Sunday, April 18, 2021

କାନ୍ଥରେ ଗୋଟେ ଝରକା ରହୁଥିଲା

ବିନୋଦ କୁମାର ଶୁକ୍ଲା

ଅନୁବାଦକ - ଶୈଲେନ ରାଉତରାୟ


ସ୍ପେନ ଦେଶର ଗାଲିସିଆ ଅଞ୍ଚଳର ପୋର୍ତୋ ଦୋ ସନ୍ ଠାରେ ସ୍ଥିତ ବାରୋନା ଦୁର୍ଗର ଅବଶେଷ
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

କାନ୍ଥରେ ଗୋଟେ ଝରକା ରହୁଥିଲା
ଗୋଟେ କୁଡ଼ିଆ, ଦିଇଟା ପାଦଚଲା ବାଟ, ଗୋଟେ ନଈ
ଆଉ ଗୋଟେ ଯୋଡ଼େ ପୋଖରୀ ରହୁଥିଲା 
ଗୋଟେ ଆକାଶ ସହିତ ସମସ୍ତଙ୍କର ରହଣି ଥିଲା
ଲୋକଙ୍କର ଯାଆଆସ କେବେକେବେ ହେଉଥିଲା
ଗଛ ଆଉ ଚରେଇ ରହୁଥିଲେ
ଝରକାରେ ସବୁକିଛି ରହୁଥିଲା
ନ ରହିବା ଭିତରେ ଗୋଟେ ଝରକା ଖୋଲା ରହୁ ନଥିଲା
ରହିବା ଭିତରେ ଗୋଟେ ଝରକା ଖୋଲା ରହୁଥିଲା
ଝରକାଠୁ ଛାଡ଼ିକରି କାନ୍ଥରେ ଗୋଟେ ମଣିଷ ରହୁଥିଲା ।

ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍‌-ରିଆଲିଜମ୍‌ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟକୃତି ଓ କବିତାଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର୍ କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍‌କି ରହ୍‌ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

6 comments:

  1. Terrific!Fantasy and ambivalence characterize Shuklaji's unique poetic excursions.Odia rendering sounds equally exciting..Thanks for your excellent choice.

    ReplyDelete
    Replies
    1. ପ୍ରଣାମ ସାର୍ । ମତାମତ ପାଇଁ ଧନ୍ୟବାଦ । ଆପଣ ବିନୋଦ ଶୁକ୍ଲାଙ୍କ ବିଷୟରେ ନିଦର ବ୍ୟକ୍ତିଗତ ଅନୁଭୂତିକୁ ଭିତ୍ତି କରି କିଛି ଲେଖିବାକୁ ଅନୁରୋଧ ।

      Delete
  2. What a soul stirring translation Sailen.. U are to go on translating best of poets.. on and on.. superb work..

    ReplyDelete
    Replies
    1. ଉତ୍ସାହବର୍ଦ୍ଧନ ପାଇଁ ଧନ୍ୟବାଦ ଓ ପ୍ରଣାମ ।

      Delete

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....