Sunday, June 6, 2021

ରେଭେନ୍ସାର ଖାନା

ଶୈଲେନ ରାଉତରାୟ


ରେଭେନ୍ସାର ପୂର୍ବ ଛାତ୍ରାବାସର ଆଲୋକଚିତ୍ର (ଅପ୍ରେଲ ୨୦୨୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍

ଦିନ ଥିଲା, କଲେଜେ କହିଲେ ନୋକେ ବୁଝୁଥିଲେ ଗୋଟିଏ ଜେଗା - କଟକର ରେଭେନ୍ସା । ତା'ର କାରଣ ବି ଥେଲା । ଏ ରାଇଜ ସାରା (କହିବାକୁ ଖାଲି ରାଇଜ - ପକୃତରେ ଥେଲା ବାର ଭାଇଙ୍କର ଇଜିମାଇଲି ଗାଡ଼ିଆ), ମାନେ କୁଜଙ୍ଗରୁ କୁଚିଣ୍ଡା ପର୍ଯ୍ୟନ୍ତ, ଜଶୀପୁରରୁ ଲକ୍ଷ୍ମୀପୁର ଯାଏଁ ବ୍ୟାପିଥିବା ଓଡିଆଭାଷୀ ଅଞ୍ଚଳରେ ଥିଲା ଗୋଟିଏ କଲେଜେ - ରେଭେନ୍ସା କଲେଜେ ।

ପ୍ରସିଦ୍ଧ କଥାକାର ବସନ୍ତ ଶତପଥୀ ୧୯୩୩ ମସିହାରେ ରେଭେନ୍ସାରେ ବୃତ୍ତିଧାରୀ ଛାତ୍ର ଭାବରେ ପଢ଼ିବାକୁ ଆସିଲା ବେଳକୁ ୧୮୬୮ ମସିହାରେ ଛଅ ଜଣ ପିଲାଙ୍କୁ ଧରି ଖୋଲାଯାଇଥିବା ଇଣ୍ଟରମେଡିଏଟେ କଲେଜେରେ ସେତେବେଳକୁ ଇଂରେଜିରେ ଏମ୍.ଏ. ଖୋଲି ସାରିଥିଲା । ଆଇ.ଏ. ରେ ବସନ୍ତ ବାବୁଙ୍କର ବିଷୟ ଥିଲା ଇତିହାସ, ଲଜିକ୍, ସଂସ୍କୃତ । ରହୁଥିଲେ ଇଷ୍ଟ୍ ହଷ୍ଟେଲରେ ।

ହଷ୍ଟେଲରେ ସକାଳ ଜଳଖିଆରେ ମିଳୁଥିଲା ଚାରିଟା ପୁରୀ ଓ ତରକାରୀ । ଦିନବେଳା ଆମିଷ ଖାଉଥିବା ଲୋକଙ୍କ ପାଇଁ ସବୁଦିନ ମାଛ । ଶନିବାର ଦିନ ମାଂସ । ରାତିରେ କାନିକା । ଯେ ମାଂସ ନ ଖାଆନ୍ତି ତାଙ୍କ ପାଇଁ ରସଗୋଲା ଓ ଦିବ୍ୟ ଅନ୍ନ । ଉପରବେଳା ଜଳଖିଆ ଚାରିରୁ ଛଅଟା ଭିତରେ; ଖାଇବା ପାଇଁ ମୋହନଭୋଗ ନ ହେଲେ କାକରା । ହଷ୍ଟେଲେରେ ଥିଲା ମିଠା ଦୋକାନଟିଏ - ଯିଏ ଚାହିଁବ କିଣି କରି ଖାଇପାରିବ । ପୂଜାରୀ ଭାବରେ ଥିଲେ ଧନି, କେଶବ, ବେଙ୍ଗ । ସମସ୍ତଙ୍କ ପାଇଁ ପିତ୍ତଳ ଥାଳି, ଗିନା ଓ ଗିଲାସ ।

ପ୍ରତି ମାସର ଶେଷ ଶନିବାରରେ ହେଉଥିଲା ବିଶେଷ ମାସିକିଆ ରାଜକୀୟ ଭୋଜି । ପଲଉ । ପଲଉ ସହିତ ମାଂସର ଚପ୍, କଟଲେଟ୍ ଓ ଝୋଳ । ସାଧାଖିଆଙ୍କ ପାଇଁ ଛଅସାତ ଠା' ନିରାମିଷ ତରକାରୀ । ସେଥିରେ ବଢ଼ାହେଉଥିଲା ଦୁଇତିନି ଠା' ମିଠା ଓ ଖିରି । ସାଥିରେ କିସିମିସି ଦିଆ ଖଜୁରୀ ଖଟା ।

ହଷ୍ଟେଲେ ଖାଇବା ବାହାରେ ପାଟି ଟକଳେଇଲେ ବା ଭୋକ କଲେ ଆଶ୍ରା ହେଲା ଅନୁ ପାନ ଦୋକାନ ପାଖକୁ କୁଞ୍ଜିଆ ମିଠା ଦୋକାନ । ଚାରି ପଇସାରେ ଚାରୋଟି ରୁଟି ଭଳିଆ ବଡ଼ ବଡ଼ ଲୁଚି ଓ ପୁଡ଼ାଏ ଆଳୁଦମ । ତାଙ୍କ ଦୋକାନର ପାନ୍ତୁଆ ଅପୂର୍ବ । 

ବର୍ତ୍ତମାନର ନେତାଜୀଙ୍କ ମୂର୍ତ୍ତି ପାଖରେ ଗୁଜୁରାଟୀ ଦୋକାନରେ ମିଳେ ଗାଣ୍ଠିଆ, ସେଉ, ମହୀଶୂରପାଗ ମିଠା, ଚଟଣି ଆଉ ଚାହା । କଲେଜର ଆଦର୍ଶ ସ୍ଥାନୀୟ ଶିକ୍ଷକ, ଲାଇବ୍ରେରୀ ଓ ପାଠପଢ଼ା ସହ, ପିଲାଙ୍କୁ ବାନ୍ଧି ରଖୁଥିଲା ମନକୁ ଟାଣି ରଖିଲା ଭଳି ନାନା ପ୍ରକାରର ଖାଇବା ।

ଟୀକା: ଏହି କ୍ଷୁଦ୍ର ପ୍ରବନ୍ଧଟିର ଉପାଦାନ ୨୦୦୮ ମସିହାରେ ପ୍ରକାଶିତ ବସନ୍ତ ଶତପଥୀଙ୍କର ଆତ୍ମଜୀବନୀ 'ମନେପଡ଼େ' ରୁ ସ‌ଙ୍ଗୃହିତ । ବହିଟିର ସମ୍ପାଦକ ହେଲେ ସୁମନ୍ୟୁ ଶତପଥୀ ଓ ପ୍ରକାଶକ ହେଲେ ଭୁବନେଶ୍ୱରସ୍ଥ ସଂସ୍ଥା ଶିକ୍ଷାସନ୍ଧାନ । ଲେଖାଟି ପ୍ରଥମେ ପାକ୍ଷିକ ପତ୍ରିକା 'ସମଦୃଷ୍ଟି' ଛାପିଥିଲେ । 

12 comments:

  1. Replies
    1. Namaskar. Thanks for reading Basudev da. Good to know that you liked it. Regards.

      Delete
  2. ବହୁତ ସୁନ୍ଦର ଲେଖାଟି ଲୋକଲୋଚନକୁ ଆଣି ଥିବାରୁ ଧନ୍ୟବାଦ।

    ReplyDelete
    Replies
    1. ନମସ୍କାର । ପଢ଼ିବା ପାଇଁ ଓ ଆପଣଙ୍କ ମତାମତ ନିମନ୍ତେ ଧନ୍ୟବାଦ ।

      Delete
  3. Beautiful piece of narrative!Basant Satpathy was a fantastic story teller.Thanks for your nice effort.

    ReplyDelete
    Replies
    1. Pranam. Thanks for the kind words. Basanta babu was a great raconteur as well. Someone must compile a book of his 'gulis'. Regards.

      Delete
  4. Once again deadly message on our social structure....in the autobiographical reminiscences....

    ReplyDelete

The kite Ramakanta Samantaray Translated by Sailen Routray The installation "Tusch" by Nevin Aladağ (1972-) Photo credit: commons....