Friday, June 11, 2021

ଛତା ନେଇ କାମକୁ

ବିନୋଦ କୁମାର ଶୁକ୍ଲା

ଅନୁବାଦକ - ଶୈଲେନ ରାଉତରାୟ


ବ୍ରୁକ୍ଲିନ୍, ନ୍ୟୁୟର୍କର ଫ୍ଲଏଡ଼୍ ବେନେଟ୍ ଉଡାଜାହାଜ ପଡ଼ିଆର ଏକ ପରିତ୍ୟକ୍ତ କୋଠାର ଗ୍ରାଫିଟି (୨୦୨୦)
ଫଟୋ କ୍ରେଡ଼ିଟ୍ - ୱିକିମିଡିଆ କମନ୍ସ୍
 
ମୁଁ ଛତା ନେଇ କାମକୁ ଯାଏ
ବହୁତ ଖରା
ବରଷା ପାଇଁ ମେଘ ନାଇଁ
ଛାଇ ପାଇଁ ବି ମେଘ ନାଇଁ
ଖରାରୁ ରକ୍ଷା ପାଇବାକୁ
ମୁଁ ଛତା ନେଇ କାମକୁ ଯାଏ ।
ଛତାର ଛାଇର ମୋର ବାଦଲ
ନିଜର ଏଇ ବାଦଲର ଛତାକୁ ଧରି ମୁଁ ଯାଏ ।
ବହୁତ ଭୁଲାମନ ମୁଁ 
କେଉଁ ଗଛ, ଉଚ୍ଚ ଚଟାଣ, କେଉଁ ଘରର ଦିୱାଲ୍
ଦରଜା, ଦୁଆରବନ୍ଧର ଛାଇରେ
ନିଜର ଛତାକୁ
ମୁଁ ବାରମ୍ବାର ଭୁଲି ଆସେ
ଅପରିଚିତ, ପରିଚିତ, ଆତ୍ମୀୟ, କେଉଁ ଛାଇରେ
ନିଜର ଭୁଲା ଛତା ପାଇ ଯାଏ, ଆଉ
ପାଇ ଚାଲିଥାଏ ।

ବି.ଦ୍ର. - ବିନୋଦ କୁମାର ଶୁକ୍ଲାଙ୍କର ଜନ୍ମ ୧୯୩୭ ମସିହାରେ, ଏବେର ଛତିଶଗଡ଼ ରାଜ୍ୟର ରାଜନନ୍ଦଗାଓଁରେ । ଜବଲପୁରସ୍ଥ ଜୱାହରଲାଲ କୃଷି ବିଶ୍ୱବିଦ୍ୟୟାଳୟରୁ କୃଷିବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିସାରି ସେ ରାୟପୁରର କୃଷି ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗ ଦେଲେ । ନିଜର ମ୍ୟାଜିକ୍‌-ରିଆଲିଜମ୍‌ଧର୍ମୀ ଉପନ୍ୟାସ ତଥା ଜୀବନବାଦୀ, ଭିନ୍ନ ସ୍ୱାଦର କବିତା ପାଇଁ ସେ ହିନ୍ଦୀ ଓ ଭାରତୀୟ ସାହିତ୍ୟ ଜଗତରେ ଜଣାଶୁଣା । ତାଙ୍କର ଗଦ୍ୟକୃତି ଓ କବିତାଗୁଡ଼ିକ ବହୁଳ ଭାବରେ ଆଦୃତ ଓ ଅନୁଦିତ । ତାଙ୍କର ଅନେକ କାହାଣୀ ଫିଲ୍ମର ରୂପ ମଧ୍ୟ ପାଇଛି । ତନ୍ମଧ୍ୟରୁ ପ୍ରସିଦ୍ଧ ସିନେନିର୍ମାତା ମଣି କୌଲ 'ଏକ୍ ନୌକର୍ କି କମିଜ୍' ଉପନ୍ୟାସ ଉପରେ ଏକ ସମନାମ୍ନୀ ଚଳଚିତ୍ର ନିର୍ମାଣ କରିଥିଲେ । ଅନ୍ୟାନ୍ୟ ପୁରସ୍କାର ଭିତରୁ 'ଦିୱାର୍ ମେଁ ଏକ ଖିଡ଼୍‌କି ରହ୍‌ତି ଥି' ଉପନ୍ୟାସଟି ପାଇଁ ୧୯୯୯ ମସିହାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ସମ୍ମାନ ଲାଭ କରିଛନ୍ତି ।

4 comments:

  1. Replies
    1. ଆପଣଙ୍କୁ ବି ଧନ୍ୟବାଦ । ପ୍ରଣାମ ।

      Delete
  2. So close to heart.. lovely and sweet..

    ReplyDelete
    Replies
    1. ନମସ୍କାର । ଆପଣଙ୍କର ମତାମତ ସବୁବେଳେ ଉତ୍ସାହବର୍ଦ୍ଧକ । ଧନ୍ୟବାଦ ।

      Delete

The Declaration of Emergency Manmohan Choudhury Translated by Sailen Routray Jayaprakash Narayan (1902-1979) Narayan was a key figure in the...