Sunday, February 12, 2023

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅପ୍ରମାଦ ବର୍ଗ  ୩ - ୪

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନସ୍ 

ଓଡ଼ିଆ ପଦ୍ୟାନୁବାଦ


ଧ୍ୟାନରତ ଯେଉଁମାନେ ସତତ ଜାଗ୍ରତ ।
ଧୀର ଏବଂ ସଦାଦୃଢ଼ ପରାକ୍ରମଯୁକ୍ତ ।।
ନିଶ୍ଚିତ ଭାବେ ସେମାନେ କରନ୍ତି ସ୍ପର୍ଶନ ।
ଅନୁତ୍ତର ଯୋଗକ୍ଷେମ ଅଟେ ଯେ ନିର୍ବାଣ ।୩। 

ଶୁଚିକର୍ମା, ଉତ୍ଥାନଶୀଳ ଓ ସ୍ମୃତିମାନ ।
ସ‌ଂଯତ, ନିଶମ୍ୟକର୍ମା, ଧର୍ମଜୀବୀ ଜନ ।।
ଯେହୁ ଏହୁ ଗୁଣ ସହ ଅପ୍ରମାଦ ଯୁକ୍ତ ।
ନିଶ୍ଚିତେ ଯଶବୃଦ୍ଧି ସେ ହୁଅଇ ପ୍ରାପତ ।୪।

ମୂଳ ପାଲି ପଦ


ତେ ଝାୟିନୋ ସାତତିକା ନିଚ୍ଚଂ ଦଳ୍ହପରକ୍କମା ।
ପୁଂସନ୍ତି ଧୀରା ନିବ୍ବାଣଂ ଯୋଗକ୍କେମଂ ଅନୁତ୍ତରଂ ।୩।

ଉଟ୍ଠାନବତୋ ସତିମତୋ ସୁଚିକମ୍ମସ୍ସ ନିଶମ୍ମକାରିଣୋ ।
ସଞ୍ଯତସ୍ସ ଚ ଧମ୍ମଜୀବିନୋ ଅପ୍ପମତ୍ତସ୍ସ ଯସୋ ଭିବଡ୍ଡତି 
।୪।

ଅନୁବାଦକୀୟ ଟୀକାଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

1 comment:

Bhagawati Snacks, Chandini Chowk, Cuttack Sailen Routary A gate for a Durga Puja pandal, Badambadi, Cuttack Photo Credit: commons.wikimedia....