Sunday, March 28, 2021

ତାହା ମୋର ହିଁ ଠିକଣା

ବିନୋଦ କୁମାର ଶୁକ୍ଲା

ଅନୁୁବାଦକ - ଶୈଲେନ ରାଉତରାୟ


ଗ୍ରୀସ ଦେଶର ସାନ୍ତୋରିନି ଦ୍ୱୀପର ଏମ୍ପୋରେଇଓ ଗ୍ରାମର ଏକ ଦୃଶ୍ୟ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍ 

କବିତା ଲେଖିଲା ବେଳେ
ମୋର ଧ୍ୟାନ ଦୁନିଆଦାରିରେ ରହେ
ଲେଖିଲା ବେଳେ କିଏ ଘରର ବନ୍ଦ ଦରଜା
ଖଟଖଟ କଲେ ମୁଁ ଶୁଣିଦିଏ
ଆଉ ଦରଜା ଖୋଲିଦିଏ
ଏହା ବି ସତ
କି ତେବେ କିଏ ଜଣେ ଆସିଥାଏ
କାହାର ଠିକଣା ଖୋଜିଖୋଜି ହେଉନା କାହିଁକି
ତା'କୁ ମୋର ଘର ହିଁ ସୁବିଧାଜନକ ଲାଗିଲା
ଆଉ ସେ ମୋର ଦରଜା ବାଡ଼େଇଲା ।
ଏହା ବି ସତ କି
ନିଜର ଦରଜା ଖୋଲିଲାରୁ
କବିତା ଏମିତି ଜାଗତିଆର ହେଇ ଆସେ
ଆଉ ସେ ଠିକଣା କହିଲେ
ତା' ହେଇଥାଏ ମୋର ହିଁ ଠିକଣା ।

ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍‌-ରିଆଲିଜମ୍‌ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟକୃତି ଓ କବିତାଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର୍ କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍‌କି ରହ୍‌ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

2 comments:

  1. That was a shot..
    And your translation a relative shot in same momentum and in same direction..

    ReplyDelete
    Replies
    1. Thank you. But metaphors aside, to say that I used to play lousy cricket, is an understatement. I was very very bad. Pranam.

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....