Tuesday, June 30, 2020

ସମ୍ବଲପୁରରେ ୱାଲଡେନ୍ - ୨

 ଜୟନ୍ତ ମହାପାତ୍ରଙ୍କ ସହ ଶୈଲେନ ରାଉତରାୟଙ୍କର ଏକ ବାର୍ତ୍ତାଳାପ


କଟକର ଏକ ଦହିବରା ଆଳୁଦମ ଦୋକାନ (ୱିକିମିଡିଆ କମନ୍ସ୍)

ପ୍ରଶ୍ନମୋର ଏହା ପର ପ୍ରଶ୍ନଟି ଯେତେଟା କବିତା ବିଷୟରେ ନୁହେଁ, ତାହାଠୁ ବେଶି କବିତାର ରାଜନୀତି ବିଷୟରେ ଭାରତୀୟ ଇଂରାଜୀ କବିତାର ବମ୍ବେ ଘରାନାର କବିତାଗୁଡ଼ିକ (ଧରନ୍ତୁ କୋଲଟକର, ଏଜେକିଏଲ ଆଦି କବିମାନଙ୍କର କବିତାସବୁ) ଅନେକଟା ଚିତ୍ରବଦ୍ଧ, ଆତ୍ମସଚେତନ ଭାବରେ ହେଲେ ଠିକ୍ ସେହି ସମୟରେ ସେଗୁଡ଼ିକ ବାସ୍ତବବାଦୀ ମଧ୍ୟ ହେଲେ ଆପଣଙ୍କ ଇଂରାଜୀ କବିତାଗୁଡ଼ିକ ଅତିବାସ୍ତବବାଦୀ ଧରନ୍ତୁ ଆପଣଙ୍କ ଟେଷ୍ଟ୍ ଫର୍ ଟୁମରୋଯେପରି ଶେଷ ହୁଏ..

ଜୟନ୍ତ ମହାପାତ୍ରଏଇଟି ଗୋଟେ ଛୋଟ କବିତା ଏହାକୁ ଧରି ଆଲୋଚନା ବିଶେଷ କିଛି ହେଇନି କିନ୍ତୁ ମୋତେ ବହୁତ ଭଲ ଲାଗେ କବିତାଟି କାରଣ ତା’ ମୋ ଭୂଇଁର କଥା କୁହେ, ମୋ ଜାଗାର କଥା ଓଡ଼ିଶା ମୋର ଭୂଇଁ, ଭାରତ ନୁହେଁ ଏଇଠି କଅଣ ହେଉଚି ଶୈଲେନ, ଦେଖ ମୁଁ ପଛକୁ ଫେରି ଚାହୁଁଚି ମୁଁ ମନ୍ଦିର ଦୁଆରରେ ଭିତରକୁ ଯିବାକୁ ଇଚ୍ଛୁକ ଭିଡ଼କୁ ଦେଖୁଚି, ହେଲେ ନିଜକୁ ମଧ୍ୟ ନିରେଖେଇକି ଅନଉଚି । ଆଉ ଭିଡ଼ଟି ମୋର ଅଜଣା ଗୋଟେ ତାଳରେ ଥରୁଥିବା, ଏକ ବଡ଼ ଫୁଟିଥିବା ଫୁଲର ପାଖୁଡ଼ାମାନ ପରି ଓଡ଼ିଶାର ଜନଜୀବନର ମୂଳଭୂତ ପବିତ୍ରତା ବିଷୟରେ ବମ୍ବେର ଇଂରାଜୀ କବିଙ୍କର ବିଶେଷ କିଛି ଧାରଣା ଥିଲା ଆମର ଭୂଇଁ ତାହାର ସଂସ୍କୃତି ସମ୍ପୂର୍ଣ୍ଣ ଭାବରେ ଭିନ୍ନ  

ପ୍ରଶ୍ନଆପଣଙ୍କ କାବ୍ୟଜଗତ ବର୍ଷାରେ ସିକ୍ତ, ଉଭୟ ଜଳବାୟୁର ଏକ ବିଷୟ ଭାବେ ଏବଂ ଗୋଟେ ରୂପକ ଭାବରେ ମଧ୍ୟ କିନ୍ତୁ ଆପଣ ଏବେ ଏପରି ଗୋଟେ ସମୟରେ ବଞ୍ଚୁଚନ୍ତି ଯେବେ ଜଳବାୟୁରେ ବର୍ଷାର ପରିମାଣ ପ୍ରାବଲ୍ୟ କମିକମି ଚାଲିଚି ଶ୍ରାବଣରେ ବି ଆଉ ବର୍ଷା ହେଉନି ଏଇ ପରିବର୍ତ୍ତନ ସହିତ ଆପଣ କିପରି ଖାପ ଖୁଆଇ ପାରିଚନ୍ତି ନିଜକୁ

ଜୟନ୍ତ ମହାପାତ୍ରବର୍ଷା ମୋର ଅନ୍ତରର ଅଭିଳାଷା, ଉତ୍କଣ୍ଠା ସହିତ ଜଡ଼ିତ ଯାହା ସବୁବେଳେ ରହି ଆସିଚି ମୋର ବର୍ଷବର୍ଷର କବିତା ଲେଖା ବି ତାହାକୁ ଦୂର କରି ପାରିନି ବର୍ଷା ଗୋଟେ ରୂପକ, ମୁଁ ମୋ ନିଜ ଭିତରେ ଯେଉଁ ଜୀବନ ବଞ୍ଚେ, ତାହା ପାଇଁ

ପ୍ରଶ୍ନଆପଣଙ୍କ ଇଂରାଜୀ କବିତାଗୁଡ଼ିକର ଧାଡ଼ିଗୁଡ଼ିକ ଅନେକ ଯତ୍ନ ସହିତ ନିର୍ମିତ ହେଲେ ଓଡ଼ିଆ କବିତାର ଧାଡ଼ିଗୁଡ଼ିକ ଅତି ସରଳ ଏପରି କାହିଁକି  ?

ଜୟନ୍ତ ମହାପାତ୍ର ମୁଁ ସିଧା କଥା କହିବି ? ମୁଁ ଓଡ଼ିଆ ଏତେ ଭଲକି ଜାଣିନି ଇଂରାଜୀରେ କବିତା ଲେଖିବା ଆରମ୍ଭ କରିବାର ଅନେକ ବର୍ଷ ପରେ ମୁଁ ଓଡ଼ିଆରେ କବିତା ଲେଖିବାକୁ ଚାହିଁଲି କାରଣ ମୁଁ ମୋର ଭାଇବନ୍ଧୁ, ମୋର ପାଖପଡ଼ିଶାର ଲୋକଙ୍କର ନିକଟବର୍ତ୍ତୀ ହେବାକୁ ଚାହୁଁଥିଲି ସେମାନେ ଜାଣି ଥିଲେ ଯେ, ମୁଁ କବିଟିଏ କି ମୁଁ କବିତା ଲେଖେ କିନ୍ତୁ ଓଡ଼ିଆରେ ଲେଖିକି ଯେତେବେଳେ ମୁଁ ଓଡ଼ିଆ ବହି ଖଣ୍ଡିଏ ହାତରେ ଧରି ଆସିଲି, ସେମାନେ ଭାବିଲେ କି ହଁ ଇଏ ବି ଓଡ଼ିଆ କବିଟିଏ  

ସମାଜ ପ୍ରେସ୍‌ଠାରେ ଥିବା ଲେଟର୍‌ପ୍ରେସ୍ (ୱିକିମିଡିଆ କମନ୍ସ୍)

ଓଡ଼ିଆରେ କବିତା ଲେଖିବା ମୋର ଇଂରାଜୀ କାବ୍ୟକର୍ମର ଅନୁପୂରକ ମୁଁ ନିଜର ଇଂରାଜୀ କବିତାରେ ଯେପରି ମାନସର ଗଭୀରତାକୁ ଯାଇ ନିଭୃତତମ ବିଚାରଗୁଡ଼ିକର ଅନ୍ୱେଷଣ କରିପାରିଚି, ଓଡ଼ିଆରେ ସେମିତି ବୋଧେ ପାରିନି ବରଂ ଏଇଆ କହିଲେ ବୋଧ ହୁଏ ବେଶି ସତ ହବ, କି ଓଡ଼ିଆରେ ସେମିତି କରିବାକୁ ମୁଁ ଚେଷ୍ଟା କରିନି ମୁଁ ଜାଣିଶୁଣି ଓଡି଼ଆରେ କବିତା ଲେଖିଲା ବେଳେ ସରଳ ହେବାକୁ ଚେଷ୍ଟା କରିଚି ଯେପରି ମୋତେ ସମସ୍ତେ ବୁଝି ପାରିବେ, ଖାଲି ଖବରକାଗଜ ପଢ଼ୁଥିବା ଜଣେ ସାଧାରଣ ଲୋକ ବି

ପ୍ରଶ୍ନ ରାଜନୈତିକ ଦୃଷ୍ଟିକୋଣରୁ ଆପଣଙ୍କର ଓଡ଼ିଆ କବିତାଗୁଡ଼ିକ ଅଧିକ ପାକଳ ମୁଁ କହୁନି ଆପଣଙ୍କର ଇଂରାଜୀ କବିତା ସେପରି ନୁହେଁ ବୋଲି ସେଗୁଡ଼ିକର ରାଜନୈତିକ ଧାର ଅଛି, ହେଲେ ଆତ୍ମସଚେତନ ଭାବରେ ନୁହେଁ ବୋଧ ହୁଏ । ହେଲେ ଆପଣଙ୍କ ଓଡ଼ିଆ କବିତା ସ୍ପଷ୍ଟ ଭାବରେ ପକ୍ଷଭୁକ୍ତ ଓ ଜନବାଦୀ । ନା ମୁଁ ଭୁଲ କହୁଚି ?

ଜୟନ୍ତ ମହାପାତ୍ର – ନା । ତୁମେ ଠିକ୍ ହିଁ କହୁଚ । ଶୈଲେନ ଏବେ ମୋର ଧାରଣା ଏଇଆ କି, ଅସଲ କବିତା କହିଲେ ଯାହା ବୁଝାଯାଏ, ତାହାକୁ କେବଳ ନିଜର ମାତୃଭାଷାରେ ହିଁ ଲେଖାଯାଏ । ଯଦି ଲେଖୁଥିବା କବିତାର ଭାଷା ନିଜେ ବଡ଼ ହେଇଥିବା ସମୟର ନିଜ ପରିବେଶର ଭାଷା ନୁହେଁ, ତାହା ହେଲେ ତାହାକୁ କବିତା କହି ହେବନି । ଭାଷାର ଜୀବନରେ ଏକ ବଡ଼ ଭୂମିକା ରହିଚି । ମୁଁ ଯେତେବେଳେ ପିଲାଟିଏ ଥିଲି, ଏଇଠି ଗୋଟେ ମିଶନାରି ସ୍କୁଲରେ ପଢ଼ୁଥିଲି । ଆମକୁ ସ୍କୁଲରେ ଓଡ଼ିଆରେ କହିବାକୁ ବାରଣ ଥିଲା ।

ପ୍ରଶ୍ନ - ଆପଣଙ୍କର ଇଂରାଜୀ କବିତାର ବାକ୍ଛନ୍ଦ ଧାଡ଼ିର ବସାଣ ଓଡ଼ିଆ ଭାଷାର ଓଡ଼ିଆ ଭାଷାର ଗୋଟେ ବାକ୍ଛନ୍ଦ ଧରନ୍ତୁଚତୁର ବିନୋଦ’ର – ‘ଚତୁର ବିନୋଦ’ ଗୋଟେ ଶୈଳୀର,ରୁଦ୍ର ସୁଧାନିଧି’ ଆଉ ଗୋଟେ ଶୈଳୀର ଚତୁର ବିନୋଦ’ର ବାକ୍‌ଛନ୍ଦ ଟିକେ ସିଧାକିନ୍ତୁରୁଦ୍ର ସୁଧାନିଧି’ରେ ଟିକେ ତୀର୍ଯ୍ୟକତା ଅଛି ଆପଣ ଇଂରାଜୀ କବିତାରେ ଯେଉଁ ବାକ୍ଛନ୍ଦର ପ୍ରୟୋଗ କରନ୍ତି, ତାହାରୁଦ୍ର ସୁଧାନିଧି’ରପୂରା ସେଇଆ ନୁହେଁ, କିନ୍ତୁ ମୂଳତଃ ତାହା ହିଁ କିନ୍ତୁ ଓଡ଼ିଆରେ ଯେତେବେଳେ ଆପଣ ଲେଖୁଚନ୍ତି, ସେତେବେଳେ ସେହି ବାକ୍ଛନ୍ଦଟି ପୂରା ସିଧା, ଟିକେ ଚତୁର ବିନୋଦ ଭଳି ଏପରି କାହିଁକି ? ନା ଆପଣ ମୋର ବକ୍ତବ୍ୟରେ ଅରାଜି ?

ଜୟନ୍ତ ମହାପାତ୍ର – ମୁଁ ତୁମ କଥାରେ ଅରାଜି ନୁହେଁ । କିନ୍ତୁ ମୁଁ ଯେବେ ଇଂରାଜୀରେ କବିତା ଲେଖା ଆରମ୍ଭ କଲି, ସେବର ଭାରତୀୟ ଇଂରାଜୀ କବିତା ଜଗତ ବସ୍ତୁତଃ ବମ୍ବେର କବିମାନଙ୍କ ହସ୍ତମୁଦିମାହାଲ ଥିଲା । ସେମାନେ ନିଜର ଏକ ବୋଲି ତିଆରି କରିଥିଲେ । ଭାଷାର ବିନୋଦପ୍ରିୟତା, ଗୋଟେ ରହସ୍ୟ ଯାହା କବିତାରେ ସଦା ଅନ୍ତର୍ନିହିତ ଥାଏ, ଯାହା ପ୍ରତି ପାଠକକୁ ଭିନ୍ନ ଏକ ଅର୍ଥ ପ୍ରଦାନ କରେ, ସେସବୁ ସେମାନଙ୍କ କବିତାରେ ସେତେଟା ନ ଥିଲା । କିନ୍ତୁ ରହସ୍ୟ ସବୁବେଳେ ମୋତେ ଆକର୍ଷିତ କରିଚି ।...

ବି.ଦ୍ର. - ଏହି ସାକ୍ଷାତକାରଟି ୨୦୧୯ ମସିହାର ମଧ୍ୟ ଭାଗରେ ନିଆଯାଇଥିଲା । ଇଂରାଜୀରେ ଏହାର କିୟଦଂଶ 'ଦି ହିନ୍ଦୁ' ଖବରକାଗଜର ଏକ ରବିବାସରୀୟ ଅଙ୍କରେ ତଥା ସମ୍ପୂର୍ଣ୍ଣ ଓଡ଼ିଆ ରୂପଟି ସାହିତ୍ୟ ପତ୍ରିକା 'ପଶ୍ଚିମା'ର ୨୦୧୯ ମସିହାର ପୂଜା ସଙ୍ଖ୍ୟାରେ ପ୍ରକାଶିତ ହୋଇସାରିଚି । ସାକ୍ଷାତକାରଟିର ସର୍ବସତ୍ତ୍ୱ ଜୟନ୍ତ ମହାପାତ୍ର ଓ ଶୈଲେନ ରାଉତରାୟଙ୍କ ପାଖରେ ସଂରକ୍ଷିତ ।

No comments:

Post a Comment

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....