Friday, January 1, 2021

ଇସାବେଲା ମୋତାଦିନ୍ୟାନେ ଙ୍କର କବିତା - 'ଆସ ସୁଜନେ'

ଅନୁବାଦକ - ଶୈଲେନ ରାଉତରାୟ  

ସମସାମୟିକ ଦକ୍ଷିଣ ଆଫ୍ରିକୀୟ କଳାକାର ପେନି ସିଓପିସ୍‌ ଙ୍କର ଏକ ଇନ୍‌ଷ୍ଟଲେସନ କୃତି

ଆସ ସୁଜନେ
ହାକୁମ୍ ଧାବଲ
ଆସ ସୁଜନେ
ହାକୁମ୍ ଧାବଲ
ଆସ ସୁଜନେ
ବାଳୁଙ୍ଗା ବାଛିବା
ଆସ ସୁଜନେ
ମାଣ୍ଡିଆ କାଟିବା
ଆସ ସୁଜନେ
ଖଟିରେ ବସିବା
ଆସ ସୁଜନେ
ଉଶ୍ୱାସ ହୋଇବା
ଆସ ସୁଜନେ
ପଉଷ ଆସିଲା
ଆସ ସୁଜନେ
ଧାନ ମହକିଲା
ଆସ ସୁଜନେ

ଖୁସି ବୋଲି କିଛି ଅଛି କି ଜାଣିଛ
କହ ସୁଜନେ ।
ଆସ ସୁଜନେ
ଆସ ସୁଜନେ ।

ଦକ୍ଷିଣ ଆଫ୍ରିକୀୟ କଳାକାର ମୋହାଉ ମୋଦିସାକେଙ୍ଗ୍‌‌ ଙ୍କର ଏକ ଇନ୍‌ଷ୍ଟଲେସନ କୃତି


କବି ପରିଚିତିଇସାବେଲା ମୋତାଦିନ୍ୟାନେଙ୍କର ଜନ୍ମ ୧୯୬୩ ମସିହାରେ ସୋୱେତୋର ମୋଫାଲୋ ସେଣ୍ଟ୍ରାଲ୍ ରେ । ପଢ଼ାପଢ଼ି ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ । ଏହା ପରେ ସେ ପିଆନୋ ବଜାଇବା ତଥା ଅଭିନୟ ଓ ନୃତ୍ୟାଦି ବିଷୟରେ ଶିକ୍ଷାଲାଭ କଲେ । ସେ ‘ବୋତ୍ସୋତୋ ଜେଷ୍ଟର୍ସ୍’ ନାମକ ଏକ କବିତା ପ୍ରକାଶନ ସଂସ୍ଥା ସ୍ଥାପନ କରି ନିଜର ବନ୍ଧୁମାନଙ୍କ ସହିତ ଏହାକୁ ଅନେକ କାଳ ପର୍ଯ୍ୟନ୍ତ ଚଳାଇଥିଲେ । ୨୦୦୭ ମସିହାର ଫେବୃୟାରୀ ୧୯ ତାରିଖରେ ଅକାଳରେ ମୃତ୍ୟୁବରଣ କଲା ପର୍ଯ୍ୟନ୍ତ ସେ ନିଜର କବିତାର ସରଳ ମାନ୍ତ୍ରିକ ଉଚ୍ଚାରଣ ପାଇଁ ଜନପ୍ରିୟ ହେବାକୁ ଆରମ୍ଭ କରିଥିଲେ । ୨୦୦୭ ମସିହାରେ ତାଙ୍କର କବିତା ସମଗ୍ର ‘ବେଲା’ ଶୀର୍ଷକରେ ସଙ୍କଳିତ ହୋଇ ପ୍ରକାଶ ପାଇଲା ।

4 comments:

  1. Bah!enviable simplicity of diction and style.Done with great care and commitment.Thanks for your excellent effort.

    ReplyDelete
    Replies
    1. Thanks sir for your kind words of encouragement. Pranam.

      Delete
  2. Short and tightly lived lyrical life in words beautifully moved in Odia.. Kudos Sailen..

    ReplyDelete
    Replies
    1. ପଢ଼ିବା ପାଇଁ ଆଉ ମତାମତ ନିମନ୍ତେ ଧନ୍ୟବାଦ ।

      Delete

That uncreated wind moves Bhima Bhoi Translated by Sailen Routray The arched jali of Humayun's Tomb featuring a 6-fold Islamic geometric...