Monday, January 22, 2024

ଚିତ୍ତ ବର୍ଗ ୩-୪

ପାଲି 'ଧର୍ମପଦ'ର ଓଡ଼ିଆ ପଦ୍ୟାନୁବାଦ

ଅନୁବାଦକ - ଶୈଲେନ ରାଉତରାୟ


ଫଟୋ କ୍ରେଡ଼ିଟ୍ - ୱିକିମିଡ଼ିଆ କମନ୍ସ୍ 

ଓଡ଼ିଆ ପଦ୍ୟାନୁବାଦ

ଅତି କଷ୍ଟରେ ନିଗ୍ରହ ହେଉଥିବା ଚିତ୍ତ,
ଲଘୁଗାମୀ ହୋଇ ଯାହା ଇତସ୍ତ ପତିତ ।।
ସେହିପରି ଚିତ୍ତର ଦମନ ହିଁ ଉଚିତ,
ସୁଖାବହ ଅଟଇ ଦଳିତ ସେହି ଚିତ୍ତ ।୩।

ଅତ୍ୟନ୍ତ କଷ୍ଟରେ ଯାହା ହୁଏ ଦୃଶ୍ୟମାନ 
ଇଚ୍ଛାନୁସାରେ ଗତିଶୀଳ ଓ ସୁନିପୁଣ ।।
ମେଧାବୀ ସେହି ଚିତ୍ତକୁ ରକ୍ଷିବା ଉଚିତ  
ସୁଖାବହ ଅଟଇ ରକ୍ଷିତ ସେହି ଚିତ୍ତ ।୪।

ମୂଳ ପାଲି ପଦ

ଦୁନ୍ନିଗ୍ଗହସ୍ସ ଲହୁନୋ ଯତ୍ଥ କାମନିପାତିନୋ ।
ଚିତ୍ତସ୍ସ ଦମୋଥ ସାଧୁ  ଚିତ୍ତଂ ଦନ୍ତଂ ସୁଖାବହଂ ।୩।

ସୁଦୁଦ୍ଦଶଂ ସୁନିପୁଣଂ ଯତ୍ଥ କାମନିପାତିନଂ ।
ଚିିତ୍ତଂ ତକ୍ଖେଥ ମେଧାବୀ ଚିତ୍ତଂ ଗୁତ୍ତଂ ସୁଖାବହଂ ।୪।

ଅନୁବାଦକୀୟ ଟୀକା: ଏହି ଅଧମ ଅନୁବାଦକକୁ ପାଲି ଜଣା ନାହିଁ । ଏଣୁ ଏହି ପଦ୍ୟାନୁବାଦଟି ପାଇଁ ତାହାର ମୂଳ ସହାୟ ହେଲା  ପ୍ରଫେସର ପ୍ରହ୍ଲାଦ ପ୍ରଧାନଙ୍କ ଦ୍ୱାରା ସମ୍ପାଦିତ 'ପାଲି ଧର୍ମପଦ' ଗ୍ରନ୍ଥଟି, ଯେଉଁଥିରେ ସେ ସଂସ୍କୃତ ରୂପାନ୍ତର ସହ ଓଡ଼ିଆ ଗଦ୍ୟାନୁବାଦ କରିଯାଇଛନ୍ତି । ଗ୍ରନ୍ଥଟିର ପ୍ରଥମ ସଂସ୍କରଣ ୧୯୭୮ ମସିହାରେ ପ୍ରକାଶିତ । କିନ୍ତୁ ଏହି ଅନୁବାଦକ ୧୯୯୪ ମସିହାରେ କଟକସ୍ଥ ପ୍ରକାଶନ ସଂସ୍ଥା ଫ୍ରେଣ୍ଡ୍‌ସ୍‌ ପବ୍ଲିଶର୍ସ ଛାପିଥିବା ଦ୍ୱିତୀୟ ସଂସ୍କରଣଟି ବ୍ୟବହାର କରିଛି । ଏହା ଛଡ଼ା ଏହି ପଦ୍ୟାନୁବାଦ କରିବା ପାଇଁ 'ଦି ସେକ୍ରେଡ଼୍ ବୁକ୍ସ୍ ଅଫ୍ ଦି ଇଷ୍ଟ୍' ସିରିଜ୍‌ରେ ମାକ୍ସ୍ ମ୍ୟୁଲର୍‌ଙ୍କ ଦ୍ୱାରା ସମ୍ପାଦିତ 'ଦି ଧମ୍ମପଦ' ଇଂରାଜି ଗ୍ରନ୍ଥଟିର ୨୦୧୩ ମସିହାରେ ରୁଟ୍‌ଲେଜ୍ ଛାପିଥିବା ସଂସ୍କରଣଟିର ମଧ୍ୟ ବ୍ୟବହାର କରାଯାଇଛି । 

No comments:

Post a Comment

କଟକରେ ଘର ଶୈଲେନ ରାଉତରାୟ କଟକସ୍ଥ ଜାମା ମସଜିଦ୍ (୧୮୧୫) ଫଟୋ କ୍ରେଡ଼଼ିଟ୍ - ୱିକିମିଡିଆ କମନ୍ସ୍ ଯୁଦ୍ଧର ଆସନ୍ନ ବାଦଲରେ କଳା ୧୯୭୧ ମସିହାର ସୁଦଶାବ୍ରତର ଦିନ । କଟକର...