଣୁ ଧିରେଧିରେ କାଳିଆର ପାଠପଢ଼ାରେ ମତି କମିଲା, ଗାଁ' ଟୋକାଙ୍କ ସହ ଖେଳକୁଦରେ ମାତି ଦୁଷ୍ଟାମି କରିବା ବଢ଼ିଲା ।

ସେବେ ବିଦ୍ୟାଳୟଟି ଥାଏ ସଡ଼କ ଉପର ଜାଗା ଘରେ । ଗାଁ ଭିତରର ଇସ୍କୁଲୁ ଘରଟି ସେତେବେଳ ସୁଦ୍ଧା ଭାଙ୍ଗି ଯାଇଥାଏ । ଗାଆଁ ସ୍କୁଲର ମାଷ୍ଟରମାନଙ୍କର ମତିଗତି ପିଲାଙ୍କ ପାଠପଢ଼ାର କିଛି ବେଶି ସହାୟକ ନଥାଏ । 

ଗାଁ ସ୍କୁଲରେ ଶିକ୍ଷକ ଥାଆନ୍ତି ଅଲେଖଚନ୍ଦ୍ର ଶତପଥି, କାଳିଆର ନିକଟ ସମ୍ପର୍କୀୟ ଭିଣୋଇ । ସେ ଥିଲେ ଜଣେ ନିଷ୍ଟୁର, ନିର୍ମମ ଅଧ୍ୟାପକ । ପିଲାଙ୍କ ଉପରେ ତାଙ୍କର ମାଡ଼ ଦେଖିଲେ ପଥର ମଧ୍ୟ ତରଳି ଯିବ । ତାଙ୍କର ବେତଟି ନିୟମିତ ଛାତ୍ରମାନଙ୍କର ଦେହ ସାରା ବୁଲି ଆସେ, କୌଣସି ତଥାକଥିତ ତାତ୍କାଳିକ କାରଣ ଥାଉ ବା ନଥାଉ ।

ହେଲେ ପାଠପଢ଼ା ଛଡ଼ା ବାକି ବହୁତ କାମ ଦିନସାରା ହୁଏ । କାହା ବାଡ଼ିରେ ଆମ୍ବ ଗୋଟା ହୁଏ । କକେଇ ଘର ଗଡ଼ିଆରେ ପହଁରା ମଧ୍ୟ ଚାଲେ । ତାହା ବ୍ୟତୀତ ମାଛ ଧରା, ଗଛ ଚଢ଼ା, ମହୁ ଧରା, ଆଦି ତ ନିୟମିତ କରାଯାଏ ସାଙ୍ଗମେଳରେ । ଯେତେ ଦୁଷ୍ଟାମି କରାଗଲେ ବି, ସେ ବେଳର ଗ୍ରାମୀଣ ପରିବେଶରେ ସାହିତ୍ୟ ଓ ସଂସ୍କୃତିର ଶିକ୍ଷା ଅବଲୀଳା କ୍ରମେ ହେଉଥାଏ । 

ଅଲା ଭାଇନା ଗାଆନ୍ତି ପ୍ରାଚୀନ ଓଡ଼ିଆ କବିତାର ଅନେକ ଛାନ୍ଦ - ଗାଇବା ସହ ଅର୍ଥ ମଧ୍ୟ ବୁଝେଇ ଦିଅନ୍ତି । ସେହିପରି ବାଞ୍ଛା କକେଇ କୌଣସି ସଙ୍ଗୀତ କି ଆଖଡ଼ା ଦଳରେ ନଥିଲେ । ହେଲେ ବଇଠକି ଗାଆଣ ଢାଞ୍ଚାରେ ସେ ଥିଲେ ଜଣେ ଭଲ ଗାୟକ । 

ଛୁଟି ଦିନମାନଙ୍କରେ ବାପାଙ୍କୁ ଭେଟିବାକୁ ଅନେକ ଲୋକ ଆସନ୍ତି । ଅନେକ ସମୟରେ ଦେଖିବାକୁ ମିଳନ୍ତି ପାଞ୍ଚ କୋଶ ଦୂର କୁମ୍ଭାରପଡ଼ାର ସଦେଇବାବୁ । ତାଙ୍କୁ ଗଣିତ ଓ ଜ୍ୟୋତିଷ ଶାସ୍ତ୍ର ଉତ୍ତମ ରକମ ଜଣା । ସେ ଆସିଲେ ମାଳିକା, ଅମର କୁମରଅଚ୍ୟୁତାନନ୍ଦ ଦାସଙ୍କର 'ଶୂନ୍ୟ ସଂହିତା', ନନ୍ଦ ଦାସଙ୍କ 'ଅଣାକାର ସଂହିତା' ଆଦି କେତେନାକେତେ ଶାସ୍ତ୍ର ଆଲୋଚନା ହୁଏ ।

ସବୁ ଦୁଷ୍ଟାମି ଭିତରେ କାଳିଆର ପାଠପଢ଼ା କିନ୍ତୁ ଚାଲିଥାଏ । ଅତି ଭଲ ଛାତ୍ର ନହେଲେ ବି କାଳିଆ ସାହିତ୍ୟ, ଇତିହାସ, ଅଙ୍କ, ଭୂଗୋଳ, ସ୍ୱାସ୍ଥ୍ୟରକ୍ଷା, ଡ୍ରଇଁ ଆଦି ସବୁ ବିଷୟରେ ଠିକ୍‌ଠାକ୍ ନମ୍ବର ରଖି ବୃତ୍ତି ପରୀକ୍ଷା ପାଇଁ ନିର୍ବାଚିତ ହେଲା । ହେଲେ ସେଇ ପରୀକ୍ଷାରେ ବସିବାର ସୌଭାଗ୍ୟ କେବେ ପିଲାଟିର ଘଟିଲା ନାହିଁ । 

ଏସବୁ ଭିତରେ କାଳିଆର ଲେଖାଲେଖି ବି ଆରମ୍ଭ ହୁଏ । ପ୍ରଥମେ ତାହା ରୂପ ନିଏ ସାଙ୍ଗମାନଙ୍କୁ ତୋଟାମାଳରେ, ଗଡ଼ିଆ କୂଳରେ ଗପ କହି । ପରେ ବିସିନାଥପୁରର ମାଟିପାଣିରେ ଜଡ଼ସଡ଼ ହୋଇ ବଢ଼ୁଥିବା ସେଇ ଛୋଟ ପିଲାଟି ବଡ଼ ହୋଇ ଲେଖେ ମାଟିର ମଣିଷ

ବି.ଦ୍ର. ଏହି ଲେଖାଟିର ଉପାଦାନ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କର ଆତ୍ମଜୀବନୀ ଅଙ୍ଗେ ଯାହା ନିଭାଇଛିରୁ ସଙ୍ଗୃହିତ । ବହିଟି କଟକସ୍ଥ ସଂସ୍ଥା କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର ଛପାଇଥିଲେ । ଦ୍ୱିତୀୟ ସଂସ୍କରଣ ୨୦୦୬ ମସିହାରେ ପ୍ରକାଶିତ ବହିଟିର ପ୍ରଥମ ସଂସ୍କରଣର ତାରିଖ ଦିଆଯାଇ ନାହିଁ । ଏଇ କୁନି ପ୍ରବନ୍ଧଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି'ର ୧୬-୩୦ ଏପ୍ରିଲ୍, ୨୦୧୬ ସଙ୍ଖ୍ୟାରେ ପ୍ରକାଶିତ ହୋଇଥିଲା ।

Friday, August 1, 2025

He is a slave to devotion

Bhima Bhoi

Translated by Sailen Routray


Photo credit: commons.wikimedia.org/Mayooranathan

He is a slave
to His devotees' devotion. [0]

He is not there in desires.
He abides in desirelessness. 
He reveals Himself in true speech. [1]

Have you been initiated with a mantra?
Have you made someone into a guru?
The instructions 
are available beforehand. [2]

An embodied being is born.
It won't take anything along.
What remain 
are honour and dishonour. [3]

The Lord has given everything 
in the womb itself.
All that has perished 
through the pursuit of one's own happiness. [4]

One could not quite get hold of It.
One is caught in delusion.
That is nobody's fault. [5]

Bhima the Kondh says,
do not blame the Guru.
The grace of his feet are endless. [6]

Note: Bhima Bhoi (1850-1895) was an 19th century Odia saint poet. His compositions were instrumental in the spread of Mahima religion in peninsular India, especially in the Odia speaking regions. His bhajans remain popular even today, and are performed widely. Although he was ignored by the literary establishment of his times, he is a major figure in the history of Odia literature now, with texts like "Stuti Chintamani" and "Bramha Nirupana Gita" considered as classics.

ବିସିନାଥପୁରରେ ପିଲାଦିନ ଓ ପଢ଼ାପଢ଼ି ଶୈଲେନ ରାଉତରାୟ ପୁରୀ ଜିଲ୍ଲାର ରାଇବେରୁଆଁ ଗାଆଁରେ ସୂର୍ଯ୍ୟାସ୍ତ ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍/ଭାଗବତ ସେଠୀ କାଗଜପତ୍ର...